ଫୁରସତ |

ମିସ୍‌ ଇଣ୍ଡିଆ ସାଉଥ୍‌ ଆଫ୍ରିକା ୨୦୧୭ ହେଲେ ଶ୍ରୀସୁଭ

ମିସ୍‌ ଇଣ୍ଡିଆ ସାଉଥ୍‌ ଆଫ୍ରିକା ୨୦୧୭ ହେଲେ ଶ୍ରୀସୁଭ
ଜୋହାନ୍ସବର୍ଗ:ଭାରତୀୟ ଯୁବତୀ ଶ୍ରୀସୁଭ ଆଡେପାଲ୍ଲି ହେଲେ ‘ମିସ୍‌ ଇଣ୍ଡିଆ ସାଉଥ୍‌ ଆଫ୍ରିକା ଗୌଟେଙ୍ଗ୍‌ ୨୦୧୭’। ମଧ୍ୟପ୍ରଦେଶ ବାସିନ୍ଦା ୨୫ ବର୍ଷୀୟା ଶ୍ରୀସୁଭ ହେଉଛନ୍ତି ଜଣେ ଆଇଟି ବିଶେଷଜ୍ଞ ବିଶୋରୀ ଏବଂ ଦୀର୍ଘ ୧୮ ମାସ ହେଲା ଦକ୍ଷିଣ ଆଫ୍ରିକାରେ ଏକ ପ୍ରମୁଖ ବ୍ୟାଙ୍କରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି। ସବୁ ପ୍ରଶ୍ନର ଆକର୍ଷଣୀୟ ଉତ୍ତର ସହ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ବୋଲି ଦକ୍ଷତା ପ୍ରମାଣିତ କରିଥିଲେ ଶ୍ରୀସୁଭ। ବିଶେଷକରି ତାଙ୍କର ନୃତ୍ୟ ପ୍ରଦର୍ଶନରେ ବିଚାରକମଣ୍ଡଳୀ ବିଶେଷ ପ୍ରଭାବିତ ହୋଇଥିଲେ। ୨୭ ବର୍ଷ ପୂର୍ବରୁ ଫାରୁକ୍‌ ଖାନ୍‌ ଦକ୍ଷିଣ ଆଫ୍ରିକାରେ ‘ମିସ୍‌ ଇଣ୍ଡିଆ ସାଉଥ୍‌ ଆଫ୍ରିକା’ ସୁନ୍ଦରୀ ପ୍ରତିଯୋଗିତା ଆରମ୍ଭ କରିଥିଲେ। ଏହି ପ୍ରତିଯୋଗିତାରେ ଯେକୌଣସି ସ୍ଥାନରୁ ଜନ୍ମିତ ହୁଅନ୍ତୁନା କାହିଁକି ପ୍ରତିଯୋଗୀ ସୁନ୍ଦରୀ ଜଣକ ଭାରତୀୟ ସଂସ୍କୃତି ଏବଂ ପରମ୍ପରା ସହ ଜଡ଼ିତ ଥିବା ଆବଶ୍ୟକ। ଏହାପୂର୍ବରୁ ୨୦୦୯ରେ ଆୟୁଷୀ ଛାବ୍‌ରା ଏହି ଟାଇଟିଲ୍‌ ହାସଲ କରିଥିଲେ। ବର୍ତ୍ତମାନ ନ୍ୟୁୟର୍କରେ ସେ ମଡେଲ୍‌ ତଥା ଅଭିନେତ୍ରୀ ଭାବେ ବେଶ୍‌ ଜଣାଶୁଣା।
All Right Reserved By

ଫୁରସତ |

ଭୂତ ସହ ସମ୍ପର୍କ ରଖି ମା’ ହେବେ ମହିଳା

ଭୂତ ସହ ସମ୍ପର୍କ ରଖି ମା’ ହେବେ ମହିଳା

ଇଂଲଣ୍ଡର ନଟିଙ୍ଗହାମରେ ରହୁଥିବା ଜଣେ ୩୦ ବର୍ଷୀୟା ମହିଳାଙ୍କ କାହାଣୀ ଶୁଣିଲେ ଯେ କେହି ଚକିତ ହୋଇଯିବେ। କାରଣ ଏମେଷ୍ଟି ରେଲମ ନାମକ ଏହି ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ହେବା ପରେ ଭୂତଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା କହିଛନ୍ତି।

 ମହିଳାଙ୍କ ଅନ୍ତଃବସ୍ତ୍ର ଚୋରି କରି ଯୁବକ ଗିରଫ

ମହିଳାଙ୍କ ଅନ୍ତଃବସ୍ତ୍ର ଚୋରି କରି ଯୁବକ ଗିରଫ

ଚାଇନାର ସାଂଘାଇରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ମହିଳାଙ୍କ ଅନ୍ତଃବସ୍ତ୍ର ଚୋରି କରି ଜଣେ ଯୁବକ ଗିରଫ ହୋଇଛନ୍ତି। ଗିରଫ ପରେ ନିଜ ଭୁଲ ମଧ୍ୟ ସ୍ବୀକାର କରିଛନ୍ତି ଯୁବକ।

ଯେଉଁଠି ଆଳତି ହେଲେ ମନ୍ଦିରକୁ ଆସନ୍ତି ଭାଲୁ

ଯେଉଁଠି ଆଳତି ହେଲେ ମନ୍ଦିରକୁ ଆସନ୍ତି ଭାଲୁ

ଛତିଶଗଡର ମହାସମୁନ୍ଦ୍‌ ଜିଲାରେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ଆଳତି ଦେଖିବା ପାଇଁ ଭାଲୁମାନେ ଆସିଥାନ୍ତି। ଘୁଞ୍ଚାପାଲି ଗ୍ରାମରେ ରହିଛି ଚଣ୍ଡି ଦେବୀଙ୍କ ମନ୍ଦିର।

ପୂଜା ଶପିଂ

ପୂଜା ଶପିଂ

ଦଶହରା ପାଇଁ ଝଲସୁଛି ଦେବୀପୀଠ। ଗାଁରୁ ସହର ପର୍ଯ୍ୟନ୍ତ ବେଶ୍‌ ଚଳଚଞ୍ଚଳ। କେବଳ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଦେଖିବାରେ ନୁହେଁ, ବରଂ ଶପିଂ ପାଇଁ ମାର୍କେଟରେ ମହିଳାମାନଙ୍କ ଭିଡ଼ ଜମିବାରେ ଲାଗିଛି। ଏହି ସମୟରେ ସାମାନ୍ୟ ଅସାବଧାନ ରହିଲେ ଠକାମିର ଶିକାର ହେବା ଆଶଙ୍କା ରହିଛି। ତେବେ ଏହି ସମୟରେ କି କି ସତର୍କତା ଅବଲମ୍ବନ କରିବେ ସେ ସମ୍ପର୍କରେ...

ପୃଥିବୀର ୫ ଦାମୀ ବହି

ପୃଥିବୀର ୫ ଦାମୀ ବହି

ପୃଥିବୀରେ ଅନେକ ପ୍ରକାର ପୁସ୍ତକ ରହିଛି। ତେବେ ଏଭଳି କିଛି ପୁସ୍ତକ ରହିଛି ଯାହା ଦାମୀ ତଥା ମୂଲ୍ୟବାନ। ଦି କୋଡେକ୍ସ ଲିସେଷ୍ଟର ବିଶ୍ୱର ସବୁଠାରୁ ଦାମିକା ବହି। 

ସୁନ୍ଦର ତ୍ୱଚା ପାଇଁ କୁକୁର ପରିସ୍ରା ପିଉଛନ୍ତି ଯୁବତୀ

ସୁନ୍ଦର ତ୍ୱଚା ପାଇଁ କୁକୁର ପରିସ୍ରା ପିଉଛନ୍ତି ଯୁବତୀ

ଝିଅମାନେ ସୁନ୍ଦର ଦିଶିବା ପାଇଁ ବିଭିନ୍ନ ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାନ୍ତି। ମାତ୍ର ସୁନ୍ଦର ଦେଖାଯିବା ପାଇଁ ଜଣେ ଯେ କୁକୁର ପରିସ୍ରା ପିଇବ, ତାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। 

ପଥର ମାରିଲେ ଜାଣିହୁଏ ଭୃଣର ଲିଙ୍ଗ

ପଥର ମାରିଲେ ଜାଣିହୁଏ ଭୃଣର ଲିଙ୍ଗ

ଭୃଣର ଲିଙ୍ଗ ନିରୂପଣ କରିବା ଅପରାଧ। ତେଣୁ ଭାରତରେ ଭୃଣର ଲିଙ୍ଗ ନିରୂପଣ କରିବାରେ ଲାଗିଛି ପ୍ରତିବନ୍ଧକ। ମାତ୍ର ଝାଡଖଣ୍ଡର ଲୋହରଦଗାରେ ଥିବା ଏକ ଛୋଟିଆ ଗାଁରେ ଦେଖିବାକୁ ମିଳେ ଏକ ଅଜବ ପରମ୍ପରା। 

କାହିଁକି ଜନ୍ମ ହୁଅନ୍ତି ୪ ହାତ, ୪ ଗୋଡ ଥିବା ଶିଶୁ

କାହିଁକି ଜନ୍ମ ହୁଅନ୍ତି ୪ ହାତ, ୪ ଗୋଡ ଥିବା ଶିଶୁ

ସାଧାରଣତଃ ୪ ହାତ ଓ ୪ ଗୋଡ଼ ଥିବା ସନ୍ତାନ ଜନ୍ମ ନେଲେ କେହି କେହି ଏହାକୁ ଅଶୁଭ ବୋଲି କହିଥାଆନ୍ତି ତ ପୁଣି କିଏ ଏହାକୁ ଶୁଭ ମାନି ଥାଆନ୍ତି। ହେଲେ ଏମିତି କାହିଁକି ହୁଏ, ତାହା ହୁଏତ ଅନେକେ ଜାଣି ନ ଥିବେ। 

ସୁଖଶାନ୍ତି ଆଣେ ସ୍ବସ୍ତିକ ଚିହ୍ନ

ସୁଖଶାନ୍ତି ଆଣେ ସ୍ବସ୍ତିକ ଚିହ୍ନ

ସ୍ବସ୍ତିକ ଚିହ୍ନର ରହିଛି ଅନେକ ଧାର୍ମିକ ମହତ୍ତ୍ୱ। ଯେକୌଣସି ମାଙ୍ଗଳିକ କାର୍ଯ୍ୟ ପୂର୍ବରୁ ଏହି ଚିହ୍ନର ବ୍ୟବହାର କରାଯାଇଥାଏ। 

ଯେଉଁ ମନ୍ଦିରକୁ ଗଲେ କେହି ଫେରନ୍ତି ନାହିଁ...

ଯେଉଁ ମନ୍ଦିରକୁ ଗଲେ କେହି ଫେରନ୍ତି ନାହିଁ...

ମନ୍ଦିର ଭିତରେ ‘ମୃତ୍ୟୁ’ ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ଗ୍ରୀକ୍‌ରେ  ରହିଛି ଏପରି ଏକ ମନ୍ଦିର। ଯାହା ଭିତରକୁ ଗଲେ କେହି ଫେରନ୍ତି ନାହିଁ। 

ବଡ଼ ବନ୍ଧାକୋବି

ବଡ଼ ବନ୍ଧାକୋବି

ନ୍ୟୁୟର୍କ, ୟୋର୍କଶାୟର୍‌ ଏକ ଅଜବ ପ୍ରତିଯୋଗିତା ଆୟୋଜନ କରାଯାଇଥାଏ। ସେ ହେଉଛି ହାରୋଗେଟ୍‌ ଅଟମ୍‌ନ ଫ୍ଲାଓ୍ବାର ଶୋ’। ଏହା ବ୍ରିଟେନ୍‌ର ଏକ ଗର୍ଡେନିଂ ଇଭେଣ୍ଟ, ଯେଉଁଥିରେ ଆଗ୍ରହୀ କୃଷକମାନେ ନିଜ ଝାଳବୁହା ପରିଶ୍ରମରେ ଉତ୍ପାଦନ କରିଥିବା ବିରାଟକାୟ ପନିପରିବାକୁ ପ୍ରଦର୍ଶିତ କରିଥାଆନ୍ତି।

ବାପାଙ୍କ ସେବାରେ କୁନି ଝିଅ

ବାପାଙ୍କ ସେବାରେ କୁନି ଝିଅ

୬ ବର୍ଷର କୁନି ଝିଅ ଜିଆ ଜିଆ। ଯେଉଁ ବୟସରେ ସେ ବାପାଙ୍କ କାନ୍ଧରେ ବସି ଦୁନିଆ ଦେଖିବା କଥା, କଣ୍ଢେଇକୁ ସଜେଇ ଖେଳ ଖେଳିବା କଥା ସେହି ବୟସରେ ସେ ସାଜିଛି ପକ୍ଷାଘାତ ଗ୍ରସ୍ତ ବାପାଙ୍କ ସାହାରା।