ରାୟଗଡା

ବସ୍‌ ଧକ୍କାରେ ଶିଶୁକନ୍ୟା ମୃତ

ବସ୍‌ ଧକ୍କାରେ ଶିଶୁକନ୍ୟା ମୃତ
ମାଲକାନଗିରି, ୬।୨(ସ୍ବ.ପ୍ର.)- ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସଦର ପଞ୍ଚାୟତ ଛକ ନିକଟରେ ଏକ ବସ୍‌ ଦୁର୍ଘଟଣାରେ ଜଣେ ଦେଢବର୍ଷର ଶିଶୁର ମୃତ୍ୟୁ ଘଟିଛି। ଗରଗୁରାଇ ଗ୍ରାମର କୁମୁଦୁ ଶୁକ୍ତି ତାଙ୍କ ସ୍ତ୍ରୀ ଓ ଶିଶୁ କନ୍ୟା ସହ ଆଧାରକାର୍ଡ କରିବା ଲାଗି ଚିତ୍ରକୋଣ୍ଡା ଆସିଥିଲେ। କାମ ସାରି ଅପରାହ୍ନରେ ବସ୍‌କୁ ଅପକ୍ଷା କରିଥିବା ବେଳେ ଇନ୍ଦ୍ରାବତୀରୁ ଚିତ୍ରକୋଣ୍ଡାକୁ ଆସୁଥିବା ଏକ ଘରୋଇ ବସ୍‌ ଶିଶୁ କନ୍ୟାଟିକୁ ଧକ୍କା ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଚିତ୍ରକୋଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
All Right Reserved By

ରାୟଗଡା

ସମସ୍ୟା ନେଇ ଏକାଠି ହେଲେ ୧୦ ଖଣ୍ଡ ଗ୍ରାମବାସୀ

ସମସ୍ୟା ନେଇ ଏକାଠି ହେଲେ ୧୦ ଖଣ୍ଡ ଗ୍ରାମବାସୀ

ପଟ୍ଟାଙ୍ଗି,୧୯ା୮(ଡି.ଏନ୍‌.ଏ.): ପଟ୍ଟାଙ୍ଗି ବ୍ଲକ ରାଲେଗଡ଼ା ଓ ସୁଙ୍କି ଦୁଇ ପଞ୍ଚାୟତ ଅଧୀନସ୍ଥ ବିଭିନ୍ନ ଗ୍ରାମରେ ରହିଥିବା ସମସ୍ୟାକୁ ନେଇ ମାଡାବାଲସା ଗ୍ରାମର ନାଗେଶ ତାମାଲଙ୍କ ଆହ୍ବାନ କ୍ରମେ ୧୦ ଖଣ୍ଡ ଗ୍ରାମବାସୀ ଏକାଠି ହୋଇଛନ୍ତି।

ଚଳିତ ବର୍ଷା: କୋରାପୁଟ ଜିଲାରେ ଭାଙ୍ଗିଛି ୬୮୫ ଘର

ଚଳିତ ବର୍ଷା: କୋରାପୁଟ ଜିଲାରେ ଭାଙ୍ଗିଛି ୬୮୫ ଘର

କୋରାପୁଟ,୧୯ା୮(ସ୍ବ.ପ୍ର.): କୋରାପୁଟ ଜିଲାରେ ଚଳିତ ବର୍ଷାରେ ମୋଟ ୬୮୫ଟି ଘର ଭାଙ୍ଗିଥିବା ଜଣାପଡ଼ିଛି। 

କୁନ୍ଦୁଲି ମାମଲା: ଆଜି ପକ୍ଷ ରଖିବେ କଟକ ଡାକ୍ତର

କୁନ୍ଦୁଲି ମାମଲା: ଆଜି ପକ୍ଷ ରଖିବେ କଟକ ଡାକ୍ତର

ଜୟପୁର,୧୯ା୮(ନି.ପ୍ର.): କୁନ୍ଦୁଲି ଗଣବଳାତ୍କାର ଓ ଆତ୍ମହତ୍ୟା ମାମଲାରେ ସମସ୍ତ ସାକ୍ଷ୍ୟର ଶେଷ ପର୍ଯ୍ୟାୟ ଶନିବାର ଶେଷ ହେବ। ଜୟପୁର ଜିଲା କୋର୍ଟରେ ତଦନ୍ତ କମିଶନ ମୁଖ୍ୟ ବିଦ୍ୟୁତ କୁମାର ମିଶ୍ରଙ୍କ ନିକଟରେ ଡାକ୍ତର ପ୍ରଭାତ କୁମାର ପାଢୀ ପକ୍ଷ ରଖିବେ ା 

ଆବାସ ଗୃହରୁ ବଞ୍ଚତ୍ତ ମହିଳାଙ୍କ ଭଙ୍ଗା କୁଡ଼ିଆରେ କଟୁଛି ଦିନ

ଆବାସ ଗୃହରୁ ବଞ୍ଚତ୍ତ ମହିଳାଙ୍କ ଭଙ୍ଗା କୁଡ଼ିଆରେ କଟୁଛି ଦିନ

ଚନ୍ଦ୍ରପୁର,୧୯ା୮(ଡ଼ି.ଏନ.ଏ)- ରାୟଗଡା ଜିଲା ଚନ୍ଦ୍ରପୁର ବ୍ଲକର ଡାଙ୍ଗସୋରଡା ପଞ୍ଚାୟତର ମୁଖ୍ୟସାହିର ନରହରି ଦଳପତିଙ୍କ ସ୍ତ୍ରୀ  ନୟନୀ ଦଳପତି।

ଗଜପତି ଏସ୍‌ପିଙ୍କ ଗାଡ଼ିକୁ ଧକ୍କା ଦେଲା ଭ୍ୟାନ

ଗଜପତି ଏସ୍‌ପିଙ୍କ ଗାଡ଼ିକୁ ଧକ୍କା ଦେଲା ଭ୍ୟାନ

ପାରଳାଖେମୁଣ୍ଡି, ୧୮।୮(ସ୍ବ.ପ୍ର.)-ଗଜପତି ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ଅମୂଲ୍ୟ କୁମାର ଦାସଙ୍କ ଗାଡ଼ିକୁ ଶନିବାର ଗାରାବନ୍ଧ ଥାନା ଅଧୀନ ପିଲୁରୁ ଗ୍ରାମ ନିକଟରେ ଏକ ମାକ୍ସ ପିକ୍‌ଅପ୍‌ ଭ୍ୟାନ ଧକ୍କା ଦେଇଛି। ଫଳରେ ଉଭୟ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ତେବେ ଆରକ୍ଷୀ ଅଧୀକ୍ଷକ ଦାସ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ପରଟା ନାଳ ଉପରେ ନିର୍ମାଣ ହେଲା କାଠପୋଲ

ପରଟା ନାଳ ଉପରେ ନିର୍ମାଣ ହେଲା କାଠପୋଲ

ଦଶମନ୍ତପୁର, ୧୮।୮ (ଡି.ଏନ୍‌.ଏ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଥୁବା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପରଟା ଗ୍ରାମ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ରାସ୍ତା ଲଗାଣ ବର୍ଷାରେ ଧୋଇ ହୋଇଯାଇଛି। ରାସ୍ତା ଉନ୍ନୟନ ବିଭାଗ କନିଷ୍ଠଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତିଙ୍କ ସମେତ ଅଧିକାରୀମାନେ ରାସ୍ତାରେ ସୃଷ୍ଟି ହୋଇଥିବା ବିରାଟ ଘାଇ ସ୍ଥାନରେ ଏକ ଅସ୍ଥାୟୀ କାଠପୋଲ ନିର୍ମାଣ କରାଇଛନ୍ତି।

 ସ୍କୁଲ ଯିବା ପାଇଁ ପିଲାଙ୍କୁ ପାରିହେବାକୁ ପଡ଼େ ୩ ନଦୀ

ସ୍କୁଲ ଯିବା ପାଇଁ ପିଲାଙ୍କୁ ପାରିହେବାକୁ ପଡ଼େ ୩ ନଦୀ

ଦଶମନ୍ତପୁର, ୧୮।୮(ଡି.ଏନ.ଏ.)- କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଚିକାମ୍ବ ଗ୍ରାମ ପଞ୍ଚାୟତ ଅଧୀନ ଉପର ଗଦଲା ବିଦ୍ୟାଳୟକୁ ପଢିବା ପାଇଁ ଯିବାକୁ ୩ଟି ନଦୀ ବୋର୍ଲି ଯୋଡ଼ି, ଟୋଭାବ ଟୋଡ଼ି, ଓ ବାଗଜାରୀ ଝୋଲା ପାରିହେବାକୁ ପଡୁଛି। ଜାମୁର ଗ୍ରାମର ପିଲାମାନେ ବଡ କଷ୍ଟରେ ବିପଦସଙ୍କୁଳ ଅବସ୍ଥାରେ ନଦୀ ପାରି ହୋଇଥାନ୍ତି।

ଥମୁନି ଡେଙ୍ଗୁ: ମୃତ୍ୟୁ ସଂଖ୍ୟା ୫ ଛୁଇଁଲା

ଥମୁନି ଡେଙ୍ଗୁ: ମୃତ୍ୟୁ ସଂଖ୍ୟା ୫ ଛୁଇଁଲା

କାଶୀନଗର, ୧୮।୮(ଡି.ଏନ.ଏ.): ଗଜପତି ଜିଲା କାଶୀନଗର ବ୍ଲକରେ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ପ୍ରଶାସନ ପକ୍ଷରୁ ନିରାକରଣ ବ୍ୟବସ୍ଥା ଓ ସଚେତନତା କାର୍ଯ୍ୟକ୍ରମ ସତ୍ତ୍ୱେ ଏହା ଥମିବାର ନାଁ ଧରୁନାହିଁ। ସିଙ୍ଗିପୁର ଓ ସିଧାମଡଙ୍ଗ ଗ୍ରାମର ୪ଜଣ ପୂର୍ବରୁ ଡେଙ୍ଗୁରେ ପ୍ରାଣ ହରାଇଥିବା ବେଳେ ଏବେ ଆଉ ଜଣଙ୍କ ମୃତ୍ୟୁ ଘଟିଛି।

ମନ୍ଦିର ପାର୍ଶ୍ୱରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ମନ୍ଦିର ପାର୍ଶ୍ୱରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ରାୟଗଡ, ୧୮।୮(ଡି.ଏନ.ଏ.)-ଗଜପତି ଜିଲା ରାୟଗଡ ବ୍ଲକ ସଦରସ୍ଥ ଜଗନ୍ନାଥ ମନ୍ଦିର ପାର୍ଶ୍ୱରୁ ଶନିବାର ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଲୋକେ ସକାଳୁ ଶିଶୁଟିର କ୍ରନ୍ଦନ ଶୁଣି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ଶିଶୁଟିକୁ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲା।

ସିନ୍ଧିବନ୍ଧରେ ପାଣି ବିପଦସଙ୍କେତ ଉପରେ: ୩୦ ଗଁ। ବାସିନ୍ଦା  ଭୟଭୀତ

ସିନ୍ଧିବନ୍ଧରେ ପାଣି ବିପଦସଙ୍କେତ ଉପରେ: ୩୦ ଗଁ। ବାସିନ୍ଦା ଭୟଭୀତ

ପାପଡାହାଣ୍ଡି, ୧୮।୮,(ଡି.ଏନ୍‌.ଏ)-ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ସଦରମହକୁମା ବସଷ୍ଟାଣ୍ଡ ନିକଟସ୍ଥ ଶହେ ବର୍ଷର ପୁରୁଣା ସିନ୍ଧିବନ୍ଧର ଗୋଟିଏ ପାର୍ଶ୍ୱ ହିଡ଼ ଭାଙ୍ଗିବା ନେଇ ଲୋକେ ଭୟଭୀତ ଅଛନ୍ତି । ଲଗାଣ ବର୍ଷା ଓ ସ୍ଥାନୀୟ ଜଙ୍ଗଲର ପାଣି ପଶି ବନ୍ଧର ଜଳସ୍ତର ବିପଦସଙ୍କେତ ଉପରେ ରହିଛି ।

ଯୁକ୍ତ ୨ ବିଜ୍ଞାନ ମାଧ୍ୟମିକ ବିଦ୍ୟାଳୟ ଉଦଘାଟିତ

ଯୁକ୍ତ ୨ ବିଜ୍ଞାନ ମାଧ୍ୟମିକ ବିଦ୍ୟାଳୟ ଉଦଘାଟିତ

ନବରଙ୍ଗପୁର,୧୮।୮(ବି.ପ୍ର.)-ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ ଅଧିନ କର୍ଚ୍ଚାମାଳଠାରେ ଅନୁସୂଚିତ ଜାତି ଓ ଜନଜାତି ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଯୁକ୍ତ ୨ ବିଜ୍ଞାନ ମାଧ୍ୟମିକ ବିଦ୍ୟାଳୟ,  ୧୨୦ ଶର୍ଯ୍ୟା ବିଶିଷ୍ଟ ବାଳିକା, ବାଳକ ଦୁଇଟି  ହଷ୍ଟେଲ ଓ ୪ଟି ଷ୍ଠାଫ କ୍ୱାଟରର୍ସ, କମନରୁମ ଉଦଘାଟିତ ହୋଇଯାଇଛି । 

ଅସହାୟଙ୍କୁ ସହଯୋଗର ହାତ ବଢାଇଲେ ଯୁବଗୋଷ୍ଠୀ

ଅସହାୟଙ୍କୁ ସହଯୋଗର ହାତ ବଢାଇଲେ ଯୁବଗୋଷ୍ଠୀ

ପଦ୍ମପୁର,୧୮।୮(ଡ଼ି.ଏନ.ଏ)-ରାୟଗଡା ଜିଲାର ପଦ୍ମପୁର ଅଞ୍ଚଳର ଯୁବକମାନେ ଅସହାୟମାନଙ୍କୁ ସାହାଯ୍ୟ ସହଯୋଗ କରିବା ନେଇ ଏକ ସଂଘ ଗଠନ କରିଛନ୍ତି ।   ଅସହାୟ ଓ ନିଷ୍ପେସିତ ବ୍ୟକ୍ତିଙ୍କୁ ବିନା ସ୍ବାର୍ଥରେ ସେବା କରିବା ନିମନ୍ତେ ଗଠନ କରିଥିବା ଏହି ସଂଘର ନାମ ରଖିଛନ୍ତି  ଅସହାୟ ସେବା ସଂଘ ।