ମେଟ୍ରୋ |

ବ୍ଲୁ ହ୍ବେଲ କବଳରୁ ଛାତ୍ର ଉଦ୍ଧାର

ବ୍ଲୁ ହ୍ବେଲ କବଳରୁ ଛାତ୍ର ଉଦ୍ଧାର

କଟକ ଅଫିସ, ୫।୯: ବ୍ଲୁ ହ୍ବେଲ କବଳରୁ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ମଙ୍ଗଳବାର କଟକ ମର୍କତନଗର ଥାନା ପୋଲିସ ଉଦ୍ଧାର କରିଛି। ତାଙ୍କ ଘର କେନ୍ଦୁଝର ଜିଲାରେ। ମର୍କତନଗର ଥାନା ସେକ୍ଟର ୧୦ ଅଞ୍ଚଳରେ ସେ ଭଡ଼ାଘର ନେଇ ରହୁଥିଲେ। ଏକ ଘରୋଇ ଇଞ୍ଜିନିୟରିଂ କଲେଜର ତୃତୀୟ ବର୍ଷର ଛାତ୍ର। କିଛି ଦିନ ହେବ ସେ ବିକାରଗସ୍ତ ରହୁଥିବା ତାଙ୍କର ଜଣେ ବନ୍ଧୁ ଜାଣିପାରିଥିଲେ। ହ୍ବାଟ୍ସଆପ୍‌ ପେଜ୍‌ରେ ବ୍ଲୁ ହ୍ବେଲ ଗେମ୍‌ର ଏକ ଫଟୋ ରଖିଥିବା ମଧ୍ୟ ଦେଖିବାକୁ ପାଇଥିଲେ। ଏ ନେଇ ସେ ପୋଲିସ କମିଶନରଙ୍କୁ ଟ୍ବିଟ କରିଥିଲେ। କଟକ ଡିସିପିଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଛାତ୍ରଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ଅଧିକ ତଦନ୍ତ ଜାରି ରହିଛି।

All Right Reserved By

ମେଟ୍ରୋ |

ନବନିଯୁକ୍ତ ସିଭିଲ ସର୍ଭିସ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୩ ‘ଟି’, ୩ ‘ଡି’ ମନ୍ତ୍ର

ନବନିଯୁକ୍ତ ସିଭିଲ ସର୍ଭିସ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୩ ‘ଟି’, ୩ ‘ଡି’ ମନ୍ତ୍ର

ଭୁବନେଶ୍ୱର, ୨୩।୬(ବ୍ୟୁରୋ)- ନବ ନିଯୁକ୍ତ ଓଡ଼ିଶା ସିଭିଲ ସେବା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶନିବାର ସୁଚନାଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ସିଭିଲ ସେବା ପରୀକ୍ଷା-୨୦୧୬ରେ କୃତିତ୍ୱ ହାସଲ କରିଥିବା ୧୪୫ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ।

ସରିଲା ଯୁକ୍ତ୨ ନାମଲେଖା ଆବେଦନ

ଭୁବନେଶ୍ୱର, ୨୩।୬(ବ୍ୟୁରୋ)- ଯୁକ୍ତ୨ ନାମଲେଖା ପାଇଁ ଶନିବାର ଆବେଦନ ପ୍ରକ୍ରିୟା ଶେଷ ହୋଇଛି। ରାଜ୍ୟର ୨ହଜାର ଯୁକ୍ତ୨ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ପାଇଁ ୪,୪୧,୬୦୧ ଛାତ୍ରୀଛାତ୍ର ନାମ ପଞ୍ଜୀକରଣ କରିଥିବାବେଳେ ୪୦୯,୫୬୭ ଜଣ ଅନଲାଇନରେ ଆବେଦନ କରିଛନ୍ତି।

ଖାଉଟି ସୁରକ୍ଷା କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର, ୨୩।୬(ବ୍ୟୁରୋ): ଖାଉଟି ଅଧିକାର ଉଲଂଘନ ହେଲେ ତାହାର ପ୍ରତିକାର ପାଇଁ ଆଇନରେ ସ୍ବତନ୍ତ୍ର ଖାଉଟି ଅଦାଲତର ବ୍ୟବସ୍ଥା କରାଯାଇଛି। ଉଚିତ ମୂଲ୍ୟରେ ଉତ୍ତମ ମାନର ଦ୍ରବ୍ୟ ଓ ସେବା ବଜାରରେ ଉପଲବ୍ଧ ହେବା ଖାଉଟିର ଆଇନଗତ ଅଧିକାର ରହିଛି।

ବିଷାକ୍ତ ଛତୁ ଖାଇ ୯ ଅସୁସ୍ଥ

ଖୋର୍ଦ୍ଧା ଅଫିସ, ୨୩।୬: ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ହଜ ପଞ୍ଚାୟତ ତଥା ଜଙ୍କିଆ ଥାନା ସିକୋଫାଣ୍ଡି ଅନ୍ତର୍ଗତ ନିଧିପୁର ଗ୍ରାମରେ ଶୁକ୍ରବାର ରାତିରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୯ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।

ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ମାନ୍ୟତା ନେଇ ବିଚାର ଚାଲିଛି: ପର୍ଯ୍ୟଟନ ମନ୍ତ୍ରୀ

ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ମାନ୍ୟତା ନେଇ ବିଚାର ଚାଲିଛି: ପର୍ଯ୍ୟଟନ ମନ୍ତ୍ରୀ

ଭୁବନେଶ୍ୱର,୨୩ା୬(ବ୍ୟୁରୋ): ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ମାନ୍ୟତା ଦେବା ନେଇ ବିଚାର ଚାଲିଥିବା ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି। ସେ କହିଛନ୍ତି ଯେ, ବନ୍ଦେ ଉତ୍କଳ ଜନନୀ ସଂଗୀତ ପ୍ରତି ସମସ୍ତଙ୍କର ଆନ୍ତରିକତା ରହିଛି। ବିଧାନସଭା ହେଉ କିମ୍ବା ଅନ୍ୟ କୌଣସି ସ୍ଥାନରେ ଏହା ଗାନ ହେବା ବେଳେ ସମସ୍ତେ ସମ୍ମାନ ଜଣାଇଥାନ୍ତି।

ବିବାହିତ ସତ୍ତ୍ୱେ ପ୍ରେମିକାଙ୍କ ବିବାହକୁ ସହିପାରିଲେନି ପ୍ରେମିକ

ବିବାହିତ ସତ୍ତ୍ୱେ ପ୍ରେମିକାଙ୍କ ବିବାହକୁ ସହିପାରିଲେନି ପ୍ରେମିକ

କଣ୍ଟାପଡା, ୨୩।୬(ଡି.ଏନ୍‌.ଏ.) କଟକ ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ କୂଳବ୍ରାହ୍ମଣସାଇଲୋ ଗ୍ରାମର ଜଣେ ବିବାହିତ ଯୁବକ ଶନିବାର କନ୍ଦଳନଦୀ ପଠାରେ ଥିବା ଏକ ଚାକୁଣ୍ଡା ଗଛରେ ରଶିଲଗାଇ ଅତ୍ମହତ୍ୟା କରିଛନ୍ତି।

ମଶାରି ଭିତରେ ଚନ୍ଦନ ବୋଡ଼ା: ଅଳ୍ପକେ ବର୍ତ୍ତିଲେ ମହିଳା

ମଶାରି ଭିତରେ ଚନ୍ଦନ ବୋଡ଼ା: ଅଳ୍ପକେ ବର୍ତ୍ତିଲେ ମହିଳା

ଭୁବନେଶ୍ୱର,୨୩ା୬(ବ୍ୟୁରୋ): ବାଙ୍କୀର ସାହାପଦା ପାଇକ ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ପୂର୍ଣ୍ଣ ରାଉତ ଘର ସାମ୍ନା ବାରଣ୍ଡାରେ ଉଝି ଦେଇ ମଶାରି ଟାଙ୍ଗି ଶୋଇଥିବା ବେଳେ ଭିତରକୁ ଏକ ଚନ୍ଦନ ବୋଡ଼ା ପଶିଯାଇଥିଲା।

