ସମ୍ପାଦକୀୟ |

ବଜେଟରେ ଉପେକ୍ଷିତ କୃଷି ଓ କୃଷକ

ବଜେଟରେ ଉପେକ୍ଷିତ କୃଷି ଓ କୃଷକ

ଭାଲଚନ୍ଦ୍ର ଷଡ଼ଙ୍ଗୀ /
ଦେଶର କୃଷି କ୍ଷେତ୍ରରେ ଦେଖାଯାଇଥିବା ଗଭୀର ସଙ୍କଟ, କୃଷକମାନଙ୍କ କ୍ରମ ବର୍ଦ୍ଧମାନ ଋଣଗ୍ରସ୍ତତା, ଆତ୍ମହତ୍ୟା ଓ ଗଭୀର ଅସନ୍ତୋଷ ପରିପ୍ରେକ୍ଷୀରେ ଚଳିତ ବଜେଟ ନେଇ ମୋଦି ସରକାରଙ୍କଠାରୁ ଅନେକ କିଛି ଆଶା କରାଯାଉଥିଲା। ବିଶେଷକରି ବିମୁଦ୍ରୀକରଣ ଓ ଜିଏସ୍‌ଟି ଲାଗୁହେବା ଫଳରେ ଅର୍ଥନୀତିର ଅନ୍ୟାନ୍ୟ କ୍ଷେତ୍ର ସହିତ କୃଷି କ୍ଷେତ୍ରରେ ମଧ୍ୟ ସଙ୍କଟ ଉତ୍କଟ ହୋଇଥିବାରୁ ଏବଂ ଦେଶବ୍ୟାପୀ କୃଷକ ଅସନ୍ତୋଷର ପ୍ରଭାବ ନିକଟରେ ହେବାକୁ ଯାଉଥିବା କେତେକ ରାଜ୍ୟର ବିଧାନସଭା ଓ ଆଗାମୀ ସାଧାରଣ ନିର୍ବାଚନରେ ଭାଜପା ପାଇଁ ମହଙ୍ଗା ପ୍ରମାଣିତ ହେବାର ଆଶଙ୍କା ଥିବାରୁ ଚଳିତ ବଜେଟରେ ସରକାର କୃଷକଙ୍କ ପାଇଁ କିଛି ବଡ଼ଧରଣର ପ୍ୟାକେଜ୍‌ ଘୋଷଣା କରିବେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। କୃଷକ ଏବଂ ଗରିବ ଲୋକଙ୍କୁ ସହାୟତା କରିବାକୁ ଯାଇ ସରକାର ବଜେଟରେ କୃଷିଋଣ ଛାଡ଼, କୃଷିଜାତ ଦ୍ରବ୍ୟର ସହାୟକ ମୂଲ୍ୟ ବୃଦ୍ଧି ଏବଂ ସାର୍ବଜନୀନ ମୌଳିକ ଆୟ ପରି କିଛି ଲୋଭାଣିଆ ଘୋଷଣା କରିବା ନେଇ ଅନେକେ ଅନୁମାନ କରୁଥିଲେ। କିନ୍ତୁ ଅର୍ଥମନ୍ତ୍ରୀ ଜେଟ୍‌ଲୀଙ୍କ ଦ୍ୱାରା ଆଗତ ଏ ବର୍ଷର ବଜେଟ ଉପରୋକ୍ତ ସମସ୍ତ କଳ୍ପନାଜଳ୍ପନାକୁ ଭୁଲ୍‌ ପ୍ରମାଣିତ କରିବା ସହ ଦେଶର କୃଷକ, ଶ୍ରମିକ ଏପରି କି ମଧ୍ୟମବର୍ଗଙ୍କୁ ନିରାଶ କରିଛି।
ନିଜର ବଜେଟ ଭାଷଣରେ ଅର୍ଥମନ୍ତ୍ରୀ ଦେଶର କୃଷି ଓ ଗ୍ରାମାଞ୍ଚଳ ଅର୍ଥନୀତି ପାଇଁ କିଛି ଠୋସ୍‌ ବ୍ୟୟବରାଦ କରିବା ପରିବର୍ତ୍ତେ କେବଳ ନିଜ ସରକାରକୁ କୃଷକଦରଦୀ ଭାବେ ଦେଖାଇବାର ପ୍ରୟାସ କରିଛନ୍ତି। ଏପରି କି ଦେଶର କୃଷକମାନଙ୍କୁ ସିଧାସଳଖ ପ୍ରଭାବିତ କରିବା ପାଇଁ ସେ ତାଙ୍କ ଭାଷଣର ପ୍ରଥମ ୨୦ ମିନିଟ୍‌ କେବଳ କୃଷକଙ୍କ ଉପରେ ହିନ୍ଦୀରେ ଖୁବ୍‌ ବଡ଼ ବଡ଼ କଥା କହିଛନ୍ତି। କିନ୍ତୁ ପର୍ବତର ମୂଷିକ ପ୍ରସବ ପରି ଯଦି ଅର୍ଥମନ୍ତ୍ରୀଙ୍କ ବଜେଟକୁ ତଥ୍ୟର ଆଧାରରେ ବିଚାର କରାଯିବ, ତା’ହେଲେ ତାହା କୃଷି ଓ କୃଷକଙ୍କ ପାଇଁ କାମ କମ୍‌ କଥା ବେଶି ପରି ମନେହେବ। ବଜେଟରେ ଜିଡିପି ଅନୁପାତରେ ସରକାର କୃଷି ଓ ଗ୍ରାମ୍ୟ ଉନ୍ନୟନ ବାବଦରେ ବ୍ୟୟବରାଦ ବଢ଼ାଇବା ପରିବର୍ତ୍ତେ ଗତବର୍ଷର ୧.୧୫%ରୁ ୧.୦୮%କୁ ହ୍ରାସ କରିଛନ୍ତି।
ଅର୍ଥମନ୍ତ୍ରୀ ତାଙ୍କ ବଜେଟରେ ୨୦୨୨ ସୁଦ୍ଧା କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା କଥାକୁ ଦୋହରାଇଛନ୍ତି। ୨୦୧୪ରେ ଭାଜପା ତା’ର ନିର୍ବାଚନୀ ଇସ୍ତାହାରରେ ଏହି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଗତ ୩ ବର୍ଷ ୮ ମାସର ଶାସନ କାଳରେ ଏହାକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛି। ବର୍ତ୍ତମାନ ଏହି ଲକ୍ଷ୍ୟକୁ ସେମାନେ ୨୦୨୨ ସୁଦ୍ଧା ପୂରଣ କରିବେ ବୋଲି ଯାହା କହୁଛନ୍ତି ତାହା ବି ଅସମ୍ଭବ ମନେହୁଏ। କାରଣ କୃଷି ଆୟକୁ ଦ୍ୱିଗୁଣିତ କରିବାକୁ ହେଲେ ଜିଡିପିରେ କୃଷିର ହାରକୁ ଅତି କମ୍‌ରେ ୧୨%ରେ ପହଞ୍ଚାଇବାକୁ ପଡ଼ିବ। କିନ୍ତୁ ବାସ୍ତବତା ହେଲା ଦେଶର ଜିଡିପିରେ କୃଷିର ଅଂଶ କ୍ରମାଗତଭାବେ ହ୍ରାସ ପାଉଛି ଏବଂ ମୋଦି ସରକାରଙ୍କ ଶାସନ କାଳରେ ଏହା ବାର୍ଷିକ ହାରାହାରି ୧.୯%କୁ ହ୍ରାସ ପାଇଛି।
କୃଷକମାନଙ୍କୁ ସେମାନଙ୍କ ଉପତ୍ାଦିତ ଫସଲର ଉପଯୁକ୍ତ ଦାମ୍‌ ନ ମିଳିବା ଆଜି କୃଷି ସଙ୍କଟର ପ୍ରମୁଖ କାରଣ ହୋଇଛି। ଆମ ଦେଶରେ ପ୍ରଚଳିତ ସହାୟକ ମୂଲ୍ୟ ବ୍ୟବସ୍ଥା ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ, ଅପର୍ଯ୍ୟାପ୍ତ ଏବଂ ସୀମିତ। ଦେଶରେ କୃଷକମାନଙ୍କ ଦ୍ୱାରା ହଜାର ହଜାର ପ୍ରକାର ଫସଲ ଉପତ୍ାଦିତ ହେଉଥିବା ବେଳେ କେବଳ ୨୪ଟି ଫସଲରେ ହିଁ ସରକାର ସମର୍ଥନ ମୂଲ୍ୟ ଘୋଷଣା କରୁଛନ୍ତି। ମୋଦିଙ୍କ ଶାସନ କାଳରେ ସରକାରୀ ଘୋଷିତ ସମର୍ଥନ ମୂଲ୍ୟ ବି ଫସଲର ମୋଟ ଉପତ୍ାଦନ ଖର୍ଚ୍ଚଠାରୁ ୨୦% କମ୍‌ ଥିବା ଜଣାପଡ଼ିଛି। ତେବେ ଏ ନେଇ ଅତୀତରେ ଉପା ସରକାର ଦ୍ୱାରା ଗଠିତ ଏମ୍‌ଏସ୍‌ ସ୍ବାମୀନାଥନ୍‌ କମିଶନ୍‌ ନିଜ ରିପୋର୍ଟରେ ଫସଲର ମୋଟ ଉପତ୍ାଦନ ମୂଲ୍ୟରେ ପଚାଶ ଭାଗ ଲାଭ ମିଶାଇ କୃଷକଙ୍କୁ ସମର୍ଥନ ମୂଲ୍ୟ ଦେବାକୁ ସରକାରଙ୍କୁ ସୁପାରିସ କରିଛନ୍ତି। ତେବେ କମିଶନଙ୍କ ଏହି ଖର୍ଚ୍ଚ ହିସାବରେ ଉପତ୍ାଦନ ଖର୍ଚ୍ଚରେ କୃଷକର ପାରିବାରିକ ଶ୍ରମ ଏବଂ ଜମିର ଭଡ଼ା ବି ସାମିଲ କରାଯାଇଛି। କ୍ଷମତାକୁ ଆସିବା ପୂର୍ବରୁ ଭାଜପା ବି ନିଜ ଇସ୍ତାହାରରେ ସ୍ବାମୀନାଥନ୍‌ କମିଶନ୍‌ଙ୍କ ସୁପାରିସକୁ ସମର୍ଥନ କରିବା ସହ କ୍ଷମତାକୁ ଆସିଲେ ତାକୁ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଅର୍ଥମନ୍ତ୍ରୀ ନିଜ ବଜେଟରେ ସ୍ବାମୀନାଥନ୍‌ କମିଶନଙ୍କ ସୁପାରିସ ପ୍ରକାରେ ସମର୍ଥନ ମୂଲ୍ୟ ଦେବାକୁ ଘୋଷଣା କରିବା ପରିବର୍ତ୍ତେ ବର୍ତ୍ତମାନ ରବି ଫସଲରେ ଉପତ୍ାଦନ ଖର୍ଚ୍ଚର ଦେଢ଼ଗୁଣା ସମର୍ଥନ ମୂଲ୍ୟ ଦିଆଯାଉଛି ଏବଂ ଆଗାମୀ ଦିନରେ ଖରିଫ୍‌ ଫସଲରେ ବି ତାହା ଦିଆଯିବ ବୋଲି ଡାହା ମିଛ କହି ଦେଶବାସୀଙ୍କୁ ଭୁଆଁ ବୁଲେଇଛନ୍ତି।
ବଜେଟକୁ କୃଷି ଓ କୃଷକ ସପକ୍ଷବାଦୀ କହିବା ପଛରେ ସରକାରଙ୍କ ଅନ୍ୟତମ ଯୁକ୍ତି ହେଲା ବ୍ୟାଙ୍କ ଓ ସମବାୟ ସମିତି ଜରିଆରେ ଆନୁଷ୍ଠାନିକ ଋଣ ପ୍ରଦାନର ସୀମାକୁ ୧୦ ଲକ୍ଷ କୋଟିରୁ ୧୨.୬ ଲକ୍ଷ କୋଟିକୁ ବୃଦ୍ଧି କରିବା, ଯାହା କି ମୋଦି ସରକାରଙ୍କ ସମୟରେ ଦେଶରେ ମୋଟ କୃଷିଋଣରେ ୫୫% ବୃଦ୍ଧିକୁ ଦର୍ଶାଉଛି। ଏହା ସତ ଯେ, ଦେଶର କୃଷକମାନଙ୍କ ବର୍ଦ୍ଧିତ ଋଣଗ୍ରସ୍ତତା ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି ଏବଂ କ୍ରମବର୍ଦ୍ଧମାନ କୃଷକ ଆତ୍ମହତ୍ୟାର ଏହା ହିଁ ପ୍ରମୁଖ କାରଣ। ଅତଏବ କୃଷକଙ୍କୁ ଋଣମୁକ୍ତ କରି ଏହି ସଙ୍କଟରୁ ଉଦ୍ଧାର କରିବା ପାଇଁ କୃଷିଋଣ ଛାଡ଼ କରିବା କୃଷକ ସଙ୍ଗଠନଗୁଡ଼ିକର ପ୍ରମୁଖ ଦାବି ହୋଇ ଆସିଛି। କିନ୍ତୁ ସରକାର ବଜେଟରେ କୃଷିଋଣ ଛାଡ଼ିବାକୁ ଘୋଷଣା କରିବା ପରିବର୍ତ୍ତେ ବ୍ୟାଙ୍କ ଓ ସମବାୟ ସମିତିମାନଙ୍କ ଜରିଆରେ ଆନୁଷ୍ଠାନିକ ଋଣ ପ୍ରଦାନର ସୀମାକୁ ବଢ଼ାଇବାକୁ ଘୋଷଣା କରିଛନ୍ତି। ସରକାରଙ୍କ ଏଭଳି ଘୋଷଣା କୃଷକଙ୍କୁ ଋଣମୁକ୍ତ କରିବା ପରିବର୍ତ୍ତେ ଅଧିକରୁ ଅଧିକ ଋଣଯନ୍ତା ଭିତରକୁ ଠେଲିବାକୁ ଯାଉଛି।
ବଜେଟରେ ସରକାର ଫସଲ ବୀମା ବାବଦରେ ୧୦ହଜାର କୋଟିର ବ୍ୟୟବରାଦ କରିଛନ୍ତି। ଦେଶର କୃଷକମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ଏପରି କି ରୋଗପୋକରେ ଫସଲହାନିଜନିତ ବିପଦରୁ ଉଦ୍ଧାର କରିବା ପାଇଁ ସରକାରଙ୍କ ରିଲିଫ୍‌ କୋଡ୍‌ରେ ସଂଶୋଧନ କରି କ୍ଷତିପୂରଣର ରାଶିକୁ ବଢ଼ାଇ ତୁରନ୍ତ କ୍ଷତିପୂରଣ ଦେବାକୁ ବ୍ୟବସ୍ଥା କରିବା ପରିବର୍ତ୍ତେ ମୋଦି ସରକାର ଗତ ଦୁଇବର୍ଷ ହେଲା କୃଷକଙ୍କୁ ବିଦେଶୀ ବୀମା କମ୍ପାନୀଙ୍କ ଦୟାରେ ଛାଡ଼ିଦେଇଛନ୍ତି। ନିକଟରେ ରାଜ୍ୟ ସଭାରେ ଏକ ପ୍ରଶ୍ନର ଉତ୍ତରରେ ଖୋଦ୍‌ ସରକାର ସ୍ବୀକାର କରିଛନ୍ତି ଯେ, ବୀମା କମ୍ପାନୀଗୁଡ଼ିକ ଗତବର୍ଷ ୨୨ ହଜାର କୋଟି ଟଙ୍କା ପ୍ରିମିୟମ୍‌ ବାବଦରେ ନେଇଥିବା ବେଳେ କୃଷକଙ୍କୁ ମାତ୍ର ୧୦ ହଜାର କୋଟିର କ୍ଷତିପୂରଣ ରାଶି ପ୍ରଦାନ କରିଛନ୍ତି। ଦେଶର କୃଷକ ଓ କୃଷି ଶ୍ରମିକମାନଙ୍କ ପାଇଁ ସାର୍ବଜନୀନ ପେନ୍‌ସନ୍‌ ଯୋଜନା ଘୋଷଣା କରିବାରେ ଚଳିତ ବଜେଟ ବିଫଳ ହୋଇଛି। ବର୍ତ୍ତମାନ ଚାଲିଥିବା ପେନ୍‌ସନ୍‌ ଯୋଜନା ନାମକୁ ମାତ୍ର ଓ ସମସ୍ତଙ୍କ ପାଇଁ ଉପଲବ୍ଧ ନୁହେଁ। ଅନେକ ରାଜ୍ୟରେ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମମାନଙ୍କୁ ପେନ୍‌ସନ୍‌ ରୂପେ ମାସିକ ୧୦୦୦ରୁ ୧୫୦୦ ଟଙ୍କା ମିଳୁଥିବା ବେଳେ ଓଡ଼ିଶାରେ ମାସିକ ମାତ୍ର ତିନିଶହ ଟଙ୍କା ଦିଆଯାଉଛି।
ଅର୍ଥମନ୍ତ୍ରୀ ଦେଶର କୃଷିଜାତ ଦ୍ରବ୍ୟର ରପ୍ତାନିକୁ ୧୦୦ ବିଲିୟନ୍‌ ଡଲାରକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। କିନ୍ତୁ ବାସ୍ତବତା ହେଉଛି, ୨୦୧୩-୧୪ରେ ଦେଶରେ କୃଷିଜାତ ଦ୍ରବ୍ୟର ରପ୍ତାନି ୧.୩୭ ଲକ୍ଷ କୋଟି ଥିବା ବେଳେ ବର୍ତ୍ତମାନ ତାହା ୧.୦୬ ଲକ୍ଷ କୋଟି ଟଙ୍କା ବା ପ୍ରାୟ ୧୭ ବିଲିୟନ୍‌ ଡଲାରକୁ ହ୍ରାସ ପାଇଛି। ଅତଏବ ଚଳିତ ବଜେଟକୁ ସରକାର କୃଷି ଓ କୃଷକଙ୍କ ପାଇଁ ଉଦ୍ଦିଷ୍ଟ କହିି ଯେତେ ଡିଣ୍ଡିମ ପିଟିଲେ ବି ତାହା ନିରାଧାର ଏବଂ ଦେଶର ସର୍ବାଧିକ ଲୋକ ନିର୍ଭର କରୁଥିବା ଏହି କ୍ଷେତ୍ରକୁ ପୂର୍ବ ବର୍ଷଗୁଡ଼ିକ ଭଳି ଚଳିତବର୍ଷ ବି ସରକାର ପ୍ରତାରିତ କରିଛନ୍ତି।
(ମୋ- ୯୪୩୭୧୬୬୩୯୧,
bhalachandra.odisha@gmail.com)

All Right Reserved By
Karnatak Exit Poll

Model This Week

ସନ୍ତୋଷ

ସମ୍ପାଦକୀୟ |

ସମ୍ପାଦକୀୟ/ପରିବେଶ କଥା ପରେ

ସମ୍ପାଦକୀୟ/ପରିବେଶ କଥା ପରେ

ଜଳବାୟୁ ପରିବର୍ତ୍ତନ ପୃଥିବୀ ପାଇଁ ବୃହତ୍‌ ବିପଦ ଭାବେ ଉଭା ହୋଇଥିବାରୁ ତାହାକୁ ନେଇ ଚାରିଆଡ଼େ ଚିନ୍ତା ପଶିଛି। ଅନ୍ତର୍ଜାତୀୟ ସ୍ତରରେ ପ୍ରତିବର୍ଷ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଅନୁଷ୍ଠିତ ହେଉଛି। କିଭଳି ପଦକ୍ଷେପ ନେଲେ ଏଥିରୁ ତ୍ରାହି ମିଳିପାରିବ ସେହି ଦିଗରେ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ପ୍ରସ୍ତାବ ରଖି ଚାଲୁଛନ୍ତି । ହେଲେ ସେମାନେ ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବାରୁ ସମ୍ମଳିନୀରୁ କୌଣସି ନିଷ୍କର୍ଷ ମିଳିପାରୁ ନାହିଁ। ନିକଟରେ ଦକ୍ଷିଣ ଆଫ୍ରିକାର ଡର୍ବାନଠାରେ ୨୬ତମ ବାସିକ୍‌ (ବ୍ରାଜିଲ, ଦକ୍ଷିଣ ଆଫ୍ରିକା, ଭାରତ ଏବଂ ଚାଇନା) ପରିବେଶ ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବା ଅବସରରେ ଭାରତର ପରିବେଶ ମନ୍ତ୍ରୀ ହର୍ଷବର୍ଦ୍ଧନ ଜଳବାୟୁ ପରିବର୍ତ୍ତନ ନେଇ ବିକଶିତ ରାଷ୍ଟ୍ର ଉପରେ ଦୋଷ ଲଦିଥିଲେ। ସେ କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନ...

କୌଶଳ ବିକାଶ ଯୋଜନା

କୌଶଳ ବିକାଶ ଯୋଜନା

ସହଦେବ ସାହୁ ପୃଥିବୀରେ ଜନ୍ମହାର ହ୍ରାସ ଓ ଆୟୁଷ ବୃଦ୍ଧି ଯୋଗୁ କର୍ମକ୍ଷମ ଅର୍ଥାତ୍‌ ୧୮ରୁ ୫୫ ବର୍ଷର ଲୋକଙ୍କ ଅନୁପାତ ମୋଟ ଜନସଂଖ୍ୟା ତୁଳନାରେ କମି କମି ଯାଉଛି, ଫଳରେ ବୟସ୍କ ଲୋକଙ୍କ ପାଇଁ ଦେଶର ବ୍ୟୟ ବଢୁଛି କିନ୍ତୁ ରୋଜଗାରକ୍ଷମ ଲୋକଙ୍କ ସଂଖ୍ୟା କମୁଥିବାରୁ ଆୟ କମୁଛି। କମ୍‌ ସଂଖ୍ୟାର ରୋଜଗାରୀଙ୍କ ଉପରେ ବେଶି ସଂଖ୍ୟାର ବସି ରହୁଥିବା ଲୋକ ନିର୍ଭର କରୁଛନ୍ତି; ଅନ୍ୟ ଉପରେ ନିର୍ଭରଶୀଳତା- ଡିପେଣ୍ଡେନ୍ସି ରେସିଓ ବଢୁଛି। ଏ ଦୃଷ୍ଟିରୁ ଆମ ଦେଶ ଭଲ ଅବସ୍ଥାରେ ଅଛି, କର୍ମକ୍ଷମ ଲୋକସଂଖ୍ୟା ବଢି ବଢି ଚାଲିଛି। ସମସ୍ତେ ରୋଜଗାରରେ ଲାଗିଗଲେ, ଭାରତ ଜନସଂଖ୍ୟା ବୃଦ୍ଧିର ଲାଭ (ଡିମୋଗ୍ରାଫିକ୍‌ ଡିଭିଡେଣ୍ଡ) ଉଠାଇବ। ...

ଜାତୀୟ ସଂହତି ଓ ଭଞ୍ଜ

ଜାତୀୟ ସଂହତି ଓ ଭଞ୍ଜ

ଡା. ଶୈଳେଶ୍ୱର ନନ୍ଦ ସପ୍ତଦଶ ଶତାବ୍ଦୀର ଶେଷଭାଗରେ ଘୁମୁସର ରାଜ ପରିବାରରେ ଜନ୍ମନେଲେ କବିସମ୍ରାଟ୍‌ ଉପେନ୍ଦ୍ର ଭଞ୍ଜ। ଐଶ୍ୱର୍ଯ୍ୟ ଓ ପ୍ରାଚୁର୍ଯ୍ୟକୁ ପଦାଘାତ କରି ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବାର ସଂକଳ୍ପ ନେଇ ସୃଷ୍ଟି କରିଥିଲେ ସଂସ୍କୃତ ସାହିତ୍ୟର ସମକକ୍ଷ ଅସଂଖ୍ୟ କାବ୍ୟକବିତା। ସମଗ୍ର ଭାରତବର୍ଷକୁ ନିଜର କର୍ମଭୂମି କରି ଓଡ଼ିଶାର ସାଂସ୍କୃତିକ ଚେତନା ଓ ଗର୍ବଗୌରବକୁ ଜାତୀୟ ସ୍ତରରେ ସଂସ୍ଥାପିତ କରିବାର ଇଚ୍ଛାନେଇ ସେ ଆଣିଥିଲେ ଏକ ଜାତୀୟ ସଂହତି ନିଜର ସୃଜନଶୀଳ କାବ୍ୟକବିତା ମାଧ୍ୟମରେ। ଉତ୍ତରଭାରତଠାରୁ ଦକ୍ଷିଣଭାରତ ପର୍ଯ୍ୟନ୍ତ, ପଶ୍ଚିମଭାରତରୁ ପୂର୍ବଭାରତ ପର୍ଯ୍ୟନ୍ତ ସମସ୍ତ ଭାରତ ଭୂଖଣ୍ଡର ପ୍ରାକୃତିକ ଶୋଭା, ...

