Dharitri News
ମେଟ୍ରୋ |

କାମ କରୁନି ଇଟିପି: ଶ୍ରୀମନ୍ଦିର ପ୍ରଶାସନକୁ କାରଣ ଦର୍ଶାଅ ନୋଟିସ

କାମ କରୁନି ଇଟିପି: ଶ୍ରୀମନ୍ଦିର ପ୍ରଶାସନକୁ କାରଣ ଦର୍ଶାଅ ନୋଟିସ ପୁରୀ ଅଫିସ, ୬।୨: ଶ୍ରୀମନ୍ଦିର ରୋଷଘରୁ ନିଷ୍କାସିତ ପେଯକୁ ବିଶୋଧନ କରିବା ଲାଗି ସ୍ଥାପନ ହୋଇଛି ଇଟିପି (ଏଫୁଲାଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ)। ବର୍ଷେ ପୂର୍ବରୁ ସ୍ଥାପନ ହୋଇଥିବା ଏହି ପ୍ଲାଣ୍ଟ ଏବେ ଠିକ୍‌ ଭାବେ କାମ କରୁନି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି) ଏଥିଲାଗି ଗତ ଅଗଷ୍ଟ ମାସରେ ଜୁସ୍‌କୋକୁ ତାଗିଦ୍‌ କରିବା ସହ ଚିଠି ଲେଖିଥିଲା। ଜୁସ୍‌କୋ ପକ୍ଷରୁ ଚିଠିର ଉତ୍ତର ରଖାଗଲା ନାହିଁ କି ଇଟିପି ସ୍ଥିତିରେ ସୁଧାର ଅଣାଗଲା ନାହିଁ। ବର୍ତ୍ତମାନ ବି ପଚା ପେଯ ଗନ୍ଧରେ ନାକ ଫାଟିପଡୁଛି। ଶେଷରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଏସପିସିବି। ମଙ୍ଗଳବାର ଶ୍ରୀମନ୍ଦିର ପ୍ରଶାସନକୁ କାରଣ ଦର୍ଶାଅ ନୋଟିସ (ଚିଠି ନଂ. ୪୪୫/୬।୨।୧୮) ଜାରି କରାଯାଇଛି। ୱାଟର ପ୍ରିଭେନସନ୍‌ ଆଣ୍ଡ କଣ୍ଟ୍ରୋଲ ଅଫ୍‌ ପଲ୍ୟୁଶନ ଆକ୍ଟ ୧୯୭୪ର ଧାରା ୩୩(ଏ) ବଳରେ ନୋଟିସ ଜାରି କରାଯାଇଛି। କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ୧୫ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ରହିଛି। ଅବଢ଼ାରୁ ବାହାରୁଥିବା ପେଯ ଏବଂ ପରିବା ଧୁଆ ପାଣି ଏକ ସ୍ବତନ୍ତ୍ର ନଳା ଦେଇ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ପାର୍ଶ୍ୱ ମେଘନାଦ ପାଚେରି କଡ ଡ୍ରେନରେ ପଡିଥାଏ। ଏଥି ଯୋଗୁ ପ୍ରଦୂଷଣ ବୃଦ୍ଧି ପାଉଥିବା ନେଇ ୨୦୧୩ରେ କଲିକତାର ସୁବାସ ଦତ୍ତ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ଅଭିଯୋଗ କରିଥିଲେ। ଏହାପରେ ପେଯକୁ ବିଶୋଧିତ କରି ନିଷ୍କାସନ କରିବା ଲାଗି ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିଲା। ଏଥିଲାଗି ଇଟିପି ସ୍ଥାପନ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ରହିଥିଲା। ୨୦୧୬ରେ ପ୍ରାୟ ୧କୋଟି ଟଙ୍କା ବ୍ୟୟରେ ଜୁସ୍‌କୋ ଜରିଆରେ ପେଯନଳାର ଅପରପାର୍ଶ୍ୱରେ ଇଟିପି ସଂସ୍ଥାପନ କରାଯାଇଥିଲା। ଏହାର ପରିଚାଳନା ଦାୟିତ୍ୱ ମଧ୍ୟ ଜୁସ୍‌କୋ ହାତରେ ନ୍ୟସ୍ତ ରହିଛି। ପେଯ ନଳାରୁ ନିର୍ଗତ ପେଯ ସିଧାସଳଖ ଇଟିପିକୁ ଯାଇ ସେଠାରେ ବିଶୋଧନ ହେବା ପରେ ଡ୍ରେନକୁ ଛଡାଯାଉଛି। ଗତ ଜୁଲାଇ ୨୬ରେ ଏସପିସିବିର ଆସିଷ୍ଟାଣ୍ଟ ଏନଭାଇରନମେଣ୍ଟ ଇଞ୍ଜିନିୟର ଆର.କେ. ସେଠୀ ଏକ ସ୍ବତନ୍ତ୍ର ଟିମ୍‌ ସହ ଆସି ଇଟିପିରୁ ପେଯ ନମୁନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ସେଣ୍ଟ୍ରାଲ ଲାବରେଟୋରୀକୁ ପଠାଇଥିଲେ। ରିପୋର୍ଟରୁ ଇଟିପି ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବା ଜଣାପଡିଥିଲା। ଇଟିପିରେ ବିଶୋଧନ ହେବା ପରେ ୧ଲିଟର ପେଯରେ ଟୋଟାଲ ସସ୍‌ପେନସନ୍‌ ସଲିଡ (ଟିଏସ୍‌ଏସ୍‌) ୧୦୦ ମିଲିଗ୍ରାମ, ବାୟୋଲୋଜିକାଲ ଅକ୍ସିଜେନ ଡିମାଣ୍ଡ( ବିଓଡି) ୩୦ ମିଲି ଗ୍ରାମ, କେମିକାଲ ଅକ୍ସିଜେନ ଡିମାଣ୍ଡ(ସିଓଡି) ୨୫୦ମିଲିଗ୍ରାମ ରହିବା କଥା। କିନ୍ତୁ ଇଟିପିରୁ ବିଶୋଧନ ହୋଇ ନିଷ୍କାସିତ ହେଉଥିବା ୧ଲିଟର ପେଯରେ ଟିଏସ୍‌ଏସ୍‌ ୫୦୧ ମିଲିଗ୍ରାମ, ବିଓଡି ୧୮୮୭ ମିଲି ଗ୍ରାମ ଏବଂ ସିଓଡି ୨୫୦୭ ମିଲି ଗ୍ରାମ ରହୁଛି। ଇଟିପିର କାର୍ଯ୍ୟ ସନ୍ତୋଷଜନକ ନୁହେଁ ବୋଲି ଏସପିସିବି ଜୁସ୍‌କୋକୁ ଚିଠି ଲେଖିଥିଲା। ତୁରନ୍ତ ସୁଧାର ଆଣିବା ପାଇଁ ବୋର୍ଡ ପକ୍ଷରୁ ଜୁସ୍‌କୋକୁ ଗତ ଅଗଷ୍ଟ ୨୩ରେ ନିର୍ଦ୍ଦେଶ ଦିଆଯାଇଥିଲା। ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଥିଲା। କିନ୍ତୁ ଜୁସ୍‌କୋ ପକ୍ଷରୁ କୌଣସି ପଦକ୍ଷେପ ନ ନେବା ଫଳରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଶେଷରେ ଶ୍ରୀମନ୍ଦିର ପ୍ରଶାସନକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ସ୍ୱପ୍ନା

ମେଟ୍ରୋ |

ଅଙ୍ଗନଓ୍ବାଡି କର୍ମୀଙ୍କ ଗୋଡ ଉପରେ ଚଢ଼ିଗଲା ହାଇଓ୍ବା

ଅଙ୍ଗନଓ୍ବାଡି କର୍ମୀଙ୍କ ଗୋଡ ଉପରେ ଚଢ଼ିଗଲା ହାଇଓ୍ବା

ରଘୁନାଥପୁର, ୨୫।୨(ଡି.ଏନ.ଏ.): କିଶୋରନଗର ଥାନା ଅନ୍ତର୍ଗତ ଉତ୍ତରକୂଳ ଷ୍ଟେଟବ୍ୟାଙ୍କ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏକ ବାଲି ବୋଝେଇ ହାଇଓ୍ବା ବାଇକ୍‌କୁ ଧକ୍କା ଦେବା ଫଳରେ ବାଇକ୍‌ରେ ବସିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ରଘୁନାଥପୁର କପାଳେଶ୍ୱର ଗ୍ରାମର ଗୀତାଞ୍ଜଳି ବେହେରା। ତାଙ୍କ ଗୋଡର ଆଣ୍ଠୁର ତଳଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତାଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ପଠାଯାଇଛି।

କେନ୍ଦ୍ରର ଶ୍ରମିକ ମାରଣ ନୀତିକୁ ବିରୋଧ

କେନ୍ଦ୍ରର ଶ୍ରମିକ ମାରଣ ନୀତିକୁ ବିରୋଧ

ପୁରୀ ଅଫିସ, ୨୫।୨:ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ହେଉଛନ୍ତି ଶ୍ରମିକ ବିରୋଧୀ। ଶ୍ରମିକମାନଙ୍କ ଆର୍ଥିକ ମାନଦଣ୍ଡର ବିକାଶ ଲାଗି ସରକାରଙ୍କ ପକ୍ଷରୁ କୌଣସି ଗୁରୁତ୍ୱ ଦିଆଯାଉନାହିଁ। ନିକଟରେ କେନ୍ଦ୍ର ସରକାର ଆଗତ କରିଥିବା ବଜେଟରେ ପୁଞ୍ଜିପତିମାନଙ୍କୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଶ୍ରମିକ ଓ ସାଧାରଣ ଗରିବମାନଙ୍କ ପାଇଁ ସେଭଳି କୌଣସି ବ୍ୟବସ୍ଥା କରାଯାଇନାହିଁ ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରବିବାର ଆୟୋଜିତ ଏକ ଗଣ ସମାବେଶରେ କମିଟିର ଆବାହକ ଶ୍ରୀକାନ୍ତ ପରିଜା କହିଛନ୍ତି।

ଯାଦବ ମହାସଭାର ରାଜ୍ୟସ୍ତରୀୟ ସମ୍ମିଳନୀ

ଯାଦବ ମହାସଭାର ରାଜ୍ୟସ୍ତରୀୟ ସମ୍ମିଳନୀ

ପୁରୀ ଅଫିସ, ୨୫।୨: ପୁରୀ ଓ ଭୁବନେଶ୍ୱର ଯାଦବ ମହାସଭା ଆନୁକୂଲ୍ୟରେ ସ୍ଥାନୀୟ ଗୋପବନ୍ଧୁ ଆୟୁର୍ବେଦ କଲେଜ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଜିଲାରୁ ଯାଦବ ଓ ଆଇନଜୀବୀମାନେ ଅଂଶଗ୍ରହଣ କରିଛନ୍ତି। ଯାଦବ ଗୋପାଳଚନ୍ଦ୍ର ବେହେରା ଏଥିରେ ସଭାପତିତ୍ୱ କରିଥିଲେ।

ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର

କଟକ ରୋଡ, ୨୫।୨(ଡି.ଏନ.ଏ.): ରବିବାର ଲକ୍ଷ୍ମୀସାଗର ଥାନା ପୋଲିସ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ସେ ହେଲେ ଭଦ୍ରକ ଜିଲା ସୋର ଅଞ୍ଚଳରେ ରହୁଥିବା ଲିଲି ଜେନା(୨୫)।

ବିଚ୍‌ କାର୍ନିଭାଲ: ନାଚି ନଚାଇଲେ ପ୍ରକୃତି

ବିଚ୍‌ କାର୍ନିଭାଲ: ନାଚି ନଚାଇଲେ ପ୍ରକୃତି

ପୁରୀ ଅଫିସ,୨୪।୨: ପୁରୀ ବିଚ୍‌ କାର୍ନିଭାଲର ଶନିବାର ଚତୁର୍ଥ ସନ୍ଧ୍ୟାର ଆକର୍ଷଣ ଥିଲେ ଓଲିଉଡ୍‌ ଅଭିନେତ୍ରୀ ପ୍ରକୃତି ମିଶ୍ର। ବେଳାଭୂମିର ଶୀତୁଆ ସନ୍ଧ୍ୟାରେ ନିଜେ ନାଚି ଦର୍ଶକଙ୍କୁ ନଚାଇଥିଲେ। କାର୍ନିଭାଲ ଗାର୍ଲଙ୍କ ସହ ସବ୍‌କୋ ସ୍ବାଗତ ସଙ୍ଗୀତର ତାଳେ ତାଳେ ମଞ୍ଚକୁ ପ୍ରବେଶ କରିଥିବା ପ୍ରକୃତି ଆଖିରେ ଇସାରା ଦେଇ ଯୁବଗୋଷ୍ଠୀଙ୍କୁ ମତୁଆଲା କରିଥିଲେ।

ବାଏ ଅଫ୍‌ର ଚତୁର୍ଥ ସନ୍ଧ୍ୟା: ଆତ୍ମହତ୍ୟା ସମାଧାନ ନୁହେଁ

ବାଏ ଅଫ୍‌ର ଚତୁର୍ଥ ସନ୍ଧ୍ୟା: ଆତ୍ମହତ୍ୟା ସମାଧାନ ନୁହେଁ

ପୁରୀ ଅଫିସ, ୨୪।୨: ନିକଟରେ ବ୍ଲୁ ହ୍ବେଲ ଗେମ୍‌କୁ ନେଇ ସମଗ୍ର ବିଶ୍ୱରେ ବେଶ୍‌ ଚର୍ଚ୍ଚା ହୋଇଥିଲା। ଏମିତି ଏକ ମୃତ୍ୟୁର ଖେଳକୁ ସହଜରେ ଆପଣାଇଥିଲେ ତରୁଣୀ ତରୁଣ। ଭାରତ ଏପରି କି ଓଡ଼ିଶାରେ ବି ଏହି ମୃତ୍ୟୁର ଖେଳ ତା’ର ଉପସ୍ଥିତି ଜାହିର କରିଥିଲା। ପରିଣତି ବି ଥିଲା ବେଶ୍‌ ଭୟଙ୍କର। କିଏ ହାତ କାଟି ଦେଉଥିଲେ ତ ଆଉ କେହି କୋଠା ଛାତରୁ ଡେଇଁବାକୁ ଭୟ କରୁ ନ ଥିଲେ। ପୁଣି କେହି ରାତି ଅନିଦ୍ରା ହୋଇ ବିଶାଦଗ୍ରସ୍ତ ହୋଇ ଆତ୍ମହତ୍ୟାକୁ ବାଛି ନେଉଥିଲେ।

କଡ଼ା ହେଲା ବୋର୍ଡ

କଡ଼ା ହେଲା ବୋର୍ଡ

ଭୁବନେଶ୍ୱର, ୨୪।୨(ବ୍ୟୁରୋ)- ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ହ୍ବାଟ୍‌ସଆପରେ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ହୋଇଥିଲା। ଏହାପରେ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ କଡ଼ା ଆଭିମୂଖ୍ୟ ଗ୍ରହଣ କରାଯାଇଛି।

ହଳଦୀ, ଚନ୍ଦନରେ ରଙ୍ଗଖେଳ

ହଳଦୀ, ଚନ୍ଦନରେ ରଙ୍ଗଖେଳ

ଭୁବନେଶ୍ୱର, ୨୪।୨(ବ୍ୟୁରୋ)- ଆସନ୍ତା ମାର୍ଚ୍ଚ ୧ରେ ‘ସ୍ବପ୍ନାପତି ହର୍ବାଲ ହୋଲି ୨୦୧୮’ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ହେବ। ସିନ୍ଥେଟିକ୍‌ ଏବଂ ରସାୟନ ରଙ୍ଗ ବଦଳରେ ପ୍ରାକୃତିକ ସାମଗ୍ରୀରୁ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ହର୍ବାଲ ହୋଲି ପ୍ରତି ସହରବାସୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ସ୍ବପ୍ନା ପତି ଫାଉଣ୍ଡେଶନର ମୁଖ୍ୟ ତଥା ଅଭିନେତ୍ରୀ ସ୍ବପ୍ନା ପତି କହିଛନ୍ତି।

ଆରମ୍ଭ ହେଲା ନାଟକର ମହାକୁମ୍ଭ

ଆରମ୍ଭ ହେଲା ନାଟକର ମହାକୁମ୍ଭ

ଭୁବନେଶ୍ୱର, ୨୪।୨(ବ୍ୟୁରୋ)- ବିଶ୍ୱର ସର୍ବବୃହତ ମଞ୍ଚ ନାଟକ ଉତ୍ସବ ୮ମ ଥିଏଟର ଅଲିମ୍ପିକ୍ସ ଶନିବାରଠାରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ସଂସ୍କୃତି ବିଭାଗ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟଅତିଥିଭାବେ ଯୋଗଦେଇ କହିଥିଲେ, ଏଭଳି ଏକ ନାଟକ ମହୋତ୍ସବ ଭୁବନେଶ୍ୱରରେ ଆୟୋଜିତ ହେବା ସମସ୍ତଙ୍କ ପାଇଁ ଖୁସିର ବିଷୟ।

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା, ସ୍ବାମୀ ଫେରାର

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା, ସ୍ବାମୀ ଫେରାର

ବାଲିଅନ୍ତା, ୨୪।୨(ଡି.ଏନ୍‌.ଏ.): ବାଲିଅନ୍ତା ଥାନା ଅଧୀନ କାକରୁଦ୍ରପୁର ଗ୍ରାମର ମଲିକ ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଶୋଇଥିବା ଅବସ୍ଥାରେ ତାଙ୍କ ସ୍ବାମୀ ତଣ୍ଟିଚିପି ହତ୍ୟା କରିଛନ୍ତି। ଅଭିଯୁକ୍ତ ସ୍ବାମୀ ହେଲେ ଛବୀନ୍ଦ୍ର ମଲିକ।

ବିଦ୍ୟାଳୟରେ ଦେଖିଲେଖ ପ୍ରତିଯୋଗିତା

ବିଦ୍ୟାଳୟରେ ଦେଖିଲେଖ ପ୍ରତିଯୋଗିତା

ପୁରୀ ଅଫିସ, ୨୪।୨: ଭ୍ରାମ୍ୟମାଣ ସାହିତ୍ୟ ସଂସ୍ଥା ଟିକିତାରା ପକ୍ଷରୁ ଶନିବାର ଚାରିଶ୍ରୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ଷଷ୍ଠରୁ ନବମ ଶ୍ରେଣୀ ପିଲାଙ୍କ ମଧ୍ୟରେ ଦେଖିଲେଖ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୯୪ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ।

ଆହତ ବୋଝିଆଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ଧାରଣା

ଆହତ ବୋଝିଆଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ଧାରଣା

ପୁରୀ ଅଫିସ, ୨୩।୨: ଶ୍ରୀମନ୍ଦିରରେ ଆହତ ହୋଇ ଚିକିତ୍ସାଧୀନ ଥିବା ଜଣେ ବୋଝିଆଙ୍କ ମୃତ୍ୟୁକୁ ନେଇ ଶୁକ୍ରବାର ବଡ଼ଦାଣ୍ଡରେ ସୃଷ୍ଟି ହୋଇଛି ଅଭାବନୀୟ ପରିସ୍ଥିତି। କ୍ଷତିପୂରଣ ଦାବିରେ ମୃତଦେହକୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ରଖି ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ବୋଝିଆ ଧାରଣା ବସିଥିଲେ। ପରେ ରେଡ୍‌କ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରାଥମିକ ସହାୟତା ପ୍ରଦାନ କରାଯିବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।