ମେଟ୍ରୋ |

ନବୀନ ନିବାସ ଘେରାଉ କରିବ କଂଗ୍ରେସ

ନବୀନ ନିବାସ ଘେରାଉ କରିବ କଂଗ୍ରେସ

ଭୁବନେଶ୍ୱର, ୭।୨(ବ୍ୟୁରୋ): ରାଜ୍ୟରେ କୁନ୍ଦୁଲି ନାବାଳିକା ଗଣବଳାତ୍କାର ଓ ଆତ୍ମହତ୍ୟା ମାମଲାରେ ସରକାର ଦିଗହରା ଦର୍ଶାଇଛି ରାଜ୍ୟ ଯୁବ କଂଗ୍ରେସ। ଏହାକୁ ବିରୋଧ କରି କଂଗ୍ରେସ ଗୁରୁବାର ନବୀନ ନିବାସ ଘେରାଉ କରିବ। ରାଜ୍ୟ ସରକାରଙ୍କ ନିଜସ୍ବ ତଦନ୍ତକାରୀ ସଂସ୍ଥା ଉପରେ ଭରସା ପାଇଲା ନାହିଁ। ବିଚାର ବିଭାଗୀୟ ତଦନ୍ତ ଉପରେ ମଧ୍ୟ ଭରସା ପାଇଲା ନାହିଁ। ଏଭଳି ପରିସ୍ଥିତିରେ ଏସ୍‌ଆଇଟି ତଦନ୍ତ ପରେ ନ୍ୟାୟ ମିଳିବ ବୋଲି ଭରସା ପାଉ ନ ଥିବା ବୁଧବାର କଂଗ୍ରେସ ଭବନରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ପୂର୍ବତନ ସାଂସଦ ପ୍ରଦୀପ ମାଝି ପ୍ରକାଶ କରିଛନ୍ତି। ଏହାକୁ ବିରୋଧ କରି କଂଗ୍ରସ ନବୀନ ନିବାସ ଘେରାଉ କରିବାକୁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

All Right Reserved By
Karnatak Exit Poll

Model This Week

ସଂଗୀତ

ମେଟ୍ରୋ |

ବେଗୁନିଆ ବନ୍ଦ ଆନ୍ଦୋଳନ ଆରମ୍ଭ

ବେଗୁନିଆ ବନ୍ଦ ଆନ୍ଦୋଳନ ଆରମ୍ଭ

ବେଗୁନିଆ,୨୧।୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳର ଜନସାଧାରଣଙ୍କ ନିକଟରେ ଦୀର୍ଘଦିନ ହେଲା ମୌଳିକ ଆବଶ୍ୟକତା ଅପହଞ୍ଚ ହୋଇ ରହିଛି। ସ୍ଥାନୀୟ ଲୋକେ ୧୯୯୨ ମସିହାରୁ ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ ସହ ବେଗୁନିଆକୁ ଏନ୍‌ଏସି ଘୋଷଣା ଏବଂ ଜେଏମ୍‌ଏଫ୍‌ସି କୋର୍ଟ ପ୍ରତିଷ୍ଠା ପାଇଁ ସରକାରଙ୍କ ନିକଟରେ ଦାବି କରିଆସୁଛନ୍ତି।

ଆଜି ମହାନଦୀରେ ମହାଆଳତି

ଆଜି ମହାନଦୀରେ ମହାଆଳତି

କଟକ ଅଫିସ,୨୧।୫: ମହାନଦୀ ଜଳକୁ ବଞ୍ଚାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଥିବା ମହାନଦୀ ମହାସଂଗ୍ରାମ ଶୋଭାଯାତ୍ରାର ଗୋଟିଏ ଦଳ ରବିବାର ସନ୍ଧ୍ୟାରେ କଟକରେ ପହଞ୍ଚିଥିଲା। ଝାରସୁଗୁଡ଼ାରୁ ବାହାରିଥିବା ଏହି ଶୋଭାଯାତ୍ରା ସମ୍ବଲପୁର, ନୟାଗଡ଼ ଦେଇ ପୂର୍ବାହ୍ନରେ କଟକ ଜିଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦେଶ୍ୱରକୁ ଆସିଥିଲା।

ବିଜେଡି ସରକାରର ୪ର୍ଥ ପାଳିର ୪ବର୍ଷ ପୂର୍ତ୍ତି: ଆଜି ମନ୍ତ୍ରୀ ପରିଷଦ ବୈଠକ

ବିଜେଡି ସରକାରର ୪ର୍ଥ ପାଳିର ୪ବର୍ଷ ପୂର୍ତ୍ତି: ଆଜି ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର,୨୧।୫(ବ୍ୟୁରୋ): ସୋମବାର ବିଜେଡି ସରକାରର ୪ର୍ଥ ପାଳିର ୪ବର୍ଷ ପୂର୍ତ୍ତି ପାଳନ କରିବ। ଏଥିପାଇଁ ରାଜ୍ୟ ମନ୍ତ୍ରୀ ପରିଷଦର ବୈଠକ ସୋମବାର ଅନୁଷ୍ଠିତ ହେବ। ନିର୍ବାଚନ ପାଇଁ ବର୍ଷକରୁ କମ୍‌ ସମୟ ରହିଥିବାରୁ ଏହି ବୈଠକ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ଝଡ଼ବର୍ଷା ବେଳେ ଯୁବକଙ୍କୁ ଖଣ୍ଡାରେ ହାଣି ଲୁଟ ସୁନା ଚେନ୍‌ ସହ ନଗଦ ୭ହଜାର ଟଙ୍କା ଛଡ଼ାଇନେଲେ

ଭୁବନେଶ୍ୱର, ୨୧ା୫(ବ୍ୟୁରୋ)- ରବିବାର ରାତିରେ ଝଡ ତୋଫାନ ବେଳେ ଶିରିପୁର ଛକ ନିକଟରେ ୪ ଜଣ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ଲୁଟ୍‌ କରିଛନ୍ତି। ଲୁଟେରାଙ୍କ ଆକ୍ରମଣର ଶିକାର ହୋଇ ସଂଗ୍ରାମ ଗଉଡ। ସେ ଶିରିପୁର ଫାର୍ମଗେଟ୍‌ ନିକଟରେ ରୁହନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ବଣିକ୍‌ ଇନଷ୍ଟିଚ୍ୟୁଟ୍‌ର ପଞ୍ଚମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର, ୨୧ା୫(ବ୍ୟୁରୋ)- ବଣିକ୍‌ ଶିକ୍ଷାନୁଷ୍ଠାନର ପଞ୍ଚମ ପ୍ରତିଷ୍ଠା ଦିବସ ‘ଇନ୍‌ସ୍ପିରନ୍‌ ୨୦୧୮’ ରବିବାର ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଉତ୍କଳ ମଣ୍ଡପ ପରିସରରେ ପାଳିତ ହୋଇଯାଇଛି। ଏଥିରେ ପ୍ରତିଷ୍ଠାତା ଇଂ. ପ୍ରଭାତ କୁମାର ଛାଟୋଇ ଏବଂ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଇଂ. ସୁବ୍ରତ କୁମାର ଛାଟୋଇ ପୌରୋହିତ କରିଥିଲେ।

ସରିଲା ‘ନୃତ୍ୟମ୍ବଦା’ ‘କାଞ୍ଚତ୍ ଅଭିଯାନ’ ମୁଖ୍ୟ ଆକର୍ଷଣ

ଭୁବନେଶ୍ୱର, ୨୧ା୫(ବ୍ୟୁରୋ)- ଓଡ଼ିଶା ଡ୍ୟାନ୍ସ ଏକାଡେମୀର ୩୪ତମ ବାର୍ଷିକ ଉତ୍ସବ ଅବସରରେ ଦୁଇଦିନ ଧରି ରବୀନ୍ଦ୍ର ମଣ୍ଡପଠାରେ ଚାଲିଥିବା ସ୍ବତନ୍ତ୍ର ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମ ‘ନୃତ୍ୟମ୍ବଦା’ ରବିବାର ଉଦ୍‌ଯାପିତ ହୋଇୟଛି। ଏହି ଅବସରରେ ଅତିଥିଭାବେ ଗୁରୁ ରାମହରି ଦାସ, ଗୁରୁ ରତିକାନ୍ତ ମହାପାତ୍ର, ସୁରମଣି ରମେଶ ଦାସ ଏବଂ ମଧୁସ୍ମିତା ମହାନ୍ତି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

ଆଜି ଦେଖାଯିବ ‘ଜିରୋ ଶ୍ୟାଡୋ’ ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ରେ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର, ୨୧ା୫(ବ୍ୟୁରୋ)- ସୋମବାର ‘ଜିରୋ ଶ୍ୟାଡୋ’ ବା ଛାୟା ଶୂନ୍ୟ ଦିବସ। ମଧ୍ୟାହ୍ନ ୧୧ଟା ୪୩ ମିନିଟରେ ଭୁବନେଶ୍ୱରରେ ସୂର୍ଯ୍ୟ ଠିକ୍‌ ମୁଣ୍ଡ ଉପରେ ରହିବେ। ଏହି ସମୟରେ କୌଣସି ଲମ୍ବା ବସ୍ତୁକୁ ଲମ୍ବକରି ରଖିଲେ ଏହାର ଛାୟା ପଡିବ ନାହିଁ। ୩ରୁ ୪ମିନିଟ୍‌ ପର୍ଯ୍ୟନ୍ତ ଛାୟା ଦେଖାଯିବନି।

ମହାନଦୀ ବଞ୍ଚାଅ ଅଭିଯାନ ବୋର୍ଡ ଖୋଲିବା ବେଳେ ଅଘଟଣ ୧୧ କେଭି ବିଦ୍ୟୁତ ଲାଗି ଯୁବକ ଗୁରୁତର

ଭୁବନେଶ୍ୱର, ୨୧ା୫(ବ୍ୟୁରୋ)- ଏକ ଦୋକାନ ନିକଟରେ ମହାନଦୀ ବଞ୍ଚାଅ ଅଭିଯାନର ବୋର୍ଡ ଖୋଲିବା ସମୟରେ ଅସାବଧାନତା ବଶତଃ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଶରୀରର ୮୦ପ୍ରତିଶତ ପୋଡି ଯାଇଥିବା ଜଣାପଡିଛି।

ଏସ୍‌ଡିଆଇର ଦ୍ୱିତୀୟ ପ୍ରତିଷ୍ଠା ଦିବସ ସମାରୋହ

ଭୁବନେଶ୍ୱର, ୨୦ା୫(ବ୍ୟୁରୋ)- ରବିବାର ମଞ୍ଚେଶ୍ୱରସ୍ଥିତ ଦକ୍ଷତା ବିକାଶ ଅନୁଷ୍ଠାନ(ଏସ୍‌ଡିଆଇ) କ୍ୟାମ୍ପସରେ ଦ୍ୱିତୀୟ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ କୌଶଳ ଭାରତ ମିଶନ ସ୍ବପ୍ନ ପୂରଣ ନିମନ୍ତେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ସହ ଆଇଓସିଏଲ ମିଶି କାମ କରୁଛନ୍ତି।

ସ୍ପାରେ ସେକ୍ସ ର଼୍ୟାକେଟ ଠାବ ଘଟଣା ବିଦେଶିନୀଙ୍କୁ ରୁଚୁନି ଓଡ଼ିଆ ଖାଦ୍ୟ ମାଗୁଛନ୍ତି ମଦ, ସିଗାରେଟ୍‌

ଭୁବନେଶ୍ୱର, ୨୧ା୫ (ବ୍ୟୁରୋ)- କ୍ୟାପିଟାଲ ଥାନା ଅନ୍ତର୍ଗତ ବାପୁଜୀନଗରର ଏଚ୍‌ଟୁଓ ସ୍ପାରେ ଉଦ୍ଧାର ହୋଇଥିବା ୮ ଥାଇଲାଣ୍ଡ ଦେହଜୀବୀଙ୍କୁ ଶର୍ଟ ଷ୍ଟେ ହୋମ୍‌ରେ ଥଇଥାନ କରାଯାଇଛି। ହେଲେ ସେଠାରେ ସେମାନଙ୍କୁ ପରସାଯାଉଥିବା ଓଡ଼ିଆ ଖାଦ୍ୟ ରୁଚୁ ନାହିଁ। ସ୍ପାରେ କାମ କରୁଥିବାବେଳେ ବଡ଼ ବଡ଼ ହୋଟେଲରୁ ସେମାନଙ୍କ ଅର୍ଡର ଅନୁଯାୟୀ ସ୍ବତନ୍ତ୍ର ଖାଦ୍ୟ ମଗାଯାଉଥିଲା।

୨୦୨୦ ସୁଦ୍ଧା ୧ ଲକ୍ଷ ମହୁ ଚାଷୀ ସୃଷ୍ଟି କରାଯିବ ବିଶ୍ୱ ମହୁମାଛି ଦିବସ ପାଳିତ ମହୁ ବିକ୍ରି ପାଇଁ ଖୋଲାଯିବ ‘ହନି ପାର୍ଲର’ ଗଣ୍ଡମୁଣ୍ଡା ଉଦ୍ୟୋଗପୁରୀ କ୍ୟାମ୍ପସ୍‌ରେ ହେବ ମହୁ ବିଶୋଧନାଗାର

ଭୁବନେଶ୍ୱର, ୨୧ା୫(ବ୍ୟୁରୋ)- ମହୁ ଏକ ଏଭଳି ଖାଦ୍ୟ, ଯାହାକୁ ସମସ୍ତେ ଆଦର କରନ୍ତି। ମହୁ ଉତ୍ପାଦନ ବୃଦ୍ଧି ଲାଗି ରାଜ୍ୟରେ ୨୦୧୪ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ରାଜ୍ୟ ସରକାର ୨୦୨୦ ସୁଦ୍ଧା ରାଜ୍ୟରେ ଏକ ଲକ୍ଷ ମହୁ ଚାଷୀ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି।

କଟକ ସଦରରେ ଏନ୍‌କାଉଣ୍ଟର ଉତ୍ତମ ଗୁରୁତର ପୋଲିସ ଉପରକୁ ଫିଙ୍ଗିଥିଲେ ବୋମା ମାଉଜର, ୨ ରାଉଣ୍ଡ ଅଫୁଟା ଗୁଳି ଜବତ

କଟକ ଅଫିସ/ଫୁଲନଖରା(ଡି.ଏନ୍‌.ଏ.), ୨୧ା୫- କଟକରେ ପୁଣି ଏନକାଉଣ୍ଟର। ଦେଢମାସ ବ୍ୟବଧାନରେ ରବିବାର ରାତିରେ ଗର୍ଜିଛି ପୋଲିସର ବନ୍ଧୁକ। କଟକ ସଦର ଥାନା ପୋଲିସ ଗୁଳିରେ କାବା ଓରଫ ଉତ୍ତମ ସିଂ ଗୁରୁତର ଆହତ ହୋଇଛନ୍ତି। କାବାଙ୍କ ଘର ସଦର ଥାନା ଅଧୀନ କୁରୁଣ୍ଟି ଗ୍ରାମରେ। ତାଙ୍କର ବାମଗୋଡ଼ରେ ଗୁଳି ବାଜିଛି।