ଖେଳ |

ଜାତୀୟ ଜୁଜୁତ୍ସୁରେ ଓଡ଼ିଶାକୁ ୨ ସ୍ବର୍ଣ୍ଣ, ୪ ରୌପ୍ୟ

ଜାତୀୟ ଜୁଜୁତ୍ସୁରେ ଓଡ଼ିଶାକୁ ୨ ସ୍ବର୍ଣ୍ଣ, ୪ ରୌପ୍ୟ
ଭୁବନେଶ୍ୱର, ୬।୨(ସ୍ପୋଟର୍‌ସ ବ୍ୟୁରୋ)- କେରଳର କୋଚିନଠାରେ ଚଳିତ ମାସ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଜାତୀୟ ଜୁଜୁତ୍ସୁ ପ୍ରତିଯୋଗିତାରେ ଓଡ଼ିଶା ଦଳ ସଫଳ ପ୍ରଦର୍ଶନ କରିଛି। ମ୍ୟାନେଜର ବିଶ୍ୱଦେବ ପଟ୍ଟନାୟକଙ୍କ ନେତୃତ୍ୱରେ ଅଂଶଗ୍ରହଣ କରିଥିବା ୭ ଜଣିଆ ଓଡ଼ିଶା ଦଳ ୨ଟି ସ୍ବର୍ଣ୍ଣ ଓ ୪ଟି ରୌପ୍ୟ ପଦକ ଜିତିଛି। ଓଡ଼ିଶା ପୋଲିସରେ କାର୍ଯ୍ୟରତ ଅନୁପମା ସ୍ବାଇଁ କନ୍‌ଟାକ୍ଟ ଫାଇଟିଂରେ ସ୍ବର୍ଣ୍ଣପଦକ ଜିତିଥିଲେ। ସେ ଜୁଜୁତ୍ସୁ ପୋଷାକ ସହ ପ୍ରତିଯୋଗିତା ଓ ସାଧାରଣ ପୋଷାକ ସହ ପ୍ରତିଯୋଗିତାରେ ଗୋଟିଏ ଲେଖାଏ ରୌପ୍ୟ ପଦକ ହାସଲ କରିଥିଲେ। ସେହିଭଳି ଶ୍ରୀକାନ୍ତ ଶେଖର ଜୁଜୁତ୍ସୁ ପୋଷାକ ସହ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ ସଫଳତା ପାଇଛନ୍ତି। ଏହାଛଡ଼ା ପ୍ରିୟଦର୍ଶିନୀ ଘଟୁଆରୀ (ଏମ୍‌ବିଏସ୍‌ ପବ୍ଲିକ ସ୍କୁଲ) ଓ ସତ୍ୟ ବେଉରିଆ ଜୁଜୁତ୍ସୁ ପୋଷାକ ସହ ଫାଇଟିଂରେ ଗୋଟିଏ ଲେଖାଏ ରୌପ୍ୟ ପଦକ ଜିତିଥିଲେ। ଅନ୍ୟତମ ଓଡ଼ିଶା ପ୍ରତିଯୋଗୀ ଅନିର୍ବାଣ ମେଉର, ସନ୍ତୋଷ ସିଂ ଓ ଅଂଶୁମାନ ସେଠୀ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ ମଧ୍ୟ ପଦକ ଅର୍ଜନରୁ ବଞ୍ଚତ୍ତ ହୋଇଥିଲେ। ସ୍ବର୍ଣ୍ଣ ଓ ରୌପ୍ୟ ପଦକ ବିଜୟୀ ଓଡ଼ିଆ ପ୍ରତିଯୋଗୀମାନେ ଆସନ୍ତା ଏସିଆନ୍‌ ଗେମ୍ସ କ୍ୟାମ୍ପ୍‌ ନିମନ୍ତେ ଯୋଗ୍ୟତା ହାସଲ କରିଛନ୍ତି। ସଫଳତା ଲାଗି ଓଡ଼ିଶା ଜୁଜୁତ୍ସୁ ସଂଘର ସଭାପତି ସୁଶ୍ରୀ ଗୌରୀ ମହାନ୍ତି ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
All Right Reserved By

ଖେଳ |

ମୁମ୍ବାଇ ଜିତିଲା ବିଜୟ ହଜାରେ ଟ୍ରଫି

ମୁମ୍ବାଇ ଜିତିଲା ବିଜୟ ହଜାରେ ଟ୍ରଫି

ବେଙ୍ଗାଲୁରୁ,୨୦।୧୦- ଚଳିତ ବିଜୟ ହଜାରେ ଟ୍ରଫି ଦିନିକଆ ଟୁର୍ନାମେଣ୍ଟରେ ମୁମ୍ବାଇ ଦଳ ଚାମ୍ପିୟନ ହୋଇଛି। ମୋଟ ଉପରେ ୩ୟ ଥର ପାଇଁ ମୁମ୍ବାଇ ଦଳ ଏହ ସଫଳତା ପାଇଛି।

‘ରାୟୁଡୁ ୪ର୍ଥ କ୍ରମରେ ବ୍ୟାଟିଂ କଲେ ମଧ୍ୟକ୍ରମର ଅବସ୍ଥା ସୁଧିରିପାରିବ’

‘ରାୟୁଡୁ ୪ର୍ଥ କ୍ରମରେ ବ୍ୟାଟିଂ କଲେ ମଧ୍ୟକ୍ରମର ଅବସ୍ଥା ସୁଧିରିପାରିବ’

ଗୁଆହାଟି,୨୦।୧୦- ବରିଷ୍ଠ ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ଦଳର ୪ର୍ଥ କ୍ରମରେ ସ୍ଥାନ ପକ୍କା କଲେ ମଧ୍ୟକ୍ରମର ଅବସ୍ଥା ସୁଧିରି ପାରିବ ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି ଶନିବାର କହିଛନ୍ତି। 

ଦିନିକିଆରେ ପଦାର୍ପଣ କରିବେ ପନ୍ତ

ଦିନିକିଆରେ ପଦାର୍ପଣ କରିବେ ପନ୍ତ

ଗୁଆହାଟି,୨୦।୧୦- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଦିନିକିଆ ଲାଗି ଶନିବାର ୧୨ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ୨୦ ବର୍ଷୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଶଭ ପନ୍ତ ଏଥିରେ ସ୍ଥାନ ମିଳିଛି। 

ମହିଳା କରନୀ ସେନା ମୁଖ୍ୟ ଜାଡେଜାଙ୍କ ପତ୍ନୀ

ମହିଳା କରନୀ ସେନା ମୁଖ୍ୟ ଜାଡେଜାଙ୍କ ପତ୍ନୀ

ରାଜକୋଟ,୨୦।୧୦- କ୍ଷେତ୍ରୀୟ ରାଜପୁତ ସମୁଦାୟ କରନୀ ସେନା ନୀର୍ଦ୍ଧଷ୍ଟ ଭାବେ ଗୁଜରାଟ ଓ ରାଜସ୍ଥାନରେ ସକ୍ରିୟ ଅଛନ୍ତି। ଏହି ଗ୍ରୁପ ଗତବର୍ଷ ରିଲିଜ୍‌ ହୋଇଥିବା ଫିଲ୍ମ ‘ପଦ୍ମାବତ’କୁ ସର୍ବଭାରତୀୟ ସ୍ତରରେ କଡ଼ା ବିରୋଧ କରିଥିଲେ। 

ଡେନମାର୍କ ଓପନ: ସେମିରେ ସାଇନା, କିଡାମ୍ବି

ଡେନମାର୍କ ଓପନ: ସେମିରେ ସାଇନା, କିଡାମ୍ବି

ଓଡେନ୍‌ସେ(ଡେନମାର୍କ),୨୦।୧୦(ପି.ଟି.)- ଭାରତୀୟ ଷ୍ଟାର ଶଟଲର ସାଇନା ନେହ୍ବାଲ ଓ କିଡାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଡେନମାର୍କ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ସେମିଫାଇନାଲରେ ପ୍ରବେଶ କରିଛନ୍ତି। 

ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍‌

ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍‌

ମୁମ୍ବାଇ,୨୦।୧୦- ଦକ୍ଷିଣ ଆଫ୍ରିକା ଉଇକେଟକିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି କକ୍‌ ନିଲାମ ପ୍ରକ୍ରିୟା ପୂର୍ବରୁ ପ୍ରଥମ ଖେଳାଳି ଭାବେ ଦଳ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଡି କକ୍‌ଙ୍କୁ ଗତ ଅକଶନରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗଲୋର (ଆର୍‌ସିବି) ଦଳ ୨.୮ କୋଟି ଟଙ୍କାର କିଣିଥିଲା।

ପ୍ରବୀଣ କୁମାରଙ୍କ ଅବସର

ପ୍ରବୀଣ କୁମାରଙ୍କ ଅବସର

ଲକ୍ଷ୍ନୌ,୨୦।୧୦- ଭେଟେରାନ ପେସର ପ୍ରବୀଣ କୁମାର ଶନିବାର ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବାର ଦୀର୍ଘ ୧୧ ବର୍ଷ ପରେ ସେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। 

ଆବୁଧାବି ଟେଷ୍ଟ ଜିତିଲା ପାକିସ୍ତାନ

ଆବୁଧାବି ଟେଷ୍ଟ ଜିତିଲା ପାକିସ୍ତାନ

ଆବୁଧାବି,୧୯।୧୦- ପେସର ମହମ୍ମଦ ଆବାସଙ୍କ ଘାତକ ବୋଲିଂ ଆଗରେ ଅଷ୍ଟ୍ରେଲିଆ ବ୍ୟାଟିଂ ଲାଇନ୍‌ ଅଫ୍‌ ଛତ୍ରଭଙ୍ଗ ଦେଇଛି। ଆବାସ ଏହି ମ୍ୟାଚ୍‌ର ଉଭୟ ଇନିଂସ୍‌ରେ ୫ ଉଇକେଟ ପାଇଛନ୍ତି। 

ସଚିନଙ୍କୁ ଚକିତ କଲେ ଲାରା

ସଚିନଙ୍କୁ ଚକିତ କଲେ ଲାରା

ମୁମ୍ବାଇ,୧୯।୧୦- କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ଓ୍ବେଷ୍ଟଇଣ୍ଡିଜ୍‌ ପୂର୍ବତନ ଅଧିନାୟକ ବ୍ରାୟନ ଲାରା ଚକିତ କରି ଦେଇଛନ୍ତି। ଲାରା ଶୁକ୍ରବାର ହଠାତ ମୁମ୍ବାଇ ଗସ୍ତ କରିବା ସହ ସଚିନଙ୍କୁ ଭେଟିଛନ୍ତି। 

ଅନ୍ତର୍ଜାତୀୟ କ୍ରିକେଟର ବୁକି ପ୍ରାୟତଃ ଭାରତୀୟ

ଅନ୍ତର୍ଜାତୀୟ କ୍ରିକେଟର ବୁକି ପ୍ରାୟତଃ ଭାରତୀୟ

ନୂଆଦିଲ୍ଲୀ,୧୯।୧୦- ଅନ୍ତର୍ଜାତୀୟ କ୍ରିକେଟର ବୁକିମାନେ ପ୍ରାୟତଃ ଭାରତୀୟ ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି)ର ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି। 

ମେଡିକାଲରେ ସର୍ଫରାଜ

ମେଡିକାଲରେ ସର୍ଫରାଜ

ଆବୁଧାବି,୧୯।୧୦- ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ୨ୟ ଟେଷ୍ଟରେ ପାକିସ୍ତାନ ଅଧିନାୟକ ଅହମ୍ମଦ ସର୍ଫାରାଜ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମ୍ୟାଚ୍‌ର ୩ୟ ଦିବସରେ ତାଙ୍କ ମୁଣ୍ଡରେ ବଲ ବାଜିଥିଲା। 

ପାକିସ୍ତାନ ଗସ୍ତରୁ ଗୁପଟିଲ ବାଦ୍‌

ପାକିସ୍ତାନ ଗସ୍ତରୁ ଗୁପଟିଲ ବାଦ୍‌

ଅକ୍‌ଲାଣ୍ଡ,୧୯।୧୦- ପାକିସ୍ତାନ ବିପକ୍ଷରେ ୟୁଏଇଠାରେ ହେବାକୁ ଥିବା ଦିନିକିଆ ସିରିଜ୍‌ରୁ ନ୍ୟୁଜିଲାଣ୍ଡର ଓପନର ମାର୍ଟିନ ଗୁପଟିଲ ବାଦ୍‌ ପଡ଼ିଛନ୍ତି। ପ୍ଲଙ୍କେଟ ଶିଲ୍ଡ ଘରୋଇ ପ୍ରତିଯୋଗିତାରେ ଖେଳୁଥିବାବେଳେ ତାଙ୍କ ମାଂସପେଶୀ ଟାଣି ହୋଇଯାଇଥିଲା।