ମେଟ୍ରୋ |

ସିଂହଦ୍ୱାର ସମ୍ମୁଖରେ ନଳା ପାଣିର ସୁଅ

ସିଂହଦ୍ୱାର ସମ୍ମୁଖରେ ନଳା ପାଣିର ସୁଅ
ପୁରୀ ଅଫିସ, ୬।୨: ପୁଣ୍ୟର ମାଟି ଶ୍ରୀକ୍ଷେତ୍ର। ଏହା ଲୀଳାମୟ ଶ୍ରୀଜଗନ୍ନାଥଙ୍କ ଲୀଳାସ୍ଥଳ। ଏହି ପାବନ ଭୂମିର ମାଟି, ପାଣି, ପବନ ପବିତ୍ର ବୋଲି ସମସ୍ତଙ୍କ ବିଶ୍ୱାସ ରହିଛି। ଏହି ବିଶ୍ୱାସକୁ ସାଥିରେ ଧରି ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଭକ୍ତ ଛୁଟି ଆସନ୍ତି ପୁଣ୍ୟ ଧାମକୁ। ଅରୁଣ ସ୍ତମ୍ଭକୁ ଛୁଇଁ ଶ୍ରୀମନ୍ଦିରକୁ ପ୍ରବେଶ କରନ୍ତି। ହେଲେ ମଙ୍ଗଳବାର ଅପରାହ୍ନରେ ସିଂହଦ୍ୱାର ସମ୍ମୁଖରେ ଦେଖିବାକୁ ମିଳିଥିଲା ଭିନ୍ନ ଚିତ୍ର। ଛୁଟୁଥିଲା ନଳାପାଣିର ସୁଅ। ଶୁଦ୍ଧପୂତ ମନରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସୁଥିବା ଭକ୍ତ ଏହାକୁ ଦେଖି ଚକିତ ହେଉଥିଲେ। ଏହି ନଳାପାଣି କେବଳ ସିଂହଦ୍ୱାର ସମ୍ମୁଖରେ ଭାସୁଥିଲା ତାହା ନୁହେଁ ଅରୁଣ ସ୍ତମ୍ଭ, ସୂଚନାକେନ୍ଦ୍ର ଏପରି କି ଭକ୍ତଙ୍କ ପ୍ରବେଶ ପଥ ବ୍ୟାରିକେଡ ମଧ୍ୟରେ ବି ମାଡ଼ିଥିଲା। ପ୍ରାୟ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ନଳାପାଣି ନାକେଦମ୍‌ କରିଥିଲା ସଫେଇ କର୍ମଚାରୀଙ୍କୁ। ଅପରାହ୍ନ ପ୍ରାୟ ସାଢେ ୪ଟାରେ ସିଂହଦ୍ୱାର ପଦ ପ୍ରକ୍ଷାଳନ ନିକଟରେ ଡ୍ରେନ୍‌ ଚୋକ୍‌ ହୋଇଯାଇଥିଲା। ଧୀରେ ଧୀରେ ନଳାପାଣି ସିଂହଦ୍ୱାର ସମ୍ମୁଖ ଦେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଆଡକୁ ମାଡିଥିଲା। ଏପରି କି ପଦ ପ୍ରକ୍ଷାଳନ, ଅରୁଣ ସ୍ତମ୍ଭ, ସୂଚନା କେନ୍ଦ୍ର ଏବଂ ଭକ୍ତ ପ୍ରବେଶ କରୁଥିବା ବ୍ୟାରିକେଡ ଭିତରକୁ ପଶିଥିଲା। ଶ୍ରଦ୍ଧାଳୁମାନେ ଉପାୟ ନ ପାଇ ସେହି ଡ୍ରେନ୍‌ ପାଣିରେ ପଶି ଯା’ଆସ କରିବାକୁ ବାଧ୍ୟ ହୋଇଥିଲେ। ବ୍ୟାରିକେଡ କଡ଼ରେ ବସିଥିବା ଭିକାରୀ ଉଠି ବଡ଼ଦାଣ୍ଡ ମଝିକୁ ଚାଲି ଆସିଥିଲେ। ଉଠା ବ୍ୟବସାୟୀ ବି ଏହି ନଳାପାଣି ଯୋଗୁ ନାକେଦମ୍‌ ହୋଇଥିଲେ। ଏହି ପାଣି ସିଂହଦ୍ୱାର ନିକଟରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ମାଡ଼ି ଯାଇଥିଲା। ଖବର ପାଇ ସଫେଇ କର୍ମଚାରୀ ପହଞ୍ଚତ୍ ଚୋକ୍‌ ହୋଇଯାଇଥିବା ସ୍ଥାନରୁ ସ୍ଲାବ ଉଠାଇ ଅଳିଆ ସଫା କରିଥିଲେ। ଏହାପରେ ସିଂହଦ୍ୱାର ସମ୍ମୁଖରେ ବ୍ଲିଚିଂ ପକାଯାଇଥିଲା। ତେବେ ଦୀର୍ଘ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ସିଂହଦ୍ୱାର ସମ୍ମୁଖରେ ଏଭଳି ଅସ୍ବାଭାବିକ ପରିସ୍ଥିତିକୁ ନେଇ ଭକ୍ତମାନେ ଅତିଷ୍ଠ ହୋଇପଡିଥିଲେ। ଦୁର୍ଗନ୍ଧ ଏତେ ମାତ୍ରାରେ ହେଉଥିଲା ଯେ ଶ୍ରଦ୍ଧାଳୁ, ସ୍ଥାନୀୟ ଲୋକେ ଓ ବ୍ୟବସାୟୀ ନାକରେ ହାତ ଦେଇ ଯା’ଆସ କରୁଥିଲେ। ଏ ସମ୍ପର୍କରେ ପୁରୀ ପୌରନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇଙ୍କୁ ପଚାରିବାରୁ ଡ୍ରେନ୍‌ ନିର୍ମାଣରେ ତ୍ରୁଟି ଯୋଗୁ ଏପରି ସ୍ଥିତି ଉପୁଜୁଛି। ଏହାର କିପରି ସ୍ଥାୟୀ ସମାଧାନ ହେବ ସେଥିପ୍ରତି ବ୍ୟବସ୍ଥା କରାଯିବ ବୋଲି କହିଥିଲେ।
All Right Reserved By

ମେଟ୍ରୋ |

କେରଳ ବନ୍ୟାରେ ଫସି ରହିଛନ୍ତି ୧୩୦ ଓଡ଼ିଆ

କେରଳ ବନ୍ୟାରେ ଫସି ରହିଛନ୍ତି ୧୩୦ ଓଡ଼ିଆ

ଭୁବନେଶ୍ୱର,୧୭।୮(ବ୍ୟୁରୋ): କେରଳର ବନ୍ୟାରେ ଓଡ଼ିଶାର ୧୩୦ଜଣ ଫସି ରହିଛନ୍ତି। ସେମାନେ ନିଜର ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହି ମର୍ମରେ ରାଜ୍ୟ ସରକାରଙ୍କର ସ୍ପେଶାଲ ରିଲିଫ କମିଶନର ବିଷ୍ଣୁପଦ ସେଠୀ ବି କେରଳ ରାଜ୍ୟ ଅତରିକ୍ତ ମୁଖ୍ୟ ଶାସନ ସଚିବ ପି.ଏଚ୍‌.କୁରିଆନ୍‌ଙ୍କୁ ଚିଠି ଲେଖି ଜଣାଇଛନ୍ତି।

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ପୁରୀ ଅଫିସ,୧୭।୮: ଚାଷ ତଥା ଚାଷୀଙ୍କୁ ସମ୍ମାନ, ପେନ୍‌ସନ, ଚାଷୀଦ୍ୱାରା ଉତ୍ପାଦିତ ଫସଲକୁ ଉପଯୁକ୍ତ ମୂଲ୍ୟ ପ୍ରଦାନ ଆଦି ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଶୁକ୍ରବାର ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଖୋର୍ଦ୍ଧା ଅବକାରୀ ବିଭାଗର ଚଢ଼ାଉ: ୧୨୫ଗ୍ରାମ ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

ଖୋର୍ଦ୍ଧା ଅବକାରୀ ବିଭାଗର ଚଢ଼ାଉ: ୧୨୫ଗ୍ରାମ ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

ଖୋର୍ଦ୍ଧା ଅଫିସ,୧୭।୮: ଖୋର୍ଦ୍ଧା ଅଞ୍ଚଳର ବିଭିନ୍ନ ସ୍ଥାନରେ ଶୁକ୍ରବାର ଚଢ଼ାଉ କରାଯାଇ ୧୨୫ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୨ଟି ପ୍ୟାକେଟ ଏବଂ ନାଲି ପୁଡ଼ିଆରେ ବନ୍ଧା ହୋଇଥିବା ୧୨୫ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। 

ଓଡ଼ିଆ  ବିଶ୍ବବିଦ୍ୟାଳୟ  ଜମି ଅନୁଧ୍ୟାନ ସହ ବକୁଳବନ ବୁଲି ଦେଖିଲେ ଜିଲାପାଳ

ଓଡ଼ିଆ ବିଶ୍ବବିଦ୍ୟାଳୟ ଜମି ଅନୁଧ୍ୟାନ ସହ ବକୁଳବନ ବୁଲି ଦେଖିଲେ ଜିଲାପାଳ

ସାକ୍ଷୀଗୋପାଳ, ୧୭।୮( ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀରେ ପ୍ରସ୍ତାବିତ ଓଡ଼ିଆ ବିଶ୍ବବିଦ୍ୟାଳୟ କରାଯିବା ପାଇଁ ସରକାର ବିଧିବଦ୍ଧ ଘୋଷଣା କରିବା ପରେ ଶୁକ୍ରବାର ପୁରୀ ଜିଲାପାଳ ଜ୍ୟୋତି ପ୍ରକାଶ ଦାଶ ସତ୍ୟବାଦୀ ବକୁଳବନ ସଲଗ୍ନ ଜମି ଅନୁଧ୍ୟାନ କରିଛନ୍ତି। 

ବିଦ୍ୟୁତ ତାର ଛିଣ୍ଡି ବୃଦ୍ଧ ମୃତ: ପୁରୀ-କୋଣାର୍କ ଅବରୋଧ

ବିଦ୍ୟୁତ ତାର ଛିଣ୍ଡି ବୃଦ୍ଧ ମୃତ: ପୁରୀ-କୋଣାର୍କ ଅବରୋଧ

ଗୋପ, ୧୭।୮(ଡି.ଏନ୍‌.ଏ.): ପୁରୀ ଜିଲା ରାମଚଣ୍ଡୀ ଥାନା ଅଧୀନ ଗଡ଼ବାଙ୍ଗର ଗାଁର ଜନୈକ ବୃଦ୍ଧଙ୍କର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି  ଶୁକ୍ରବାର ସକାଳେ ମୃତ୍ୟୁ ଘଟିଛି।  ସେ ହେଲେ ହୃଷିକେଶ ଛୋଟରାୟ (୫୮)। 

ରାମ ପ୍ରତିହାରୀଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ

ରାମ ପ୍ରତିହାରୀଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ

ପୁରୀ ଅଫିସ,୧୭ା୮: ବର୍ଷୀୟାନ କଳାକାର ତଥା ନାଟ୍ୟଗୁରୁ ରାମଚନ୍ଦ୍ର ପ୍ରତିହାରୀ ଗୁରୁତର ହୋଇ ଏବେ ହସ୍ପିଟାଲରେ। ପରିଣତ ବୟସରେ ପହଞ୍ଚତ୍ଥିବା ଅନ୍ନପୂର୍ଣ୍ଣା ଥିଏଟରର ଏହି ମହାନ ଅଭିନେତା ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଶ୍ରୀମନ୍ଦିର ପ୍ରଶାସନ ନିର୍ମାଣ କରିବ ଗୋଦାମ ଘର: ଖର୍ଚ୍ଚ ହେବ ୨ କୋଟି ୭ ଲକ୍ଷ

ଶ୍ରୀମନ୍ଦିର ପ୍ରଶାସନ ନିର୍ମାଣ କରିବ ଗୋଦାମ ଘର: ଖର୍ଚ୍ଚ ହେବ ୨ କୋଟି ୭ ଲକ୍ଷ

ପୁରୀ ଅଫିସ,୧୭।୮: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଗୋଦାମ ଘର ନିର୍ମାଣ କରାଯିବ। ଏଥିଲାଗି ମାଟିତୋଟା ମୌଜାରେ ଜମି ଚିହ୍ନଟ ହୋଇଛି। 

ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ୫ମ ଦିନରେ: ଫାଟକ ତାଲା ଭାଙ୍ଗି କୋର୍ଟ କାର୍ଯ୍ୟ ଆରମ୍ଭ କଲା ପୋଲିସ,  ଖୋର୍ଦ୍ଧା ମୁଖ୍ୟ ରାସ୍ତା ଅବରୋଧ

ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ୫ମ ଦିନରେ: ଫାଟକ ତାଲା ଭାଙ୍ଗି କୋର୍ଟ କାର୍ଯ୍ୟ ଆରମ୍ଭ କଲା ପୋଲିସ, ଖୋର୍ଦ୍ଧା ମୁଖ୍ୟ ରାସ୍ତା ଅବରୋଧ

ଖୋର୍ଦ୍ଧା ଅଫସ,୧୭।୮: ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଶୁକ୍ରବାର ୫ମ ଦିନରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧା  କୋର୍ଟ ଫାଟକରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ପକାଯାଇଥିବା ତାଲାକୁ ପୋଲିସ ଭାଙ୍ଗିଦେଇଛି।

ପୋଲିସ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ବବୁଲଙ୍କ ସମେତ ୩ ପୋଲିସ ଆହତ, ୨ ବୋମା, ବାଇକ ଜବତ

ପୋଲିସ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ବବୁଲଙ୍କ ସମେତ ୩ ପୋଲିସ ଆହତ, ୨ ବୋମା, ବାଇକ ଜବତ

ଖୋର୍ଦ୍ଧା ଅଫିସ/ନିରାକାରପୁର,୧୭।୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱରରେ ଗୁରୁବାର ରାତିରେ ଟାଙ୍ଗୀ ଓ ନିରାକାରପୁର ଥାନା ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତି ଅପରାଧୀ ଫିରୋଜ ଶାହ ଓରଫ ବବୁଲ(୨୫) ଆହତ ହୋଇଛନ୍ତି।  ୧୭।୮(ଡି.ଏନ୍‌.ଏ.):

ସରକାରୀ ହସ୍ପିଟାଲରୁ  ବନ୍ଦ ହେଲା ୟୁଜର୍ସ ଫି’

ସରକାରୀ ହସ୍ପିଟାଲରୁ ବନ୍ଦ ହେଲା ୟୁଜର୍ସ ଫି’

ଭୁବନେଶ୍ୱର, ୧୭ା୮(ବ୍ୟୁରୋ):ଜିଲା ମୁଖ୍ୟ ଚିକିତ୍ସାଳୟରୁ ଆରମ୍ଭ କରି ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ବାଧୀନତା ଦିବସରୁ ୟୁଜର୍ସ ଫି’ ବନ୍ଦ କରାଯାଇଛି। 

ଓଡ଼ିଶାକୁ ବାଜପେୟୀଙ୍କ ଅବଦାନ:ଏମ୍ସ, ତୈଳ ବିଶୋଧନାଗାର

ଓଡ଼ିଶାକୁ ବାଜପେୟୀଙ୍କ ଅବଦାନ:ଏମ୍ସ, ତୈଳ ବିଶୋଧନାଗାର

ଭୁବନେଶ୍ୱର,୧୭।୮(ବ୍ୟୁରୋ):ଓଡିଶା ପ୍ରତି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାର ବାଜପେୟୀଙ୍କର ଅନେକ ଅବଦାନ ରହିଛି। ବିଶେଷକରି ଭୁବନେଶ୍ୱର ସିଜୁଆଠାରେ ନିର୍ମିତ ଏମ୍ସ, ପାରାଦୀପଠାରେ ଥିବା ଭାରତୀୟ ତୈଳ ନିଗମ(ଆଇଓସିଏଲ)ର ବିଶୋଧନାଗାର ଏବଂ ଭୁବନେଶ୍ୱରଠାରେ ପୂର୍ବତଟ ରେଳର ମୁଖ୍ୟ କାର୍ଯ୍ୟାଳୟ ଆଦି ଥିଲା ବାଜପେୟୀଙ୍କର  ଓଡିଶା ପ୍ରତି ଅମୂଲ୍ୟ ଅବଦାନ। 

ପୁରୀରେ ପହଞ୍ଚତ୍ଲା ଇଭିଏମ୍‌

ପୁରୀରେ ପହଞ୍ଚତ୍ଲା ଇଭିଏମ୍‌

ପୁରୀ ଅଫିସ, ୧୭ା୮: ଆଗାମୀ ସାଧାରଣ ନିର୍ବାଚନ ପାଇଁ ବୁଧବାର ପୁରୀରେ ଆସି ପହଞ୍ଚତ୍ଛି ଇଭିଏମ। ସେଗୁଡିକ ବାଲେଶ୍ୱରରୁ ଅଣାଯାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରସ୍ଥ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍‌ରେ ରଖାଯାଇଛି। ଷ୍ଟ୍ରଙ୍ଗ ରୁମ୍‌ ୨୪ଘଣ୍ଟିଆ ସଶସ୍ତ୍ର ପୋଲିସ ସୁରକ୍ଷା ବଳୟ ମଧ୍ୟରେ ରହିଛି।