Dharitri News
ଖେଳ |

ମଣିପୁରକୁ ହରାଇ କ୍ବାର୍ଟରରେ ଓଡ଼ିଶା

କଟକ ଅଫିସ, ୬ା୨- କାନପୁର ଠାରେ ମଙ୍ଗଳବାର ଖେଳାଯାଇଥିବା ୨୩ବର୍ଷରୁ କମ୍‌ ଏକ ଦିବସୀୟ କ୍ରିକେଟ ଟୁର୍ନାମେଣ୍ଟର ମଣିପୁର ବିପକ୍ଷ ପ୍ରି-କ୍ବାର୍ଟର ଫାଇନାଲ ମ୍ୟାଚ୍‌ରେ ଓଡ଼ିଶା ବିଜୟୀ ହୋଇ କ୍ବାର୍ଟର ରାଉଣ୍ଡରେ ପ୍ରବେଶ କରିଛି। ଏହି ମ୍ୟାଚ୍‌କୁ ଓଡ଼ିଶା ୭ ଉଇକେଟରେ ଜିତିଛି। ଓଡ଼ିଶା ପକ୍ଷରୁ ଦେବବ୍ରତ ପ୍ରଧାନ ଓ ରାଜକିଶନ ପଟେଲ ଯଥାକ୍ରମେ ୪ଟି ଓ ୩ଟି ଲେଖାଏ ଉଇକେଟ ଅକ୍ତିଆର କରି ଦଳକୁ ବିଜୟୀ କରିବାରେ ସହାୟକ ହୋଇଥିଲେ। ମଣିପୁର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମ ଉଇକେଟରେ ୩୧ରନ୍‌ ଭାଗିଦାରୀ ହେବା ପରେ ରାଜକିଶନ ଓଡ଼ିଶାକୁ ଗୁରୁତ୍ୱପୂର୍ଣ୍ଣ ବ୍ରେକଥ୍ରୁ ଦେଇଥିଲେ। ଓପନର ହ୍ରିତିକ କନୌଜିଆଙ୍କୁ ୧୪ରନ୍‌ରେ ସେ ଏଲବ୍‌ି କରି ପ୍ୟାଭିଲିୟନ ଫେରାଇଥିଲେ। ଏହା ପରେ ମଣିପୁରର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଦଳୀୟ ସ୍କୋର ୮୭ରେ ଦଳ ୮ଟି ଉଇକେଟ ହରାଇ ସାରିଥିଲା। ୪୫.୫ ଓଭର ଖେଳି ମଣିପୁର ସମସ୍ତ ଉଇକେଟ ହରାଇ ୧୨୩ରନ୍‌ କରିଥିବା ବେଳେ ଅଧିନାୟକ ଏମ ଲାଙ୍ଗଲୋନିୟାମ୍ବା ସର୍ବାଧିକ ୨୭ରନ୍‌ କରିଥିଲେ। ଓଡ଼ିଶା ପକ୍ଷରୁ ଦେବବ୍ରତ ୩୨ରନ୍‌ ବିନିମୟରେ ୪ଟି ଏବଂ ରାଜକିଶନ ପଟେଲ ୨୨ରନ୍‌ରେ ୩ଟି ଉଇକେଟ ଦଖଲ କରିଥିଲେ। ଆଶୁତୋଷ ଦାସ, ଅମ୍ରିତ ଖଟୁଆ, ଦେବେନ୍ଦ୍ର କୁଅଁର ଗୋଟିଏ ଲେଖାଏ ଉଇକେଟ ପାଇଛନ୍ତି। ୧୨୩ରନ୍‌ର ବିଜୟ ଲକ୍ଷ୍ୟକୁ ଓଡ଼ିଶା ୧୯ ଓଭରରେ ୩ଟି ଉଇକେଟ ହରାଇ ହାସଲ କରିଛି। ଦଳ ପକ୍ଷରୁ ଅମ୍ରିତ ଖଟୁଆ ସର୍ବାଧିକ ୪୦ରନ୍‌ କରିଥିବା ବେଳେ ରାଜେଶ ଧୂପର ୨୯ରନ୍‌, ରଞ୍ଜିତ ପାଇକରାୟ ୨୬ରନ୍‌, ଦେବେନ୍ଦ୍ର କୁଅଁର ୧୫ରନ୍‌ ଓ ସୌଭାଗ୍ୟ ରଞ୍ଜନ ମିଶ୍ର ଖାତା ଖୋଲି ପାରି ନ ଥିଲେ।

