ରାୟଗଡା

ନବରତ୍ନ ଅଳଙ୍କାର ଦୋକାନରେ ଚଢାଉ, ସନ୍ଦେହରେ ଆୟକର ବିଭାଗ କର୍ମଚାରୀଙ୍କ କାର୍ଯ୍ୟକଳାପ

ନବରତ୍ନ ଅଳଙ୍କାର ଦୋକାନରେ ଚଢାଉ, ସନ୍ଦେହରେ ଆୟକର ବିଭାଗ କର୍ମଚାରୀଙ୍କ କାର୍ଯ୍ୟକଳାପ
ସେମିଳିଗୁଡ଼ା,୭।୨(ସ୍ବ.ପ୍ର.)- ସେମିଳିଗୁଡ଼ା ମ୍ୟୁନିସିପାଲିଟିର ୨୯ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ନବରତ୍ନ ଜୁଏଲାରୀ ନାମକ ଏକ ଗହଣା ଦୋକାନରେ ବୁଧବାର ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ବ୍ରହ୍ମପୁର ଏବଂ ଜୟପୁରରୁ ଆସିଥିବା ଟିମ୍‌ ମିଳିତ ଚଢାଉ କରିଥିବା ସୂଚନା ମିଳିଛି । ଗଣମାଧ୍ୟମ ପ୍ରତିନିଧିମାନେ ସେହି ସମୟରେ ଦୋକାନ ଭିତରକୁ ପ୍ରବେଶ କରିବାରୁ ଆଇଟିଓ ସୁବତ୍ର ଚକ୍ରବର୍ତ୍ତୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପଶିବାକୁ କିଏ କହିଥିଲା ବୋଲି କହି ଅଣଦେଖା କରିଥିଲେ। ପରେ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ସେଠାରେ ରହିବା ଭିତରେ ନବରତ୍ନ ମାଲିକଙ୍କ ଆୟୋଜିତ ମଧ୍ୟାହ୍ନ ଭୋଜନ ଷ୍ଟଲରେ ଆୟକର ବିଭାଗର କର୍ମଚାରୀମାନେ ଖାଇବାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ବ୍ରହ୍ମପୁର ଏବଂ ଜୟପୁରର ୫ଜଣିଆ ଟିମ୍‌ ଏବଂ ସୁନାବେଡ଼ା ଥାନା ପକ୍ଷରୁ ୨ଜଣ କନେଷ୍ଟବଳ ଏହି ଚଢାଉରେ ସାମିଲ ହୋଇଥିଲେ। ଏବେ ଯାଏ ସ୍ପଷ୍ଟ ଜଣାପଡ଼ିନି ଏଥିରେ କଣ କଣ ଯାଞ୍ଚ କରାଯାଇଛି।
All Right Reserved By

ରାୟଗଡା

ପିସିସି ସମ୍ପାଦକ ହେଲେ ତ୍ରିପତି ଗୁରୁ

ପିସିସି ସମ୍ପାଦକ ହେଲେ ତ୍ରିପତି ଗୁରୁ

କୁନ୍ଦୁରା,୨୦।୮(ଡି.ଏନ୍‌.ଏ.): କୁନ୍ଦୁରା ସଦର ପଞ୍ଚାୟତ ଅନ୍ତର୍ଗତ କୁଡୁମପଦର ଗ୍ରାମର ତ୍ରିପତି ଗୁରୁଙ୍କୁ ପ୍ରଦେଶ କଂଗ୍ରେସ କମିଟିରେ ସ୍ଥାନ ମିଳିଛି। ସେ ସମ୍ପାଦକ ମନୋନୀତ ହେବା ପରେ ରବିବାର କୁନ୍ଦୁରା ସ୍ଥିତ କଂଗ୍ରେସ ଭବନରେ ଏନେଇ ଶୁଭେଚ୍ଛୁ ପହଞ୍ଚତ୍ଥିଲା।

ଚାନ୍ଦିଲି ପଞ୍ଚାୟତରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ, ବ୍ୟାପୁଛି ଡେଙ୍ଗୁ

ଚାନ୍ଦିଲି ପଞ୍ଚାୟତରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ, ବ୍ୟାପୁଛି ଡେଙ୍ଗୁ

ଜେକେପୁର,୨୦।୮(ଡି.ଏନ୍‌.ଏ)- ରାୟଗଡା ଜିଲା ଚାନ୍ଦିଲି ପଞ୍ଚାୟତରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ମାସ ମାସ ଧରି ପଞ୍ଚାୟତର ବିଭିନ୍ନ ଓ୍ବାର୍ଡରେ ଥିବା ନାଳ ନର୍ଦ୍ଦମା ସଫା କରାଯାଉନାହିଁ । ରାସ୍ତାଘାଟରେ କୁଢ଼ କୁଢ଼ ଆବର୍ଜନା ପଡି ରହବାରୁ ପୂର୍ତ୍ତି ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । 

କୁନ୍ଦୁଲି ଘଟଣା :  ସେପ୍ଟେମ୍ବର  ୨୫ ସୁଦ୍ଧା କମିଶନ  ଗୃହ ବିଭାଗକୁ ଦେବେ ତଦନ୍ତ ରିପୋର୍ଟ

କୁନ୍ଦୁଲି ଘଟଣା : ସେପ୍ଟେମ୍ବର ୨୫ ସୁଦ୍ଧା କମିଶନ ଗୃହ ବିଭାଗକୁ ଦେବେ ତଦନ୍ତ ରିପୋର୍ଟ

ଜୟପୁର ୧୯।୮(ନି ପ୍ର)- କୁନ୍ଦୁଲି ମାମଲାର  ଶେଷ ପଯ୍ୟାୟ ସାକ୍ଷ୍ୟ ଗ୍ରହଣ ରବିବାର ଶେଷ ହୋଇଛି  ।   ଜୟପୁର ଜିଲା କୋର୍ଟ ପରିସରରେ କମିଶନ  ବିଦ୍ୟୁତ କୁମାର ମିଶ୍ରଙ୍କ ନିକଟରେ ଡାକ୍ତର ପ୍ରଭାତ କୁମାର ପାଢୀ  ପକ୍ଷ ରଖିଥିଲେ। କୁନ୍ଦୁଲି ପୀଡିତା କଟକ ସ୍ଥିତ ଏସସିବି ମେଡିକାଲ କଲେଜରେ ୧୯।୧।୧୮ ତାରିଖରୁ ୨୭।୭।୧୮ ପର୍ଯ୍ୟନ୍ତ ଚିକିତ୍ସିତ ହେଉଥିଲେ । ତାଙ୍କର ଅଧିକା ଚିକିତ୍ସା ଆବଶ୍ୟକତା ରହିଥିଲା । କିନ୍ତୁ ପୀଡିତାଙ୍କ  ମା’ତାଙ୍କ ଝିଅକୁ ମାନସିକ ବିଭାଗ କି  ଅନ୍ୟ କୌଣସି ବିଭାଗରେ ଚିକିତ୍ସା କରିବାକୁ   ମନା କରିଥିଲେ ।

ଟୀକାକରଣ ଯୋଗୁ  ଶିଶୁପୁତ୍ରର  ମୃତ୍ୟୁ ଅଭିଯୋଗ: ତଦନ୍ତ ପାଇଁ ଗାଁରେ ପହଞ୍ଚିଲେ ଡାକ୍ତର

ଟୀକାକରଣ ଯୋଗୁ ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ: ତଦନ୍ତ ପାଇଁ ଗାଁରେ ପହଞ୍ଚିଲେ ଡାକ୍ତର

ଝରିଗାଁ, ୧୯।୮(ସ୍ବ.ପ୍ର)- ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ତେଲନଦୀ ପଞ୍ଚାୟତ ହିରାବାଇ ଗ୍ରାମରେ ଜଣେ  ୭ ମାସର ଶିଶୁର ରବିବାର  ମୃତ୍ୟୁ ଘଟିଛି। ତେବେ ଶିଶୁଟି ଟୀକା ନେବା ପରେ ଅସୁସ୍ଥ ହୋଇ ମୃତ୍ୟୁ ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ପାଇଁ ଗାଁରେ ଡାକ୍ତର ପହଞ୍ଚିଛନ୍ତି। 

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମିଳିଲା ନୂଆ ରାହା

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମିଳିଲା ନୂଆ ରାହା

ନବରଙ୍ଗପୁର,୧୯।୮(ବି.ପ୍ର.)-ଦୈନନ୍ଦିନ କାର୍ଯ୍ୟରେ ଦିବ୍ୟାଙ୍ଗ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ସେମାନେ କିଭଳି ସାଧାରଣ ଲୋକଙ୍କ ସହ ସମକକ୍ଷ ହୋଇ ପାରିବେ  ସେନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଛି । ସେଥିମଧ୍ୟରୁ ଛାତ୍ରୀଛାତ୍ରଙ୍କ ପାଇଁ ଥିବା ଅନ୍ତର୍ନିବେଶୀ ଶିକ୍ଷା ଅନ୍ୟତମ। ଏହି ଶିକ୍ଷା ମାଧ୍ୟମରେ ନବରଙ୍ଗପୁରର ଦିବ୍ୟାଙ୍ଗ ଛାତ୍ରୀ ଏମ. ଶ୍ରୀୟାଙ୍କ ଅସ୍ତ୍ରୋପଚାର ପରେ ସାଧାରଣ ସହପାଠୀଙ୍କ ସହ ସମକକ୍ଷ ହୋଇପାରିଛି। ତାଙ୍କୁ ମିଳିଥିଲା ଏକ ନୂଆ ରାହା। ଅସ୍ତ୍ରୋପଚାର ପରେ ଦିବ୍ୟାଙ୍ଗ ଶ୍ରୀୟା ପାଠ ପଢା କ୍ଷେତ୍ରରେ ସଫଳତା ପାଇଥିବାରୁ ଆସନ୍ତା ଡିସେମ୍ବର ୩ ତାରିଖ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସରେ ତାଙ୍କୁ ସମ୍ମାନିତ କରାଯିବ। 

ସୁରକ୍ଷା ନଁ।ରେ ସଫା ହେଉଛି ଜଙ୍ଗଲ

ସୁରକ୍ଷା ନଁ।ରେ ସଫା ହେଉଛି ଜଙ୍ଗଲ

ମାଥିଲି,୧୯ । ୮ (ଡି.ଏନ.ଏ)

ସୁରକ୍ଷା ନଁ।ରେ ସଫା ହେଉଛି ଜଙ୍ଗଲ। ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶରେ ବେଧଡକ ଭାବେ ଚାଲିଛି ଜଙ୍ଗଲ କଟା। ବାଡ ଖାଉଛି ଫସଲ ନ୍ୟାୟରେ ବିଭାଗର ଏପରି ଚଞ୍ଚକତା ଏବେ ପଦାରେ ପଡିଛି । ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ଶପଥ କରି ନିୟୋଜିତ ରହୁଥିବା ଅଧିକାରୀମାନେ ଖୋଲୁଛନ୍ତି ବିନାଶର ରାସ୍ତା। ମାଲକାନଗିରି ଜିଲା ମାଥିଲି ବନାଞ୍ଚଳ ଅଧୀନରେ ଏପରି ଘଟଣା ଏବେ ପଦାକୁ ଆସିଛି। ଗୋବିନ୍ଦପାଲି ବନ ବିଭାଗ ଅଧୀନ ସପ୍ତଧାରା ଟାଓ୍ବାର ଲାଇନ ଅଞ୍ଚଳରୁ ବେଆଇନ ଭାବେ କଟାଯାଉଛି କାଠ ।

