ସମ୍ବଲପୁର

ରେଳବାଇ କ୍ଷେତ୍ରରେ ପଶ୍ଚିମ ଓଡ଼ିଶାକୁ କେନ୍ଦ୍ରର ଅଣଦେଖା: ସମ୍ବଲପୁରରେ ରାସେଶ୍ୱରୀଙ୍କ ନେୃତ୍ୱରେ ରେଳରୋକୋ

ରେଳବାଇ କ୍ଷେତ୍ରରେ ପଶ୍ଚିମ ଓଡ଼ିଶାକୁ କେନ୍ଦ୍ରର ଅଣଦେଖା: ସମ୍ବଲପୁରରେ ରାସେଶ୍ୱରୀଙ୍କ ନେୃତ୍ୱରେ ରେଳରୋକୋ


ସମ୍ବଲପୁର, ୭।୨ (ବ୍ୟୁରୋ)-କେନ୍ଦ୍ର ବଜେଟ-୨୦୧୮ରେ ପଶ୍ଚିମ ଓଡିଶାକୁ ଅଣଦେଖା ଓ ପ୍ରତାରଣା କରାଯାଇଛି । ଓଡିଶାର ବିଭିନ୍ନ ରେଳପ୍ରକଳ୍ପ ଗୁଡିକ ସକାଶେ ୫,୨୫୨କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ରେଳ ମନ୍ତ୍ରଣାଳୟରୁ ସୂଚୀତ କରାଯାଇଛି। କିନ୍ତୁ ପଶ୍ଚିମ ଓଡିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରାଯାଇଛି। କେନ୍ଦ୍ର ସରକାରଙ୍କ ପଶ୍ଚିମ ଓଡିଶା ମାରଣ ନୀତି ବିରୋଧରେ ଜିଲା ବିଜେଡି ନେତା ଓ କର୍ମୀମାନେ ସମ୍ବଲପୁର ଷ୍ଟେଶନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ଆନ୍ଦୋଳନକାରୀମାନେ ବାଙ୍ଗାଲୋର-ହାଟିଆ ଏକ୍ସପ୍ରେସ୍‌ ଟ୍ରେନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ୧ଘଣ୍ଟା ଧରି ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ବିଜେଡି ଜିଲା ସଭାପତି ପ୍ରମୋଦ ରଥ, ହୀରାକୁଦ ଟାଉନ ସଭାପତି ଶାନ୍ତନୁ କୁମାର ବଡପଣ୍ଡା, ସମ୍ବଲପୁର ଟାଉନ ସଭାପତି ପ୍ରଫୁଲ୍ଲ କୁମାର ଦାଶ, ବୁର୍ଲା ଟାଉନ ସଭାପତି ଦେବାଶିଷ ନନ୍ଦ, ମହିଳା ଜିଲା ସଭାନେତ୍ରୀ ରାଜଲକ୍ଷ୍ମୀ ପ୍ରଧାନ, ଟାଉନ ମହିଳା ସଭାନେତ୍ରୀ ସଙ୍ଗୀତା ସ୍ବାଇଁ, ଜୀବନ ବିନ୍ଦୁ ଜିଲା ସଂଯୋଜିକା କବିତା ପୁରୋହିତ, ସଂଖ୍ୟାଲଘୁ ସେଲ୍‌ ରାଜ୍ୟ ଉପସଭାପତି ମହମ୍ମଦ ସିରାଜ୍‌, ରାଜ୍ୟ ଯୁବ ଜନତା ଦଳ ସମ୍ପାଦକ ଆର.ଏ. ଶିବକୁମାର, ବରିଷ୍ଠ ନେତା ବିହାରୀଲାଲ ପଂସାରି, ସତ୍ୟନ ଦାସ, ସୁଧାଂଶୁ ଶେଖର ମହାରଣା ପ୍ରମୁଖ ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ । ଆନ୍ଦୋଳନକାରୀମାନେ ସ୍ଲୋଗାନ ଦେଇ କହିଥିଲେ ଯେ, ଦୀର୍ଘ ଦିନରୁ ପଶ୍ଚିମ ଓଡିଶାବାସୀ ସମ୍ବଲପୁରରୁ ସିଧାସଳଖ ଆହ୍ଲାବାଦ ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ପାଇଁ ଦାବି କରି ଆସୁଛନ୍ତି । ଏଥିସହ ରାଜଧାନୀ ଏକ୍ସପ୍ରେସକୁ ପ୍ରତ୍ୟେହ ସମ୍ବଲପୁର ରେଳ ଷ୍ଟେଶନ ଦେଇ ଚଳାଚଳ କରିବାକୁ ଦାବି ରହିଛି । କିନ୍ତୁ ପରିତାପର ବିଷୟ ଯେ, କେନ୍ଦ୍ର ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ଅପରପକ୍ଷେ ପଶ୍ଚିମ ଓଡିଶାବାସୀଙ୍କୁ ହଇରାଣ କରିବା ନିମନ୍ତେ ଜାମ୍ମୁ ତାଇ ଏବଂ ରାଜଧାନୀ ଏକ୍ସପ୍ରେସକୁ ସପ୍ତାହକୁ ଥରେ ସମ୍ବଲପୁର ସିଟି ଷ୍ଟେଶନ ଦେଇ ଚଳାଇଛନ୍ତି । ସେହିପରି ସମ୍ବଲପୁର-ଟିଟିଲାଗଡ ଏବଂ ସମ୍ବଲପୁର- ଅନୁଗୋଳ ରେଳ ପଥ ଦୋହରୀକରଣ କାର୍ଯ୍ୟ ବିଳମ୍ବିତ ହେଉଛି । ଯଦ୍ୱାରା ଏହି ରୁଟ୍‌ ଦେଇ ଅଧିକ ଟ୍ରେନ ଚଳାଚଳ କରିବା ସମ୍ଭବପର ହେଉନାହିଁ । ଫଳରେ ପଶ୍ଚିମ ଓଡିଶାବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ବିରୋଧରେ ଦଳ ପକ୍ଷରୁ ୧ଘଣ୍ଟା ରେଳ ରୋକ କରାଯାଇଥିବା ନେତୃବୃନ୍ଦ କହିଛନ୍ତି । ଅପରପକ୍ଷେ ଏ ନେଇ ଆରପିଏଫ ଥାନାରେ ଦଫା ୧୭୪ (ଏ) ରେଲୱେ ଆକ୍ଟ ଅନୁଯାୟୀ ବିଧାୟିକାଙ୍କ ସହ ୩୫ଜଣଙ୍କ ନାମରେ ମାମଲା (ନଂ.୩୩୧/୧୮) ରୁଜୁ କରାଯାଇଛି।

All Right Reserved By

Model This Week

ସନ୍ତୋଷ

ସମ୍ବଲପୁର

ଆମ ଗାଁ ବିକାଶରେ ୬ କୋଟି ଟଙ୍କା ମଞ୍ଜୁର

ଆମ ଗାଁ ବିକାଶରେ ୬ କୋଟି ଟଙ୍କା ମଞ୍ଜୁର

ଟିଟିଲାଗଡ଼,୨୬।୫ (ଡି.ଏନ.ଏ.)- ବଲାଙ୍ଗୀର ଜିଲା ଟିଟିଲାଗଡ଼ ବ୍ଲକରେ ଆମ ଗାଁ ଆମ ବିକାଶ ଯୋଜନାରେ ୬ କୋଟି ଟଙ୍କା ମଞ୍ଜୁର ହୋଇଛି। ଏନେଇ ଖୋଲାନଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେସିଂ ଜରିଆରେ ୨୪ଟି ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସମୁଦାୟ ୨୩୧ଟି ପ୍ରକଲ୍ପ ପାଇଁ ୬ କୋଟି ଟଙ୍କା ମଞ୍ଜୁର ଘୋଷଣା କରିଥିଲେ। କାର୍ଯ୍ୟକ୍ରମରେ ଟିଟିଲାଗଡ଼ ବିଧାୟିକା ଟୁକୁନୀ ସାହୁ, ବଲାଙ୍ଗୀର ଏଡିଏମ୍‌ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଲ୍ପ ନିର୍ଦ୍ଦେଶକ ମହେଶ୍ୱର ସ୍ବାଇଁ, ବିଡିଓ ମୋହନ ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷା ରମାକାନ୍ତି ପୁଟେଲ, ଉପାଧ୍ୟକ୍ଷା ଭୋଦର ମାଝି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

