ସମ୍ବଲପୁର

ଆନ୍ଧ୍ରରେ ଓଡିଆ ଦାଦନଙ୍କ ଉପରେ ନିର୍ଯାତନା: ଇଟାଭାଟି ମାଲିକଙ୍କ ମାଡ଼ରେ ମହିଳା ଶ୍ରମିକ ମୃତ

ଆନ୍ଧ୍ରରେ ଓଡିଆ ଦାଦନଙ୍କ ଉପରେ ନିର୍ଯାତନା: ଇଟାଭାଟି ମାଲିକଙ୍କ ମାଡ଼ରେ ମହିଳା ଶ୍ରମିକ ମୃତ

ବଲାଙ୍ଗୀର ଅଫିସ, ୭।୨-ଆନ୍ଧ୍ରପ୍ରଦେଶରେ ଓଡିଆ ଦାଦନ ଶ୍ରମିକଙ୍କ ମାନବିକ ଅଧିକାର ଉଲ୍ଲଂଘନ ଘଟଣା ଥମୁନାହିଁ । ଏଭଳି ସମ୍ବେଦନଶୀଳ ଘଟଣାକୁ ଓଡିଶା ରାଜ୍ୟ ସରକାର ଗୁରୁତର ସହ ବିଚାର କରୁ ନ ଥିତ୍ବା ଅଭିଯୋଗ ହୋଇ ଆସିଛି । ଫଳରେ ଦିନକୁ ଦିନ ଓଡିଆ ଦାଦନଙ୍କ ଉପରେ ନିର୍ଯାତନା ସଙ୍ଗୀନ ଆକାର ଧାରଣ କଲାଣି । ବଲାଙ୍ଗୀର ଜିଲାର ଜଣେ ମହିଳା ଦାଦନ ଶ୍ରମିକଙ୍କୁ ଆନ୍ଧ୍ରପ୍ରଦେଶର ଜଣେ ଇଟାଭାଟି ମାଲିକ ମାଡ ମାରିବାରୁ ସେଠାରେ ସମ୍ପୃକ୍ତ ମହିଳା ଶ୍ରମିକଙ୍କ ମୃତ୍ୟୁ ହେବା ଘଟଣା ପୁଣି ଥରେ ଦାଦନ ଶ୍ରମିକ ନିର୍ଯାତନାର ଜଘନ୍ୟତାକୁ ଉଜାଗର କରିଛି । ତେବେ କଥା ଏତିକିରେ ସରିଯାଇନାହିଁ । ମୃତ ମହିଳା ଶ୍ରମିକଙ୍କ ମୃତଦେହକୁ ନିଜ ଗଁ।କୁ ଆଣି ସଂସ୍କାର କରିବାକୁ ହାରିଗୁହାରି କରିଥିଲେ ମଧ୍ୟ ସମ୍ପୃକ୍ତ ଇଟାଭାଟି ମାଲିକ ତାଙ୍କ ସ୍ବାମୀଙ୍କ କୌଣସି କଥା ଶୁଣିନାହିଁ । ଫଳରେ ଅସହାୟ ଦାଦନ ଶ୍ରମିକ ସ୍ବାମୀ ନିଜ ସ୍ତ୍ରୀଙ୍କ ମୃତଦେହକୁ ସେଠାରେ ପୋତି ଦେବାକୁ ବାଧ୍ୟ ହୋଇଛନ୍ତି। ଏହାପରେ ଉକ୍ତ ଦାଦନ ଶ୍ରମିକଙ୍କ ସହ ୧୯ ଜଣଙ୍କୁ ବନ୍ଧକ କରି ରଖିଥିବା ବେଳେ ସେଥିରୁ ୪ ଜଣ କୌଣସିମତେ ପଳାଇ ଆସିବାକୁ ସକ୍ଷମ ହେବା ପରେ ଏହି ଘଟଣା ସମ୍ପର୍କରେ ଜଣାପଡିଛି।
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ଘୁନସର ଗଁ।ରେ ରହୁଥିବା ଭରତ ରାମଦୁଲା, ସ୍ତ୍ରୀ ସୁରୁବାଲି(୨୪)ଙ୍କ ସମେତ ୨୦ଜଣ ଦାଦନ ଶ୍ରମିକ ଇଟା ଗଢ଼ିବା ପାଇଁ ଆନ୍ଧ୍ର ଯାଇଥିଲେ । ବେଲପଡା ଥାନା ତଅଁଲା ଗ୍ରାମର ଦାଦନ ସର୍ଦ୍ଦାର କୁଲ ଷାଣ୍ଢ ଏହି ଶ୍ରମିକଙ୍କୁ ଆନ୍ଧ୍ରପ୍ରଦେଶ ପ୍ରକାଶମ୍‌ ଜିଲା ଅନ୍ତର୍ଗତ କୋଣ୍ଡୋକୁଡୁ ଗଁ।