ଖେଳ |

ଏସିଆନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌: ମହିଳା, ପୁରୁଷ ଦଳର ବିଜୟ

ଏସିଆନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌: ମହିଳା, ପୁରୁଷ ଦଳର ବିଜୟ

ଅଲୋର, ସେଟାର (ମାଲେସିଆ),୬।୨(ପି.ଟି.)- ଏଠାରେ ଚାଲିଥିବା ବ୍ୟାଡ୍‌ମିଣ୍ଟନ ଟିମ୍‌ ଚାମ୍ପିୟନଶିପ୍‌ରେ ଅଲିମ୍ପିକ ରୌପ୍ୟ ବିଜୟିନୀ ପି. ଭି. ସିନ୍ଧୁଙ୍କ ନେତୃତ୍ୱରେ ଭାରତୀୟ ମହିଳା ଟିମ୍‌ ହଂକଂ ବିପକ୍ଷରେ ରୋମାଞ୍ଚକ ବିଜୟ ହାସଲ କରିଥିବାବେଳେ ପୁରୁଷ ଦଳ ଫିଲିପାଇନ୍ସ ବିପକ୍ଷରେ ୫-୦ରେ ବିଜୟ ହାସଲ କରିଛି। ପୁରୁଷ ଇଭେଣ୍ଟରେ କିଡ଼ାମ୍ବି ଶ୍ରୀକାନ୍ତ, ବି. ସାଇ ପ୍ରଣୀଥ ଓ ସମୀର ବର୍ମା ସେମାନଙ୍କ ସିଙ୍ଗଲ୍ସ ମ୍ୟାଚରେ ବିଜୟ ଲାଭ କରିଥିଲେ। ସେହିପରି ମନୁ ଅତ୍ରୀ ଓ ବି. ସୁମିତ୍‌ ରେଡ୍ଡୀ ଏବଂ ଏମ୍‌. ଆର. ଅର୍ଜୁନ ଓ ରାମଚନ୍ଦ୍ରନ ଶ୍ଲୋକ ଯୋଡ଼ି ସେମାନଙ୍କ ଡବଲ୍ସ ମ୍ୟାଚରେ ବିଜୟ ଲାଭ କରିଥିଲେ। ଭାରତୀୟ ଦଳ ବୁଧବାର ମାଳଦ୍ୱୀପକୁ ଭେଟିବ।
ସନ୍ଧିରେ ଆଘାତପ୍ରାପ୍ତ ଦର୍ଶାଇ ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା ନେହ୍ବାଲ ଏହି ମୁକାବିଲାରୁ ଓହରିଯିବାରୁ ସିନ୍ଧୁ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ। ସେ ମହିଳା ବିଭାଗ ପ୍ରଥମ ସିଙ୍ଗଲ୍ସରେ ବିଜୟ ହାସଲ କରି ଭାରତକୁ ଅଗ୍ରଣୀ କରାଇଥିଲେ। ପରେ ଶ୍ରୀକ୍ରିଷ୍ଣା ପ୍ରିୟା କୁଦାରାଭାଲି ଦ୍ୱିତୀୟ ସିଙ୍ଗଲ୍ସରେ ପରାଜିତ ହୋଇଥିଲେ ଏବଂ ଅଶ୍ୱିନୀ ପୋନାପ୍ପା ଓ ପ୍ରଯକ୍ତା ସାଓ୍ବନ୍ତ ଯୋଡ଼ି ସେମାନଙ୍କ ଡବଲ୍ସ ମ୍ୟାଚ ହାରିଯିବା ଦ୍ୱାରା ହଂକଂ ୨-୧ରେ ଅଗ୍ରଣୀ ଲାଭ କରିଥିଲା। କିନ୍ତୁ ଭାରତ ଶେଷ ଦୁଇଟି ମ୍ୟାଚରେ ବିଜୟ ଲାଭ କରି ମୁକାବିଲା ଜିତିିନେଇଥିଲା। ସିନ୍ଧୁ ଓ ଏନ୍‌. ସିକ୍କି ରେଡ୍ଡୀ ଯୋଡ଼ି ସେମାନଙ୍କ ଡବଲ୍ସ ମ୍ୟାଚରେ ବିଜୟ ଲାଭ କରିଥିବାବେଳେ ରିତ୍ୱିକା ଶିବାନୀ ଗାଡ଼େ ତୃତୀୟ ସିଙ୍ଗଲ୍ସ ଜିତିନେଇଥିଲେ। ଉବର କପ୍‌ ଫାଇନାଲ ପାଇଁ ଏସିଆ ଟିମ୍‌ ଚାମ୍ପିୟନଶିପ୍‌କୁ ଏକ ଯୋଗ୍ୟତାପର୍ଯ୍ୟାୟ ଭାବେ ବିବେଚନା କରାଯାଉଛି। ଏହାର ସେମିଫାଇନାଲିଷ୍ଟ ଆସନ୍ତା ମେ’ ମାସରେ ହେବାକୁଥିବା ଏହି ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିବ। ଗୁରୁବାର ଭାରତ ଶକ୍ତିଶାଳୀ ଜାପାନ ସହ ମୁକାବିଲା କରିବ। ଏହି ଦଳରେ ବିଶ୍ୱର ୨ନମ୍ବର ଖେଳାଳି ଆକାନେ ୟାମାଗୁଚି ଏବଂ ବର୍ତ୍ତମାନର ବିଶ୍ୱ ଚାମ୍ପିୟନ ନୋଜୋମି ଓକୁହାରାଙ୍କ ଭଳି ଖେଳାଳି ରହିଛନ୍ତି। ଆଘାତପ୍ରାପ୍ତ ସାଇନା ଏହି ମ୍ୟାଚରେ ମଧ୍ୟ ଖେଳିପାରିବେ ନାହିଁ।

