ରାଜ୍ୟ |

ପୁରୀରୁ ଶିକ୍ଷକଙ୍କ ବିଶାଳ ପଦଯାତ୍ରା

ପୁରୀରୁ ଶିକ୍ଷକଙ୍କ ବିଶାଳ ପଦଯାତ୍ରା

ପୁରୀ ଅଫିସ, ୭।୨: ବିଭିନ୍ନ ଦାବି ନେଇ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଫେବୃଆରୀ ୮ ତାରିଖରେ ବିଧାନସଭା ଆଗରେ ମହାସମାବେଶ ଆୟୋଜିତ ହେବ। ଏ ନେଇ ମିଳିତ ମଞ୍ଚ ବୁଧବାର ଅପରାହ୍ନ ୨ଟାରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ଭୁବନେଶ୍ୱର ଅଭିମୁଖେ ବାହାରିଛି। ଏଥିରେ ରାଜ୍ୟର ବିଭିନ୍ନ ଜିଲାରୁ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀ, ଶିକ୍ଷକ , କର୍ମଚାରୀ ସାମିଲ ହୋଇଛନ୍ତି। ୬୦ ହଜାର ଶିକ୍ଷକଙ୍କ ପ୍ରତି ରାଜ୍ୟ ସରକାର ଅଣଦେଖା କରୁଛନ୍ତି। ବ୍ଲକଗ୍ରାଣ୍ଟ ଉଚ୍ଛେଦ, ପୂର୍ଣ୍ଣ ଅନୁଦାନ, ଚାକିରି ସର୍ତ୍ତାବଳୀ, ସପ୍ତମ ବେତନ କମିଶନ ଅନୁଯାୟୀ ଅର୍ଥ ପ୍ରଦାନ, ୪୬ ଦିନର ବକେୟା ଦରମା, ଅନୁଦାନରୁ ବଞ୍ଚିତ ବିଦ୍ୟାଳୟ ଓ କଲେଜକୁ ଅନୁଦାନ ପ୍ରଦାନ ଆଦି ମଞ୍ଚ ଦାବି କରିଛି। ଓଷ୍ଟାର ସାଧାରଣ ସମ୍ପାଦକ ତଥା ମିଳିତ ମଞ୍ଚ ସଭାପତି ପ୍ରକାଶ ଚନ୍ଦ୍ର ଜେନା ସରକାରଙ୍କ ଅବହେଳାକୁ ତୀବ୍ର ସମାଲୋଚନା କରିଛନ୍ତି। ମଞ୍ଚର ରାଜ୍ୟ ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତି, ୬୬୨ ବର୍ଗ କଲେଜ ଶିକ୍ଷକ ସଂଘ ସଭାପତି ଗୋଲକ ନାୟକ, ୪୪୮ ବର୍ଗ କଲେଜ ଶିକ୍ଷକ ସଂଘ ସଭାପତି ପବିତ୍ର ମହଲା, ଗଗନ ବେଉରା ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ। ସରକାର ନିଜ ପ୍ରତିଶୃତି କାର୍ଯ୍ୟକାରୀ ନ କଲେ ଆନ୍ଦୋଳନ ତୀବ୍ର ହେବ ବୋଲି ମଞ୍ଚ ଚେତାବନୀ ଦେଇଛି।

All Right Reserved By

Model This Week

ସନ୍ତୋଷ

ରାଜ୍ୟ |

ଜମିବାଡ଼ି ବିବାଦରୁ ଘରେ ନିଆଁ ଲଗାଇବା ଘଟଣା: ଅଭିଯୁକ୍ତ ସ୍ବାମୀ-ସ୍ତ୍ରୀ ଗିରଫ

ଜମିବାଡ଼ି ବିବାଦରୁ ଘରେ ନିଆଁ ଲଗାଇବା ଘଟଣା: ଅଭିଯୁକ୍ତ ସ୍ବାମୀ-ସ୍ତ୍ରୀ ଗିରଫ

ମାର୍ଶାଘାଇ,୨୬।୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ରାମିଆଗଞ୍ଜ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଘରେ ନିଆଁ ଲଗାଇବା ଘଟଣାରେ ଅଭିଯୁକ୍ତ ସ୍ବାମୀ-ସ୍ତ୍ରୀଙ୍କୁ ଶନିବାର ମାର୍ଶାଘାଇ ପୋଲିସ ଗିରଫ କରିଛି। ସେମାନେ ହେଲେ ବଳରାମ ରାଉତ ଓ ତାଙ୍କ ସ୍ତ୍ରୀ ଜୟଶ୍ରୀ।

ପ୍ରକାଶ ପାଇଲା ସିବିଏସ୍‌ଇ ପରୀକ୍ଷାଫଳ: ୫୦୦ରୁ ୪୯୯ ରଖି ମେଘନା ଟପ୍ପର

ପ୍ରକାଶ ପାଇଲା ସିବିଏସ୍‌ଇ ପରୀକ୍ଷାଫଳ: ୫୦୦ରୁ ୪୯୯ ରଖି ମେଘନା ଟପ୍ପର

ଭୁବନେଶ୍ୱର,୨୬।୫(ବ୍ୟୁରୋ): ଶନିବାର ପ୍ରକାଶ ପାଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ୱାଦଶ ପରୀକ୍ଷାଫଳ। ଚଳିତ ବର୍ଷ ପାସ ହାର ୮୩.୦୧% ରହିଥିବା ବେଳେ ଉତ୍ତରପ୍ରଦେଶ ଗାଜିଆବାଦର ମେଘନା ଶ୍ରୀବାସ୍ତବ ୫୦୦ରୁ ୪୯୯ ରଖି ଟପ୍ପର ହୋଇଛନ୍ତି।

ମୋଦି ସରକାର କେବଳ ହ୍ବାଟ୍ସଅପ୍‌, ଫେସବୁକ୍‌ର ସରକାର: କପିଲ ସିବଲ

ମୋଦି ସରକାର କେବଳ ହ୍ବାଟ୍ସଅପ୍‌, ଫେସବୁକ୍‌ର ସରକାର: କପିଲ ସିବଲ

ଭୁବନେଶ୍ୱର,୨୬।୫(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ସରକାରଙ୍କ ୪ ବର୍ଷର ସଫଳତା ବିଷୟରେ ମତ ରଖିବେ। ମୋଦିଙ୍କ ଏହି ଗସ୍ତ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ ମୋଦିଙ୍କୁ କଡା ସମାଲୋଚନା କରିଛନ୍ତି।

ତୈଳ ଦର ବୃଦ୍ଧିକୁ ନେଇ ଶିବସେନା ପକ୍ଷରୁ ବିକ୍ଷୋଭ

ତୈଳ ଦର ବୃଦ୍ଧିକୁ ନେଇ ଶିବସେନା ପକ୍ଷରୁ ବିକ୍ଷୋଭ

ବ୍ରହ୍ମପୁର ଅଫିସ,୨୬।୫: ତୈଳ ଦର ବୃଦ୍ଧିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ଶିବସେନା। ଏ ନେଇ ଶନିବାର ପୂର୍ବାହ୍ନରେ ବ୍ରହ୍ମପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଉଛି।

ପିପିଲିରେ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସର୍ବେଶ୍ୱର ଆହତ

ପିପିଲିରେ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସର୍ବେଶ୍ୱର ଆହତ

ପୁରୀ ଅଫିସ,୨୬।୫: ପୁରୀ ଜିଲା ପିପିଲିର ନିଛଗଡ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏନ୍‌କାଉଣ୍ଟର ହୋଇଛି। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସର୍ବେଶ୍ୱର ବେହେରା ଆହତ ହୋଇଛନ୍ତି। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଛି। ତାଙ୍କ ନିକଟରୁ ଗୋଟିଏ ପିସ୍ତଲ ଓ ୨ଟି ଖୋକା ଜବତ କରାଯାଇଛି।

ମା’ ତାରିଣୀ ଜୁଏଲେରି ଦୋକାନରୁ ଲୁଟ୍‌

ମା’ ତାରିଣୀ ଜୁଏଲେରି ଦୋକାନରୁ ଲୁଟ୍‌

ବଡ଼ବିଲ,୨୬।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ବଜାରସ୍ଥିତ ମା’ ତାରିଣୀ ଜୁଏଲେରି ଦୋକାନରୁ ଶନିବାର ସକାଳ ସାଢେ ୯ଟାରେ ଲୁଟ୍‌ ହୋଇଛି। ୨ ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ୪୦ କିଲୋ ରୁପା ଓ ୬୦୦ ଗ୍ରାମ ସୁନା ଅଳଙ୍କାର ଭର୍ତ୍ତିଥିବା ଏକ ବ୍ୟାଗ ଲୁଟି ନେଇଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।

ଶୋଇଥିବା ବେଳେ ଚଢ଼ିଗଲା ପାଣି ଟ୍ୟାଙ୍କର, ଶ୍ରମିକ ମୃତ

ଶୋଇଥିବା ବେଳେ ଚଢ଼ିଗଲା ପାଣି ଟ୍ୟାଙ୍କର, ଶ୍ରମିକ ମୃତ

ବିଜେପୁର,୨୬।୫(ଡି.ଏନ୍‌.ଏ.): ବରଗଡ ଜିଲା ବିଜେପୁର ଥାନା ଅନ୍ତର୍ଗତ ବିଲେଇପାଲି ଛକ ପାର୍ଶ୍ୱରେ ନିର୍ମାଣାଧୀନ ଆର୍‌ଟିଓ ଟ୍ରେନିଂ ସେଣ୍ଟର ପରିସରରେ ଶନିବାର ଭୋର ସମୟରେ ପାଣି ଟ୍ୟାଙ୍କରରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାନ୍ଦୁପାଲି ଗ୍ରାମର ରମେଶ ଧରୁଆ(୨୩)।

ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତ ଅଟକ

ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତ ଅଟକ

ପାଟଣା,୨୬।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରବ୍ଲକ ବାଇକଳା ପଞ୍ଚାୟତ ମଙ୍ଗଳପୁର ଗ୍ରାମର ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରିଥିବା ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ କୁନୁ ମୁଣ୍ଡା(୨୦)ଙ୍କୁ ଅଟକ ରଖି ପଚରାଉଚରା କରୁଛି।

ବାଲିଗୁଡାରେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ

ବାଲିଗୁଡାରେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ

ବାଲିଗୁଡା,୨୬।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡାସ୍ଥିତ ଜାତୀୟ ରାଜପଥ ନଂ ୫୯ ରାସ୍ତା ପାର୍ଶ୍ୱ ତଥା ମହାଲକ୍ଷ୍ମୀ ପେଟ୍ରୋଲ ପମ୍ପ ନିକଟରୁ ଶନିବାର ସକାଳେ ଜଣେ ଅଜଣା ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି।

ପ୍ରକାଶ ପାଇବ ସିବିଏସ୍‌ଇ ଦ୍ୱାଦଶ ଫଳ

ପ୍ରକାଶ ପାଇବ ସିବିଏସ୍‌ଇ ଦ୍ୱାଦଶ ଫଳ

ଭୁବନେଶ୍ୱର, ୨୬।୫(ବ୍ୟୁରୋ) : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇବ। ସିବିଏସ୍‌ଇର ଓ୍ବେବ୍‌ସାଇଟ୍‌ cbseresults.nic.in କିମ୍ବା cbse.nic.inରେ ଫଳାଫଳ ଉପଲବ୍ଧ ହେବ।

ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା, ବାଇକ୍‌ ଚାଳକ ମୃତ

ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା, ବାଇକ୍‌ ଚାଳକ ମୃତ

ଶେରଗଡ,୨୬।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ପେଟ୍ରୋଲ ପମ୍ପ ଟାଙ୍କିକୁ ଲାଗି ଦିଗପହଣ୍ଡି-ଶେରଗଡ ରାସ୍ତାରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ବିଳମ୍ବିତ ରାତିରେ ଅଟୋ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପାଟପୁର ଗାନ୍ଧୀଛକର ବାବୁଲା ସ୍ବାଇଁ।

୧୩ ଦିନରେ  ୩ ଟଙ୍କା ବଢିଲାଣି ତୈଳ ଦର

୧୩ ଦିନରେ ୩ ଟଙ୍କା ବଢିଲାଣି ତୈଳ ଦର

ଭୁବନେଶ୍ୱର, ୨୬-୫(ବ୍ୟୁରୋ) ମେ ୧୪ରୁ ୨୬ ମଧ୍ୟରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୩ ଟଙ୍କା ୧୪ ପଇସା ବଢିଥିବା ବେଳେ ଡିଜେଲ ଦର ୨ଟଙ୍କା ୯୮ ପଇସା ବୃଦ୍ଧି ପାଇଛି। ଶୁକ୍ରବାର ପେଟ୍ରୋଲରେ ୧୪ ପଇସା ବଢିଥିବା ବେଳେ ଡିଜେଲ୍‌ରେ ୧୬ ପଇସା ବୃଦ୍ଧି ପାଇଛି। କ୍ରମାଗତ ଦୀର୍ଘ ୧୩ ଦିନ ହେଲା ଉଭୟ ଦର ବଢିଚାଲିଥିବା ବେଳେ କମିବାର ନଁା ଧରୁନି। ସୂଚନା ଅନୁସାରେ ୨୦ ତାରିଖରେ ପ୍ରଥମ ଥର ପାଇଁ ପେଟ୍ରୋଲ ଦର ୭୫ ଟଙ୍କା ଟପି ଥିବା ବେଳେ ୨୪ ରେ ୭୬ ଟଙ୍କା ଟପିଥିଲା।