Dharitri News
ମେଟ୍ରୋ |

୪.୩୪ କୋଟି ଠକେଇ ମାମଲା: ଶ୍ରୀଭୂମି ଏମ୍‌ଡି ଶୁଭ୍ରାଂଶୁ ସିଂଙ୍କୁ ୭ବର୍ଷ ଜେଲ

୪.୩୪ କୋଟି ଠକେଇ ମାମଲା: ଶ୍ରୀଭୂମି ଏମ୍‌ଡି ଶୁଭ୍ରାଂଶୁ ସିଂଙ୍କୁ ୭ବର୍ଷ ଜେଲ କଟକ ଅଫିସ, ୬।୨- ଚିଟ୍‌ଫଣ୍ଡ ଠକେଇ ମାମଲାରେ ଶ୍ରୀଭୂମି ଗ୍ରୁପ୍‌ ଅଫ୍‌ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରାଂଶୁ ସିଂଙ୍କୁ ସ୍ବତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହିତ ତାଙ୍କୁ ୭ବର୍ଷ ଜେଲ୍‌ ଓ ନଗଦ ୧ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅର୍ଥ ଅନାଦାୟ ହେଲେ ଅଧିକ ୧ ବର୍ଷ ୮ ମାସ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ ରଖିଛନ୍ତି। ଅନ୍ୟପକ୍ଷରେ କମ୍ପାନୀର ସିଏମ୍‌ଡି ଛୋଟରାୟ ମାଝି ୩ ବର୍ଷ ହେବ ଫେରାର ଥିବା ଜଣାପଡ଼ିଛି। ଶ୍ରୀଭୂମି ଗ୍ରୁପ୍‌ ଅଫ୍‌ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ଜୟଦେବ ବିହାରରେ ଖୋଲିଥିଲା। ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନରେ ଶାଖା ଖୋଲି ଆକର୍ଷଣୀୟ ସ୍କିମ୍‌ ଜରିଆରେ କମ୍ପାନୀ ଜମାକାରୀଙ୍କଠାରୁ ୪ କୋଟି ୩୪ ଲକ୍ଷ ୨୮ହଜାର ୭୮୩ ଟଙ୍କା ସଂଗ୍ରହ କରିଥିଲା। ୨୦୧୨ ସେପ୍ଟେମ୍ବରରୁ ଜମାକାରୀଙ୍କୁ ଚୁକ୍ତି ମୁତାବକ ଟଙ୍କା ପ୍ରଦାନ କରିବାରେ ଉକ୍ତ ସଂସ୍ଥା ସମର୍ଥ ହୋଇପାରି ନ ଥିଲା। ଏଥିସହ ରାତିଅଧିଆ ଅଫିସ ବନ୍ଦ କରି ସଂସ୍ଥାର ଅଧିକାରୀମାନେ ଫେରାର ହୋଇଯାଇଥିଲେ। ଜମାକାରୀମାନେ ଠକେଇର ଶିକାର ହୋଇଥିବା ଜାଣିବା ପରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଜଣେ ଜମାକାରୀ ନିର୍ମଳ କୁମାର ଜେଷ୍ଟିଙ୍କ ଏତଲାକ୍ରମେ ଶ୍ରୀଭୂମି ଗ୍ରୁପ୍‌ ଅଫ କମ୍ପାନୀ ବିରୋଧରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁରେ ଆଇପିସି ଦଫା ୪୬୭, ୪୬୮, ୪୭୧, ୪୨୦, ୪୦୬, ୧୨୦(ବି) ଓ ଓଡ଼ିଶା ପ୍ରୋଟେକ୍ସନ ଅଫ୍‌ ଇଣ୍ଟେରେଷ୍ଟ ଡିପୋଜିଟର (ଇନ୍‌ଫାଇନାନ୍ସିଆଲ ଏଷ୍ଟାବ୍ଲିସ୍‌ମେଣ୍ଟ) ଆକ୍ଟ-୨୦୧୧ର ଧାରା-୬ ଅନୁଯାୟୀ ଏକ ମାମଲା (ନଂ. ୧/୨୦୧୫) ରୁଜୁ ହୋଇଥିଲା। ମାମଲାରେ ତଦନ୍ତକାରୀ ଅଧିକାରୀ ଡିଏସ୍‌ପି ଶିବରାମ ସାହୁଙ୍କ ସମେତ ୧୩ ଜଣ ସାକ୍ଷୀ ସାକ୍ଷ୍ୟ ପ୍ରଦାନ କରିଥିଲେ। ଉଭୟ ପକ୍ଷର ଯୁକ୍ତି ଉପସ୍ଥାପନା, ସାକ୍ଷୀମାନଙ୍କ ବୟାନ ଓ ପାରିପାର୍ଶ୍ୱିକ ଅବସ୍ଥାକୁ ବିଚାରକୁ ନେଇ ସ୍ବତନ୍ତ୍ର ଚିଟଫଣ୍ଡ କୋର୍ଟ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସୁବ୍ରତ ମହାନ୍ତି ମକଦ୍ଦମା ପରିଚାଳନା କରୁଥିବାବେଳେ ଅତିରିକ୍ତ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ବିଶ୍ୱଜିତ ମହାପାତ୍ର ସହାୟତା କରୁଥିଲେ।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ଏଲ୍‌ସା ଘୋଷ