୩ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ

୩ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ

ଅତାବିରା,୨୬।୫ (ଡି.ଏନ.ଏ)- ଅତାବିରା ବ୍ଲକ ଅଧୀନ ବୁଗବୁଗା ପଞ୍ଚାୟତର ପାଲିବୁଗବୁଗା, ବୁଗବୁଗା ଓ ଗମ୍ଭାଟିକ୍ରା ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ଅପହଞ୍ଚ ହୋଇପଡିଛି। ଏହି ତିନିଟି ଗ୍ରାମ ପାଇଁ ଲକ୍ଷାଧିକ ଟଙ୍କା ଅନୁଦାନରେ ଝାଉଁଯୋରରେ ପାନୀୟ ଜଳ ପ୍ରକଳ୍ପ ଖୋଳାଯାଇଥିଲା। କିନ୍ତୁ ଏହି ପ୍ରକଳ୍ପର ଉଚ୍ଚଶକ୍ତି ସମ୍ପନ୍ନ ପାଣି ପମ୍ପକୁ କେତେକ ବିଭାଗୀୟ କର୍ମଚାରୀ ଅତାବିରା ପମ୍ପ ହାଉସକୁ ନେଇଯାଇ ଏଠାରେ ଅନ୍ୟ ଏକ ମୋଟର ଲଗାଇଦେଲେ। ସେହି ଦିନଠାରୁ ଗମ୍ଭାଟିକ୍ରାକୁ ପାଇପ ଜଳଯୋଗାଣ ବନ୍ଦ ହୋଇଯାଇଥିଲା।

ଧନ୍ଦାମୂଳକ ଶିକ୍ଷା ତାଲିମ ଶିବିର ଉଦ୍‌ଘାଟିତ

ଧନ୍ଦାମୂଳକ ଶିକ୍ଷା ତାଲିମ ଶିବିର ଉଦ୍‌ଘାଟିତ

ସୋନପୁର,୨୬।୫(ନି.ପ୍ର.)- ସୁବର୍ଣ୍ଣପୁର ଜିଲାର ୩ଟି ଶିଶୁ ଗୃହ ଅନୁଷ୍ଠାନରେ ରହୁଥିବା ଅବହେଳିତ କିଶୋରୀ କିଶୋରମାନଙ୍କ ପାଇଁ ୭ ଦିନିଆ ଆବାସିକ ଧନ୍ଦାମୂଳକ ଶିକ୍ଷା ତାଲିମ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି। ଜିଲାର ୩୦ଜଣ ଅବହେଳିତ ଛାତ୍ରୀଛାତ୍ର ଏଠାରେ ରହି ବିଭିନ୍ନ ପ୍ରକାରର ତାଲିମ ନେବେ। ଜିଲାପାଳ ଦାଶରଥି ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ। ଗ୍ରୀଷ୍ମକାଳୀନ ଛୁଟି ସମୟରେ ଏହି ଅସହାୟ ଛାତ୍ରୀଛାତ୍ରମାନେ ଏଠାରେ ରହି ଏକ ନୂଆ ଅନୁଭୁତି ପାଇବେ।

ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧଙ୍କୁ ଟାଙ୍ଗିଆରେ ଆକ୍ରମଣ

ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧଙ୍କୁ ଟାଙ୍ଗିଆରେ ଆକ୍ରମଣ

ଜୁନାଗଡ଼,୨୬।୫(ଡି.ଏନ.ଏ.)- କଳାହାଣ୍ଡି ଜିଲା ଜୁନାଗଡ ଥାନା ଚିଲଗୁଡା ଫାଣ୍ଡି ଅଧୀନ ଗୌଡଛେଣ୍ଡିଆ ଗ୍ରାମରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଲଳିତ ସୁନାନୀ (୭୦) ନାମକ ଜଣେ ବୃଦ୍ଧଙ୍କୁ ସେହି ଗ୍ରାମର ଜୟଧର ସୁନାନୀ ଟାଙ୍ଗିଆରେ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ଲଳିତଙ୍କୁ ଉଦ୍ଧାର କରି ପରିବାର ଲୋକେ ପ୍ରଥମେ ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଲଳିତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ବିବାହିତା ମହିଳାଙ୍କୁ ହଇରାଣ, ଯୁବକ ଗିରଫ

