ଖେଳ |

୩-୦ ଅଗ୍ରଣୀ ଲକ୍ଷ୍ୟରେ ଭାରତ

କେପ୍‌ ଟାଉନ୍‌,୬ା୨(ପି.ଟି.)- ପ୍ରଥମ ଦୁଇଟି ଦିନିକିଆରେ ବିଜୟ ହାସଲ କରି ଚଳିତ ୬ ମ୍ୟାଚ ବିଶିଷ୍ଟ ସିରିଜରେ ଦମ୍‌ଦାର ଆରମ୍ଭ କରିଥିବା ଭ୍ରମଣକାରୀ ଭାରତ ବୁଧବାର ତୃତୀୟ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ସ୍ଥାନୀୟ ନ୍ୟୁଲାଣ୍ଡ୍ସ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଉଭୟ ଦଳ ପାଇଁ ବିଶେଷ ଭାବେ ଗୁରୁତ୍ୱ ବହନ କରୁଛି। ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ମାଟିରେ ଭାରତ ପ୍ରତ୍ୟେକ ଦିନିକିଆ ସିରିଜରେ ପରାସ୍ତ ହୋଇ ଆସିଛି। ତେବେ ଏହି ମ୍ୟାଚରେ ବିଜୟୀ ହେଲେ ଭାରତ ୩-୦ରେ ଅଗ୍ରଣୀ ହେବ ଓ ଅତିକମ୍‌ରେ ସିରିଜ ପରାଜୟ ବରଣ କରିବ ନାହିଁ। ଫଳରେ ବିଜୟୀ ହେଲେ ଭାରତ ଇତିହାସ ସୃଷ୍ଟି କରିବ। ଅପରପକ୍ଷରେ ଆଘାତ ସମସ୍ୟା ଜର୍ଜରିତ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି। ଡର୍ବାନରେ ଭାରତ ପ୍ରଥମ ଦିନିକିଆକୁ ୬ ଉଇକେଟରେ ଓ ସେଞ୍ଚୁରିଅନରେ ଦ୍ୱିତୀୟ ଦିନିକିଆରେ ୯ ଉଇକେଟରେ ବିଜୟ ହାସଲ କରି ଘରୋଇ ଦଳ ଉପରେ ଆଧିପତ୍ୟ ବିସ୍ତାର କରି ଖେଳିଛି। ଦକ୍ଷିଣ ଆଫ୍ରିକାରେ ଭାରତ ୧୯୯୨-୯୩ ଓ ୨୦୧୦-୧୧ରେ ଖେଳାଯାଇଥିବା ଦ୍ୱିପାକ୍ଷିକ ସିରିଜ୍‌ରେ ଦୁଇଟି ବିଜୟ ହାସଲ କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ସିରିଜରେ ପରାସ୍ତ ହୋଇଥିଲା। ତେବେ ଏଥର ସେଭଳି ହେବା ଭଳି ଲାଗୁ ନାହିଁ। ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଏବି ଡି’ଭିଲର୍ସ ଓ ଅଧିନାୟକ ଫାଫ୍‌ ଡୁପ୍ଲେସିଙ୍କ ପରେ ଯୁବ ଉଇକେଟ କିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି’କକ୍‌ ମଧ୍ୟ ବାକିଥିବା ଦିନିକିଆ ମ୍ୟାଚ ଓ ଟି୨୦ ସିରିଜରୁ ବାଦ ପଡିଛନ୍ତି। ତେବେ ଡି’ଭିଲର୍ସ ଚତୁର୍ଥ ଦିନିକିଆରେ ପ୍ରତ୍ୟାବର୍ତ୍ତନ କରିବେ। ଏହା ସତ୍ତ୍ୱେ ଭାରତ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ଡି’କକ୍‌ଙ୍କ ବଦଳ ଖେଳାଳିଙ୍କ ନାମ କ୍ରିକେଟ ସାଉଥ ଆଫ୍ରିକା ଘୋଷଣା କରି ନ ଥିଲେ ମଧ୍ୟ ହେନରିଚ୍‌ କ୍ଲାସେନ୍‌ ଦିନିକିଆର ପଦାର୍ପଣ କରିବା ସମ୍ଭାବନା ରହିଛି। ଘରୋଇ ଦିନିକିଆ ଟୁର୍ନାମେଣ୍ଟରେ କ୍ଲାସେନ୍‌ ତୃତୀୟ ସର୍ବାଧିକ ସ୍କୋରର ବିବେଚିତ ହୋଇଛନ୍ତି। ଅବଶ୍ୟ ଡି’କକ୍‌ ଦୁର୍ବଳ ଫର୍ମ ଦେଇ ଗତି କରୁଥିଲେ। ଟେଷ୍ଟ ଓ ଦିନିକିଆରେ ଗତ ୮ଟି ଇନିଂସରେ ସେ ଥରେ ହେଲେ ବି ୫୦ରୁ ଊର୍ଦ୍ଧ୍ୱ ରନ ସ୍କୋର କରିବାରେ ବିଫଳ ହୋଇଛନ୍ତି। ତେଣୁ କ୍ଲାସେନଙ୍କୁ ଦଳରେ ସାମିଲ କଲେ ଦକ୍ଷିଣ ଆଫ୍ରିକା ପାଇଁ ଲାଭଜନକ ହୋଇପାରେ। ଗତ ଦୁଇଟି ମ୍ୟାଚରେ ମୋଟ ୧୩ଟି ଉଇକେଟ ହାସଲ କରିଥିବା ଦୁଇ ଭାରତୀୟ ରିଷ୍ଟ ସ୍ପିନର ୟଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ବଲକୁ ବୁଝିବା କ୍ଲାସେନଙ୍କ ପାଇଁ କଷ୍ଟକର ହେବ। ଅଭିଜ୍ଞ ହାସିମ ଅମଲା, ଜେପି ଡୁମିନି, ଡେଭିଡ ମିଲର ଓ କାମଚଳା ଅଧିନାୟକ ତଥା ଯୁବ ବ୍ୟାଟ୍ସମ୍ୟାନ ଏଡେନ ମାରକ୍ରାମଙ୍କୁ ଦମ୍‌ ଦେଖାଇବାକୁ ପଡିବ। ଏପର୍ଯ୍ୟନ୍ତ ସିରିଜରେ କୌଣସି ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ସଫଳ ହୋଇ ପାରିନାହାନ୍ତି। ଗତମ୍ୟାଚରେ ପଦାର୍ପଣରେ ଖାୟା ଜୋଣ୍ଡୋ ୪୫ ବଲରୁ ୨୫ ରନ ସଂଗ୍ରହ କରିଥିଲେ। ସେହିପରି ଡୁମିନି ମଧ୍ୟ ୨୫ ରନ ସଂଗ୍ରହ କରିଥିଲେ। ଭାରତୀୟ ରିଷ୍ଟ ସ୍ପିନରଙ୍କୁ କିପରି ମୁକାବିଲା କରାଯିବ ସେ ନେଇ ଦକ୍ଷିଣ ଆଫ୍ରିକା ଟିମ୍‌ ମ୍ୟାନେଜମେଣ୍ଟ ଅବଶ୍ୟ ଚିନ୍ତିତ ଥିବ। ଦଳରେ ଦୁଇଜଣ ସ୍ପିନର ଇମ୍ରାନ ତାହିର ଓ ତାବ୍ରେଜ୍‌ ଶାମସି ରହିଛନ୍ତି। ଦ.ଆଫ୍ରିକା ଏହି ଦୁଇ ସ୍ପିନରଙ୍କୁ ଖେଳାଇବ କି ନା ତାହା ମ୍ୟାଚ ଆରମ୍ଭ ହେଲା ପରେ ଜଣାପଡିବ। ଅପରପକ୍ଷରେ ଭାରତ ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂ ୩ଟି ବିଭାଗରେ ଉଚ୍ଚକୋଟୀର ପ୍ରଦର୍ଶନ କରିଛି। ଫଳରେ ଦଳରେ କୌଣସି ସମସ୍ୟା ଥିବା ଭଳିି ଲାଗୁନାହିଁ। କ୍ରମାଗତ ଦୁଇଟି ବିଜୟ ହାସଲ କରିଥିବାରୁ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ନ ହେବା ନିଶ୍ଚିତ ମନେହେଉଛି। ଦ. ଆଫ୍ରିକା ମାଟିରେ ପୂର୍ବରୁ ଭାରତ କେବେବି ୩ଟି ମ୍ୟାଚରେ ବିଜୟୀ ହୋଇନାହିଁ। ତେଣୁ ନ୍ୟୁଲାଣ୍ଡ୍ସରେ ସଫଳ ହେଲେ ଭାରତ ଇତିହାସ ସୃଷ୍ଟି କରିବ। ପୂର୍ବରୁ ଏଠାରେ ଭାରତ ୪ଟି ଦିନିକିଆ ଖେଳିଛି ଓ ଦୁଇଟିରେ ବିଜୟୀ ହେବା ସହ ଗୋଟିଏରେ ପରାଜୟ ବରଣ କରିଛି। ଇତିମଧ୍ୟରେ ଆନ୍ତର୍ଜାତିକ କ୍ରିକେଟ କାଉନସିଲ୍‌ (ଆଇସିସି) ଦିନିକିଆ ର଼୍ୟାଙ୍କିଙ୍ଗରେ ଭାରତ ଶୀର୍ଷ ସ୍ଥାନ ହାସଲ କରିଛି। ତେଣୁ ବିଜୟୀ ହେଲେ ଭାରତ ତା’ର ଏହି ସ୍ଥାନ ଆହୁରି ଦୃଢ଼ କରିବ। ନ ହେଲେ ଭାରତ ଦ୍ୱିତୀୟ ସ୍ଥାନକୁ ଖସିବ। ଅନ୍ୟପଟେ ନ୍ୟୁଲାଣ୍ଡ୍ସରେ ଦକ୍ଷିଣ ଆଫ୍ରିକାର ରେକର୍ଡ ଜବରଦସ୍ତ ରହିଛି। ଘରୋଇ ଦଳ ଏଠାରେ ୩୩ଟି ମ୍ୟାଚ୍‌ ଖେଳିଥିବାବେଳେ ୨୮ଟିରେ ବିଜୟୀ ହୋଇଛି। ଏଠାରେ ଗତ ୬ଟି ଦିନିକିଆରେ ପ୍ରଥମ ଇନିଂସରେ ହାରାହାରି ସ୍କୋର ୩୧୧ ରହିଛି। ପାରମ୍ପରିକ ଭାବେ ଏହି ପିଚ୍‌ ବ୍ୟାଟ୍ସମ୍ୟାନଙ୍କୁ ସୁହାଇ ଥାଏ। ତେଣୁ ବ୍ୟାଟ୍ସମ୍ୟାନ ଏଠାରେ ଦମ୍‌ ଦେଖାଇବା ଆଶା କରାଯାଉଛି। ଡୁମିନି ଓ ଅମଲା ଏହି ପିଚ୍‌ରେ ଭଲ ପ୍ରଦର୍ଶନ କରିଛନ୍ତି। ଟସ୍‌ର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ, ଏହି ମ୍ୟାଚ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି। ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ବନ, ରୋହିତ ଶର୍ମା, ଅଜିଙ୍କ୍ୟ ରାହାନେ, ଶ୍ରୋୟାସ ଆୟର, ମନୀଷ ପାଣ୍ଡେ, ଦୀନେଶ କାର୍ତ୍ତିକ, କେଦାର ଯାଦବ, ମହେନ୍ଦ୍ର ସିଂ ଧୋନୀ, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି ଓ ଶାର୍ଦ୍ଦୁଳ ଠାକୁର। ଦକ୍ଷିଣ ଆଫ୍ରିକା ଦଳ: ଏଡେନ ମାରକ୍ରାମ (ଅଧିନାୟକ), ହାସିମ ଅମଲା, ଜେପି ଡୁମିନି, ଇମ୍ରାନ ତାହିର, ଡେଭିଡ ମିଲର, ମର୍ନେ ମୋର୍କେଲ, କ୍ରିସ୍‌ ମୋରିସ୍‌, ଲୁଙ୍ଗିସାନି ଏନ୍‌ଗିଡି, ଆଣ୍ଡିଲ ଫେଲୁକ୍ୱାଓ, ଖାୟା ଜୋଣ୍ଡୋ, ଫରହାନ ବେହାର ଡିନ୍‌ ଓ ହେନରିଚ୍‌ କ୍ଲାସେନ। ସମୟ: ଅପରାହ୍ନ ୪ଟା ୩୦। ପ୍ରସାରଣ: ସୋନି ଟେନ୍‌। ସ୍ଥାନ: କେପ୍‌ ଟାଉନ୍‌।
All Right Reserved By

ଖେଳ |

ଓାସାକା ଫାଇନାଲରେ

ଓାସାକା ଫାଇନାଲରେ

ଟୋକିଓ, ୨୨ା୯ (ଏଏଫ୍‌ପି)- ଜାପାନର ନାଓମି ଓସାକା ପ୍ୟାନ ପ୍ୟାସିଫିକ୍‌  ଓପନ ଡବଲ୍‌ୟୁଟିଏ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ଭାରତୀୟ ରେସଲିଂରେ ପ୍ରଥମଥର ଲାଗି ବିଦେଶୀ କୋଚ୍‌

ଭାରତୀୟ ରେସଲିଂରେ ପ୍ରଥମଥର ଲାଗି ବିଦେଶୀ କୋଚ୍‌

ନୂଆଦିଲ୍ଲୀ, ୨୨।୯(ପି.ଟି.)- ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ପ୍ରଥମଥର ଲାଗି ବିଦେଶୀ କୋଚ୍‌ଙ୍କୁ ନିଯୁକ୍ତି କରିବାକୁ ନିଷ୍ପତ୍ତି ନେଇଛି। 

ଜେମିମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ:  ଜିତିଲା ଭାରତୀୟ ମହିଳା ଦଳ

ଜେମିମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ: ଜିତିଲା ଭାରତୀୟ ମହିଳା ଦଳ

କଲମ୍ବୋ,୨୨।୯- ଯୁବ ବ୍ୟାଟ୍ସଓ୍ବିମେନ ଜେମିମା ରୋଡ୍ରିଗୁଏଜଙ୍କ ବିସ୍ଫୋରକ ଅର୍ଦ୍ଧାତକୀୟ ଇନିଂସ୍‌ ଯୋଗୁ ଶ୍ରୀଲଙ୍କା ବିପକ୍ଷ ୩ୟ ଟି୨୦ ମ୍ୟାଚ୍‌ରେ ଭାରତ ସହଜ ବିଜୟ ହାସଲ କରିଛି। ଶ୍ରୀଲଙ୍କା ପକ୍ଷରୁ ଧାର୍ଯ୍ୟ ୧୩୨ ରନ୍‌ର ବିଜୟ ଲକ୍ଷ୍ୟକୁ ୧୮.୨ ଓଭରରେ ଭାରତ ହାସଲ କରିନେଇଥିଲା।

ହାରିଲା ଫେଡେରର-ଜୋକୋଭଚ୍‌ଙ୍କ ଯୋଡ଼ି

ହାରିଲା ଫେଡେରର-ଜୋକୋଭଚ୍‌ଙ୍କ ଯୋଡ଼ି

ଶିକାଗୋ,୨୨।୯- ଦୁଇ ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଟେନିସ୍‌ ଖେଳାଳି ରୋଜର ଫେଡେରର ଓ ନୋଭାକ ଜୋକୋଭିଚ୍‌ ଚଳିତ ଲାଭର କପ୍‌ ଟୁର୍ନାମେଣ୍ଟର ଡବଲ୍ସ ମୁକାବିଲାରେ ପରାସ୍ତ ହୋଇଛନ୍ତି। ଏହାସତ୍ତ୍ୱେ ୟୁରୋପ ଦଳ ୩-୧ ବ୍ୟବଧାନରେ ଓ୍ବାଲ୍ଡ ଟିମ୍‌କୁ ପରାସ୍ତ କରିବାରେ ସକ୍ଷମ ହୋଇଛି । 

