ରାୟଗଡା

ପୃଥକ୍‌ସ୍ଥାନରୁ ୪୪୧ କେଜି ଗଞ୍ଜେଇ ଜବତ: ବାହାର ରାଜ୍ୟର ୪ ମହିଳାଙ୍କ ସମେତ ୭ ଗିରଫ

ପୃଥକ୍‌ସ୍ଥାନରୁ ୪୪୧ କେଜି ଗଞ୍ଜେଇ ଜବତ: ବାହାର ରାଜ୍ୟର ୪ ମହିଳାଙ୍କ ସମେତ ୭ ଗିରଫ
ମାଲକାନଗିରି, ୬।୨(ଡି.ଏନ୍‌.ଏ./ସ୍ବ.ପ୍ର.)- ଦିନକୁ ଦିନ ମାଲକାନଗିରି ଜିଲାରେ ଗଞ୍ଜେଇ କାରବାର ବଢିବାରେ ଲାଗିଛି। ଏଥିରେ ବାହାର ରାଜ୍ୟର ମହିଳାଙ୍କ ସମ୍ପୃକ୍ତି ଘଟଣାକୁ ବେଶି ଗୁରୁତର କରୁଛି। ପୋଲିସ ଓ ଅବକାରୀ ବିଭାଗ ଜିଲାର ପୃଥକ ସ୍ଥାନରେ ଚଢାଉ କରି ବିପୁଳ ଗଞ୍ଜେଇ ଜବତ କରିଛି। ଚିତ୍ରକୋଣ୍ଡା ଅଞ୍ଚଳରୁ ୪୧କେଜି ଓ ପଦ୍ମଗିରି ଅଞ୍ଚଳରୁ ୪ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଏଥିରେ ଗିରଫ ହୋଇଥିବା ୭ଜଣଙ୍କ ମଧ୍ୟରୁ ୪ ମହିଳା ଅଛନ୍ତି। ସେମାନେ ବାହାର ରାଜ୍ୟର ବୋଲି ଜଣାପଡିଛି। ଚିତ୍ରକୋଣ୍ଡା ପୋଲିସ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୪ ମହିଳାଙ୍କ ସମେତ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜଣେ ମାଲକାନଗିରି ଜିଲାର ଓ ଅନ୍ୟ ୫ ଜଣ ଦିଲ୍ଲୀର ବୋଲି ଜଣାପଡ଼ିଛି । ସେମାନେ ଏକ ଅଟୋ ଯୋଗେ ବାଲିମେଳାକୁ ଗଞ୍ଜେଇ ନେଇ ଯାଉଥିଲେ। ଗିରଫ ଅଭିଯୁକ୍ତ ହେଲେ ଚିତ୍ରକୋଣ୍ଡା ବ୍ଲକ ଜାନୀଗୁଡ଼ା ଗ୍ରାମର ଅଟୋ ଡ୍ରାଇଭର ମୁକୁନ୍ଦ ପାଙ୍ଗି, ଦିଲ୍ଲୀ ନାରେଲା ଥାନା ଅଧୀନ ସେଖ ହାଉସ ଅଞ୍ଚଳର ନୁର ଇସଲାମ ଶେଖ, ନଜମା ବିବି, ରୁବେୟା, ନୁରଜାହନ ବିବି, ନିସ୍ତରା ଖାତନ। ପୋଲିସ ସେମାନଙ୍କଠାରୁ ୪୧ କେ.ଜି ୪୫୦ ଗ୍ରାମ ଗଞ୍ଜେଇ ଜବତ କରିଛି। ସୋମବାର ବିଳମ୍ବିତ ରାତିରେ ଏକ ଅଟୋ ଯୋଗେ ଅଭିଯୁକ୍ତମାନେ ବାଲିମେଳାକୁ ଗଞ୍ଜେଇ ନେଇ ଯାଉଥିବା ବେଳେ ଉକ୍ତ ଅଟୋଟିକୁ ପୋଲିସ ଯାଞ୍ଚ କରି ଗଞ୍ଜେଇ ଜବତ କରିଥିଲା। ଚିତ୍ରକୋଣ୍ଡା ଥାନାରେ କେଶ୍‌ ନଂ ୧୫/୧୮ରେ ମାମଲା ରୁଜୁ ପରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ଚିତ୍ରକୋଣ୍ଡା ଥାନା ଭାରପ୍ରାପ୍ତ ନିରୀକ୍ଷକ ଅଜିତ କୁମାର ସ୍ବାଇଁ ପ୍ରକାଶ କରିଛନ୍ତି। ସେହିଭଳି ଅବକାରୀ ବିଭାଗ ମଙ୍ଗଳବାର ପଦ୍ମଗିରି ଅଞ୍ଚଳ ଏମ୍‌ଭି-୮୪ ଗ୍ରାମର ମହାଦେବ ବିଶ୍ୱାସଙ୍କ ଘରୁ ୪ କୁଇଣ୍ଟାଲ ଗଞ୍ଜେଇ ଜବତ କରି ତାଙ୍କୁ ଗିରଫ କରିଛନ୍ତି। ଜିଲା ଅବକାରୀ ଅଧୀକ୍ଷକ ଅଶୋକ କୁମାର ସେଠ ପ୍ରକାଶ କରିଛନ୍ତି ଯେ, ମହାଦେବ ନିଜ ଘରେ ଗଞ୍ଜେଇ ଗଚ୍ଛିତ ରଖି ଏହାକୁ ଚୋରାଚାଲାଣ କରିବା ପାଇଁ ଚେଷ୍ଟା ଚଳାଇଥିବା ବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲା। ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ସେ କହିଛନ୍ତି।
All Right Reserved By

ରାୟଗଡା

ଘରେ  ନିଆଁ ଲାଗି ଦୁଇ ଶିଶୁ ମୃତ: ମା’ ଗୁରୁତର

ଘରେ ନିଆଁ ଲାଗି ଦୁଇ ଶିଶୁ ମୃତ: ମା’ ଗୁରୁତର

ବୋରିଗୁମ୍ମା, ୨୦।୮(ଡି.ଏନ୍‌.ଏ.)- କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅଧୀନ ତାରାଗାଁ ନିବାସୀ ବଳରାମ ହରିଜନଙ୍କ ଘରେ ସୋମବାର ନିଆଁ ଲାଗି ତାଙ୍କ ୫ବର୍ଷର ଝିଅ ଦିନେଶ୍ୱରୀ ଓ ଚାରି ମାସର ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟିଛି। 

ଦୁର୍ଘଟଣାରେ ମାଆ ମୃତ, ପୁଅ ଗୁରୁତର:    ଗ୍ରାମବାସୀଙ୍କ ରାସ୍ତାରୋକୋ

ଦୁର୍ଘଟଣାରେ ମାଆ ମୃତ, ପୁଅ ଗୁରୁତର: ଗ୍ରାମବାସୀଙ୍କ ରାସ୍ତାରୋକୋ

ମାଲକାନଗିରି, ୨୦ା୮(ଡି.ଏନ.ଏ.)- ମାଲକାନଗିରି ଥାନା ଅନ୍ତର୍ଗତ ଏମ.ଭି-୧୬ ଗ୍ରାମ ନିକଟସ୍ଥ ମୁଖ୍ୟ ରାସ୍ତାରେ ସୋମବାର ଏକ ମୋଟରସାଇକେଲକୁ ଏକ ପିକଅପ ଭ୍ୟାନ ଧକ୍କା ଦେଇଛି। ଫଳରେ ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।  ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। 

ନାଳରେ ବନ୍ୟାପାଣି: ୫ ଗାଁ ବାସିନ୍ଦା ହନ୍ତସନ୍ତ

ନାଳରେ ବନ୍ୟାପାଣି: ୫ ଗାଁ ବାସିନ୍ଦା ହନ୍ତସନ୍ତ

ବିଷମକଟକ,୨୦।୮(ଡି.ଏନ୍‌.ଏ.)

ରାୟଗଡା ଜିଲା  ବିଷମକଟକ ବ୍ଲକରେ ୩ ଦିନ ହେବ  ପ୍ରବଳ ବର୍ଷା ଲାଗି ରହିଛି। ରାସ୍ତାଘାଟ ଜଳାର୍ଣ୍ଣବ ହୋଇଉଠିବା ସହ ବିଲବାଡିରେ ମଧ୍ୟ ବର୍ଷାଜଳ ଜମିଛି । ବିଷମକଟକ ଆଖପାଖରେ ଥିବା ସମସ୍ତ ନଦୀନାଳରେ ବନ୍ୟାଜଳ  ପ୍ରଭାହିତ ହୋଇଛି ।   ବିଶେଷକରି ଗାଦବାଗୁଡା ନାଳରେ ୬ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଏହି ରାସ୍ତାଦେଇ ଗମନାଗମନ ବେଶ୍‌ ପ୍ରଭାବିତ ହୋଇଛି ।  ଏହି ନାଳ ଦେଇ ପ୍ରାୟ ୫ ଖଣ୍ଡ ଗ୍ରାମର ଲୋକେ ଯାଆସ କରିଥାନ୍ତି । ଦୀର୍ଘ ବର୍ଷ ହେଲା ନାନା ପ୍ରକାର ସମସ୍ୟାରେ ସମ୍ମୁଖୀନ ହେବା ସହ ବିପଦସଙ୍କୁଳ ଅବସ୍ଥାରେ ନାଳପାର ହେଉଛନ୍ତି ଏହି ଗ୍ରାମବାସୀ । 

ଅନ୍ତ ହଲଓ୍ବାଙ୍କୁ ବ୍ରେନ ଟ୍ୟୁମର: ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଅନ୍ତ ହଲଓ୍ବାଙ୍କୁ ବ୍ରେନ ଟ୍ୟୁମର: ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଟିକିରି,୨୦।୮ (ଡି.ଏନ୍‌.ଏ.)

ରାୟଗଡ଼ା ଜିଲା କାଶୀପୁର ବ୍ଲକ ସଙ୍କରଡା ପଞ୍ଚାୟତ ପଞ୍ଚାଳି ଗ୍ରାମର ଅନ୍ତ ହଲଓ୍ବା (୪୫) । ତାଙ୍କର ପରିବାର କହିଲେ ସ୍ତ୍ରୀ ଭେଦବତୀ , ପୁଅ ଭୁକୁଲୁ, ଓ ଗୋଟିଏ ଝିଅ ପୁସିଆ । ଅନ୍ତ ହଲଓ୍ବା ଲୋକଙ୍କ ଜମିରେ କାମ କରି ଯାହା ରୋଜଗାର କରନ୍ତି ସେଥିରେ ଚଳେ ତାଙ୍କର ତେଲଲୁଣ ସଂସାର । ୪ ମାସ ହେଲା ଅନ୍ତ ହଲଓ୍ବା ବ୍ରେନ୍‌ ଟ୍ୟୁମରରେ ଆକ୍ରାନ୍ତ। ତାଙ୍କର ହାତଗୋଡ଼ ଠିକ୍‌ ଭାବେ କାମ କରୁ ନାହିଁ। ଏମିତି କି କଥା ମଧ୍ୟ କହି ପାରୁନାହାନ୍ତି। ଅନ୍ତ ହଲଓ୍ବାଙ୍କ ରୋଜଗାର ବନ୍ଦ ହୋଇଯାଇଥିବାରୁ ପରିବାର ଲୋକେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।

ଇନ୍ଦ୍ରାବତୀ ଜଳଭଣ୍ଡାରର ବନ୍ଦ ହେଲା ୨ ଗେଟ୍‌

ଇନ୍ଦ୍ରାବତୀ ଜଳଭଣ୍ଡାରର ବନ୍ଦ ହେଲା ୨ ଗେଟ୍‌


ତେନ୍ତୁଳିଖୁଣ୍ଟି,୨୦।୮(ଡି.ଏନ.ଏ)

ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଜଳଭଣ୍ଡାରର ୨ଟି ଗେଟ ରବିବାର ବନ୍ଦ କରାଯାଇଛି। ଆଉ ୩ଟି ଗେଟ ଖୋଲାଯାଇ ପାଣି ନିଷ୍କାସିତ ହେଉଛି।  ଶନିବାର ୫ଟି ଗେଟ ଖୋଲା ଯାଇଥିଲା। ବତ୍ତର୍ମାନ ଦେଓପାଲିଠାରେ ୨ଟି ଗେଟ ଓ ମୁରାନ ଠାରେ ଗୋଟିଏ ଗେଟ ଖୋଲା ରହିଛି। ବର୍ତ୍ତମାନ ଜଳଭଣ୍ଡାରର ଜଳପତ୍ତନ ୬୩୯.୯୪ ମିଟର ରହିଛି। ଜଳଭଣ୍ଡାର ମଧ୍ୟକୁ  ପ୍ରତି ସେକେଣ୍ଡରେ ୭୫.୯୫ ଘନମିଟର ଜଳ ପ୍ରବେଶ କରୁଥିବା ବେଳେ ୫୫୭.୨୮ ଘନ ମିଟର ଜଳ ନିଷ୍କାସିତ ହେଉଛି।

ହାଡ଼ିଗୁଡ଼ା ମୁଖ୍ୟ ରାସ୍ତା ଶୋଚନୀୟ

ହାଡ଼ିଗୁଡ଼ା ମୁଖ୍ୟ ରାସ୍ତା ଶୋଚନୀୟ

ଟିକିରି,୨୦।୮

ରାୟଗଡ଼ା ଜିଲା କାଶୀପୁର ବ୍ଲକ ହାଡ଼ିଗୁଡ଼ା ପଞ୍ଚାୟତ ସଦର ମୁଖ୍ୟ ରାସ୍ତା ଶୋଚନୀୟ ହୋଇପଡ଼ିଛି । ବର୍ଷା ଦିନେ ଏହି ରାସ୍ତାରେ ଯିବାଆସିବା କରିବା କଷ୍ଟକର । ନିକଟରେ ଉତ୍କଳ ଆଲୁମିନା କମ୍ପାନୀ ରହିଛି । ଦୀର୍ଘ ବର୍ଷ ହେଲାଣି ଏହି ରାସ୍ତାକୁ କମ୍ପାନୀ   ନା ଜିଲା ପ୍ରଶାସନ କେହି ମରାମତି କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଯାହା ଦ୍ୱାରା ହାଡ଼ିଗୁଡ଼ା ପଞ୍ଚାୟତର ହଜାର ହଜାର ଲୋକଯିବା ଆସିବା କରିବାରେ ଅସୁବିଧା ଭୋଗୁଛନ୍ତି।

କାମରେ ଲାଗୁନି ଜେନେରେଟର: ହନ୍ତସନ୍ତ ହେଉଛନ୍ତି ରୋଗୀ

କାମରେ ଲାଗୁନି ଜେନେରେଟର: ହନ୍ତସନ୍ତ ହେଉଛନ୍ତି ରୋଗୀ

ରାୟଗଡା ଅଫିସ୍‌, ୨୦।୮

ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ନୂତନ ୫ ତାଲା ବିଶିଷ୍ଟ କୋଠା ୩୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି। ରୋଗୀଙ୍କ ସୁବିଧା ନିମନ୍ତେ ଉକ୍ତ କୋଠା ଉଦ୍‌ଘାଟନର ଦୀର୍ଘ ୨ବର୍ଷ ପରେ ଅର୍ଥାତ୍‌ ୧ମାସ ପୂର୍ବେ ୨ଟି ଜେନେରେଟର ଚିକିତ୍ସାଳୟ ପାଇଁ କିଣାଗଲା । ୨୪ଲକ୍ଷ ଟଙ୍କା ବ୍ୟୟରେ ୧୨୫ ୱାଟ ବିଶିଷ୍ଟ ୨ଟି ଜେନେରେଟର କିଣାଯାଇଥିଲା । ହେଲେ ସେଗୁଡିକ ବ୍ୟବହାର କରା ନ ଯାଇ ପକାଇ ରଖାଯାଇଛି ।  କୌଣସି ଗୋଟିଏ ମଧ୍ୟ ଜେନେରେଟର କାର୍ଯ୍ୟରେ ଲାଗୁନାହିଁ। 

ଦୁଇ ଦିନିଆ ରାଜଯୋଗ ଶିବିର

ଦୁଇ ଦିନିଆ ରାଜଯୋଗ ଶିବିର

ରାୟଗଡା ଅଫିସ୍‌, ୨୦।୮:  ସ୍ଥାନୀୟ କୃଷ୍ଣଚନ୍ଦ୍ର ନଗର ଭବନ ଠାରେ ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ରାୟଗଡା ତରଫରୁ ଏକ ଜିଲାସ୍ତରୀୟ ରାଜଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ପ୍ରଶିକ୍ଷଣ ଦେବାପାଇଁ ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଅନ୍ତଃରାଷ୍ଟ୍ରୀୟ କାର୍ଯ୍ୟାଳୟ ମାଉଣ୍ଟଆବୁରୁ ବରିଷ୍ଠ ରାଜଯୋଗ ଶିକ୍ଷକ ରାଜଯୋଗୀ ବ୍ରହ୍ମାକୁମାର ଭଗବାନ ଭରି ଆସିଛନ୍ତି । ସ୍ବପରିବର୍ତ୍ତନ ଦ୍ୱାରା ବିଶ୍ୱରେ ପରିବର୍ତ୍ତନ ଆଣି କିଭଳି ଭାବେ ସମାଜରେ ସୁଖ ଶାନ୍ତି ଆସିପାରିବ ତାହା ଶିକ୍ଷା ଦେଉଛନ୍ତି ।

ଛାତ୍ରୀଛାତ୍ରଙ୍କୁ ମିଳୁନି ପାଠ୍ୟପୁସ୍ତକ

ଛାତ୍ରୀଛାତ୍ରଙ୍କୁ ମିଳୁନି ପାଠ୍ୟପୁସ୍ତକ

କୋଷାଗୁମୁଡା,୧୯।୮(ଡି.ଏନ.ଏ): ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକରେ ଥିବା ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ପାଠ୍ୟ ପୁସ୍ତକ ମିଳି ଥିବାରୁ ପାଠ ପଢା ବ୍ୟାହତ ହେଉଛି। ଏହାକୁ ନେଇ  ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ପାଠ୍ୟବର୍ଷର ୩ ମାସ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପିଲାମାନଙ୍କୁ ବହି ଯୋଗାଇ ଦିଆଯାଉ ନାହିଁ। 

ଉତ୍ତରପ୍ରଦେଶରୁ ନବରଙ୍ଗପୁର ପହଞ୍ଚିଲା ଇଭିଏମ

ଉତ୍ତରପ୍ରଦେଶରୁ ନବରଙ୍ଗପୁର ପହଞ୍ଚିଲା ଇଭିଏମ

ନବରଙ୍ଗପୁର,୨୦।୮(ବି.ପ୍ର.)

ଆଗାମୀ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଜିଲାକୁ ଉତ୍ତର ପ୍ରଦେଶର ୩ଟି ସ୍ଥାନରୁ ବାଲାଟ ୟୁନିଟ ଇଭିଏମ ୨୪୭୦ ଟି ଏବଂ  କଣ୍ଟ୍ରୋଲ ୟୁନିଟ ଇଭିଏମ ୨୪୬୬ଟି ସୁରକ୍ଷା ବଳୟରେ ଆସି ପହଞ୍ଚିଛି । ନବରଙ୍ଗପୁର ନିୟନ୍ତ୍ରୀତ ବଜାର କମିଟି ଗୋଦାମଗୃହ ଏଗୁଡିକ ସୁରକ୍ଷିତ ଭାବେ ରଖା ଯାଇଛି । ଉମରକୋଟ ତହସିଲଦାର ଧର୍ମରାଜ ମାଝୀ ଓ ରାଇଘର ତହସିଲଦାର ହଳଧର ଶବର ଗରଖପୁର, ମୁର୍ଦ୍ଦଶାବାଦ, ସମ୍ବଲ ଜିଲାରୁ ଇଭିଏମ ଗୁଡିକ କିଭଳି ସୁରକ୍ଷିତ ସହ ପହଞ୍ଚିବ ସେହି ଦାୟିତ୍ୱରେ ପ୍ରଶାସନ ପକ୍ଷରୁ ପଠାଯାଇଥିଲା ।

ସ୍ବାଧୀନତାର ସ୍ବାଦ ବାରିନାହାନ୍ତି ଦଲସରଗି ଗ୍ରାମବାସୀ:ଗାଁରେ ଆଜି ଯାଏଁ ଉଡିନି ଜାତୀୟ ପତାକା

ସ୍ବାଧୀନତାର ସ୍ବାଦ ବାରିନାହାନ୍ତି ଦଲସରଗି ଗ୍ରାମବାସୀ:ଗାଁରେ ଆଜି ଯାଏଁ ଉଡିନି ଜାତୀୟ ପତାକା

ଉମରକୋଟ, ୨୦।୮(ଡି.ଏନ.ଏ)
ସାରା ଭାରତ ବର୍ଷରେ ସ୍ବାଧୀନତା ଦିବସ ବହୁ ଆଡମ୍ବରରେ ପାଳନ କରାଯାଇଥାଏ। ଉତ୍ସବମୁଖର ହୋଇ ଉଠିଥାଏ ପଲ୍ଲୀରୁ ସହର ପର୍ଯ୍ୟନ୍ତ। କିନ୍ତୁ ଏଭଳି ଏକ ଗାଁ ଅଛି ଯେଉଁଠି ଲୋକେ ଆଜିଯାଏଁ ଜାଣି ନାହାନ୍ତି ସ୍ବାଧୀନତା ଦିବସ କଣ। ଏପରିକି ଉକ୍ତ ଗାଁରେ ଆଜିଯାଏଁ ଜାତୀୟ ପତାକା ଉଡି ନାହିଁ। ଏହିପରି ଏକ ଗ୍ରାମ ହେଉଛି  ନବରଙ୍ଗପୁର ଜିଲା ଉମରକୋଟ ବ୍ଲକର ଚହରା ପଞ୍ଚାୟତର ଦଲସରଗୀ ଗାଁ। ନବରଙ୍ଗପୁର ଜିଲା ବିଭିନ୍ନ ପ୍ରାନ୍ତରୁ ଆସିଥିବା ଆଦିବାସୀ ସଂପ୍ରଦାୟର ପ୍ରାୟ ୩୦ଟି ପରିବାରର ପ୍ରାୟ ୨୦୦ଜଣ ଏହି ଗ୍ରାମରେ ବସବାସ କରନ୍ତି । 

ମରାମତିରେ ମାଓବାଦୀ ସାଜିଛନ୍ତି ବାଧକ

ମାଲକାନଗିରି, ୨୦।୮(ଡି.ଏନ.ଏ) 
 
ମାଲକାନଗିରି ଜିଲାରେ ପୁଣି ମାଓବାଦୀମାନେ ବିକାଶ କାର୍ଯ୍ୟରେ ବାଧକ ସାଜିଛନ୍ତି ।  ମାଥିଲି ପଞ୍ଚାୟତ ଅନ୍ତର୍ଗତ ଟେମୁରୁପାଲ ନିକଟରେ ମାଓବାଦୀମାନେ ଗତ ୧୪ ତାରିଖରେ ରାସ୍ତା ଖୋଳି ସମ୍ପୂର୍ଣ୍ଣ ଭାବେ ନଷ୍ଟ କରି ଦେଇଥିଲେ। ଶନିବାର ଏହି ରାସ୍ତାର ପୁନରୁଦ୍ଧାର ଲାଗି ଯାଇଥିବା ଯନ୍ତ୍ରୀ ଓ ଠିକାଦାରଙ୍କୁ ପରୋକ୍ଷ ଭାବେ କାର୍ଯ୍ୟ ବନ୍ଦ କରିବାକୁ ଧମକ ଚମକ ଦେଇଥିଲେ। ଫଳରେ ଅଧାରୁ ଯନ୍ତ୍ରୀ ଓ ଠିକାଦାର କାମ ବନ୍ଦ କରି ଚାଲି ଆସିଥିଲେ। ଏଥିଯୋଗୁ ଟେମୁରୁପାଲି ପଞ୍ଚାୟତକୁ ଯୋଗାଯୋଗ ସମ୍ପର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣଙ୍କ ଯାତାୟାତ ଠପ୍‌ ହୋଇଯାଇଛି । ତେବେ ମାଓବାଦୀମାନେ ପୂର୍ବରୁ ଏହି ରାସ୍ତା କାମକୁ ବିରୋଧ କରି ଠିକା କ୍ୟାମ୍ପରେ ଆକ୍ରମଣ, ଗାଡି ଜଳାପୋଡା କରିଥିଲେ ।