Dharitri News
ଖେଳ |

କୁଇନ୍ସ ଚ୍ୟାଲେଞ୍ଜ ଖେଳିବେ ନାଡାଲ

କୁଇନ୍ସ ଚ୍ୟାଲେଞ୍ଜ ଖେଳିବେ ନାଡାଲ ଲଣ୍ଡନ, ୭।୨(ଏଏଫ୍‌ପି)- ବିଶ୍ୱର ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଖେଳାଳି ରାଫାଲ ନାଡାଲ ଚଳିତ ସିଜନ୍‌ର ୨ୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଓ୍ବିମ୍ବେଲଡନ୍‌ ଓପନ୍‌ ପୂର୍ବରୁ କୁଇନ୍ସ କ୍ଲବ ଚ୍ୟାଲେଞ୍ଜରେ ଖେଳିବେ। ଏ ନେଇ ସେ ବୁଧବାର ସ୍ପଷ୍ଟ କରିଛନ୍ତି। ଏହି ଟୁର୍ନାମେଣ୍ଟର ଗତ ଦୁଇଟି ସଂସ୍କରଣରେ ନାଡାଲ ଆହତ ସମସ୍ୟା କାରଣରୁ ଓହରିଯାଇଥିଲେ। କିନ୍ତୁ ଟୁର୍ନାମେଣ୍ଟର ୨୦୦୮ ସଂସ୍କରଣର ଚାମ୍ପିୟନ୍‌ ସ୍ପେନ ଖେଳାଳି ଓ୍ବିମ୍ବେଲଡନ୍‌ ଓପନ୍‌ ପୂର୍ବରୁ ନିଜକୁ ପ୍ରସ୍ତୁତ କରିବା ପାଇଁ ଏଥର ଅଂଶଗ୍ରହଣ କରିବେ। ”ମୁଁ ଚଳିତ ବର୍ଷ କୁଇନ୍ସ କ୍ଲବରେ ଖେଳିବି। ଏହି ଟୁର୍ନାମେଣ୍ଟରେ ମୋର ବହୁ ସ୍ମୃତି ଜଡ଼ିତ ରହିଛି। ସେଠାରେ ଖେଳିବା ଦ୍ୱାରା ଓି୍ବମ୍ବେଲଡନ୍‌ ଓପନ୍‌ ପୂର୍ବରୁ ନିଜକୁ ପ୍ରସ୍ତୁତ କରିପାରିବି“ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ କୁଇନ୍ସ ଟୁର୍ନାମେଣ୍ଟ ନିର୍ଦ୍ଦେଶକ ଷ୍ଟିଫେନ ଫାରୋ କହିଛନ୍ତି, ରାଫାଲ କୁଇନ୍ସ କୋର୍ଟକୁ ଫେରିବାକୁ ଯାଉଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ। ୧୦ ବର୍ଷ ପୂର୍ବେ ସେ ଏଠାରେ ଚାମ୍ପିୟନ୍‌ ହେବା ସହ ଓି୍ବମ୍ବେଲଡନ୍‌ ଓପନ୍‌ ଟାଇଟଲ ଅଧିକାର କରିଥିଲେ। ଆମେ ଆଶା କରୁଛୁ ସେ ଚଳିତ ଥର ଉନ୍ନତ ପ୍ରଦର୍ଶନ କରିବେ। ଉଲ୍ଲେଖଥାଉ କି, ଥାଇଜନିତ ସମସ୍ୟା ଯୋଗୁ ନାଡାଲ ଅଷ୍ଟ୍ରେଲିଆନ୍‌ ଓପନ୍‌ କ୍ୱାର୍ଟର ଫାଇନାଲରେ ମାରିନ ସିଲିକ୍‌ଙ୍କଠାରୁ ପରାଜିତ ହୋଇଥିଲେ। ଏହି ସମସ୍ୟାରୁ ଚଳିତ ସପ୍ତାହରେ ମୁକ୍ତ ହୋଇ ସେ ମେକ୍ସିକାନ ଓପନ୍‌ରେ କୋର୍ଟକୁ ଫେରିବେ।

ଖେଳ |

ଟି୨୦ ର଼୍ୟାଙ୍କିଙ୍ଗର ଶୀର୍ଷରେ ରହିଲା ପାକିସ୍ତାନ

ଟି୨୦ ର଼୍ୟାଙ୍କିଙ୍ଗର ଶୀର୍ଷରେ ରହିଲା ପାକିସ୍ତାନ

ଓ୍ବେଲିଂଟନ, ୨୩।୨(ଏଏଫପି)- ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡକୁ ମିଶାଇ ଅନୁଷ୍ଠିତ ଟି୨୦ କ୍ରିକେଟ ସିରିଜରେ ଅଷ୍ଟ୍ରେଲିଆ ଚାମ୍ପିୟନ ହେଲେ ମଧ୍ୟ ପାକିସ୍ତାନ ଆଇସିସି ର଼୍ୟାଙ୍କିଙ୍ଗର ନମ୍ବରଓ୍ବାନ ସ୍ଥାନରେ ଅପରିବର୍ତ୍ତିତ ରହିଛି।

କନ୍ୟା ସନ୍ତାନର ଜନକ ହେଲେ ପୂଜାରା

କନ୍ୟା ସନ୍ତାନର ଜନକ ହେଲେ ପୂଜାରା

ନୂଆଦିଲ୍ଲୀ, ୨୩।୨- ଭାରତୀୟ ଟେଷ୍ଟ କ୍ରିକେଟ ଦଳର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରାଙ୍କ ଖୁସି ଏବେ କହିଲେ ନସରେ। ତେବେ ତାଙ୍କର ଏହି ଖୁସି କ୍ରିକେଟରେ ସଫଳତା ପାଇଁ ନୁହେଁ ବରଂ ପିତା ହେବାର ସୌଭାଗ୍ୟ ପାଇଁ।

କୋରିଆ ଗସ୍ତ ପାଇଁ ଭାରତୀୟ ଦଳରେ ଓଡ଼ିଶାରୁ ୪

କୋରିଆ ଗସ୍ତ ପାଇଁ ଭାରତୀୟ ଦଳରେ ଓଡ଼ିଶାରୁ ୪

ନୂଆଦିଲ୍ଲୀ, ୨୩।୨- ଭାରତୀୟ ମହିଳା ହକି ଦଳ ଦକ୍ଷିଣ କୋରିଆ ଗସ୍ତକରି ମାର୍ଚ୍ଚ ୩ରୁ ୧୨ ପର୍ଯ୍ୟନ୍ତ ଘରୋଇ ଦଳ ସହିତ ୫ଟି ମ୍ୟାଚ ଖେଳିବ। ଏଥିପାଇଁ ଶୁକ୍ରବାର ଘୋଷିତ ୨୦ ଜଣିଆ ଭାରତୀୟ ଦଳରେ ୪ ଓଡ଼ିଆ ଖେଳାଳି ସାମିଲ ହୋଇଛନ୍ତି।

ଆଇଟିଏଫ ଫ୍ୟୁଚର ଟେନିସ ଆଜିଠାରୁ

ଆଇଟିଏଫ ଫ୍ୟୁଚର ଟେନିସ ଆଜିଠାରୁ

ଭୁବନେଶ୍ୱର, ୨୨।୨(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମ ପୁଣି ଚଳଚଞ୍ଚଳ। ଏଥର ହକି କିମ୍ବା ଆଥଲେଟିକ୍ସ ପାଇଁ ନୁହେଁ ଅନ୍ତର୍ଜାତୀୟ ମାନର ଟେନିସ ଓ ଫୁଟବଲର ରୋମାଞ୍ଚ ଏଥର ଦେଖିବାକୁ ମିଳିବ ଏହି ଷ୍ଟାଡିୟମରେ। ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ର ଏକ ମ୍ୟାଚ ପାଇଁ ଜାମସେଦପୁର ଏଫସି ଦଳ ଗତ ୧୯ ତାରିଖରୁ ଭୁବନେଶ୍ୱରରେ ପହଞ୍ଚତ୍ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଚଳାଇଛି। ବେଙ୍ଗାଲୁରୁ ଏଫସି ଶୁକ୍ରବାର ପହଞ୍ଚତ୍ବା କାର୍ଯ୍ୟକ୍ରମ ରହିଛି। ଦୁଇ ଦଳ ମଧ୍ୟରେ ଆଇଏସଏଲ ମ୍ୟାଚ ଆଗାମୀ ୨୫ ତାରିଖରେ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ଓଡ଼ିଶାରେ ପ୍ରଥମଥରପାଇଁ ଆୟୋଜିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ଟେନିସ ଟୁର୍ନାମେଣ୍ଟ।

୨୦ ବର୍ଷ ପରେ ମହିଳା ଆଇସ୍‌ ହକିରେ ଆମେରିକାକୁ ସ୍ବର୍ଣ୍ଣ

୨୦ ବର୍ଷ ପରେ ମହିଳା ଆଇସ୍‌ ହକିରେ ଆମେରିକାକୁ ସ୍ବର୍ଣ୍ଣ

ପ୍ୟୋଙ୍ଗ୍‌ଚାଙ୍ଗ,୨୨।୨(ଏ.ଏଫ.ପି.)-ଦୀର୍ଘ ୨୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ଶୀତକାଳୀନ ଅଲିମ୍ପିକ୍ସର ମହିଳା ହକି ଇଭେଣ୍ଟରେ ଶେଷରେ ଆମେରିକା ସ୍ବର୍ଣ୍ଣ ପଦକ ହାସଲ କରିବାକୁ ସକ୍ଷମ ହୋଇଛି। ଗୁରୁବାର ଅନୁଷ୍ଠିତ ଟାଇଟଲ ମୁକାବିଲାରେ ଆମେରିକା ପେନାଲ୍ଟି ସୁଟ୍‌ ଆଉଟ୍‌ ମାଧ୍ୟମରେ ପଡୋଶୀ କାନାଡାକୁ ୩-୨ ଗୋଲରେ ପରାସ୍ତ କରି ଏହି ଐତିହାସିକ ସଫଳତା ଅର୍ଜନ କରିଛି।

ପଞ୍ଜାବ ପୋଲିସରେ ଯୋଗଦେବେ ହରମନ୍‌ପ୍ରୀତ୍‌

ପଞ୍ଜାବ ପୋଲିସରେ ଯୋଗଦେବେ ହରମନ୍‌ପ୍ରୀତ୍‌

ଚଣ୍ଡିଗଡ଼, ୨୨।୨(ପି.ଟି.)- ଭାରତୀୟ ମହିଳା ଟି୨୦ କ୍ରିକେଟ ଦଳର ଅଧିନାୟିକା ହର୍‌ମନପ୍ରୀତ୍‌ କୌର ମାର୍ଚ୍ଚ ୧ରୁ ପଞ୍ଜାବ ପୋଲିସରେ ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍‌ ପୋଲିସ୍‌ (ଡିଏସ୍‌ପି) ଭାବେ ଯୋଗ ଦେବେ।

ଓ୍ବିଣ୍ଟର ଅଲିମ୍ପିକ୍‌:  ସ୍ଲାଲୋମ ଇଭେଣ୍ଟରେ ମାଇହରେରଙ୍କୁ ସ୍ବର୍ଣ୍ଣ

ଓ୍ବିଣ୍ଟର ଅଲିମ୍ପିକ୍‌: ସ୍ଲାଲୋମ ଇଭେଣ୍ଟରେ ମାଇହରେରଙ୍କୁ ସ୍ବର୍ଣ୍ଣ

ପ୍ୟୋଙ୍ଗଚାଙ୍ଗ,୨୨।୨(ଏଏଫ୍‌ପି)- ସୁଇରଲାଣ୍ଡର ଭେଟେରାନ ଆଣ୍ଡ୍ରେ ମାଇହରେର ପୁରୁଷ ବିଭାଗର ସ୍ଲାଲୋମ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୩୫ ବର୍ଷୀୟ ଖେଳାଳି ରେସର ଫିନିଶିଂ ଲାଇନ୍‌କୁ ୧:୩୮.୯୯ ସେକେଣ୍ଡରେ ଅତିକ୍ରମ କରି ଏହି ସଫଳତା ପାଇଛନ୍ତି।

ବିଜୟ ହଜାରେ ଟ୍ରଫି: ଦିଲ୍ଲୀକୁ ହରାଇ ସେମିରେ ଆନ୍ଧ୍ର

ବିଜୟ ହଜାରେ ଟ୍ରଫି: ଦିଲ୍ଲୀକୁ ହରାଇ ସେମିରେ ଆନ୍ଧ୍ର

ନୂଆଦିଲ୍ଲୀ,୨୨।୨- ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ ଅଫ୍‌ ଥିବା ଦିଲ୍ଲୀକୁ ପରାସ୍ତ କରି ଆନ୍ଧ୍ରପ୍ରଦେଶ ଚଳିତ ବିଜୟ ହଜାରେ ଟ୍ରଫିର ସେମିଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଦିଲ୍ଲୀକୁ ୬ ଉଇକେଟ୍‌ରେ ପରାସ୍ତ କରିଛି ଆନ୍ଧ୍ରପ୍ରଦେଶ। ପେସର ଶିବ କୁମାର ଓ ଭାର୍ଗବ ଭଟ୍ଟଙ୍କ ଘାତକ ବୋଲିଂ ଆଗରେ ଦିଲ୍ଲୀ ମାତ୍ର ୧୧୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଜବାବରେ ଆନ୍ଧ୍ରପ୍ରଦେଶ ୨୯ତମ ଓଭର୍‌ରେ ୪ ଉଇକେଟ୍‌ ହରାଇ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା।

ଲା ଲିଗା ଲିଗ୍‌: ମାଡ୍ରିଡ୍‌ ବିଜୟୀ

ଲା ଲିଗା ଲିଗ୍‌: ମାଡ୍ରିଡ୍‌ ବିଜୟୀ

ମାଡ୍ରିଡ୍‌,୨୨।୨- ପର୍ତ୍ତୁଗାଲ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସମେତ କେତେ ଜଣ ନିୟମିତ ଖେଳାଳିଙ୍କ ଅନୁପସ୍ଥିତିରେ ରିୟଲ ମାଡ୍ରିଡ୍‌ ଦଳ ଚଳିତ ଲା ଲିଗା ଲିଗ୍‌ର ଏକ ମାଚ୍‌ରେ ୩-୧ ଗୋଲ୍‌ରେ ଲେଗାନେ୍‌ସକୁ ପରାସ୍ତ କରିଛି। ଏହି ବିଜୟ ଯୋଗୁ ଡିଫେଣ୍ଡିଂ ଚାମ୍ପିୟନ୍‌ ପଏଣ୍ଟ ଟେବୁଲରେ ଭାଲେନସିଆକୁ ହଟାଇ ୩ୟ ସ୍ଥାନ ଅଧିକାର କରିଛି। କିନ୍ତୁ କୋଚ୍‌ ଜିନେଡାନ ଜିଡାନଙ୍କ ଦଳ ଟାଇଟଲ ଦୌଡ଼ରେ ସର୍ବାଗ୍ରେ ଥିବା ବାର୍ସିଲୋନାଠାରୁ ବହୁ ପଛରେ ରହିଛି।

ଆଂଶିକାଙ୍କୁ ବ୍ରୋଞ୍ଜ ପଦକ

ଆଂଶିକାଙ୍କୁ ବ୍ରୋଞ୍ଜ ପଦକ

ଭୁବନେଶ୍ୱର, ୨୨।୨(କ୍ରୀଡ଼ା ପ୍ରତିନିଧି)- ନୂଆଦିଲ୍ଲୀର ଡିଡି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଗୁରୁବାର ଅନୁଷ୍ଠିତ ‘ଟାଟା ଟି(ଜାଗୋ ରେ) ଚାମ୍ପିୟନ୍ସ ଟୁମରୋ’ କାର୍ଯ୍ୟକ୍ରମର ସର୍ବଭାରତୀୟ ଫାଇନାଲ୍ସରେ ଓଡ଼ିଶାର ଆଂଶିକା ରାଉତରାୟ ବ୍ରୋଞ୍ଜ ପଦକ ପାଇଛନ୍ତି।

ମାରିଟ ସଫଳତମ ଓ୍ବିଣ୍ଟର ଅଲିମ୍ପିଆନ୍‌

ମାରିଟ ସଫଳତମ ଓ୍ବିଣ୍ଟର ଅଲିମ୍ପିଆନ୍‌

ପ୍ୟୋଙ୍ଗଚାଙ୍ଗ, ୨୧।୨(ଏ.ଏଫ୍‌.ପି)- ନରଓ୍ବେର ମାରିଟ ବିୟରଗେନ୍‌ ଶୀତକାଳୀନ ଅଲିମ୍ପିକ୍ସ ଇତିହାସର ସଫଳତମ ଆଥଲେଟ ବିବେଚିତ ହୋଇଛନ୍ତି। ବୁଧବାର ଅନୁଷ୍ଠିତ ମହିଳା କ୍ରସ୍‌ କଣ୍ଟ୍ରି ସ୍କିଂ ଟିମ୍‌ ସ୍ପ୍ରିଣ୍ଟ ଫ୍ରି ଇଭେଣ୍ଟରେ ସେ ନିଜ ଦେଶର ମାଇକେନ କାସ୍ପେରସେନଙ୍କ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

କ୍ରିକେଟ ଅଜବ: ବୋଲରଙ୍କ ମୁଣ୍ଡରେ ବଲ୍‌ ବାଜି ଛକା

କ୍ରିକେଟ ଅଜବ: ବୋଲରଙ୍କ ମୁଣ୍ଡରେ ବଲ୍‌ ବାଜି ଛକା

ଅକ୍‌ଲାଣ୍ଡ (ନ୍ୟୁଜିଲାଣ୍ଡ), ୨୧।୨- ନ୍ୟୁଜିଲାଣ୍ଡ ଘରୋଇ ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟ ଫୋର୍ଡ ଟ୍ରଫିରେ ବୁଧବାର ଏକ ଅଜବ ଘଟଣା ଦେଖବାକୁ ମିଳିଛି। ସ୍ଥାନୀୟ କୋଲିନେ ମେଡେନ ପାର୍କରେ ଅକ୍‌ଲାଣ୍ଡ ଓ କାଣ୍ଟବେରୀ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ବ୍ୟାଟ୍ସମ୍ୟାନଙ୍କ ଏକ ଶର୍ଟ ସିଧା ବୋଲରଙ୍କ ମୁଣ୍ଡରେ ବଲ ବାଜି ବାଉଣ୍ଡରୀ ବାହାରକୁ ଯିବାସହ ୬ ରନରେ ପରିଣତ ହୋଇଥିଲା।