ଖେଳ |

ଭାନ୍‌ ଡୋରେନ୍‌ ଶ୍ରେଷ୍ଠ ହକି ଖେଳାଳି

 ଭାନ୍‌ ଡୋରେନ୍‌ ଶ୍ରେଷ୍ଠ ହକି ଖେଳାଳି
ବର୍ଲିନ, ୬ା୨ (ପି.ଟି.)-ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ୨୦୧୭ ହକି ଷ୍ଟାର ପୁରସ୍କାର ଉତ୍ସବ ଏଠାରେ ସୋମବାର ରାତିରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବେଲଜିୟମର ଆର୍ଥର ଭାନ୍‌ ଡୋରେନ ଦୁଇଟି ପୁରସ୍କାର ଜିତିଛନ୍ତି। ସେ ବର୍ଷର ଶ୍ରେଷ୍ଠ ପୁରୁଷ ହକି ଖେଳାଳି ଓ ବର୍ଷର ଶ୍ରେଷ୍ଠ ଉଦୀୟମାନ ଖେଳାଳି ବିବେଚିତ ହୋଇଛନ୍ତି। ଭାନ୍‌ ଡୋରେନ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଶ୍ରେଷ୍ଠ ଉଦୀୟମାନ ଖେଳାଳି ବିବେଚିତ ହୋଇଛନ୍ତି। ଅନ୍ୟପକ୍ଷରେ ଆର୍ଜେଣ୍ଟିନାର ଡେଲଫିନା ମେରିନୋ ୨୦୧୭ ବର୍ଷର ଶ୍ରେଷ୍ଠ ମହିଳା ଖେଳାଳି ଭାବେ ପୁରସ୍କୃତ ହୋଇଛନ୍ତି। ଆର୍ଜେଣ୍ଟିନାର ମାରିଆ ଜୋସ୍‌ ଗ୍ରାନାଟୋ ମଧ୍ୟ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ବର୍ଷର ଶ୍ରେଷ୍ଠ ଉଦୀୟମାନ ମହିଳା ଖେଳାଳି ବିବଚେିତ ହୋଇଛନ୍ତି। ବର୍ଷକ ପୂର୍ବେ ସେ ଭାରତରେ ଏହି ପୁରସ୍କାର ଲାଭ କରିଥିଲେ। ଇଂଲଣ୍ଡ ତଥା ଗ୍ରେଟ୍‌ ବ୍ରିଟେନର ମ୍ୟାଡି ହିଞ୍ଚ୍‌ ଲଗାତର ଦ୍ୱିତୀୟ ବର୍ଷ ପାଇଁ ଶ୍ରେଷ୍ଠ ମହିଳା ଗୋଲ କିପର ପୁରସ୍କାର ଜିତିଛନ୍ତି। ବେଲଜିୟମର ଭିନ୍‌ସେଣ୍ଟ ଭାନାସ୍କ ବର୍ଷର ଶ୍ରେଷ୍ଠ ପୁରୁଷ ଗୋଲକିପର ବିବେଚିତ ହୋଇଛନ୍ତି। ଘଟଣାକ୍ରମେ କୌଣସି ଭାରତୀୟଙ୍କ ନାମ ଏଥର ପୁରସ୍କାର ପାଇଁ ସୁପାରିସ ହୋଇ ନ ଥିଲା। ଖେଳାଳିମାନଙ୍କ ବ୍ୟତୀତ ଶ୍ରେଷ୍ଠ କୋଚ୍‌ଙ୍କୁ ମଧ ପୁରସ୍କୃତ କରାଯାଇଥିଲା। ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଆଲିସନ ଆନାନ ବର୍ଷର ଶ୍ରେଷ୍ଠ ମହିଳା କୋଚ୍‌ ବିବେଚିତ ହୋଇଥିଲେ। ତାଙ୍କ ସଫଳ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ନେଦରଲାଣ୍ଡ ଉଭୟ ହକି ଓ୍ବାଲର୍‌ଡ ଲିଗ୍‌ ଓ ରାବୋବ୍ୟାଙ୍କ ୟୁରୋହକି ଚାମ୍ପିୟନଶିପ୍‌ ଟାଇଟଲ ଜିତିଥିଲା। ଅନ୍ୟପକ୍ଷରେ ଆର୍ଜେଣ୍ଟିନାରେ ମାକ୍ସ କାଲ୍‌ଡାସ ଓ ନ୍ୟୁଜିଲାଣ୍ଡର ଶେନ୍‌ ମ୍ୟାକ୍‌ଲିଅଡ୍‌ଙ୍କୁ ମିଳିତ ଭାବେ ବର୍ଷର ଶ୍ରେଷ୍ଠ ପୁରୁଷ କୋଚ୍‌ ଭାବେ ପୁରସ୍କୃତ କରାଯାଇଥିଲା। କାଲ୍‌ଡାସ୍‌ଙ୍କ ତତ୍ତ୍ୱାବଧାନରେ ନେଦରଲାଣ୍ଡ ପୁରୁଷ ଦଳ ରବୋବ୍ୟାଙ୍କ ୟୁରୋହକି ଚାମ୍ପିୟନଶିପ୍‌ ଜିତିଥିବାବେଳେ ମ୍ୟାକ୍‌ଲିଅଡ୍‌ଙ୍କ ନେତୃତ୍ୱରେ ବେଲଜିୟମ ଜୋହାନ୍ସବର୍ଗଠାରେ ଓ୍ବାଲର୍‌ଡ ହକି ଲିଗ୍‌ ସେମିଫାଇନାଲ ଜିତିଥିଲା। ଏଫ୍‌ଆଇଏଚ ଏହାର ଓ୍ବେବ୍‌ସାଇଟ୍‌ ଜରିଆରେ ୧୦୦,୦୦୦ରୁ ଅଧିକ ହକିପ୍ରେମୀ, କୋଚ୍‌ ଓ ଖେଳାଳିଙ୍କ ମତାମତ ବିଚାରକୁ ନେଇ ପୁରସ୍କାର ତାଲିକା ପ୍ରସ୍ତୁତ କରିଥିଲା।
All Right Reserved By

ଖେଳ |

ମୁମ୍ବାଇ ଇଣ୍ଡିଆନ୍ସକୁ ଶକ୍ତ   ଧକ୍କା

ମୁମ୍ବାଇ ଇଣ୍ଡିଆନ୍ସକୁ ଶକ୍ତ ଧକ୍କା

ମୁମ୍ବାଇ,୨୩।୩- ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସକୁ ପୁଣି ଏକ ଝଟ୍‌କା ଲାଗିଛି। ନ୍ୟୁଜିଲାଣ୍ଡ ପେସର ଆଡାମ ମିଲନେ ଆଗାମୀ ସିଜନରୁ ଓହରି ଯାଇଛନ୍ତି। 

ଆକ୍ରମଣରୁ ବର୍ତ୍ତିବା ପରେ ବିବାହ କଲେ ବାଂଲାଦେଶ କ୍ରିକେଟର

ଆକ୍ରମଣରୁ ବର୍ତ୍ତିବା ପରେ ବିବାହ କଲେ ବାଂଲାଦେଶ କ୍ରିକେଟର

ଢାକା,୨୩।୩(ପିଟି)- ନିକଟରେ ନ୍ୟୁଜିଲାଣ୍ଡରେ ସଂଘଠିତ ଆତଙ୍କବାଦୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିବା ପରେ ବାଂଲାଦେଶ ଦୁଇ କ୍ରିକେଟର ବିବାହ କରିଛନ୍ତି।

ଆଜିଠୁ ଆଇପିଏଲ: ଜାଣନ୍ତୁ ଚଳିତ ଆଇପିଏଲର ୫ଟି ଖାସ୍‌ କଥା

ଆଜିଠୁ ଆଇପିଏଲ: ଜାଣନ୍ତୁ ଚଳିତ ଆଇପିଏଲର ୫ଟି ଖାସ୍‌ କଥା

ଖେଳ ସହ ମନୋରଞ୍ଜନର ମାଧ୍ୟମ ତଥା ଭାରତୀୟ କ୍ରିକେଟର ସବୁଠୁ ବଡ଼ ପର୍ବ ଆଇପିଏଲ ଆଜିଠାରୁ ଆରମ୍ଭ ହେବ। 

କ୍ଷୀର ପିଇ ପଡିଆକୁ ଆସୁଥିଲେ ଏହି ଖେଳାଳି: ବ୍ୟାଟରୁ ହେଉଥିଲା ଚୌକା-ଛକା ବର୍ଷା

କ୍ଷୀର ପିଇ ପଡିଆକୁ ଆସୁଥିଲେ ଏହି ଖେଳାଳି: ବ୍ୟାଟରୁ ହେଉଥିଲା ଚୌକା-ଛକା ବର୍ଷା

ଟିମ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହଓ୍ବାଗଙ୍କୁ ‘ନଜଫଗଡର ନବାବ’ କୁହାଯାଏ। ଏମିତି ବି କ୍ରିକେଟ ଦୁନିଆରେ ସଚିନ ତେନ୍ଦୁଲକରଙ୍କୁ ପ୍ରଶଂସକ ‘ଭଗବାନ’ କହୁଥିବା ବେଳେ, ବୀରୁଙ୍କ ବିସ୍ଫୋରକ ବ୍ୟାଟିଂକୁ ଭୁଲି ପାରି ନାହାନ୍ତି। 

ରେକର୍ଡ କହୁଛି ଜିତିବ ସିଏସ୍‌କେ

ରେକର୍ଡ କହୁଛି ଜିତିବ ସିଏସ୍‌କେ

ଚେନ୍ନାଇ,୨୨।୩- ସ୍ଥାନୀୟ ଏମ୍‌. ଚିଦାମ୍ବରମ ଷ୍ଟାଡିୟମ୍‌ରୁ ଆଇପିଏଲ-୧୨ ଆରମ୍ଭ ହେବାକୁ ଯାଉଛି।

ବୟୋଜ୍ୟେଷ୍ଠ ଖେଳାଳିଙ୍କ ଦଳ ସିଏସ୍‌କେ

ବୟୋଜ୍ୟେଷ୍ଠ ଖେଳାଳିଙ୍କ ଦଳ ସିଏସ୍‌କେ

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୨ତମ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏଥିରେ ଖେଳିବାକୁ ଥିବା ଦଳମାନଙ୍କ ମଧ୍ୟରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ହେଉଛି ସବୁଠୁ ବୟୋଜ୍ୟେଷ୍ଠ ଖେଳାଳିଙ୍କ ଦଳ। 

ଶୀର୍ଷରେ ସ୍ମୃତି ମନ୍ଧାନା, ଝୁଲନ ଗୋସ୍ବାମୀ

ଶୀର୍ଷରେ ସ୍ମୃତି ମନ୍ଧାନା, ଝୁଲନ ଗୋସ୍ବାମୀ

ଦୁବାଇ,୨୨।୩-ଭାରତୀୟ ଓପନର ସ୍ମୃତି ମନ୍ଧାନା ଓ ଫାଷ୍ଟ ବୋଲର ଝୁଲନ ଗୋସ୍ବାମୀ ମହିଳା ବ୍ୟାଟ୍ସଓମ୍ୟାନ ଓ ବୋଲରଙ୍କ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। 

ମୋଦିଙ୍କ ଭିଜନରେ ଅନୁପ୍ରାଣିତ - ଗମ୍ଭୀର

ମୋଦିଙ୍କ ଭିଜନରେ ଅନୁପ୍ରାଣିତ - ଗମ୍ଭୀର

ନୂଆଦିଲ୍ଲୀ,୨୨।୩(ପିଟି)- ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଗୌତମ ଗମ୍ଭୀର ଶୁକ୍ରବାର ଭାଜପାରେ ଯୋଗଦେଇଛନ୍ତି।

୨୫  ବଲରେ ଶତକ ଲଗାଇଲେ ଓ୍ବିଲ ଜ୍ୟାକ୍ସ

୨୫ ବଲରେ ଶତକ ଲଗାଇଲେ ଓ୍ବିଲ ଜ୍ୟାକ୍ସ

ନୂଆଦିଲ୍ଲୀ,୨୨।୩(ପିଟି)- ସରେ ପାଇଁ ଖେଳୁଥିବା ଓ୍ବିଲ ଜ୍ୟାକ୍ସ ୨୫ ବଲରେ ଶତକ ଲଗାଇଛନ୍ତି।

ପାକିସ୍ତାନରେ ହେବ ନାହିଁ ଆଇପିଏଲ ପ୍ରସାରଣ

ପାକିସ୍ତାନରେ ହେବ ନାହିଁ ଆଇପିଏଲ ପ୍ରସାରଣ

ନୂଆଦିଲ୍ଲୀ,୨୨।୩(ପିଟି)- ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ପ୍ରସାରଣକୁ ଭାରତରେ ବ୍ୟାନ କରାଯିବା ପରେ ପାକିସ୍ତାନ ଆଇପିଏଲର ୧୨ତମ ସଂସ୍କରଣର ପ୍ରସାରଣକୁ ବ୍ୟାନ କରିଛି। 

କ୍ରିକେଟ ପଡ଼ିଆ ଛାଡି  ରାଜନୀତିରେ ଯୋଗ ଦେଲେ ଗୌତମ ଗମ୍ଭୀର: ଭାଜପାରେ  ସାମିଲ

କ୍ରିକେଟ ପଡ଼ିଆ ଛାଡି ରାଜନୀତିରେ ଯୋଗ ଦେଲେ ଗୌତମ ଗମ୍ଭୀର: ଭାଜପାରେ ସାମିଲ

ନୂଆଦିଲ୍ଲୀ, ୨୨।୩: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର କ୍ରିକେଟ ପଡ଼ିଆ ଛାଡି ରାଜନୀତିରେ ଯୋଗଦେଇଛନ୍ତି। ସେ ଭାଜପାରେ ଶୁକ୍ରବାର ସାମିଲ୍‌ ହୋଇଛନ୍ତି। 

ଡେନମାର୍କ ବ୍ୟାଡ୍‌ମିଣ୍ଟନ ଖେଳାଳି ବାସନ୍ଦ

ଡେନମାର୍କ ବ୍ୟାଡ୍‌ମିଣ୍ଟନ ଖେଳାଳି ବାସନ୍ଦ

ଲଣ୍ଡନ, ୨୧।୩(ପିଟି)- ଡେନମାର୍କ ବ୍ୟାଡ୍‌ମିଣ୍ଟନ ଖେଳାଳି  ଜୋଆଚିମ ପରସନଙ୍କୁ ଦେଢ଼ ବର୍ଷ ପାଇଁ ବାସନ୍ଦ କରାଯାଇଛି। ବେଟିଂ ସହ ଜଡ଼ିତ ହୋଇ ସେ ସ୍ପୋଟର୍‌ସ ଅଫ୍‌ କଣ୍ଡକ୍ଟ ଭଙ୍ଗ କରିଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା