ଅପରାଧ | ବାଲେଶ୍ୱର

କାର୍‌ ସହ ୨୪୯ ବୋତଲ ମଦ ଜବତ,୨ ଅଭିଯୁକ୍ତ କୋର୍ଟଚାଲାଣ

କାର୍‌ ସହ ୨୪୯ ବୋତଲ ମଦ ଜବତ,୨ ଅଭିଯୁକ୍ତ କୋର୍ଟଚାଲାଣ

ରୂପ୍‌ସା, ୭।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ପୋଡାଡ଼ିହା ନିକଟରୁ ରୂପ୍‌ସା ଥାନା ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଏକ କାର୍‌ ସହ ୨୪୯ ବୋତଲ ଚୋରା ବିଦେଶୀ ମଦ ଜବତ କରିଥିଲା। ଏଥିସହ କାର୍‌ ଚାଳକ ବାପି ଜେନା ଓ ମନୋରଞ୍ଜନ ସାହୁଙ୍କୁ ଗିରଫ କରିଥିଲା। ଉଭୟଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି। ସେମାନେ ଫୁଲାଡିରୁ କାର୍‌ରେ ମଦ ବୋଝେଇ କରି ରୂପ୍‌ସା ଅଞ୍ଚଳକୁ ଆଣୁଥିଲେ। ଏ ସମ୍ପର୍କରେ ଖବର ପାଇ ଥାନାଧିକାରୀ ସୁଚନ୍ଦ୍ର ମହାଳିକଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢ଼ାଉ କରି ଉକ୍ତ ସ୍ଥାନରୁ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କାର ଓ ମଦ ଜବତ କରିବାରେ ସଫଳ ହୋଇଥିଲା।

All Right Reserved By
I&PR

Model This Week

ସନ୍ତୋଷ

ଅପରାଧ | ବାଲେଶ୍ୱର

ମହିଳା ଏଜେଣ୍ଟଙ୍କଠାରୁ ୯୪ହଜାର ଲୁଟ

ମହିଳା ଏଜେଣ୍ଟଙ୍କଠାରୁ ୯୪ହଜାର ଲୁଟ

ନିରାକାରପୁର,୨୪।୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଦିଆ ପଞ୍ଚାୟତ କୋଳାସାହି-ବାଲିଗାଁ ରାସ୍ତା ମଝିରେ ଗୁରୁବାର ଅପରାହ୍ନରେ ଭାରତ ଫାଇନାନ୍ସ ନାମକ ଏକ ସଂସ୍ଥାର ମହିଳା ଏଜେଣ୍ଟଙ୍କଠାରୁ ଲୁଟ ହୋଇଛି।

ଡକାୟତି ଘଟଣାର ପର୍ଦ୍ଦାଫାସ: ୪୦୦ ଗ୍ରାମ ସୁନା, ୩.୫ ଲକ୍ଷ ଟଙ୍କା ଜବତ, ୫ ଗିରଫ

ଡକାୟତି ଘଟଣାର ପର୍ଦ୍ଦାଫାସ: ୪୦୦ ଗ୍ରାମ ସୁନା, ୩.୫ ଲକ୍ଷ ଟଙ୍କା ଜବତ, ୫ ଗିରଫ

ରାଉରକେଲା ଅଫିସ, ୨୪।୫-ଏକ ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି ରାଉରକେଲା ପ୍ଲାଣ୍ଟ ସାଇଟ୍‌ ଥାନା ପୋଲିସ। ଏଥିରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ପୋଲିସ ଗିରଫ କରିଛି।

ଜମିବାଡ଼ିକୁ କେନ୍ଦ୍ରକରି ଆକ୍ରମଣ, ଦୁଇ ଗୁରୁତର

ଜମିବାଡ଼ିକୁ କେନ୍ଦ୍ରକରି ଆକ୍ରମଣ, ଦୁଇ ଗୁରୁତର

ବନ୍ତଳା,୨୪।୫(ଡି.ଏନ୍‌.ଏ.): ଅନୁଗୋଳ ଥାନା କୁଶାସିଙ୍ଗା ମହୁଲପାଳ ସାହିରେ ଗୁରୁବାର ସକାଳେ ଜମିରେ ବାଡ଼ ବସାଇବାକୁ କେନ୍ଦ୍ର କରି ମାରଣାସ୍ତ୍ର ଆକ୍ରମଣରେ ଦୁଇଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଗ୍ରାମର ଗିରିଶ ରାଉତ(୮୦), ସଞ୍ଜୟ ରାଉତ(୪୫)।

୨୦ କି.ଗ୍ରା. ଗଞ୍ଜେଇ ଜବତ: ଜଣେ ମହିଳା ଅଟକ

୨୦ କି.ଗ୍ରା. ଗଞ୍ଜେଇ ଜବତ: ଜଣେ ମହିଳା ଅଟକ

ବାଲିଗୁଡ଼ା,୨୩।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ାରୁ ଭୁବନେଶ୍ୱର ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ରେ ଜଣେ ମହିଳା ଦୁଇଟି ବ୍ୟାଗରେ ୨୦କେଜି ଗଞ୍ଜେଇ ଧରି ଯାଉଥିବା ବେଳେ ବୁଧବାର ବାଲିଗୁଡ଼ା ପୋଲିସ ହାତରେ ଧରାପଡିଛନ୍ତି। ଜାର୍ଗି ଅଞ୍ଚଳର ମହିଳାଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ତେବେ ଗଞ୍ଜେଇ ବେପାରୀମାନେ ମହିଳାମାନଙ୍କୁ ଅସ୍ତ୍ର କରି ସହଜରେ ଏହି ମାଦକ ଦ୍ରବ୍ୟକୁ ବିକ୍ରି କରୁଥିବା ପୋଲିସ ପ୍ରକାଶ କରିଛି।

୫ଜଣିଆ  ଲୁଟେରା ଗ୍ୟଙ୍ଗ ଗିରଫ

୫ଜଣିଆ ଲୁଟେରା ଗ୍ୟଙ୍ଗ ଗିରଫ

ପାରାଦୀପ, ୨୩।୫ (ସ୍ବ.ପ୍ର.)- ପାରାଦୀପ ପୋଲିସ ବୁଧବାର ୫ଜଣିଆ ଏରାଗୁଲା ଲୁଟେରାଗ୍ୟାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଦେଶୀ ମହୁଲୀ ମଦ ଜବତ: ୬ ଗିରଫ

ଦେଶୀ ମହୁଲୀ ମଦ ଜବତ: ୬ ଗିରଫ

ବାଲିଗୁଡ଼ା,୨୩।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଅବକାରୀ ବିଭାଗ ତରଫରୁ ବୁଧବାର ବାଲିଗୁଡା ଟାଉନ୍‌, କ.ନୂଆଗାଁ, ସାରଙ୍ଗଗଡ଼ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବ୍ୟାପକ ପରିମାଣର ମହୁଲୀ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଥିବା ୩ ଜଣ ପୁରୁଷ ଏବଂ ୩ ଜଣ ମହିଳାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି।

ବୋଲଗଡ଼ରେ ଗୋଷ୍ଠୀ ସଂଘର୍ଷ, ୩ ଆହତ: ମାମଲା ରୁଜୁ ପାଇଁ ଥାନା ସମ୍ମୁଖରେ ଧାରଣା

ବୋଲଗଡ଼ରେ ଗୋଷ୍ଠୀ ସଂଘର୍ଷ, ୩ ଆହତ: ମାମଲା ରୁଜୁ ପାଇଁ ଥାନା ସମ୍ମୁଖରେ ଧାରଣା

ଖୋର୍ଦ୍ଧା ଅଫିସ,୨୨।୫: ଖୋର୍ଦ୍ଧା ଜିଲା ବୋଲଗଡ଼ ଥାନା ଅନ୍ତର୍ଗତ ବୋଲଗଡ ଗଁାରେ ସୋମବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଉଭୟ ପକ୍ଷର ୩ ଜଣ ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ଜମିଜମା ବିବାଦକୁ ନେଇ ବୋଲଗଡ଼ର ପ୍ରଭାତ ପରିଡା ଓ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ରହିଥିଲା ।

ସ୍ବାମୀଙ୍କ ହତ୍ୟାକାରୀଙ୍କ ଗିରଫ ଦାବି: ଜିଲାପାଳଙ୍କ ଅଫିସ ସମ୍ମୁଖରେ ଅନଶନରେ ବସିଲେ ସ୍ତ୍ରୀ, ଝିଅ

ସ୍ବାମୀଙ୍କ ହତ୍ୟାକାରୀଙ୍କ ଗିରଫ ଦାବି: ଜିଲାପାଳଙ୍କ ଅଫିସ ସମ୍ମୁଖରେ ଅନଶନରେ ବସିଲେ ସ୍ତ୍ରୀ, ଝିଅ

କେନ୍ଦ୍ରାପଡା ଅଫିସ, ୨୨ା୫: କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ଷଣ୍ଡପଲ୍ଲୀ ଗ୍ରାମର ଗୋଲେଖ ସେଠୀଙ୍କ ହତ୍ୟାକାରୀଙ୍କ ଗିରଫ ଦାବିରେ ପରିବାରଲୋକେ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି। ସେମାନଙ୍କୁ ସମର୍ଥନ ଜଣାଇ ସ୍ଥାନୀୟ ଅଞ୍ଚଳର ବହୁ ମହିଳା ଏବଂ ପୁରୁଷ ଏଥିରେ ସାମିଲ ହୋଇଥିବା ଜଣାପଡିଛି।

ଭିଜିଲାନ୍ସ ଜାଲରେ ରେଞ୍ଜର

ଭିଜିଲାନ୍ସ ଜାଲରେ ରେଞ୍ଜର

ଭଦ୍ରକ ଅଫିସ,୨୨।୫: ଭଦ୍ରକ ବନ ବିଭାଗର ରେଞ୍ଜର ପ୍ରଫୁଲ କୁମାର ସାହୁ ମଙ୍ଗଳବାର ମଧ୍ୟହ୍ନରେ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ତୁଣ୍ଡଲାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ତୁଣ୍ଡଲାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ତୁଣ୍ଡଲା ,୨୨। ୫ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ତୁଣ୍ଡଲାଠାରେ ଜଣେ ଯୁବକଙ୍କୁ ସୋମବାର ବିଳମ୍ବିତ ରାତିରେ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି l ମୃତକ ହେଲେ ତୁଣ୍ଡଲା ଗ୍ରାମର ଦୁର୍ଗେଶ୍ୱର ପଧାନ (୨୮)। ତାଙ୍କ ମୁଣ୍ଡରେ କ୍ଷତ ଚିହ୍ନ ସହ ତଣ୍ଟିରେ କଳାଦାଗ ରହିଥିବା ଦେଖିବାକୁ ମିଳିଛି।

ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟକେନ୍ଦ୍ର ବିଏଏମ୍‌

ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟକେନ୍ଦ୍ର ବିଏଏମ୍‌

ନୟାଗଡ଼ ଅଫିସ,୨୧।୫- ବିଲ୍‌ ପାସ୍‌ କରାଇଦେବା ପାଇଁ ଜଣେ ସ୍ବାସ୍ଥ୍ୟକର୍ମୀଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସୋମବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ମଧ୍ୟଖଣ୍ଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବ୍ଲକ ଆକାଉଣ୍ଟ ମ୍ୟାନେଜର (ବିଏଏମ୍‌) ପ୍ରଦୀପ କୁମାର ଆଚାର୍ଯ୍ୟ।

୬୦ଲିଟର ଦେଶୀମଦ ଜବତ: ଜଣେ ଗିରଫ

୬୦ଲିଟର ଦେଶୀମଦ ଜବତ: ଜଣେ ଗିରଫ

ରଣପୁର,୨୧।୫(ଡି.ଏନ୍‌.ଏ.): ନୟାଗଡ ଜିଲା ରଣପୁର ଥାନା ରାଜସୁନାଖଲା ଫାଣ୍ଡି ଅଞ୍ଚଳରେ ସାମବାର ରଣପୁର ପୋଲିସ ଚଢ଼ାଉ କରି ୬୦ ଲିଟର ଦେଶୀ ମଦ ସହ ଏକ ମଟର ସଇକେଲ ଜବତ କରିଛି।