ଅନ୍ତର୍ଜାତୀୟ |

ଥରିଲା ତାଇଓ୍ବାନ : ୪ ମୃତ, ୧୪୫ ନିଖୋଜ

ଥରିଲା ତାଇଓ୍ବାନ : ୪ ମୃତ, ୧୪୫ ନିଖୋଜ

ହୁଆଲିଏନ୍‌, ୭।୨: ତାଇଓ୍ବାନର ପର୍ଯ୍ୟଟନ ସହର ହୁଆଲିଏନ୍‌ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହା ତୀବ୍ରତା ୬.୪ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚିତ କରାଯାଇଛି। ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୪୫ ଜଣ ଲୋକ ନିଖୋଜ ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିରେ ୨୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଭୂକମ୍ପ ଯୋଗୁ ହୁଆଲିଏନ୍‌ ସହରର ଅନେକ ବିଲ୍ଡିଂ ଭାଙ୍ଗିରୁଜି ଯାଇଛି। ମାଟି ତଳେ ଅନେକ ଲୋକ ପୋତିହୋଇ ରହିଥିବାର ଆଶଙ୍କା କରାଯାଉଛି। ମୃତାହତଙ୍କ ପ୍ରକୃତ ସଂଖ୍ୟା ଉଦ୍ଧାର କାର୍ଯ୍ୟ ଶେଷ ପରେ ଜଣାପଡିବ ବୋଲି ସ୍ଥାନୀୟ ପ୍ରଶାସନ କହିଛି। ସୂଚନାଯୋଗ୍ୟ, ୨୦୧୬ରେ ଦକ୍ଷିଣ ତାଇଓ୍ବାନ୍‌ରେ ହୋଇଥିବା ଭୂକମ୍ପରେ ୧୦୦ଜରଙ୍କ ମୃତ୍ୟୁ ହୋଇଥିଲା ସେହିପରି ୧୯୯୯ରେ ହୋଇଥିବା ଭୂକମ୍ପରେ ୨ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା।

All Right Reserved By

ଅନ୍ତର୍ଜାତୀୟ |

ବିମାନରେ କିକି ଚ୍ୟାଲେଞ୍ଜ

ବିମାନରେ କିକି ଚ୍ୟାଲେଞ୍ଜ

ଇସ୍‌ଲାମାବାଦ,୧୬।୮: କିକି ଚ୍ୟାଲେଞ୍ଜକୁ ନେଇ ସବୁଆଡେ ଚର୍ଚ୍ଚା ଚାଲିଥିବା  ବେଳେ ଏହି ଖେଳ ନ ଖେଳିବାକୁ ଭାରତର କେତେକ ରାଜ୍ୟରେ ପୋଲିସ ପକ୍ଷରୁ ସତର୍କତା ଜାରି କରାଯାଇଛି। ଏମିତିକି ନିକଟରେ ୩ଜଣ ସାଥୀ ରେଲଓ୍ବେ ଷ୍ଟେଶନରେ କିକି ଚ୍ୟାଲେଞ୍ଜ କରୁଥିବା ବେଳେ ଦଣ୍ଡିତ ମଧ୍ୟ ହୋଇଛନ୍ତି। 

କବିତା ଲେଖିବ ରୋବର୍ଟ

କବିତା ଲେଖିବ ରୋବର୍ଟ

ଟରଣ୍ଟୋ,୧୬।୮: ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ସହାୟତାରେ ବୈଜ୍ଞାନିକମାନେ ଏମିତି ଏକ ଆଲଗରିଦିମ୍‌ ବିକଶିତ କରିଛନ୍ତି ଯାହା ମାଧ୍ୟମରେ ଏବେ ରୋବର୍ଟ କବିତା ଲେଖି ପାରିବ। ଏଥିପାଇଁ ଅବଶ୍ୟ ଆଉ କିଛି ସମୟ ଲାଗିବ ବୋଲି ସେମାନେ କହିଛନ୍ତି।

ପାକିସ୍ତାନ କୋଇଲା ଖଣିରେ ବିସ୍ଫୋରଣ

ପାକିସ୍ତାନ କୋଇଲା ଖଣିରେ ବିସ୍ଫୋରଣ

ଇସ୍‌ଲାମାବାଦ,୧୬।୮: ପାକିସ୍ତାନର ବେଲୁଚିସ୍ତାନରେ ଥିବା ଏକ କୋଇଲା ଖଣିରେ ହୋଇଥିବା ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୫ରେ ପହଞ୍ଚିଛି। ମଙ୍ଗଳବାର ରାତି ସୁଦ୍ଧା ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ବୁଧବାର ଅନ୍ୟ ୨ ଜଣଙ୍କ ମୃତଦେହ ମିଳିଥିଲା। 

ଭାରତ-ଚାଇନା ମଧ୍ୟରେ ସ୍ବତନ୍ତ୍ର ବୈଠକ

ଭାରତ-ଚାଇନା ମଧ୍ୟରେ ସ୍ବତନ୍ତ୍ର ବୈଠକ

ଗାଙ୍ଗଟକ,୧୫।୮: ସ୍ବାଧୀନତା ଦିବସ ଅବସରରେ ବୁଧବାର ଭାରତୀୟ ସେନା ଏବଂ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି(ପିଏଲ୍‌ଏ) ମଧ୍ୟରେ ସିକ୍କିମ୍‌ର ନାଥୁ ଲା ପାସ୍‌ଠାରେ ଏକ ସ୍ବତନ୍ତ୍ର ସୀମା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଭୟ ଦେଶର ସେନା ମିଳିତ ଭାବେ ଭାରତର ସ୍ବାଧୀନତା ଦିବସ ପାଳନ କରିଛନ୍ତି।

ଫିଜିରେ ପାଳିତ ହେଲା ୭୨ ଭାରତୀୟ ସ୍ବାଧୀନତା ଦିବସ

ଫିଜିରେ ପାଳିତ ହେଲା ୭୨ ଭାରତୀୟ ସ୍ବାଧୀନତା ଦିବସ

ସୁବା, ୧୫।୮:  ଫିଜିରେ ୭୨ତମ ଭାରତୀୟ ସ୍ବାଧୀନତା ଦିବସ ପାଳିତ ହୋଇଛି। ଆଇଏନ୍‌ଏସ୍‌ ସହାଦ୍ରୀ ନୌସେନା କର୍ମଚାରୀ ପତାକା ଉତ୍ତୋଳନ ପରେ ଆୟୋଜିତ ପ୍ୟାରେଡ଼ରେ ଯୋଗ ଦେଇଥିଲେ। 

ଇଟାଲୀରେ ଓଭରବ୍ରିଜ୍‌ ଧସି ୩୫ ମୃତ

ଇଟାଲୀରେ ଓଭରବ୍ରିଜ୍‌ ଧସି ୩୫ ମୃତ

ଜେନୋଆ,୧୫।୮: ଇଟାଲୀର ଜେନୋଆ ସହରରେ ମଙ୍ଗଳବାର ଓଭରବ୍ରିଜ୍‌ ଭୁଶୁଡ଼ି ୩୫ ଜଣ ପ୍ରାଣ ହରାଇଛନ୍ତି। ପୋଲ ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ହୋଇଯାଇଥିବା ଆଶଙ୍କା କରାଯାଉଛି। ଫଳରେ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଇଟାଲୀ ପରିବହନ ମନ୍ତ୍ରୀ ଏଡୋଆର୍ଡୋ ରିଜି ସୂଚନା ଦେଇଛନ୍ତି। 

ପେନସିଲ୍‌ଭାନିଆରେ ଏକ ହଜାରରୁ ଅଧିକ ଶିଶୁଙ୍କୁ ବଳାତ୍କାର କରିଛନ୍ତି ପାଦ୍ରୀ

ପେନସିଲ୍‌ଭାନିଆରେ ଏକ ହଜାରରୁ ଅଧିକ ଶିଶୁଙ୍କୁ ବଳାତ୍କାର କରିଛନ୍ତି ପାଦ୍ରୀ

ହାରିସ୍‌ବର୍ଗ,୧୫।୮: ପେନସିଲ୍‌ଭାନିଆରେ ଏକ ହଜାରରୁ ଅଧିକ ଶିଶୁ ବଳାତ୍କାରର ଶିକାର ହୋଇଛନ୍ତି। ସେମାନଙ୍କ ପାଦ୍ରୀମାନେ ଚର୍ଚ୍ଚ କିମ୍ବା ଅନ୍ୟ ସ୍ଥାନରେ ଏଭଳି ଆଚରଣ ପ୍ରଦର୍ଶନ କରିଛନ୍ତି। 

ଆର୍ମି ବେସ୍‌ ଉପରେ ତାଲିବାନ ଆକ୍ରମଣ: ୧୪ ସୈନ୍ୟ ନିହତ

ଆର୍ମି ବେସ୍‌ ଉପରେ ତାଲିବାନ ଆକ୍ରମଣ: ୧୪ ସୈନ୍ୟ ନିହତ

କାବୁଲ,୧୪।୮: ଉତ୍ତର ଆଫଗାନୀସ୍ତାନରେ ଥିବା ଏକ ଆର୍ମି ବେସ୍‌ ଉପରେ ତାଲିବାନ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୧୪ ଆଫଗାନୀ ସୈନ୍ୟ ନିହତ ହେବା ସହିତ ୧୫ ଜଣ ଆହତ ହୋଇଛନ୍ତି। 

ଭାରତରେ ଆକ୍ରମଣ ପାଇଁ ଅଲ୍‌ କାଏଦା କରୁଛି ଯୋଜନା

ଭାରତରେ ଆକ୍ରମଣ ପାଇଁ ଅଲ୍‌ କାଏଦା କରୁଛି ଯୋଜନା

ଜେନେଭା,୧୪।୮: ଭାରତରେ ଆକ୍ରମଣ ପାଇଁ  ଅଲ୍‌-କାଏଦା ଯୋଜନା କରୁଛି। ଏନେଇ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ପ୍ରକାଶ ପାଇଛି। ଭାରତରେ ଏହି ଆତଙ୍କବାଦୀ ସଂଗଠନ ଆକ୍ରମଣ କରିବା ଲକ୍ଷ୍ୟ ନେଇ କାର୍ଯ୍ୟଧାରା ଜାରି ରଖିଛି। 

ଅଟାରି-ଓ୍ବାଘା ସୀମାରେ ମିଠା ଆଦାନ ପ୍ରଦାନ

ଅଟାରି-ଓ୍ବାଘା ସୀମାରେ ମିଠା ଆଦାନ ପ୍ରଦାନ

ଅଟାରି/ଓ୍ବାଘା, ୧୪।୮:  ଅଗଷ୍ଟ ୧୪ରେ ପାକିସ୍ତାନ ପାଳନ କରିଛି ସ୍ବାଧୀନତା ଦିବସ। ଏହି ଅବସରରେ ଭାରତ-ପାକିସ୍ତାନ ଅଟାରି-ଓ୍ବାଘା ସୀମାରେ ଉଭୟ ଦେଶର ସେନାଙ୍କ ମଧ୍ୟରେ ମିଠା ଆଦାନ ପ୍ରଦାନ କରାଯାଇଛି।

ଡୋକଲାମ ପରେ ଲଦାଖରେ ଚାଇନା ସେନା

ଡୋକଲାମ ପରେ ଲଦାଖରେ ଚାଇନା ସେନା

ନୂଆଦିଲ୍ଲୀ/ବେଜିଂ,୧୪।୮: ଭାରତ ଚାଇନା ମଧ୍ୟରେ ପୁଣି ଥରେ ସୀମା ବିବାଦ ମୁଣ୍ଡ ଟେକିଛି। ଡୋକଲାମ ପରେ ଏବେ ଲଦାଖରେ ଚାଇନା ସେନା ପ୍ରବେଶ କରିଥିବା ଟାଇମ୍ସ ଅଫ୍‌ ଇଣ୍ଡିଆ ଏକ ରିପୋର୍ଟରେ ପ୍ରକାଶ କରିଛି। 

ମୁକ୍ତି ସଂଗ୍ରାମ ସମୟରେ ବର୍ବରତା: ବାଂଲାଦେଶରେ ୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ମୁକ୍ତି ସଂଗ୍ରାମ ସମୟରେ ବର୍ବରତା: ବାଂଲାଦେଶରେ ୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଢ଼ାକା,୧୪।୮: ବାଂଲାଦେଶରେ ୧୯୭୧ରେ ହୋଇଥିବା ମୁକ୍ତି ସଂଗ୍ରାମ ସମୟରେ ମାନବୀୟ ଭାବନା ବିରୋଧରେ କାର୍ଯ୍ୟ କରିଥିବା ୫ ଅଭିଯୁକ୍ତଙ୍କୁ ଏକ କୋର୍ଟ ମୃତ୍ୟୁ ଦଣ୍ଡାଦେଶ କରିଛନ୍ତି।

Model This Week

ଯସ୍ମିନ୍