ର ଇଟାଭାଟିକୁ ନେଇଥିଲେ । ସେଠାକୁ ନେବା ସମୟରେ ଜଣ ପିଛା ୫ହଜାର ଟଙ୍କା ଦେଇଥିଲେ । ଇଟାଭାଟିରେ ପହଞ୍ଚତ୍ଲା ପରେ ଜଣପିଛା ଆହୁରି ୨୦ହଜାର ଟଙ୍କା ଲେଖାଏ ଦିଆଯିବ ବୋଲି କହିଥିଲେ। ଗତ ଡିସେମ୍ବର ୧୧ତାରିଖରେ ଦାଦନ ଶ୍ରମିକମାନେ ସେଠାରେ ପହଞ୍ଚତ୍ ୨/୩ ଦିନ କାମ କଲା ପରେ ସେମାନଙ୍କର ପାଇବାକୁ ଥିବା ୨୦ ହଜାର ଟଙ୍କା ମାଗିଥିଲେ । ଏଥିରେ ଉଦ୍‌କ୍ଷିପ୍ତ ହୋଇ ଇଟାଭାଟି ମାଲିକ ମହେନ୍ଦ୍ର ନାଇଡୁ ଏକ ବାଡିରେ ଦାଦନ ଶ୍ରମିକଙ୍କୁ ନିସ୍ତୁକ ପିଟିଥିଲେ । ସୁରୁବାଲିଙ୍କ ଛାତିରେ ନିସ୍ତୁକ ପ୍ରହାର ପରେ ସେ ଗୁରୁତର ଅସୁସ୍ଥ ହୋଇଯାଇଥିଲେ । ହେଲେ ତାଙ୍କର ଚିକିତ୍ସା କରାଯାଇ ନ ଥିଲା । ଫଳରେ ଘଟଣାର ଦୁଇଦିନ ପରେ ୧୭ ଡିସେମ୍ବରରେ ସୁରୁବାଲିଙ୍କ ସେହି ଇଟାଭାଟିରେ ଅତି ଦୟନୀୟ ଭାବେ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ତାଙ୍କର ମୃତଦେହକୁ ଗଁ।କୁ ନେଇ ଯାଇ ସଂସ୍କାର କରିବେ ବୋଲି ଭରତ ଇଟାଭାଟି ମାଲିଙ୍କୁ ନେହୁରା ହୋଇଥିଲେ । ତେବେ ଏଥିପ୍ରତି କର୍ଣ୍ଣପାତ କରାଯାଇ ନ ଥିଲା। ଫଳରେ ସେଠାରେ ସୁରୁବାଲିଙ୍କ ମୃତଦେହକୁ ପୋତିଦେବାକୁ ସେ ବାଧ୍ୟ ହୋଇଥିଲେ। ଏହାର ୨୦ ଦିନ ପରେ ଭରତ ଓ ଅନ୍ୟ ୩ ଜଣ ଇଟାଭାଟିରୁ ଲୁଚି କରି ପଳାଇ ଆସିଥିଲେ । ଘଟଣା ସମ୍ପର୍କରେ ଦାଦନ ଗୋତି ସୁରକ୍ଷା ମଞ୍ଚର ସଭାପତି ପୁରୁଷୋତ୍ତମ ଜାଲ ଜାଣିବା ପରେ ମଙ୍ଗଳବାର ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ଘଟଣା ସମ୍ପର୍କରେ ଜଣାଇଥିଲେ। ଏବେ ମଧ୍ୟ ଘୁନସର ଗଁ।ର ୧୬ ଜଣ ଉକ୍ତ ଇଟାଭାଟିରେ ବନ୍ଧକ ଥିବା ଜଣାଇ ତାଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିଥିଲେ । ଏହା ସହିତ ସୁରୁବାଲିଙ୍କ ମୃତ୍ୟୁ ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କ୍ଷତିପୂରଣ ଦେବାକୁ ଦାବି କରିଥିଲେ । ଏନେଇ ଜିଲା ଶ୍ରମ ଅଧିକାରୀ ସୁରେଶ କୁମାର ବେହେରା ପଦକ୍ଷେପ ନେବେ ବୋଲି ଜଣାଇଛନ୍ତି ।

All Right Reserved By
I&PR

Model This Week

ସନ୍ତୋଷ

ସମ୍ବଲପୁର

ବିପର୍ଯୟ ପରିଚାଳନା ବୈଠକରେ ବାବୁମାନେ ଅନୁପସ୍ଥିତ, ଜିଲାପାଳ ଖପ୍ପା

ବିପର୍ଯୟ ପରିଚାଳନା ବୈଠକରେ ବାବୁମାନେ ଅନୁପସ୍ଥିତ, ଜିଲାପାଳ ଖପ୍ପା

ଝାରସୁଗୁଡା ଅଫିସ,୨୩।୫- ଜିଲା ପ୍ରଶାସନକୁ ଅବଜ୍ଞା। ଜିଲାପାଳଙ୍କ କଥାକୁ ବେଖାତିର କରୁଛନ୍ତି ଜିଲାର ପ୍ରମୁଖ ସରକାରୀ କାର୍ଯ୍ୟାଳୟ। ସେଥିପାଇଁ ବୁଧବାର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକରେ ଅଧିକାଂଶ ଜିଲାସ୍ତରୀୟ ଅଧିକାରୀ ଅନୁପସ୍ଥିତ ରହିଥିଲେ। ବିପର୍ଯ୍ୟୟ ସମୟରେ କିପରି ଜିଲାବାସୀଙ୍କ ଧନଜୀବନ ସୁରକ୍ଷିତ ରଖି ହେବ ସେ ନେଇ ଆଲୋଚନା ପୂର୍ବକ କାର୍ଯ୍ୟପନ୍ଥା ସ୍ଥିର ହେଉଥିଲା। ହେଲେ ଜିଲାର କେତେକ ପ୍ରମୁଖ ବିଭାଗ ଏହି ବୈଠକରେ ଯୋଗ ଦେଇ ନ ଥିବାରୁ ଜିଲାପାଳ ବିଭୂତି ଭୂଷଣ ପଟ୍ଟନାୟକ ଅଷନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାସହ ଅନୁପସ୍ଥିତ ଥିବା ବିଭାଗୀୟ ମୁଖ୍ୟଙ୍କୁ ନୋଟିସ୍‌ ଜାରି କରିବାକୁ ଜିଲା ଜରୁରୀକାଳୀନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନୁପସ୍ଥିତିର କାରଣ ନେଇ ଉତ୍ତର ରଖିବାକୁ କହିଛନ୍ତି।

କର୍ମଚାରୀଙ୍କ ଧାରଣା ଯୋଗୁ ଡାକ ସେବା ବ୍ୟାହତ

କର୍ମଚାରୀଙ୍କ ଧାରଣା ଯୋଗୁ ଡାକ ସେବା ବ୍ୟାହତ

ଝାରସୁଗୁଡା ଅଫିସ,୨୩।୫- ଦଶ ଦଫା ଦାବିରେ ଡାକ କର୍ମଚାରୀମାନେ ଝାରସୁଗୁଡା ଜିଲା ମୁଖ୍ୟ ଡାକଘର ସାମ୍ନାରେ ବୁଧବାରଠାରୁ ଧାରଣାରେ ବସିଛନ୍ତି। ଏଥିରେ ଅଲ ଇଣ୍ଡିଆ ଗ୍ରାମୀଣ ଡାକ ସେବକ ସଂଘ(ଏଆଇଜିଡିଏସ୍‌ଏସ୍‌) ଏବଂ ମଲ୍ଟି ଟାସ୍କିଂ ଷ୍ଟାଫ୍‌(ଏମ୍‌ଟିଏସ୍‌) ଅଧୀନ କର୍ମଚାରୀମାନେ ସାମିଲ ହୋଇଛନ୍ତି।

