ଫୁରସତ |

ପୃଥିବୀମୁହାଁ ୨୪ ତାରକା, ଉଲ୍‌କା

ପୃଥିବୀମୁହାଁ ୨୪ ତାରକା, ଉଲ୍‌କା

ଲଣ୍ଡନ:ଆମ ସୌରମଣ୍ଡଳ ଆଡ଼କୁ ମୁହାଁଇଛନ୍ତି ଅନୂ୍ୟନ ୨୪ଟି ତାରକା। ଏହି ତାରକାଗୁଡ଼ିକ ମହାକାଶରେ ଘୂରିବୁଲୁଥିବା ଅସଂଖ୍ୟ ଧୂମକେତୁର ଗତି ପରିବର୍ତ୍ତନ କରି ପୃଥିବୀ ମୁହାଁ କରିଦେଇପାରନ୍ତି। ଫଳରେ ସେଗୁଡ଼ିକ ପୃଥିବୀ ସହ ଧକ୍କା ହେବାର ଭବିଷ୍ୟତରେ ସମ୍ଭାବନା ଦେଖାଦେଇପାରେ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି। କିନ୍ତୁ ଏହି ପ୍ରକ୍ରିୟା ଏତେଶୀଘ୍ର ଘଟି ନ ପାରେ। ଅନୂ୍ୟନ ୧୦ ଲକ୍ଷ ବର୍ଷ ପରେ ଏହା ଘଟିପାରେ ବୋଲି ଜର୍ମାନୀର ମାକ୍ସ ପ୍ଲାଙ୍କ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଆଷ୍ଟ୍ରୋନୋମିର ଗବେଷକମାନେ ପ୍ରକାଶ କରିଛନ୍ତି।
ତାରକାଗୁଡ଼ିକ ଓର୍ଟ ବାଦଲ ସଂସ୍ପର୍ଶରେ ଆସିବା ପରେ ତାହା କିଭଳି ଭାବେ ହଜି ଯାଇଥାନ୍ତି ଜର୍ମାନୀର ମାକ୍ସ ପ୍ଲାଙ୍କ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଆଷ୍ଟ୍ରୋନୋମିର ଗବେଷକମାନେ ତାହାକୁ ତର୍ଜମା କରିଥିଲେ। ଓର୍ଟ ବାଦଲ ହେଉଛି ବିଶାଳକାୟ ତଥା କୋଟି କୋଟି ବରଫ ସଦୃଶ ତତ୍ତ୍ୱର ଏକ ଗୋଲାକାର ଆବରଣ, ଯାହା ଆମ ସୌରମଣ୍ଡଳକୁ ଘୋଡ଼େଇ ରଖିଥାଏ। ତେବେ ଏହି ବାଦଲ ସଂସ୍ପର୍ଶରେ ଧୂମକେତୁ ଆସିବା ପରେ ତାହା ଉକ୍ତ ଖଗୋଳୀୟ ପିଣ୍ଡକୁ ସୌରମଣ୍ଡଳ ଆଡ଼କୁ ଠେଲି ଦେଇଥାଏ। କାରଣ ଧୂମକେତୁଗୁଡ଼ିକରେ କକ୍ଷପଥ ଅତି ଦୁର୍ବଳ। ଏହାକୁ ସୌରମଣ୍ଡଳକୁ ଠେଲିବା ଦ୍ୱାରା ତାହା ପୃଥିବୀ ସହ ମାଡ଼ ହେବାର ସମ୍ଭାବାନା ବଢ଼ି ଯାଇଥାଏ। ଆଗାମୀ ୧୦ ଲକ୍ଷ ବର୍ଷ ପରେ ୧୯ରୁ ୨୪ଟି ତାରକା ସୂର୍ଯ୍ୟଠାରୁ ୩.୨୬ ଆଲୋକବର୍ଷ ମଧ୍ୟରେ ଆସିବାକୁ ଯାଉଛନ୍ତି। ତେବେ ସେମାନେ ସାଙ୍ଗରେ ନେଇ ଆସୁଥିବା ଧୂମକେତୁ ପୃଥିବୀ ସହ ମାଡ଼ ହେବାର ପୂର୍ଣ୍ଣ ସମ୍ଭାବନା ରହିଛି ବୋଲି ଗବେଷଣାର ନେତୃତ୍ୱ ନେଉଥିବା ମାକ୍ସ ପ୍ଲାଙ୍କ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଆଷ୍ଟ୍ରୋନୋମିର କୋରିନ୍‌ ବେଲର୍‌ ସୂଚନା ଦେଇଛନ୍ତି।
ପୃଥିବୀର ନିକଟତର ହେବାକୁ ଯାଉଥିବା ସମସ୍ତ ଧୂମକେତୁ ଯେ ନିଶ୍ଚିତ ଧକ୍କା ହେବ ତାହା ନୁହେଁ। ଧୂମକେତୁର କକ୍ଷରେ ଯଦି ପୃଥିବୀ କକ୍ଷ ସମାନ ହୋଇଯାଏ, ତା’ହେଲେ ମାଡ଼ ହେବାର ପୂର୍ଣ୍ଣ ସମ୍ଭାବନା ରହିଛି। ନଚେତ୍‌ ଏହା ପୃଥିବୀ ନିକଟ ଦେଇ ଅତିକ୍ରମ କରିପାରେ। ଆଗାମୀ ୧୦ ବର୍ଷ ମଧ୍ୟରେ ସୂର୍ଯ୍ୟର ୧୬.୩ ଆଲୋକବର୍ଷ ମଧ୍ୟରେ ୪୯୦ରୁ ୬୦୦ ତାରକା ଅତିକ୍ରମ କରିବାକୁ ଯାଉଛନ୍ତି। ତାରକାଗୁଡ଼ିକର ଧୂମକେତୁ ପୃଥିବୀ ସହ ଧକ୍କା ହେବ କି ନାହିଁ ତାହା ସେହି ସମୟ ମଧ୍ୟରେ ଅର୍ଟ ବାଦଲର ସ୍ଥିତି ଉପରେ ନିର୍ଭର କରେ। ବର୍ତ୍ତମାନ ଏହା ବିଷୟରେ କିଛି ପୂର୍ବାନୁମାନ କରାଯାଇ ପାରିବ ନାହିଁ ବୋଲି ଗବେଷକ ବେଲର ପ୍ରକାଶ କରିଛନ୍ତି।

All Right Reserved By

Model This Week

ନିକିତା

ଫୁରସତ |

ମଙ୍ଗଳରେ ସୁଶୁପ୍ତ ଜୀବନ

ମଙ୍ଗଳରେ ସୁଶୁପ୍ତ ଜୀବନ

ମିଆମି,୧୯।୪: ପୃଥିବୀର ଅନେକ ମରୁଭୂମିରେ ବର୍ଷ ବର୍ଷ ଧରି ବର୍ଷା ହୋଇ ନ ଥାଏ। କିନ୍ତୁ ସେଠାରେ ଅନେକ ଅଣୁଜୀବ ସୁଶୁପ୍ତ ଅବସ୍ଥାରେ ରହିଛନ୍ତି। ଉପଯୁକ୍ତ ପରିବେଶରେ ସେଭଳି ଅଣୁଜୀବ ବଂଶ ବିସ୍ତାର କରିଥାନ୍ତି। ସେହିପରି ମଙ୍ଗଳ ଗ୍ରହରେ ମଧ୍ୟ ସୁଶୁପ୍ତ ଅବସ୍ଥାରେ ଅନେକ ଅଣୁଜୀବ ରହିଛନ୍ତି। ଏନେଇ ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ଦକ୍ଷିଣ ଆମେରିକାର ଆଟାକାମା ମରୁଭୂମିରେ ପ୍ରାୟ ୧୦ ବର୍ଷରେ ଥରେ ବର୍ଷା ହୋଇଥାଏ।

ଇଞ୍ଜିନିୟରିଂ କ୍ୟାରିୟର ଛାଡି ଚା’ ବିକିଲେ ଦମ୍ପତି

ଇଞ୍ଜିନିୟରିଂ କ୍ୟାରିୟର ଛାଡି ଚା’ ବିକିଲେ ଦମ୍ପତି

ନାଗପୁର,୧୯।୪: ଚା’କୁ ଭଲପାଉଥିବା ଓ ଜୀବନରେ କିଛି ଭିନ୍ନ କରିବାର ଲକ୍ଷ୍ୟ ନେଇ ଇଞ୍ଜିନିୟରିଂ କ୍ୟାରିୟର ଛାଡି ଦମ୍ପତି ଚା’ ଦୋକାନ କରିଛନ୍ତି। ପୂଜା ଓ ତାଙ୍କ ସ୍ବାମୀ ନୀତିନ ବିୟାନି ପୁଣେରେ ସଫ୍ଟଓ୍ବେର ଇଞ୍ଜିନିୟର ଭାବେ କାମ କରୁଥିଲେ।

ଘୁଞ୍ଚିଲା ‘ଚନ୍ଦ୍ରଯାନ-୨’ ଉତ୍‌କ୍ଷେପଣ

ଘୁଞ୍ଚିଲା ‘ଚନ୍ଦ୍ରଯାନ-୨’ ଉତ୍‌କ୍ଷେପଣ

ନୂଆଦିଲ୍ଲୀ: ଘୁଞ୍ଚିଲା ‘ଚନ୍ଦ୍ରଯାନ-୨’ର ଉତ୍‌କ୍ଷେପଣ। ଚଳିତମାସ ଏହାର ମହାକାଶ ଯାତ୍ରା ନେଇ ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ ଆଣି ଚଳିତବର୍ଷ ଶେଷବେଳକୁ ଅକ୍ଟୋବର-ନଭେମ୍ବରରେ ‘ଚନ୍ଦ୍ରଯାନ-୨’ର ଉତ୍‌କ୍ଷେପଣ କରିବା ଲାଗି ଯୋଜନା କରାଯାଇଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ଅଧ୍ୟକ୍ଷ କେ. ଶିବନ୍‌ ବୁଧବାର କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି।

‘କୁଇନ୍‌ ବି’ ହୋଇପାରେ କାଳ୍ପନିକ ଭାବଧାରା

‘କୁଇନ୍‌ ବି’ ହୋଇପାରେ କାଳ୍ପନିକ ଭାବଧାରା

ଓ୍ବାଶିଂଟନ୍‌,୧୮ା୪: ପୁରୁଷ ପ୍ରାଧାନ୍ୟ ବ୍ୟବସ୍ଥାକୁ ଜଣେ ମହିଳା ଉତ୍ତୀର୍ଣ୍ଣ ହେଲେ ସେ ତାଙ୍କର ଅଧସ୍ତନ ମହିଳା କର୍ମଚାରୀଙ୍କୁ ଖରାପ ବ୍ୟବହାର କରନ୍ତି ବୋଲି ଯାହା କୁହାଯାଏ ତାହା ମନଗଢ଼ା। ଏହା ଏକ ସଦ୍ୟତମ ଅଧ୍ୟୟନରୁ ଜାଣିବାକୁ ମିଳିଛି।

ଭାରତୀୟ ବୈଜ୍ଞାନିକଙ୍କ କମାଲ: ଡେଙ୍ଗୁ ନିରୋଧୀ ଆୟୁର୍ବେଦିକ୍‌ ଔଷଧ

ଭାରତୀୟ ବୈଜ୍ଞାନିକଙ୍କ କମାଲ: ଡେଙ୍ଗୁ ନିରୋଧୀ ଆୟୁର୍ବେଦିକ୍‌ ଔଷଧ

ନୂଆଦିଲ୍ଲୀ,୧୮ା୪- ଡେଙ୍ଗୁ ରୋଗ ନିରାକରଣ ପାଇଁ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି ଭାରତୀୟ ବୈଜ୍ଞାନିକମାନେ। ବିଶ୍ୱରେ ଏହା ପ୍ରଥମ ବୋଲି କୁହାଯାଉଛି। ଆସନ୍ତା ବର୍ଷ ସୁଦ୍ଧା ଏହି ଔଷଧ ବଜାରକୁ ଆସିବା ନେଇ ଅନୁମାନ କରାଯାଉଛି।

ପଶ୍ଚିମବଙ୍ଗ: ମାଟିତଳେ ଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ବୋମା

ପଶ୍ଚିମବଙ୍ଗ: ମାଟିତଳେ ଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ବୋମା

ହଂସଖାଲି (ପଶ୍ଚିମବଙ୍ଗ),୧୮ା୪: ପଶ୍ଚିମବଙ୍ଗରୁ ଠାବ ହୋଇଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ଅମଳର ବୋମା। ରାଜ୍ୟର ନଦୀୟା ଜିଲାର ହଂସଖାଲି ଥାନା ଅନ୍ତର୍ଗତ ଛୋଟୋ ଚୁପ୍ରିଆ ଗ୍ରାମରେ ପୋଖରୀ ଖୋଳୁଥିବାବେଳେ ଦୁଇଟି ବୋମା ମାଟିତଳୁ ବାହାରିଛି। ସିଲିଣ୍ଡର ଭଳି ଦୁଇଟି ଜିନିଷ ମାଟିତଳୁ ବାହାରିଥିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

କୃଷି ଅନୁକୂଳର ପର୍ବ

କୃଷି ଅନୁକୂଳର ପର୍ବ

ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଓଡ଼ିଆ ନବବର୍ଷର ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ଏହି ମହାନ୍‌ କୃଷି ଭିତ୍ତିକ ପର୍ବ ଆମ ରାଜ୍ୟ ତଥା ଦେଶରେ ପାରମ୍ପରିକ ରୀତିରେ ପାଳିତ ହୋଇ ଆସୁଅଛି । ସକଳ କୃଷି କାର୍ଯ୍ୟ ଆଜି ଦିନ ଠାରୁ ହିଁ ଆରମ୍ଭ କରା ଯାଇଥାଏ । ତେଣୁ ଚାଷୀ ଭାଇମାନେ ଏହି ଦିବସଟିକୁ ସମସ୍ତ ଚାଷ କାର୍ଯ୍ୟର ଶୁଭାରମ୍ଭ ଦିବସ ଭାବେ ଗ୍ରହଣ କରି ଅକ୍ଷିମୁଠି ବୁଣିଥାନ୍ତି ।

 ମାଟି ଓ ବିହନ ବିଶୋଧନ

ମାଟି ଓ ବିହନ ବିଶୋଧନ

ରୋଗ, ପୋକ ଆକ୍ରମଣ ଯୋଗୁ ଆମ ରାଜ୍ୟର ଧାନ, ପନିପରିବା, ତୈଳବୀଜ, ଡାଲିଜାତୀୟ ଇତ୍ୟାଦି ବିଭିନ୍ନ ଫସଲର ଉତ୍ପାଦନ ହ୍ରାସ ପାଇଥାଏ। ସାଧାରଣତଃ ଆମ ରାଜ୍ୟରେ ଚାଷ କରାଯାଉଥିବା ଫସଲରେ ମାଟି ଏବଂ ବିହନଜନିତ ରୋଗର ମାତ୍ରା ବହୁଳ ଭାବେ ପରିଲକ୍ଷିତ ହୋଇଥାଏ ।

୨୩ ଭାଷାରେ ପିଲାଙ୍କୁ ଜ୍ଞାନ ବାଣ୍ଟୁଛି ରୋବଟ୍‌

୨୩ ଭାଷାରେ ପିଲାଙ୍କୁ ଜ୍ଞାନ ବାଣ୍ଟୁଛି ରୋବଟ୍‌

ପିଲାମାନେ ପାଠ ପଢିବା ବେଳେ ସାଧାରଣତଃ ଟିକେ ଭୟ କରିଥାଆନ୍ତି। କେଉଁଠି କିଛି ଭୁଲ୍‌ ହୋଇଗଲେ ମାଡ କିମ୍ବା ଗାଳି ଖାଇବାର ଭୟ ମଧ୍ୟ ଥାଏ। ସେଥିପାଇଁ ସେମାନେ ବେଳେବେଳେ ପ୍ରଶ୍ନ ପଚାରିବାକୁ ମଧ୍ୟ ଭୟ କରିଥାନ୍ତି।

୯ ଶହ ବର୍ଷ ମରୁଡ଼ି ଯୋଗୁ ଲୋପ ପାଇଥିଲା ସିନ୍ଧୁ ସଭ୍ୟତା

୯ ଶହ ବର୍ଷ ମରୁଡ଼ି ଯୋଗୁ ଲୋପ ପାଇଥିଲା ସିନ୍ଧୁ ସଭ୍ୟତା

ନୂଆଦିଲ୍ଲୀ, ୧୬।୪ : ଲଗାତର ୯ ଶହ ବର୍ଷ ଧରି ମରୁଡ଼ି ପଡିବା ଯୋଗୁ ସିନ୍ଧୁ ସଭ୍ୟତା ଲୋପ ପାଇଥିଲା। ଏନେଇ ଖଡ଼ଗପୁର ବୈଜ୍ଞାନିକ ଦଳ ତଥ୍ୟ ଭିତ୍ତିକ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ୪ ହଜାର ୩୫୦ ବର୍ଷ ପୁରୁଣା ସିନ୍ଧୁ ସଭ୍ୟତା ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରଭାବିତ ହୋଇଥିଲା। ପରବର୍ତ୍ତୀ ସମୟରେ ଏଠାରେ ଦୀର୍ଘଦିନ ଧରି ବର୍ଷା ହୋଇ ନ ଥିଲା।

କାଉଣ୍ଟିଂ ପେନ୍‌ ଆବିଷ୍କାର କଲେ ୯ ବର୍ଷର ବାଳକ

କାଉଣ୍ଟିଂ ପେନ୍‌ ଆବିଷ୍କାର କଲେ ୯ ବର୍ଷର ବାଳକ

ନୂଆଦିଲ୍ଲୀ,୧୬।୪: ଗୋଟିଏ ପଟେ କଶ୍ମୀର ଆତଙ୍କବାଦ ସହ ଲଢିବା ବେଳେ ଅନ୍ୟପଟେ ଯୁବଗୋଷ୍ଠୀ ଅଧାରୁ ପାଠ ଛାଡୁଛନ୍ତି। ଏପରି ପରିସ୍ଥିତିରେ କିନ୍ତୁ ଉଦାହରଣ ପାଲଟିଛନ୍ତି ଜଣେ ୯ବର୍ଷର ବାଳକ।

ଭାରତୀୟ  ରେଳସେବାକୁ ପୂରିଲା ୧୬୫ ବର୍ଷ

ଭାରତୀୟ ରେଳସେବାକୁ ପୂରିଲା ୧୬୫ ବର୍ଷ

ନୂଆଦିଲ୍ଲୀ, ୧୬।୪ : ଭାରତୀୟ ରେଳସେବାକୁ ୧୬୫ ବର୍ଷ ପୂରିଛି। ୧୮୫୩ ମସିହା ଏପ୍ରିଲ୍‌ ୧୬ ତାରିଖ ଅପରାହ୍ନ ୩ଟା ୩୫ରେ ଦେଶରେ ଆରମ୍ଭ ହୋଇଥିଲା ପ୍ରଥମ ରେଳସେବା। ପ୍ରଥମକରି ଦେଶର ବୋରିବନ୍ଦର(ଛତ୍ରପତି ଶିବାଜୀ ଟର୍ମିନାଲ)ଠାରୁ ଥାନେ ପର୍ଯ୍ୟନ୍ତ ୩୫ କିଲୋମିଟର ପର୍ଯ୍ୟନ୍ତ ରେଳ ଚଳାଚଳ କରିଥିଲା। ଏଥିରେ ୨୦ଟି ବଗି ଥିଲା।