ଖେଳ |

ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପାଇଁ ବିଶାଖାପାଟଣା ଯାତ୍ରା କଲା ଓଡ଼ିଶା ଦଳ

ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପାଇଁ ବିଶାଖାପାଟଣା ଯାତ୍ରା କଲା ଓଡ଼ିଶା ଦଳ

ବ୍ରହ୍ମପୁର ଅଫିସ, ୨୦।୨: ଆସନ୍ତା ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାଠାରେ ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଭାଗ ନେବା ପାଇଁ ଓଡ଼ିଶା ଦଳ ମଙ୍ଗଳବାର ସକାଳେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରିଛି।

ଆଇସିସିକୁ ଋଣ ପାଇଁ ନିବେଦନ କଲା ଜିମ୍ବାଓ୍ବେ

କରାଚୀ, ୧୯।୨(ପି.ଟି.)-ଜିମ୍ବାଓ୍ବେ କ୍ରିକେଟ ୟୁନିୟନ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ଋଣ ପାଇଁ ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି)କୁ ନିବେଦନ କରିଛି। ଫଳରେ ଏହି ଦେଶକୁ ପାକିସ୍ତାନ ଦଳର ଟୁର୍‌କୁ ନେଇ ସନ୍ଦେହ ଦେଖାଦେଇଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ନଜାମ ସେଠୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଜିମ୍ବାଓ୍ବେ ଟୁର୍‌ ବାତିଲ କରାଯାଇ ନାହିଁ।

ଅଶ୍ୱିନ-ଗିବ୍ସ ଟୁଇଟ ଝଡ଼

ଅଶ୍ୱିନ-ଗିବ୍ସ ଟୁଇଟ ଝଡ଼

ନୂଆଦିଲ୍ଲୀ, ୧୯।୨(ପି.ଟି.)- ପ୍ରମୁଖ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ପ୍ରାକ୍ତନ ଦକ୍ଷିଣ ଆଫ୍ରିକା କ୍ରିକେଟର ହର୍ସେଲ ଗିବ୍ସଙ୍କ ମଧ୍ୟରେ ସୋମବାର ଟୁଇଟରରେ ବାକ୍‌ ଯୁଦ୍ଧ ଦେଖିବାକୁ ମିଳିଛି। ଏଥିରେ ଅଶ୍ୱିନ ନିଜକୁ ନିୟନ୍ତ୍ରଣରେ ରଖି ନ ପାରି ବହୁଚର୍ଚ୍ଚିତ ମ୍ୟାଚ୍‌ ଫିକ୍ସିଂ ଘଟଣାକୁ ଗିବ୍ସଙ୍କୁ ମନେ ପକାଇ ଦେଇଛନ୍ତି।

ଅଷ୍ଟ୍ରେଲିଆ ମହିଳା କ୍ରିକେଟର ଆଲେକ୍ସଙ୍କ ଅବସର

ଅଷ୍ଟ୍ରେଲିଆ ମହିଳା କ୍ରିକେଟର ଆଲେକ୍ସଙ୍କ ଅବସର

ସିଡ୍‌ନୀ, ୧୯।୨(ଏଏଫ୍‌ପି)- ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଉପଅଧିନାୟିକା ତଥା ସର୍ବାଧିକ ମ୍ୟାଚ୍‌ ଖେଳିବାର ରେକର୍ଡ କରିଥିବା ଆଲେକ୍ସ ବ୍ଲାକଓ୍ବେଲ ସୋମବାର ଅନ୍ତର୍ଜାତୀୟ ଓ ଷ୍ଟେଟ୍‌ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩୪ ବର୍ଷୀୟା ଏହି ଡାହାଣହାତୀ ବ୍ୟାଟ୍ସଓମ୍ୟାନ ୨୦୦୩ରେ ଇଂଲଣ୍ଡ ବିପକ୍ଷରେ ଖେଳି ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ।

୪-୧ରେ ସିରିଜ ଜିତିଲା ଆଫଗାନିସ୍ତାନ

୪-୧ରେ ସିରିଜ ଜିତିଲା ଆଫଗାନିସ୍ତାନ

ଶାରଜା, ୧୯।୨(ଏଏଫ୍‌ପି)- ଯୁବ ଲେଗ୍‌-ସ୍ପିନର ରଶିଦ ଖାଁଙ୍କ ଦମ୍‌ଦାର ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ଆଫଗାନିସ୍ତାନ ଏଠାରେ ଅନୁଷ୍ଠିତ ଅନ୍ତିମ ତଥା ୫ମ ଦିନିକିଆ ମ୍ୟାଚ୍‌ରେ ଜିମ୍ବାଓ୍ବେକୁ ୧୪୬ ରନର ବୃହତ ରନ ବ୍ୟବଧାନରେ ପରାସ୍ତ କରିଛି।

ଜାମସେଦପୁର ଏଫ୍‌ସି ପହଞ୍ଚିଲା

ଜାମସେଦପୁର ଏଫ୍‌ସି ପହଞ୍ଚିଲା

ଭୁବନେଶ୍ୱର, ୧୯।୨(କ୍ରୀଡ଼ା ପ୍ରତିନିଧି) ହକି, ଆଥଲେଟିକ୍ସ ପରେ ଏବେ ଭୁବନେଶ୍ୱରରେ ଫୁଟବଲ ପାଇଁ ଉଷ୍ମତା ବଢ଼ିଛି। ଚଳିତ ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ) ସିଜନରେ ଜାମସେଦପୁର ଏଫସି କଳିଙ୍ଗ ଷ୍ଟାଡିୟମକୁ ଏହାର ଦ୍ୱିତୀୟ ହୋମ୍‌ ଭେନ୍ୟୁ କରିଛି। ଫଳସ୍ବରୂପ ଦଳ ଆଗାମୀ ୨୫ ତାରିଖରେ ଏଠାରେ ବେଙ୍ଗାଲୁରୁ ଏଫସି ସହିତ ଏକ ମ୍ୟାଚ ଖେଳିବ ଜାମସେଦପୁର ଏଫ୍‌ସି। ଲିଗ୍‌ କ୍ରମେ ଅନ୍ତିମ ପର୍ଯ୍ୟାୟ ଆଡ଼କୁ ଗତି କରୁଥିବାରୁ ଏହି ମ୍ୟାଚ ଜାମସେଦପୁର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।

ପଦକ ନିଶ୍ଚିତ କଲେ ବକ୍ସର ସୀମା

ସୋଫିଆ, ୧୯।୨(ପି.ଟି.): ସୋମବାରଠାରୁ ଏଠାରେ ଆରମ୍ଭ ହୋଇଥିବା ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ଟୁର୍ନାମେଣ୍ଟରେ ଭାରତର ସୀମା ପୁନିଆ ଦେଶ ପାଇଁ ଏକ ପଦକ ନିଶ୍ଚିତ କରିଛନ୍ତି। ପୁନିଆ ୮୧ କିଗ୍ରାରୁ ଊର୍ଦ୍ଧ୍ୱ ବର୍ଗରେ ଅଂଶଗ୍ରହଣ କରୁଛନ୍ତି। ଏହି ବର୍ଗରେ କେବଳ ୩ ଜଣ ବକ୍ସର ଅଂଶଗ୍ରହଣ କରୁଥିବାରୁ ପୁନିଆ କୌଣସି ଫାଇଟ୍‌ ନ କରି ପଦକ ଜିତିବାର ସୌଭାଗ୍ୟ ଲାଭ କରିଛନ୍ତି।

ଏଟିପି ର଼୍ୟାଙ୍କିଙ୍ଗ୍‌: ୟୁକି ୧୦୧

ଏଟିପି ର଼୍ୟାଙ୍କିଙ୍ଗ୍‌: ୟୁକି ୧୦୧

ନୂଆଦିଲ୍ଲୀ, ୧୯।୨(ପି.ଟି.)- ଚେନ୍ନାଇ ଓପନ ଟେନିସ ଟୁର୍ନାମେଣ୍ଟରେ ରନର୍ସଅପ୍‌ ହେବାର ସୁଫଳ ଭାରତର ୟୁକି ଭାମ୍ବ୍ରିଙ୍କୁ ମିଳିଛି। ସେ ସୋମବାର ପ୍ରକାଶି ଏଟିପି ସିଙ୍ଗଲ୍ସ ର଼୍ୟାଙ୍କିଙ୍ଗ୍‌ରେ ୧୪ଟି ସ୍ଥାନ ଉପରକୁ ଉଠି ୧୦୧ରେ ପହଞ୍ଚତ୍ ଯାଇଛନ୍ତି।

ଆଣ୍ଡରସନ ଜିତିଲେ ନ୍ୟୁୟର୍କ ଓପନ ଟାଇଟଲ

ଆଣ୍ଡରସନ ଜିତିଲେ ନ୍ୟୁୟର୍କ ଓପନ ଟାଇଟଲ

ନ୍ୟୁୟର୍କ, ୧୯।୨(ଏଏଫପି)- ଦକ୍ଷିଣ ଆଫ୍ରିକାର କେଭିନ ଆଣ୍ଡରସନ ନ୍ୟୁୟର୍କ ଓପନ ଟେନିସ ଟାଇଟଲ ଜିତିଛନ୍ତି। ୩ ସେଟ୍‌ ବିଶିଷ୍ଟ ସଂଘର୍ଷପୂର୍ଣ୍ଣ ଫାଇନାଲରେ ସେ ସାମ୍‌ କ୍ୱେରିଙ୍କୁ ୪-୬, ୬-୩, ୭-୬(୭/୧) ସେଟ୍‌ରେ ପରାସ୍ତ କରିଛନ୍ତି।

ଟି୨୦ ସିରିଜ୍‌ : ଶ୍ରୀଲଙ୍କାର କ୍ଲିନ୍‌ ସୁଇପ୍‌

ସିଲ୍‌ହେଟ୍‌, ୧୮।୨(ପି.ଟି.)- ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଶ୍ରୀଲଙ୍କା ୭୫ ରନରେ ବିଜୟ ହାସଲ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଶ୍ରୀଲଙ୍କା ୪ ଉଇକେଟ ହରାଇ ୨୧୦ ରନ ସଂଗ୍ରହ କରିଥିଲା। ଜବାବରେ ବାଂଲାଦେଶ ୧୮.୪ ଓଭରରେ ୧୩୫ ରନ କରି ଅଲଆଉଟ୍‌ ହେବା ସହ ପରାସ୍ତ ହୋଇଛି। ଫଳରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜକୁ ଶ୍ରୀଲଙ୍କା ୨-୦ରେ ବିଜୟୀ ହେବା ସହ କ୍ଲିନ୍‌ ସୁଇପ୍‌ କରିଛି।

ଟି୨୦ ସିରିଜ୍‌ରୁ ଡି’ଭିଲର୍ସ ଆଉଟ୍‌

ଟି୨୦ ସିରିଜ୍‌ରୁ ଡି’ଭିଲର୍ସ ଆଉଟ୍‌

ଜୋହାନ୍ସବର୍ଗ,୧୮।୨ (ପି.ଟି.)- ଘରୋଇ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ଆଘାତ ଜନିତ ସମସ୍ୟା ଚାଲୁ ରହିଛି। ଦିନିକିଆ ସିରିଜର ପ୍ରଥମ ୩ଟି ମ୍ୟାଚରୁ ବାଦ ପଡିଥିବା ଅଭିଜ୍ଞ ତଥା ତାରକା ବ୍ୟାଟ୍ସମ୍ୟାନ ଏବି ଡି’ଭିଲର୍ସ ଏବେ ଚଳିତ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରୁ ମଧ୍ୟ ବାଦ ପଡିଛନ୍ତି।

ଡୋପିଂ ମାମଲାରେ ରୁଷୀୟ ଆଥ୍‌ଲେଟ୍‌

ପ୍ୟୋଙ୍ଗଚାଙ୍ଗ, ୧୮ା୨(ଏଏଫ୍‌ପି)-ଏଠାରେ ଚାଲିଥିବା ଶୀତକାଳୀନ ଅଲିମ୍ପିକ୍ସରେ ରୁଷିଆର ଜଣେ ଆଥଲେଟ୍‌ ନିଷିଦ୍ଧ ମେଲଡୋନିଅମ୍‌ ସେବନ କରି ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି।