ମେଟ୍ରୋ |

ଚାଷୀ ସମସ୍ୟା: ରାଷ୍ଟ୍ରପତିଙ୍କୁ ଭେଟିଲା ପିସିସି କୃଷକ ସେଲ୍‌

ଚାଷୀ ସମସ୍ୟା: ରାଷ୍ଟ୍ରପତିଙ୍କୁ ଭେଟିଲା ପିସିସି କୃଷକ ସେଲ୍‌
ଭୁବନେଶ୍ୱର, ୬।୨(ବ୍ୟୁରୋ)- ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ୍‌ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ୍‌ କରିଛନ୍ତି। ସେ ଓଡ଼ିଶାର କୃଷି ଓ କୃଷକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ୮ଦଫା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩ ହଜାର ଟଙ୍କାକୁ ବୃଦ୍ଧି, ଜାତୀୟ ଓ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିର ପ୍ରଚଳିତ ଧାରା ପରିବର୍ତ୍ତନ କରି ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ଜଳସେଚିତ ଅଞ୍ଚଳ ପାଇଁ ୧୩,୫୦୦ ଓ ଅଣ ଜଳସେଚିତ ଅଞ୍ଚଳ ପାଇଁ ୬୮୦୦ ଟଙ୍କା, କୃଷି ଇନ୍‌ପୁଟ୍‌ ସବ୍‌ସିଡି ତିନିଗୁଣା ବୃଦ୍ଧି, ଗ୍ରାମପଞ୍ଚାୟତ ପରିବର୍ତ୍ତେ ପ୍ରତି ରାଜସ୍ବ ଗ୍ରାମକୁ ଫସଲ ବୀମା ପାଇଁ ଏକକ ୟୁନିଟ୍‌ ଭାବେ ଗ୍ରହଣ କରିବାକୁ ଦାବି କରାଯାଇଛି। ଏଥିସହ ସ୍ବଳ୍ପକାଳୀନ କୃଷି ଋଣ ପରିମାଣ ୩ ଲକ୍ଷରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି ଓ ବିନା ସୁଧରେ ଚାଷୀଙ୍କୁ କୃଷି ଋଣ, କୃଷକମାନଙ୍କ ସାମାଜିକ ସୁରକ୍ଷା ପାଇଁ କୃଷକ ଅଧିକାର ଆଇନ ପ୍ରଣୟନ, ପ୍ରତି ଚାଷୀ ପରିବାରର ମୁଣ୍ଡ ପିଛା ଆୟ ବୃଦ୍ଧି ପାଇଁ ଦୀର୍ଘସ୍ଥାୟୀ ଯୋଜନା ଓ ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର ବେଆଇନ ଭାବେ ନିର୍ମାଣ କରିଥିବା ବନ୍ଧବାଡ଼ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ମଧ୍ୟ ଦାବି କରାଯାଇଛି। ରାଷ୍ଟ୍ରପତି କେନ୍ଦ୍ର ସରକାରଙ୍କୁ ଏ ନେଇ ଅବଗତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅଧ୍ୟକ୍ଷ ଅମିୟ ପଟ୍ଟନାୟକଙ୍କ ସମେତ କଂଗ୍ରେସ କୃଷକ ସେଲ୍‌ କର୍ମକର୍ତ୍ତା ଚଇତରାମ ନାଏକ, ଜଗନ୍ନାଥ ଜେନା, ସଚ୍ଚିଦାନନ୍ଦ ମହାକୁଡ, ବୃନ୍ଦାବନ ଖଟେଇ, ସୁବାସ ରାଉତ, ସନ୍ତୋଷ ସାହୁ, କୃଷ୍ଣ ଚନ୍ଦ୍ର ନେପାକ, ରମେଶ ସାହୁ, ଶିବ ଦାସ, ପି. ଦେବେନ୍ଦ୍ର କୁମାର ରାଓ, ସୁକେଶ ପଟ୍ଟନାୟକ, ରଘୁନାଥ ପଲିଆ, ରବୀନ୍ଦ୍ର ହୋତା ପ୍ରମୁଖ ରାଷ୍ଟ୍ରପତିଙ୍କୁ ସାକ୍ଷାତ୍‌ କରିଥିଲେ।
All Right Reserved By

ମେଟ୍ରୋ |

ଖଣି ମାଫିଆଙ୍କ ଛା଼ଡ, କୃଷକଙ୍କର କାହିଁକି ନୁହେଁ : ଶ୍ରୀକାନ୍ତ ଜେନା

ଖଣି ମାଫିଆଙ୍କ ଛା଼ଡ, କୃଷକଙ୍କର କାହିଁକି ନୁହେଁ : ଶ୍ରୀକାନ୍ତ ଜେନା

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ): ଛତିଶଗଡ଼ ଓ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର କରିଛି। ଏହି ଦୁଇ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ଶପଥ ଗ୍ରହଣ ଉତ୍ସବର ମାତ୍ର ଦୁଇଘଣ୍ଟା ପରେ କୃଷିଋଣ ଛାଡ଼ କରାଯାଇଛି। 

ଜାନୁୟାରୀ ୪ରୁ ଶିଶିର ସରସ ମେଳା

ଜାନୁୟାରୀ ୪ରୁ ଶିଶିର ସରସ ମେଳା

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ଗ୍ରାମୀଣ ଉତ୍ପାଦକ, ସ୍ବୟଂ ସହାୟକ ଗୋଷ୍ଠୀ, କାରିଗର ଏବଂ ଜନଜାତିମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଦ୍ରବ୍ୟ ଓ ହସ୍ତଶିଳ୍ପ ସାମଗ୍ରୀକୁ ନେଇ ଦୀର୍ଘ ୨୧ ବର୍ଷ ଧରି ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ ଓର୍‌ମାସ୍‌ (ଓଡ଼ିଶା ରୁରାଲ ଡେଭେଲପମେଣ୍ଟ ଆଣ୍ଡ ମାର୍କେଟିଂ ସୋସାଇଟି) ଦ୍ୱାରା ଶିଶିର ସରସ ମେଳା ଆୟୋଜିତ  ହୋଇଆସୁଛି । 

ଏମ୍‌ଏସ୍‌ପି ୧୭୫୦, ଚାଷୀ ପାଉଛନ୍ତି ୧୧୦୦

ଏମ୍‌ଏସ୍‌ପି ୧୭୫୦, ଚାଷୀ ପାଉଛନ୍ତି ୧୧୦୦

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ): କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ୧୭୫୦ ଟଙ୍କା ହିସାବରେ ଯୋଗାଇ ଦେଉଛନ୍ତି। ମାତ୍ର ରାଜ୍ୟ ସରକାର ଓ ବ୍ୟବସାୟୀଙ୍କ ମଧ୍ୟରେ ରହିଥିବା ଅସାଧୁ ମେଣ୍ଟ କାରଣରୁ ଚାଷୀମାନେ ୧୧୦୦-୧୨୦୦ ଟଙ୍କାରେ ନିଜର କଷ୍ଟ ଅର୍ଜିତ ଧାନକୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।

ପେଥାଇ: ଭାସିଲା ପାଚିଲା ଧାନ, ୧୦୦ ବ୍ଲକ ପ୍ରଭାବିତ

ପେଥାଇ: ଭାସିଲା ପାଚିଲା ଧାନ, ୧୦୦ ବ୍ଲକ ପ୍ରଭାବିତ

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ବାତ୍ୟା ‘ପେଥାଇ’ ବର୍ଷା ଯୋଗୁ ରାଜ୍ୟର ୧୭ଟି ଜିଲାରେ ଧାନ, ପନିପରିବା ଓ କପା ଚାଷ କ୍ଷତିଗ୍ରସ୍ତ ହୋଇଛି। ପାଚିଲା ଧାନ ପାଣିରେ ଭାସୁଛି। ବର୍ଷକର ପରିଶ୍ରମ ପେଥାଇ ମାଡ଼ରେ ଛାର୍‌ଖାର ହୋଇଯାଇଛି। ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। କେଉଁ ଜିଲାରେ କେତେ କ୍ଷୟକ୍ଷତି ହୋଇଛି ତାହାର ଆକଳନ କରି କ୍ଷୟକ୍ଷତି ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଆଇଆଇଟିରେ ଏସ୍‌କେବିଇଟିର ଗବେଷଣାଗାର ଉଦ୍‌ଘାଟିତ

ଆଇଆଇଟିରେ ଏସ୍‌କେବିଇଟିର ଗବେଷଣାଗାର ଉଦ୍‌ଘାଟିତ

ଜଟଣୀ, ୧୯|୧୨(ଡି.ଏନ.ଏ.):ଜଟଣୀସ୍ଥିତ ଆଇଆଇଟି ପରିସରରେ ଏସ୍‌.କେ. ଦାସ ବାୟୋସାଇନ୍‌ସ ଇଞ୍ଜିନିୟରିଂ ଓ ଟେକ୍‌ନୋଲୋଜି (ଏସ୍‌କେବିଇଟି) ପକ୍ଷରୁ ଗବେଷଣାଗାର ମଙ୍ଗଳବାର ଉଦ୍‌ଘାଟିତ ହୋଇଛି। ଏହାକୁ ଭୁବନେଶ୍ୱର ଏମ୍‌ସର ନିର୍ଦ୍ଦେଶିକା ଗୀତାଞ୍ଜଳି ବତମନ୍‌ବାନେ ଉଦ୍‌ଘାଟନ କରିଥିଲେ।

ବେଆଇନ କରତ କଳ ଉପରେ ଚଢ଼ାଉ, ଯନ୍ତ୍ରାଂଶ ଜବତ

ବେଆଇନ କରତ କଳ ଉପରେ ଚଢ଼ାଉ, ଯନ୍ତ୍ରାଂଶ ଜବତ

ପୁରୀ ଅଫିସ/ସାକ୍ଷୀଗୋପାଳ (ଡି.ଏନ.ଏ.)୧୯ା୧୨: ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବିଲିପଡ଼ା ଗ୍ରାମରେ ଚାଲୁଥିବା ଏକ ବେଆଇନ କରତ କଳ ଉପରେ ମଙ୍ଗଳବାର ପୁରୀ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ସମସ୍ତ ଯନ୍ତ୍ରାଂଶ ଜବତ ହୋଇଛି। 

ଶ୍ରୀକ୍ଷେତ୍ର ମହୋତ୍ସବର ତୃତୀୟ ସନ୍ଧ୍ୟା: ଆକର୍ଷଣ ସାଜିଲା କେରଳ ସମରକଳା

ଶ୍ରୀକ୍ଷେତ୍ର ମହୋତ୍ସବର ତୃତୀୟ ସନ୍ଧ୍ୟା: ଆକର୍ଷଣ ସାଜିଲା କେରଳ ସମରକଳା

ପୁରୀ ଅଫିସ,୧୯ା୧୨: ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଛି ଶୋଡ଼ଷ ଶ୍ରୀକ୍ଷେତ୍ର ମହୋତ୍ସବ। ମଙ୍ଗଳବାର ଥିଲା ଏହି ମହୋତ୍ସବର ତୃତୀୟ ସନ୍ଧ୍ୟା। ଜାଗା ଆଖଡା ସଙ୍ଗୀତରୁ ଆରମ୍ଭ ହୋଇଥିଲା ଏହାର  ପାରମ୍ପରିକ କାର୍ଯ୍ୟକ୍ରମ।

ମହାପ୍ରସାଦ ପ୍ରତି ଅସମ୍ମାନ: ଜୋତା ପିନ୍ଧି କାର ବନେଟ୍‌ ଉପରେ ଖାଇଲେ

ମହାପ୍ରସାଦ ପ୍ରତି ଅସମ୍ମାନ: ଜୋତା ପିନ୍ଧି କାର ବନେଟ୍‌ ଉପରେ ଖାଇଲେ

ପୁରୀଅଫିସ,୧୯ା୧୨: ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ମହାପ୍ରସାଦ ପାଇବାକୁ ଇଚ୍ଛା କରିଥାନ୍ତି। ଅବଢା ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରନ୍ତି। ଆନନ୍ଦ ବଜାରରେ ବସି ମହାପ୍ରସାଦ ସେବନ ଭାଗ୍ୟରେ ଥିଲେ ମିଳେ।

ଆତଙ୍କ ଖେଳାଇଲେ ଜେଲ୍‌ ଫେରନ୍ତା ଅଭିଯୁକ୍ତ: ପଥରବନ୍ଧ ବସ୍ତିରେ ସିରିଜ ବୋମାମାଡ଼

ଆତଙ୍କ ଖେଳାଇଲେ ଜେଲ୍‌ ଫେରନ୍ତା ଅଭିଯୁକ୍ତ: ପଥରବନ୍ଧ ବସ୍ତିରେ ସିରିଜ ବୋମାମାଡ଼

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ)- ଶହୀଦନଗର ଥାନା ଅଧୀନ ପଥରବନ୍ଧ ବସ୍ତିରେ ମଙ୍ଗଳବାର ସିରିଜ ବୋମାମାଡ଼ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୪ ଯୁବକ ମନୁ ବେହେରା(୨୩)ଙ୍କ ଘରକୁ ୩ଟି ବୋମାମାଡ଼ କରିଛନ୍ତି। ବୋମାମାଡରେ କେହି ମୃତାହତ ହୋଇ ନ ଥିବାବେଳେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ପରେ ଏହି ଘଟଣାକୁ ନେଇ ବସ୍ତିରେ ଉତ୍ତେଜନା ପ୍ରକାଶ ପାଇଥିଲା।

ବେଆଇନ ଚିଙ୍ଗୁଡି ଘେରି ମାମଲା: କମିଟି ଗଠନ କରିଛନ୍ତି ରାଜ୍ୟ ସରକାର

କଟକ ଅଫିସ,୧୯|୧୨- ଚିଲିକା ସମେତ ଆର୍ଦ୍ରଭୂମି ଅଞ୍ଚଳରେ ବେଆଇନ ଚିଙ୍ଗୁଡ଼ି ଘେରି ମାମଲା ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ରିପୋର୍ଟ ମଙ୍ଗଳବାର ଦାଖଲ କରାଯାଇଛି। 

କେବଳ କୃଷ୍ଣପ୍ରସାଦ ବ୍ଲକ୍‌ର ୬ ଗ୍ରାମରେ ବାର୍ଡ ଫ୍ଲୁ

କେବଳ କୃଷ୍ଣପ୍ରସାଦ ବ୍ଲକ୍‌ର ୬ ଗ୍ରାମରେ ବାର୍ଡ ଫ୍ଲୁ

କଟକ ଅଫିସ,୧୯।୧୨- ରାଜ୍ୟର ୬ଟି ଗ୍ରାମରେ ବାର୍ଡ ଫ୍ଲୁ ବ୍ୟାପିଛି। ଏହି ୬ଟି ଗ୍ରାମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଧୀନରେ ରହିଛି। 

ସଙ୍କଟରେ ଗାନ୍ଧୀ ବିଚାର: ଗାନ୍ଧିବାଦୀ ଗୁଣନିଧି ମହାନ୍ତିଙ୍କ ସ୍ମୃତିସଭାରେ ଉଦ୍‌ବେଗ

କଟକ ଅଫିସ, ୧୯।୧୨- ସଙ୍କଟରେ ଏବେ ଗାନ୍ଧୀ ବିଚାର। ଗତ ସୋମବାର ଉତ୍କଳ ଖଦିମଣ୍ଡଳ ପକ୍ଷରୁ ଥୋରିଆସାହିସ୍ଥିତ ଗୁଣନିଧି ଭବନରେ ସ୍ବାଧୀନତା ସଂଗ୍ରାମୀ ଗାନ୍ଧିବାଦୀ ଗୁଣନିଧି ମହାନ୍ତିଙ୍କ ୫୭ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ବକ୍ତାମାନେ ଏ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।