ସମ୍ପାଦକୀୟ |

ହଲାଲ, ହରାମ ଓ ମକରୁହ

ହଲାଲ, ହରାମ ଓ ମକରୁହ
ପରିବେଶ ପରିଚିନ୍ତା-ମାନେକା ଗାନ୍ଧୀ/ ହାଇଦ୍ରାବାଦରେ ୧୮୭୬ରେ ପ୍ରତିଷ୍ଠିତ ମୁସଲିମ୍‌ ଶିକ୍ଷାଳୟ ଜାମିଆ ନିଜାମିଆ ପକ୍ଷରୁ ନିକଟରେ ଚିଙ୍ଗୁଡ଼ି ଓ କଙ୍କଡ଼ା ଖାଇବା ଉପରେ ନିଷେଧାଦେଶ ଜାରି କରାଯାଇଛି। କୁହାଯାଇଛି, ଏହା କୁଆଡ଼େ ମକରୁହ ତାହରିମ୍‌ (ଅତି ଘୃଣ୍ୟ)। ଇସ୍‌ଲାମ ମତରେ ଖାଦ୍ୟ ତିନି ପ୍ରକାର: ହଲାଲ (ଅନୁମୋଦିତ), ହରାମ (ନିଷିଦ୍ଧ) ଓ ମକରୁହ (ଘୃଣ୍ୟ ଓ ବର୍ଜନୀୟ)। ଅଧିକାଂଶ ମୁସଲମାନ ମାଂସ ଖାଆନ୍ତି, ଯଦିଚ ରସୁଲ ମହମ୍ମଦ ନିଜେ ଜଣେ ଶୁଦ୍ଧ ନିରାମିଷାଶୀ ଥିଲେ, ଯେ କି ପିଆଜ ଓ ରସୁଣ ମଧ୍ୟ ଖାଉ ନ ଥିଲେ। ତେବେ ଅଧିକାଂଶ ମୁସଲମାନ ସେମାନଙ୍କୁ ଧର୍ମଶାସ୍ତ୍ରରେ କ’ଣ ଖାଇବାକୁ ଅନୁମତି ଦିଆଯାଇଛି, ତାହା ଜାଣନ୍ତି ନାହିଁ। ସେମାନେ କେବଳ ଏତିକି ଜାଣିଛନ୍ତି ଯେ, ପଶୁ ମାରି ମାଂସ ଖାଇବା ଦୁଇ ପ୍ରକାର- ମୁସଲମାନମାନେ ଯାହା ଖାଆନ୍ତି, ତାହା ହଲାଲ ଏବଂ ଅଣ-ମୁସଲମାନ ଯାହା ଖାଆନ୍ତି, ତାହା ଝଟ୍‌କା। ବାସ୍ତବରେ ଭାରତରେ ପ୍ରାଣୀମାନଙ୍କୁ ଯେପରି ମରାଯାଉଛି, ତାହା ହଲାଲ ନୁହେଁ ବା ଝଟ୍‌କା ବି ନୁହେଁ। ଚାରି ପ୍ରକାର ଖାଦ୍ୟ ଅଛି: ୧) ହଲାଲ ବା ଅନୁମୋଦିତ- ଏଥିରେ ଧାରୁଆ ଛୁରି ବ୍ୟବହାର କରାଯାଏ। ମରାହେବା ପୂର୍ବରୁ ସେ ଏହା ଦେଖିବା ଉଚିତ ନୁହେଁ। ସେ ଭଲଭାବେ ଖାଇ ପିଇ ବିଶ୍ରାମ ନେଇଥିବା ଦରକାର। ତାକୁ ଅନ୍ୟ ପ୍ରାଣୀଙ୍କ ଆଗରେ ମରାଯିବ ନାହିଁ। ତାକୁ ଗଳା କାଟି ମରାଯିବ, ଯେପରି ସବୁ ରକ୍ତ ନିଗିଡ଼ିଯିବ। ଗଳା କାଟିବା ବେଳେ ଆଲ୍ଲାଙ୍କ ନାମ ସ୍ମରଣ କରି ବିସ୍‌ମିଳ୍ଲା କହି ଗଳା କଟାଯିବ। ତା’ହେଲେ ତାହା ହଲାଲ ପଦବାଚ୍ୟ ହେବ। ପୁଣି କେବଳ ଶାକାହାରୀ ପ୍ରାଣୀଙ୍କୁ ମରାଯିବ। ଯେଉଁ ପକ୍ଷୀ କେବଳ ମଞ୍ଜି ଓ ଫଳ ଖାଆନ୍ତି, ସେମାନଙ୍କୁ ବି ଖିଆଯାଇପାରିବ। ଯେଉଁ ପକ୍ଷୀ କୀଟପତଙ୍ଗ ଖାଆନ୍ତି, କିନ୍ତୁ କୀଟପତଙ୍ଗ ସେମାନଙ୍କ ଖାଦ୍ୟର ପ୍ରମୁଖ ଅଂଶ ନୁହେଁ, ସେମାନଙ୍କୁ ବି ମାରି ଖାଇବାର ଅନୁମତି ଅଛି। ଝିଣ୍ଟିକା, ପଙ୍ଗପାଳ ପରି କୀଟପତଙ୍ଗ ଖାଉଥିବା ପକ୍ଷୀ ଅନୁମୋଦିତ, କିନ୍ତୁ ଅନ୍ୟ ପକ୍ଷୀଙ୍କୁ ଖିଆଯାଇପାରିବ ନାହିଁ। ଫଳ ଓ ପନିପରିବା ଖାଇବା ବେଳେ ଦେଖିବାକୁ ହେବ, ସେଥିରେ ଯେପରି କୌଣସି ପୋକଜୋକ ନ ଥାନ୍ତି। ଶାମୁକା ଓ ଗେଣ୍ଡା ଖାଇବା ନିଷିଦ୍ଧ। ମହି ବା ଲେମ୍ବୁ ଦେଇ ଛିଣ୍ଡାଯାଇଥିବା ଛେନା ଖିଆଯାଇପାରିବ। ଶସ୍ୟ ଖାଇବାକୁ ଅନୁମତି ଅଛି, ଯଦି ତାହା