ବଲାଙ୍ଗୀର ଅଫିସ, ୨୬।୫- ଜଣେ ବିବାହିତା ମହିଳାଙ୍କ ଘରକୁ ଜୋର ଜବରଦସ୍ତି ଆସି ଜଣେ ଯୁବକ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ ହରକତ କରୁଥିବା ନେଇ ଅଭିଯୋଗ ହେବା ପରେ ଟାଉନ୍‌ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଶ୍ରୀକାନ୍ତ ସାହୁ (୨୩)। ସେ ବଲାଙ୍ଗୀର ଲାଲଟିକ୍ରା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି।

ଦୁଇବର୍ଷ ହେଲା ପାଇ ନାହାନ୍ତି ପ୍ରାପ୍ୟ : କେନ୍ଦୁପତ୍ର ତୋଳାଳି ଶୋଷଣର ଶିକାର

ବୀରମହାରାଜପୁର, ୨୬।୫ (ଡି.ଏନ.ଏ)- ସୁବର୍ଣ୍ଣପୁର ଜିଲା ଗଠନର ୨୫ବର୍ଷ ପୂର୍ତ୍ତି ପାଳିତ ହୋଇ ସାରିଥିଲେ ସୁଦ୍ଧା ଏବେବି କେତୋଟି ପ୍ରମୁଖ ବିଭାଗ ପୂର୍ବଭଳି ପଡୋଶୀ ଜିଲା ଅଧୀନରେ ରହିଛି। ଏହି ବିଭାଗ ମଧ୍ୟରୁ ବନ ବିଭାଗର କେନ୍ଦୁପତ୍ର ଡିଭିଜନ ଅନ୍ୟତମ। ଜିଲାର ସୋନପୁର ଉପଖଣ୍ଡ ଅଞ୍ଚଳ ବଲାଙ୍ଗୀର ଡିଭିଜନ ଅଧୀନରେ ରହିଥିବା ବେଳେ ବୀରମହାରାଜପୁର ଉପଖଣ୍ଡ ଅଞ୍ଚଳ ସମ୍ବଲପୁର ଜିଲାର ଦୁଇଟି ଡିଭିଜନ ମଧ୍ୟରେ କାମ କରୁଛି। ଉପଖଣ୍ଡର ବୀରମହାରାଜପୁର ତହସିଲ ରେଢ଼ାଖୋଲ କେନ୍ଦୁପତ୍ର ଡିଭିଜନ ଅଧୀନରେ ଥିବା ବେଳେ ଉଲୁଣ୍ଡା ତହସିଲ ଅଞ୍ଚଳ ରହିଛି ସମ୍ବଲପୁର ଡିଭିଜନ ଅଧୀନରେ। ଏନେଇ ପ୍ରଶାସନିକ ଅବ୍ୟବସ୍ଥା ଲାଗି ରହିଛି। ଏହାର ପ୍ରଭାବରେ କେନ୍ଦୁପତ୍ର ତୋଳାଳି ଏବଂ ବହୁ ସମୟରେ ଗୋଛା କଟାଳିମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି।

ପରୀରଥ ପରିକ୍ରମା ନେଇ ପ୍ରସ୍ତୁତି ବୈଠକ

ସିଂଘିଯୁବା, ୨୫।୫(ଡ଼ି.ଏନ.ଏ) କଠୋର ଦଣ୍ଡ ବିଧାନ ସତ୍ତ୍ୱେ ନାବାଳିକା ନିର୍ଯାତନା ବୃଦ୍ଧି ପାଇବାରେ ଲାଗିଛି। ଏଥିରେ ପରିବର୍ତ୍ତନ ଆଣିବା ସହ ଆଇନରେ ରହିଥିବା ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପୋଲିସ ପକ୍ଷରୁ ପରୀରଥ ସମଗ୍ର ରାଜ୍ୟରେ ପରିକ୍ରମା କରିବାର କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଛି। ଏ ନେଇ ବିନିକା ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିନିକା ଥାନା ଆଇଆଇସି କଲ୍ୟାଣୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।