ଏଇ ଭାରତରେ

ଏଇ ଭାରତରେ

ବିଦେଶରେ ବଡ଼ କମ୍ପାନୀରେ ଚାକିରି, ବାର୍ଷିକ ୧୫ ଲକ୍ଷ ଟଙ୍କାର ପ୍ୟାକେଜ, କମ୍ପାନୀ ତରଫରୁ ଯୋଗାଇ ଦିଆଯାଉଥିବା ସମସ୍ତ ପ୍ରକାର ସୁବିଧା ସୁଯୋଗକୁ ଛାଡି କେହି କ’ଣ ରାଜରାସ୍ତାକୁ ଓହ୍ଲାଇ ଆସିବାକୁ ପସନ୍ଦ କରିବେ? ଆଜିର ଯୁବପିଢ଼ିକୁ ଯଦି ଏହି ପ୍ରଶ୍ନ କରାଯିବ ତେବେ ନା ଶବ୍ଦ ହିଁ ଶୁଣିବାକୁ ମିଳିବ। କିନ୍ତୁ ଉତ୍ତରାଖଣ୍ଡର ପୌଡି ଜିଲା ସମ୍ପଲା ଗ୍ରାମନିବାସୀ ୩୬ ବର୍ଷୀୟ ପ୍ରମୋଦ ବମରାଡାଙ୍କ କ୍ଷେତ୍ରରେ ମୋଟାଅଙ୍କର ଦରମା, ବିଳାସ ସବୁ ତୁଚ୍ଛ ହୋଇଗଲା। ଆମେରିକାର ଏକ ବଡ କମ୍ପାନୀ ଚାକିରି ଛାଡି ସେ ଫେରିଆସିଛନ୍ତି ଗାଁକୁ। ଦିଲ୍ଲୀରୁ ଏକ ନାମୀ କଲେଜରୁ ଏମ୍‌ବିଏ କରିବା ପରେ ସେ ଆମେରିକାର ମେଟ୍ରୋ ଡିଜାଇନ କରୁଥିବା କମ୍ପାନୀ ଏକାମ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ ଯୋଗ ଦେଇଥିଲେ। ବାର୍ଷିକ ପ୍ୟାକେଜ ଥିଲା ...

ବିକ୍ରି ପାଇଁ ନୁହଁ

ବିକ୍ରି ପାଇଁ ନୁହଁ

ସପ୍ତାହବ୍ୟାପୀ ଚାଲିଥିବା କର୍ନାଟକ କ୍ଷମତା ଅକ୍ତିଆର ନାଟକ ମେ ୧୯ରେ ଶେଷ ହୋଇଛି। କେହି ଆଶା କରୁ ନ ଥିଲେ ଯେ ଭାଜପା ଆବଶ୍ୟକ ବିଧାୟକ କିଣିବାରେ ଅସଫଳ ହେବ। ଶେଷରେ କେବଳ ଦୁଇ ଦିନ ମୁଖ୍ୟମନ୍ତ୍ରୀ ରହିବା ପରେ ଭାଜପା ନେତା ବି.ଏସ୍‌. ୟେଦୁରପ୍ପା ବିଧାନସଭାରେ ଶକ୍ତି ପ୍ରଦର୍ଶନ ପୂର୍ବରୁ ଇସ୍ତଫା ଦେଇଛନ୍ତି। ସମ୍ଭବତଃ ସାଧାରଣ ନାଗରିକଙ୍କ ପାଇଁ ଏହା ଏକ ବଡ଼ ବାର୍ତ୍ତା ଦେଇଛି।

ପ୍ରାକୃତିକ ସମ୍ପଦ ଓ ସୌନ୍ଦର୍ଯ୍ୟର ଗନ୍ତାଘର

ପ୍ରାକୃତିକ ସମ୍ପଦ ଓ ସୌନ୍ଦର୍ଯ୍ୟର ଗନ୍ତାଘର

ଅରୁଣ କୁମାର ପଣ୍ଡା/ ୧୯୬୪ ମସିହାରେ କେନ୍ଦୁଝର ସାହିତ୍ୟ ସଂସଦର ବାର୍ଷିକୋତ୍ସବରେ ଅତିଥି ଭାବେ ଯୋଗଦେବାକୁ ଆସିଥାନ୍ତି ଓଡ଼ିଶାର ଦୁଇଜଣ ମୂର୍ଦ୍ଧନ୍ୟ ବ୍ୟକ୍ତିତ୍ୱ, ବୋଧହୁଏ ସେପ୍ଟେମ୍ବର ମାସରେ। ଜଣେ ହେଲେ ଓଡ଼ିଆ ସାହିତ୍ୟର ଆଗ ଧାଡ଼ିର ଗାଳ୍ପିକ, ସ୍ବର୍ଗତ ରାଜକିଶୋର ରାୟ। ଆମ ଛାତ୍ରମାନଙ୍କ ମଧ୍ୟରେ ସେ ପ୍ରିୟ ଥିଲେ ତାଙ୍କର ଗଳ୍ପ ‘ଦଶହରା ଭେଟି’ ପାଇଁ। ତାଙ୍କ ସହିତ ଆସିଥିଲେ ପ୍ରଖ୍ୟାତ ବ୍ୟଙ୍ଗ ସାହିତି୍ୟକ ‘ନିଆଁଖୁଣ୍ଟା’ର ସମ୍ପାଦକ ସ୍ବର୍ଗତ ଗୋଦାବରୀଶ ମହାପାତ୍ର।

