ମେଟ୍ରୋ |

ପରିମଳ କର୍ମଚାରୀଙ୍କ ଧାରଣା ସ୍ଥଗିତ

ପରିମଳ କର୍ମଚାରୀଙ୍କ ଧାରଣା ସ୍ଥଗିତ

ପୁରୀ ଅଫିସ, ୬।୨: ବିଭିନ୍ନ ଦାବି ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣାରେ ବସିଥିବା ଶ୍ରୀଜଗନ୍ନାଥ ମନ୍ଦିର ଠିକା ପରିମଳ କର୍ମଚାରୀ ସଂଘ ମଙ୍ଗଳବାର ଧାରଣା ସ୍ଥଗିତ ରଖିଛି। ଆସନ୍ତା ୧୫ ଦିନ ମଧ୍ୟରେ କର୍ମଚାରୀଙ୍କ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ। ତେଣୁ ଧାରଣା ବନ୍ଦ ରଖିବା ପାଇଁ ଉପଜିଲାପାଳ ମଧୁସୂଦନ ଦାସ କହିବା ପରେ ସାମୟିକ ଭାବେ ଧାରଣାକୁ ସ୍ଥଗିତ ରଖାଯାଇଛି ବୋଲି ସଂଘ ସଭାପତି ଶରତ କୁମାର ରାୟଗୁରୁ କହିଛନ୍ତି। ଯଦି ୧୫ ଦିନ ମଧ୍ୟରେ କୌଣସି ସମାଧାନ ନ ହୁଏ ପୁନର୍ବାର ଧାରଣା ଦିଆଯିବ ବୋଲି ରାୟଗୁରୁ କହିଛନ୍ତି।
ସଂଘର କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ଦେଓ କହିଛନ୍ତି, ମଙ୍ଗଳବାର ଉପଜିଲାପାଳ ମଧୁସୂଦନ ଦାସଙ୍କ କାର୍ଯ୍ୟାଳୟରେ ଜିଲା ଶ୍ରମ ଅଧିକାରୀ, ଜିଲା ସହକାରୀ ଶ୍ରମ ଅଧିକାରୀ, ସଂଘ କର୍ମଚାରୀ ଆଲୋଚନା ପାଇଁ ପହଞ୍ଚତ୍ଥିଲେ ମଧ୍ୟ ଠିକା ସଂସ୍ଥା ମୁଖ୍ୟ ଆସି ନ ଥିଲେ। ତାଙ୍କୁ ଏକାଧିକଥର ଆଲୋଚନା ପାଇଁ ନୋଟିସ ପଠାଯାଇଥିଲେ ମଧ୍ୟ ସେ ସହଯୋଗ କରୁ ନ ଥିବା ଜିଲା ଶ୍ରମ ଅଧିକାରୀ ବୈଠକରେ କହିଥିଲେ। ଆଲୋଚନା ମୁତାବକ ଶ୍ରୀମନ୍ଦିର ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ସମାଧାନ ପାଇଁ ଜିଲା ପ୍ରଶାସନକୁ ଅନୁରୋଧ କରିଛି। ଏଥିସହ ଠିକା ସଂସ୍ଥା ମୁଖ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କୁ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ଅନୁରୋଧ କରାଯାଇଛି। ଯଦି ସଂଘର ଦାବି ପୂରଣ କରା ନ ଯାଏ ତେବେ କର୍ମଚାରୀଙ୍କ ସହ ଆଲୋଚନା କରି ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଦେଓ କହିଛନ୍ତି।

All Right Reserved By

Model This Week

ସନ୍ତୋଷ

ମେଟ୍ରୋ |

ସୋସିଆଲ ମିଡିଆରେ ପିଲାଚୋର ଗ୍ୟାଙ୍ଗ ଘୂରି ବୁଲୁଥିବା ଘଟଣା ଗୁଜବ: ଡିଜି

ସୋସିଆଲ ମିଡିଆରେ ପିଲାଚୋର ଗ୍ୟାଙ୍ଗ ଘୂରି ବୁଲୁଥିବା ଘଟଣା ଗୁଜବ: ଡିଜି

ଭୁବନେଶ୍ୱର,୨୭।୫(ବ୍ୟୁରୋ): ଗତ କିଛି ଦିନ ଧରି ସୋସିଆଲ ମିଡିଆରେ କିଛି ପିଲାଚୋର ଗ୍ୟାଙ୍ଗ ରାୟଗଡାକୁ ଆସିଥିବା ଖବର ଭାଇରାଲ ହେବାରେ ଲାଗିଛି। ଏହା ଫେସ୍‌ବୁକ ତଥା ହ୍ବାଟ୍ସଆପ୍‌ରେ ଘୂରିବୁଲିବା ସହ ଲୋକଙ୍କୁ ଆତଙ୍କିତ କରୁଛି। ତେବେ ଏହା ଉପରେ ଡିଜି ଆର ପି ଶର୍ମା ରବିବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଉକ୍ତ ଖବର ସମ୍ପୂର୍ଣ୍ଣ ମିଥ୍ୟା।

ଶିଶୁଙ୍କ ଉପରେ ଯୌନ ନିର୍ଯାତନା ରୋକିବାକୁ ପୋଲିସର ପ୍ରୟାସ: ଉନ୍ମୋଚନ ହେଲା  ‘ପରୀ ପାଇଁ କଥାଟିଏ’ର ଲୋଗୋ, ଅଡିଓ

ଶିଶୁଙ୍କ ଉପରେ ଯୌନ ନିର୍ଯାତନା ରୋକିବାକୁ ପୋଲିସର ପ୍ରୟାସ: ଉନ୍ମୋଚନ ହେଲା ‘ପରୀ ପାଇଁ କଥାଟିଏ’ର ଲୋଗୋ, ଅଡିଓ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ରାଜ୍ୟରେ କୋମଳମତି ଶିଶୁକନ୍ୟାଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ତଥା ବଳାତ୍କାରକୁ ରୋକିବା ପାଇଁ ଓଡ଼ିଶା ପୋଲିସର ଅଭିନବ ପ୍ରୟାସ। ଲୋକଙ୍କୁ ସଚେତନ କରିବା ପାଇଁ ‘ପରୀ ପାଇଁ କଥାଟିଏ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ନିଶାରୁ ପେସା: ଘରେ ସାପ ପଶିଲେ ଖୋଜାପଡ଼ନ୍ତି ବ୍ରଜକିଶୋର

ନିଶାରୁ ପେସା: ଘରେ ସାପ ପଶିଲେ ଖୋଜାପଡ଼ନ୍ତି ବ୍ରଜକିଶୋର

କାକଟପୁର,୨୭।୫(ଡି.ଏନ୍‌.ଏ.): ପିଲାଟି ଦିନରୁ ସାପ ଧରିବା ଆଗ୍ରହ ଧୀରେ ଧୀରେ ନିଶା ପାଲଟିଥିଲା। ଆଉ ଏବେ ଏହି ନିଶା ପେସା ପାଲଟିଛି। ନିଜ କୌଳିକ ବୃତ୍ତିକୁ ନ ଆପଣାଇ ସାପ ଧରିବାକୁ ବୃତ୍ତି କରିଥିବା ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି କାକଟପୁର ବ୍ଲକ ବାଜପୁର କୃଷ୍ଣନଗର ପାଟଣା ଗ୍ରାମର ବ୍ରଜ କିଶୋର ସାହୁ(୪୬)।

ହୋପ୍‌ ଇଜ୍‌ ଲାଇଫ୍‌ର ସଫେଇ କାର୍ଯ୍ୟକ୍ରମ

ହୋପ୍‌ ଇଜ୍‌ ଲାଇଫ୍‌ର ସଫେଇ କାର୍ଯ୍ୟକ୍ରମ

ପୁରୀ ଅଫିସ,୨୭।୫: ହୋପ୍‌ ଇଜ୍‌ ଲାଇଫ୍‌ ତରଫରୁ ପୁରୀ ବଡ଼ଶଙ୍ଖ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

କାନ୍ଥ ଭୁଶୁଡ଼ି ଶିଶୁ ମୃତ: ମା’ବାପା ଗୁରୁତର

କାନ୍ଥ ଭୁଶୁଡ଼ି ଶିଶୁ ମୃତ: ମା’ବାପା ଗୁରୁତର

ଚୌଦ୍ୱାର,୨୭।୫(ଡି.ଏନ୍‌.ଏ.): କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ଆଗ୍ରାହାଟ ପଞ୍ଚାୟତ ଭରାଣ୍ଡି ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗ୍ରାମରେ ଟନି ପୁର୍ଲିଙ୍କ ଘରର କାନ୍ଥ ଭୁଶୁଡ଼ି ତାଙ୍କ ୫ ବର୍ଷୀୟ ପୁଅର ମୃତ୍ୟୁ ଘଟିଛି।

ପୁରୀରେ ପୁଣି ଭକ୍ତଙ୍କୁ ମାଡ଼ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ମୁଣ୍ଡ ଫାଟିଲା

ପୁରୀରେ ପୁଣି ଭକ୍ତଙ୍କୁ ମାଡ଼ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ମୁଣ୍ଡ ଫାଟିଲା

ପୁରୀ ଅଫିସ, ୨୭।୫: ପୁରୀରେ ଅସୁରକ୍ଷିତ ହୋଇପଡିଛନ୍ତି ଭକ୍ତ। କେତେବେଳେ ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଡ଼ ମରାଯାଇ ଲହୁଲୁହାଣ କରାଯାଉଛି ତ ପୁଣି କେତେବେଳେ ହୋଟେଲରେ ପର୍ଯ୍ୟଟକଙ୍କୁ ଆକ୍ରମଣ ହେଉଛି। ଦିନକୁ ଦିନ ଶ୍ରୀକ୍ଷେତ୍ର ମାଟିରେ ଏଭଳି ଲଜ୍ଜାଜନକ ଘଟଣା ବଢିବାରେ ଲାଗିଛି। ଶନିବାର ବଡ଼ଦାଣ୍ଡରେ ଘଟିଛି ଏମିତି ଏକ ଅଭାବନୀୟ ଘଟଣା।

୧୮ ଦୁର୍ବଳ ନଦୀବନ୍ଧ ଉପରେ ରହିବ ସତର୍କ ନଜର

୧୮ ଦୁର୍ବଳ ନଦୀବନ୍ଧ ଉପରେ ରହିବ ସତର୍କ ନଜର

ପୁରୀ ଅଫିସ, ୨୭।୫: ବର୍ତ୍ତମାନ ରାଜ୍ୟରେ ଚାଲିଛି କାଳବୈଶାଖୀର ତାଣ୍ଡବ। ଆଗକୁ ଆସୁଛି ବର୍ଷା। ଏହାକୁ ଦୃଷ୍ଟିରେ ରଖି ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ ନିମନ୍ତେ ଶନିବାର ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଡକାଯାଇଥିଲା। ଜିଲାରୁ ପ୍ରତିନିଧିତ୍ୱ କରୁଥିବା ୬ ବିଧାୟକ ଏବଂ ୨ ଏମ୍‌ପି ମଧ୍ୟ ଅନୁପସ୍ଥିତ ଥିଲେ। ବୈଠକ ଆରମ୍ଭ ହେବାର ଘଣ୍ଟାଏ ବିଳମ୍ବରେ ଆସି ଅଧ୍ୟକ୍ଷତା କରିଥିଲେ ଜିଲାପାଳ ଅରବିନ୍ଦ ଅଗ୍ରଓ୍ବାଲ।

କଂଗ୍ରେସର ବିଶ୍ୱାସଘାତକ ଦିବସ : ମୋଦି ଦେଶବାସୀଙ୍କୁ ପ୍ରତାରଣା କରିଛନ୍ତି

କଂଗ୍ରେସର ବିଶ୍ୱାସଘାତକ ଦିବସ : ମୋଦି ଦେଶବାସୀଙ୍କୁ ପ୍ରତାରଣା କରିଛନ୍ତି

ପୁରୀ ଅଫିସ, ୨୭।୫: ଲୋକଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ଏନ୍‌ଡିଏ ସରକାର ନିର୍ବାଚନରେ ବିଜୟୀ ହୋଇ କ୍ଷମତାସୀନ ହୋଇଛି। ମାତ୍ର ଗୋଟିଏ ବି ପ୍ରତିଶ୍ରୁତି କାର୍ଯ୍ୟକାରୀ ନ କରି କେନ୍ଦ୍ର ସରକାର ଦେଶବାସୀଙ୍କୁ ପ୍ରତାରଣା କରିଛନ୍ତି ବୋଲି ପୁରୀ ଜିଲା କଂଗ୍ରେସ ଅଭିଯୋଗ କରିଛି।

ହୁଭାଷୀ ସିନ୍ଧୀ, ଓଡ଼ିଆ ନାଟ୍ୟ ସମାରୋହ ଅନ୍ନପୂର୍ଣ୍ଣାରେ ସିନ୍ଧୀ ନାଟକ ଅଧୁ ଆବାଦୀ

ହୁଭାଷୀ ସିନ୍ଧୀ, ଓଡ଼ିଆ ନାଟ୍ୟ ସମାରୋହ ଅନ୍ନପୂର୍ଣ୍ଣାରେ ସିନ୍ଧୀ ନାଟକ ଅଧୁ ଆବାଦୀ

ପୁରୀ ଅଫିସ, ୨୭।୫: ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଅନୁଷ୍ଠିତ ହେଉଛି ବହୁଭାଷୀ ସିନ୍ଧୀ, ଓଡ଼ିଆ ନାଟ୍ୟ ସମାରୋହ। ଏହି ଅବସରରେ ଶନିବାର ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଛି ସିନ୍ଧୀ ନାଟକ ଅଧୁ ଆବାଦୀ। ଛତିଶଗଡ଼ ବିଳାସପୁରର କଳାକାରଙ୍କ ଦ୍ୱାରା ପରିବେଷିତ ଏହି ନାଟକର ଲେଖକ ଏବଂ ନିର୍ଦ୍ଦେଶକ ଥିଲେ ଶତ୍ରୁଘ୍ନ ଦେସୱାନୀ।

ଏଟିଏମ୍‌ରୁ ଟଙ୍କା ଚୋରି

ଏଟିଏମ୍‌ରୁ ଟଙ୍କା ଚୋରି

ନିରାକାରପୁର,୨୭।୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ ରାମ୍‌ ବଜାରରେ ଥିବା ଆକ୍ସିସ୍‌ ବ୍ୟାଙ୍କ ଏଟିଏମ୍‌ରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଛି।

ପୁରୀ ପୋଲିସର ଏନ୍‌କାଉଣ୍ଟର

ପୁରୀ ପୋଲିସର ଏନ୍‌କାଉଣ୍ଟର

ପୁରୀ ଅଫିସ, ୨୭।୫: ପିପିଲି ନିଜିଗଡ ଖୁରୁକି ବିର୍ଲା ଛକରେ ଶୁକ୍ରବାର ବିଳମ୍ବିତ ରାତିରେ ପୁରୀ ପୋଲିସ ଏନକାଉଣ୍ଟର କରିଛି। ପୋଲିସ ଗୁଳିରେ ବାସେଳି ସାହି ଥାନା ଅଧୀନ ଗୋଖା ସାହିର ସର୍ବେଶ୍ୱର ବେହେରା ଆହତ ହୋଇଛନ୍ତି। ଗୁଳି ତାଙ୍କ ବାମ ପାଦରେ ବାଜିଛି।

ଅନୁକୂଳ ହେଲା ଦଣ୍ଡା

ଅନୁକୂଳ ହେଲା ଦଣ୍ଡା

ପୁରୀ ଅଫିସ, ୨୭।୫: ରଥଖଳାରେ ତିନିରଥ ନିର୍ମାଣ କାମ ଚାଲିଛି। ତିନିରଥର ମୁଖ୍ୟ ବିଶ୍ୱକର୍ମାଙ୍କ ନେତୃତ୍ୱରେ ମହାରଣା ସେବକମାନେ କାମକୁ ଆଗେଇ ନେଉଛନ୍ତି। ଅଖ କାମ ପ୍ରାୟ ଶେଷ ହେବାକୁ ବସିଛି। ତିନିରଥର ମୋଟ ୨୧ଟି ଅଖ ମଧ୍ୟରୁ ନନ୍ଦିଘୋଷ ରଥର ୮ଟି ଏବଂ ତାଳଧ୍ୱଜ ରଥର ୭ଟି ଯାକ କାମ ଶେଷ ହୋଇଛି। ଦର୍ପଦଳନ ରଥର ୬ଟି ଅଖ ମଧ୍ୟରୁ ୫ଟି ସରିଛି।