ଖିଲାପକାରୀ କମ୍ପାନୀକୁ ଅନୁକମ୍ପା

ଖିଲାପକାରୀ କମ୍ପାନୀକୁ ଅନୁକମ୍ପା

ଭୁବନେଶ୍ୱର, ୨୩।୬(ବ୍ୟୁରୋ): ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ସହ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ରାଜ୍ୟବାସୀଙ୍କ ପାଇଁ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଏହା କୌଣସି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ନୁହେଁ, ବରଂ ଖୋଦ୍‌ ରାଜଧାନୀରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ହେଉଥିବା ନେଇ ଅସନ୍ତୋଷ ପ୍ରକାଶ ପାଉଛି। ମାତ୍ର ଶକ୍ତି ବିଭାଗ ଏସବୁ ସମସ୍ୟାର ସମାଧାନ ନ କରି ପୂର୍ବବତ୍‌ ବିଭିନ୍ନ ନିୟମ ଖିଲାପ କରିଥିବା ବିଦ୍ୟୁତ୍‌ ସଂଯୋଗୀକରଣ, ବଣ୍ଟନ ଏବଂ ଶୁଳ୍କ ଆଦାୟ ସଂସ୍ଥାକୁ ବିନା ଟେଣ୍ଡରରେ ଅନୁକମ୍ପା ପ୍ରଦାନ କରିଚାଲିଛି।

ବିମଳା ମନ୍ଦିର ହୁଣ୍ଡିରୁ ଚୋରି

ବିମଳା ମନ୍ଦିର ହୁଣ୍ଡିରୁ ଚୋରି

ପୁରୀ ଅଫିସ,୨୩ା୬ : ପୁରୀ ଗୋବର୍ଦ୍ଧନ ମଠସ୍ଥିତ ବିମଳା ମନ୍ଦିରରୁ ଚୋରି ହୋଇଥିବା ଶନିବାର ଗୋବର୍ଦ୍ଧନ ମଠ ପକ୍ଷରୁ ସମୁଦ୍ରକୂଳ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିର ବେଢ଼ାରେ ଥିବା ହୁଣ୍ଡି ତାଡି ଲକ୍ଷାଧିକ ଟଙ୍କା, ଦାନ ଦକ୍ଷିଣା ଆଦି ଚୋରିକରି ନେଇଛନ୍ତି।

ପିଲାଙ୍କ ପ୍ରତିଭା ବିକାଶ ହେଉଛି ସାଂସ୍କୃତିକ ମହୋତ୍ସବର ଲକ୍ଷ୍ୟ

ପିଲାଙ୍କ ପ୍ରତିଭା ବିକାଶ ହେଉଛି ସାଂସ୍କୃତିକ ମହୋତ୍ସବର ଲକ୍ଷ୍ୟ

ପୁରୀ ଅଫିସ,୨୩ା୬: ଶ୍ରୀଜଗନ୍ନାଥ ସାଂସ୍କୃତିକ ସଂସଦ ଆନୁକୂଲ୍ୟରେ ଶନିବାର ଠାରୁ ପୌର ସଦନଠାରେ ଆରମ୍ଭ ହୋଇଛି ବିଦ୍ୟାଳୟ ସ୍ତରୀୟ ସାଂସ୍କୃତିକ ମହୋତ୍ସବ। ଏହା ଦୁଇ ଦିନ ଧରି ଚାଲିବ। ନର୍ସରୀଠାରୁ ହାଇସ୍କୁଲ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆାୟୋଜନ କରାଯିବ।

ପରିଚାଳନା କମିଟି ବୈଠକ ଆରମ୍ଭ

ପରିଚାଳନା କମିଟି ବୈଠକ ଆରମ୍ଭ

ପୁରୀ ଅଫିସ,୨୩ା୬: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶନିବାର ଆରମ୍ଭ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇବା ସମ୍ଭାବନା ରହିଛି।

ଠିକାଦାରଙ୍କ ମନମୁଖୀ କାର୍ଯ୍ୟ: ପାଣିରେ ପଡ଼ିବ ୮ଲକ୍ଷ ଟଙ୍କା

ଠିକାଦାରଙ୍କ ମନମୁଖୀ କାର୍ଯ୍ୟ: ପାଣିରେ ପଡ଼ିବ ୮ଲକ୍ଷ ଟଙ୍କା

କାଳିଆପାଣି,୨୩।୬(ଡିଏନଏ)- ଖଣି ଅଞ୍ଚଳର ବିକାଶ ପାଇଁ ଜିଲା ଖଣିଜ ସମ୍ପଦ ପାଣ୍ଠିରେ ନିର୍ମାଣ ହେଉଛି ଘାଗିଆସାହିଠାରୁ ଚିରୁଗୁଣିଆଁ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା। ମାତ୍ର ଏହି ରାସ୍ତା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର କରାଯାଉଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Model This Week

ପ୍ରଭାତ