Dharitri News
ରାୟଗଡା

ଜାଲ୍‌ ପ୍ରମାଣପତ୍ର ଦେଇ ଚାକିରି ମହଙ୍ଗା ପଡ଼ିଲା:ଉପଲଡ଼ା ପ୍ରାଥମିକ ସ୍କୁଲର ଶିକ୍ଷୟିତ୍ରୀ ଗିରଫ

ପାରଳାଖେମୁଣ୍ଡି, ୬।୨(ସ୍ବ.ପ୍ର.)- ଜାଲ୍‌ ପ୍ରମାଣପତ୍ର ଦେଇ ଚାକିରି କରିବା ଜଣେ ଶିକ୍ଷୟିତ୍ରୀଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସର ଖୋଳତାଡ ପରେ ସତ ଜଣାପଡ଼ିବାରୁ ମଙ୍ଗଳବାର ତାଙ୍କୁ ଗିରଫ କରାଯାଇଛି। ସେ ହେଲେ ଗଜପତି ଜିଲା ଗୋଷାଣୀ ବ୍ଲକ ଅଧୀନ ଉପଲଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଲାବଣ୍ୟ କୁମାରୀ ପାଢୀ(୪୧)। ତାଙ୍କ ଘର ପାରଳାଖେମୁଣ୍ଡି ସହରସ୍ଥ ସଞ୍ଜୟ ଗାନ୍ଧି କଲୋନୀରେ। ମଙ୍ଗଳବାର ଏଠାରେ ପୋଲିସ ପକ୍ଷରୁ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ଠାକୁର ପ୍ରସାଦ ପାତ୍ର ଏହି ସୂଚନା ଦେଇଛନ୍ତି। ଘଟଣାରୁ ପ୍ରକାଶ ଯେ, ପ୍ରଭାକର ପଣ୍ଡାଙ୍କ ସ୍ତ୍ରୀ ଲାବଣ୍ୟ କୁମାରୀ ପାଢୀ ୧୯୯୩ ମସିହାରେ ପାରଳାଖେମୁଣ୍ଡି ସହରସ୍ଥ ମହାରାଜା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ୧୦ମ ଶ୍ରେଣୀରେ ପଢୁଥିଲେ। ସେ ପ୍ରଥମେ ମାଟ୍ରିକ ପରୀକ୍ଷାରେ ଫେଲ ହୋଇଥିଲେ। ପରେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇ ଖୁବ୍‌ କମ୍‌ ନମ୍ବର ରଖି ପାସ୍‌ କରିଥିଲେ। ତେବେ ସରକାରୀ ଚାକିରି ଆଶାରେ ସେତେବେଳେ ଉକ୍ତ ମାର୍କଶିଟକୁ ଜାଲିଆତି କରି ସେଥିରେ ନମ୍ବର ବଢାଇ ଦେଇଥିଲେ। ଏହି ମାର୍କଶିଟ୍‌ ଦାଖଲ କରି ସେ ଗଞ୍ଜାମ ଜିଲାର ଖଲ୍ଲିକୋଟ ସ୍ଥିତ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରରେ ସିଟି ଟ୍ରେନିଂ ନେଇଥିଲେ। ଏହାପରେ ତାଙ୍କୁ ଶିକ୍ଷୟିତ୍ରୀ ଚାକିରି ମିଳିଥିଲା। ସେ ପ୍ରାୟ ୧୫ବର୍ଷ ହେବ ଶିକ୍ଷକତା କରିଆସିଛନ୍ତି। ଏବେ ଉପଲଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ରହିଛନ୍ତି। ତାଙ୍କ ଜାଲିଆତି ସମ୍ପର୍କରେ ଭଗବାନ ପଣ୍ଡା ନାମକ ସୂଚନା ଅଧିକାର କର୍ମୀ କୌଣସି ସୂତ୍ରରୁ ଖବର ପାଇ ପ୍ରକୃତ ତଥ୍ୟ ହାସଲ ନିମନ୍ତେ ପ୍ରଶାସନ ନିକଟରେ ଆବେଦନ କରିଥିଲେ। ସୂଚନା ଅଧିକାର ଆଇନ ବଳରେ ସେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଜାଲ ପ୍ରମାଣପତ୍ର ଦ୍ୱାରା ଚାକିରି କରିଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ପାରଳାଖେମୁଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏସ୍‌ଆଇ ତଥା ତଦନ୍ତକାରୀ ଅଧିକାରୀ ବନମାଳି ବାରିକ କେସ୍‌ ନଂ. ୨୭/୧୮ ରୁଜୁ କରି ଘଟଣାର ଅନୁସନ୍ଧାନ ଚଳାଇଥିଲେ। ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଥିବାରୁ ଶିକ୍ଷୟିତ୍ରୀ ପାଢୀଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ବୋଲି ଏସ୍‌ଡିପିଓ ପାତ୍ର କହିଛନ୍ତି। ଉକ୍ତ ଖବରଦାତା ସମ୍ମିଳନୀରେ ପାରଳାଖେମୁଣ୍ଡି ଥାନାଧିକାରୀ ବାବୁଲି ନାୟକ ଏବଂ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ଅପରପକ୍ଷେ ଏ ନେଇ ଜିଲା ଶିକ୍ଷାଧିକାରୀ ସଞ୍ଜିବ କୁମାର ସିଂଙ୍କୁ ପଚାରିବାରେ କହିଛନ୍ତି ଯେ, ଗୋଷାଣି ବିଇଓଙ୍କୁ ରିପୋର୍ଟ ମଗାଯାଇଛି। ତାଙ୍କ ରିପୋର୍ଟ ମିଳିବା ପରେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ଚାକିରିରୁ ନିଲମ୍ବନ କରାଯିବା ସହ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ରାୟଗଡା

ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ

ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ

ସେମିଳିଗୁଡା, ୨୧।୨(ଡି.ଏନ୍‌.ଏ.)- କୋରାପୁଟ ଜିଲା ସୁନାବେଡା ମ୍ୟୁନିସ୍‌ପାଲିଟିରେ କାର୍ଯ୍ୟରତ କର୍ମଚାରୀ ଅର୍ଜୁନ ସେଠୀଙ୍କ ବାସଭବନରେ ମଙ୍ଗଳବାର ବିଳମ୍ବିତ ରାତିରେ ନିଆଁଲାଗି ସମସ୍ତ ଆସବାବପତ୍ର ପୋଡିଯାଇଛି। ଯାହାର ଆନୁମାଲିକ ମୁଲ୍ୟ ୭୦ ହଚାର ଟଙ୍କା ବୋଲି ଜଣାପଡିଛି।

କାଉନସିଲରଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି

କାଉନସିଲରଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି

ଜୟପୁର,୨୧।୨(ନି.ପ୍ର.)- ଘରେ କେହି ନ ଥିବାର ସୁଯୋଗ ନେଇ ମଙ୍ଗଳବାର ବିଳମ୍ବିତ ରାତିରେ ଜୟପୁର ପୌରାଞ୍ଚଳର ଓାର୍ଡ -ନଂ ୧ କାଉନସିଲର ଆରତି ମିଶ୍ରଙ୍କ ଘରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଚୋରି କରି ନେଇଛନ୍ତି। ଆରତିଙ୍କ ପଡୋଶୀଙ୍କଠାରୁ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅଜଣା ରୋଗରେ ପୀଡିତ ଶିଶୁ:ବୟସ ଅନୁସାରେ ବଢ଼ୁନି ନୟନୀଙ୍କ ଶରୀର

ଅଜଣା ରୋଗରେ ପୀଡିତ ଶିଶୁ:ବୟସ ଅନୁସାରେ ବଢ଼ୁନି ନୟନୀଙ୍କ ଶରୀର

ଜେକେପୁର, ୨୧।୨(ଡି.ଏନ୍‌.ଏ.) ଜେକେପୁରସ୍ଥିତ ଡାଙ୍ଗଲଡି ପଞ୍ଚାୟତ କୁଣ୍ଡମଗଁ।ର ବିଜୟ ପୁଲାକାଙ୍କ ଝିଅ ନୟନୀ ପୁଲାକାର । ବୟସ ୪ବର୍ଷ ୬ମାସ । ହେଲେ ଦେଖିବାକୁ ବର୍ଷକର ଶିଶୁ ପରି। ଅଜଣା ରୋଗରେ ପୀଡିତ ଏହି ଝିଅଟିର ଶରୀର ବୃଦ୍ଧି ହେଉନାହିଁ । ଫଳରେ ଶିଶୁଟି ଧୀରେ ଧୀରେ ବିକଳାଙ୍ଗ ହେବାକୁ ବସିଲାଣି ।

ଅଗ୍ନିଶମ ଆଇନକୁ ବେଖାତିର

ଅଗ୍ନିଶମ ଆଇନକୁ ବେଖାତିର

ରାୟଗଡା ଅଫିସ, ୨୧।୨ ରାୟଗଡା ଜିଲାର ପ୍ରମୁଖ ସହର ରାୟଗଡାରେ ସିନେମା ହଲ୍‌, ଆପାର୍ଟମେଣ୍ଟ, ହୋଟେଲ୍‌, ନର୍ସିଂ ହୋମ୍‌, କଲ୍ୟାଣମଣ୍ଡପ, ଛୋଟବଡ ଲଜ୍‌, ବହୁତାଲା ବିଶିଷ୍ଟ କୋଠା, ମାଲ ଗୋଦାମ ଗୃହ, କପା ମିଲ୍‌, ଶିଳ୍ପାନୁଷ୍ଠାନ, ଶପିଂ ମଲ ସମେତ ବହୁତାଲା ବିଶିଷ୍ଟ ଅନେକ କୋଠା ରହିଛି। ହେଲେ ଅଗ୍ନିଶମ ବିଭାଗର ସୁରକ୍ଷା ଅନୁମତି ନ ନେଇ ଏହି ପ୍ରତିଷ୍ଠାନଗୁଡିକ ଗଢ଼ି ଉଠୁଛି। କେହି ଜଣେ ବି ଅଗ୍ନି ସୁରକ୍ଷା ପ୍ରତି ଦୃଷ୍ଟି ଦେଉ ନାହାନ୍ତି । ସେମାନେ ଅଗ୍ନିଶମ ବିଭାଗଠାରୁ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ନେଇ ନ ଥିବା ବିଭାଗ ପକ୍ଷରୁ ଜଣାପଡିଛି।

ଇକୋକ୍ଲବ୍‌ ଅନୁଦାନ ପାଇ ନାହାନ୍ତି ୩୬ ସ୍କୁଲ

ମାଲକାନଗିରି, ୨୧।୨(ଡି.ଏନ୍‌.ଏ.) ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରୀଛାତ୍ରମାନେ ପରିବେଶ ସୁରକ୍ଷା ସମ୍ବନ୍ଧରେ ଜ୍ଞାନ ଆହରଣ କରିବା ସହ ଅନ୍ୟମାନଙ୍କୁ ଏ ଦିଗରେ ସଚେତନ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ କୋଟି କୋଟି ଟଙ୍କା ବ୍ୟୟ କରୁଛି। ଏଥିପାଇଁ ବିଭାଗ ପକ୍ଷରୁ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ସବୁଜ ବାହିନୀ ଇକୋ କ୍ଲବ ଗଠନ କରାଯାଇ କୋଟି କୋଟି ଟଙ୍କା ଦିଆଯାଉଛି। କିନ୍ତୁ ବ୍ୟାଙ୍କର ମନମୁଖି କାର୍ଯ୍ୟକଳାପ ଯୋଗୁ ଗତବର୍ଷ ମାଲକାନଗିରି ଜିଲାର ୩୬ଟି ବିଦ୍ୟାଳୟ ସବୁଜ ବାହିନୀକୁ ଟଙ୍କା ମିଳି ପାରିନାହିଁ। ଫଳରେ ଏଥିରେ ପଢୁଥିବା ଛାତ୍ରୀଛାତ୍ର ଇକୋ କ୍ଲବର କୌଣସି କାର୍ଯ୍ୟକ୍ରମରେ ସାମିଲ ହୋଇ ପାରିନାହାନ୍ତି।

୨୦୨୨ ସୁଦ୍ଧା ଜୟପୁର-ମାଲକାନଗିରି ରେଳଲାଇନ୍‌

୨୦୨୨ ସୁଦ୍ଧା ଜୟପୁର-ମାଲକାନଗିରି ରେଳଲାଇନ୍‌

ଭୁବନେଶ୍ୱର,୨୦।୨: ଜୟପୁର-ମାଲକାନଗିରି ମଧ୍ୟରେ ୧୩୦ କିମିର ନୂଆ ରେଳ ଲାଇନ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ମଙ୍ଗଳବାର ଏହି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛି। ଉକ୍ତ ପ୍ରକଳ୍ପ ୨୬୭୬.୧୧ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେବ। ୨୦୨୧-୨୨ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସ୍ଥାନୀୟ ରେଳ ସଦନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ବ୍ଲାଙ୍କ୍‌ ଚେକ୍‌ ଦେଇ ୮.୫୦ ଲକ୍ଷ ଠକେଇ

କୋରାପୁଟ,୨୦।୨(ସ୍ବ.ପ୍ର.) ଆନ୍ଧ୍ର ଠିକାଦାରଙ୍କଠାରୁ ୮ ଲକ୍ଷ ଟଙ୍କା ଲୁଟ ହେବା ନେଇ ସ୍ଥାନୀୟ ଟାଉନ ଥାନାରେ ଅଭିଯୋଗ ହେବା ପରେ ମଙ୍ଗଳବାର ପୋଲିସ ଏଥିରେ ଜଣକୁ ଗିରଫ କରିଛି। ଲୁଟ୍‌ ଘଟଣାର ମାଷ୍ଟର ମାଇଣ୍ଡ ଫେରାର ରହିଛନ୍ତି।

ଦୁର୍ଘଟଣାରେ ଗୁରୁତର ଥିବା ବ୍ୟକ୍ତିଙ୍କ ମୃତ୍ୟୁ

କୋରାପୁଟ,୨୦।୨(ସ୍ବ.ପ୍ର.): କୋରାପୁଟ ସଦର ଥାନା ମୁଜାଙ୍ଗ ଗ୍ରାମ ନିକଟରେ ବାଇକ ଦୁର୍ଘଟଣାରେ ଗୁରୁତର ହୋଇ କୋରାପୁଟ ମେଡିକାଲରେ ଚିକିସତ୍ତ ହେଉଥିବା ଯୁବକଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି ।

ମାତିଲେଣି ବାଇକ୍‌ ଲୁଟେରା: ଗୋଟିଏ ରାତିରେ ୨ ବାଇକ ଚୋରି

ବୈପାରୀଗୁଡ଼ା,୨୦।୨(ଡି.ଏନ୍‌.ଏ.) ବୈପାରୀଗୁଡା ଅଞ୍ଚଳରେ ବାଇକ୍‌ ଲୁଟେରା ସକ୍ରିୟ ହୋଇପଡିଛନ୍ତି। ସୋମବାର ରାତିରେ ୨ଟି ବାଇକ୍‌ ଚୋରି ହେବା ଘଟଣା ଅଞ୍ଚଳବାସୀଙ୍କ ଭିତରେ ଆତଙ୍କ ଖେଳାଇଛି।

କୋଟିଆରେ ପୁଣି ପଶିଲେ ଆନ୍ଧ୍ର ଅଧିକାରୀ: ଧୂଳିପଦରରେ ରାସ୍ତାକାମ ତଦାରଖ

କୋଟିଆରେ ପୁଣି ପଶିଲେ ଆନ୍ଧ୍ର ଅଧିକାରୀ: ଧୂଳିପଦରରେ ରାସ୍ତାକାମ ତଦାରଖ

କୋରାପୁଟ ଜିଲାର ବିବାଦୀୟ କୋଟିଆ ଗ୍ରାମପୁଞ୍ଜରୁ ମୋହ ଛାଡ଼ିପାରୁନି ଆନ୍ଧ୍ର। ସେଥିଲାଗି ବାରମ୍ବାର ଏ ଅଞ୍ଚଳରେ ଅନୁପ୍ରବେଶ କରୁଛନ୍ତି ଆନ୍ଧ୍ରର ଅଧିକାରୀ। ମଙ୍ଗଳବାର ଏହାର ସଦ୍ୟତମ ନମୁନା ଦୃଷ୍ଟିକୁ ଆସିଛି। ଆନ୍ଧ୍ରର ପିଏ ଆଇଟିଡିଏ ଓ ସିଡିଏମ୍‌ଓ କୋଟିଆରେ ସ୍ବାସ୍ଥ୍ୟ ଶିବିର ଓ ଭ୍ରାମ୍ୟମାଣ ସ୍ବାସ୍ଥ୍ୟଯାନର ଶୁଭାରମ୍ଭ କରି ସେଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଚାଲିଥିବା ଉନ୍ନୟନ କାର୍ଯ୍ୟକୁ ଏକପ୍ରକାର ଚ୍ୟାଲେଞ୍ଜ ଦେଇଛନ୍ତି।

ପ୍ରେମ ପରେ ପ୍ରତାରଣା : ନାବାଳିକା ଗର୍ଭବତୀ

ମାଥିଲି,୨୦।୨(ଡି.ଏନ.ଏ) - ଜୀବନ ସାଥି କରିବାକୁ ଭରସା ଦେଇଥିଲେ। କିନ୍ତୁ ପରିସ୍ଥିତି ବାଧ୍ୟ କରିଥିଲା ପ୍ରତିଜ୍ଞାରୁ ଓହରିଯିବାକୁ। ଏହା ପରେ ଭଲ ପାଇବାର ବିଶ୍ବାସ ସବୁ ଭାଙ୍ଗିଗଲା ।

ସମସ୍ୟାରେ ମାଝିଗୁଡ଼ା ପ୍ରାଥମିକ ବିଦ୍ୟାଳୟ

ସମସ୍ୟାରେ ମାଝିଗୁଡ଼ା ପ୍ରାଥମିକ ବିଦ୍ୟାଳୟ

ଧୋଡ୍ରା,୨୦।୨(ଡି.ଏନ୍‌.ଏ.)- ସର୍ବଶିକ୍ଷା ଅଭିଯାନର ବିଚିତ୍ର ନୀତି। ସ୍କୁଲରେ କେଉଁଠି ଶିକ୍ଷକ ଅଭାବ ତ କେଉଁଠି ଶ୍ରେଣୀଗୃହ ଅଭାବ ଲାଗି ରହିଛି। ଭିତ୍ତିଭୂମି ଅଭାବ ମଧ୍ୟରେ ଚାଲିଛି ଶିକ୍ଷାଦାନ।