ପାଞ୍ଚ ବର୍ଷ କ୍ରିକେଟ ପ୍ରସାରଣ କରିବ ଜିଓ ଟିଭି

ପାଞ୍ଚ ବର୍ଷ କ୍ରିକେଟ ପ୍ରସାରଣ କରିବ ଜିଓ ଟିଭି

ନୂଆଦିଲ୍ଲୀ,୨୨।୯- ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜିଓ ଟିଭି କ୍ରିକେଟ ମ୍ୟାଚ୍‌ର ସିଧାପ୍ରସାରଣ କରିବ। ଏଥିନେଇ ସ୍ପୋଟର୍‌ସ ଭିତ୍ତିକ ଚ୍ୟାନେଲ ଷ୍ଟାର ଇଣ୍ଡିଆ ସହ ରିଲେଆନ୍ସ ଜିଓ ଇନ୍‌ଫୋକୋମ୍ମ ଲିମିଟେଡ୍‌ ଚୁକ୍ତି କରିଥିବା ଶୁକ୍ରବାର ଘୋଷଣା କରିଛି। 

ହାସନ, ଅସଗର, ରସିଦ ଦଣ୍ଡିତ

ହାସନ, ଅସଗର, ରସିଦ ଦଣ୍ଡିତ

ଦୁବାଇ,୨୨।୯- ଚଳିତ ଏସିଆ କପ୍‌ର ସୁପର ୪’ ପର୍ଯ୍ୟାୟରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ୩ଜଣ ଖେଳାଳିଙ୍କୁ ଭିନ୍ନ ଭିନ୍ନ କାରଣ ପାଇଁ ଦଣ୍ଡିତ କରାଯାଇଛି। ପାକିସ୍ତାନ ପେସର ହାସନ ଅଲି ଓ ଆଫଗାନିସ୍ତାନର ଅସଗର ଆଫଗାନ ଏବଂ ରସିଦ ଖାଁଙ୍କ ମ୍ୟାଚ୍‌ର ୧୫ ପ୍ରତିଶତ କାଟ କରାଯାଇଛି। 

ବଜରଙ୍ଗଙ୍କୁ ଯୋଗେଶ୍ୱରଙ୍କ ପରାମର୍ଶ

ବଜରଙ୍ଗଙ୍କୁ ଯୋଗେଶ୍ୱରଙ୍କ ପରାମର୍ଶ

ନୂଆଦିଲ୍ଲୀ,୨୨।୯- କ୍ରୀଡ଼ା ମନ୍ତ୍ରଣାଳୟ ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ ନ କରିି ପାରନ୍ତି ଷ୍ଟାର କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ। ତାଙ୍କୁ ମେଣ୍ଟର ତଥା ଅଲିମ୍ପିକ୍‌ ପଦକଧାରୀ ଯୋଗେଶ୍ୱର ଦତ୍ତ ପରାମର୍ଶ ଦେଇଛନ୍ତି, କ୍ରୀଡ଼ା ମନ୍ତ୍ରଣାଳୟ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ପରିବର୍ତ୍ତେ ଆଗାମୀ ମାସରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନଶିପ୍‌ ଲାଗି ପ୍ରସ୍ତୁତ ହେବା ଉଚିତ।

ସ୍ମିଥ୍‌ଙ୍କ ଅର୍ଦ୍ଧଶତକ

ସ୍ମିଥ୍‌ଙ୍କ ଅର୍ଦ୍ଧଶତକ

ସିଡ୍‌ନୀ,୨୨।୯- ଅଷ୍ଟ୍ରେଲିଆ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ କ୍ଲବ କ୍ରିକେଟକୁ ଫେରିଛନ୍ତି। ପ୍ରତ୍ୟାବର୍ତ୍ତନ ମ୍ୟାଚ୍‌ରେ ୮୫ ରନ୍‌ର ଦମ୍‌ଦାର ଅର୍ଦ୍ଧାଶତକୀୟ ଇନିଂସ୍‌ ଖେଳିଛନ୍ତି।

ତୀରନ୍ଦାଜ କୋଚ୍‌ଙ୍କ ଇସ୍ତଫା

ତୀରନ୍ଦାଜ କୋଚ୍‌ଙ୍କ ଇସ୍ତଫା

ଚଣ୍ଡିଗଡ଼,୨୨।୯- ଜାତୀୟ କମ୍ପାଉଣ୍ଡ ତୀରନ୍ଦାଜ ଦଳର କୋଚ୍‌ ଜୀବନଜୋତ ସିଂ ତେଜା ଶୁକ୍ରବାର ଇସ୍ତଫା ଦେଇଛନ୍ତି। ଦ୍ରୋଣାଚାର୍ଯ୍ୟ ସମ୍ମାନରୁ ବଞ୍ଚତ୍ତ ହେବରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। 

ପାକିସ୍ତାନକୁ ହରାଇ ଏସିଆନ୍‌ ସ୍ନୁକର ଫାଇନାଲରେ ଭାରତ

ପାକିସ୍ତାନକୁ ହରାଇ ଏସିଆନ୍‌ ସ୍ନୁକର ଫାଇନାଲରେ ଭାରତ

ଦୋହା,୨୧।୯- ଏଠାରେ ଚାଲିଥିବା ଏସିଆନ ସ୍ନୁକର ଚାମ୍ପିୟନଶିପ୍‌ରେ ଚିରପ୍ରତିଦ୍ୱନ୍ଦ୍ୱି ପାକିସ୍ତାନକୁ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି। ଭାରତୀୟ ଦଳ ଲାଗି ମାଲକିତ ସିଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। 

୧୬ବର୍ଷରୁ ବାଳିକା ଫୁଟ୍‌ବଲ : ଭାରତୀୟ ଦଳର ପରାଜୟ

୧୬ବର୍ଷରୁ ବାଳିକା ଫୁଟ୍‌ବଲ : ଭାରତୀୟ ଦଳର ପରାଜୟ

ଉଲାନ ବତାର, ୨୨ା୯ (ପି.ଟି.)-ଏଠାରେ ଚାଲିଥିବା ଏଏଫ୍‌ସି ୧୬ବର୍ଷରୁ କମ୍‌ ମହିଳା ଚାମ୍ପିୟନଶିପ୍‌ କ୍ୱାଲିଫାୟର୍ସରେ ଭାରତୀୟ  ଦଳ ୧-୨ ଗୋଲରେ ମଙ୍ଗୋଲିଆଠାରୁ ହାରିଯାଇଛି। ଏହି ପରାଜୟ ଦ୍ୱାରା ଭାରତ ଗ୍ରୁପ୍‌ ବି’ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନ ହରାଇ ଲାଓସ ପଛକୁ ଦ୍ୱିତୀୟକୁ ଖସି ଆସିଛି।  

ଓଡ଼ିଶା ବଡିବିଲ୍ଡିଂ ଆସୋସିଏଶନ ନିର୍ବାଚନ ସୁମିତ୍ରା ସଭାପତି, ପ୍ରସନ୍ନ ସମ୍ପାଦକ

ଓଡ଼ିଶା ବଡିବିଲ୍ଡିଂ ଆସୋସିଏଶନ ନିର୍ବାଚନ ସୁମିତ୍ରା ସଭାପତି, ପ୍ରସନ୍ନ ସମ୍ପାଦକ

ଭୁବନେଶ୍ୱର, ୨୨।୯(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶା ବଡିବିଲ୍ଡିଂ ଆସୋସିଏଶନର ସାଧାରଣ ନିର୍ବାଚନ ଶୁକ୍ରବାର ପାନ୍ଥନିବାସଠାରେ ଅନୁଷ୍ଠିତ ହୋଇ ଯାଇଛି।