ରାୟଗଡା

ପ୍ରେମ ପରେ ପ୍ରତାରଣା: ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

ପ୍ରେମ ପରେ ପ୍ରତାରଣା: ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

ପାରଳାଖେମୁଣ୍ଡି, ୭।୨(ସ୍ବ.ପ୍ର.)-ପ୍ରଥମେ ପ୍ରେମ, ପରେ ପ୍ରତାରଣା। ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ବଳାତ୍କାର କରିବା ଅଭିଯୋଗରେ ଗଜପତି ଜିଲା ରାୟଗଡ ଥାନା ଅଧୀନ ସୋରଡା ଗ୍ରାମର ରାଜୁ ଗୌଡ(୨୦)ଙ୍କୁ ପୋଲିସ ଗିରଫ କରିଛି। ସେ ପ୍ରାୟ ଦେଢମାସ ହେଲା ଫେରାର ଥିଲେ। ରାଜୁ ହାଇଦ୍ରାବାଦରେ ଥିବା ପୋଲିସ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲା। ଏହାପରେ ରାୟଗଡ ଥାନା ସବ୍‌ଇନ୍ସପେକ୍ଟର ଆର୍‌.କେ.ମୁନିଙ୍କ ନେତୃତ୍ୱରେ ପୋଲିସ୍‌ର ଏକ ଟିମ୍‌ ସେଠାକୁ ଯାଇ ତାଙ୍କୁ ଗିରଫ କରି ଆଣିଛି। ବୁଧବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ପାରଳାଖେମୁଣ୍ଡିଠାରେ ବୁଧବାର ଏକ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ଠାକୁର ପ୍ରସାଦ ପାତ୍ର ଏହି ସୂଚନା ଦେଇଛନ୍ତି। ଘଟଣାରୁ ପ୍ରକାଶ ଯେ, ଗତ ୨୦୧୫ ମସିହାରେ ଜଣେ ନାବାଳିକାଙ୍କ ସହ ରାଜୁ ଗୌଡ଼ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲେ। ପରେ ସେ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ। ଫଳରେ ଉକ୍ତ ନାବାଳିକା ଗର୍ଭବତୀ ହୋଇଥିଲେ। ଏହା ଜାଣିବା ପରେ ରାଜୁ ତାଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଗର୍ଭ ନଷ୍ଟ କରାଇଥିଲେ । ୪ମାସ ତଳେ ନାବାଳିକାଙ୍କୁ ନେଇ ହାଇଦ୍ରାବାଦ ପଳାଇଥିଲେ । ସେଠାରେ ଦୁହେଁ ପ୍ରାୟ ଦେଢମାସ ଏକାଠି ରହିଥିଲେ। ଗତ ଡିସେମ୍ବରରେ ନାବାଳିକାଙ୍କୁ ସାଥିରେ ଧରି ରାଜୁ ନିଜ ଗ୍ରାମକୁ ଫେରିଆସିଥିଲେ। କିନ୍ତୁ ତାଙ୍କ ପରିବାରବର୍ଗ ଏମାନଙ୍କୁ ସ୍ବୀକାର କରିନଥିଲେ । ପରେ ଦୁହେଁ ସ୍ଥାନୀୟ ୱାର୍ଡମେମ୍ବର ପ୍ରଫୁଲ୍ଲ ରାଉତଙ୍କୁ ସମସ୍ତ ଘଟଣା ଜଣାଇଥିଲେ । ଗ୍ରାମବାସୀଙ୍କ ସହ ୱାର୍ଡମେମ୍ବର ରାଉତ ବୈଠକ କରି ୨ଜଣ ଏକାଠି ହୋଇ ଗ୍ରାମରେ ରହିବାର ବ୍ୟବସ୍ଥା କରାଇଥିଲେ। ତେବେ ରାଜୁ ହଠାତ ଫେରାର ହୋଇଯାଇଥିଲେ। ଏପରିକି ସମ୍ପୃକ୍ତ ନାବାଳିକାଙ୍କ ସହ ଦୀର୍ଘଦିନ ଧରି କୌଣସି ଯୋଗାଯୋଗ ରଖିନଥିଲେ। ଏଥିଯୋଗୁ ନାବାଳିକା ଜଣକ ଅସହାୟ ହୋଇପଡିଥିଲେ। ସେ ୨୦୧୭ ଡିସେମ୍ବର ୧୯ରେ ରାୟଗଡ ଥାନାରେ ରାଜୁଙ୍କ ନାମରେ ବଳାତ୍କାର ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ କେସ୍‌ ନଂ.୬୪/୧୭ ରୁଜୁ କରି ପୋଲିସ ଅନୁସନ୍ଧାନ ଜାରି ରଖିଥିଲା।

All Right Reserved By

ରାୟଗଡା

ସୁରକ୍ଷା ନାଁରେ ସଫା ହେଉଛି ଜଙ୍ଗଲ

ସୁରକ୍ଷା ନାଁରେ ସଫା ହେଉଛି ଜଙ୍ଗଲ

ମାଥିଲି,୧୪।୮ (ଡି.ଏନ୍‌.ଏ): ସୁରକ୍ଷା ନାଁରେ ସଫା ହେଉଛି ଜଙ୍ଗଲ। ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶରେ ବେଧଡକ ଭାବେ ଜଙ୍ଗଲ କଟା ଚାଲିଛି। ମାଲକାନଗିରି ଜିଲା ମାଥିଲି ବନାଞ୍ଚଳ ଅଧୀନରେ ଏଭଳିି ଦୃଶ୍ୟ ଦେଖିବାକୁ ମିଳିଛି। ଗୋବିନ୍ଦପାଲି ବନବିଭାଗ ଅଧୀନ ସପ୍ତଧାରା ଟାଓ୍ବାର ଲାଇନ ଅଞ୍ଚଳରୁ ବେଆଇନ ଭାବେ କଟାଯାଉଛି ଅମୂଲ୍ୟ କାଠ।

ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା:ମୃତକଙ୍କ ପରିବାରକୁ ମିଳୁନି ବୀମା ଟଙ୍କା

ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା:ମୃତକଙ୍କ ପରିବାରକୁ ମିଳୁନି ବୀମା ଟଙ୍କା

ନବରଙ୍ଗପୁର,୧୪।୮(ବି.ପ୍ର.)-କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା (ପିଏମଏସବିୱାଇ) ଯୋଜନା  ଫସର ଫାଟୁଛି ା ବ୍ୟାଙ୍କ ଖାତାଧାରୀଙ୍କ ମୃତ୍ୟୁ ପରେ ମଧ୍ୟ ବୀମା ଟଙ୍କା ପାଇବାରୁ ପରିବାର ଲୋକ ବଞ୍ଚିତ ହେଉଛନ୍ତି ା

ନବରଙ୍ଗପୁର ମହିଳା ମହାବିଦ୍ୟାଳୟ: ଖର୍ଚ୍ଚ ହୋଇପାରିଲାନି, ଫେରିଯିବ ଅନୁଦାନ

ନବରଙ୍ଗପୁର ମହିଳା ମହାବିଦ୍ୟାଳୟ: ଖର୍ଚ୍ଚ ହୋଇପାରିଲାନି, ଫେରିଯିବ ଅନୁଦାନ

ନବରଙ୍ଗପୁର,୧୪ା୮(ଡି.ଏନ.ଏ.)
ନବରଙ୍ଗପୁର ମହିଳା ମହାବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ  ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ପକ୍ଷରୁ ୨ କୋଟି ଅନୁଦାନ ଅନୁମୋଦିତ ହୋଇଛି। 

ଅବହେଳିତ ଅବସ୍ଥାରେ ଦିନ କାଟୁଛନ୍ତି ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର

ଅବହେଳିତ ଅବସ୍ଥାରେ ଦିନ କାଟୁଛନ୍ତି ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର

ମାଲକାନଗିରି,୧୪।୮(ଡି.ଏନ.ଏ.)- 
ଆମ ଦେଶକୁ ବ୍ରିଟିଶ୍‌ ସରକାର କବଳରୁ ରକ୍ଷା କରିବା ଲାଗି ସେ ସମୟରେ ଅନେକ ବ୍ୟକ୍ତି ସ୍ବାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ।  

ସରକାରୀ ସହାୟତା ଆଶାରେ ସୁଆଇ

ସରକାରୀ ସହାୟତା ଆଶାରେ ସୁଆଇ

ଦଶମନ୍ତପୁର,୧୪।୮(ଡି.ଏନ୍‌.ଏ.)ସୁଆଇ ମୁଦୁଲି। ପରିବାର କହିଲେ ବିଧବା ବୋହୂ ଓ ନାତି। ଚାଷଜମି ନ ଥିବାରୁ ଘର ଚଳିବା କାଠିକର ପାଠ ହୋଇପଡୁଛି। ଏବେ ସରକାରଙ୍କ ସାହାଯ୍ୟ ପାଇଁ ଆଶା ବନ୍ଧିଛନ୍ତି ୭୫ ବର୍ଷୀୟା ସୁଆଇ। 

ବର୍ଷାରେ ଭାଙ୍ଗିଲା ଘର

ବର୍ଷାରେ ଭାଙ୍ଗିଲା ଘର

ଦଶମନ୍ତପୁର, ୧୩।୮(ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ସଦର ଖଜୁରୀଗୁଡା ଗ୍ରାମରେ ରବିବାର  ହୋଇଥିବା ଲଗାଣ ବର୍ଷାରେ ସୁବାଇ କୁଲସିକାଙ୍କ ଘର ସମ୍ପୁର୍ଣ୍ଣ ଭାଙ୍ଗି ଯାଇଛି। 

ଶ୍ରାବଣ ତୃତୀୟ ସୋମବାରରେ ଶିବ ମନ୍ଦିରରେ କାଉଡିଆଙ୍କ ଭିଡ

ଶ୍ରାବଣ ତୃତୀୟ ସୋମବାରରେ ଶିବ ମନ୍ଦିରରେ କାଉଡିଆଙ୍କ ଭିଡ

ଦାମନଯୋଡି, ୧୩।୮(ଡି.ଏନ୍‌.ଏ.): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାରରେ ଦାମନଯୋଡି ବିଭିନ୍ନ ଶିବ ମନ୍ଦିରରେ କାଉଡିଆଙ୍କ ଭିଡ ଲାଗିଛି। 

ହରିଦ୍ୱାରରେ ଯୋଗ ଶିବିର

ହରିଦ୍ୱାରରେ ଯୋଗ ଶିବିର


ଗୋବିନ୍ଦପାଲି,୧୩ା୮-
ପତଞଳି ଯୋଗପୀଠ ହରିଦାରଠାରେ ଏକ ଯୋଗ ଶିବିର ଗତ ୧ରୁ ୫ ପର୍ଯ୍ୟନ୍ତ  ଅନୁଷ୍ଠିତ ହୋଇଯାଇଛି। ଭାରତର ପ୍ରତ୍ୟେକ ଜିଲାରୁ ୧୦ ଜଣ ଲେଖାଏ ଯୋଗ ଦେଇଥିଲେ। ଗୋବିନ୍ଦପାଲି ଯୋଗ କେନ୍ଦ୍ରରୁ  ମୁରାରୀ ମହାପାତ୍ରଙ୍କ ନେତୃତ୍ୱରେ ଭୁବନାନନ୍ଦ ସାହୁ, ପ୍ରଭାତ କୁମାର ବେହେରା, ଚୈତନ୍ୟ ନାୟକ, ସରୋଜିନୀ ନାୟକ, ବନିତା ଚୌଧୁରୀ, ସୁଲୋଚନା ହିମିରିକା, ଲକ୍ଷ୍ମୀ ପ୍ରଧାନୀ ଓ ବିଜୟା କୁମାରୀ ପଟ୍ଟନାୟକ ଶିବିରରେ ଯୋଗ ଦେଇଥିଲେ। 

   ୧୫ ଦଫା ସମ୍ବଳିତ ଦାବି ପତ୍ର ବିଡିଓଙ୍କୁ ପ୍ରଦାନ

୧୫ ଦଫା ସମ୍ବଳିତ ଦାବି ପତ୍ର ବିଡିଓଙ୍କୁ ପ୍ରଦାନ

ମାଥିଲି, ୧୩।୮ (ଡି.ଏନ.ଏ) - 
ମାଲକାନଗିରି ଜିଲା ମାଥିଲି ବ୍ଲକ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ତରଫରୁ ସୋମବାର ଆଇନ ଅମାନ୍ୟ ଆନ୍ଦୋଳନ କରାଯାଇଥିଲା । ଏହି ଅବସରରେ ୧୫ ଦଫା ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡିଓ ଆଶିଷ କୁମାର ଭୋଇଙ୍କୁ ପ୍ରଦାନ କରାଯାଇଥିଲା ।

ଅଜଣା ବ୍ୟକ୍ତିଙ୍କ ଚିଠି, ୭ ଲକ୍ଷ ନ ଦେଲେ ଝିଅପୁଅ ଝିଅଙ୍କୁ ଉଠାଇନେବୁ

ଅଜଣା ବ୍ୟକ୍ତିଙ୍କ ଚିଠି, ୭ ଲକ୍ଷ ନ ଦେଲେ ଝିଅପୁଅ ଝିଅଙ୍କୁ ଉଠାଇନେବୁ


ମାଲାକନଗିରି ୧୩ା୮ (ଡି.ଏନ୍‌.ଏ.) 
ମାଲକାନଗିରି ଜିଲା ସଦର ମହକୁମା ଦୁର୍ଗାଗୁଡି ସାହିର ଜଣେ ବ୍ୟବସାୟୀଙ୍କୁ ଏକ ଅଜଣା ବ୍ୟକ୍ତି ଚିଠି ଲେଖି ଧମକ ଦେଇଛନ୍ତି। ୭ ଲକ୍ଷ ଟଙ୍କା ନ ଦେଲେ ଝିଅ ପୁଅଙ୍କୁ ଉଠାଇ ନେବାକୁ ଧମକାଇଛନ୍ତି। ସାହିର ବାଲାରାଓଙ୍କ ବାସଭବନ ଝରକା ଉପରେ ଏକ ନାଲି ଲଫାଫାରେ ଏପରି ଲେଖାଥିବା ଚିଠି ମିଳିବା ପରେ ପରିବାର ଲୋକେ ଭୟଭିତ ହୋଇପଡିଛନ୍ତି। 

ଜେକେପୁରରେ ବିଜ୍ଞାନ ମେଳା

ଜେକେପୁରରେ ବିଜ୍ଞାନ ମେଳା

ଜେକେପୁର, ୧୩।୮(ଡି.ଏନ୍‌.ଏ)

ଜେକେପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ରାୟଗଡା ଗୋଷ୍ଠୀ ଶିକ୍ଷାଧିକାରୀ ରଜନୀକାନ୍ତ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । କୃଷ୍ଣଚନ୍ଦ୍ର ସୁମନ୍ତଙ୍କ  ଅଧ୍ୟକ୍ଷତାରେ ଆୟୋଜିତ ମେଳାରେ କୋଲନରା ଜଗଦମ୍ବା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ  ରାଜେନ୍ଦ୍ର ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ।  

ଶିଶୁ ବାଟିକା ପରିବାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଶିଶୁ ବାଟିକା ପରିବାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ରାୟଗଡା ଅଫିସ୍‌, ୧୩।୮:  ଗାୟତ୍ରୀ ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁବାଟିକା ବିଭାଗର ପରିବାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷୟିତ୍ରୀ ସୁଜାତା ପଣ୍ଡା ଯୋଗ ଦେଇ ଶିଶୁମାନଙ୍କ ପ୍ରତି ମାତାପିତାଙ୍କ ଭୂମିକା ବିଷୟରେ ମାର୍ଗଦର୍ଶନ କରିଥିଲେ । ସଭାପତି ହୃଦୟାନନ୍ଦ ପଣ୍ଡା ଅଭିଭାବକମାନଙ୍କୁ ଶିଶୁ ସୁରକ୍ଷା ଉପରେ କହିଥିଲେ। ସମ୍ପାଦକ ଡା. ସୁନୀଲ ପ୍ରସାଦ ମହାପାତ୍ର ଶିଶୁର ଆହାର ବିଷୟରେ ମାର୍ଗଦର୍ଶନ କରିଥିଲେ ।

Model This Week

ଯସ୍ମିନ୍