ସମ୍ବଲପୁର

ଜମନକିରା ଡାକ୍ତରଖାନାରେ ଡାକ୍ତର, କର୍ମଚାରୀ ଅଭାବ

ଜମନକିରା ଡାକ୍ତରଖାନାରେ ଡାକ୍ତର, କର୍ମଚାରୀ ଅଭାବ


ଜମନକିରା, ୭। ୨ (ଡି. ଏନ୍‌.ଏ.)-ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ସଦର ମହକୁମାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ କର୍ମଚାରୀଙ୍କ ଅଭାବ ରହିଛି। ସରକାର ଏବଂ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ବାରମ୍ବାର ଅଞ୍ଚଳବାସୀ ଦାବି କରି ଆସୁଥିବା ସତ୍ୱେ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉନାହିଁ। ଏହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଦେବଗଡ଼ ଜିଲାର କିଛି ଅଞ୍ଚଳ ମଧ୍ୟ ନିର୍ଭରଶୀଳ ଅଟନ୍ତି। ଏଥିସହ ୫୩ନଂ. ଜାତୀୟ ରାଜପଥ (କଲିକତାରୁ ମୁମ୍ବାଇକୁ ସଂଯୋଗ କରିଛି)ରେ ହଜାର ହଜାର ସଂଖ୍ୟାରେ ଗାଡ଼ି ମୋଟର ଯାତାୟତ କରୁଥିବାରୁ ପ୍ରାୟ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଏଣୁ ମୃତାହତଙ୍କୁ ଏଠାକୁ ଅଣାଯାଇଥାଏ। ଅନ୍ୟପକ୍ଷେ ଏଠାରୁ କୁଚିଣ୍ଡା, ବାମରା, ସୁନ୍ଦରଗଡ଼, ଝାରସୁଗୁଡ଼ା, ରାଉରକେଲାକୁ ମଧ୍ୟ ରାସ୍ତା ସଂଯୋଗ ହେତୁ ଲୋକଙ୍କ ଚଳାଚଳ ରହିଛି। ଏସବୁ ଦୃଷ୍ଟିରୁ ଏହି ଡାକ୍ତରଖାନାର ଗୁରୁତ୍ୱ ରହିଛି। କିଛି ଦିନ ହେଲା ଅସ୍ଥାୟୀ ଭାବେ ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ୨ ବର୍ଷ ତଳେ ଆଟେଣ୍ଡାଣ୍ଟ ଅବସର ନେଇଥିବା ବେଳେ ଅଦ୍ୟାବଧି ତାଙ୍କ ପଦ ପୂରଣ ହୋଇପାରି ନାହିଁ। ଏ ସଂକ୍ରାନ୍ତରେ ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. କଲ୍ୟାଣ କୁମାର ଗୁପ୍ତାଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ସମସ୍ୟା ସମାଧାନ ଦିଗରେ ନିଜର ଅସହାୟତା ପ୍ରକାଶ କରିଥିଲେ। ରାଜନୈତିକ ସ୍ତରରେ ଏବଂ ଅଞ୍ଚଳବାସୀ ଦାବି କଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଥିଲେ।

All Right Reserved By

Model This Week

ସୌମ୍ୟ

ସମ୍ବଲପୁର

୩୬ଜଣିଆ ସନ୍ତରଣ ଦଳର ଭୁବନେଶ୍ୱର ଯାତ୍ରା

ସମ୍ବଲପୁର,୨୭।୫(ବ୍ୟୁରୋ) ୫୯ତମ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତା-୨୦୧୮ ଭୁବନେଶ୍ୱର ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ରବିବାର ଓ ସୋମବାର ଅନୁଷ୍ଠିତ ହେଉଛି। ପ୍ରତିଯୋଗିତାରେ ଭାଗ ନେବା ପାଇଁ ସମ୍ବଲପୁର ଜିଲା ଦଳ ଭୁବନେଶ୍ୱରରେ ପହଞ୍ଚିଛି।

ବଲାଙ୍ଗୀର ରେଲୱେ ଷ୍ଟେସନ୍‌ ପରିସ୍ରାଗାରରୁ ୨ ଶିଶୁ ଉଦ୍ଧାର: ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର

ବଲାଙ୍ଗୀର ରେଲୱେ ଷ୍ଟେସନ୍‌ ପରିସ୍ରାଗାରରୁ ୨ ଶିଶୁ ଉଦ୍ଧାର: ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର

ବଲାଙ୍ଗୀର ଅଫିସ,୨୭।୫- ରବିବାର ବଲାଙ୍ଗୀର ରେଲୱେ ଷ୍ଟେସନ୍‌ ପରିସ୍ରାଗାରରେ କେହି ଦୁଇ ଶିଶୁକନ୍ୟାଙ୍କୁ ଏକ ବ୍ୟାଗରେ ଭର୍ତ୍ତି କରି ସେଠାରେ ଛାଡ଼ିଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉଦ୍ଧାର ହୋଇଥିବା ଶିଶୁଙ୍କ ବୟସ ଏକମାସ ହେବ ବୋଲି ଅନୁମାନ କରାଯାଇଛି। ଖବର ପାଇ ରେଲୱେ ପୋଲିସ ବ୍ୟାଗ ଭିତରେ ଥିତ୍ବା ଉକ୍ତ ଦୁଇ ଶିଶୁକନ୍ୟାକୁ ଉଦ୍ଧାର କରି ଚାଇଲ୍‌ଡ଼ ଲାଇନ୍‌କୁ ହସ୍ତାନ୍ତର କରିଥିଲେ।

ବେଆଇନ ସମ୍ପତ୍ତି ଠୁଳ ମାମଲା: ସହକାରୀ କଣ୍ଟ୍ରୋଲର ନିଲମ୍ବିତ

ବେଆଇନ ସମ୍ପତ୍ତି ଠୁଳ ମାମଲା: ସହକାରୀ କଣ୍ଟ୍ରୋଲର ନିଲମ୍ବିତ

ରାଉରକେଲା ଅଫିସ,୨୭।୫-ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ରାଉରକେଲା ଲିଗାଲ ମେଟ୍ରୋଲଜି ବିଭାଗ ସହକାରୀ କଣ୍ଟ୍ରୋଲର ବିଦ୍ୟାଧର ବିଶ୍ୱାଳଙ୍କୁ ନିଲମ୍ବନ କରିଛି ରାଜ୍ୟ ଯୋଗାଣ ନିଗମ। କୋଟିପତି ବିଶ୍ୱାଳ ବେଆଇନ ବିପୁଳ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଗତ ୧।୫।୨୦୧୮ରେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ପରେ ତାଙ୍କୁ ଗିରଫ କରାଯାଇଥିଲା। ଏ

ପେଟ ଉପରେ ଆବୁ ବଢ଼ୁଛି: ଚିକିତ୍ସା ସୁବିଧା ମିଳୁନି

ପେଟ ଉପରେ ଆବୁ ବଢ଼ୁଛି: ଚିକିତ୍ସା ସୁବିଧା ମିଳୁନି

ରାଉରକେଲା ଅଫିସ,୨୭।୫-ପେଟ ଉପରେ ଆବୁ ବଢ଼ୁଛି । ଔଷଧ କାମ କରୁନି । ଦିନକୁ ଦିନ ସେହି ଆବୁ ବୃଦ୍ଧି ପାଇବାରେ ଲାଗିଛି। ଏପରି ପରିସ୍ଥିତିରେ ତାଙ୍କ ପରିବାର ଲୋକେ ଚିନ୍ତାରେ ପଡିଛନ୍ତି।

ଦୃଢ଼ ଇଚ୍ଛାଶକ୍ତି ଥିଲେ ସଫଳତା ଆସେ

ବୀରମହାରାଜପୁର, ୨୭।୫ (ଡି.ଏନ.ଏ.) କୁହାଯାଏ ବିଫଳତା ହିଁ ସଫଳତାରେ ଖମ୍ବ। ଦୃଢ଼ ଇଚ୍ଛାଶକ୍ତି ଆଗରେ ସବୁକିଛି ହାରମାନେ। ଆର୍ଥିକ ଅନାଟନ ବା ପାରିବାରିକ ସମସ୍ୟା ବ୍ୟକ୍ତିକୁ ରୋକି ପାରେନି । କଠୋର ପରିଶ୍ରମର ବିକଳ୍ପ ନାହଁ। ଏପରି ଉଦାହରଣ ହେଉଛନ୍ତି ଅଶୋକ କୁମାର ପଧାନ।

ଓଡିଆ ଭାଷାରେ ନାମଫଳକ ଲେଖିବା ପ୍ରସଙ୍ଗ: ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲାନି:କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

ସୋନପୁର,୨୭।୫(ନି.ପ୍ର.) ସୁବର୍ଣ୍ଣପୁର ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ ଓ ବ୍ୟାଙ୍କରେ ନାମଫଳକ ଓଡିଆ ଭାଷାରେ ଲେଖିବା ପାଇଁ ଜିଲାପାଳ ଦାଶରଥି ଶତପଥୀ ଗତ ଏପ୍ରିଲ ୨୬ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ମେ ୧୫ ପରେ ଯେଉଁମାନେ ଓଡିଆରେ ଲେଖି ନଥିବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ଏମଓୟୁ ମାଧ୍ୟମରେ ହେବ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ

କଣ୍ଟାବାଞ୍ଜି,୨୭।୫(ଡି.ଏନ.ଏ.) ଷ୍ଟ୍ରାଟେଜିକ ପ୍ଲାନିଙ୍ଗ ଏଣ୍ଡ ଇଣ୍ଟର ନ୍ୟାସନାଲ କୋ-ଅପରେଶନ ବ୍ରିକ୍ସ ଇଣ୍ଟର ନ୍ୟାସନାଲ ଫୋରମର ନିର୍ଦ୍ଦେଶକ ଆଲେକ ଜାଣ୍ଡାର ସେନାପତିଙ୍କ ଦ୍ୱାରା ଏକ ଖବରଦାତା ସମ୍ମିଳନୀ କଣ୍ଟାବାଞ୍ଜିଠାରେ ହୋଇଯାଇଛି ।

ବିନା ରସିଦରେ ହଜାର ହଜାର ଟଙ୍କା ଆଦାୟ ଅଭିଯୋଗ

ଗୁଡଭେଲା,୨୭।୫(ଡି.ଏନ.ଏ.) ବଲାଙ୍ଗୀର ଜିଲା ତୁଷରା ସ୍ଥିତ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୁରୁଣା ପାଣି ପାଇପରୁ ନୂତନ ଭାବେ ବିଚ୍ଛା ଯାଇଥିବା ପାଣି ପାଇପ ବଦଳାଇବା ନଁ।ରେ ବିନା ରସିଦରେ ହଜାର ହଜାର ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହେଉଛି। ଏପରିକି ହାତ ଗୁଞ୍ଜା ନ ଦେଲେ ହିତାଧିକାରୀ ନୂତନ ପାଇପ ସଂଯୋଗ ନେଇପାରୁ ନଥିବା ବେଳେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି ।

କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଟିକ୍ରାପଡ଼ା,୨୭।୫(ଡି.ଏନ.ଏ.) ବଲାଙ୍ଗୀର ଜିଲା ସଇଁନ୍ତଳା ବ୍ଲକ ଝିଙ୍କିଡୁଙ୍ଗୁରୀ ପଞ୍ଚାୟତ ଅଧିନ ଲାଫେର ଗ୍ରାମର ଉଗ୍ରସେନ ମହାକୁର(୪୨) ନାମକ ଜଣେ ଦାଦନ ଶ୍ରମିକଙ୍କ କେରଳ ରାଜ୍ୟର ଏକ ଇଟା ଭାଟିରେ ମାଟି ଗୋଳାଇବା ମେଶିନର ଧକ୍କାରେ ଶନିବାର ମୃତ୍ୟୁ ଘଟିଛି

ଜନସ୍ବାସ୍ଥ୍ୟ ବିଭାଗ, ପୌରସଂସ୍ଥାର ଅବହେଳା: କାମଳ କବଳିତ ହେବ ଝାରସୁଗୁଡ଼ା

ଜନସ୍ବାସ୍ଥ୍ୟ ବିଭାଗ, ପୌରସଂସ୍ଥାର ଅବହେଳା: କାମଳ କବଳିତ ହେବ ଝାରସୁଗୁଡ଼ା

ଝାରସୁଗୁଡା ଅଫିସ,୨୭।୫- ବିପର୍ଯ୍ୟସ୍ତ ପରିମଳ ଏବଂ ପ୍ରଦୂଷିତ ପାଣି ଯୋଗୁ ରାଜ୍ୟର ୨ ପ୍ରମୁଖ ମହାନଗର ନିଗମରେ କାମଳ(ଜଣ୍ଡିସ୍‌) ରୋଗ ବ୍ୟାପୁଛି। କଟକ ଓ ସମ୍ବଲପୁର ମହାନଗର ନିଗମର ଲୋକ କାମଳ କବଳରୁ ମୁକ୍ତ ହେବାକୁ ଛଟପଟ ହେଉଛନ୍ତି।

କୋଏଲ ନଦୀ ଉପରେ ନିର୍ମାଣ ହେବ ବ୍ୟାରେଜ୍‌ : ଦୀର୍ଘଦିନର ଦାବି ପୂରଣ ହେବ

କୋଏଲ ନଦୀ ଉପରେ ନିର୍ମାଣ ହେବ ବ୍ୟାରେଜ୍‌ : ଦୀର୍ଘଦିନର ଦାବି ପୂରଣ ହେବ

ରାଉରକେଲା ଅଫିସ,୨୭।୫-ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ତପତ୍ତରା ପ୍ରକାଶ ପାଇ ନ ଥିବା ବେଳେ କୋଏଲ ନଦୀ ଉପରେ ବ୍ୟାରେଜ୍‌ ନିର୍ମାଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏନେଇ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ସ୍ପଷ୍ଟ କରିଛନ୍ତି।

ଜମି ସଂକ୍ରାନ୍ତିୟ ମାମଲାରେ ଆକ୍ରମଣକାରୀଙ୍କୁ କୋର୍ଟଚାଲାଣ

ଜମି ସଂକ୍ରାନ୍ତିୟ ମାମଲାରେ ଆକ୍ରମଣକାରୀଙ୍କୁ କୋର୍ଟଚାଲାଣ

ଭବାନୀପାଟଣା,୨୭।୫(ଡି.ଏନ.ଏ.)- ସଦର ଥାନା ଅନ୍ତର୍ଗତ ଯମୁନାବାହାଲ ଗ୍ରାମରେ ଲଛମନ ଭୋଇଙ୍କୁ ଜମି ଜମା ସଂକ୍ରାନ୍ତିୟ ମାମଲାରେ ସମ୍ପର୍କିୟ ଭାଇ ଜଲ ଭୋଇ ଓ ରାଜୁ ଭୋଇ ମରଣାନ୍ତକ ଆକ୍ରମଣ କରିଥିଲେ।