ରାଜ୍ୟ |

ବିଜେପୁର ଉପନିର୍ବାଚନ: ଏବେ ପ୍ରଚାର ଚିନ୍ତା

ବିଜେପୁର ଉପନିର୍ବାଚନ: ଏବେ ପ୍ରଚାର ଚିନ୍ତା

ଭୁବନେଶ୍ୱର,୭।୨(ବ୍ୟୁରୋ)- ଫେବୃୟାରୀ ୨୪ରେ ହେବାକୁ ଥିବା ବିଜେପୁର ଉପନିର୍ବାଚନ ପାଇଁ ସମସ୍ତ ପ୍ରମୁଖ ଦଳ ପ୍ରାର୍ଥତ୍ପତ୍ର ଦାଖଲ କରିସାରିଲେଣି। ଏବେ ସମସ୍ତେ ପ୍ରଚାର ପାଇଁ ଅଣ୍ଟା ଭିଡିଲେଣି। ନିର୍ବାଚନର ୫ ମାସ ପୂର୍ବରୁ ପ୍ରାୟ ସବୁ ଦଳ ନିଜ ପ୍ରଚାର ଆରମ୍ଭ କରିଥିଲେ। ଏବେ ଚୂଡାନ୍ତ ରୂପ ଦେବା ପାଇଁ ପ୍ରୟାସ କରାଯାଉଛି। ମଙ୍ଗଳବାର ନବୀନ ନିବାସରେ ହୋଇଥିବା ଏକ ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାରରେ ଯିବେ ବୋଲି ଘୋଷଣା କରିଥିଲେ। ଯାହାକି ବିଜେଡି କର୍ମୀଙ୍କୁ ଉଲ୍ଲସିତ କରିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରାଜ୍ୟର ବଛା ବଛା ଛାମୁଆ ସଙ୍ଗଠକ ସେଠାରେ ଡେରା ପକାଇଛନ୍ତି। ଆଉ କିଛି ତୃଣମୂଳସ୍ତରୀୟ କର୍ମୀ ସମ୍ମିଳନୀ ସରିଗଲେ ସ୍ଥାନୀୟ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଏକ ବିଶାଳ ସଭାରେ ଉଦ୍‌ବୋଧନ ଦେବେ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ। ସେହିପରି ୨ ଡଜନରୁ ଅଧିକ ଷ୍ଟାର କ୍ୟାମ୍ପନରଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଦିନେ ଦୁଇଦିନ ମଧ୍ୟରେ ଏହି ତାଲିକା ପ୍ରକାଶ ପାଇବ । ବିଜେଡି ପରି ଭାଜପା ମଧ୍ୟ ପ୍ରଚାର ପାଇଁ ପାଗ ଭିଡିଲାଣି। ମହାନଦୀ ପ୍ରସଙ୍ଗରେ ରାଜନୈତିକ ଚଳଚଞ୍ଚଳ ଦୃଷ୍ଟିରୁ ଭାଜପା ବ୍ୟାକଫୁଟ୍‌ରେ ଥିଲେ ବି ପଡୋଶୀ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ ପ୍ରଚାରରେ ଆଣୁଛି। ସ୍ଥାନୀୟ ମହଲରେ ନାପସନ୍ଦ କରାଯାଇପାରେ ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି। ରମଣ ସିଂଙ୍କ ବ୍ୟତୀତ ବିଜେପୁର ଉପନିର୍ବାଚନ ପାଇଁ ଭାଜପା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ରାଧାମୋହନ ସିଂ, ରାମକ୍ରିପାଲ ଯାଦବ ଏବଂ ସନ୍ତୋଷ ଗଙ୍ଗୱାର ପ୍ରମୁଖଙ୍କୁ ଆଣୁଛି। ମାତ୍ର ଭାଜପା ଏକାଧିକ କେନ୍ଦ୍ରମନ୍ତ୍ରୀ ଆଣୁଥିବାରୁ ବିଜେଡି ସମାଲୋଚନା କରିଛି। ଦଳର ମୁଖପାତ୍ର ଅମର ଶତପଥୀ କହିଛନ୍ତି ଯେ, ନବୀନ ବାବୁଙ୍କ ପ୍ରତି ଜନସମର୍ଥନ ରହିଛି। ଯେଉଁମାନେ ଡରିଛନ୍ତି ତାଙ୍କୁ ମୁକାବିଲା କରିବା ପାଇଁ ଏକାଧିକ ନେତା ଆଣୁଛନ୍ତି। ଲୋକେ କିନ୍ତୁ ଠିକ ପ୍ରାର୍ଥୀକୁ ଭୋଟ ଦେବେ ବୋଲି ଅମର କହିଛନ୍ତି। ରମଣ ସିଂଙ୍କ ପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ପ୍ରଚାରକୁ ଆସି ମହାନଦୀ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ଗଠନ ସମ୍ପର୍କରେ ମତ ଦିଅନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି। କଂଗ୍ରେସ ମଧ୍ୟ ରମଣ ସିଂଙ୍କ ପ୍ରଚାରକୁ ସମାଲୋଚନା କରିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି ଯେ, ରମଣଙ୍କ ଭ୍ରମଣ କଷ୍ଟଦାୟକ ହେବ। ଉପରମୁଣ୍ଡରେ ନିର୍ମାଣ ବନ୍ଦ ନ କରି ପ୍ରଚାରକୁ ଆସିବା ହାସ୍ୟାସ୍ପଦ। ଓଡ଼ିଶାର ଜଳକୁ ଅଟକାଇ ଓଡ଼ିଆଙ୍କୁ ଭୋଟ ମାଗିବା ଅଭିନୟ ଚଳିବ ନାହିଁ।

All Right Reserved By

ରାଜ୍ୟ |

ସମ୍ଭାବ୍ୟ ବର୍ଷା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ସମ୍ଭାବ୍ୟ ବର୍ଷା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ମଙ୍ଗଳବାର ଓ ବୁଧବାର ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

ଧରିତ୍ରୀ ଚିତ୍ରାଙ୍କନ ପ୍ରତିଯୋଗିତା

ଧରିତ୍ରୀ ଚିତ୍ରାଙ୍କନ ପ୍ରତିଯୋଗିତା

ଆରଡ଼ି,୧୪।୮(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସୁନ୍ଦରପୁର ଦୋହରାପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ପୂର୍ବାହ୍ନରେ ଧରିତ୍ରୀ ଚିତ୍ରାଙ୍କନ ପ୍ରତିଯୋଗିତା ଆରମ୍ଭ ହୋଇଛି। ଆରଡ଼ି ଫାଣ୍ଡି ଅଧିକାରୀ ବ୍ରଜ କିଶୋର ଦାସ ଏହାକୁ ଉଦ୍‌ଘାଟନ କରିଥିଲେ।

ଛାତ୍ର ବିଜେଡିର ଧାରଣା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିରୋଧରେ ନାରାବାଜି

ଛାତ୍ର ବିଜେଡିର ଧାରଣା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିରୋଧରେ ନାରାବାଜି

ନିଶ୍ଚିନ୍ତକୋଇଲି,୧୪।୮(ସ୍ବ.ପ୍ର.): ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଲାଗି କଲେଜରେ ଉପୁଜୁଥିବା ସମସ୍ୟା ପ୍ରତିବାଦରେ ନିଶ୍ଚିନ୍ତକୋଇଲି ବ୍ଲକ ସୁଭଦ୍ରା ମହତାବ କଲେଜର ଛାତ୍ର ବିଜେଡି ପକ୍ଷରୁ ମଙ୍ଗଳବାର ଧାରଣା ଦିଆଯାଇଛି।

ପୋଖରୀରେ ବୁଡ଼ି ଆଖିବୁଜିଲେ ଛାତ୍ର

ପୋଖରୀରେ ବୁଡ଼ି ଆଖିବୁଜିଲେ ଛାତ୍ର

ଛେଣ୍ଡିପଦା,୧୪।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଧୀନ ଟେଣ୍ଟୁଲୋଇ କୋଡ଼ାସାହି ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗ୍ରାମର ଜଣେ ସପ୍ତମ ଶ୍ରେଣୀର ଛାତ୍ର ଗଗନ ଷଣ୍ଢଙ୍କ ପୁଅ ବାଦଲ(୧୨) ନିକଟସ୍ଥ ରୁଗୁଡି ବନ୍ଧକୁ ସକାଳେ ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିବାବେଳେ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି।

ବିଡ଼ି ନିଆଁରେ ପୋଡ଼ିହୋଇ ବୃଦ୍ଧଙ୍କ ଜୀବନ ଗଲା

ବିଡ଼ି ନିଆଁରେ ପୋଡ଼ିହୋଇ ବୃଦ୍ଧଙ୍କ ଜୀବନ ଗଲା

ଢେଙ୍କାନାଳ ଅଫିସ,୧୪ା୮: ଢେଙ୍କାନାଳ ଜିଲା ରାସୋଳ ଥାନା ଅଞ୍ଚଳର ଜଣେ ବୃଦ୍ଧ ବିଡ଼ି ନିଆଁରେ ପୋଡ଼ି ହୋଇ ଚିକିତ୍ସାଧୀନ ଥିବା ବେଳେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ମୋହନ ସାହୁ(୭୫)।

୩ ଶହ ବର୍ଷର ଗ୍ରାମ ହେଲା ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ

୩ ଶହ ବର୍ଷର ଗ୍ରାମ ହେଲା ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୪।୮(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଧୀନ ଦୁର୍ଗମ  କାଟିଙ୍ଗିଆ ପଞ୍ଚାୟତର ଗୁଡ୍ରିଗୁଡ଼ା ଗ୍ରାମ ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ ଘୋଷିତ ହୋଇଛି। ଏଥିଲାଗି ଗ୍ରାମବାସୀ ସୋମବାର ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

ଆରମ୍ଭ ହେଲା ରଥ ଭଙ୍ଗା

ଆରମ୍ଭ ହେଲା ରଥ ଭଙ୍ଗା

ପୁରୀ ଅଫିସ,୧୪ା୮: ସିଂହଦ୍ୱାର ସମ୍ମୁଖରେ ରହିଥିବା ତିନିରଥ ମଧ୍ୟରୁ ମଙ୍ଗଳବାର ସକାଳ ସାଢେ ୯ଟାରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି। 

ସୁରକ୍ଷା ନାଁରେ ସଫା ହେଉଛି ଜଙ୍ଗଲ

ସୁରକ୍ଷା ନାଁରେ ସଫା ହେଉଛି ଜଙ୍ଗଲ

ମାଥିଲି,୧୪।୮ (ଡି.ଏନ୍‌.ଏ): ସୁରକ୍ଷା ନାଁରେ ସଫା ହେଉଛି ଜଙ୍ଗଲ। ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶରେ ବେଧଡକ ଭାବେ ଜଙ୍ଗଲ କଟା ଚାଲିଛି। ମାଲକାନଗିରି ଜିଲା ମାଥିଲି ବନାଞ୍ଚଳ ଅଧୀନରେ ଏଭଳିି ଦୃଶ୍ୟ ଦେଖିବାକୁ ମିଳିଛି। ଗୋବିନ୍ଦପାଲି ବନବିଭାଗ ଅଧୀନ ସପ୍ତଧାରା ଟାଓ୍ବାର ଲାଇନ ଅଞ୍ଚଳରୁ ବେଆଇନ ଭାବେ କଟାଯାଉଛି ଅମୂଲ୍ୟ କାଠ।

ଖଣିରେ ବିସ୍ଫୋରଣବେଳେ ଜଣେ ଶ୍ରମିକ ମୃତ, ଅନ୍ୟ ଜଣେ ଗୁରୁତର

ଖଣିରେ ବିସ୍ଫୋରଣବେଳେ ଜଣେ ଶ୍ରମିକ ମୃତ, ଅନ୍ୟ ଜଣେ ଗୁରୁତର

ଖୋର୍ଦ୍ଧା ଅଫିସ,୧୪।୮: ଖୋର୍ଦ୍ଧା ତହସିଲ ଛତ୍ରମା ମୌଜା କଳିଙ୍ଗ ଖଣିରେ ମଙ୍ଗଳବାର ଭୋର ସମୟରେ ବିସ୍ଫୋରଣ କରାଯାଉଥିବାବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମଳିପଡାର ବାଙ୍ଗୁରୁ କଳସ। ଏଥିରେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି।

ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆସୁନାହାନ୍ତି କର୍ମୀ

ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆସୁନାହାନ୍ତି କର୍ମୀ

ମହାକାଳପଡା,୧୪।୮(ଡି.ଏନ୍‌.ଏ.): ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତର ଏକ ଅଙ୍ଗନଓ୍ବାଡି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥା ଘେରରେ ଚାଲିଥିବା ନେଇ ସୋମବାର ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଛି। 

ଜିଲା ବିଜେଡିରେ ବିଷ୍ଣୁ-ରାଜଶ୍ରୀ ବିବାଦ ବଢିଲା : ତିର୍ତ୍ତୋଲରେ ବିଷ୍ଣୁଙ୍କ ଖେଳ ଜଗତ୍‌ସିଂହପୁରରେ କାଳ

ଜିଲା ବିଜେଡିରେ ବିଷ୍ଣୁ-ରାଜଶ୍ରୀ ବିବାଦ ବଢିଲା : ତିର୍ତ୍ତୋଲରେ ବିଷ୍ଣୁଙ୍କ ଖେଳ ଜଗତ୍‌ସିଂହପୁରରେ କାଳ

ଜଗତ୍‌ସିଂହପୁର ଅଫିସ,୧୪।୮: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ଜଗତ୍‌ସିଂହପୁର ଜିଲା ବିଜେଡି ସଭାପତି ବିଷ୍ଣୁ ଚରଣ ଦାସ ଓ ତିର୍ତ୍ତୋଲ ବିଧାୟିକା ତଥା ଜିଲା ମହିଳା ବିଜେଡି ସଭାପତି ରାଜଶ୍ରୀ ମଲ୍ଲିକଙ୍କ ବିବାଦ ପୁଣି ଥରେ ରାଜନୀତିକୁ ଉଷ୍ମ କରିଛି। କିଛିଦିନ ପୂର୍ବେ ରାଜଶ୍ରୀଙ୍କ ସୁପାରିଶକ୍ରମେ ଜିଲା ମହିଳା ସଙ୍ଗଠନରେ ପରିବର୍ତ୍ତନ ହୋଇଥିଲା। 

ରାଜ୍ୟପାଳଙ୍କୁ ଭେଟିଲେ ସେବାୟତ

ରାଜ୍ୟପାଳଙ୍କୁ ଭେଟିଲେ ସେବାୟତ

ପୁରୀ ଅଫିସ,୧୪ା୮: ଶ୍ରୀମନ୍ଦିରରେ ପରିଚାଳନାଗତ ସଂସ୍କାର ଲାଗି ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଚିନ୍ତାରେ ପଡିଛନ୍ତି ସେବାୟତ। ଦାନ, ଦକ୍ଷିଣା ଉପରେ ରୋକ୍‌ ଲଗାଇଥିବା ବେଳେ ବଂଶାନୁକ୍ରମିକ ସେବା ସ୍ବତ୍ୱ ଉଚ୍ଛେଦ ଲାଗି ବି ସୁପ୍ରିମକୋର୍ଟ ପ୍ରସ୍ତାବ ରଖିଛନ୍ତି। 

Model This Week

ଯସ୍ମିନ୍