ସମ୍ବଲପୁର

ସନ୍ତୋଷ ଟ୍ରଫି ଖେଳାଳି ସୁନୀଲ ମୁଣ୍ଡାଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟିକା

ସନ୍ତୋଷ ଟ୍ରଫି ଖେଳାଳି ସୁନୀଲ ମୁଣ୍ଡାଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟିକା
ସମ୍ବଲପୁର, ୭।୨ (ବ୍ୟୁରୋ)-ସନ୍ତୋଷ ଟ୍ରଫି ଖେଳାଳି ସୁନୀଲ ମୁଣ୍ଡାଙ୍କୁ ସମ୍ବଲପୁର ଶାନ୍ତିନଗର ବିଜେଡି ବିଧାୟିକାଙ୍କ କାର୍ଯ୍ୟାଳୟ ପରିସରରେ ସମ୍ବର୍ଦ୍ଧିତ କରାଯାଇଛି। ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସୁନୀଲଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁଧାଂଶୁ ଶେଖର ମହାରଣା, ପ୍ରଫୁଲ୍ଲ କୁମାର ଦାଶ, ପ୍ରବୀର କୁମାର ସିଂଦେଓ ପ୍ରମୁଖ ବିଜେଡି ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ସମ୍ବଲପୁର ସାକ୍ଷୀପଡା ଆଦିବାସୀ କ୍ଲବର ସୁନୀଲ ରାଜ୍ୟ ସିନିୟର ଦଳରେ ସାମିଲ ହୋଇ କରି ବିହାରର ବେଗୁସରାଇ ଷ୍ଟାଡିୟମରେ ଇଷ୍ଟଜୋନ ସିନିୟର ସନ୍ତୋଷ ଟ୍ରଫି ମ୍ୟାଚରେ ଭାଗ ନେଇଥିଲେ। ଜାନୁୟାରୀ ୩୦ ତାରିଖ ମ୍ୟାଚରେ ଓଡିଶା ଦଳ ୨-୦ ଗୋଲରେ ସିକିମ୍‌କୁ ହରାଇଥିଲା । ସେହିପରି ଫେବୃୟାରୀ ୧ତାରିଖ ବିହାର ଦଳ ସହ ୦-୦ଗୋଲରେ ମ୍ୟାଚ ଡ୍ର ହୋଇଥିଲା। ଗତ ୫ବର୍ଷ ପରେ ଓଡିଶା ଦଳ ସିନିୟର ଜାତୀୟ ସନ୍ତୋଷ ଟ୍ରଫି ପରବର୍ତ୍ତୀ ମ୍ୟାଚ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି।
All Right Reserved By

ସମ୍ବଲପୁର

କେସିଙ୍ଗା ସାର୍ବଜନୀନ ଦୁର୍ଗା ପୂଜା: ରାବଣ ପୋଡି ମୁଖ୍ୟ ଆକର୍ଷଣ

କେସିଙ୍ଗା ସାର୍ବଜନୀନ ଦୁର୍ଗା ପୂଜା: ରାବଣ ପୋଡି ମୁଖ୍ୟ ଆକର୍ଷଣ

କେସିଙ୍ଗା,୧୯।୧୦(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା କେସିଙ୍ଗା ସହର ଦୁର୍ଗାମଣ୍ଡପଠାରେ ୬୧ତମ ସାର୍ବଜନୀନ ଦୁର୍ଗାପୂଜା ଗତ ୮ତରିଖରୁ ଆରମ୍ଭ ହୋଇ ଶୁକ୍ରବାର ସମ୍ପନ୍ନ ହେବା ସହ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ଗତ ୮ତାରିଖରୁ କଳସ ଅଧିବାସ, ପ୍ରାଣ ପ୍ରତିଷ୍ଠା, ବିଲ୍ବାବରଣ, ମହାସପ୍ତମୀ, ସନ୍ଧିପୂଜା, କୁମାରୀ ପୂଜା, ସୋମାନାଥ ବ୍ରତ, ଅପରାଜିତା ପୂଜା, ହୋମ ଚଣ୍ଡୀପାଠ, ସୂର୍ଯ୍ୟ ପୂଜା ଆଦି ଅନୁଷ୍ଠିତ ହୋଇଥିଲା।

 ଦୁର୍ଗାପୂଜା: ଦେଉଣ୍ଡିରେ ନୃତ୍ୟ ପ୍ରତିଯୋଗିତା

ଦୁର୍ଗାପୂଜା: ଦେଉଣ୍ଡିରେ ନୃତ୍ୟ ପ୍ରତିଯୋଗିତା

ଜୁନାଗଡ଼,୧୯।୧୦(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ କାଲୋପଲା ପଞ୍ଚାୟତ ଦେଉଣ୍ଡି ସ୍କୁଲଛକଠାରେ ଦୁର୍ଗାପୂଜା ଉପଲକ୍ଷେ ଏକ ନୃତ୍ୟ ପ୍ରତିଯୋଗିତା ଅନଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଜିଲା ସମେତ ପଡୋଶୀ ଜିଲାର ବିଭିନ୍ନ ଅଞ୍ଚଳରୁ  ପ୍ରାୟ ୨୦ଟି ଦଳ ଯୋଗଦେଇ ନୃତ୍ୟ ପରିବେଷଣ କରିଥିଲେ। କୁଟ୍ରୁର ବିକେ ଟାଇଗର ଗ୍ରୁପ ପ୍ରଥମ, ସମ୍ବଲପୁରର ଆରତୀ ରାଉତ ଦ୍ୱିତୀୟ, ଭବାନୀପାଟଣାର ସୌରଭ ସିଂହ ତୃତୀୟ, ବଣ୍ଡାବୁଟୁରାର ମିସ୍‌ ରିତା ଚତୁର୍ଥ, ସମ୍ବଲପୁର ଅତାବିରାର ପ୍ରଶାନ୍ତ ଭୋଇ ପଞ୍ଚମ ଏବଂ ଲଡୁଗଁାର ମିସ୍‌ ସଲମା ଷଷ୍ଠ ସ୍ଥାନ ଅଧିକାର କରିଥିଲେ। 

ଜରାସିଂହାରେ ପ୍ରସିଦ୍ଧ ପାଟଖଣ୍ଡାଯାତ୍ରା ଆରମ୍ଭ

ଜରାସିଂହାରେ ପ୍ରସିଦ୍ଧ ପାଟଖଣ୍ଡାଯାତ୍ରା ଆରମ୍ଭ

ଦେଓଗାଁ,୧୯।୧୦(ଡି.ଏନ.ଏ.)- ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅଧୀନ ଜରାସିଂହାରେ ପାଟଖଣ୍ଡାଯାତ୍ରା ଆରମ୍ଭ ହୋଇଯାଇଛି। ନିର୍ଦ୍ଧାରିତ ଲଗ୍ନ ଅନୁସାରେ ପାଟଖଣ୍ଡା ଦେବତା ସାଲେପାଲି ନିକଟସ୍ଥ ଦେଝାର ଜଙ୍ଗଲରୁ ଆବିର୍ଭାବ ହୋଇଥିଲେ। ଏହି ସମୟରେ ସ୍ବତନ୍ତ୍ର ବାଜା, ଘଣ୍ଟ, ଶଙ୍ଖ ଓ ହୁଳହୁଳିରେ ଉଛୁଳି ପଡିଥିଲା ଜମିଦାରଙ୍କ ଗିଣ୍ଡୁଲବାହାଲ ଖଳା। ଜରାସିଂହା ଜମିଦାର ତଥା ଦେବତାଙ୍କ ମୁଖ୍ୟ ସେବକ ସାମନ୍ତ ଦୁର୍ଗା ପ୍ରସାଦ ସିଂଦେଓଙ୍କ ସହ ଗ୍ରାମର ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଦେବତାଙ୍କୁ ବରଣ କରାଯାଇଥିଲା। ପରମ୍ପରା ଅନୁସାରେ ପାଟଖଣ୍ଡା ଦେବତା ବିଭିନ୍ନ ଭଙ୍ଗିରେ ନୃତ୍ୟ କରି ସୋନଗଡ଼ ନଦୀ ମଧ୍ୟ ଦେଇ ଢୋଲରେ ବସି ପୀଠସ୍ଥଳୀକୁ ପ୍ରବେଶ କରିଥିଲେ। ପୀଠରେ ପହଞ୍ଚତ୍ବା ପରେ ପୂଜାର୍ଚ୍ଚନା କରାଯାଇଥିଲା।

ଛୋରିଆଗଡ଼ ଦୁର୍ଗାପୂଜା: ଘୁମୁରା ପ୍ରତିଯୋଗିତା

ଛୋରିଆଗଡ଼ ଦୁର୍ଗାପୂଜା: ଘୁମୁରା ପ୍ରତିଯୋଗିତା

ଜୁନାଗଡ଼,୧୯।୧୦(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଛୋରିଆଗଡ଼ଠାରେ ଶାରଦୀୟ ଦୁର୍ଗାପୂଜା ପୂଜା ଉପଲକ୍ଷେ କଳାହାଣ୍ଡିର ବୀରବାଦ୍ୟ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳରୁ ୧୦ରୁ ଊର୍ଦ୍ଧ୍ୱ ଘୁମୁରା ଦଳ ଯୋଗଦେଇ ନିଜ କଳା ପରିବେଷଣ କରିଥିଲେ। ସେଥିମଧ୍ୟରୁ ଜୟପାଟଣାର ଜଗଜ୍ଜନନୀ ଘୁମୁରା ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ କଲମପୁର ବ୍ଲକ ପୋଟେସ ଗ୍ରାମର ମା’ଠାକୁରାଣୀ ଘୁମୁରା ଦଳ ଏବଂ ତୃତୀୟ ସ୍ଥାନ ଲଡୁଗାଁର ଶିବଶକ୍ତି ଘୁମୁରା ଦଳ ହୋଇଥିଲା।

ଅଟୋ-ବାଇକ୍‌ ଧକ୍କା: ୩ ଆହତ

ଅଟୋ-ବାଇକ୍‌ ଧକ୍କା: ୩ ଆହତ

ସମ୍ବଲପୁର,୧୮।୧୦(ବ୍ୟୁରୋ)-ଗୁରୁବାର ଅପରାହ୍ନ ୨ଟାରେ ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ଓଭରବ୍ରିଜ ଉପରେ ଦୁର୍ଘଟଣା ଘଟିଛି। ଅଟୋ-ବାଇକ୍‌ ଧକ୍କା ହେବାରୁ ଅଟୋ ଡ଼୍ରାଇଭରଙ୍କ ସହ ବାଇକ୍‌ରେ ବସିଥିବା ୨ଜଣ ଆହତ ହୋଇଛନ୍ତି। ୩ ଆହତଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

୫୧ ବର୍ଷରେ ଟିକ୍ରାପଡ଼ା ଗାନ୍ଧୀ ପାଠାଗାର ଦୁର୍ଗାପୂଜା: ସାମିଲ ହୋଇଛନ୍ତି ସବୁଧର୍ମର ଲୋକେ

୫୧ ବର୍ଷରେ ଟିକ୍ରାପଡ଼ା ଗାନ୍ଧୀ ପାଠାଗାର ଦୁର୍ଗାପୂଜା: ସାମିଲ ହୋଇଛନ୍ତି ସବୁଧର୍ମର ଲୋକେ

ବଲାଙ୍ଗୀର ଅଫିସ,୧୮।୧୦- ବଲାଙ୍ଗୀର ଟିକ୍ରାପଡ଼ା ଗାନ୍ଧୀ ପାଠାଗାର ଦୁର୍ଗାପୂଜା ୫୧ ବର୍ଷରେ ପଦାର୍ପଣ କରିଛି। ଏଥିରେ ସବୁଧର୍ମର ଲୋକେ ସାମିଲ ହୋଇଛନ୍ତି। ପୂଜାକୁ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ପୂଜାରେ ମୁଖ୍ୟକର୍ତ୍ତା ଭାବେ ସଦାଶିବ ଶତପଥୀ ଓ ନମିତା ଶତପଥୀ ଦାୟିତ୍ୱ ତୁଲାଉଛନ୍ତି। ସୁବର୍ଣ୍ଣପୁର ଜିଲା ବିନିକା ନିକଟସ୍ଥ ଉର୍ଲ୍ଲେ ଗାଁର ପୂଜକ ଜଗଦୀଶ ପୁରୋହିତ ଏବଂ ସହକର୍ମୀ ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି। ପୂଜା କମିଟି ସଭାପତି ସମୀର କୁମାର 

ଦଲେଇପଡ଼ାରେ ରାବଣ ପୋଡ଼ି ପ୍ରସ୍ତୁତି ଶେଷ

ଦଲେଇପଡ଼ାରେ ରାବଣ ପୋଡ଼ି ପ୍ରସ୍ତୁତି ଶେଷ

ସମ୍ବଲପୁର,୧୮।୧୦(ବ୍ୟୁରୋ)- ଦଲେଇପଡ଼ା ରାବଣ ପୋଡି କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।  ଶିଳ୍ପୀ ସୁଶାନ୍ତ ବଢ଼େଇ ମହାନଦୀ ଶଯ୍ୟାରେ ରାବଣଙ୍କ ପ୍ରତିମୂର୍ତ୍ତି ସ୍ଥାପିତ କରିଛନ୍ତି। ଶୁକ୍ରବାର ସନ୍ଧ୍ୟା ୬ଟାରେ ଦଲେଇପଡା ମହାନଦୀ ଘାଟଠାରେ ରାବଣ ପୋଡି କାର୍ଯ୍ୟକ୍ରମ ହେବ ବୋଲି କମିଟି ସଭାପତି ସିର୍ଦ୍ଧାର୍ଥ ସାହା ଜଣାଇଛନ୍ତି। ସମ୍ପାଦକ ଭାରତ ବାଗ, କାର୍ଯ୍ୟକାରୀ ସଭ୍ୟ ଅନୁପ କୁମାର ତରିଆ, ପରେଶ ବେରିହା, ପ୍ରଶାନ୍ତ ବାଗ, ତନୁଜ ବେରିହା, ପ୍ରଫୁଲ୍ଲ ଷଡ଼ଙ୍ଗୀ, ମହେନ୍ଦ୍ର ବିଶି ପ୍ରମୁଖ

ଝାରସୁଗୁଡ଼ାରୁ ଦେଶର ମୁଖ୍ୟ ସହରକୁ ବିମାନ ଚଳାଚଳ ଦାବି

ଝାରସୁଗୁଡ଼ାରୁ ଦେଶର ମୁଖ୍ୟ ସହରକୁ ବିମାନ ଚଳାଚଳ ଦାବି

ସମ୍ବଲପୁର,୧୮।୧୦(ବ୍ୟୁରୋ) 
ରାଜ୍ୟର ଝାରସୁଗୁଡ଼ାଠାରେ ବହୁ ପ୍ରତିକ୍ଷୀତ ବୀମାନ ବନ୍ଦର ଉଦ୍‌ଘାଟିତ ହୋଇଛି।  ଏହି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ନୂଆଦିଲ୍ଲୀ, ବମ୍ବେ, କୋଲକାତା ଭଳି ମୁଖ୍ୟ ସହରଗୁଡିକୁ ସିଧାସଳଖ ବିମାନ ଚଳାଚଳ କରାଯିବାକୁ ପ୍ରବାସୀ ଓଡ଼ିଆ ନାଗରିକମାନେ ଦାବି କରିଛନ୍ତି। ୟୁନାଇଟେଡ୍‌ ଆରବ୍‌ ଏମିରେଟ୍ସ (ୟୁଏଇ)ରେ ରହୁଥିବା ପ୍ରବାସୀ ଓଡ଼ିଆ ନାଗରିକ ପ୍ରତିନିଧି ଇଣ୍ଟରନ୍ୟାସନାଲ୍‌ ସିପିଙ୍ଗ୍‌ ଆଣ୍ଡ୍‌ ଲଜିଷ୍ଟିକ୍‌ର ସିଇଓ ସୋମ୍ୟରଞ୍ଜନ ପଟ୍ଟନାୟକ, ୱିପ୍ରୋ (ମଧ୍ୟ ପ୍ରାଚ୍ୟ)ର ଜିଏମ ପ୍ରିୟଦର୍ଶୀ ପାଣିଗ୍ରାହୀ, 

ରାଉରକେଲାରେ ଦିନରେ ବଢୁଛି ପୂଜା ଭିଡ

ରାଉରକେଲାରେ ଦିନରେ ବଢୁଛି ପୂଜା ଭିଡ

ରାଉରକେଲା ଅଫିସ,୧୮।୧୦
ଧରାବତରଣ କରିଛନ୍ତି ମା’ଦୁର୍ଗତୀ ନାଶିନୀ ଦେବୀ ଦୁର୍ଗା। ସହରଠାରୁ ଗ୍ରାମ ସବୁଠି ଚଳଚଞ୍ଚଳ ହୋଇପଡ଼ିଛି। ଷ୍ଟିଲ ସିଟିରେ ମା’ଙ୍କର ପୂଜା ବେଶ୍‌ ଧୁମ୍‌ଧାମରେ ପାଳିତ ହେଉଛି। କିନ୍ତୁ ରାତି ଅପେକ୍ଷା ଆଜିକାଲି ଦିନ ବେଳା ବେଶ୍‌ ଭିଡ ନଜରକୁ ଆସୁଛି। ଗତ କିଛି ବର୍ଷ ଧରି ଏପରି ଟ୍ରେଣ୍ଡ ବଢିବାରେ ଲାଗିଛି। ଛେଣ୍ଡ କଲୋନୀଠାରୁ ନେଇ ସେକ୍ଟର-୨ ଦୁର୍ଗା ପୂଜା ମଣ୍ଡପ ପର୍ଯ୍ୟନ୍ତ ଦୁଇ ଥାକିଆ ରାସ୍ତାରେ ସନ୍ଧ୍ୟା ନଇଁବା ପରେ ଲାଗୁଥିବା ଭିଡକୁ ନଜରରେ ରଖି ପରିସ୍ଥିତି ବଦଳିଥିବା କୁହାଯାଇଛି। କୁହାଯାଇଛି 

 ସିଆଇଏସ୍‌ସିଇ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା: ବେଲପାହାଡ଼ର ୨ଛାତ୍ରଙ୍କ ସଫଳତା

ସିଆଇଏସ୍‌ସିଇ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା: ବେଲପାହାଡ଼ର ୨ଛାତ୍ରଙ୍କ ସଫଳତା

ବେଲପାହାଡ଼,୧୮।୧୦(ଡ଼ି.ଏନ୍‌.ଏ.)
ଗତ ୧୨ରୁ ୧୪ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର ପୁନେଠାରେ କାଉନସିଲ ଅଫ୍‌ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍‌ଜାମିନେଶନ(ସିଆଇଏସ୍‌ସିଇ) ଜାତୀୟ ଦୌଡ଼କୁଦ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାଗ ନେଇଥିବା ଝାରସୁଗୁଡ଼ା ଜିଲା ବେଲପାହାଡ଼ ଇଂଲିଶ ମିଡ଼ିୟମ ବିଦ୍ୟାଳୟର ଦୁଇ ଜଣ ଛାତ୍ର ତୁଷାର ଶର୍ମା ଓ ରାଜବୀର ସିଂ ଭଲ ସଫଳତା ଅର୍ଜନ କରିଛନ୍ତି । ପ୍ରତିଯୋଗିତାରେ ୧୯ବର୍ଷରୁ କମ ବାଳକ ବିଭାଗ ଟ୍ରିପଲ ଜମ୍ପରେ ତୁଷାର ଶର୍ମା ପ୍ରଥମ ହୋଇ ସ୍ବର୍ଣ୍ଣ ପଦକ 

ମା’ ମାହେଶ୍ୱରୀ ମନ୍ଦିର ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମବେଳେ ଗୋଷ୍ଠୀ ସଂଘର୍ଷ: ଭୁଜାଲି ଆକ୍ରମଣରେ ୨ ଗୁରୁତର, ପୋଲିସ ମୁତୟନ

ମା’ ମାହେଶ୍ୱରୀ ମନ୍ଦିର ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମବେଳେ ଗୋଷ୍ଠୀ ସଂଘର୍ଷ: ଭୁଜାଲି ଆକ୍ରମଣରେ ୨ ଗୁରୁତର, ପୋଲିସ ମୁତୟନ

ଅତାବିରା, ୧୮।୧୦ (ଡି.ଏନ.ଏ.)-ବରଗଡ଼ ଜିଲା ଅତାବିରା ଥାନା ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ପୋଡ଼ବାଡ଼ି ମା’ ମାହେଶ୍ୱରୀ ମନ୍ଦିରରେ ପୂଜା ଉପଲକ୍ଷେ ମନ୍ଦିର ନିକଟରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ବୁଧବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଗୋଟିଏ ଗୋଷ୍ଠୀର ଭୁଜାଲି ଆକ୍ରମଣରେ ପୂଜା କମିଟିର ସନ୍ୟାସୀ ସୁସାରୀ ଓ ଆଲୋକ ମହାପାତ୍ର ଗୁରୁତର ହୋଇଛନ୍ତି। ସେମାନଙ୍କୁ କାଦୋବାହାଲ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା 

ମାହେଶ୍ୱରୀ ପୀଠରେ ଷୋହଳ ପୂଜା ସମ୍ପନ୍ନ

ମାହେଶ୍ୱରୀ ପୀଠରେ ଷୋହଳ ପୂଜା ସମ୍ପନ୍ନ

ଅତାବିରା, ୧୮।୧୦ (ଡି.ଏନ.ଏ)
ବରଗଡ଼ ଜିଲା ଅତାବିରା ବ୍ଲକ ଅଞ୍ଚଳର ଶକ୍ତି ଉପାସନା ପୀଠ ଦେବୀ ମାହେଶ୍ୱରୀ ମନ୍ଦିରରେ ଦୀର୍ଘ ଷୋହଳ ଦିନ ପର୍ଯ୍ୟନ୍ତ ଡୁମ୍ବାଳ ସମାଜର ଆରାଧ୍ୟ ଦେବୀ ମାହେଶ୍ୱରୀଙ୍କ ଷୋହଳ ପୂଜା ବୁଧବାର ସମ୍ପନ୍ନ ହୋଇଛି। ମଙ୍ଗଳବାର ଭାଇ ଜିଉଁତିଆ ଦିନ ମନ୍ଦିର ଗୁଡିକରେ ବରୁଆଙ୍କୁ ପୂଜା କରାଯାଇଥିଲା । ବିଧି ନିୟମ ପରମ୍ପରା ଅନୁସାରେ ମାହେଶ୍ୱରୀ ଦେବୀଙ୍କ ବାଡିକୁ ଦେହେରୀ, ପୂଜକ ଉପାସନ କରିଥିବା ବ୍ୟକ୍ତିମାନେ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଇଥିଲେ । ମାନସିକଧାରୀ ଉପାସକଙ୍କ ଦ୍ୱାରା