All Right Reserved By
I&PR

Model This Week

ସନ୍ତୋଷ

ଖେଳ |

ଚାଇନିଜ ତାଇପେଇ ବିପକ୍ଷରୁ ଭାରତର ଅଭିଯାନ

ଚାଇନିଜ ତାଇପେଇ ବିପକ୍ଷରୁ ଭାରତର ଅଭିଯାନ

ବମ୍ବେ, ୨୨।୫(ପି.ଟି.)- ଜୁନ୍‌ ୧ରୁ ସ୍ଥାନୀୟ ମୁମ୍ବାଇ ଫୁଟ୍‌ବଲ ଏରେନାଠାରେ ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଉଦ୍‌ଘାଟନୀ ଦିବସରେ ଚାଇନିଜ ତାଇପେଇ ବିପକ୍ଷରେ ଖେଳି ଆୟୋଜକ ଭାରତୀୟ ଦଳ ତା’ର ଅଭିଯାନ ଆରମ୍ଭ କରିବ।

କାନେଙ୍କୁ ଇଂଲଣ୍ଡ ଟିମ୍‌ର ନେତୃତ୍ୱ

କାନେଙ୍କୁ ଇଂଲଣ୍ଡ ଟିମ୍‌ର ନେତୃତ୍ୱ

ଲଣ୍ଡନ, ୨୨।୫(ଏଏଫ୍‌ପି)- ଟୋଟ୍ଟେନହାମ ଷ୍ଟ୍ରାଇକର ହ୍ୟାରୀ କାନେଙ୍କୁ ଆଗାମୀ ଫିଫା ବିଶ୍ୱକପ୍‌ ଲାଗି ଇଂଲଣ୍ଡ ଦଳର ନେତୃତ୍ୱ ପ୍ରଦାନ କରାଯାଇଛି। ଇଂଲଣ୍ଡ ଫୁଟ୍‌ବଲ ଆସୋସିଏଶନ ପକ୍ଷରୁ ମଙ୍ଗଳବାର ଏହା ସ୍ପଷ୍ଟ କରାଯାଇଛି। ଇଂଲଣ୍ଡ ମ୍ୟାନେଜର ଗାରେଥା ସାଉଥ୍‌ଗେଟ୍‌ ୨୦୧୬ରେ ଯୋଗଦେବା ପରଠାରୁ ଅଧିନାୟକ ପଦ ଲାଗି ବହୁ ଖେଳାଳିଙ୍କୁ ସୁଯୋଗ ଦେଇସାରିଛନ୍ତି।