ତରଭା ଶୀତଳ ଷଷ୍ଠୀ ଯାତ୍ରା ପ୍ରସ୍ତୁତି: ବରକନ୍ୟାଙ୍କ ମାତାପିତା ଚୟନ

ତରଭା,୨୬।୫(ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ତରଭାରେ ଜୁନ ୧୦ରୁ ୧୯ତାରିଖ ପର୍ଯ୍ୟନ୍ତ ନୀଳକଣ୍ଠ୍ଠେଶ୍ୱର ମହାପ୍ରଭୁଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ମନ୍ଦିର କମିଟିର ସଭାପତି ସନ୍ତୋଷ ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜ୍ୟୋତିଷ ଠଣସୁନ୍ଦର ପାଣିଗ୍ରାହୀଙ୍କ ଦ୍ୱାରା ଶୁଭଲଗ୍ନ ନିର୍ଦ୍ଧାରଣ ପରେ ବର ମାତା ପିତା ଭାବେ ଦୀପକ ଅଗ୍ରୱାଲ ଓ ବନ୍ଦନା ଅଗ୍ରୱାଲ, କନ୍ୟା ମାତା ପିତା ଭାବେ ମନୋଜ ସାହୁ ଓ ମିନତୀ ସାହୁଙ୍କୁ ଚୟନ କରାଯାଇଛି।

ସୋନପୁର କ୍ରିକେଟ୍‌ ପ୍ରିମିୟର ଲିଗ୍‌ ୨୭ରୁ

ସୋନପୁର,୨୬।୫(ନି.ପ୍ର.)- ସୁବର୍ଣ୍ଣପୁର ଜିଲା କ୍ରିକେଟ ସଂଘ ପକ୍ଷରୁ ୨୩ବର୍ଷରୁ କମ୍‌ ସୋନପୁର କ୍ରିକେଟ୍‌ ପ୍ରିମିୟର ଲିଗ୍‌ ଆସନ୍ତା ୨୭ ତାରିଖରୁ ଆୟୋଜିତ ହେବ। ଗାନ୍ଧୀ ପଡିଆରେ ମେ ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଲିଗ୍‌ ଟି-୨୦ ଫର୍ମାଟ୍‌ରେ ହେବ। ଏଥିରେ ସୋନପୁର ଲାୟନ୍ସ, ୱାଲର୍‌ଡ ଉଇନ ୱାରିଅର୍ସ, ବଡବଜାର ସ୍ପାର୍ଟନ ଓ ମେରା ଦିଲ୍‌ ସୋନ୍‌ପୁରିଆ ଭଳି ୪ଟି ଦଳ ଭାଗ ନେବେ। ଜିଲାର ଉଦୀୟମାନ କ୍ରିକେଟ୍‌ ଖେଳାଳିଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ପ୍ରିମିୟର ଲିଗ୍‌ ଆୟୋଜିତ ହେଉଛି।

କାଳବୈଶାଖୀ: ରବିଧାନ ଗଜା ହେଲା

କାଳବୈଶାଖୀ: ରବିଧାନ ଗଜା ହେଲା

ସିଂଘିଯୁବା,୨୬।୫(ଡି.ଏନ୍‌.ଏ)- ସୁବର୍ଣ୍ଣପୁର ଜିଲା ବିନିକା ତହସିଲ ଅନ୍ତର୍ଗତ ସିଂଘିଯୁବା ରାଜସ୍ବ ସର୍କଲରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି। ବିଗତ କିଛିଦିନ ମଧ୍ୟରେ ଲଗାଣ ବର୍ଷା କ୍ଷେତରେ ଥିବା ଧାନ ଓ କଟା ହୋଇ ଖଳାରେ ଥିବା ଧାନକୁ କ୍ଷତି ପହଞ୍ଚାଇଛି। ସୁନାର ଫସଲ ବର୍ଷାରେ ଗଜା ହୋଇଯାଇଛି। ଫଳରେ ଖରିଫରେ କ୍ଷତି ସହିଥିବା ଚାଷୀ ରବିରେ ଅମଳ କରିବାକୁ ଯେଉଁ ଆଶାବାନ୍ଧିଥିଲା ତାହା ଚୁରମାର ହୋଇ ଯାଇଛି। ଖଇରମାଳ ଗ୍ରାମର ଲବ ଭୁଏଙ୍କ ୪ଏକର ଜମିରେ ସୁବର୍ଣା କିସମର ବଡଧାନ ଚାଷ କରିଥିଲେ। ଫସଲ ଭଲ ବି ହୋଇଥିଲା। ମାତ୍ର ମେ ମାସସାରା ହୋଇଥିବା କରାମାଡ ଏବଂ ଲଗାଣବର୍ଷା ତାଙ୍କର ସବୁ ସ୍ବପ୍ନକୁ ଚୁର୍‌ମାର୍‌ କରିଦେଇଛି।

ରୋଗୀକଲ୍ୟାଣ ସମିତି ବୈଠକ: ପାଣ୍ଠିର ସଦ୍‌ବିନିଯୋଗ ଉପରେ ଗୁରୁତ୍ୱାରୋପ

ରୋଗୀକଲ୍ୟାଣ ସମିତି ବୈଠକ: ପାଣ୍ଠିର ସଦ୍‌ବିନିଯୋଗ ଉପରେ ଗୁରୁତ୍ୱାରୋପ

ଦେଓଗାଁ,୨୬।୫(ଡି.ଏନ୍‌.ଏ.)- ବଲାଙ୍ଗୀରା ଜିଲା ଦେଓଗାଁ ବ୍ଲକ ଅଧୀନ ଦେଓଗାଁ ଗୋଷ୍ଠିସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଡାକ୍ତର ଚିତ୍ତ ରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥିଭାବେ ବିଧାୟକ ତଥା ବିରୋଧିଦଳ ନେତା ନରସିଂହ ମିଶ୍ର ଯୋଗଦେଇ ଆର୍‌କେଏସ୍‌ ପାଣ୍ଠିର ସଦ୍‌ବିନିଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ରୀନା ମେହେର, ବିଡିଓ ଶଙ୍କର ପ୍ରସାଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ବିପିଏମ୍‌ କୁମୁଦ ରଞ୍ଜନ ନାଏକ ବାର୍ଷିକ ବିବରଣୀ ଓ ଚଳିତ ବର୍ଷର ବଜେଟ ଉପସ୍ଥାପନ କରିଥିଲେ। ଗତ ବର୍ଷର ବଳକା ୧ଲକ୍ଷ ୫୦ ହଜାର ସହ ଚଳିତ ବର୍ଷର ୫ ଲକ୍ଷ ସର୍ବମୋଟ ୬ ଲକ୍ଷ ୫୦ ହଜାର ଟଙ୍କାର ବଜେଟ ଉପସ୍ଥାପନା କରାଯାଇଥିଲା।

ପଧାନପାଲି ଟୋଲ ଆଦାୟ ପ୍ରସଙ୍ଗ: ଜିଲା ଓକିଲ ସଂଘର ଆଇନଆମାନ୍ୟ ଆନ୍ଦୋଳନ

ପଧାନପାଲି ଟୋଲ ଆଦାୟ ପ୍ରସଙ୍ଗ: ଜିଲା ଓକିଲ ସଂଘର ଆଇନଆମାନ୍ୟ ଆନ୍ଦୋଳନ

ସମ୍ବଲପୁର/ରେଙ୍ଗାଲି,୨୬।୫(ବ୍ୟୁରୋ/ଡି.ଏନ.ଏ.)- ସମ୍ବଲପୁର ପଧାନପାଲି ଟୋଲ ପ୍ଲାଜାରେ ବେଆଇନ ଟୋଲ ଆଦାୟ ପ୍ରତିବାଦରେ ଶନିବାର ଜିଲା ଓକିଲ ସଂଘ ପକ୍ଷରୁ ଆଇନଅମାନ୍ୟ ଆନ୍ଦୋଳନ କରାଯାଇଥିଲା। ସକାଳ ୮ଟାରେ ଆନ୍ଦୋଳନକାରୀମାନେ ଟୋଲ ପ୍ଲାଜା ଫାଟକ ଖୋଲି ଦେଇଥିଲେ। ପରେ ବିନା ଶୁଳ୍କରେ ଯାନବାହନଗୁଡିକ ଯାଇଥିଲଶ। ପୂର୍ବାହ୍ନ ସାଢ଼େ ୯ଟାରେ ବସ, ଘରୋଇ ଚାରିଚକିଆ ଯାନଗୁଡିକୁ ଦୁଇଟି ଲେନ୍‌ରେ ଛଡା ଯାଇଥିଲା। ଯେତେ ଦିନ ପର୍ଯ୍ୟନ୍ତ ବେଆଇନ ଟୋଲ ଆଦାୟ ବନ୍ଦ ନ ହେବ, ଆନ୍ଦୋଳନ ପର୍ଯ୍ୟାୟକ୍ରମେ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।