Dharitri News
ରାୟଗଡା

ପୁଷ୍ଟ ହେଉଛନ୍ତି କର୍ମଚାରୀ, ଅପପୁଷ୍ଟିରେ ଶିଶୁ

ପୁଷ୍ଟ ହେଉଛନ୍ତି କର୍ମଚାରୀ, ଅପପୁଷ୍ଟିରେ ଶିଶୁ ଜୟପୁର,୭।୨(ନି.ପ୍ର.)- କୋରାପୁଟ ଜିଲାରେ କାର୍ଯ୍ୟକାରୀ ହେଉଛି ସମନ୍ବିତ ଶିଶୁ ବିକାଶ ଯୋଜନା। କିନ୍ତୁ ବିଡ଼ମ୍ବନା ହେଉଛି, ଏହି ଯୋଜନାରେ ପିସି କାରବାର କରି କେତେକ ନ୍ୟସ୍ତସ୍ବାର୍ଥ କର୍ମଚାରୀ ପୁଷ୍ଟ ହେଉଥିବା ବେଳେ ଜିଲାର ଶତାଧିକ ଶିଶୁ ଅପପୁଷ୍ଟିରେ ଆକ୍ରାନ୍ତ ହୋଇଛନ୍ତି। ଛତୁଆରୁ ଆରମ୍ଭ କରି ପୋଷାକ ବଣ୍ଟନ ପର୍ଯ୍ୟନ୍ତ ସବୁଥିରେ ପିସି କାରବାର ନିମ୍ନମାନର ଛତୁଆ ଯୋଗାଣ ହେଉଥିବା ଅଭିଯୋଗ ହୋଇଛି। ପଞ୍ଚାୟତ ସମିତି ବୈଠକରେ ଏନେଇ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। କୋରାପୁଟ ଜିଲାର ୧୪ଟି ବ୍ଲକରେ ୩୨୬୪ଟି ଅଙ୍ଗନଓ୍ବାଡ଼ି କେନ୍ଦ୍ର ରହିଛି। ଏଥିମଧ୍ୟରୁ ୧୮୨୪ଟି କେନ୍ଦ୍ରର ନିଜସ୍ବ ଗୃହ ନାହିଁ । ଗୁହାଳ, ଘର ବାରଣ୍ଡା, ସ୍କୁଲପିଣ୍ଡା, ଗଛମୂଳ କିମ୍ବା ଖୋଲା ଆକାଶ ତଳେ ଚାଲିଛି ଅନେକ କେନ୍ଦ୍ର। ଜିଲାରେ ୬ ମାସରୁ ୩ ବର୍ଷ ବୟସ ପର୍ଯ୍ୟନ୍ତ ୭୩,୭୭୦ ଜଣ ଶିଶୁ ଓ ୩ରୁ ୬ ବର୍ଷ ପର୍ଯ୍ୟନ୍ତ ୭୭,୩୪୨ ଜଣ ଶିଶୁଙ୍କ ନାମ ପଞ୍ଜୀକୃତ ହୋଇଛି। ୬ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ୧୫୩୮ ଜଣ ଶିଶୁ ଅତିଶୟ ଅପପୁଷ୍ଟିର ଶୀକାର ହୋଇଥିବା ବେଳେ ୩୧,୫୧୮ ଜଣ ଶିଶୁ ସାମାନ୍ୟ ଅପପୁଷ୍ଟିରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ତିନିବର୍ଷରୁ କମ ଶିଶୁଙ୍କୁ ପ୍ରତ୍ୟେକ ମାସରେ ୮ଟି ଅଣ୍ଡା ଓ ୨ ପ୍ୟାକେଟ ଛତୁଆ ଓ ୩ରୁ ୬ ବର୍ଷ ଶିଶୁଙ୍କୁ ରନ୍ଧା ଖାଦ୍ୟ ଦିଆଯିବାର ନିମୟ ରହିଛି । କିନ୍ତୁ ଅଧିକାଂଶ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଏହାର ଖୋଲାଖୋଲି ଉଲ୍ଲଂଘନ ହେଉଛି। ଜଣେ ଛତୁଆ ଯୋଗାଣକାରୀ ନାମ ଗୋପନ ରଖି କହିଛନ୍ତି, ପ୍ରତ୍ୟେକ ମାସର ବିଲରୁ ୧୦ ପ୍ରତିଶତ ସିଡିପିଓ ଓ ୫ପ୍ରତିଶତ ସୁପରଭାଇଜର ନେଉଛନ୍ତି। ଏଥିରେ ଆମେ ଉନ୍ନତ ଛତୁଆ କିପରି ଦେବୁ ବୋଲି ସେ ପ୍ରଶ୍ନ କରିଛନ୍ତି। ପିଲାଙ୍କ ପାଇଁ ଆସୁଥିବା ଡ୍ରେସ ଅର୍ଥରୁ ମଧ୍ୟ ଗୋଟିଏ କେନ୍ଦ୍ରରୁ ୫ ଶହ ଟଙ୍କା ଆଦାୟ କରୁଛନ୍ତି ସୁପରଭାଇଜର। ପିଲାଙ୍କ ଖାଦ୍ୟର ମାସିକ ବିଲରୁ ମଧ୍ୟ ୫ ଶହ ଟଙ୍କା ମାଗୁଛନ୍ତି। ନଦେଲେ ସେମାନେ ହଇରାଣ କରୁଥିବା କେତେକ ଅଙ୍ଗନଓ୍ବାଡ଼ି କର୍ମୀ କହିଛନ୍ତି । ମାତୃ ଓ ଶିଶୁ ସରୁକ୍ଷା କାର୍ଡ଼ ପ୍ରତି ମାସରେ ପୂରଣ କରାଯାଉ ନାହିଁ। ଅନ୍ୟପକ୍ଷରେ ବାଲ୍ୟ ବିବାହ, ଅସ୍ବାସ୍ଥ୍ୟକର ପରିବେଶ ଅପପୁଷ୍ଟିର କାରଣ ଭାବେ ଉଭା ହୋଇଛି । ବିଭାଗୀୟ ଅଧିକାରୀଙ୍କ ପରିଦର୍ଶନ ଓ ଯାଞ୍ଚ ଅଭାବରୁ ଶିଶୁମାନେ ଅପପୁଷ୍ଟିର ଶିକାର ହେଉଛନ୍ତି । ଜୟପୁର ଓ ବୈପାରୀଗୁଡ଼ା ଭଳି ଅନ୍ୟ ବ୍ଲକରେ ମଧ୍ୟ ପିସି କାରବାର ଚାଲିଛି । ଗତ ଡିସେମ୍ବର ୨୬ରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ରେଡ୍ଡୀ କୋରାପୁଟ ଜିଲାରେ ଚାଲିଥିବା ସମନ୍ବିତ ଶିଶୁ ପ୍ରକଳ୍ପ ଯୋଜନାର ସମୀକ୍ଷା ଓ ତଦାରଖ କରିଥିଲେ । ସେତେବେଳେ ସେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ମଧ୍ୟ ପରିଦର୍ଶନ କରି ଅସନ୍ତୋଷ ପ୍ରକାଶ କରିବା ସହ କେନ୍ଦ୍ର ସୁପରିଚାଳନା ପାଇଁ ବିଭାଗୀୟ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ବିଭାଗୀୟ କର୍ମଚାରୀଙ୍କ ଅବହେଳା ଯୋଗୁଁ ଶିଶୁମାନେ ପୃଷ୍ଟିହୀନତାର ଶୀକାର ହେଉଛନ୍ତି ବୋଲି ସେତେବେଳେ ସେ ଉଦ୍‌ବେଗ ପ୍ରକାଶ କରି ଫେରିଥିଲେ ା ଅନୁପମ ଶାହା ଜିଲାପାଳ ଦାୟିତ୍ୱରେ ଥିବାବେଳେ ଏକ ସ୍ବତନ୍ତ୍ର ସ୍କ୍ବାର୍ଡ଼ ଗଠନ କରି ବିଭିନ୍ନ ସ୍ଥାନର ଚଢ଼ାଉ ଓ ଯାଞ୍ଚ ଜାରି ରଖିଥିଲେ। ଏବେ ଜିଲାର ୧୪,୩୩୫ ଜଣ ଗର୍ଭବତୀ ଓ ୧୩,୭୭୬ ଜଣ ପ୍ରସୂତି ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ସମନ୍ବିତ ଶିଶୁ ବିକାଶ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତାହା ଆତ୍ମସାତ୍‌ ହେବା ନେଇ ଭିଜିଲାନ୍ସ ତଦନ୍ତ କରିବା ଲାଗି ଦାବି ହୋଇଛି। ଜିଲା ସମାଜ ମଙ୍ଗଳ ଅଧିକାରୀ ଉର୍ମିଳା ସିଂ କହିଛନ୍ତି, ଏନ୍‌ଜିଓକୁ ଦାୟିତ୍ୱ ଦିଆଯାଇଛି ା ତେବେ ପ୍ରଥମ ପର୍ଯ୍ୟାୟରେ ଆମେ ୩ଟି ବ୍ଲକରୁ କାର୍ଯ୍ୟ ଆରମ୍ଭ କରି ଖାଦ୍ୟର ମାନ ଦେଖିବୁ। ପିସି କାରବାର ବନ୍ଦ କରିବା ପାଇଁ ଦୃଢ଼ ପଦକ୍ଷେପ ନିଆଯିବ।

ରାୟଗଡା

ଅଜଣା ରୋଗରେ ପୀଡିତ ଶିଶୁ:ବୟସ ଅନୁସାରେ ବଢ଼ୁନି ନୟନୀଙ୍କ ଶରୀର

ଅଜଣା ରୋଗରେ ପୀଡିତ ଶିଶୁ:ବୟସ ଅନୁସାରେ ବଢ଼ୁନି ନୟନୀଙ୍କ ଶରୀର

ଜେକେପୁର, ୨୧।୨(ଡି.ଏନ୍‌.ଏ.) ଜେକେପୁରସ୍ଥିତ ଡାଙ୍ଗଲଡି ପଞ୍ଚାୟତ କୁଣ୍ଡମଗଁ।ର ବିଜୟ ପୁଲାକାଙ୍କ ଝିଅ ନୟନୀ ପୁଲାକାର । ବୟସ ୪ବର୍ଷ ୬ମାସ । ହେଲେ ଦେଖିବାକୁ ବର୍ଷକର ଶିଶୁ ପରି। ଅଜଣା ରୋଗରେ ପୀଡିତ ଏହି ଝିଅଟିର ଶରୀର ବୃଦ୍ଧି ହେଉନାହିଁ । ଫଳରେ ଶିଶୁଟି ଧୀରେ ଧୀରେ ବିକଳାଙ୍ଗ ହେବାକୁ ବସିଲାଣି ।

ଅଗ୍ନିଶମ ଆଇନକୁ ବେଖାତିର

ଅଗ୍ନିଶମ ଆଇନକୁ ବେଖାତିର

ରାୟଗଡା ଅଫିସ, ୨୧।୨ ରାୟଗଡା ଜିଲାର ପ୍ରମୁଖ ସହର ରାୟଗଡାରେ ସିନେମା ହଲ୍‌, ଆପାର୍ଟମେଣ୍ଟ, ହୋଟେଲ୍‌, ନର୍ସିଂ ହୋମ୍‌, କଲ୍ୟାଣମଣ୍ଡପ, ଛୋଟବଡ ଲଜ୍‌, ବହୁତାଲା ବିଶିଷ୍ଟ କୋଠା, ମାଲ ଗୋଦାମ ଗୃହ, କପା ମିଲ୍‌, ଶିଳ୍ପାନୁଷ୍ଠାନ, ଶପିଂ ମଲ ସମେତ ବହୁତାଲା ବିଶିଷ୍ଟ ଅନେକ କୋଠା ରହିଛି। ହେଲେ ଅଗ୍ନିଶମ ବିଭାଗର ସୁରକ୍ଷା ଅନୁମତି ନ ନେଇ ଏହି ପ୍ରତିଷ୍ଠାନଗୁଡିକ ଗଢ଼ି ଉଠୁଛି। କେହି ଜଣେ ବି ଅଗ୍ନି ସୁରକ୍ଷା ପ୍ରତି ଦୃଷ୍ଟି ଦେଉ ନାହାନ୍ତି । ସେମାନେ ଅଗ୍ନିଶମ ବିଭାଗଠାରୁ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ନେଇ ନ ଥିବା ବିଭାଗ ପକ୍ଷରୁ ଜଣାପଡିଛି।

ଇକୋକ୍ଲବ୍‌ ଅନୁଦାନ ପାଇ ନାହାନ୍ତି ୩୬ ସ୍କୁଲ

ମାଲକାନଗିରି, ୨୧।୨(ଡି.ଏନ୍‌.ଏ.) ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରୀଛାତ୍ରମାନେ ପରିବେଶ ସୁରକ୍ଷା ସମ୍ବନ୍ଧରେ ଜ୍ଞାନ ଆହରଣ କରିବା ସହ ଅନ୍ୟମାନଙ୍କୁ ଏ ଦିଗରେ ସଚେତନ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ କୋଟି କୋଟି ଟଙ୍କା ବ୍ୟୟ କରୁଛି। ଏଥିପାଇଁ ବିଭାଗ ପକ୍ଷରୁ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ସବୁଜ ବାହିନୀ ଇକୋ କ୍ଲବ ଗଠନ କରାଯାଇ କୋଟି କୋଟି ଟଙ୍କା ଦିଆଯାଉଛି। କିନ୍ତୁ ବ୍ୟାଙ୍କର ମନମୁଖି କାର୍ଯ୍ୟକଳାପ ଯୋଗୁ ଗତବର୍ଷ ମାଲକାନଗିରି ଜିଲାର ୩୬ଟି ବିଦ୍ୟାଳୟ ସବୁଜ ବାହିନୀକୁ ଟଙ୍କା ମିଳି ପାରିନାହିଁ। ଫଳରେ ଏଥିରେ ପଢୁଥିବା ଛାତ୍ରୀଛାତ୍ର ଇକୋ କ୍ଲବର କୌଣସି କାର୍ଯ୍ୟକ୍ରମରେ ସାମିଲ ହୋଇ ପାରିନାହାନ୍ତି।

୨୦୨୨ ସୁଦ୍ଧା ଜୟପୁର-ମାଲକାନଗିରି ରେଳଲାଇନ୍‌

୨୦୨୨ ସୁଦ୍ଧା ଜୟପୁର-ମାଲକାନଗିରି ରେଳଲାଇନ୍‌

ଭୁବନେଶ୍ୱର,୨୦।୨: ଜୟପୁର-ମାଲକାନଗିରି ମଧ୍ୟରେ ୧୩୦ କିମିର ନୂଆ ରେଳ ଲାଇନ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ମଙ୍ଗଳବାର ଏହି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛି। ଉକ୍ତ ପ୍ରକଳ୍ପ ୨୬୭୬.୧୧ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେବ। ୨୦୨୧-୨୨ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସ୍ଥାନୀୟ ରେଳ ସଦନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ବ୍ଲାଙ୍କ୍‌ ଚେକ୍‌ ଦେଇ ୮.୫୦ ଲକ୍ଷ ଠକେଇ

କୋରାପୁଟ,୨୦।୨(ସ୍ବ.ପ୍ର.) ଆନ୍ଧ୍ର ଠିକାଦାରଙ୍କଠାରୁ ୮ ଲକ୍ଷ ଟଙ୍କା ଲୁଟ ହେବା ନେଇ ସ୍ଥାନୀୟ ଟାଉନ ଥାନାରେ ଅଭିଯୋଗ ହେବା ପରେ ମଙ୍ଗଳବାର ପୋଲିସ ଏଥିରେ ଜଣକୁ ଗିରଫ କରିଛି। ଲୁଟ୍‌ ଘଟଣାର ମାଷ୍ଟର ମାଇଣ୍ଡ ଫେରାର ରହିଛନ୍ତି।

ଦୁର୍ଘଟଣାରେ ଗୁରୁତର ଥିବା ବ୍ୟକ୍ତିଙ୍କ ମୃତ୍ୟୁ

କୋରାପୁଟ,୨୦।୨(ସ୍ବ.ପ୍ର.): କୋରାପୁଟ ସଦର ଥାନା ମୁଜାଙ୍ଗ ଗ୍ରାମ ନିକଟରେ ବାଇକ ଦୁର୍ଘଟଣାରେ ଗୁରୁତର ହୋଇ କୋରାପୁଟ ମେଡିକାଲରେ ଚିକିସତ୍ତ ହେଉଥିବା ଯୁବକଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି ।

ମାତିଲେଣି ବାଇକ୍‌ ଲୁଟେରା: ଗୋଟିଏ ରାତିରେ ୨ ବାଇକ ଚୋରି

ବୈପାରୀଗୁଡ଼ା,୨୦।୨(ଡି.ଏନ୍‌.ଏ.) ବୈପାରୀଗୁଡା ଅଞ୍ଚଳରେ ବାଇକ୍‌ ଲୁଟେରା ସକ୍ରିୟ ହୋଇପଡିଛନ୍ତି। ସୋମବାର ରାତିରେ ୨ଟି ବାଇକ୍‌ ଚୋରି ହେବା ଘଟଣା ଅଞ୍ଚଳବାସୀଙ୍କ ଭିତରେ ଆତଙ୍କ ଖେଳାଇଛି।

କୋଟିଆରେ ପୁଣି ପଶିଲେ ଆନ୍ଧ୍ର ଅଧିକାରୀ: ଧୂଳିପଦରରେ ରାସ୍ତାକାମ ତଦାରଖ

କୋଟିଆରେ ପୁଣି ପଶିଲେ ଆନ୍ଧ୍ର ଅଧିକାରୀ: ଧୂଳିପଦରରେ ରାସ୍ତାକାମ ତଦାରଖ

କୋରାପୁଟ ଜିଲାର ବିବାଦୀୟ କୋଟିଆ ଗ୍ରାମପୁଞ୍ଜରୁ ମୋହ ଛାଡ଼ିପାରୁନି ଆନ୍ଧ୍ର। ସେଥିଲାଗି ବାରମ୍ବାର ଏ ଅଞ୍ଚଳରେ ଅନୁପ୍ରବେଶ କରୁଛନ୍ତି ଆନ୍ଧ୍ରର ଅଧିକାରୀ। ମଙ୍ଗଳବାର ଏହାର ସଦ୍ୟତମ ନମୁନା ଦୃଷ୍ଟିକୁ ଆସିଛି। ଆନ୍ଧ୍ରର ପିଏ ଆଇଟିଡିଏ ଓ ସିଡିଏମ୍‌ଓ କୋଟିଆରେ ସ୍ବାସ୍ଥ୍ୟ ଶିବିର ଓ ଭ୍ରାମ୍ୟମାଣ ସ୍ବାସ୍ଥ୍ୟଯାନର ଶୁଭାରମ୍ଭ କରି ସେଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଚାଲିଥିବା ଉନ୍ନୟନ କାର୍ଯ୍ୟକୁ ଏକପ୍ରକାର ଚ୍ୟାଲେଞ୍ଜ ଦେଇଛନ୍ତି।

ପ୍ରେମ ପରେ ପ୍ରତାରଣା : ନାବାଳିକା ଗର୍ଭବତୀ

ମାଥିଲି,୨୦।୨(ଡି.ଏନ.ଏ) - ଜୀବନ ସାଥି କରିବାକୁ ଭରସା ଦେଇଥିଲେ। କିନ୍ତୁ ପରିସ୍ଥିତି ବାଧ୍ୟ କରିଥିଲା ପ୍ରତିଜ୍ଞାରୁ ଓହରିଯିବାକୁ। ଏହା ପରେ ଭଲ ପାଇବାର ବିଶ୍ବାସ ସବୁ ଭାଙ୍ଗିଗଲା ।

ସମସ୍ୟାରେ ମାଝିଗୁଡ଼ା ପ୍ରାଥମିକ ବିଦ୍ୟାଳୟ

ସମସ୍ୟାରେ ମାଝିଗୁଡ଼ା ପ୍ରାଥମିକ ବିଦ୍ୟାଳୟ

ଧୋଡ୍ରା,୨୦।୨(ଡି.ଏନ୍‌.ଏ.)- ସର୍ବଶିକ୍ଷା ଅଭିଯାନର ବିଚିତ୍ର ନୀତି। ସ୍କୁଲରେ କେଉଁଠି ଶିକ୍ଷକ ଅଭାବ ତ କେଉଁଠି ଶ୍ରେଣୀଗୃହ ଅଭାବ ଲାଗି ରହିଛି। ଭିତ୍ତିଭୂମି ଅଭାବ ମଧ୍ୟରେ ଚାଲିଛି ଶିକ୍ଷାଦାନ।

ଖଣି ଖନନ ବିରୋଧରେ ଅଣ୍ଟା ଭିଡ଼ିଲେ ମହିଳା

ଟିକିରି, ୧୯।୨(ଡି.ଏନ୍‌.ଏ.) ରାୟଗଡା ଜିଲା ଟିକିରି ଥାନା ଅଧୀନ ବାଙ୍କାମ୍ବ ପଞ୍ଚାୟତ କଡିଙ୍ଗା ଗାଁରେ ସୋମବାର ସ୍ଥାନୀୟ ଅଞ୍ଚଳର ମହିଳା ମଣ୍ଡଳମାନଙ୍କୁ ନେଇ ଖଣି ଖନନ ବିରୋଧରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। କିଛି ଯୁବକ ସଭା ମଧ୍ୟକୁ ଆସି ଏହାକୁ ବନ୍ଦ କରିବାକୁ ଧମକ ଦେଇଥିଲେ। ଫଳରେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ମହିଳାମାନେ ସଭା ବନ୍ଦ କରି ସରପଞ୍ଚ ସୁଭଦ୍ରା ମାଣ୍ଡାଙ୍ଗୀଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଭେଟି ୮ଦଫା ଦାବିପତ୍ର ପ୍ରଦାନ କରଥିଲେ।

ବିଇଓ କାର୍ଯ୍ୟାଳୟରେ ତାଲା ପକାଇଲେ ଛାତ୍ରୀ

ବିଇଓ କାର୍ଯ୍ୟାଳୟରେ ତାଲା ପକାଇଲେ ଛାତ୍ରୀ

କୋରାପୁଟ/ବନ୍ଧୁଗାଁ,୧୯।୨ (ସ୍ବ.ପ୍ର/ଡ଼ି.ଏନ.ଏ) କୋରାପୁଟ ଜିଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟର ୱାର୍ଡେନଙ୍କ ବଦଳି ଦାବିରେ ସୋମବାର ବିଦ୍ୟାଳୟର ଶତାଧିକ ଛାତ୍ରୀ ସଂପୃକ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ କାଯର୍‌ୟାଳୟରେ ତାଲା ପକାଇଛନ୍ତି । ଏଥିସହ ସେଠାରେ ଧାରଣା ଦେଇଛନ୍ତି। ୱାର୍ଡେନ ଦୀର୍ଘ ଦିନ ହେଲା ଛାତ୍ରୀମାନଙ୍କ ମଧ୍ୟରେ ଜାତିଗତ ବିବିଧତା ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି ।