ଖେଳ |

ସିରିଜ୍‌ ଜିତିଲା ଆଫଗାନିସ୍ତାନ

ସିରିଜ୍‌ ଜିତିଲା ଆଫଗାନିସ୍ତାନ

ଶାରଜା,୭।୨- ରାଇଜିଂ ଷ୍ଟାର ରଶିଦ ଖାନଙ୍କ ଦମ୍‌ଦାର ପ୍ରଦର୍ଶନ ଯୋଗୁ ଆଫଗାନିସ୍ତାନ ଭ୍ରମଣକାରୀ ଜିମ୍ବାଓ୍ବେକୁ ପରାସ୍ତ କରି ଦୁଇଟିକିଆ ଟି୨୦ ସିରିଜ୍‌କୁ ୨-୦ ବ୍ୟବଧାନରେ ଜିତି ନେଇଛି। ସ୍ଥାନୀୟ ଶାରଜା ଷ୍ଟାଡିୟମ୍‌ରେ ଖେଳାଯାଇଥିବା ୨ୟ ମ୍ୟାଚ୍‌ରେ ଘରୋଇ ଦଳ ୧୭ ରନ୍‌ରେ ଜିମ୍ବାଓ୍ବେକୁ ହରାଇଛି। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ଉଇକେଟ୍‌ ହରାଇ ୧୫୮ ରନ୍‌ କରିଥିଲା। ଜବାବରେ ଜିମ୍ବାଓ୍ବେ ୫ ଉଇକେଟ୍‌ ହରାଇ ୧୪୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା।
ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ମହମ୍ମଦ ନବିଙ୍କ ୪୫ (୨ ଚୌକା ଓ ୪ ଛକା), କରିମ ସାଦିକଙ୍କ ୨୮, ଅଧିନାୟକ ଅସଗର ସ୍ତାନିକଜାଇଙ୍କ ୨୭ (୧ ଚୌକା ଓ ୩ ଛକା) ରନ୍‌ ଯୋଗୁ ୧୭ତମ ଓଭର୍‌ ସୁଦ୍ଧା ୪ ଉଇକେଟ୍‌ ହରାଇ ୧୩୯ ରନ୍‌ କରିଥିଲା। କିନ୍ତୁ ପରବର୍ତ୍ତୀ ଓଭର୍‌ ଗୁଡ଼ିକରେ କ୍ରମାଗତ ୫ ଉଇକେଟ୍‌ର ପତନ ଘଟିବାରୁ ଦଳ ୧୫୮ ରନ୍‌ରେ ସୀମିତ ରହିଥିଲା। ଜିମ୍ବାଓ୍ବେ ଦଳର ତେନ୍ଦାଇ ଛାତରା ୩ଟି ଉଇକେଟ୍‌ ନେଇଥିବାବେଳେ ବ୍ଲେସିଙ୍ଗ ମୁଜାରାବାନି ଓ ଗ୍ରେମ କ୍ରିମର ୨ଟି ଲେଖାଏ ଉଇକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ନବି ଓ ୧୯ ବର୍ଷରୁ କମ୍‌ ଦଳର ସ୍ପିନର ମୁଜିବ ଉର ରେହମାନଙ୍କ ମାପଚୁପ ବୋଲିଂ ଯୋଗୁ ଜିମ୍ବାଓ୍ବେ ବିଜୟଲକ୍ଷ୍ୟଠାରୁ ୧୮ ରନ୍‌ ଦୂରରେ ରହିଯାଇଥିଲା। ସିକନ୍ଦର ରାଜା ୪୦, ର଼୍ୟାନ ବୁର୍ଲ ୩୦ ଓ ହାମିଲ୍‌ଟନ ମାସାକାଜାଙ୍କ ୨୯ ରନ୍‌ର ଇନିଂସ୍‌ ସତ୍ତ୍ୱେ ଭ୍ରମଣକାରୀ ଦଳ ସମସ୍ତ ଓଭର୍‌ ବ୍ୟାଟିଂ କରି ୫ ଉଇକେଟ୍‌ ହରାଇ ୧୪୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ବିଜୟୀ ଦଳ ପାଇଁ ନବି ଓ ରେହମାନ ୨ଟି ଲେଖାଏ ଉଇକେଟ୍‌ ହାସଲ କରିଥିଲେ।

All Right Reserved By
I&PR

Model This Week

ସନ୍ତୋଷ

ଖେଳ |

ଚାଇନିଜ ତାଇପେଇ ବିପକ୍ଷରୁ ଭାରତର ଅଭିଯାନ

ଚାଇନିଜ ତାଇପେଇ ବିପକ୍ଷରୁ ଭାରତର ଅଭିଯାନ

ବମ୍ବେ, ୨୨।୫(ପି.ଟି.)- ଜୁନ୍‌ ୧ରୁ ସ୍ଥାନୀୟ ମୁମ୍ବାଇ ଫୁଟ୍‌ବଲ ଏରେନାଠାରେ ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଉଦ୍‌ଘାଟନୀ ଦିବସରେ ଚାଇନିଜ ତାଇପେଇ ବିପକ୍ଷରେ ଖେଳି ଆୟୋଜକ ଭାରତୀୟ ଦଳ ତା’ର ଅଭିଯାନ ଆରମ୍ଭ କରିବ।

କାନେଙ୍କୁ ଇଂଲଣ୍ଡ ଟିମ୍‌ର ନେତୃତ୍ୱ

କାନେଙ୍କୁ ଇଂଲଣ୍ଡ ଟିମ୍‌ର ନେତୃତ୍ୱ

ଲଣ୍ଡନ, ୨୨।୫(ଏଏଫ୍‌ପି)- ଟୋଟ୍ଟେନହାମ ଷ୍ଟ୍ରାଇକର ହ୍ୟାରୀ କାନେଙ୍କୁ ଆଗାମୀ ଫିଫା ବିଶ୍ୱକପ୍‌ ଲାଗି ଇଂଲଣ୍ଡ ଦଳର ନେତୃତ୍ୱ ପ୍ରଦାନ କରାଯାଇଛି। ଇଂଲଣ୍ଡ ଫୁଟ୍‌ବଲ ଆସୋସିଏଶନ ପକ୍ଷରୁ ମଙ୍ଗଳବାର ଏହା ସ୍ପଷ୍ଟ କରାଯାଇଛି। ଇଂଲଣ୍ଡ ମ୍ୟାନେଜର ଗାରେଥା ସାଉଥ୍‌ଗେଟ୍‌ ୨୦୧୬ରେ ଯୋଗଦେବା ପରଠାରୁ ଅଧିନାୟକ ପଦ ଲାଗି ବହୁ ଖେଳାଳିଙ୍କୁ ସୁଯୋଗ ଦେଇସାରିଛନ୍ତି।

ରୋହିତ୍‌ଙ୍କ ନାମରେ ଅଲୋଡ଼ା ରେକର୍ଡ

ରୋହିତ୍‌ଙ୍କ ନାମରେ ଅଲୋଡ଼ା ରେକର୍ଡ

ନୂଆଦିଲ୍ଲୀ, ୨୨।୫- ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଆଇପିଏଲ୍‌ର ଚଳିତ ସଂସ୍କରଣରେ ନୈରାଶ୍ୟଜନକ ପ୍ରଦର୍ଶନ କରି ପ୍ଲେ-ଅଫ୍‌କୁ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛି। ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ରୋହିତ୍‌ ଶର୍ମାଙ୍କ ଦଳ ଦିଲ୍ଲୀ ଡେୟାରଡେଭିଲ୍ସଠାରୁ ପରାସ୍ତ ହୋଇଥିଲା।

ବ୍ରୁନ୍ସଙ୍କ ନେତୃତ୍ୱରେ କାଉଣ୍ଟି ଖେଳିବେ କୋହଲି

ବ୍ରୁନ୍ସଙ୍କ ନେତୃତ୍ୱରେ କାଉଣ୍ଟି ଖେଳିବେ କୋହଲି

ନୂଆଦିଲ୍ଲୀ, ୨୨।୫- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଚଳିତ ସଂସ୍କରଣ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ନୈରାଶ୍ୟଜନକ ରହିଥିଲା। ବ୍ୟାଟିଂରେ କୋହଲି କିଛି ଖାସ୍‌ ପ୍ରଦର୍ଶନ କରିପାରି ନ ଥିବାବେଳେ ତାଙ୍କ ନେତୃତ୍ୱ ମଧ୍ୟ ଉତ୍ସାହଜନକ ରହି ନ ଥିଲା। ଏପରିକି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ଲେ-ଅଫ୍‌କୁ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଥିଲା। ତେବେ କୋହଲିଙ୍କ ପରବର୍ତ୍ତୀ ଲକ୍ଷ୍ୟ ଏବେ କାଉଣ୍ଟି କ୍ରିକେଟ ଉପରେ ରହିଛି।

ଆର୍ଜେଣ୍ଟିନା ଦଳରେ ମେସି, ଆଗୁଏରୋ

ଆର୍ଜେଣ୍ଟିନା ଦଳରେ ମେସି, ଆଗୁଏରୋ

ବୁଏନ୍ସ ଏରିଜ୍‌, ୨୨।୫- ରୁଷିଆରେ ହେବାକୁ ଥିବା ଫୁଟ୍‌ବଲ ବିଶ୍ୱକପ୍‌ର ପରବର୍ତ୍ତୀ ସଂସ୍କରଣ ଲାଗି ୨ଥର ଚାମ୍ପିୟନ ଆର୍ଜେଣ୍ଟିନା ପକ୍ଷରୁ ୨୩ ଜଣିଆ ଦଳ ଘୋଷଣା କରାଯାଇଛି। ତାରକା ଖେଳାଳି ତଥା ଫରଓ୍ବାର୍ଡ ଲିଓନେଲ ମେସି, ସର୍ଜିଓ ଆଜୁଏରୋ, ପାଉଲୋ ଡେବାଲ ଓ ଗୋଞ୍ଜାଲୋ ହିଗୁଏନା ପ୍ରମୁଖଙ୍କୁ ରୁଷିଆ ଟିକେଟ୍‌ ମିଳିଛି।

ସ୍ପେନ ବିଶ୍ୱକପ୍‌ ଦଳରୁ ଆଲ୍‌ଭାରୋ ବାଦ୍‌

ସ୍ପେନ ବିଶ୍ୱକପ୍‌ ଦଳରୁ ଆଲ୍‌ଭାରୋ ବାଦ୍‌

ମାଡ୍ରିଡ୍‌, ୨୨।୫- ଫୁଟ୍‌ବଲର ମହାକୁମ୍ଭ ଫିଫା ବିଶ୍ୱକପ୍‌କୁ ଆଉ ୩ ସପ୍ତାହ ସମୟ ରହିଥିବାବେଳେ ୨୦୧୦ ଚାମ୍ପିୟନ ସ୍ପେନ ଦଳ ତା’ର ଦଳ ଘୋଷଣା କରିଛି। ମୁଖ୍ୟ ପ୍ରଶିକ୍ଷକ ଜୁଲେନା ଲୋପେଟେଗୁଇଙ୍କ ଦ୍ୱାରା ଘୋଷିତ ହୋଇଥିବା ୨୩ ଜଣିଆ ଦଳରୁ ତାରକା ଚେଲସା ଷ୍ଟ୍ରାଇକର ଆଲଭାରୋ ମୋର୍ତାଜା ବାଦ୍‌ ଦିଆଯାଇଛି।

ପ୍ରାଜନେସ୍‌ ଦ୍ୱିତୀୟ ରାଉଣ୍ଡରେ, ନାଗାଲ ରାମକୁମାର ପରାସ୍ତ

ପ୍ରାଜନେସ୍‌ ଦ୍ୱିତୀୟ ରାଉଣ୍ଡରେ, ନାଗାଲ ରାମକୁମାର ପରାସ୍ତ

ପ୍ୟାରିସ, ୨୨ା୫ (ପି.ଟି.)-ଫ୍ରେଞ୍ଚ ଓପନ୍‌ କ୍ୱାଲିଫାୟର୍ସରେ ଭାରତର ପ୍ରାଜନେସ ଗୁଣେସ୍ବେରନ ତାଙ୍କ ମୁକାବିଲାରେ ବିଜୟ ହାସଲ କରିଥିବାବେଳେ ରାମକୁମାର ରମାନାଥନ ଓ ସୁମିତ ନାଗାଲ ସେମାନଙ୍କ ପୁରୁଷ ସିଙ୍ଗଲ ଓପନିଂ ରାଉଣ୍ଡ ମ୍ୟାଚରେ ପରାସ୍ତ ହୋଇଯାଇଛନ୍ତି। ଗୁଣେସ୍ବେରନ ୬-୪, ୬-୪ ସିଧାସଳଖ ସେଟ୍‌ରେ ଇଟାଲୀର ସାଲ୍‌ଭାଟୋର କାରୁସୋଙ୍କୁ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ନିକଟରେ ଚାଇନାର ଆନିଙ୍ଗଠାରେ କନ୍‌ମିଙ୍ଗ ଓପନ ଚ୍ୟାଲେଞ୍ଜର ଜିତିବା ପରେ ପ୍ରାଜନେସ (ବିଶ୍ୱର ୧୮୩ତମ)ର଼୍ୟାଙ୍କିଙ୍ଗ ତାଲିକାର ଟପ୍‌ ୨୦୦ରେ ପ୍ରବେଶ କରିଥିଲେ।

ଭୋଟର ତାଲିକାରେ ପୂର୍ବତନ ଖେଳାଳିଙ୍କୁ ନିଅ

ଭୋଟର ତାଲିକାରେ ପୂର୍ବତନ ଖେଳାଳିଙ୍କୁ ନିଅ

ନୂଆଦିଲ୍ଲୀ ୨୨ା୫ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପ୍ରଶାସକ କମିଟି (ସିଓଏ) ସମସ୍ତ ରାଜ୍ୟ ୟୁନିଟ୍‌ଗୁଡିକୁ ଇ-ମେଲ ଜରିଆରେ ସାନି ହୁକୁମନାମା ଜାରି କରିଛି। ରାଜ୍ୟରେ ଥିବା ସମସ୍ତ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି (ପୁରୁଷ ଓ ମହିଳା)ଙ୍କୁ ସଦସ୍ୟ ପଦ ସହ ଭୋଟିଂ ଅଧିକାର ପ୍ରଦାନ କରିବା ବାଧ୍ୟତାମୂଳକ କରାଯାଇଛି। ଯେଉଁ ରାଜ୍ୟ ୟୁନିଟ୍‌ରେ କ୍ଲବ ଓ ଜିଲା ୟୁନିଟ୍‌ଗୁଡ଼ିକୁ ଭୋଟିଂ ସଦସ୍ୟ ଭାବେ ଗ୍ରହଣ କରାଯାଇଛି ସେମାନେ ଏଥିରେ ଖପ୍ପା ହୋଇଛନ୍ତି। କେତେକ ରାଜ୍ୟ ୟୁନିଟ୍‌ରେ କେବଳ କ୍ଲବ ଏବଂ ଜିଲା ୟୁନିଟ୍‌ଗୁଡ଼ିକ ଭୋଟିଂ ସଦସ୍ୟ ରହିଛନ୍ତି।

କିଟ୍‌ରେ ଆଜି ଆଇପିଏଲ୍‌ ଫ୍ୟାନ୍‌ ପାର୍କ

କିଟ୍‌ରେ ଆଜି ଆଇପିଏଲ୍‌ ଫ୍ୟାନ୍‌ ପାର୍କ

ଭୁବନେଶ୍ୱର, ୨୨।୫(ସ୍ପୋଟର୍‌ସ ବ୍ୟୁରୋ)- ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଏକାଦଶ ସଂସ୍କରଣ ଅନ୍ତିମ ପର୍ଯ୍ୟାୟରେ ଉପନୀତ ହୋଇଛି। ଲିଗ୍‌ ପର୍ଯ୍ୟାୟ ସମାପ୍ତ ହୋଇଥିବାବେଳେ ମଙ୍ଗଳବାରଠାରୁ କ୍ୱାଲିଫାୟର ପର୍ଯ୍ୟାୟର ଆରମ୍ଭ ହେବ। ଏହି ଅବସରରେ ଚଳିତ ସିଜନରେ ୧୯ଟି ରାଜ୍ୟର ୩୬ଟି ସହର ଭ୍ରମଣ କରିସାରିଥିବା ଭିଭୋ ଆଇପିଏଲ୍‌ ଫ୍ୟାନ୍‌ ପାର୍କ ଏବେ ରାଜଧାନୀ ଭୁବନେଶ୍ୱରରେ ଆସି ପହଞ୍ଚତ୍ଛି। ମଙ୍ଗଳବାର ଦୁଇ ଶକ୍ତିଶାଳୀ ଦଳ ସନରାଇଜର୍ସ ହାଇଦ୍ରାବାଦ୍‌ ଓ ଚେନ୍ନାଇ ସୁପର୍‌କିଙ୍ଗ୍ସ ମଧ୍ୟରେ ସନ୍ଧ୍ୟା ୭ଟାରେ ଖେଳାଯିବାକୁ ଥିବା କ୍ୱାଲିଫାୟର-୧’ର ସିଧାସଳଖ ପ୍ରସାରଣକୁ ପ୍ରଶଂସକମାନେ କିଟ୍‌ କ୍ରିକେଟ୍‌ ଗ୍ରାଉଣ୍ଡରେ ଉପଭୋଗ କରିପାରିବେ।

ତିନି ଦଶନ୍ଧି ପରେ ପ୍ରଥମ ଅନ୍ତର୍ଜାତୀୟ ଫୁଟ୍‌ବଲ ଟୁର୍ନାମେଣ୍ଟ ଆୟୋଜନ କରିବ ଇରାକ

ତିନି ଦଶନ୍ଧି ପରେ ପ୍ରଥମ ଅନ୍ତର୍ଜାତୀୟ ଫୁଟ୍‌ବଲ ଟୁର୍ନାମେଣ୍ଟ ଆୟୋଜନ କରିବ ଇରାକ

ବାଗଦାଦ୍‌, ୨୨।୫(ଏଏଫ୍‌ପି)- ଆସନ୍ତା ନଭେମ୍ବର ମାସରେ ବାସ୍ରା ସହରରେ ଓ୍ବେଷ୍ଟ ଏସିଆ ଫୁଟ୍‌ବଲ ଫେଡେରେଶନ (ଡବ୍ଲ୍ୟୁଏଏଫ୍‌ଏଫ୍‌) ଚାମ୍ପିୟନଶିପ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ୧୯୯୦ ମସିହା ପରେ ପ୍ରଥମଥର ଲାଗି ଇରାକରେ ଏକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଆୟୋଜିତ ହେବାକୁ ଯାଉଛି।

ଇରାନ ଦଳରୁ କାଭେଙ୍କୁ ଅଣଦେଖା

ଇରାନ ଦଳରୁ କାଭେଙ୍କୁ ଅଣଦେଖା

ତେହରାନ, ୨୨।୫(ଏଏଫ୍‌ପି)- ରୁଷିଆରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ର ଆସନ୍ତା ସଂସ୍କରଣ ଲାଗି ଏସୀୟ ଦେଶ ଇରାନ ପକ୍ଷରୁ ୨୪ ଜଣିଆ ଦଳ ଘୋଷଣା କରାଯାଇଛି। ଆଶ୍ଚର୍ଯ୍ୟଜନକ ଭାବେ ତାରକା ଷ୍ଟ୍ରାଇକର କାଭେ ରେଜାଇଙ୍କୁ ଏହି ଦଳରୁ ବାଦ୍‌ ଦିଆଯାଇଛି। ବେଲଜିୟମର ପ୍ରଥମ ଡିଭିଜନ କ୍ଲବ ରୟାଲ ଚାର୍ଲେରୋଇ ସ୍ପୋର୍ଟିଂ କ୍ଲବ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଏହି ୨୬ ବର୍ଷୀୟ ଷ୍ଟ୍ରାଇକର ଚଳିତ ସିଜନରେ ୩୯ଟି ମ୍ୟାଚ୍‌ ଖେଳି ୧୬ଟି ଗୋଲସ୍କୋର କରିଥିଲେ ମଧ୍ୟ ଇରାନ ଚୟନକର୍ତ୍ତାଙ୍କୁ ଏହା ପ୍ରଭାବିତ କରିପାରି ନ ଥିଲା।

କ୍ଲବ ଓ୍ବାଲର୍‌ଡ କପ୍‌କୁ ଟିମ୍‌ ଓ୍ବେଲିଂଟନର ଯୋଗ୍ୟତା

କ୍ଲବ ଓ୍ବାଲର୍‌ଡ କପ୍‌କୁ ଟିମ୍‌ ଓ୍ବେଲିଂଟନର ଯୋଗ୍ୟତା

ଓ୍ବେଲିଂଟନ, ୨୨।୫(ଏଏଫ୍‌ପି)- ନ୍ୟୁଜିଲାଣ୍ଡ ରାଜଧାନୀସ୍ଥିତ ଟିମ୍‌ ଓ୍ବେଲିଂଟନ କ୍ଲବ ଫିଫା କ୍ଲବ ବିଶ୍ୱକପ୍‌କୁ ଯୋଗ୍ୟତା ହାସଲ କରିଛି। ଓସେନିଆ ଚାମ୍ପିୟନ୍ସ ଲିଗ୍‌ ଜିତିବା ପରେ ଟିମ୍‌ ଓ୍ବେଲିଂଟନ ପ୍ରଥମଥର ଲାଗି ଏହି ସମ୍ମାନଜନକ ପ୍ରତିଯୋଗିତା ଖେଳିବାର ସୌଭାଗ୍ୟ ଲାଭ କରିଛି।