ମେଟ୍ରୋ |

ଯାଦବ ମହାସଭାର ରାଜ୍ୟସ୍ତରୀୟ ସମ୍ମିଳନୀ

ଯାଦବ ମହାସଭାର ରାଜ୍ୟସ୍ତରୀୟ ସମ୍ମିଳନୀ

ପୁରୀ ଅଫିସ, ୨୫।୨: ପୁରୀ ଓ ଭୁବନେଶ୍ୱର ଯାଦବ ମହାସଭା ଆନୁକୂଲ୍ୟରେ ସ୍ଥାନୀୟ ଗୋପବନ୍ଧୁ ଆୟୁର୍ବେଦ କଲେଜ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଜିଲାରୁ ଯାଦବ ଓ ଆଇନଜୀବୀମାନେ ଅଂଶଗ୍ରହଣ କରିଛନ୍ତି। ଯାଦବ ଗୋପାଳଚନ୍ଦ୍ର ବେହେରା ଏଥିରେ ସଭାପତିତ୍ୱ କରିଥିଲେ।

ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର

କଟକ ରୋଡ, ୨୫।୨(ଡି.ଏନ.ଏ.): ରବିବାର ଲକ୍ଷ୍ମୀସାଗର ଥାନା ପୋଲିସ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ସେ ହେଲେ ଭଦ୍ରକ ଜିଲା ସୋର ଅଞ୍ଚଳରେ ରହୁଥିବା ଲିଲି ଜେନା(୨୫)।

ବିଚ୍‌ କାର୍ନିଭାଲ: ନାଚି ନଚାଇଲେ ପ୍ରକୃତି

ବିଚ୍‌ କାର୍ନିଭାଲ: ନାଚି ନଚାଇଲେ ପ୍ରକୃତି

ପୁରୀ ଅଫିସ,୨୪।୨: ପୁରୀ ବିଚ୍‌ କାର୍ନିଭାଲର ଶନିବାର ଚତୁର୍ଥ ସନ୍ଧ୍ୟାର ଆକର୍ଷଣ ଥିଲେ ଓଲିଉଡ୍‌ ଅଭିନେତ୍ରୀ ପ୍ରକୃତି ମିଶ୍ର। ବେଳାଭୂମିର ଶୀତୁଆ ସନ୍ଧ୍ୟାରେ ନିଜେ ନାଚି ଦର୍ଶକଙ୍କୁ ନଚାଇଥିଲେ। କାର୍ନିଭାଲ ଗାର୍ଲଙ୍କ ସହ ସବ୍‌କୋ ସ୍ବାଗତ ସଙ୍ଗୀତର ତାଳେ ତାଳେ ମଞ୍ଚକୁ ପ୍ରବେଶ କରିଥିବା ପ୍ରକୃତି ଆଖିରେ ଇସାରା ଦେଇ ଯୁବଗୋଷ୍ଠୀଙ୍କୁ ମତୁଆଲା କରିଥିଲେ।

ବାଏ ଅଫ୍‌ର ଚତୁର୍ଥ ସନ୍ଧ୍ୟା: ଆତ୍ମହତ୍ୟା ସମାଧାନ ନୁହେଁ

ବାଏ ଅଫ୍‌ର ଚତୁର୍ଥ ସନ୍ଧ୍ୟା: ଆତ୍ମହତ୍ୟା ସମାଧାନ ନୁହେଁ

ପୁରୀ ଅଫିସ, ୨୪।୨: ନିକଟରେ ବ୍ଲୁ ହ୍ବେଲ ଗେମ୍‌କୁ ନେଇ ସମଗ୍ର ବିଶ୍ୱରେ ବେଶ୍‌ ଚର୍ଚ୍ଚା ହୋଇଥିଲା। ଏମିତି ଏକ ମୃତ୍ୟୁର ଖେଳକୁ ସହଜରେ ଆପଣାଇଥିଲେ ତରୁଣୀ ତରୁଣ। ଭାରତ ଏପରି କି ଓଡ଼ିଶାରେ ବି ଏହି ମୃତ୍ୟୁର ଖେଳ ତା’ର ଉପସ୍ଥିତି ଜାହିର କରିଥିଲା। ପରିଣତି ବି ଥିଲା ବେଶ୍‌ ଭୟଙ୍କର। କିଏ ହାତ କାଟି ଦେଉଥିଲେ ତ ଆଉ କେହି କୋଠା ଛାତରୁ ଡେଇଁବାକୁ ଭୟ କରୁ ନ ଥିଲେ। ପୁଣି କେହି ରାତି ଅନିଦ୍ରା ହୋଇ ବିଶାଦଗ୍ରସ୍ତ ହୋଇ ଆତ୍ମହତ୍ୟାକୁ ବାଛି ନେଉଥିଲେ।

କଡ଼ା ହେଲା ବୋର୍ଡ

କଡ଼ା ହେଲା ବୋର୍ଡ

ଭୁବନେଶ୍ୱର, ୨୪।୨(ବ୍ୟୁରୋ)- ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ହ୍ବାଟ୍‌ସଆପରେ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ହୋଇଥିଲା। ଏହାପରେ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ କଡ଼ା ଆଭିମୂଖ୍ୟ ଗ୍ରହଣ କରାଯାଇଛି।

ହଳଦୀ, ଚନ୍ଦନରେ ରଙ୍ଗଖେଳ

ହଳଦୀ, ଚନ୍ଦନରେ ରଙ୍ଗଖେଳ

ଭୁବନେଶ୍ୱର, ୨୪।୨(ବ୍ୟୁରୋ)- ଆସନ୍ତା ମାର୍ଚ୍ଚ ୧ରେ ‘ସ୍ବପ୍ନାପତି ହର୍ବାଲ ହୋଲି ୨୦୧୮’ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ହେବ। ସିନ୍ଥେଟିକ୍‌ ଏବଂ ରସାୟନ ରଙ୍ଗ ବଦଳରେ ପ୍ରାକୃତିକ ସାମଗ୍ରୀରୁ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ହର୍ବାଲ ହୋଲି ପ୍ରତି ସହରବାସୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ସ୍ବପ୍ନା ପତି ଫାଉଣ୍ଡେଶନର ମୁଖ୍ୟ ତଥା ଅଭିନେତ୍ରୀ ସ୍ବପ୍ନା ପତି କହିଛନ୍ତି।

ଆରମ୍ଭ ହେଲା ନାଟକର ମହାକୁମ୍ଭ

ଆରମ୍ଭ ହେଲା ନାଟକର ମହାକୁମ୍ଭ

ଭୁବନେଶ୍ୱର, ୨୪।୨(ବ୍ୟୁରୋ)- ବିଶ୍ୱର ସର୍ବବୃହତ ମଞ୍ଚ ନାଟକ ଉତ୍ସବ ୮ମ ଥିଏଟର ଅଲିମ୍ପିକ୍ସ ଶନିବାରଠାରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ସଂସ୍କୃତି ବିଭାଗ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟଅତିଥିଭାବେ ଯୋଗଦେଇ କହିଥିଲେ, ଏଭଳି ଏକ ନାଟକ ମହୋତ୍ସବ ଭୁବନେଶ୍ୱରରେ ଆୟୋଜିତ ହେବା ସମସ୍ତଙ୍କ ପାଇଁ ଖୁସିର ବିଷୟ।

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା, ସ୍ବାମୀ ଫେରାର

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା, ସ୍ବାମୀ ଫେରାର

ବାଲିଅନ୍ତା, ୨୪।୨(ଡି.ଏନ୍‌.ଏ.): ବାଲିଅନ୍ତା ଥାନା ଅଧୀନ କାକରୁଦ୍ରପୁର ଗ୍ରାମର ମଲିକ ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଶୋଇଥିବା ଅବସ୍ଥାରେ ତାଙ୍କ ସ୍ବାମୀ ତଣ୍ଟିଚିପି ହତ୍ୟା କରିଛନ୍ତି। ଅଭିଯୁକ୍ତ ସ୍ବାମୀ ହେଲେ ଛବୀନ୍ଦ୍ର ମଲିକ।

ବିଦ୍ୟାଳୟରେ ଦେଖିଲେଖ ପ୍ରତିଯୋଗିତା

ବିଦ୍ୟାଳୟରେ ଦେଖିଲେଖ ପ୍ରତିଯୋଗିତା

ପୁରୀ ଅଫିସ, ୨୪।୨: ଭ୍ରାମ୍ୟମାଣ ସାହିତ୍ୟ ସଂସ୍ଥା ଟିକିତାରା ପକ୍ଷରୁ ଶନିବାର ଚାରିଶ୍ରୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ଷଷ୍ଠରୁ ନବମ ଶ୍ରେଣୀ ପିଲାଙ୍କ ମଧ୍ୟରେ ଦେଖିଲେଖ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୯୪ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ।

ଆହତ ବୋଝିଆଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ଧାରଣା

ଆହତ ବୋଝିଆଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ଧାରଣା

ପୁରୀ ଅଫିସ, ୨୩।୨: ଶ୍ରୀମନ୍ଦିରରେ ଆହତ ହୋଇ ଚିକିତ୍ସାଧୀନ ଥିବା ଜଣେ ବୋଝିଆଙ୍କ ମୃତ୍ୟୁକୁ ନେଇ ଶୁକ୍ରବାର ବଡ଼ଦାଣ୍ଡରେ ସୃଷ୍ଟି ହୋଇଛି ଅଭାବନୀୟ ପରିସ୍ଥିତି। କ୍ଷତିପୂରଣ ଦାବିରେ ମୃତଦେହକୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ରଖି ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ବୋଝିଆ ଧାରଣା ବସିଥିଲେ। ପରେ ରେଡ୍‌କ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରାଥମିକ ସହାୟତା ପ୍ରଦାନ କରାଯିବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।

ବାଏ ଅଫ୍‌ର ତୃତୀୟ ସନ୍ଧ୍ୟା: ଦୃଷ୍ଟିହୀନ ସାଜିଲେ ପଥପ୍ରଦର୍ଶକ

ବାଏ ଅଫ୍‌ର ତୃତୀୟ ସନ୍ଧ୍ୟା: ଦୃଷ୍ଟିହୀନ ସାଜିଲେ ପଥପ୍ରଦର୍ଶକ

ପୁରୀ ଅଫିସ,୨୩ା୨: ଜଣେ ଦୃଷ୍ଟିହୀନ ପାଇଁ ଆଲୋକର ମାନେ କିଛି ନାହିଁ। ଅନ୍ଧକାର ହିଁ ତା ଜୀବନ ସାଥୀ। ଜନ୍ମରୁ ସିଏ ଆଲୋକର ସଂଜ୍ଞା କ’ଣ ଜାଣିନି କିମ୍ବା ଆଲୋକର ରଶ୍ମି କେବେ ଦେଖିବାର ସୁଯୋଗ ପାଇନି। ପୂର୍ଣ୍ଣିମାର ରାତି ତା’ ପାଇଁ ସର୍ବଦା ଅମା ଅନ୍ଧାର। ହେଲେ ଅନ୍ଧକାରକୁ ସାଥୀ କରି ଚାଲୁଥିବା ଜଣେ ଦୃଷ୍ଟିହୀନ ଯେ ବେଳେବେଳେ ଅନ୍ୟମାନଙ୍କୁ ଠିକଣା ପଥରେ ଆଗେଇ ନିଏ ତାହା ଦେଖିବାକୁ ମିଳିଥିଲା ବ୍ରିଙ୍ଗ ୟୋର ଓନ୍‌ ଫିଲ୍ମ ଫେଷ୍ଟିଭାଲ (ବାଏ ଅଫ୍‌)ରେ।

ମାର୍ଚ୍ଚ ୨୫ ସୁଦ୍ଧା ଜଗମୋହନରୁ ଦର୍ଶନ

ମାର୍ଚ୍ଚ ୨୫ ସୁଦ୍ଧା ଜଗମୋହନରୁ ଦର୍ଶନ

ପୁରୀ ଅଫିସ, ୨୩।୨: ଶ୍ରୀମନ୍ଦିରର ଜଗମୋହନ ଭିତରପାର୍ଶ୍ୱ ସଂରକ୍ଷଣ କାର୍ଯ୍ୟ ଶେଷ ହୋଇଛି। ଏହାର ସୌନ୍ଦର୍ଯ୍ୟକରଣ ସିଲିଙ୍ଗ ଓ କ୍ଲାଡିଙ୍ଗ କାର୍ଯ୍ୟ ମାର୍ଚ୍ଚ ୬ ସୁଦ୍ଧା ସରିବ। ଗର୍ଭଗୃହରେ ଏସି ସଂସ୍ଥାପନ ହେବ। ସେଥିପାଇଁ ଜଗମୋହନରେ ଭେଣ୍ଟିଲେଶନ ଡକ୍‌ ଲଗାଯିବ। ଏହି କାର୍ଯ୍ୟ ମାର୍ଚ୍ଚ ୨୦ ସୁଦ୍ଧା ସରିବ। ମାର୍ଚ୍ଚ ୨୫ ସୁଦ୍ଧା ଭକ୍ତ ଜଗମୋହନକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଏହାପରେ ଆଉ କୌଣସି ସମସ୍ୟା ରହିବ ନାହିଁ ବୋଲି କୋର୍‌ କମିଟି ମତ ରଖିଛି।