ପ୍ରାଣୀ ଚର୍ବି ବା ଅନ୍ୟ ନିଷିଦ୍ଧ ଉପାଦାନ ଦେଇ ତିଆରି ହୋଇ ନ ଥିବ। କିଣ୍ବନୀକୃତ ସୁରାସାର (ଆଲ୍‌କୋହଲ)ରୁ ପ୍ରସ୍ତୁତ ଭିନେଗାର ଖାଦ୍ୟରେ ବ୍ୟବହାର କଲେ ଚଳିବ। ୨. ହରାମ ବା ନିଷିଦ୍ଧ ଖାଦ୍ୟ- କୋରାନ ବା ସୁନ୍ନହରେ ନିଷିଦ୍ଧ କର୍ମକୁ ହରାମ କୁହାଯାଏ। ମୁସଲମାନମାନଙ୍କୁ ବହୁଥିବା ରକ୍ତ ଖାଇବାକୁ ବାରଣ କରାଯାଇଛି। ଘୁଷୁରି, କୁକୁର, ବିରାଡ଼ି, ମାଙ୍କଡ଼ ପ୍ରଭୃତିଙ୍କ ମାଂସ ହରାମ। ଏମାନଙ୍କ ମାଂସ କେବଳ କିଛି ଖାଇବାକୁ ନ ମିଳିଲେ ଜୀବନ ବଞ୍ଚାଇବା ପାଇଁ ଜରୁରୀ ପରିସ୍ଥିତିରେ ଖିଆଯାଇପାରିବ। ସବୁ ପ୍ରକାର ମାଂସାଶୀ ପ୍ରାଣୀଙ୍କ ମାଂସ ହରାମ। ସବୁ ପ୍ରକାର ମାଂସାଶୀ ପକ୍ଷୀ ଯଥା ବାଜପକ୍ଷୀ, ଶାଗୁଣା ଇତ୍ୟାଦିଙ୍କ ମାଂସ ହରାମ। ପୋଷା ମାଙ୍କଡ଼ଙ୍କ ମାଂସ ହରାମ। ମୂଷା, ବିଛା, ସାପ ପ୍ରଭୃତିଙ୍କ ମାଂସ ହରାମ। ପ୍ରକୃତରେ ସବୁ ପ୍ରକାର ସରୀସୃପ, ଉଭୟଚର (ବେଙ୍ଗ, କଇଁଛ) ଓ ମୂଷା ଜାତୀୟ ପ୍ରାଣୀ ହରାମ। ଯେଉଁ ପ୍ରାଣୀ ପୂର୍ବରୁ ମରିଯାଇଛି ବା ଯାହାକୁ ଇସଲାମୀୟ ପଦ୍ଧତିରେ ମରାଯାଇ ନାହିଁ, ତା’ ମାଂସ ହରାମ। ଯେଉଁ ପ୍ରାଣୀକୁ ଆଲ୍ଲାଙ୍କ ନାମ ନ ନେଇ ବା ଅନ୍ୟ କାହାର ନାମ ନେଇ ମରାଯାଇଛି, ତା’ ମାଂସ ଖାଇବା ନିଷିଦ୍ଧ। ଇସ୍‌ଲାମରେ ମାଦକ ଦ୍ରବ୍ୟ ନିଷିଦ୍ଧ। ରସୁଲ ମହମ୍ମଦ ମାଦକ ଦ୍ରବ୍ୟର ଆମଦାନି, ରପ୍ତାନି ଓ ବ୍ୟବସାୟ କରିବାକୁ ବାରଣ କରିଛନ୍ତି। କୌଣସି ମୁସଲମାନ ମାଦକ ଦ୍ରବ୍ୟ ବିକ୍ରି ହେଉଥିବା ଦୋକାନରେ ଚାକିରି କରିପାରିବ ନାହିଁ କିମ୍ବା ସେପରି ଦୋକାନର ମାଲିକ ହୋଇପାରିବ ନାହିଁ। ଏଠାରେ ମାଦକ ଦ୍ରବ୍ୟ କହିଲେ କେବଳ ମଦ ନୁହେଁ, ତମାଖୁ, ପାନ, ଦୋକତା, ଗଞ୍ଜେଇ, ଅଫିମ, ଚରସ, ହେରୋଇନ, କୋକେନ ଆଦି ସବୁ ପ୍ରକାର ନିଶାଦ୍ରବ୍ୟକୁ ବୁଝାଏ। ଯେଉଁ ଟେବୁଲରେ ମଦ ପରଷାଯାଉଥିବ, ଜଣେ ମୁସଲମାନ ସେ ଟେବୁଲରେ ବସିବାର ଅନୁମତି ନାହିଁ। ଜାଇଫଳ, ହେଙ୍ଗୁ, ଭାନିଲା ନିର୍ଯ୍ୟାସ ଓ ଜିଲାଟିନ୍‌ (ଏଥିରେ ଘୁଷୁରି ଅଂଶ ଅଛି) ମଧ୍ୟ ନିଷିଦ୍ଧ। ଅନେକ ମିଠାରେ ଜାଇଫଳ, ଭାନିଲା ନିର୍ଯ୍ୟାସ ଓ ଜିଲାଟିନ୍‌ ଦିଆଯାଉଥିବାରୁ ସେ ସବୁ ମଧ୍ୟ ଜଣେ ମୁସଲମାନ ପାଇଁ ନିଷିଦ୍ଧ। ଯେଉଁ ଖାଦ୍ୟରେ ମଣିଷ ଦେହର କୌଣସି ଅଂଶ ଥାଏ, ତାହା ହରାମ। ସେଥିପାଇଁ ଜଣେ ଖାଣ୍ଟି ମୁସଲମାନ ବିସ୍କୁଟ ଖାଇବା ଉଚିତ ନୁହେଁ। କାରଣ ଅଧିକାଂଶ ବିସ୍କୁଟରେ ମଣିଷର କେଶ ବ୍ୟବହାର କରାଯାଏ, ଯାହାକୁ କୁହାଯାଏ ଏଲ୍‌ ସିଷ୍ଟିନ୍‌ (ଏକ ପ୍ରକାର ଆମିନୋ ଏସିଡ୍‌)। ଲୋକେ ତିରୁପତି ପରି ହିନ୍ଦୁ ମନ୍ଦିରଗୁଡ଼ିକରେ ପିଲାଙ୍କ ବାଳ ପକାନ୍ତି, ଯେଉଁଠାରୁ ବିସ୍କୁଟ୍‌ କମ୍ପାନୀଗୁଡ଼ିକ ତାହା କିଣି ନିଅନ୍ତି। କୁକୁଡ଼ା ସମେତ ଯେହେତୁ ସବୁ ପ୍ରକାର ପକ୍ଷୀଙ୍କ ମୁଖ୍ୟ ଖାଦ୍ୟ ହେଉଛି କୀଟପତଙ୍ଗ, ତେଣୁ ମୁସଲମାନଙ୍କ ପାଇଁ ତାହା ହରାମ। କିନ୍ତୁ ରାସ୍ତାକଡ଼ ଅଧିକାଂଶ କୁକୁଡ଼ା ଦୋକାନ ହେଉଛି ମୁସଲମାନଙ୍କର। ଯେଉଁ ଖାଦ୍ୟରେ ରକ୍ତ ଥିବ ବା ତା’ର ବାଇପ୍ରଡକ୍ଟ (ଉପଜାତ) ହୋଇଥିବ ତାହା ହରାମ। ୩. ମସ୍‌ବୁହ, ମୁସ୍ତାବହତ୍‌ ବା ସନ୍ଦେହଜନକ- ଯଦି କୌଣସି ଖାଦ୍ୟ ବା ପାନୀୟ ହଲାଲ ବା ହରାମ ବୋଲି ଜାଣିବାର ଉପାୟ ନ ଥାଏ, ତେବେ ମୁସଲମାନଙ୍କ ପାଇଁ ତାହା ବର୍ଜନୀୟ। ୪. ମକରୁହ ବା ଘୃଣ୍ୟ- ମୁସଲମାନମାନଙ୍କୁ କୌଣସି ଘୃଣ୍ୟ କାର୍ଯ୍ୟ କରିବା ବା ଘୃଣ୍ୟ ଓ ଅନୁପଯୁକ୍ତ ଖାଦ୍ୟ ଖାଇବାକୁ ବାରଣ କରାଯାଇଛି। ଏହି ନିୟମ ମାନିଲେ ଜଣେ ମୁସଲମାନ ବ୍ୟକ୍ତି ଆଲ୍ଲାଙ୍କଠାରୁ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇପାରିବ। କୋରାନରେ କୁହାଯାଇଛି, ମଣିଷମାନେ କେବଳ ବିଶୁଦ୍ଧ, ପବିତ୍ର ଓ ହଲାଲ ଖାଦ୍ୟ ଖାଇବା ଉଚିତ। ଯାହା ଅପବିତ୍ର ବା ମକରୁହ ତାହାକୁ ତ୍ୟାଗ କରିବା ଉଚିତ। ବାସି ଓ ପଚା ଖାଦ୍ୟ ଏହାର ଅନ୍ତର୍ଗତ। ଚିଙ୍ଗୁଡ଼ି ଓ କଙ୍କଡ଼ା ପଚା ମାଂସ ଖାଆନ୍ତି। ତେଣୁ ମୁସଲମାନଙ୍କ ପାଇଁ ଏହା ଘୃଣ୍ୟ। ସନ୍ଦିଗ୍ଧ ମାଂସ ଝୋଳ ମଧ୍ୟ ବର୍ଜନୀୟ, କାରଣ ନିର୍ଦ୍ଦିଷ୍ଟଭାବେ କୁହାଯାଇ ନ ଥିଲେ, ଏଥିରେ ଘୁଷୁରି ମାଂସ ବି ଥାଇପାରେ। ଲିପ୍‌ଷ୍ଟିକ୍‌ ଇତ୍ୟାଦି ପ୍ରସାଧନ ସାମଗ୍ରୀ ଏବଂ ନାଲି ବା ଗୋଲାପି ଖାଦ୍ୟ ରଙ୍ଗ କୋଚିନିଲ ବିଟିଲ ନାମକ ମାଈ କୀଟଙ୍କଠାରୁ ତିଆରି କରାଯାଉଥିବାରୁ ଏହାକୁ ଧର୍ମବିଶ୍ୱାସୀ ମୁସଲମାନମାନେ ବ୍ୟବହାର କରିବା ଅନୁଚିତ। ମଇଦାରେ ପ୍ରସ୍ତୁତ ପେଷ୍ଟ୍ରି ବା କେକ୍‌ରେ ଘୁଷୁରି ଚର୍ବି ବ୍ୟବହାର କରାଯାଉଥିବାରୁ ଏହା ବର୍ଜନୀୟ। ଘୁଷୁରି ଓ ଗୋରୁ ହାଡ଼ ଏବଂ ଅନ୍ୟ ପ୍ରାଣୀ ଅଙ୍ଗକୁ ସିଝାଇ ଜିଲାଟିନ୍‌ ପ୍ରସ୍ତୁତ କରାଯାଏ ଏବଂ ତାକୁ ଅନେକ ପ୍ରକାର ମିଠା ଓ ଜେଲିରେ ବ୍ୟବହାର କରାଯାଏ। ତେଣୁ ହିନ୍ଦୁ ହେଉ ବା ମୁସଲମାନ ଏପରି ମିଠା ଖାଇବା ଉଚିତ ନୁହେଁ। ଅନେକ କ୍ୟାପ୍‌ସୁଲର ଖୋଳ ଜିଲାଟିନରେ ତିଆରି। କେତେକ ହଜମକାରକ ଔଷଧରେ ପେପ୍‌ସିନ୍‌ ଥାଏ, ଯାହା ଘୁଷୁରି ପାକସ୍ଥଳୀରେ ଥିବା ହଜମକାରକ ଏଞ୍ଜାଇମ୍‌ରୁ ତିଆରି। ତେଣୁ ଏଗୁଡ଼ିକ ବି ହରାମ। (Email: gandhim@nic.in)
All Right Reserved By

ସମ୍ପାଦକୀୟ |

ସିଆଇସିର କାର୍ଯ୍ୟବୋଝ

ସିଆଇସିର କାର୍ଯ୍ୟବୋଝ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ଆବଶ୍ୟକ ସଂଖ୍ୟକ ସୂଚନା ଆୟୁକ୍ତଙ୍କ ଅଭାବରୁ ବର୍ଦ୍ଧିତ କାର୍ଯ୍ୟଭାର ତୁଲାଇବାକୁ ବହୁ ହଇରାଣର ସମ୍ମୁଖୀନ ହେଉଛି। ୨୦୧୬ରୁ ଚାରିଜଣ ସୂଚନା କମିଶନର ଅବସର ନେବା ପରେ ସିଆଇସିଙ୍କ ସମେତ ମୋଟ ସୂଚନା ଆୟୁକ୍ତଙ୍କ ସଂଖ୍ୟା ୭କୁ ଖସିଆସିଛି। ଖାଲିସ୍ଥାନ ପୂରଣ ପାଇଁ ବିଜ୍ଞାପନ ଦିଆଯିବା ଓ ଦରଖାସ୍ତ ଆହ୍ବାନ କରାଯିବା ସତ୍ତ୍ୱେ ସରକାର ଏ ଯାବତ୍‌ ଉକ୍ତ ପଦବୀଗୁଡ଼ିକ ପୂରଣ କରିନାହାନ୍ତି। ସରକାର ଯଦି ଉକ୍ତ ଖାଲିସ୍ଥାନଗୁଡ଼ିକ ପୂରଣ ନ କରନ୍ତି ତେବେ ଆସନ୍ତା ଡିସେମ୍ବର ମାସରେ ସୂଚନା ଆୟୁକ୍ତଙ୍କ ସଂଖ୍ୟା ୩କୁ ଖସିଯିବ। ପୁନଶ୍ଚ ଅଞ୍ଜଳି ଚାନ୍ଦ ବିଦା ହେବା ପରଠାରୁ ଆୟୋଗର ସେକ୍ରେଟାରୀ ପଦ ମଧ୍ୟ ଖାଲି ପଡ଼ିଛି। ପ୍ରାପ୍ତ...

 ସମୟର ବହୁ ଆଗରେ ଅଟଳ ବିହାରୀ

ସମୟର ବହୁ ଆଗରେ ଅଟଳ ବିହାରୀ

ନରେନ୍ଦ୍ର ମୋଦି 

ଅଟଳଜୀ ଆଉ ନାହାନ୍ତି। ମୋ ମନ କିନ୍ତୁ ମାନୁନି। ଲାଗୁଛି ଅଟଳଜୀ ମୋ ଆଖି ସାମ୍ନାରେ ଅଛନ୍ତି। ସେମିତି ସ୍ଥିର ନିଶ୍ଚଳ ହୋଇ ଭାବଗମ୍ଭୀର ମୁଦ୍ରାରେ ବସି ରହିଛନ୍ତି, ଯାହାଙ୍କ ହାତ ମୋ ପିଠି ଥାପୁଡ଼େଇ ଦେଉଥିଲା, ଯିଏ ମୋତେ ସ୍ନେହବୋଳା ହସରେ ଅନେକବାର କୁଣ୍ଢେଇ ଧରୁଥିଲେ, ଏବେ ସେ ସ୍ଥିର। ଅଟଳଜୀଙ୍କ ଏଭଳି ସ୍ଥିରତା ମୋତେ କେମିତି ବ୍ୟତିବ୍ୟସ୍ତ କରି ପକାଉଛି, ମନକୁ ଅସ୍ଥିର କରିଦେଉଛି। ଆଖିରେ କେମିତି ଏକ ଜ୍ୱଳନ ଅନୁଭବ କରୁଛି, ମୋ ଅନ୍ତରାମତ୍ା କିଛି କହିବାକୁ ଚାହୁଁଛି, ଢେର୍‌ କିଛି କହିବାକୁ ଚାହୁଁଛି। ହେଲେ କିଛି ବ୍ୟକ୍ତ କରିପାରୁନାହିଁ। ମୁଁ ନିଜକୁ ବାରମ୍ବାର ବିଶ୍ୱାସ ଦେବାକୁ ପ୍ରୟାସ କରୁଛି ଯେ ଅଟଳଜୀ ଏବେ ନାହାନ୍ତି। କିନ୍ତୁ ଏଭଳି ବିଚାର ମନକୁ ଆସିବା ମାତ୍ରେ ମୁଁ ନିଜକୁ ନିଜେ ଏଭଳି ଚିନ୍ତନରୁ ମୁକ୍ତ କରୁଛି। ସତରେ କ’ଣ ଅଟଳଜୀ ଆଉ ନାହାନ୍ତି? ନା। ମୁଁ ନିଜ ଭିତରେ ତାଙ୍କ କଣ୍ଠସ୍ବରର ଗୁଞ୍ଜରଣ ଅନୁଭବ କରିପାରୁଛି। ତା’ହେଲେ କେମିତି ମାନିଯିବି ଯେ ସେ ଆଉ ନାହାନ୍ତି! ...

ଏଇ ଭାରତରେ

ଏଇ ଭାରତରେ

ଦକ୍ଷିଣ ଗୋଆରେ ଥିବା ଏକ ଜଳଖିଆ ଦୋକାନ ପୂର୍ବରୁ ପର୍ତ୍ତୁଗୀଜ୍‌ କଲୋନିର ଅଂଶବିଶେଷ ଥିଲା। ପ୍ରତିବର୍ଷ ଅଗଷ୍ଟ ୧୫ରେ ଏଠାରେ  ପତାକା ଉତ୍ତୋଳନ ସହିତ ଅତୀତର ସ୍ମୃତିଚାରଣ କରାଯାଏ। ‘ଭାରତ କାଫେ’ ନାମକ ଏହି ଜଳଖିଆ ଦୋକାନ ପର୍ତ୍ତୁଗୀଜ୍‌ ଅମଳର ସ୍ମୃତି ବହନ କରିଛି। ଦକ୍ଷିଣ ଗୋଆର ଓଲ୍ଡ ମାର୍ଗାଓ ମାର୍କେଟରେ ଏହା ଅବସ୍ଥିତ। ଚଳିତବର୍ଷ ସ୍ବାଧୀନତା ଦିବସ ପାଇଁ ଏହାକୁ ବେଶ୍‌ ସୁସଜ୍ଜିତ...

ଆଜିର ଅର୍ଥନୀତି/ଟଙ୍କା ନିମ୍ନଗାମୀ

ଆଜିର ଅର୍ଥନୀତି/ଟଙ୍କା ନିମ୍ନଗାମୀ

ଭାରତୀୟ ମୁଦ୍ରା ଟଙ୍କାର ସମସ୍ୟା ସରିବା ପରି ଲାଗୁନାହିଁ। ଗୁରୁବାର ଟଙ୍କାର ମୂଲ୍ୟ ଡଲାର ତୁଳନାରେ ଖସି ସର୍ବକାଳୀନ ରେକର୍ଡ ନିମ୍ନସ୍ତରରେ ୭୦ ଟଙ୍କା ୨୦ ପଇସାରେ ପହଞ୍ଚିଛି। ଦିବସ ଆରମ୍ଭରୁ ଟଙ୍କାର ମୂଲ୍ୟ ତୀବ୍ରବେଗରେ ଖସିବାକୁ ଆରମ୍ଭ କରି ୪୨ ପଇସା ପର୍ଯ୍ୟନ୍ତ ଖସିଯାଇଥିଲା, ଯାହା ସର୍ବକାଳୀନ ରେକର୍ଡ ଏବଂ ଏକ ଡଲାରର ମୂଲ୍ୟ ୭୦ ଟଙ୍କା ୩୨ ପଇସାରେ ପହଞ୍ଚିଥିଲା। ଟଙ୍କାର ଅବମୂଲ୍ୟାୟନର ସଦ୍ୟତମ ମୁଖ୍ୟ କାରଣ ହେଉଛି ତୁର୍କୀ ସଂକଟ ଏବଂ ଆମେରିକୀୟ ଡଲାରର ଚାହିଦା ବୃଦ୍ଧି।   ମଙ୍ଗଳବାର ଡଲାର ...

ଭରସା ହରାଉଛି ହୀରାକୁଦ ଡ୍ୟାମ୍‌

ଭରସା ହରାଉଛି ହୀରାକୁଦ ଡ୍ୟାମ୍‌

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ

କିଛିଦିନ ତଳେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ, ହୀରାକୁଦ ବନ୍ଧରେ ମାତ୍ରାଧିକ ଜଳପ୍ରବାହକୁ ଦୃଷ୍ଟିରେ ରଖି ଏବେ ଆଉ ଅଧିକ ୫ଟି ସ୍ଲୁଇସ୍‌ ଗେଟ୍‌ ନିର୍ମାଣ ପାଇଁ ସରକାର ପଦକ୍ଷେପ ନେଲେଣି। ବର୍ତ୍ତମାନ ରହିଥିବା ୩୪ କ୍ରେଷ୍ଟ ଗେଟ୍‌ (ଉପର ଗେଟ୍‌)ରେ ସେକେଣ୍ଡକୁ ୪୨,୪୫୦ ଘନମିଟର ଜଳ ନିଷ୍କାସନ କ୍ଷମତା ଥିଲାବେଳେ, ଏହାକୁ ୬୯,୬୩୨ ଘନମିଟରକୁ ବୃଦ୍ଧି କରିବାକୁ ଅତିରିକ୍ତ ସ୍ଲୁଇସ୍‌ ଗେଟ୍‌ ଆବଶ୍ୟକ ବୋଲି କୁହାଯାଉଛି। ୨୦୧୬ରେ ଏହି ଅତିରିକ୍ତ ସ୍ଲୁଇସ୍‌ ଗେଟ୍‌ ପାଇଁ ୫୯୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା, ଯାହା ଏବେ ଅଧିକ ବଢିଯିବ। ନୂତନ ନିର୍ମାଣ କରାଯିବା ଦ୍ୱାରା ଡ୍ୟାମ୍‌ ତଳି ଅଞ୍ଚଳରେ ଥିବା ୭ଟି ପଡ଼ାର ୭୧୬ ପରିବାର ବିସ୍ଥାପିତ ...

ଏତେ ତରତର

ଏତେ ତରତର

ଅଞ୍ଜନ ଚାନ୍ଦ

ବନସ୍ତ ଭିତରେ ପଥଟିଏ। ପଥରେ ପଥିକ ଜଣେ ସାଧୁ। ଗୁଣୁଗୁଣୁ ଭଜନ ଗାଇ ଚାଲିଛନ୍ତି। ପଛରୁ ଜଣେ ବାଟୋଇ ଆସିଲେ। ତାଙ୍କୁ ଅତିକ୍ରମ କରି ଆଗକୁ ଚାଲିଗଲେ। ସାଧୁ ପଚାରିଲେ- ଏତେ ତରତର? ହଁ, ମୁଁ ଘରକୁ ଯିବି- ସେ ଉତ୍ତର ଦେଲେ।
ସାଧୁ କହିଲେ, ଯିଏ ଯାଉଛନ୍ତି ତାଙ୍କର ଗୋଟେ ଠିକଣା ଅଛି। ତେବେ ସେଥିପାଇଁ ଏତେ ବ୍ୟସ୍ତ କାହିଁକି?...

ଏଇ ଭାରତରେ

ଏଇ ଭାରତରେ

ଅନେକ ପିଲା ନିଖୋଜ ହୋଇଯାଆନ୍ତି। ସେମାନଙ୍କୁ ଖୋଜି ପାଇବା ମୁସ୍କିଲ୍‌ ହୋଇପଡେ। କିନ୍ତୁ ହାଇଦ୍ରାବାଦର ଜଣେ ୬ବର୍ଷର ବାଳକ ବର୍ଷକ ତଳେ ନିଖୋଜ ହୋଇଯାଇଥିଲେ ବି ତେଲେଙ୍ଗାନା ପୋଲିସର ଅଭିନବ ଉଦ୍ୟମ ଦ୍ୱାରା ତାଙ୍କର ସନ୍ଧାନ ମିଳିବା ସହଜ ...

ସମ୍ପାଦକୀୟ/ମାନ୍ୟତାରେ ସ୍ମାର୍ଟ

ସମ୍ପାଦକୀୟ/ମାନ୍ୟତାରେ ସ୍ମାର୍ଟ


୨୦୧୬ ଜାନୁୟାରୀରେ ଦେଶର ସ୍ମାର୍ଟ ସିଟି ତାଲିକାର ଏକ ନମ୍ବରରେ ଭୁବନେଶ୍ୱର ରହିଥିଲା। ଏହି ମାନ୍ୟତା ପାଇବା ପରେ ରାଜଧାନୀବାସୀଙ୍କ ମନରେ ଆନନ୍ଦ ଖେଳି ଯାଇଥିଲା। ଲୋକେ ଭାବିଲେ ସ୍ମାର୍ଟ ସିଟି ଯୋଗ୍ୟତା ହାସଲ ହୋଇ ପାରିଥିବାରୁ ପର୍ଯ୍ୟାପ୍ତ ଅର୍ଥ ବିନିଯୋଗ କରାଯାଇ ଭିତ୍ତିଭୂମି ସୁଦୃଢ଼ କରାଯିବ। ହେଲେ ଡ୍ରେନ୍‌ରେ ଭାସିଯାଇ ଲୋକଙ୍କ ମୃତ୍ୟୁ ଘଟିବା ଭଳି ଖବର ବିପରୀତ ଚିତ୍ର ପ୍ରଦର୍ଶନ କରୁଛି। ୨୦୧୮ ଅଗଷ୍ଟ ୧୩ ସନ୍ଧ୍ୟାରେ ୟୁନିଟ୍‌ ୬ ବନଦୁର୍ଗା ମନ୍ଦିର ନିକଟରେ ଜଣେ ବ୍ୟକ୍ତି ଖୋଲା ଡ୍ରେନ୍‌ରେ ଭାସିଯାଇ ପ୍ରାଣ ହରାଇଛନ୍ତି। ପ୍ରବଳ ବର୍ଷାରେ ସମ୍ପୃକ୍ତ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଥିଲା। ମେଲା ପଡ଼ିଥିବା ଡ୍ରେନ୍‌ ଉପରେ ଜଳସ୍ରୋତ ଚାଲିଥିବା ଜାଣି ....

 ଦଳିତ, ଅନୁସୂଚିତ ଜାତି ଓ ସମ୍ବିଧାନ

ଦଳିତ, ଅନୁସୂଚିତ ଜାତି ଓ ସମ୍ବିଧାନ

ଅନିଲ କୁମାର ମଲ୍ଲିକ

ଆମେ ଦଳିତ କାହାକୁ କହିବା? ଯେଉଁମାନେ ଦରିଦ୍ର ବା ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଛନ୍ତି ନା ଯେଉଁମାନେ ଜାତି ଆଧାରରେ ଛୁଆଁ ଅଛୁଆଁ ଭେଦଭାବର ଶିକାର ହେଉଛନ୍ତି? ହଜାର ହଜାର ବର୍ଷ ଧରି କଳଙ୍କିତ ଜାତିପ୍ରଥାର ଶିକାର ହୋଇ ସମସ୍ତ ମୌଳିକ ଅଧିକାରରୁ ବଞ୍ଚିତ ହୋଇ ଅବହେଳିତ, ନିଷ୍ପେଷିତ ହୋଇ ରହିଥିବା ବର୍ଗ ଦଳିତ ନା ଜଣେ ସାଧାରଣ ବର୍ଗର ଲୋକ ଯିଏ ଜାତିପ୍ରଥାର ଶ୍ରେଷ୍ଠ ଆସନରେ ଆସୀନ, କିନ୍ତୁ କେବଳ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଛନ୍ତି ସେମାନେ?...

ଦେଶପ୍ରେମର ଗାନ

ଦେଶପ୍ରେମର ଗାନ

ଡ. କିଶୋର ମହାନ୍ତି

ଦେଶପ୍ରେମର ଗାନ ମାଧ୍ୟମରେ ମାଟି ମା’ର ପଦସେବା କରେ ଦେଶପ୍ରେମୀ ବିପ୍ଳବୀ କବି। ଏମିତି ବିପ୍ଳବୀ କବି ସୃଷ୍ଟି ହେଉଥିଲେ ଆମ ସ୍ବାଧୀନତା ସଂଗ୍ରାମ ସମୟରେ। ଗାନ୍ଧିଜୀଙ୍କ ଡାକରାରେ ସମଗ୍ର ଦେଶ ପ୍ରକମ୍ପିତ ହୋଇ ଉଠୁଥିଲା। ହିମାଚଳଠାରୁ କୁମାରିକା ଯାଏ କବିଙ୍କର ଗାନ ପ୍ରତିଟି ପ୍ରାଣରେ ଅଗ୍ନିସ୍ଫୁଲିଙ୍ଗ ସୃଷ୍ଟି କରିଥିଲା। ଜାତୀୟ ମୁକ୍ତି ସଂଗ୍ରାମକୁ ତୀବ୍ରତର କରିବା ପାଇଁ ସେମାନଙ୍କ ଲେଖନୀ ବଜ୍ରଠାରୁ କଠିନ ଓ ଶକ୍ତିଶାଳୀ ହୋଇଉଠିଥିଲା। ଭାରତଜନନୀର ଚରଣ ବନ୍ଦନା କରି କବି ନିଜେ ଗର୍ବିତ ହୁଏ ଯେମିତି ଆମ କବି ଗାଇ ଉଠିଥିଲେ- ”ତୁହି ମା ଜନମଭୂମି ପବିତ୍ର ଭାରତଭୂମି, ତୋହରି ସନ୍ତାନ ଆମେ ଅଟୁ ସରବେ...।“ (ଭକ୍ତକବି ମଧୁସୂଦନ)...

ଏଇ ଭାରତରେ

ଏଇ ଭାରତରେ

ଦିନକୁ ଦିନ ଦେଶରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ଏହାର ନିରାକରଣ ଲାଗି ଅନେକ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ବେଙ୍ଗାଲୁରୁରେ ସଡ଼କ ଦୁର୍ଘଟଣା ସମ୍ପର୍କରେ ସଚେତନତା ବୃଦ୍ଧି ଲାଗି ସ୍ଥାନୀୟ ପୋଲିସ ଏକ ଅଭିନବ ପନ୍ଥା ଆପଣାଇଛି। ଏଥିପାଇଁ ‘ଭଗବାନ୍‌ ଗଣେଶ’ଙ୍କ ସହାୟତା ନିଆଯାଇଛି। ମୃତ୍ୟୁର ଦେବତା ‘ଯମରାଜ’ଙ୍କ ପରେ ସେ ହେଉଛନ୍ତି ଦ୍ୱିତୀୟ ଧ...

 ଚିଲିକା ବଞ୍ଚାଅ

ଚିଲିକା ବଞ୍ଚାଅ

ସମ୍ପାଦକୀୟ/ତଥାଗତ ସତପଥୀ

ଓଡ଼ିଶାର ଚିଲିକା ହ୍ରଦ ତା’ର ବିଶେଷତ୍ୱ ପାଇଁ ସାରା ବିଶ୍ୱରେ ପରିଚିତ। ଲବଣ ଜଳର ଏହି ହ୍ରଦ ଜୈବ ବିବିଧତା ବଜାୟ ରଖିବାରେ ଭାରତର ପ୍ରଥମ ଆର୍ଦ୍ରଭୂମି ବା ସନ୍ତସନ୍ତିଆ ଅଞ୍ଚଳ ଭାବେ ୧୯୮୧ରେ ରାମ୍‌ସର କନ୍‌ଭେନ୍‌ଶନରେ ମାନ୍ୟତା ପାଇଥିଲା। ଉଲ୍ଲେଖଯୋଗ୍ୟ, ୧୯୭୧ ମସିହାରେ ଇରାନ୍‌ର ରାମ୍‌ସର ନଗରରେ ଅନ୍ତର୍ଜାତୀୟ ସମ୍ମିଳନୀ ଜରିଆରେ ଆର୍ଦ୍ରଭୂମି ସଂରକ୍ଷଣ ଲାଗି ପଦକ୍ଷେପ ଆରମ୍ଭ ହୋଇଥିଲା। ଚିଲିକା ୨୦୦୨ରେ ରାମ୍‌ସର କଞ୍ଜରଭେଶନ୍‌ ପୁରସ୍କାର ପାଇ ପୃଥିବୀର ପ୍ରକୃତିପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଚିଲିକାକୁ ଦେଖିଥିବା ପର୍ଯ୍ୟଟକ ଜାଣନ୍ତି ଯେ କେବଳ ଭାରତ ନୁହେଁ, ଦୂରଦୂରାନ୍ତରୁ ମଧ୍ୟ ବିଭିନ୍ନ ପ୍ରକାରର ଚଢ଼େଇ ଏଠାକୁ ଅସ୍ଥାୟୀ ବାସ ଭାବେ ବାଛିଥାନ୍ତି। ଫ୍ଲାମିଙ୍ଗୋ, ନର୍ଦନ ପିନ୍‌ଟେଲସ୍‌ ଭଳି ପ୍ରାୟ ୧୬୦ରୁ ଊର୍ଦ୍ଧ୍ୱ ପ୍ରକାରର ବିଦେଶୀ ପକ୍ଷୀ ପ୍ରତ୍ୟେକ ବର୍ଷ ଚିଲିକାକୁ ଆସିଥାନ୍ତି। ଏଥିରୁ ବୁଝିବାକୁ ହେବ ଯେ, ଶୀତଋତୁରେ ଚିଲିକାକୁ ଭାରତୀୟ ଉପମହାଦେଶର ସର୍ବବୃହତ୍‌ ଭ୍ରମଣକାରୀ ପକ୍ଷୀଙ୍କୁ ଆକୃଷ୍ଟ କରୁଥିବା ସ୍ଥଳୀ ଭାବେ ଦିଆଯାଇଥିବା ମାନ୍ୟତାକୁ କୌଣସି ଅମଲାତାନ୍ତ୍ରିକ କିମ୍ବା ରାଜନୈତିକ ପେଞ୍ଚରେ ମିଳିପାରିବ ନାହିଁ। ଅ...