ଜୀବନଚର୍ଯ୍ୟା |

ଏକ ତୃତୀୟାଂଶ ମଧୁମେହ ରୋଗୀ ଔଷଧ ସେବନ ପ୍ରତି ବିମୁଖ

ଏକ ତୃତୀୟାଂଶ ମଧୁମେହ ରୋଗୀ ଔଷଧ ସେବନ ପ୍ରତି ବିମୁଖ

ଓ୍ବାଶିଂଟନ: ବିଶ୍ୱରେ ମଧୁମେହ ରୋଗ ଏହାର କାୟା ବିସ୍ତାର ଜାରି ରଖିଛି। ଗବେଷକମାନଙ୍କ ଦ୍ୱାରା ସମ୍ପନ୍ନ ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, ଏକ ତୃତୀୟାଂଶ ମଧୁମେହ ରୋଗୀ ଡାକ୍ତର ଦ୍ୱାରା ପରାମର୍ଶ ଦିଆଯାଇଥିବା ଔଷଧ ସେବନ କରି ନ ଥାନ୍ତି। ଟାଇପ୍‌-୨ ମଧୁମେହ ରୋଗୀଙ୍କୁ ଡାକ୍ତର ପ୍ରାୟତଃ ମେଟାଫର୍ମିନ୍‌,ଗ୍ଲାଇକ୍ଲାଜାଇଡ୍‌ ଓ ପିଓଗ୍ଲିଟାଜୋନ୍‌ ସଂରଚନା ଥିବା ଔଷଧ ସେବନ ପାଇଁ ପରାମର୍ଶ ଦେଇଥାନ୍ତି। ମାତ୍ର ଏଭଳି ଔଷଧକୁ ଯଥାକ୍ରମେ ୩୦ ପ୍ରତିଶତ, ୨୩ ପ୍ରତିଶତ ଓ ୨୦ ପ୍ରତିଶତ ସେବନ କରିଥାନ୍ତି ବୋଲି ସୁରୟେ ବିଶ୍ୱବିଦ୍ୟାଳୟର ଗବେଷକ ସୂଚିତ କରିଛନ୍ତି। ସେହିପରି ନୂତନ ଔଷଧ ଗ୍ଲିପ୍‌ଟିନ୍‌କୁ ୧୦ ପ୍ରତିଶତ ମଧୁମେହ ରୋଗୀ ସେବନ କରୁଛନ୍ତି ବୋଲି ଏହି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ମଧୁମେହ ଯୋଗୁ ପରବର୍ତ୍ତୀ ସମୟରେ ବୃକକ୍‌ କ୍ଷତିଗ୍ରସ୍ତ ହୋଇଥାଏ। ଏହା ଜାଣିବା ସତ୍ତ୍ୱେ ମଧ୍ୟ ରୋଗୀମାନଙ୍କ ମଧ୍ୟରେ ଔଷଧ ସେବନ ପ୍ରତି ଆଗ୍ରହ ସୃଷ୍ଟି ହେଉ ନ ଥିବା ଗବେଷକ ସୂଚିତ କରିଛନ୍ତି। କେତେକ ଔଷଧର ବିଭିନ୍ନ ପାର୍ଶ୍ୱପ୍ରତିକ୍ରିୟା ରହିଥିବା କହି ଏହାକୁ ସେବନ କରୁ ନାହାଁନ୍ତି। ତେବେ ମଧୁମେହ ରୋଗର ଚିକିତ୍ସା ପାଇଁ ଅନେକ ପ୍ରକାର ପ୍ରଣାଳୀ ରହିଛି। ତେବେ ମଧ୍ୟ ଉପଯୋଗୀ ଚିକିତ୍ସା ପ୍ରଣାଳୀ ପ୍ରତି ରୋଗୀଙ୍କଠାରେ ଆଗ୍ରହ ପରିଲକ୍ଷିତ ହେଉ ନାହିଁ। କେତେକ ଆର୍ଥିକ ସ୍ବଚ୍ଛଳ ବର୍ଗର ରୋଗୀ ମଧ୍ୟ ଔଷଧ ପ୍ରତି ବିମୁଖ ହେଉଥିବା ଦେଖାଯାଉଛି ବୋଲି ଗବେଷକ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ମେଦବହୁଳତାର ଚିକିତ୍ସା ପାଇଁ ଲୋକଙ୍କଠାରେ ବେଶ୍‌ ଆଗ୍ରହ ଦେଖିବାକୁ ମିଳୁଛି ବୋଲି ଏହି ସର୍ଭେ ରିପୋର୍ଟରେ କୁହାଯାଇଛି।

All Right Reserved By
I&PR

Model This Week

ସନ୍ତୋଷ

ଜୀବନଚର୍ଯ୍ୟା |

କ୍ୟାନସର ଦୂରକରେ ପଣସ ମଞ୍ଜି

କ୍ୟାନସର ଦୂରକରେ ପଣସ ମଞ୍ଜି

ଆଧୁନିକ ଜୀବନଶୈଳୀ ଫଳରେ ଆମେ ଅନେକ ମାରାତ୍ମକ ରୋଗର ଶିକାର ହେଉଛୁ। ହେଲେ ଆମ ପରିବେଶରେ ଏମିତି କିଛି ଜିନିଷ ଅଛି ଯାହାର ବ୍ୟବହାର କରି ଆମେ ଏହି ମାରାତ୍ମକ ରୋଗଠାରୁ ଦୂରେଇ ରହିପାରିବା। ସମସ୍ତଙ୍କର ଧାରଣାଥାଏ ସୁସ୍ଥ ରହିବାକୁ ହେଲେ ଫଳ ପନିପରିବା ଯଥେଷ୍ଟ ମାତ୍ରାରେ ଖାଇବା ଉଚିତ। ତାହା ଠିକ୍‌, ହେଲେ ଏମିତି କିଛି ମଞ୍ଜି ଅଛି ଯାହା ଖାଇଲେ ଆମେ ଅନେକ ରୋଗଠାରୁ ଦୂରେଇ ରହିପାରିବା।

ଚର୍ଚ୍ଚିତ ପ୍ରତିଭା: ପ୍ରଣୟ ପ୍ରତାପ ମହାନ୍ତି

ଚାକିରି ଏକ ପେସା। ହେଲେ ସାଇକେଲ ଚାଳନା ନିଶା। କଲେଜ ସମୟରେ ପାଠ ଚାପରେ କୌଣସି ପ୍ରତିଯୋଗିତାରେ ଭାଗ ନେଇପାରି ନ ଥିଲେ ମଧ୍ୟ ସାଇକେଲ ରେସ୍‌ ପ୍ରତି ତାଙ୍କର ପ୍ରବଳ ଆଗ୍ରହ ରହିଥିଲା।

ମୋତେ ପିଲାଚୋର ବୋଲି ଭାବିଥିଲେ: ଋଷି ପଟ୍ଟନାୟକ

ମୋତେ ପିଲାଚୋର ବୋଲି ଭାବିଥିଲେ: ଋଷି ପଟ୍ଟନାୟକ

ଓଡ଼ିଆ ଫିଲ୍ମ ‘ହେଲା ମୋତେ ପ୍ରେମ ଜର’ ହେଉ କି, ହିନ୍ଦୀ ଫିଲ୍ମ ‘ମୁଖବନ୍ଧ୍‌’, କି ‘ଆଭାସ୍‌’, ସବୁଥିରେ ସେ ନିଜର ଅଭିନୟ ଦକ୍ଷତା ଦେଖାଇଛନ୍ତି। କଳାତ୍ମକ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ସେ ପାଇଛନ୍ତି ଜାତୀୟ ପୁରସ୍କାର। ଓଡ଼ିଆ ଟେଲିଭିଜନ ଏବଂ ସିନେ ଜଗତର ଜଣେ ପ୍ରତିଭାବାନ୍‌ କଳାକାର ଭାବେ ପରିଚିତ ଋଷି ପଟ୍ଟନାୟକ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧିରଖିଛନ୍ତି। ତାଙ୍କ ଅଭିନୀତ ଇଂଲିଶ୍‌ ଫିଲ୍ମ ‘ଦ ଓମେନ୍‌ ଫ୍ରମ୍‌ ଦ ଜର୍ଜିଆ’ ଏବଂ ତେଲୁଗୁ ଫିଲ୍ମ ‘ଆନ୍ଧ୍ରଓ୍ବାଲା’ ବେଶ୍‌ ପ୍ରଶଂସା ସାଉଁଟିଛି।

ଗୋଟିଏ ଛାତ ତଳେ ଫ୍ୟାଶନ୍‌ର ‘A ଟୁ Z’ ବୁଟିକ୍‌

ଗୋଟିଏ ଛାତ ତଳେ ଫ୍ୟାଶନ୍‌ର ‘A ଟୁ Z’ ବୁଟିକ୍‌

ଗ୍ରାହକଙ୍କୁ ଆକର୍ଷଣୀୟ ଡିଜାଇନ୍‌ ଯୋଗାଇଦେବା, ନୂଆ ନୂଆ ଫ୍ୟାଶନ ଟ୍ରେଣ୍ଡ ସହ ପରିଚିତ କରାଇବା ଏବଂ ଓଡ଼ିଶାର ପାରମ୍ପରିକ ପୋଷାକ ସହିତ ପାଶ୍ଚାତ୍ୟର ଫ୍ୟୁଜନ ଦେଇ ସ୍ବତନ୍ତ୍ର ଡିଜାଇନ୍‌ ପ୍ରସ୍ତୁତ କରିବା କ୍ଷେତ୍ରରେ ବୁଟିକ୍‌ଗୁଡ଼ିକର ବିଶେଷ ଭୂମିକା ରହିଛି। ଶାଢ଼ି, ସାଲଓ୍ବାର୍‌ ଶୁଟ୍‌, କୁର୍ତ୍ତା, ଲେହେଙ୍ଗା ଭଳି ପାରମ୍ପରିକ ପୋଷାକରୁ ଆରମ୍ଭ କରି ଡିଜାଇନର୍‌ ଟପ୍ସ, ଷ୍ଟାଇଲିଶ୍‌ ସୁଟ୍‌, ମିଡି ଓ ମ୍ୟାକ୍ସି ଡ୍ରେସ୍‌ ଭଳି ପାଶ୍ଚାତ୍ୟ ପୋଷାକ ବୁଟିକ୍‌ରେ ଉପଲବ୍ଧ ହେଉଛି।

ବଡିବିଲଡିଂ କରୁଛନ୍ତି? ଛାଡନ୍ତୁ ଧୂମପାନ...

ବଡିବିଲଡିଂ କରୁଛନ୍ତି? ଛାଡନ୍ତୁ ଧୂମପାନ...

ଓ୍ବାଶିଂଟନ: ବର୍ତ୍ତମାନ ସମୟରେ ବଡିବିଲଡିଂ ପ୍ରତି ଯୁବଗୋଷ୍ଠୀଙ୍କ ଆକର୍ଷଣ ବୃଦ୍ଧି ପାଉଛି। ମାତ୍ର ବଡିବିଲଡିଂ ସହ ଧୂମପାନ କରୁଥିବା ବ୍ୟକ୍ତି ସତର୍କ ହୋଇଯାଆନ୍ତୁ। ଏକ ସଦ୍ୟ ଗବେଷଣାରୁ ଜଣାପଡ଼ିଛି ଯେ, ଧୂମପାନ ମାଂସପେଶୀ ଉପରେ ସିଧାସଳଖ ନକାରାତ୍ମକ ପ୍ରଭାବ ପକାଇଥାଏ।

ଫିଟ୍‌ନେସ୍‌: ଡିନର୍‌ରେ ଲାଇଟ୍‌ ଫୁଡ୍‌ ଖାଏ: ଅର୍ଚ୍ଚିତା ସାହୁ

ଫିଟ୍‌ନେସ୍‌: ଡିନର୍‌ରେ ଲାଇଟ୍‌ ଫୁଡ୍‌ ଖାଏ: ଅର୍ଚ୍ଚିତା ସାହୁ

ଅର୍ଚ୍ଚିତା ସାହୁ। ଓଲିଉଡ୍‌ର ଏହି ଚୁଲବୁଲି ନାୟିକା ତାଙ୍କ ଅଭିନୟ ଯାଦୁରେ ବହୁ ପ୍ରଶଂସକ ସୃଷ୍ଟି କରିପାରିଛନ୍ତି। ‘ଓ ମାଇଁ ଲଭ୍‌’ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ ସିନେ ଜଗତରେ ପ୍ରବେଶ କରି ‘ବାବୁ ଆଇ ଲଭ୍‌ ୟୁ’, ‘ଆକାଶେ କି ରଙ୍ଗ ଲାଗିଲା’, ‘ଲୋଫର’, ‘ଥୁକୁଲ’, ‘ଏସିପି ସାଗରିକା’, ‘ବାଏ ବାଏ ଦୁବାଇ’ ଭଳି ୨୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରିଛନ୍ତି। ଅଭିନୟ ଦୁନିଆକୁ ଆସିବା ପୂର୍ବରୁ ସେ ପ୍ରଥମେ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଥିଲେ।

ସକାଳୁ ଉଠିବାର ୧ ଘଣ୍ଟା ମଧ୍ୟରେ କାହିଁକି କରିବେ ବ୍ରେକଫାଷ୍ଟ

ସକାଳୁ ଉଠିବାର ୧ ଘଣ୍ଟା ମଧ୍ୟରେ କାହିଁକି କରିବେ ବ୍ରେକଫାଷ୍ଟ

ଅନେକ ଲୋକ ଅଛନ୍ତି ଯେଉଁମାନେ ସକାଳର ଜଳଖିଆକୁ ଅଣଦେଖା କରିଥାଆନ୍ତି। କିଛି ନ ଖାଇ ଏକାଥରେ ଦିନ ୧୦ଟା ବା ୧୧ଟା ପରେ ଖାଦ୍ୟ ଗ୍ରହଣ କରିଥାଆନ୍ତି। ହେଲେ ଏହା ଆଦୌ ଠିକ୍‌ ନୁହେଁ।

ଆଖୁରସର ରହିଛି ଏପରି ଗୁଣ...

ଆଖୁରସର ରହିଛି ଏପରି ଗୁଣ...

ଖରାଦିନେ ଆଖୁରସ ପିଇବାକୁ ଭଲ ଲାଗେ। ଏହା ପେଟକୁ ଥଣ୍ଡା ରଖିବା ସହିତ ପାଚନ କ୍ରିୟାକୁ ସହଜ କରିଥାଏ। ତେବେ ଆଖୁରସ ନିୟମିତ ପାନ କଲେ ଶରୀର ଉପରେ ଅନେକ ସକାରାତ୍ମକ ପ୍ରଭାବ ପଡିଥାଏ ବୋଲି ଗବେଷକ ଜାଣିପାରିଛନ୍ତି। ଏଥିରେ ପ୍ରଚୁରମାତ୍ରାରେ କାର୍ବୋହାଇଡ୍ରେଟ୍‌, କ୍ୟାଲସିୟମ୍‌, ପଟାସିୟମ୍‌, ପ୍ରୋଟିନ୍‌, ସୋଡ଼ିୟମ୍‌ ଆଦି ରହିଥାଏ।

ପୁରୁଷଙ୍କ ଯୌନଜୀବନକୁ ପ୍ରଭାବିତ କରୁଛି ମାନସିକ ଚାପ

ପୁରୁଷଙ୍କ ଯୌନଜୀବନକୁ ପ୍ରଭାବିତ କରୁଛି ମାନସିକ ଚାପ

ଓ୍ବାଶିଂଟନ : ମାନସିକ ଚାପ ଯୋଗୁ ବର୍ତ୍ତମାନ ଅନେକ ପୁରୁଷଙ୍କ ଯୌନଜୀବନ ପ୍ରଭାବିତ ହେଉଛି ବୋଲି ଏକ ସର୍ଭେରୁ ଜଣାପଡିଛି। ବିଭିନ୍ନ କାରଣଯୋଗୁ ସୃଷ୍ଟି ହେଉଥିବା ମାନସିକ ଚାପ ପୁରୁଷ ନିଜ ପରିବାର ତଥା ଜୀବନସାଥୀଙ୍କୁ ଆବଶ୍ୟକ ସମୟ ଦେଇପାରୁ ନାହାଁନ୍ତି। ଏହା ସହିତ ମାନସିକ ଚାପଗ୍ରସ୍ତ ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟାରେ ମଧ୍ୟ ହ୍ରାସ ହୋଇଥାଏ।

ସକାଳେ ଥଣ୍ଡା ପାଣି ପିଇଲେ କ’ଣ ହୁଏ...

ସକାଳେ ଥଣ୍ଡା ପାଣି ପିଇଲେ କ’ଣ ହୁଏ...

ଆଜିର ଯୁବବର୍ଗ ସୁନ୍ଦରତା ବଜାୟ ରଖିବା ପାଇଁ ବିଭିନ୍ନ ପ୍ରକାର ଉପାୟ କରୁଛନ୍ତି। ତେବେ କ’ଣ କେବେ ଜାଣିଛନ୍ତି ଘରେ ଥିବା ଥଣ୍ଡା ପାଣି ଦ୍ୱାରା ସୁନ୍ଦର ତ୍ୱଚା ସହଜରେ ହାସଲ କରିହୋଇଥାଏ। ଥଣ୍ଡା ପାଣି କିମ୍ବା ପାଣିରେ ଖଣ୍ଡେ ବରଫ ପକାଇ ଏହାକୁ ପିଇଲେ ତ୍ୱଚାର ସୁନ୍ଦରତା ତଥା କୋମଳତା ବୃଦ୍ଧି ପାଇଥାଏ।

ବାରମ୍ବାର ଉପବାସ କଲେ କ’ଣ ହୁଏ

ବାରମ୍ବାର ଉପବାସ କଲେ କ’ଣ ହୁଏ

ଭାରତରେ ଅନେକ ପର୍ବପର୍ବାଣି ତଥା ଓଷା ବ୍ରତ ପାଳିତ ହୋଇଥାଏ। ଅନେକେ ଏଥିପାଇଁ ଉପବାସ ବି କରିଥାନ୍ତି। ସେହିପରି ମେଦବହୁଳ ବ୍ୟକ୍ତି ଉପବାସ ରହି ଓଜନ କମାଇବାର ପ୍ରୟାସ କରନ୍ତି। ତେବେ ବାରମ୍ବାର ଉପବାସ ରହିବା ଦ୍ୱାରା ଏହାର କୁପ୍ରଭାବ ଶରୀର ଉପରେ ପଡ଼ିଥାଏ ବୋଲି ଗବେଷକ ସୂଚିତ କରିଛନ୍ତି।

ଉଚ୍ଚ ରକ୍ତଚାପ, କିଡ୍‌ନୀ ଷ୍ଟୋନ ଥିଲେ ଖାଆନ୍ତୁ ନାହିଁ ପେସ୍ତାବାଦାମ

ଉଚ୍ଚ ରକ୍ତଚାପ, କିଡ୍‌ନୀ ଷ୍ଟୋନ ଥିଲେ ଖାଆନ୍ତୁ ନାହିଁ ପେସ୍ତାବାଦାମ

ଦିନକୁ ୩-୪ଟି ପେସ୍ତାବାଦାମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ସମସ୍ତେ ଜାଣନ୍ତି। ହେଲେ ଶରୀରରେ କିଛି ସମସ୍ୟା ଥିଲେ ପେସ୍ତାବାଦାମ ଖାଇବା ସ୍ବାସ୍ଥ୍ୟପକ୍ଷେ ହାନୀକାରକ ବୋଲି ଚିକିତ୍ସକମାନେ ମତ ଦେଇଛନ୍ତି। ପେସ୍ତାବାଦାମରେ ରହିଛି ଭରପୂର ମାତ୍ରାରେ କ୍ୟାଲସିୟମ୍‌, ଫସଫରସ୍‌, ଭିଟାମିନ୍‌, ଆଇରନ୍‌ ଓ ଆଣ୍ଟିଅକ୍ସିଡାଣ୍ଟ। ହେଲେ ଏହି ପେସ୍ତାବାଦାମ ସମସ୍ତଙ୍କ ପାଇଁ ଲାଭଦାୟକ ନୁହେଁ। କେଉଁମାନେ ପେସ୍ତାବାଦାମ ଖାଇବା ଅନୁଚିତ ସେ ସମ୍ପର୍କରେ ଜାଣି ରଖିବା।