Dharitri News
ରାଜ୍ୟ |

ଓଡ଼ିଶାକୁ ୫,୨୫୨ କୋଟି

ଓଡ଼ିଶାକୁ ୫,୨୫୨ କୋଟି ଭୁବନେଶ୍ୱର,୬।୨(ବ୍ୟୁରୋ): ଓଡ଼ିଶାରେ ବିଭିନ୍ନ ରେଳ ପ୍ରକଳ୍ପଗୁଡିକ ପାଇଁ ବଜେଟ୍‌-୨୦୧୮ରେ ୫,୨୫୨ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ରେଳ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍‌ ମାଧ୍ୟମରେ ସୂଚନା ଦିଆଯାଇଛି। ରାଜ୍ୟରେ ରେଳ ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ୬,୫୦୦ କୋଟି ଟଙ୍କା ଦାବି କରାଯାଇଥିବାବେଳେ ଏହା ତାହାଠାରୁ କମ୍‌ ରହିଛି। ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶାରେ ୪୩,୭୫୧ କୋଟି ଟଙ୍କାର ୩୬ଟି ପ୍ରକଳ୍ପର କାର୍ଯ୍ୟ ଚାଲୁ ରହିଛି। ଏହା ଅଧୀନରେ ୪,୭୫୦ କିଲୋମିଟର ରେଳଲାଇନ୍‌ ନିର୍ମାଣ କରାଯାଉଛି। ୨୦୧୭-୧୮ ପାଇଁ ରାଜ୍ୟ ସରକାର ୫,୮୭୦ କୋଟି ଟଙ୍କାର ବ୍ୟୟବରାଦ ଦାବି କରିଥିବାବେଳେ କେନ୍ଦ୍ର ସରକାର ୫,୧୦୨ କୋଟି ଟଙ୍କା ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ, ୨୦୧୮-୧୯ ଆର୍ଥିକବର୍ଷର ବଜେଟ୍‌ରେ ପୂର୍ବତଟ ରେଳପଥକୁ ୬୫୫୩ କୋଟି ଟଙ୍କାର ଅନୁଦାନ ମିଳିଛି। ଏ ବର୍ଷର ବଜେଟ୍‌ରେ ରେଳପଥର ବିଦ୍ୟୁତୀକରଣ ଉପରେ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ବିଦ୍ୟୁତୀକରଣ ବାବଦକୁ ୫୬୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଆଗକୁ ଡିଜେଲଚାଳିତ ଟ୍ରେନ୍‌ ବଦଳରେ ବିଦ୍ୟୁତ୍‌ଚାଳିତ ଟ୍ରେନ୍‌ରେ ଜନସାଧାରଣ ଯାତ୍ରା କରିବେ। ଷ୍ଟେଶନ୍‌ଗୁଡିକର ଉନ୍ନତୀକରଣ ସହ ରେଳ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦିଆଯାଇଛି। ମଞ୍ଚେଶ୍ୱର ଓ୍ବାଗନ୍‌ ମରାମତି କାରଖାନାର ଉନ୍ନତୀକରଣ ପାଇଁ ମଧ୍ୟ ଅନୁଦାନ ପ୍ରଦାନ କରାଯାଇଛି। ଓଭର୍‌ବ୍ରିଜ୍‌ ଏବଂ ଅଣ୍ଡର୍‌ବ୍ରିଜ୍‌ ପାଇଁ ୧୯୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଭଦ୍ରକ ଓ କଟକ ଷ୍ଟେଶନ୍‌ରେ ୬ ମିଟର ଚଉଡା ଫୁଟ୍‌ ଓଭର୍‌ବ୍ରିଜ୍‌ ନିର୍ମାଣ କରାଯିବ। ଏଥିପାଇଁ ତ୍ୱରିତ ବେଗରେ କାର୍ଯ୍ୟ ଚାଲୁ ରହିଛି। ଆସନ୍ତାବର୍ଷ ଅଗଷ୍ଟ ୧୫ ସୁଦ୍ଧା ଫୁଟ୍‌ ଓଭର୍‌ବ୍ରିଜ୍‌ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଉମେଶ ସିଂ ସ୍ଥାନୀୟ ରେଳ ସଦନଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଖୋର୍ଦ୍ଧାରୋଡ୍‌-ବଲାଙ୍ଗୀର ନୂଆ ଲାଇନ୍‌ ପାଇଁ ୬୨୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହା ଅନ୍ତର୍ଗତ ୨୮୯ କିଲୋମିଟର ରେଳଲାଇନ୍‌ ନିର୍ମାଣ କରାଯିବ। ତାଳଚେର-ବିମଳାଗଡ ୧୫୪ କିଲୋମିଟର ନୂଆ ଲାଇନ୍‌ ନିର୍ମାଣ ପାଇଁ ୩୦୦ କୋଟି, ଜୟପୁର-ନବରଙ୍ଗପୁର ନୂଆ ଲାଇନ୍‌ ପାଇଁ ୧୫୦ କୋଟି, ଜୟପୁର-ମାଲକାନଗିରି ନୂଆ ଲାଇନ୍‌ ନିର୍ମାଣ ପାଇଁ ୯୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଅନୁଗୋଳ-ସୁକିନ୍ଦା ରୋଡ୍‌ ନୂଆ ଲାଇନ୍‌ ପାଇଁ ୨୦୦ କୋଟି, ହରିଦାସପୁର-ପାରାଦୀପ ପାଇଁ ୨୦୦ କୋଟି, ଲାଞ୍ଜିଗଡ ରୋଡ୍‌-ଜୁନାଗଡ ପାଇଁ ୧ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ସେହିଭଳି ନୌପଡା-ଗୁଣପୁର-ଥେରୁବାଲି ପର୍ଯ୍ୟନ୍ତ ନୂଆ ବ୍ରଡ୍‌ଗଜ୍‌ ଲାଇନ୍‌ ପାଇଁ ୧ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ପ୍ରକଳ୍ପଗୁଡିକର କାର୍ଯ୍ୟକୁ ତ୍ୱରିତ ବେଗରେ ଆଗକୁ ନେଲେ ଆହୁରି ଅର୍ଥ ମିଳିପାରିବ ବୋଲି ସିଂ ପ୍ରକାଶ କରିଛନ୍ତି। ଚାଲୁ ରହିଥିବା ଗୁରୁତ୍ୱପୂର୍ଣ୍ଣ ଦୋହରୀକରଣ ପ୍ରକଳ୍ପଗୁଡିକ ପାଇଁ ମଧ୍ୟ ବ୍ୟୟବରାଦ କରାଯାଇଛି। ଏଗୁଡିକ ମଧ୍ୟରେ ରହିଛି, ଝାରସୁଗୁଡା-ରେଙ୍ଗାଲି, ସମ୍ବଲପୁର-ରେଙ୍ଗାଲି, ଖୋର୍ଦ୍ଧାରୋଡ-ବାରଙ୍ଗ ତୃତୀୟ ଲାଇନ୍‌, କଟକ-ବାରଙ୍ଗ, ସମ୍ବଲପୁର-ତାଳଚେର, ଡେଲାଙ୍ଗ -ପୁରୀ, ସମ୍ବଲପୁର-ଟିଟିଲାଗଡ, ରାଜାଆଠଗଡ-ବାରଙ୍ଗ, ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ୍‌, ବିଜୟନଗରମ୍‌-ସମ୍ବଲପୁର ତୃତୀୟ ଲାଇନ୍‌, ଝାରପଡା-ବୁଢ଼ାପଙ୍କ ତୃତୀୟ ଓ ଚତୁର୍ଥ ଲାଇନ୍‌, ବୁଢ଼ାପଙ୍କ-ସାଳଗଁାତୃତୀୟ ଓ ଚତୁର୍ଥ ଲାଇନ୍‌, ଭଦ୍ରକ-ବିଜୟାନଗରମ୍‌ ତୃତୀୟ ଲାଇନ୍‌, କୋରାପୁଟ୍‌-ସିଙ୍ଗାପୁରରୋଡ୍‌ ଲାଇନ୍‌।

ରାଜ୍ୟ |

୨ଛାତ୍ରଙ୍କୁ ଅପହରଣ, ହତ୍ୟା

୨ଛାତ୍ରଙ୍କୁ ଅପହରଣ, ହତ୍ୟା

ଭଦ୍ରକ ଅଫିସ/ ବାସୁଦେବପୁର, ୧୭।୨(ଡି.ଏନ.ଏ.): ଅଷ୍ଟମ ଶ୍ରେଣୀରେ ପଢୁଥିବା ୨ ଜଣ ଛାତ୍ର ନିଖୋଜ ହେବାର ୩ ଦିନ ପରେ ସେମାନଙ୍କ ମୃତଦେହ ଏକ ପୋଖରୀରୁ ଶନିବାର ଉଦ୍ଧାର କରାଯାଇଛି। ଏହି ଛାତ୍ରଦ୍ୱୟଙ୍କୁ ଅପହରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଶୁକ୍ରବାର ଗଁା ଲୋକେ ରାସ୍ତାରୋକୋ କରି ପ୍ରତିବାଦ ଜଣାଇଥିଲେ। ଶନିବାର ପୋଖରୀରୁ ମୃତଦେହ ମିଳିବା ପରେ ଗଁାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ପିଲା ଦୁହିଁଙ୍କୁ ଅପହରଣ କରି ନେଇ ହତ୍ୟା କରାଯାଇଛି ବୋଲି ପରିବାରବର୍ଗ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସ୍ବତନ୍ତ୍ର ରାଜ୍ୟ ପାହ୍ୟା, ପଛୁଆ ଜିଲା ପାଇଁ କେନ୍ଦ୍ରୀୟ ସହାୟତା ପୁନଃ ପ୍ରଚଳନ କରାଯାଉ: ମୁଖ୍ୟମନ୍ତ୍ରୀ

ସ୍ବତନ୍ତ୍ର ରାଜ୍ୟ ପାହ୍ୟା, ପଛୁଆ ଜିଲା ପାଇଁ କେନ୍ଦ୍ରୀୟ ସହାୟତା ପୁନଃ ପ୍ରଚଳନ କରାଯାଉ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୭।୨(ବ୍ୟୁରୋ): ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଶନିବାର ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ଓଡ଼ିଶାର ସ୍ବାର୍ଥ ସମ୍ବଳିତ ବିଭିନ୍ନ ବିଷୟ ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

ବିଜେପୁରରେ ଭାଜପା ଦିବାସ୍ବପ୍ନ ଦେଖୁଛି: ପ୍ରଦୀପ ମହାରଥୀ

ବିଜେପୁରରେ ଭାଜପା ଦିବାସ୍ବପ୍ନ ଦେଖୁଛି: ପ୍ରଦୀପ ମହାରଥୀ

ଭୁବନେଶ୍ୱର, ୧୭।୨(ବ୍ୟୁରୋ): ବିଜେପୁରରେ ବିଜେଡି ଭଲ ବ୍ୟବଧାନରେ ଜିତିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବା ପରେ ଦଳୀୟ ନେତା ଓ କର୍ମୀମାନେ ବେଶ୍‌ ଉତ୍ସାହିତ ହୋଇଯାଇଛନ୍ତି।

ଉପକୂଳୀୟ ଜମି, ଜଙ୍ଗଲ ସୁରକ୍ଷା ନେଇ ଜିଲାପାଳ ଅଫିସ ଘେରାଉ

ଉପକୂଳୀୟ ଜମି, ଜଙ୍ଗଲ ସୁରକ୍ଷା ନେଇ ଜିଲାପାଳ ଅଫିସ ଘେରାଉ

ପୁରୀ ଅଫିସ, ୧୭।୨: ପ୍ରାକୃତିକ ସମ୍ପଦ ଓ ପରିବେଷ ସୁରକ୍ଷା ଦାବି ନେଇ ଉପକୂଳୀୟ ଜମି ଓ ଜଙ୍ଗଲ ସୁରକ୍ଷା ସମିତି ନେତୃତ୍ୱରେ ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ଗୋରୁଆଳ, ଆମ୍ବପଡ଼ା ସମେତ ଶତାଧିକ ଗ୍ରାମବାସୀ ଏକ ଶୋଭାଯାତ୍ରା ବାହାରି ଶନିବାର ଜିଲାପାଳଙ୍କ ଅଫିସ ଘେରାଉ କରିଛନ୍ତି।

ରୁର୍ବାନ ମିଶନ: ୩ୟ ପର୍ଯ୍ୟାୟରେ ୪ ନୂଆ ଅଞ୍ଚଳ ସାମିଲ

ରୁର୍ବାନ ମିଶନ: ୩ୟ ପର୍ଯ୍ୟାୟରେ ୪ ନୂଆ ଅଞ୍ଚଳ ସାମିଲ

ଭୁବନେଶ୍ୱର,୧୭।୨(ବ୍ୟୁରୋ): ରୁର୍ବାନ ମିଶନର ୩ୟ ପର୍ଯ୍ୟାୟରେ ଶନିବାର ୪ ନୂତନ ଅଞ୍ଚଳକୁ ସାମିଲ କରାଯାଇଛି। ଏଥିସହ ଏହି ମିଶନରେ ସାମିଲ ହୋଇଥିବା ଅଞ୍ଚଳ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ରୁର୍ବାନ ମିଶନର ରାଜ୍ୟସ୍ତରୀୟ କ୍ଷମତାସମ୍ପନ୍ନ କମିଟି ବୈଠକରେ ଉକ୍ତ ୪ ନୂଆ ଅଞ୍ଚଳକୁ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।

ରାଜଧାନୀରେ ଦନ୍ତା ଆତଙ୍କ: ବୃଦ୍ଧା ଗୁରୁତର

ରାଜଧାନୀରେ ଦନ୍ତା ଆତଙ୍କ: ବୃଦ୍ଧା ଗୁରୁତର

ଭୁବନେଶ୍ୱର,୧୭।୨(ବ୍ୟୁରୋ): ରାଜଧାନୀ ପ୍ରାନ୍ତରେ ଆତଙ୍କ ସୃଷ୍ଟି କରିଥିବା ଦନ୍ତା ଏବେ ସହର ମଧ୍ୟକୁ ପଶିଆସିଛି। ଶୁକ୍ରବାର ବିଳମ୍ବିତ ରାତିରେ ଏହା ଡୁମ୍‌ଡୁମା ହାଉସିଂ ବୋର୍ଡ କଲୋନିରେ ପ୍ରବେଶ କରିଛି। ସେଠାରେ ଜଣେ ବୁଦ୍ଧା ଦନ୍ତା ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ର ଶୁଣିଲେନି ଓଡ଼ିଆ ଛାତ୍ରୀଛାତ୍ର

ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ର ଶୁଣିଲେନି ଓଡ଼ିଆ ଛାତ୍ରୀଛାତ୍ର

ଭୁବନେଶ୍ୱର, ୧୬ା୨(ବ୍ୟୁରୋ)- ଦେଶର ୧୦କୋଟି ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହେଲେ ଓଡ଼ିଶାରେ ମୋଦିଙ୍କ ମନ୍ତ୍ରକୁ ଓଡ଼ିଆ ଛାତ୍ରୀଛାତ୍ର ଶୁଣିଲେନି। ସାରାଦେଶରେ ସ୍କୁଲ ଓ କଲେଜଗୁଡିକରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରଧାନମନ୍ତ୍ରୀ ଛାତ୍ରୀଛାତ୍ରଙ୍କୁ ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ପରୀକ୍ଷା ମନ୍ତ୍ର ଦେଇଥିଲେ। ତେବେ ଓଡ଼ିଶାର ଛାତ୍ରୀଛାତ୍ର ପରୀକ୍ଷା ସମ୍ପର୍କିତ ସମସ୍ତ ଟିପ୍ସ ପୂର୍ବରୁ ଜାଣିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ଟିପ୍ସ ଉପରେ ଛାତ୍ରୀଛାତ୍ର ଜାଣିବାର କିଛି ଆବଶ୍ୟକତା ନାହିଁ। ଆଗକୁ ଛାତ୍ରୀଛାତ୍ରଙ୍କ ପରୀକ୍ଷା ନିକଟତର ହୋଇ ଆସୁଛି। ଏହି କାର୍ଯ୍ୟକ୍ରମ ଆୟୋଜନ କଲେ ଛାତ୍ରୀଛାତ୍ରଙ୍କ ପାଠପଢାରେ ବ୍ୟାହତ ହେବ। ସେଥିପାଇଁ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ରାଜ୍ୟର ସ୍କୁଲ ଓ କଲେଜରେ ଆୟୋଜନ କରିନାହାନ୍ତି ବୋଲି ସୂଚନା ମିଳିଛି।

ଆଇଆର୍‌ସିଟିସିର ଆସ୍ଥା ଟ୍ରିପ୍‌: ପ୍ୟାକେଜ ମୂଲ୍ୟ ୧୨,୨୮୫ ଟଙ୍କା , ଅବଧି ୧୨ ରାତି ୧୩ ଦିନ

ଆଇଆର୍‌ସିଟିସିର ଆସ୍ଥା ଟ୍ରିପ୍‌: ପ୍ୟାକେଜ ମୂଲ୍ୟ ୧୨,୨୮୫ ଟଙ୍କା , ଅବଧି ୧୨ ରାତି ୧୩ ଦିନ

ଭୁବନେଶ୍ୱର, ୧୬।୨(ବ୍ୟୁରୋ)- ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜମ୍‌ କର୍ପୋରେଶନ(ଆଇଆର୍‌ସିଟିସି) ଲିମିଟେଡ୍‌ ପକ୍ଷରୁ ଆସ୍ଥା ସ୍ପେଶାଲ ଟୁରିଷ୍ଟ ଟ୍ରେନ୍‌ ବା ତୀର୍ଥଯାତ୍ରା ପ୍ୟାକେଜ ପ୍ରସ୍ତୁତ କରାଯାଇଛି। ଏଥିରେ ଟ୍ରେନ୍‌ ଯୋଗେ କମ୍‌ ଟଙ୍କାରେ ଭାରତର ବିଭିନ୍ନ ସ୍ଥାନ ବୁଲିବା ସୁବିଧା ଥିବାବେଳେ ଖାଇବା ଓ ରହିବା ମାଗଣା ରହିବ। ଏହି ପ୍ୟାକେଜ୍‌ର ନାମ ‘ପଞ୍ଚ ଜ୍ୟୋତିର୍ଲିଙ୍ଗ ସହିତ ସାଇ ବାବା ଦର୍ଶନ ଆସ୍ଥା ସ୍ପେଶାଲ’। ଆସନ୍ତା ମାର୍ଚ୍ଚ ୧୦ରୁ ଏହାର ଶୁଭାରମ୍ଭ ହେବ। ପ୍ୟାକେଜ ମୂଲ୍ୟ ୧୨,୨୮୫ ଟଙ୍କା ଏବଂ ଅବଧି ୧୨ ରାତି ୧୩ ଦିନ ରହିଛି। ଏଥିରେ ୮୪୦ ଯାତ୍ରୀ ଯାଇପାରିବେ।

ଏଆଇସିସି ଷ୍ଟିଅରିଂ କମିଟିରେ ରାମଚନ୍ଦ୍ର ଓ ସୁଶିଳା

ଏଆଇସିସି ଷ୍ଟିଅରିଂ କମିଟିରେ ରାମଚନ୍ଦ୍ର ଓ ସୁଶିଳା

ଭୁବନେଶ୍ୱର, ୧୬।୨(ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି)ର ଷ୍ଟିଅରିଂ କମିଟି ଶୁକ୍ରବାର ଗଠନ କରିଛନ୍ତି। ଏହି କମିଟିରେ ଓଡ଼ିଶାର ୨ ବରିଷ୍ଠ ନେତାଙ୍କୁ ସାମିଲ କରିଛନ୍ତି। ୩୪ ସଦସ୍ୟଙ୍କୁ ନେଇ ଏହି ଷ୍ଟିଅରିଂ କମିଟି ଗଠନ କରିଛନ୍ତି।

ହାଇକୋର୍ଟ ଫେରିଲା କୁନ୍ଦୁଲି ମାମଲା

ହାଇକୋର୍ଟ ଫେରିଲା କୁନ୍ଦୁଲି ମାମଲା

ଭୁବନେଶ୍ୱର, ୧୬।୨(ବ୍ୟୁରୋ): କୁନ୍ଦୁଲି ମାମଲାର ଶୁଣାଣି ହାଇକୋର୍ଟରେ ହେବା ପାଇଁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ମାମଲା ସହ ପୀଡିତାଙ୍କ ସମ୍ପର୍କୀୟଙ୍କ ଆବେଦନର ବିଚାର ମଧ୍ୟ ହାଇକୋର୍ଟରେ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଭାଜପା, କଂଗ୍ରେସଠାରୁ ସମଦୂରତା ରକ୍ଷା କରିଛି ବିଜେଡି: ମୁଖ୍ୟମନ୍ତ୍ରୀ

ଭାଜପା, କଂଗ୍ରେସଠାରୁ ସମଦୂରତା ରକ୍ଷା କରିଛି ବିଜେଡି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୬।୨(ବ୍ୟୁରୋ): ଓଡ଼ିଶାରେ ହକି ବିଶ୍ୱକପ୍‌ର ଆୟୋଜନ ସଂକ୍ରାନ୍ତରେ ଆଲୋଚନା ପାଇଁ ନୂଆଦିଲ୍ଲୀ ଗସ୍ତ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଫେରିଛନ୍ତି। ନିର୍ଦ୍ଧାରିତ ସମୟର ଦିନକ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି।

କଳିଙ୍ଗ ଷ୍ଟୁଡିଓ ପରିସରରେ ଦନ୍ତା

କଳିଙ୍ଗ ଷ୍ଟୁଡିଓ ପରିସରରେ ଦନ୍ତା

ଭୁବନେଶ୍ୱର, ୧୬।୨(ବ୍ୟୁରୋ): ଭୁବନେଶ୍ୱର ଘାଟିକିଆସ୍ଥିତ ଓୟୁଏଟି ଫାର୍ମ ହାଉସ ମଧ୍ୟକୁ ପଶି ଆସିଥିବା ଦନ୍ତା ଏବେ କଳିଙ୍ଗ ଷ୍ଟୁଡିଓ ପରିସରରେ। ଶୁକ୍ରବାର ସକାଳ ୫.୩୦ ମିନିଟରେ ଦନ୍ତା ଷ୍ଟୁଡିଓ ପରିସରକୁ ଚାଲିଆସିଛି। ବନ ବିଭାଗ କର୍ମଚାରୀମାନେ ତାକୁ ଜଗି ରହିଛନ୍ତି। ପ୍ରକାଶ ଯେ, ଗୁରୁବାର ଦନ୍ତାଟି ଓୟୁଏଟିର ଘାଟିକିଆସ୍ଥିତ ହର୍ଟିକଲଚର ଫାର୍ମ ପାଚେରି ଭାଙ୍ଗି ପଶି ଆସିଥିଲା।