ଶିଶୁ ଯୌନ ନିର୍ଯାତନା ରୋକିବା ନେଇ ସଚେତନତ।

ଶିଶୁ ଯୌନ ନିର୍ଯାତନା ରୋକିବା ନେଇ ସଚେତନତ।

ପାରଳାଖେମୁଣ୍ଡି, ୧୯ । ୮(ସ୍ବ.ପ୍ର.)
ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ କେ.ସି.ପୁରସ୍ଥିତ ବାଳିକା ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଭା ଚାଇଲ୍ଡ ଲାଇନ ପକ୍ଷରୁ ଶିଶୁ ଯୌନ ନିର୍ଯାତନା ରୋକିବା ସଂକ୍ରାନ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଯୋଗଦେଇ ଶିଶୁମାନଙ୍କ ଯୌନ ନିର୍ଯାତନାକୁ ନେଇ ରହିଥିବା ଆଇନ ତଥା ମେଜମପାକ୍ସୋ ଆକ୍ଟ ବିଷୟରେ କହିଥିଲେ।

୫ ଖଣ୍ଡ ଗାଁ ପାଇଁ ବାଧକ ବଡ଼ନାଳ

୫ ଖଣ୍ଡ ଗାଁ ପାଇଁ ବାଧକ ବଡ଼ନାଳ

ପଟ୍ଟାଙ୍ଗି,୧୯ । ୮(ଡି.ଏନ୍‌.ଏ.)

କିଛିଦିନ ଧରି ଲାଗି ରହିଥିବା ବର୍ଷାରେ ଭୀଷଣ ଭାବେ ପ୍ରଭାବିତ ହୋଇଛି ପଟ୍ଟାଙ୍ଗି ବ୍ଲକ ସମ୍ବାଇ ପଞ୍ଚାୟତର ୫ ଖଣ୍ଡ ଗାଁ। ଉପରକ୍ତ ପଞ୍ଚାୟତକୁ ଯାଇଥିବା ଆରଡି ରାସ୍ତାଠାରୁ ଟବାନାୟକଗୁଡ଼ା, ଝାଙ୍ଗରଗୁଡ଼ା, ମଶାଣିଗୁଡ଼ା, କିଟିବାଡ଼ି ଓ ମଣ୍ଡଳଗୁଡ଼ାକୁ ଏହି ବର୍ଷାରେ ଯାତାୟାତ ବ୍ୟାହତ ହେଉଛି। ଏପରିକି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହୁଛି ଏହି ୫ ଖଣ୍ଡ ଗାଁ। ଗ୍ରାମରେ କେହି ଗୁରୁତର ଅସୁସ୍ଥ ହେଲେ କିମ୍ବା ଗର୍ଭବତୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ନେବାକୁ ହେଲେ ବାଟରେ ପ୍ରତିବନ୍ଧକ ସାଜେ ଏହି ବଡ଼ନାଳ। ଏହି ନାଳରେ ବର୍ଷାପାଣି ଭରିଗଲେ ଝାଙ୍ଗରଗୁଡା ଓ ଟବାନାୟକଗୁଡ଼ାରେ ଥିବା ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଯାଇହୁଏ ନାହିଁ। ଏହି ସମସ୍ୟା ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ଫଳ ମିଳୁନାହିଁ ବୋଲି ରାଜକୁମାର କାଡାମ, ତ୍ରିନାଥ କାଡାମ ଅଭିଯୋଗ କରିଛନ୍ତି। 

ଲଗାଣ ବର୍ଷା:ରାୟଗଡା ଜିଲାରେ ଭାଙ୍ଗିଛି ୨୫୪ ଘର

ଲଗାଣ ବର୍ଷା:ରାୟଗଡା ଜିଲାରେ ଭାଙ୍ଗିଛି ୨୫୪ ଘର

ରାୟଗଡା ଅଫିସ୍‌, ୧୯।୮- ଗତ ୧୪ ଓ ୧୫ତାରିଖ ୨ଦିନଧରି ହୋଇଥିବା ଲଗାଣ ବର୍ଷାରେ ରାୟଗଡା ଜିଲାରେ ଅନେକ କ୍ଷତି ଘଟିଛି । ବିଭିନ୍ନ ରାସ୍ତାଘାଟ ନଷ୍ଟ ହୋଇଥିବା ବେଳେ ଅନେକ ଗରିବ ଲୋକଙ୍କ ଘର ଭାଙ୍ଗିଯାଇଛି । ସମଗ୍ର ଜିଲାର ୧୧ଟି ବ୍ଲକ୍‌ ମଧ୍ୟରୁ ୧୦ଟି ବ୍ଲକ୍‌ରେ ୨୫୪ଟି ଘର ଭାଙ୍ଗିଥିବା ଜଣାପଡିଛି । କେବଳ ରାମନାଗୁଡା ବ୍ଲକ୍‌ରୁ କୌଣସି ଅଭିଯୋଗ ପହଞ୍ଚତ୍ ନ ଥିବା ଜିଲା ଜରୁରୀକାଳୀନ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି । କଲ୍ୟାଣସିଂହପୁର ବ୍ଲକ୍‌ରେ ସର୍ବାଧିକ ଘର ଭାଙ୍ଗିଛି ।

ଫେଲ୍‌ ମାରିଛି ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ

ଫେଲ୍‌ ମାରିଛି ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ

ରାୟଗଡା ଅଫିସ୍‌, ୧୯।୮- ରାୟଗଡା ଜିଲାରେ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଧର୍ମକୁ ଆଖିଠାର ସଦୃଶ ପାଲଟିଛି । ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ତଥା ଜିଲା ବଦଳି ନିମନ୍ତେ ଅନୁମତି ଦେବା ଯୋଗୁ  ଜିଲାରେ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ ବିଭାଗ ଅଧିନରେ କାର୍ଯ୍ୟରତ ଥିବା ବହୁ ଆୟୁଷ ଡାକ୍ତର, ଫାର୍ମାଶିଷ୍ଟ, ଏଏନ୍‌ଏମ୍‌  ନିଜର ସୁବିଧା ଅନୁସାରେ ଅନ୍ୟ ଜିଲାକୁ ଚାଲିଯାଉଛନ୍ତି । ଫଳରେ ରାୟଗଡା ଜିଲାରେ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି । 

ଗଣେଶ ପୂଜା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ

ଗଣେଶ ପୂଜା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ

ଗୁଣପୁର,୧୯ । ୮(ଡି.ଏନ.ଏ)-ସେପ୍ଟେମ୍ବର ୧୩ରେ ଗଣେଷଙ୍କ ପୂଜା ଅନୁଷ୍ଠିତ ହେବ । ଗାନ୍ଧୀନଗର ୟୁଥ ଆସୋସିଏଶନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ରାୟଗଡା ଜିଲା ଗୁଣପୁର ଗାନ୍ଧୀନଗରଠାରେ ଗଣେଷ ପୂଜା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି ।

ଜିଆଇଇଟିରେ ପାଠଚକ୍ର

ଜିଆଇଇଟିରେ ପାଠଚକ୍ର

ଗୁଣପୁର,୧୯ । ୮(ଡି.ଏନ.ଏ)-ରାୟଗଡା ଜିଲା ଗୁଣପୁର ଜିଆଇଇଟିଠାରେ ଶନିବାର ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ମେକାନିକାଲ ବିଭାଗ ପକ୍ଷରୁ ରୋବଟିକ୍ସ ସନ୍ଦର୍ଭକୁ ନେଇ ଏହି ଆଲୋଚନାଚକ୍ର ହୋଇଥିଲା । ଏଥିରେ ସ୍କୁଲ ଅଫ ମେକାନିକାଲ ସାଇନ୍ସ ଆଇଆଇଟି, ଭୁବନେଶ୍ୱରର ପ୍ରଫେସର ଡ.ଭି.ପାଣ୍ଡରାଙ୍ଗା ମୁଖ୍ୟଅତିଥି ଭାବେ ଯୋଗଦେଇ ମେକାନିକାଲ ଇଂଜିନିୟର ଶିକ୍ଷାକ୍ଷେତ୍ରରେ ରୋବଟର ବ୍ୟବହାର ସଂପର୍କରେ ଆଲୋକପାତ କରିଥିଲେ ।