ସମ୍ପାଦକୀୟ |

ପ୍ରେମ ଓ କରୁଣାର କବୀ

ପ୍ରେମ ଓ କରୁଣାର କବୀ
ଅଞ୍ଜନ କୁମାର ସାହୁ/ କୁନ୍ତଳା କୁମାରୀ ସାବତ ଓଡିଆ ସାହିତ୍ୟର ଏକ ବିରଳ ଅର୍ଜନ। ଝରା ଶେଫାଳି ପରି ଯଦିଓ ସେ ଝରିପଡିଥିଲେ ମାତ୍ର ୩୮ବର୍ଷ ବୟସରେ, କିନ୍ତୁ ଛାଡିଯାଇଥିଲେ ତାଙ୍କର ଅନନ୍ୟ ସୃଷ୍ଟି। ତାଙ୍କ ଲେଖା ପାଠକ ହୃଦୟରେ ସୃଷ୍ଟି କରେ ନୂତନ ଭାବନା। କୁନ୍ତଳାଙ୍କ କାବ୍ୟକବିତା ଜୀବନର ବ୍ୟଥା, ପ୍ରେମ, ପ୍ରଣୟ, ଦେଶାମତ୍ବୋଧ ତଥା ବିଭୁ ଚେତନାର କଥା କହେ। ପୁଣି କହେ ମାଟିର କଥା। ତାଙ୍କ କାବ୍ୟକବିତାରେ ଓଡିଶାର ଭାଷା, ସଂସ୍କୃତି ଓ ପରମ୍ପରାର ଚିତ୍ର ଅତି ନିଖୁଣ ଭାବେ ଚିତ୍ରିତ । ଏହି ମହାନ୍‌ କବୟିତ୍ରୀଙ୍କ ଜନ୍ମ ୧୯୦୧ ଫେବୃୟାରୀ ୮ ତାରିଖ ଖୋର୍ଦ୍ଧାରେ। ପିତାଙ୍କ ନାମ ଦାନିଏଲ ସାବତ ଓ ମାତାଙ୍କ ନାମ ମନିକା। ବର୍ମାରେ ତାଙ୍କ ଶୈଶବ ଅତିବାହିତ ହୋଇଥିଲା। କିଛି କାଳ ପରେ ପିତାମାତାଙ୍କ ମଧ୍ୟରେ ବିଚ୍ଛେଦ କାରଣରୁ ସେ ତାଙ୍କ ମାତାଙ୍କ ପାଖରେ ଦୁଃଖରେ କାଳାତିପାତ କରୁଥିଲେ। ୧୦ ବର୍ଷ ବୟସରେ କବିତା ଲେଖିବାରେ ପ୍ରୟାସୀ କୁନ୍ତଳା ମାତ୍ର ୨୨ବର୍ଷ ବୟସରେ ଓଡିଆ ସାହିତ୍ୟରେ ଜଣେ କବି ଭାବେ ଜଣାଶୁଣା ହୋଇଗଲେ। ତା’ ପରେ ରଚନା କରିଚାଲିଲେ ଗୋଟିକ ପରେ ଗୋଟିଏ କବିତା ଓ ଉପନ୍ୟାସ। ତାଙ୍କ ଲେଖନୀରୁ ଜନ୍ମ ନେଇଥିଲା ୮ଟି କାବ୍ୟ ଗ୍ରନ୍ଥ ଓ ୬ଟି ଉପନ୍ୟାସ। ଛାତ୍ରାବସ୍ଥାରୁ ପାଠ୍ୟପୁସ୍ତକ ବାହାରେ ଅନ୍ୟ ପୁସ୍ତକ ସବୁ ପଢିବାରେ ସେ ଆଗ୍ରହୀ ଥିଲେ। ବଙ୍ଗୀୟ ଲେଖକ ବଙ୍କିମଚନ୍ଦ୍ର, ହେମନ୍ତଚନ୍ଦ୍ର, ନବୀନଚନ୍ଦ୍ର ଓ ରବୀନ୍ଦ୍ରନାଥ ଟାଗୋରଙ୍କ ପୁସ୍ତକକୁ ସେ ଆଗ୍ରହ ସହକାରେ ପାଠ କରୁଥିଲେ। ଇଂଲିଶ ସାହିତ୍ୟର ବିଶିଷ୍ଟ ଲେଖକ ସେକ୍ସପିୟର ଓ ରୋମାଣ୍ଟିକ ଯୁଗର ସେଲି, ୱାର୍ଡସୱର୍ଥ, ବାଇରନ୍‌ ପ୍ରମୁଖଙ୍କ ଲେଖା ଦୁରୂହ ହେଲେ ବି ସେଥିପ୍ରତି ସେ ଆଗ୍ରହୀ ଥିଲେ। ପିତାଙ୍କ ସ୍ନେହ, ଶ୍ରଦ୍ଧା ଓ ଆର୍ଥିକ ସାହାଯ୍ୟରୁ ବଞ୍ଚିତା କୁନ୍ତଳା ମାତାଙ୍କ ପ୍ରେରଣାରେ ନବମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣା ହେଲେ। ଆର୍ଥିକ ଅନଟନ ତାଙ୍କ ଶିକ୍ଷାରେ ପ୍ରତିବନ୍ଧକ ସାଜିଲା। ସେଥିପାଇଁ ସେ ମେଡିକାଲ ସ୍କୁଲରେ ଡାକ୍ତରୀ ପଢି ଶୀଘ୍ର ରୋଜଗାରକ୍ଷମ ହେବାପାଇଁ ଚେଷ୍ଟା କଲେ। ମେଡିକାଲ ସ୍କୁଲର ଶିକ୍ଷକ କୈଳାସ ଚନ୍ଦ୍ର ରାଓ କୁନ୍ତଳାଙ୍କ ଅଭିଭାବକ କାର୍ଯ୍ୟ ତୁଲାଉଥିଲେ। ମେଧାବୀ ଶିକ୍ଷାର୍ଥୀର ଦୁଃଖକୁ ସେ ଅତି ପାଖରୁ ଅନୁଭବ କରି ତାଙ୍କୁ ଆର୍ଥିକ ସହାୟତା ଦେଉଥିଲେ। କୁନ୍ତଳା ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣପଦକ ପାଇଥିଲେ। ଏହାପରେ ସେ ସ୍ବାଧୀନ ଭାବରେ ଡାକ୍ତରୀ ବ୍ୟବସାୟ କରି ପରିବାର ପୋଷଣ କଲେ। ୧୯୨୫ ମସିହାରେ ସରକାରୀ ଚାକିରିରେ ନିଯୁକ୍ତି ପାଇଲେ। ତାଙ୍କର କର୍ମକ୍ଷେତ୍ର ଥିଲା ରେଡକ୍ରସ ଦ୍ୱାରା ପରିଚାଳିତ ମାତୃମଙ୍ଗଳ କେନ୍ଦ୍ର। ଅଭିଭାବକ କୈଳାସ ଚନ୍ଦ୍ରଙ୍କ ପ୍ରଚେଷ୍ଟାରେ ତାଙ୍କ ପ୍ରଥମ କବିତା ‘ତାରା ପ୍ରତି’ ପ୍ରକାଶ ପାଇଲା। ତାହା ଉକତ୍ଳ ସାହିତ୍ୟରେ ସ୍ଥାନ ପାଇଥିଲା। କୁନ୍ତଳାଙ୍କ କବିତାରେ ଭକ୍ତି ଓ ପ୍ରୀତି ମୁଖ୍ୟସ୍ଥାନ ଗ୍ରହଣ କରିଛି। ଭଗବାନଙ୍କ ନିକଟରେ ପ୍ରେମିକାଟିଏ ପରି ଆକୁଳ ନିବେଦନ କରି ସେ ଗାଇଛନ୍ତି : ତୁମ ପୂଜା ପାଇଁ ସାଥିରେ ସଜାଡିଛି ବେଦିକା/ ଶୁଦ୍ଧ ଶାନ୍ତ ହୋଇ ବସିଛି ଦୀନତମ ସେବିକା। (ଅଞ୍ଜଳି) କବିଙ୍କ ଅନ୍ୟାନ୍ୟ କବିତା ମଧ୍ୟରେ ରହିଛି ଅର୍ଚ୍ଚନା, ସ୍ଫୁଲିଙ୍ଗ, ଆହ୍ବାନ, ପ୍ରେମଚିନ୍ତାମଣି, ଓଡିଆଙ୍କ କାନ୍ଦଣା, ଗଡଜାତ କୃଷକ ଓ ମଣିକାଞ୍ଚନ। କେତେବେଳେ ତାଙ୍କ କବିତା ନୈରାଶ୍ୟବୋଧ ଓ ହତାଶାର ବାର୍ତ୍ତା ବହନ କରେ ତ ପୁଣି କେତେବେଳେ ଆଶାର ଆଲୋକ ସଞ୍ଚାର କରିଥାଏ। ଜୀବନ ଦର୍ଶନର ମାର୍ମିକ ଅନୁଭବ ମଧ୍ୟ ତାଙ୍କ ଶେଫାଳି ପ୍ରତି କବିତାରେ ଦେଖିବାକୁ ମିଳେ- ଶେଫାଳି, ଶେଷ ଗତି ନୁହେଁ ମୋର ମୃତ୍ୟୁ କେଉଁ କାଳରେ, ମରିବାକୁ ଫୁଟିନାହିଁ ଭବତରୁ ଡାଳରେ। ଅଛି ରମ୍ୟ ଉପବନ ଯହିଁ ଫୁଟେ ଚିରଦିନ, ଅନନ୍ତ ଅମୃତ ପ୍ରେମ ସୁଧାମୟ ସୁବାସେ ମୋହିବି ମୋ ପ୍ରାଣପ୍ରିୟ ଦେବତାଙ୍କୁ ଉଲ୍ଲାସେ। ଜଣେ ଜାତୀୟବାଦୀ କବି ଭାବରେ ତତ୍କାଳୀନ ଇଂରେଜ ଶାସକଙ୍କ ଶୋଷଣ ଅତ୍ୟାଚାରକୁ ସେ ସହ୍ୟ କରିପାରିନାହାନ୍ତି। ସେ ରଚନା କରିଛନ୍ତି ଦେଶପ୍ରେମମୂଳକ କବିତା। ତାଙ୍କର ‘ଆହ୍ବାନ’ ସଂକଳନ ଏହାର ପ୍ରମାଣ। ଦଳିତ, ପତିତ, ଲାଞ୍ଛିତ ମଣିଷଙ୍କ ପାଇଁ ତାଙ୍କ କବିପ୍ରାଣ ବିଳପି ଉଠିଛି। ଏହି ବର୍ଗର ଜନତାଙ୍କୁ ସେ ଆଶ୍ୱାସନା ବାଣୀ ଶୁଣାଇ ନିଷ୍ଠୁର ସତ୍ୟର ଅବତାରଣା କରି ଲେଖିଛନ୍ତି : ଶୁଣ ହେ ମଣିଷ ଭାଇ, ଝୁରି ମରିବାକୁ, ଡରି ମରିବାକୁ, ମଣିଷ ଜନମି ନାହିଁ। ଏଥିପାଇଁ ସେ ମାନବବାଦୀ କବି ଭାବରେ ପାଠକ ମହଲରେ ସୁପରିଚିତା। ଜଣେ ସଫଳ କଥାକାର ଭାବରେ ସେ ନିଜର ସ୍ବତନ୍ତ୍ର ପରିଚୟ ଛାଡିଯାଇଛନ୍ତି। ତାଙ୍କର ପ୍ରଥମ ଉପନ୍ୟାସ ‘ଭ୍ରାନ୍ତି’ ଆମତ୍ପ୍ରକାଶ କରିଥିଲା ୧୯୨୩ ମସିହାରେ। ଶେଫାଳି ଓ ଅନୁ ଚରିତ୍ର ମାଧ୍ୟମରେ ଜୀବନରେ ଆସିଥିବା ଭ୍ରାନ୍ତି ଓ ତାହାର ସମାଧାନ ଏଥିରେ ଅତି ନିଖୁଣ ଭାବରେ ବର୍ଣ୍ଣିତ। ୧୯୨୫ରେ ପ୍ରକାଶ ପାଇଲା ଦ୍ୱିତୀୟ ଉପନ୍ୟାସ ‘ନଅତୁଣ୍ଡି’। ସମକାଳର ଜମିଦାରି ପ୍ରଥା, ପୀଡନ ଓ ଅତ୍ୟାଚାର ଆଧାରିତ ସାଧାରଣ ଧାରାର ପରିବର୍ତ୍ତିତ ଚିତ୍ର ଏଥିରେ ଦେଖିବାକୁ ମିଳିଥାଏ। ‘କାଳୀବୋହୂ’ ଉପନ୍ୟାସରେ ବାଳବିଧବାମାନଙ୍କର ଦୟନୀୟ ଚିତ୍ର ରୂପାୟିତ। ‘ରଘୁ ଅରକ୍ଷିତ’ ଲେଖିକାଙ୍କ ସର୍ବଶ୍ରେଷ୍ଠ ଉପନ୍ୟାସ ମାନ୍ୟତା ଲାଭ କରିଛି। କୁନ୍ତଳାଙ୍କ ଜୀବନ ଥିଲା ଜଳୁଥିବା ସଳିତା ପରି। ଅସାଧାରଣ ସାହିତ୍ୟ ସାଧନା ପାଇଁ ସେ ପାଇଛନ୍ତି ଉକତ୍ଳ ଭାରତୀ ଉପାଧି। ଏହି ତାରା ସବୁଦିନ ପାଇଁ ଲୁଚିଗଲେ ୧୯୩୮ମସିହା ଅଗଷ୍ଟ ୨୩ତାରିଖରେ। (କୁନ୍ତଳା କୁମାରୀ ସାବତଙ୍କ ଜୟନ୍ତୀ ଉପଲକ୍ଷେ) (ଜଗତ୍‌ସିଂହପୁର, ମୋ-୮୯୦୮୮୦୩୫୫୨)
All Right Reserved By

ସମ୍ପାଦକୀୟ |

ମାଛଦ୍ୱାରା ପାଦ ଚିକିତ୍ସା

ମାଛଦ୍ୱାରା ପାଦ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କିଛିମାସ ତଳେ ଜଣେ ଯୁବତୀ ନ୍ୟୁୟର୍କରେ ତାଙ୍କ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଛଅମାସ ହେଲା ତାଙ୍କ ପାଦ ନଖଗୁଡ଼ିକ କଳାପଡ଼ି ଝଡ଼ିଯାଉଥିଲା। ତାଙ୍କ ପରିବାରରେ ଏମିତି ସମସ୍ୟା ଆଉ କାହାର ନାହିଁ ଏବଂ ତାଙ୍କର ମଧ୍ୟ ଅନ୍ୟ କୌଣସି ରୋଗ ନାହିଁ ବା ଏପରି ଭାବେ ନଖ ପଚିବାର ପାରିବାରିକ ଇତିହାସ ନାହିଁ। ପରୀକ୍ଷାରୁ ଜଣାପଡ଼ିଲା ଯେ, ଛଅମାସ ତଳେ ସେ ମାଛ ଦ୍ୱାରା ପାଦ ଚିକିତ୍ସା (ଫିଶ୍‌ ପେଡିକିଓର) କରାଇଥିଲେ। ମାଛ ହିଁ ତାଙ୍କ ନଖର ମଞ୍ଜଭାଗରେ (ଯେଉଁଠୁ ନଖ କଅଁଳେ) କ୍ଷତ ସୃଷ୍ଟି କରିଛି। ଫଳରେ ଓନିକୋମାଡେସିସ୍‌ (ନଖପଚା ରୋଗ) ସୃଷ୍ଟି ହୋଇଛି ଓ ନଖ କଳାପଡ଼ି ଝଡ଼ିଯାଉଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। ପଚାନଖ ତଳେ ...

ରାଜନେତା ଓ ନାଗରିକ ସମାଜ

ରାଜନେତା ଓ ନାଗରିକ ସମାଜ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାର ରାଜନେତାମାନେ ଏକ ସୁସ୍ଥ, ସୁନ୍ଦର ନାଗରିକ ସମାଜ ଗଠନ ସେମାନଙ୍କର ଦାୟିତ୍ୱ ବୋଲି କେବେ ଭାବନ୍ତି ନାହିଁ। କରତାଳି, ପତାକା ଧାରଣ, ମାଗଣା ଇନ୍ଧନରେ ମୋଟର ସାଇକେଲ ଚାଳନା ପାଇଁ ଯୁବଗୋଷ୍ଠୀ ସଂଗ୍ରହ ଏବଂ ଏ ସବୁ ମାଧ୍ୟମରେ ଭୋଟ ସଂଗ୍ରହ ଓ କ୍ଷମତା ଦଖଲ ସେମାନଙ୍କ ମୁଖ୍ୟ କାମ ବୋଲି ସେମାନେ ବିଚାର କରନ୍ତି। ସଂହତିପୂର୍ଣ୍ଣ, ଆଦର୍ଶଭରା ଏକ ତ୍ୟାଗପୂତ ସମାଜ ନିର୍ମାଣ ମଧ୍ୟ ଏକ ରାଜନୈତିକ କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କରନ୍ତି ନାହିଁ। ତା’ର ପ୍ରମୁଖ କାରଣ କ୍ଷମତାମନସ୍କତା, ସମାଜମନସ୍କତା ବା ରାଷ୍ଟ୍ରମନସ୍କତା ନୁହେଁ।...

ଚନ୍ଦ୍ରରେ ଚିତ୍ରକର

ଚନ୍ଦ୍ରରେ ଚିତ୍ରକର

ଡ. ତୁଷାରକାନ୍ତି ଦାସ

ଦୁଇ ହାତ ପାପୁଲିରେ ଆଞ୍ଜୁଳାଏ ପାଣିରେ ଜହ୍ନକୁ ସେ ଧରିଛି। ସତେ ବା ସେ ଆଞ୍ଜୁଳାଏ ପାଣିରେ ଜହ୍ନଟା ଚିକ୍‌ମିକ୍‌ କରୁଛି- ଚିତ୍ରକରଟିଏ ଆଞ୍ଜୁଳାଏ ପାଣିରେ ଜହ୍ନର ପ୍ରତିବିମ୍ବକୁ କାନ୍‌ଭାସରେ ଉତାରୁଥିବାବେଳେ କେବେ ବି କ’ଣ ଭାବିଥିବ ଜହ୍ନକୁ ଯାଇ ସେଠାରେ ଜହ୍ନର ଛବି ଆଙ୍କିବ ବୋଲି? ହଁ ଆଜ୍ଞା, ଚିତ୍ରକରର ଏ ଭାବନା ସତ୍ୟ ହେବାକୁ ଯାଉଛି। ଆଉ ଆପଣ କହିପାରିବେନି ‘କବି କଳପନା ସରଗ ସିନା ଲୋ ମନ ଭୁଲାଇବା ପାଇଁ’। କାରଣ ଏ କଳ୍ପନା ବାସ୍ତବରେ ପରିଣତ ହେବାକୁ ଯାଉଛି। ଜାପାନୀ କୋଟିପତି ବ୍ୟବସାୟୀ ୟୁସାକୁ ମେଜାଓ୍ବା ୬ ...

ଏଇ ଭାରତରେ

ଏଇ ଭାରତରେ

ଧର୍ମନିରପେକ୍ଷ ଗଣତନ୍ତ୍ର ଦେଶ ଭାରତ । ଏହାର ପ୍ରତିଟି ପର୍ବପର୍ବାଣିରେ ଦେଖିବାକୁ ମିଳେ ସାମ୍ପ୍ରଦାୟିକ ସଦ୍‌ଭାବନାର ନିଆରା ନମୁନା। ବର୍ତ୍ତମାନ ଦେଶର କୋଣ ଅନୁକୋଣରେ ଦଶହରା ଯାକଜମକରେ ପାଳନ କରାଯାଉଛି। ଏଭଳି ସମୟରେ ସର୍ବଧର୍ମ ସମନ୍ବୟର ବାର୍ତ୍ତାବାହକ ସାଜିଛନ୍ତି ପୂର୍ବୋତ୍ତର ରାଜ୍ୟ ଆସାମରେ ହାସିମ୍‌ ଅଲି। ଡାରାଙ୍ଗ୍‌ ଜିଲାର ଡାଲଗାଓଁ ଅଞ୍ଚଳର ହାସିମ୍‌ ଇସଲାମ ଧର୍ମାବଲମ୍ବୀ...

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

କଟକ ମୁଣ୍ଡଳୀ ନିକଟ ମହାନଦୀରେ ୫ଟି ହାତୀ ଭାସି ଯାଉଥିବା ଖବର ଅକ୍ଟୋବର ୧୫ ସକାଳୁ ବ୍ୟାପିଯିବା ପରେ ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭିଡ଼ ହୋଇଥିଲା। ଏ ବିଷୟରେ ସୂଚନା ପାଇବାରୁ ଆଠଗଡ଼ ଓ ଚନ୍ଦକା ବନଖଣ୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସଙ୍ଗେ ସଙ୍ଗେ ମୁଣ୍ଡଳୀ ବ୍ୟାରେଜ୍‌ର ୪ଟି ଗେଟ୍‌ ବନ୍ଦ କରିଦିଆଯିବାରୁ ଜଳସ୍ରୋତ ହ୍ରାସ ପାଇଥିଲା ଓ ପାଣିରେ ଭାସୁଥିବା ହାତୀ ଉପରକୁ ଉଠି ଆସିଥିଲେ। ...

ପଶୁବଳି : ଏକ ଅମାନବୀୟ ପରମ୍ପରା

ପଶୁବଳି : ଏକ ଅମାନବୀୟ ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ

ଆମ ରାଜ୍ୟରେ ପ୍ରମୁଖ ଦେବୀମନ୍ଦିରଗୁଡ଼ିକରେ ଶାରଦୀୟ ପୂଜାର ଏକ ବିଶେଷ ଅଙ୍ଗ ଥିଲା ପଶୁବଳିପ୍ରଥା। ପ୍ରତିବର୍ଷ ଦଶହରା ବେଳେ ଏସବୁ ଶକ୍ତିପୀଠରେ ଲକ୍ଷ ଲକ୍ଷ ପଶୁପକ୍ଷୀଙ୍କୁ ହତ୍ୟା କରାଯାଉଥିଲା ଅତି ବୀଭତ୍ସ ଭାବରେ। ଏଭଳି ଏକ ଅମାନବୀୟ ପରମ୍ପରା ଉପରେ ନ୍ୟାୟାଳୟର ପ୍ରତିବନ୍ଧକ ଲାଗିବା ପରେ ଅଧିକାଂଶ ଦେବୀ ପୀଠରେ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ପଶୁବଳି। ଅନ୍ୟ କେତେକ ସ୍ଥାନରେ ଏହା ଲୁଚାଛପାରେ ଚାଲିଛି ପରମ୍ପରା ଦାୟରେ। କାରଣ ସଭ୍ୟତା ଯେତେ ଆଗକୁ ଗଲେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନି ...

ଆସ ମା’ ଦୁର୍ଗେ

ଆସ ମା’ ଦୁର୍ଗେ

ଡ. ଭାଗ୍ୟଲିପି ମଲ୍ଲ

କାଶତଣ୍ଡୀର ଶୁଭ୍ର ମେଳଣରେ ଏବେ ସୃଜନର ମୂର୍ଚ୍ଛନା। ପତଳା କୁହୁଡ଼ିଆ ଆକାଶରେ ଜହ୍ନ ପିନ୍ଧିଛି ଧଳାବଉଦର ମାଳ। ଅଧା ଛାଇ ଅଧା ଆଲୁଅର ଖେଳରେ ଆସକ୍ତ ଧରିତ୍ରୀର ଛାତି। ଆକାଶ ଦେଖୁଛି ମୁହଁ ମାଟିଦର୍ପଣରେ। ଠିକ୍‌ ଏଇ ସମୟରେ ଧରାବତରଣ କରୁଛନ୍ତି ମା’ ଦୁର୍ଗା, ଦୁର୍ଗତିନାଶିନୀ। ତାଙ୍କ ଆଗମନର ଆବାହନୀରେ ଭୂମିରୁ ଆକାଶ, ସବୁଠି ଶୁଭ୍ରତାର ସମାରୋହ। ସକଳ ସୃଷ୍ଟିରେ ଶରତର ମଧୁର ଆଶ୍ଳେଷ। ସେହି ଆଶ୍ଳେଷରେ ସମାହିତ ଶକ୍ତି ଏକ ଦିବ୍ୟ ଅନୁଭବ। ସେ ଶକ୍ତି ଜନ୍ମ ଓ ମୃତ୍ୟୁ, ଯନ୍ତ୍ରଣା ଓ ଆନନ୍ଦର କାରଣ। ତା’ ବିନା କିଛି ସମ୍ଭବ ନୁହେଁ। ତେଣୁ କୁହାଯାଏ ସେ ଜନ୍ମ ଓ ମୃତ୍ୟୁର ଊର୍ଦ୍ଧ୍ୱସ୍ଥ ଏକ ଦିବ୍ୟ ସତ୍ତା। ସକଳ ଚେତନାର ଉତ୍ସ। ଆମେ ଆଜି ସେଇ ଉତ୍ସକୁ ଆହ୍ବାନ କରୁଛୁ। ...

ଏଇ ଭାରତରେ

ଏଇ ଭାରତରେ

ଅନ୍ନଚିନ୍ତା ଚମତ୍କାରା। କ୍ଷୁଧା ଓ ଦାରିଦ୍ର୍ୟରେ ପେଷି ହେଉଥିବା ବ୍ୟକ୍ତି ହିତାହିତ ଜ୍ଞାନ ହରାଇବସେ। କ୍ଷୁଧା ପ୍ରପୀଡ଼ିତ ମା’ ପାଖରେ ସ୍ନେହମମତାର ମୂଲ୍ୟ କିଛି ନାହିଁ। ପିଲାଙ୍କ ଭୋକିଲା ପେଟକୁ ଆହାର ଯୋଗାଇପାରୁ ନ ଥିବା ମା’ ସେମାନଙ୍କ ଦୁଃଖକଷ୍ଟ ସହ୍ୟ କରି ନ ପାରି ବିନାଶ କରିଦେବାକୁ ବି ଇଚ୍ଛାକରେ। ଏପରି ଏକ ଦୁଃଖଦ ଘଟଣା ଗୁଜରାଟର ଅହମଦାବାଦଠାରେ ଘଟିଛି। ଗୁଜରାଟର ଭାବନଗର...

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ଆମେରିକୀୟ ଅଭିନେତ୍ରୀ ଆଲିସା ମିଲାନୋ ୨୦୧୭ ଅକ୍ଟୋବରରେ  ସୋସିଆଲ ମିଡିଆରେ #ମିଟୂ ନାମରେ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା ଏବେ ଆନ୍ଦୋଳନର ରୂପ ନେଇଛି। କର୍ମସ୍ଥଳୀ ବା ଅତୀତରେ ଯେକୌଣସି ସ୍ଥାନରେ ଯଦି ଜଣେ ମହିଳା ଯୌନ ଶୋଷଣର ଶିକାର ହୋଇଥିବେ, ସେଥିରେ ନିର୍ଯାତନା ଦେଇଥିବା ପୁରୁଷଙ୍କ ମୁଖା ଖୋଲିଦେବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଇତିମଧ୍ୟରେ ଶହ ଶହ ଭାରତୀୟ ମହିଳା ସେମାନଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ସାଧାରଣରେ ପ୍ରକାଶ କରି ରାଜନୀତି, ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ  ବିଶିଷ୍ଟ ବ୍ୟକ୍ତିଙ୍କ ଅସଲ ଚେହେରା ଖୋଲିଦେଲେଣି। ସେମାନଙ୍କ ମଧ୍ୟରେ ସାମ୍ବାଦିକରୁ ରାଜନେତା ପାଲଟିଥିବା ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ. ଆକବର, ସିନେମା ଦୁନିଆର ନାମକରା ବ୍ୟକ୍ତିତ୍ୱ ନାନା ପାଟେକର, ଆଲୋକ ନାଥଙ୍କ...

ନବୀନ ଆହ୍ବାନ

ନବୀନ ଆହ୍ବାନ

ଜିତେନ୍ଦ୍ର କୁମାର ନାୟକ

ନବୀନ ଏକ ଆହ୍ବାନ। ତାଙ୍କୁ ମାପିବା କଷ୍ଟକର। ଅଳ୍ପ କହୁଥିବାରୁ ଭୁଲ ବାଛି ହେଉନି। ସରଳ ଜୀବନ ବିତାଉଥିବାରୁ ବିବାଦରୁ ଦୂରରେ ଅଛନ୍ତି। ରାଜନୀତିରେ ନବୀନ ଭାବେ ପ୍ରବେଶ କରିଥିଲେ ମଧ୍ୟ ଏକନିଷ୍ଠ କର୍ମ ତାଙ୍କୁ କରିଦେଇଛି ପ୍ରବୀଣ। ପୋଖତ ଓ ପୁରୁଖା ରାଜନେତା ତାଙ୍କ ସଫଳତା ଦେଖି ତଟସ୍ଥ। ପିତା ବିଜୁ ପଟ୍ଟନାୟକଙ୍କଠାରୁ ରାଜନୀତି ଶିକ୍ଷା ପାଇବାର ସୁଯୋଗ ପାଇ ନ ଥିଲେ। ତଥାପି କେମିତି ବିରୋଧୀଙ୍କ ଆଖିରୁ ନିଦ ହଜେଇ ଦେଇପାରୁଛନ୍ତି, ତାହା ଏବେ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଦିନେ ଓଡ଼ିଆ ଓ ଓଡ଼ିଶାର ଲୋକଙ୍କୁ ଜାତୀୟ ଗଣମାଧ୍ୟମରେ ସେଭଳି ଦେଖିବାକୁ ମିଳୁ ନ ଥିଲା। ଆଜି ଅଧିକାଂଶ ସର୍ଭେରେ ସଫଳ ରାଜନେତା, ଶ୍ରେଷ୍ଠ ପ୍ରଶାସ...

ଓଡ଼ିଶାରେ ଶକ୍ତିପୂଜା

ଓଡ଼ିଶାରେ ଶକ୍ତିପୂଜା

ଡ. କିଶୋର ମହାନ୍ତି

ଓଡ଼ିଶା ସର୍ବଧର୍ମ ଓ ସଂସ୍କୃତିର ମହାମିଳନ ପୀଠ।  କିନ୍ତୁ ନିଜସ୍ବ ସଂସ୍କୃତି ଓ ପରମ୍ପରାକୁ ଓଡ଼ିଆ ଜାତି କେବେ ଭୁଲି ଯାଇନାହିଁ। ଓଡ଼ିଶାର ଶାକ୍ତ ପରମ୍ପରା ସୁପ୍ରାଚୀନ। ଓଡ଼ିଶାରେ ରହିଥିବା ଶକ୍ତିପୀଠଗୁଡିକ ତା’ର ଜ୍ୱଳନ୍ତ ପ୍ରମାଣ। ମାତୃକା ପୂଜା ମାନବ ସମାଜ ଯୁଗେ ଯୁଗେ କରିଆସିଛି। ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’କୁ ମୂଳମନ୍ତ୍ର କରି ନିଜ ଜୀବନଧାରାରେ ମା’ର ଅମାପ ସ୍ନେହ ଓ ଶ୍ରଦ୍ଧାଳୁ ...

ଏଇ ଭାରତରେ

ଏଇ ଭାରତରେ

ପକେଟମାରଙ୍କର ବି ପରୋପକାରୀ ଗୁଣ ରହିଛି। ଟଙ୍କାପଇସା ହାତେଇବା ପରେ ଅନ୍ୟ ସାମଗ୍ରୀରେ କୌଣସି ଆବଶ୍ୟକତା ନ ଥିବାରୁ କେତେକେ ସମ୍ପୃକ୍ତ ଲୋକଙ୍କୁ ଏ ସବୁ ଫେରାଇ ଦିଅନ୍ତି। ଏଥିପାଇଁ ସେମାନେ ସିଧାସଳଖ ଯୋଗାଯୋଗ କରନ୍ତି ନାହିଁ। ବରଂ ବିଭିନ୍ନ ମାଧ୍ୟମ ଖୋଜିଥାଆନ୍ତି। ଆଉ ସବୁ ଅପେକ୍ଷା ଡାକବାକ୍ସ ହେଉଛି ସହଜ ଓ ସରଳ ମାଧ୍ୟମ। ଚେନ୍ନାଇର ପକେଟମାରମାନେ ଏହି ସହଜ ମାଧ୍ୟମକୁ...