ରୋହିତ୍‌ଙ୍କ ନାମରେ ଅଲୋଡ଼ା ରେକର୍ଡ

ରୋହିତ୍‌ଙ୍କ ନାମରେ ଅଲୋଡ଼ା ରେକର୍ଡ

ନୂଆଦିଲ୍ଲୀ, ୨୨।୫- ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଆଇପିଏଲ୍‌ର ଚଳିତ ସଂସ୍କରଣରେ ନୈରାଶ୍ୟଜନକ ପ୍ରଦର୍ଶନ କରି ପ୍ଲେ-ଅଫ୍‌କୁ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛି। ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ରୋହିତ୍‌ ଶର୍ମାଙ୍କ ଦଳ ଦିଲ୍ଲୀ ଡେୟାରଡେଭିଲ୍ସଠାରୁ ପରାସ୍ତ ହୋଇଥିଲା।

ବ୍ରୁନ୍ସଙ୍କ ନେତୃତ୍ୱରେ କାଉଣ୍ଟି ଖେଳିବେ କୋହଲି

ବ୍ରୁନ୍ସଙ୍କ ନେତୃତ୍ୱରେ କାଉଣ୍ଟି ଖେଳିବେ କୋହଲି

ନୂଆଦିଲ୍ଲୀ, ୨୨।୫- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଚଳିତ ସଂସ୍କରଣ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ନୈରାଶ୍ୟଜନକ ରହିଥିଲା। ବ୍ୟାଟିଂରେ କୋହଲି କିଛି ଖାସ୍‌ ପ୍ରଦର୍ଶନ କରିପାରି ନ ଥିବାବେଳେ ତାଙ୍କ ନେତୃତ୍ୱ ମଧ୍ୟ ଉତ୍ସାହଜନକ ରହି ନ ଥିଲା। ଏପରିକି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ଲେ-ଅଫ୍‌କୁ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଥିଲା। ତେବେ କୋହଲିଙ୍କ ପରବର୍ତ୍ତୀ ଲକ୍ଷ୍ୟ ଏବେ କାଉଣ୍ଟି କ୍ରିକେଟ ଉପରେ ରହିଛି।

ଆର୍ଜେଣ୍ଟିନା ଦଳରେ ମେସି, ଆଗୁଏରୋ

ଆର୍ଜେଣ୍ଟିନା ଦଳରେ ମେସି, ଆଗୁଏରୋ

ବୁଏନ୍ସ ଏରିଜ୍‌, ୨୨।୫- ରୁଷିଆରେ ହେବାକୁ ଥିବା ଫୁଟ୍‌ବଲ ବିଶ୍ୱକପ୍‌ର ପରବର୍ତ୍ତୀ ସଂସ୍କରଣ ଲାଗି ୨ଥର ଚାମ୍ପିୟନ ଆର୍ଜେଣ୍ଟିନା ପକ୍ଷରୁ ୨୩ ଜଣିଆ ଦଳ ଘୋଷଣା କରାଯାଇଛି। ତାରକା ଖେଳାଳି ତଥା ଫରଓ୍ବାର୍ଡ ଲିଓନେଲ ମେସି, ସର୍ଜିଓ ଆଜୁଏରୋ, ପାଉଲୋ ଡେବାଲ ଓ ଗୋଞ୍ଜାଲୋ ହିଗୁଏନା ପ୍ରମୁଖଙ୍କୁ ରୁଷିଆ ଟିକେଟ୍‌ ମିଳିଛି।

ସ୍ପେନ ବିଶ୍ୱକପ୍‌ ଦଳରୁ ଆଲ୍‌ଭାରୋ ବାଦ୍‌

ସ୍ପେନ ବିଶ୍ୱକପ୍‌ ଦଳରୁ ଆଲ୍‌ଭାରୋ ବାଦ୍‌

ମାଡ୍ରିଡ୍‌, ୨୨।୫- ଫୁଟ୍‌ବଲର ମହାକୁମ୍ଭ ଫିଫା ବିଶ୍ୱକପ୍‌କୁ ଆଉ ୩ ସପ୍ତାହ ସମୟ ରହିଥିବାବେଳେ ୨୦୧୦ ଚାମ୍ପିୟନ ସ୍ପେନ ଦଳ ତା’ର ଦଳ ଘୋଷଣା କରିଛି। ମୁଖ୍ୟ ପ୍ରଶିକ୍ଷକ ଜୁଲେନା ଲୋପେଟେଗୁଇଙ୍କ ଦ୍ୱାରା ଘୋଷିତ ହୋଇଥିବା ୨୩ ଜଣିଆ ଦଳରୁ ତାରକା ଚେଲସା ଷ୍ଟ୍ରାଇକର ଆଲଭାରୋ ମୋର୍ତାଜା ବାଦ୍‌ ଦିଆଯାଇଛି।

ପ୍ରାଜନେସ୍‌ ଦ୍ୱିତୀୟ ରାଉଣ୍ଡରେ, ନାଗାଲ ରାମକୁମାର ପରାସ୍ତ

ପ୍ରାଜନେସ୍‌ ଦ୍ୱିତୀୟ ରାଉଣ୍ଡରେ, ନାଗାଲ ରାମକୁମାର ପରାସ୍ତ

ପ୍ୟାରିସ, ୨୨ା୫ (ପି.ଟି.)-ଫ୍ରେଞ୍ଚ ଓପନ୍‌ କ୍ୱାଲିଫାୟର୍ସରେ ଭାରତର ପ୍ରାଜନେସ ଗୁଣେସ୍ବେରନ ତାଙ୍କ ମୁକାବିଲାରେ ବିଜୟ ହାସଲ କରିଥିବାବେଳେ ରାମକୁମାର ରମାନାଥନ ଓ ସୁମିତ ନାଗାଲ ସେମାନଙ୍କ ପୁରୁଷ ସିଙ୍ଗଲ ଓପନିଂ ରାଉଣ୍ଡ ମ୍ୟାଚରେ ପରାସ୍ତ ହୋଇଯାଇଛନ୍ତି। ଗୁଣେସ୍ବେରନ ୬-୪, ୬-୪ ସିଧାସଳଖ ସେଟ୍‌ରେ ଇଟାଲୀର ସାଲ୍‌ଭାଟୋର କାରୁସୋଙ୍କୁ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ନିକଟରେ ଚାଇନାର ଆନିଙ୍ଗଠାରେ କନ୍‌ମିଙ୍ଗ ଓପନ ଚ୍ୟାଲେଞ୍ଜର ଜିତିବା ପରେ ପ୍ରାଜନେସ (ବିଶ୍ୱର ୧୮୩ତମ)ର଼୍ୟାଙ୍କିଙ୍ଗ ତାଲିକାର ଟପ୍‌ ୨୦୦ରେ ପ୍ରବେଶ କରିଥିଲେ।

ଭୋଟର ତାଲିକାରେ ପୂର୍ବତନ ଖେଳାଳିଙ୍କୁ ନିଅ

ଭୋଟର ତାଲିକାରେ ପୂର୍ବତନ ଖେଳାଳିଙ୍କୁ ନିଅ

ନୂଆଦିଲ୍ଲୀ ୨୨ା୫ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପ୍ରଶାସକ କମିଟି (ସିଓଏ) ସମସ୍ତ ରାଜ୍ୟ ୟୁନିଟ୍‌ଗୁଡିକୁ ଇ-ମେଲ ଜରିଆରେ ସାନି ହୁକୁମନାମା ଜାରି କରିଛି। ରାଜ୍ୟରେ ଥିବା ସମସ୍ତ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି (ପୁରୁଷ ଓ ମହିଳା)ଙ୍କୁ ସଦସ୍ୟ ପଦ ସହ ଭୋଟିଂ ଅଧିକାର ପ୍ରଦାନ କରିବା ବାଧ୍ୟତାମୂଳକ କରାଯାଇଛି। ଯେଉଁ ରାଜ୍ୟ ୟୁନିଟ୍‌ରେ କ୍ଲବ ଓ ଜିଲା ୟୁନିଟ୍‌ଗୁଡ଼ିକୁ ଭୋଟିଂ ସଦସ୍ୟ ଭାବେ ଗ୍ରହଣ କରାଯାଇଛି ସେମାନେ ଏଥିରେ ଖପ୍ପା ହୋଇଛନ୍ତି। କେତେକ ରାଜ୍ୟ ୟୁନିଟ୍‌ରେ କେବଳ କ୍ଲବ ଏବଂ ଜିଲା ୟୁନିଟ୍‌ଗୁଡ଼ିକ ଭୋଟିଂ ସଦସ୍ୟ ରହିଛନ୍ତି।

କିଟ୍‌ରେ ଆଜି ଆଇପିଏଲ୍‌ ଫ୍ୟାନ୍‌ ପାର୍କ

କିଟ୍‌ରେ ଆଜି ଆଇପିଏଲ୍‌ ଫ୍ୟାନ୍‌ ପାର୍କ

ଭୁବନେଶ୍ୱର, ୨୨।୫(ସ୍ପୋଟର୍‌ସ ବ୍ୟୁରୋ)- ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଏକାଦଶ ସଂସ୍କରଣ ଅନ୍ତିମ ପର୍ଯ୍ୟାୟରେ ଉପନୀତ ହୋଇଛି। ଲିଗ୍‌ ପର୍ଯ୍ୟାୟ ସମାପ୍ତ ହୋଇଥିବାବେଳେ ମଙ୍ଗଳବାରଠାରୁ କ୍ୱାଲିଫାୟର ପର୍ଯ୍ୟାୟର ଆରମ୍ଭ ହେବ। ଏହି ଅବସରରେ ଚଳିତ ସିଜନରେ ୧୯ଟି ରାଜ୍ୟର ୩୬ଟି ସହର ଭ୍ରମଣ କରିସାରିଥିବା ଭିଭୋ ଆଇପିଏଲ୍‌ ଫ୍ୟାନ୍‌ ପାର୍କ ଏବେ ରାଜଧାନୀ ଭୁବନେଶ୍ୱରରେ ଆସି ପହଞ୍ଚତ୍ଛି। ମଙ୍ଗଳବାର ଦୁଇ ଶକ୍ତିଶାଳୀ ଦଳ ସନରାଇଜର୍ସ ହାଇଦ୍ରାବାଦ୍‌ ଓ ଚେନ୍ନାଇ ସୁପର୍‌କିଙ୍ଗ୍ସ ମଧ୍ୟରେ ସନ୍ଧ୍ୟା ୭ଟାରେ ଖେଳାଯିବାକୁ ଥିବା କ୍ୱାଲିଫାୟର-୧’ର ସିଧାସଳଖ ପ୍ରସାରଣକୁ ପ୍ରଶଂସକମାନେ କିଟ୍‌ କ୍ରିକେଟ୍‌ ଗ୍ରାଉଣ୍ଡରେ ଉପଭୋଗ କରିପାରିବେ।

ତିନି ଦଶନ୍ଧି ପରେ ପ୍ରଥମ ଅନ୍ତର୍ଜାତୀୟ ଫୁଟ୍‌ବଲ ଟୁର୍ନାମେଣ୍ଟ ଆୟୋଜନ କରିବ ଇରାକ

ତିନି ଦଶନ୍ଧି ପରେ ପ୍ରଥମ ଅନ୍ତର୍ଜାତୀୟ ଫୁଟ୍‌ବଲ ଟୁର୍ନାମେଣ୍ଟ ଆୟୋଜନ କରିବ ଇରାକ

ବାଗଦାଦ୍‌, ୨୨।୫(ଏଏଫ୍‌ପି)- ଆସନ୍ତା ନଭେମ୍ବର ମାସରେ ବାସ୍ରା ସହରରେ ଓ୍ବେଷ୍ଟ ଏସିଆ ଫୁଟ୍‌ବଲ ଫେଡେରେଶନ (ଡବ୍ଲ୍ୟୁଏଏଫ୍‌ଏଫ୍‌) ଚାମ୍ପିୟନଶିପ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ୧୯୯୦ ମସିହା ପରେ ପ୍ରଥମଥର ଲାଗି ଇରାକରେ ଏକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଆୟୋଜିତ ହେବାକୁ ଯାଉଛି।

ଇରାନ ଦଳରୁ କାଭେଙ୍କୁ ଅଣଦେଖା

ଇରାନ ଦଳରୁ କାଭେଙ୍କୁ ଅଣଦେଖା

ତେହରାନ, ୨୨।୫(ଏଏଫ୍‌ପି)- ରୁଷିଆରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ର ଆସନ୍ତା ସଂସ୍କରଣ ଲାଗି ଏସୀୟ ଦେଶ ଇରାନ ପକ୍ଷରୁ ୨୪ ଜଣିଆ ଦଳ ଘୋଷଣା କରାଯାଇଛି। ଆଶ୍ଚର୍ଯ୍ୟଜନକ ଭାବେ ତାରକା ଷ୍ଟ୍ରାଇକର କାଭେ ରେଜାଇଙ୍କୁ ଏହି ଦଳରୁ ବାଦ୍‌ ଦିଆଯାଇଛି। ବେଲଜିୟମର ପ୍ରଥମ ଡିଭିଜନ କ୍ଲବ ରୟାଲ ଚାର୍ଲେରୋଇ ସ୍ପୋର୍ଟିଂ କ୍ଲବ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଏହି ୨୬ ବର୍ଷୀୟ ଷ୍ଟ୍ରାଇକର ଚଳିତ ସିଜନରେ ୩୯ଟି ମ୍ୟାଚ୍‌ ଖେଳି ୧୬ଟି ଗୋଲସ୍କୋର କରିଥିଲେ ମଧ୍ୟ ଇରାନ ଚୟନକର୍ତ୍ତାଙ୍କୁ ଏହା ପ୍ରଭାବିତ କରିପାରି ନ ଥିଲା।

କ୍ଲବ ଓ୍ବାଲର୍‌ଡ କପ୍‌କୁ ଟିମ୍‌ ଓ୍ବେଲିଂଟନର ଯୋଗ୍ୟତା

କ୍ଲବ ଓ୍ବାଲର୍‌ଡ କପ୍‌କୁ ଟିମ୍‌ ଓ୍ବେଲିଂଟନର ଯୋଗ୍ୟତା

ଓ୍ବେଲିଂଟନ, ୨୨।୫(ଏଏଫ୍‌ପି)- ନ୍ୟୁଜିଲାଣ୍ଡ ରାଜଧାନୀସ୍ଥିତ ଟିମ୍‌ ଓ୍ବେଲିଂଟନ କ୍ଲବ ଫିଫା କ୍ଲବ ବିଶ୍ୱକପ୍‌କୁ ଯୋଗ୍ୟତା ହାସଲ କରିଛି। ଓସେନିଆ ଚାମ୍ପିୟନ୍ସ ଲିଗ୍‌ ଜିତିବା ପରେ ଟିମ୍‌ ଓ୍ବେଲିଂଟନ ପ୍ରଥମଥର ଲାଗି ଏହି ସମ୍ମାନଜନକ ପ୍ରତିଯୋଗିତା ଖେଳିବାର ସୌଭାଗ୍ୟ ଲାଭ କରିଛି।