ପୁଅ ପାଖକୁ ପାଣି ନେଇ ଯାଉଥିବା ବେଳେ ବଜ୍ରପାତରେ ମହିଳାଙ୍କ ଜୀବନ ଗଲା

ଭଟଲି,୨୩।୫(ଡି.ଏନ.ଏ)-ବରଗଡ଼ ଜିଲା ଭଟଲି ଥାନା ନାରଙ୍ଗପୁର ପଞ୍ଚାୟତ ଅନ୍ତର୍ଗତ କହେନମୁଣ୍ଡା ଗ୍ରାମରେ ଜଣେ ମହିଳାଙ୍କ ବଜ୍ରପାତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ଗ୍ରାମର ନିତ୍ୟାନନ୍ଦ ଭୁଏଙ୍କ ସ୍ତ୍ରୀ ରଇବାରୀ ଭୁଏ (୪୫)। ଏ ନେଇ ଭଟଲି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ଅପମୃତ୍ୟୁ (ନଂ-୧୩/୧୮) ମାମଲା ରୁଜୁ କରିଛି। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଛି।

ଏମ୍‌ସିଏଲ ପକ୍ଷରୁ ରାଜଭାଷା କର୍ମଶାଳା

ଏମ୍‌ସିଏଲ ପକ୍ଷରୁ ରାଜଭାଷା କର୍ମଶାଳା

ସମ୍ବଲପୁର, ୨୩।୫ (ବ୍ୟୁରୋ)- ମହାନଦୀ କୋଇଲା କମ୍ପାନୀ (ଏମ୍‌ସିଏଲ) ଜଗନ୍ନାଥ କ୍ଷେତ୍ର ପକ୍ଷରୁ ବୁଧବାର ରାଜଭାଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥ କ୍ଷେତ୍ର ରାଜଭାଷା ଯୋଜନା ସମିତି ଅଧ୍ୟକ୍ଷ ଏଜି ବ୍ରହ୍ମପୁରକର୍‌ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଝାଉ ମାରି ଜୀବନ୍‌ ଯିବାର ଆଶଁକା; ଖରାରେ ସିଝୁଛନ୍‌ ଅସାହା ବୁର୍‌ଧା

ଝାଉ ମାରି ଜୀବନ୍‌ ଯିବାର ଆଶଁକା; ଖରାରେ ସିଝୁଛନ୍‌ ଅସାହା ବୁର୍‌ଧା

ଜୁନାଗଡ,୨୩।୫(ଡି.ଏନ.ଏ.)- କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍‌ ଚାରବାହାଲ ମାଝିପଡ଼ାରେ ଗଲା ଡିସେମ୍ବର ମାସୁ ମଉବାନୀ ବଚ୍ଛା ନଁ।ରେ ଝନେ ବୁର୍‌ଧା ତାର୍‌ପୋଲିନ୍‌ କୁରିଆରେ ବଡ଼ା ଗୁଲ୍‌ଗୁଲା ହେଇ ଜୀବନ୍‌ ବିତଉଛନ୍‌। ଅଧ୍‌କା ବଏସ୍‌ ଲାଗି ସେ ଠିକ୍‌ ସେ ଉଠାବସା ନାଇଁ କରିପାର୍‌ବାର। ଦିନ୍‌କେ ରାଏତ୍‌ କୁରିଆ ଆଘେ ପଡ଼ିରହୁଛନ୍‌।

କାରଖାନା ନିର୍ମାଣ ହେଉଥିବା ସନ୍ଦେହ କରି ପାଚେରି ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

କାରଖାନା ନିର୍ମାଣ ହେଉଥିବା ସନ୍ଦେହ କରି ପାଚେରି ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

କୁତ୍ରା, ୨୩।୫ (ଡି.ଏନ.ଏ)- ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ ଅଧୀନ ବିରିଙ୍ଗାଟୋଲି ଗ୍ରାମ ପଞ୍ଚାୟତର ବୁଡାକଟା ଗ୍ରାମର ଗଡପୋଷ ଛକ ନିକଟରେ ଶ୍ୟାମ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ନିଜ ଜମିରେ ପାଚେରି ନିର୍ମାଣ କରୁଥିବା ବେଳେ ସେଠାରେ କାରଖାନା ତିଆରି ହେଉଥିବା ସନ୍ଦେହ କରି ଗ୍ରାମବାସୀ ବୁଧବାର ପାଚେରି ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଦେଇଛନ୍ତି। ସୁନ୍ଦରଗଡ ଜିଲା ରାଜଗାଙ୍ଗପୁରଠାରେ ଥିବା ଏମଆର ଉଦ୍ୟୋଗର ମାଲିକ ଶ୍ୟାମ ଅଗ୍ରୱାଲ କୁତ୍ରା ବ୍ଲକର ବିରିଙ୍ଗାଟୋଲି ପଞ୍ଚାୟତ ଅଧୀନ ବୁଡାକଟା ଗ୍ରାମର ବଡପୋଷ ଛକ ନିକଟରେ କଛି ଦିନ ହେବ ଏକ ଜମି କିଣିଥିଲେ । ସେ ଗତ ୧୫ ଦିନ ହେବ ଉକ୍ତ ଜମି ଉପରେ ପାଚେରି ନିର୍ମାଣ କାମ କରୁଥିଲେ ।

ବିଷ ପିଇ ଯୁବତୀଙ୍କ ଆତ୍ମହତ୍ୟା

ବିଷ ପିଇ ଯୁବତୀଙ୍କ ଆତ୍ମହତ୍ୟା

ବୁର୍ଲା, ୨୩।୫ (ଡି.ଏନ.ଏ)-କୌଣସି କାରଣ ନେଇ ଜଣେ ଯୁବତୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବୁର୍ଲା ଭିମସାର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବୁଧବାର ମୃତ୍ୟୁ ଘଟିଛି। ମୃତ ଯୁବତୀ ଜଣକ ହେଲେ ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅନ୍ତର୍ଗତ ଜାମପଦର ଗ୍ରାମର ସନାତନ ପ୍ରଧାନଙ୍କ ଝିଅ ସୁପ୍ରିୟା ପ୍ରଧାନ (୧୯)। ମେଡିକାଲ ଫାଣ୍ଡି ପୋଲିସ ମୃତଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ବସ୍‌-ବାଇକ୍‌ ମୁହିଁମୁହିଁ ଧକ୍କା, ୨ ବାଇକ୍‌ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ

ବସ୍‌-ବାଇକ୍‌ ମୁହିଁମୁହିଁ ଧକ୍କା, ୨ ବାଇକ୍‌ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ

ସୁନ୍ଦରଗଡ଼, ୨୩।୫(ଡି.ଏନ.ଏ.)-ସମ୍ବଲପୁର-ରାଉରକେଲା ବିଜୁ ଏକ୍ତସପ୍ରେସ ଓ୍ବେର ସୁନ୍ଦରଗଡ଼ ଉପକଣ୍ଠ ଜଗତଗଡ଼ଠାରେ ବୁଧବାର ଅପରାହ୍ନ ସାଢେ ୩ଟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗୋଟିଏ ଯାତ୍ରୀବାହୀ ବସ୍‌ ଏବଂ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।

ଡକାୟତି ଘଟଣାର ପର୍ଦ୍ଦାଫାଶ: ଅଭିଯୋଗକାରୀ ମୁଖ୍ୟ ଅଭିଯୁକ୍ତ, ୩୪,୬୦୦ ଟଙ୍କା,ଗାଡି ଚାବି ଜବତ

ଡକାୟତି ଘଟଣାର ପର୍ଦ୍ଦାଫାଶ: ଅଭିଯୋଗକାରୀ ମୁଖ୍ୟ ଅଭିଯୁକ୍ତ, ୩୪,୬୦୦ ଟଙ୍କା,ଗାଡି ଚାବି ଜବତ

ରେଢ଼ାଖୋଲ,୨୩।୫(ଡି.ଏନ୍‌.ଏ.)- ପୋଲିସ ଏକ ଡକାୟତି ଘଟଣାର ପର୍ଦ୍ଦାଫାଶ କରିଛି। ଖୋଦ ଅଭିଯୋଗକାରୀ ହିଁ ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଥାନା ଅଧିକାରୀ ପ୍ରଶାନ୍ତ ସାମଲ କହିଛନ୍ତି। ଅଭିଯୋଗକାରୀ ଅନୁଗୋଳ ଜିଲା ହଣ୍ଡାପା ଥାନା ଗାଁବଇଣ୍ଡାର ପିକଅପ୍‌ ଭ୍ୟାନ ଗାଡି ଡ୍ରାଇଭର ରଘୁନାଥ ବେହେରା(୨୫)ଙ୍କୁ ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି।

ଗୁଣି ଗାରେଡି ସନ୍ଦେହରେ ଆକ୍ରମଣ, ୨ ଗିରଫ

ଗୁଣି ଗାରେଡି ସନ୍ଦେହରେ ଆକ୍ରମଣ, ୨ ଗିରଫ

ରେଢାଖୋଲ,୨୩।୫(ସ୍ବ.ପ୍ର.)- ସମ୍ବଲପୁର ଜିଲା ଚାରମାଳ ଥାନା ବଡମାଲ ଫାଣ୍ଡି ଅଧୀନ ଭାଲିଆକଟା ଗ୍ରାମରେ ଗୁଣି ଗାରେଡି ସନ୍ଦେହରେ ୨ ପରିବାର ମଧ୍ୟରେ ମାରପିଟ ଘଟି ଜଣ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ହେଲେ ମହାଦେବ ସ୍ବାଇଁ (୫୨)। ମିଳିଥିବା ସୂଚନା ମୁତାବକ, ଭାଲିଆକଟା ଗ୍ରାମରେ ମହାଦେବ ସ୍ବାଇଁଙ୍କ ପ୍ରଥମ ସ୍ତ୍ରୀଙ୍କ କୌଣସି ସନ୍ତାନ ନ ହେବାରୁ ସେ ଦ୍ୱିତୀୟ ବିବାହ କରିଥିଲେ

୨୭ରେ ସାଂସ୍କୃତିକା କାର୍ଯ୍ୟକ୍ରମ:ଲୋକନୃତ୍ୟ, ଫେସନ୍‌ ଶୋ ହେବ ଆକର୍ଷଣ

୨୭ରେ ସାଂସ୍କୃତିକା କାର୍ଯ୍ୟକ୍ରମ:ଲୋକନୃତ୍ୟ, ଫେସନ୍‌ ଶୋ ହେବ ଆକର୍ଷଣ

ସମ୍ବଲପୁର,୨୩।୫ (ବ୍ୟୁରୋ)- ସାଇ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତା ୨୭ ଓ ୨୮ ତାରିଖ ସହଯୋଗ ନଗର ରାଧାକୃଷ୍ଣ ମନ୍ଦିର ସମ୍ମୁଖ ପଡିଆଠାରେ ୨ଦିନିଆ ସାଂସ୍କୃତକ କାର୍ଯ୍ୟକ୍ରମ ସାଂସ୍କୃତିକା- ୨୦୧୮ ଅନୁଷ୍ଠିତ ହେବ। ଏଥିରେ ଗ୍ରୀଷ୍ମକାଳୀନ କଳା ଶିବିର ପ୍ରଶିକ୍ଷଣ ନେଇଥିବା ୧୫୦ଜଣ ଛାତ୍ରୀଛାତ୍ର ଭାଗନେବେ।

ଭାରତୀୟ ଗ୍ରାମୀଣ ଡାକସେବକ ସଂଘର ଆନ୍ଦୋଳନ

ଭାରତୀୟ ଗ୍ରାମୀଣ ଡାକସେବକ ସଂଘର ଆନ୍ଦୋଳନ

ଭଟଲି,୨୩।୫(ଡି.ଏନ.ଏ)- ବରଗଡ଼ ଜିଲା ଭଟଲି ଉପ ଡାକଘର ସମ୍ମୁଖରେ ଗ୍ରାମୀଣ ଡାକ ସେବକମାନେ ବୁଧବାରଠାରୁ ଅନିର୍ଦ୍ଧିଷ୍ଟକାଳ ଧର୍ମଘଟ ଆରମ୍ଭ କରିଛନ୍ତି। ଅଖିଳ ଭାରତୀୟ ଗ୍ରାମୀଣ ଡାକସେବକ ସଂଘର ଆହ୍ବାନ କ୍ରମେ ଏହି ଧର୍ମଘଟରେ ମୂଲବାର ବିପିଏମ୍‌ ରାଜାମାଣିକେଶ୍ୱର ସେଠ୍‌, ନୂଆଁଗଡ଼ ବିପିଏମ୍‌ ବିଜୟ ଭୁଏ, କନକବିରା ବିପିଏମ୍‌ ସୋନିଆଁ ପ୍ରଧାନ, ବି.ବଡ଼ମାଲ ବିପିଏମ୍‌ କୁମୁଦ ଚରଣ ସାହୁ, ଚଢ଼େଇଗାଁ ବିପିଏମ୍‌ ବଳରାମ ଦାଶ, ଗୋପାଲପୁର ବିପିଏମ୍‌ ପଞ୍ଚାନନ ସାହୁ, ରାଉତପଡ଼ା ବିପିଏମ୍‌ ଅଶୋକ କୁମାର ବାରିକ, ଭଟଲିର ପେକର ରୁଦ୍ରଦେବ ସାହୁ, କନକବିରା ଏମ୍‌ସି ଶିଶୁପାଲ ପଟେଲ ସାମିଲ ଥିଲେ।