ଜାତୀୟ |

ଗୋଆର ସମସ୍ତ ଖଣି ଲିଜ୍‌ ରଦ୍ଦ

ଗୋଆର ସମସ୍ତ ଖଣି ଲିଜ୍‌ ରଦ୍ଦ

ନୂଆଦିଲ୍ଲୀ, ୭।୨: ସୁପ୍ରିମ୍‌କୋର୍ଟ ଗୋଆର ସମସ୍ତ ଖଣି ଲିଜ୍‌ ରଦ୍ଦ ପାଇଁ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ୨୦୧୮ ମାର୍ଚ୍ଚ ୧୫ ପରେ ଏଠାରେ କୌଣସି ଉତ୍ତୋଳନ କାର୍ଯ୍ୟ ହେବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସୂଚିତ କରିଛନ୍ତି। ଗୋଆରେ ଉତ୍ତୋଳନ ପାଇଁ ଲିଜ୍‌ ମିଳିଥିବା ୮୮ ଖଣି ପରିବେଶ ଯୋଗ୍ୟତାକୁ ଉଲ୍ଲଂଘନ କରୁଥିବା ଅଭିଯୋଗକ୍ରମେ ସୁପ୍ରିମ୍‌କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପରିବେଶ ଯୋଗ୍ୟତା ପୂରଣ କରୁଥିବା ଖଣିଗୁଡିକୁ ମାର୍ଚ୍ଚ ୧୫ ପରେ ପୁଣି ଲାଇସେନ୍ସ୍‌ ଦିଆଯିବ ବୋଲି ଶୀର୍ଷ ଅଦାଲତ ସୂଚିତ କରିଛନ୍ତି। ଏନ୍‌ଡିଏ ସରକାର ୨୦୧୫ରେ ଏହି ଖଣିଗୁଡିକୁ ନୂଆ ପରିବେଶ ନିୟମ ଲାଗୁହେବା ପୂର୍ବରୁ ଲିଜ୍‌ ଦେଇଥିଲେ। ସୂଚନାଯୋଗ୍ୟ, ବର୍ଷ ପିଛା ଗୋଆ ୫୦ ନିୟୁତ ଟନ୍‌ ଲୌହପଥର ଚାଇନାକୁ ରପ୍ତାନୀ କରିଥାଏ।

All Right Reserved By

ଜାତୀୟ |

ନାଳନ୍ଦାରେ ବୋମା ବିସ୍ଫୋରଣ: ୫ ଗୁରୁତର

ନାଳନ୍ଦାରେ ବୋମା ବିସ୍ଫୋରଣ: ୫ ଗୁରୁତର

ନାଳନ୍ଦା,୧୫।୮: ବିହାରର ନାଳନ୍ଦା ଜିଲା ଅନ୍ତର୍ଗତ ରହୁଇ ଅଞ୍ଚଳରେ ବୁଧବାର ଏକ ଘରେ ବୋମା ବିସ୍ଫୋରଣ ହେବାରୁ ୪ ଶିଶୁଙ୍କ ସମେତ ଅନୂ୍ୟନ ୫ଜଣ ଗୁରୁତର ହୋଇଛନ୍ତି। ଅନେକ ଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ଏକ ଘରେ ଏହି ବିସ୍ଫୋରଣ ଘଟିଛି। ସଫା କରାଯିବା ଲାଗି ଘରଟି ଖୋଲା ଯାଇଥିବାବେଳେ ବୋମା ବିସ୍ଫୋରଣ ଘଟିଥିଲା। 

ସ୍ବାଧୀନତା ଦିବସରେ ମାଓବାଦୀ ଆକ୍ରମଣ: ଆଇଡି ବିସ୍ଫୋରଣରେ ୨ ଯବାନ ଆହତ

ସ୍ବାଧୀନତା ଦିବସରେ ମାଓବାଦୀ ଆକ୍ରମଣ: ଆଇଡି ବିସ୍ଫୋରଣରେ ୨ ଯବାନ ଆହତ

ରାୟପୁର,୧୫।୮: ଛତିଶଗଡ଼ର ରାଜନନ୍ଦଗାଁ ଜିଲାର ମିସ୍ତ୍ରୀ ଗ୍ରାମରେ ବୁଧବାର ସ୍ବାଧୀନତା ଦିବସ ଅବସରରେ ମାଓବାଦୀମାନେ ଆଇଡି ବିସ୍ଫୋରଣ ଘଟାଇଛନ୍ତି। ଏକ ପ୍ରେସର ବୋମା ବିସ୍ଫୋରଣ ଘଟାଇବାରୁ ଦୁଇ ଆଇଟିବିପି ଯବାନ ଆହତ ହୋଇଛନ୍ତି। 

ଭାରତ-ଚାଇନା ମଧ୍ୟରେ ସ୍ବତନ୍ତ୍ର ବୈଠକ

ଭାରତ-ଚାଇନା ମଧ୍ୟରେ ସ୍ବତନ୍ତ୍ର ବୈଠକ

ଗାଙ୍ଗଟକ,୧୫।୮: ସ୍ବାଧୀନତା ଦିବସ ଅବସରରେ ବୁଧବାର ଭାରତୀୟ ସେନା ଏବଂ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି(ପିଏଲ୍‌ଏ) ମଧ୍ୟରେ ସିକ୍କିମ୍‌ର ନାଥୁ ଲା ପାସ୍‌ଠାରେ ଏକ ସ୍ବତନ୍ତ୍ର ସୀମା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଭୟ ଦେଶର ସେନା ମିଳିତ ଭାବେ ଭାରତର ସ୍ବାଧୀନତା ଦିବସ ପାଳନ କରିଛନ୍ତି।

‘ଗଗନଯାନ’ ମିଶନ୍‌ ଚ୍ୟାଲେଞ୍ଜପୂର୍ଣ୍ଣ: ଇସ୍ରୋ ଅଧ୍ୟକ୍ଷ

‘ଗଗନଯାନ’ ମିଶନ୍‌ ଚ୍ୟାଲେଞ୍ଜପୂର୍ଣ୍ଣ: ଇସ୍ରୋ ଅଧ୍ୟକ୍ଷ

ବେଙ୍ଗାଲୁରୁ,୧୫।୮: ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ(ଇସ୍ରୋ) ଅଧ୍ୟକ୍ଷ କେ. ଶିଭାନ ବୁଧବାର ଗଗନଯାନ ମିଶନ୍‌କୁ ଚ୍ୟାଲେଞ୍ଜପୂର୍ଣ୍ଣ ବୋଲି ଦର୍ଶାଇଛନ୍ତି। ମାତ୍ର ଏହା ହାସଲ କରାଯାଇପାରିବ ବୋଲି ମଧ୍ୟ ସେ କହିଛନ୍ତି। 

ଅଟାରି-ଓ୍ବାଘା ଏବଂ ଫୁଲଓ୍ବାରୀ ପୋଷ୍ଟରେ ମିଠା ଆଦାନ ପ୍ରଦାନ

ଅଟାରି-ଓ୍ବାଘା ଏବଂ ଫୁଲଓ୍ବାରୀ ପୋଷ୍ଟରେ ମିଠା ଆଦାନ ପ୍ରଦାନ

ଅଟାରି/ଓ୍ବାଘା, ୧୫।୮:  ଅଗଷ୍ଟ ୧୫ରେ ଭାରତରେ ୭୨ତମ ସ୍ବାଧୀନତା ଦିବସ ପାଳିତ ହୋଇଛି । ଏହି ଅବସରରେ ଭାରତ-ପାକିସ୍ତାନ ଅଟାରି-ଓ୍ବାଘା ସୀମାରେ ଉଭୟ ଦେଶର ସେନାଙ୍କ ମଧ୍ୟରେ ମିଠା ଆଦାନ ପ୍ରଦାନ କରାଯାଇଛି। 

ଆନନ୍ଦିବେନ ପଟେଲ ହେଲେ ଛତିଶଗଡ଼ ରାଜ୍ୟପାଳ

ଆନନ୍ଦିବେନ ପଟେଲ ହେଲେ ଛତିଶଗଡ଼ ରାଜ୍ୟପାଳ

ନୂଆଦିଲ୍ଲୀ,୧୫।୮: ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ ଛତିଶଗଡ଼ ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ବୁଧବାର ସେ ଶପଥ ଗ୍ରହଣ କରିଛନ୍ତି। ଛତିଶଗଡ଼ ରାଜ୍ୟପାଳ ବଳରାମଜୀ ଦାସ ଟଣ୍ଡନଙ୍କ ପରଲୋକ ହେବା ପରେ ଅସ୍ଥାୟୀ ଭାବେ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। 

୧୮ ଯାଏ କୋଚି ବିମାନବନ୍ଦର ବନ୍ଦ

୧୮ ଯାଏ କୋଚି ବିମାନବନ୍ଦର ବନ୍ଦ

ଥିରୁଭାନନ୍ତପୁରମ୍‌,୧୫।୮: ବନ୍ୟା ଯୋଗୁ କେରଳର ଅବସ୍ଥା ବେହାଲ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କୋଚି ଅନ୍ତର୍ଜାତୀୟ ବିମାନବନ୍ଦରକୁ ଆସନ୍ତା ୧୮ ତାରିଖ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ପେରିୟାର ନଦୀର ବନ୍ୟାଜଳ ବିମାନବନ୍ଦର ମଧ୍ୟକୁ ପ୍ରବେଶ କରିବାରୁ ଏଭଳି ପଦକ୍ଷେପ ନିଆଯାଇଛି। 

ଉଡ଼ିଲାନି, ଖସିପଡ଼ିଲା ତ୍ରିରଙ୍ଗା: ଶାହଙ୍କୁ କଂଗ୍ରେସର ତାଚ୍ଛଲ୍ୟ

ଉଡ଼ିଲାନି, ଖସିପଡ଼ିଲା ତ୍ରିରଙ୍ଗା: ଶାହଙ୍କୁ କଂଗ୍ରେସର ତାଚ୍ଛଲ୍ୟ

ନୂଆଦିଲ୍ଲୀ,୧୫।୮: ସମଗ୍ର ଭାରତ ବୁଧବାର ୭୨ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭାଜପା ଅଧ୍ୟକ୍ଷ ଅମିତ୍‌ ଶାହ ମଧ୍ୟ ଦଳୀୟ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଥିଲେ। 

ଜମ୍ମୁ-କଶ୍ମୀରରେ ଇଣ୍ଟରନେଟ୍‌ ସେବା ବନ୍ଦ

ଜମ୍ମୁ-କଶ୍ମୀରରେ ଇଣ୍ଟରନେଟ୍‌ ସେବା ବନ୍ଦ

ଶ୍ରୀନଗର,୧୫।୮: ସ୍ବାଧୀନତା ଦିବସ ଅବସରରେ ଜମ୍ମୁ-କଶ୍ମୀରରେ ସୁରକ୍ଷା ଦୃଷ୍ଟିରୁ ଇଣ୍ଟରନେଟ୍‌ ଓ ମୋବାଇଲ୍‌ ସେବାକୁ ବନ୍ଦ କରି ଦିଆଯାଇଛି। ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ସୁରକ୍ଷାବଳଙ୍କୁ ମୁତୟନ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। 

ଏଏପିରୁ ଇସ୍ତଫା ଦେଲେ ଆଶୁତୋଷ

ଏଏପିରୁ ଇସ୍ତଫା ଦେଲେ ଆଶୁତୋଷ

ନୂଆଦିଲ୍ଲୀ,୧୫।୮: ଆମ୍‌ ଆଦମୀ ପାର୍ଟି(ଏଏପି)ରୁ ବରିଷ୍ଠ ନେତା ଆଶୁତୋଷ ଗୁପ୍ତା ବୁଧବାର ସକାଳେ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଏପରି କରିଥିବା ଟୁଇଟ୍‌ କରି ପ୍ରକାଶ କରିଛନ୍ତି। 

୨୦୨୨ ସୁଦ୍ଧା ମହାକାଶକୁ ଯିବେ ଭାରତୀୟ ମହାକାଶଚାରୀ

୨୦୨୨ ସୁଦ୍ଧା ମହାକାଶକୁ ଯିବେ ଭାରତୀୟ ମହାକାଶଚାରୀ

ନୂଆଦିଲ୍ଲୀ,୧୫।୮: ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ବିକାଶଧାରା ଜାରି ରହିଛି। ୨୦୨୨ ସୁଦ୍ଧା ଭାରତୀୟ ମହାକାଶଚାରୀ ମହାକାଶକୁ ଯିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୨ ସ୍ବାଧୀନତା ଦିବସ ପାଳନ ଅବସରରେ ସୂଚିତ କରିଛନ୍ତି। 

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ସୀମାରେ ୭ କିମି ମାନବ ଶୃଙ୍ଖଳ

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ସୀମାରେ ୭ କିମି ମାନବ ଶୃଙ୍ଖଳ

ଜୟପୁର,୧୫।୮: ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ରାଜସ୍ଥାନରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ୭ କିଲୋମିଟର ଲମ୍ବ ମାନବ ଶୃଙ୍ଖଳ କରାଯାଇଛି। ଏଥିରେ ରାଜ୍ୟର ହଜାର ହଜାର ଜନସାଧାରଣ ଅଂଶଗ୍ରହଣ କରିଛନ୍ତି। 

Model This Week

ଯସ୍ମିନ୍