ଅପ୍ରିୟ ସତ୍ୟ

ଅପ୍ରିୟ ସତ୍ୟ

ଦ୍ୱିତୀ ଚନ୍ଦ୍ର ସାହୁ / ଡାକ୍ତର ଆସିଲେ ଘରକୁ ଚିକିତ୍ସା କରିବାକୁ। ଶଯ୍ୟାଶାୟୀ ବୁଢୀ ମାଆ। ସ୍ନାୟବିକ ରୋଗରେ ସେ ଦୀର୍ଘଦିନ ଧରି ପୀଡିତା। ହାତଗୋଡ ଅଚଳ। ଏକପ୍ରକାର ବୁହା ହୋଇଯାଆନ୍ତି ପାଇଖାନା କିମ୍ବା ପରିସ୍ରା ଲାଗି। ଅନ୍ୟ ହାତରେ ପିଲାଟି ଭଳି ଖାଇବାକୁ ପଡେ। ଖାଇଲାବେଳେ ଢୋକିବାରେ ବି ସମସ୍ୟା। ଏଣେ ପ୍ରବଳ ଦାନ୍ତବ୍ୟଥା। ବୋହୁଥିବା ଲାଳ ତକିଆକୁ ଭିଜେଇ ଦେଉଛି।

ଏଇ ଭାରତରେ

ଏଇ ଭାରତରେ

ସମସ୍ତେ ଜାଣନ୍ତି ମନ୍ଦିରର ପୂଜକ ଅତ୍ୟନ୍ତ ନିଷ୍ଠାପର। ଭକ୍ତ ଭଗବାନଙ୍କୁ ଦର୍ଶନ ପାଇଁ ଆସି ପୂଜକ ଜରିଆରେ ମାନସିକ ପୂରଣ କରିଥାଏ। କୁହାଯାଏ ପୂଜକର ନିଷ୍ଠା ହିଁ ଯଜମାନର ମଙ୍ଗଳ କରିଥାଏ। କିନ୍ତୁ ନିକଟରେ କେତେକ ମନ୍ଦିରରେ ପୂଜକଙ୍କ ଭ୍ରଷ୍ଟାଚାର ପଦାକୁ ଆସିଛି। ପୂଜକଙ୍କ ଦ୍ୱାରା ମନ୍ଦିର ପରିସରରୁ ଚୋରି, ବଳାତ୍କାର ଆଦି ଘଟଣା ଦେବସ୍ଥାନର ପବିତ୍ରତାକୁ ନଷ୍ଟ କରିଛି।

 ଦଳବଦଳ ନିରୋଧୀ ଆଇନ

ଦଳବଦଳ ନିରୋଧୀ ଆଇନ

ଆକାର ପଟେଲ ୧୯୮୫ ମସିହାରେ କଂଗ୍ରେସ ୪୦୦ରୁ ଅଧିକ ଆସନ ଜିତି ବିପୁଳ ବିଜୟ ହାସଲ କରିବା ପରେ ରାଜୀବ ଗାନ୍ଧୀ ପାର୍ଲାମେଣ୍ଟରେ ଦଳବଦଳ ନିରୋଧୀ ଆଇନ ପାସ କରାଇଲେ। ଏହି ଆଇନ ଅନୁସାରେ: ଯଦି କୌଣସି ବିଧାୟକ ଦଳର ନେତୃତ୍ୱକୁ ଅବମାନନା କରି ଭୋଟ ଦିଅନ୍ତି, ତେବେ ତାଙ୍କୁ ଦଳତ୍ୟାଗୀ ବୋଲି ଧରାଯିବ ଏବଂ ସେ ଅଯୋଗ୍ୟ ବିବେଚିତ ହେବେ। ଏହାର ଅର୍ଥ ହେଲା, ଯଦି ଦଳ ଥରେ ହ୍ବିପ୍‌ ଜାରି କରେ, ତେବେ ଜଣେ ବିଧାୟକ ଆଉ ନିଜ ଇଚ୍ଛାରେ କାହାକୁ ଭୋଟ ଦେଇପାରିବେ ନାହିଁ। ଦଳ ଯାହାକୁ କହିବ, ସେ ତାକୁ ହିଁ ଭୋଟ ଦେବାକୁ ବାଧ୍ୟ। ଏପରି କି ଯଦି ବିଧାୟକ ଜଣକ ଅନୁପସ୍ଥିତ ରହି ଭୋଟ ନ ଦିଅନ୍ତି, ତେବେ ବି ତାଙ୍କୁ ...

ଉଚ୍ଚ ମଣିଷର ପରିଚୟ

ଉଚ୍ଚ ମଣିଷର ପରିଚୟ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ନିତିଦିନ ସମାଜରେ ଘଟୁଥିବା ନାନା ଅନ୍ୟାୟ, ଅନାଚାର ଓ ଅନୀତିର କାହାଣୀ କାନରେ ପଡି ପଡି ଆମ ଜୀବନ ତା’ର ମଧୁମୟ ସ୍ବାଦ ହରାଇଲାଣି। ବଞ୍ଚିବାକୁ ମନ ଲୋଡୁଥିବା ସଂସାରଟିଏ ମିଳୁ ନ ଥିବାରୁ ଜୀବନ ଆସ୍ତେ ଆସ୍ତେ ବୋଝ ହୋଇ ଉଠିଲାଣି। ଘରେ, ବାହାରେ, ଚାରିଆଡେ ଖାଲି ସ୍ବାର୍ଥସର୍ବସ୍ବ ଜୀବନର କୋଳାହଳ ଶୁଣି ଶୁଣି ‘ମଣିଷ ଦେହେ ଦିବ୍ୟଜ୍ଞାନ’ ଭଳି ଭାଗବତର ସେଇ ଅମୃତବାଣୀ ଉପରୁ ଭରସା ତୁଟିଗଲାଣି। ଏମନ୍ତ ସମୟରେ କାଁ ଭାଁ ଯେତେବେଳେ ଭଲ କଥାଟିଏ କାନରେ ପଡୁଛି ବା କାହାର ଭଲ କାମଟିଏ ଆଖିକୁ ଆସୁଛି, ସେତେବେଳେ ଏକ ମୁଗ୍ଧ ଅନୁଭବରେ ବିଭୋର ହୋଇଉଠେ ହୃଦୟ। ଭଲ କଥାଟିର ନିମିତ୍ତ ହୋଇଥିବା ଲୋକଟିକୁ କୋଳେଇ ଧରିବାକୁ ମନରେ ଇଚ୍ଛା ଜାଗେ। ସକଳ ବିଘଟନ ସତ୍ତ୍ୱେ ଏ ପୃଥିବୀ ତଥାପି ...

 ଉତ୍ତମ ମୂର୍ତ୍ତିକାର

ଉତ୍ତମ ମୂର୍ତ୍ତିକାର

ବ୍ୟକ୍ତିତ୍ୱ/ଜିତେନ୍ଦ୍ର ଭାରତୀୟ କଳାକୁ ଦେଶ ବିଦେଶରେ ପ୍ରଚାର ଓ ପ୍ରସାର କରିବା ଦିଗରେ ଲଳିତ କଳା ଏକାଡେମୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଚାଲିଛି। ୧୯୫୪ରେ ପ୍ରତିଷ୍ଠିତ ଏହି କଳାନୁଷ୍ଠାନ କଳାକାରଙ୍କୁ ମେଧାବୃତ୍ତି ଓ ଫେଲୋଶିପ୍‌ ପ୍ରଦାନ କରିବା ସହ ବିଭିନ୍ନ ପ୍ରକାର ପ୍ରଦର୍ଶିନୀର ଆୟୋଜନ କରିଥାଏ। ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଏହି ସଂସ୍ଥାର ଅଧ୍ୟକ୍ଷ ପଦବୀ ମଣ୍ଡନ କରୁଥିବା ବ୍ୟକ୍ତି ଜଣେ ଉଚ୍ଚମାନର କଳାକାର ହୋଇଥାଆନ୍ତି। ବହୁଦିନ ଧରି ଖାଲି ରହିବା ପରେ ୨୦୧୮ ମେ ୧୭ରେ ଏକାଡେମୀର ଅଧ୍ୟକ୍ଷ ଭାବେ ବିଶିଷ୍ଟ ସ୍ଥପତି ଓ ମୂର୍ତ୍ତିକାର ଉତ୍ତମ ପଚର୍ନେଙ୍କୁ ନିଯୁକ୍ତ କରାଯାଇଛି। ଫଳରେ ଏବେ ତାଙ୍କ ବ୍ୟକ୍ତିତ୍ୱ ...

ଏଇ ଭାରତରେ

ଏଇ ଭାରତରେ

ଆପରାଧିକ ଇଚ୍ଛାଶକ୍ତିକୁ ପୂରଣ କରିବାକୁ କେତେକ ଲୋକ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି। ଯେପରି ମହାରାଷ୍ଟ୍ର ନାଗପୁର ଜଲଗାଓଁ ଅଞ୍ଚଳର ଜଣେ ୩୦ବର୍ଷୀୟ ଯୁବକ ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ରୋଗୀଙ୍କ ସମ୍ପର୍କୀୟ ମହିଳାଙ୍କୁ ଅସଦାଚରଣ କରି ଏବେ ପୋଲିସ ହାତରେ ଧରାପଡ଼ିଛନ୍ତି। ନାଗପୁରସ୍ଥିତ ସରକାରୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ପ୍ରକାଶ ଓ୍ବାଙ୍ଖଡେ ନାମକ ଜଣେ ଯୁବକ ହସ୍ପିଟାଲ୍‌କୁ ଆସୁଥିବା ରୋଗୀଙ୍କ ଉପରେ ନଜର ରଖୁଥିଲେ। ରୋଗୀଙ୍କ ଅବସ୍ଥା ଓ ସେମାନଙ୍କ ସମ୍ପର୍କୀୟଙ୍କ ବ୍ୟାକୁଳତା ଦେଖି ସେମାନଙ୍କୁ ସାହାଯ୍ୟ କରିବାକୁ ପ୍ରଥମେ ପ୍ରତିଶ୍ରୁତି ଦିଅନ୍ତି। ଏହାକୁ ବିଶ୍ୱାସ କରି ରୋଗୀଙ୍କ ମହିଳା ସମ୍ପର୍କୀୟମାନେ ଯେତେବେଳେ ଓ୍ବାଙ୍ଖଡେଙ୍କ ସହଯୋଗ ଲୋଡ଼ନ୍ତି ସେତେବେଳେ ସେ ତାଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ବାଧ୍ୟ କରନ୍ତି। ନିକଟରେ ଜଣେ କର୍କଟ ପୀଡ଼ିିତ ରୋଗୀଙ୍କୁ ସରକାରୀ ଯୋଜନାରେ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ...