ମେଟ୍ରୋ |

ମାନସିକ ବିକାରଗ୍ରସ୍ତ ଯୁବତୀଙ୍କ ସହ ସମ୍ପର୍କୀୟ ଭାଇର ପାପ ସମ୍ପର୍କ ମାମଲା: ଅଭିଯୁକ୍ତ ଗିରଫ ପରେ ପୀଡ଼ିତାଙ୍କ ଭାଇକୁ ହତ୍ୟା ଧମକ

ମାନସିକ ବିକାରଗ୍ରସ୍ତ ଯୁବତୀଙ୍କ ସହ ସମ୍ପର୍କୀୟ ଭାଇର ପାପ ସମ୍ପର୍କ ମାମଲା: ଅଭିଯୁକ୍ତ ଗିରଫ ପରେ ପୀଡ଼ିତାଙ୍କ ଭାଇକୁ ହତ୍ୟା ଧମକ
ଭୁବନେଶ୍ୱର, ୬।୨(ବ୍ୟୁରୋ)- ମାନସିକ ବିକାରଗ୍ରସ୍ତ ମାମୁ ଝିଅକୁ ପାଖରେ ରଖି ବଳାତ୍କାର କରି ଗର୍ଭବତୀ କରିବା ଘଟଣାର ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ମଙ୍ଗଳବାର ଭୋର ସମୟରେ ପୋଲିସ ଅଭିଯୁକ୍ତ ଗଜେନ୍ଦ୍ର ଅଚାର୍ଯ୍ୟଙ୍କୁ କଳାରାହାଙ୍ଗ ଅଞ୍ଚଳରୁ ଗିରଫ କରିଛି। ଅନ୍ୟପଟେ ଅଭିଯୁକ୍ତ ଗିରଫ ହେବାମାତ୍ରେ ପୀଡ଼ିତାଙ୍କ ଭାଇଙ୍କୁ ହତ୍ୟା ଧମକ ଦିଆଯାଇଛି। ଭୋରୁ ଦୁଇଟି ବାଇକ୍‌ରେ ୪ ଦୁର୍ବୃତ୍ତ ପୀଡ଼ିତାଙ୍କ ବାଲିଅନ୍ତାସ୍ଥିତ ଘରକୁ ଯାଇଇଥିଲେ। ସେମାନେ ତାଙ୍କ ଭାଇଙ୍କୁ ଥାନାରୁ ମାମଲା ଉଠାଇନେବାକୁ ଧମକ ଦେଇଥିଲେ। ମାମଲା ନ ଉଠାଇଲେ ହତ୍ୟା କରାଯିବ ବୋଲି ଚେତାବନୀ ଦେଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କ ଭାଇକୁ ମାଡ଼ ମାରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେ ନିକଟରେ ଥିବା କ୍ଲବ ପିଲାଙ୍କୁ ଡାକିଦେବାରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଏ ନେଇ ପୀଡ଼ିତାଙ୍କ ଭାଇ ବାଲିଅନ୍ତା ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ମଞ୍ଚେଶ୍ୱର ପୋଲିସ ପୀଡ଼ିତା ଏବଂ ତାଙ୍କ ମା’ଙ୍କୁ ମଙ୍ଗଳବାର ସକାଳୁ ରାତି ପର୍ଯ୍ୟନ୍ତ ଥାନାରେ ଅଟକ ରଖିଥିବା ତାଙ୍କ ଭାଇ କହିଛନ୍ତି। ସୂଚନାଯୋଗ୍ୟ, ଅଭିଯୁକ୍ତ ଗଜେନ୍ଦ୍ର ବିବାହ କରି କଳାରାହାଙ୍ଗ ଅଞ୍ଚଳରେ ସପରିବାର ରୁହନ୍ତି। ସେ ପ୍ରଶାନ୍ତିବିହାରସ୍ଥିତ ଏକ ହନୁମାନ ମନ୍ଦିରର ପୂଜକଭାବେ କାର୍ଯ୍ୟ କରନ୍ତି। ବାଲିଅନ୍ତା ଅଞ୍ଚଳରେ ତାଙ୍କ ମାମୁ ଘର। ମାମୁଙ୍କ ଝିଅ ମାନସିକ ବିକାରଗ୍ରସ୍ତ। ତାଙ୍କୁ ନିଜ ପାଖରେ ରଖି ଦେଖାଶୁଣା କରିବା ଲାଗି ସେ ମାମୁ ଘର ଲୋକଙ୍କୁ ବାରମ୍ବାର କହୁଥିଲେ। ମାତ୍ର ଏଥିରେ ମାମୁଘର ଲୋକେ ରାଜି ନଥିଲେ। କିନ୍ତୁ ଗତ ରାକ୍ଷୀ ପୂର୍ଣ୍ଣିମାରେ ଗଜେନ୍ଦ୍ର ଜୋରଜବରଦସ୍ତି ମାମୁଝିଅକୁ ନିଜ ନିକଟକୁ ନେଇ ଆସିଥିଲେ। ଏହାପରେ ତାଙ୍କୁ ବଳାତ୍କାର କରିଥିଲେ। ମାମୁ ଘର ଲୋକେ ଝିଅକୁ ନେଇଯିବା ପାଇଁ କହୁଥିଲେ ମଧ୍ୟ ସେ ଛାଡି ନ ଥିଲେ। କିଛିଦିନ ବିତିଯିବା ପରେ ଶେଷରେ ଗଜେନ୍ଦ୍ର ଘରେ ନ ଥିବାବେଳେ ମାମୁଘର ଲୋକ ଆସି ଝିଅକୁ ନେଇଯାଇଥିଲେ। ଘରେ ଝିଅ ପହଞ୍ଚିବା ପରେ ବାନ୍ତି କରିଥିଲେ। ପରିବାର ଲୋକେ ତାଙ୍କୁ ନିକଟ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରିବା ପରେ ସେ ଗର୍ଭବତୀ ଥିବା ପରିବାର ଲୋକଙ୍କୁ କହିଥିଲେ। ଏହାପରେ ମାମୁ ପୁଅର ଅସଲ ମୁଖା ଖୋଲିଥିଲା।
All Right Reserved By

ମେଟ୍ରୋ |

ଖଣି ମାଫିଆଙ୍କ ଛା଼ଡ, କୃଷକଙ୍କର କାହିଁକି ନୁହେଁ : ଶ୍ରୀକାନ୍ତ ଜେନା

ଖଣି ମାଫିଆଙ୍କ ଛା଼ଡ, କୃଷକଙ୍କର କାହିଁକି ନୁହେଁ : ଶ୍ରୀକାନ୍ତ ଜେନା

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ): ଛତିଶଗଡ଼ ଓ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର କରିଛି। ଏହି ଦୁଇ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ଶପଥ ଗ୍ରହଣ ଉତ୍ସବର ମାତ୍ର ଦୁଇଘଣ୍ଟା ପରେ କୃଷିଋଣ ଛାଡ଼ କରାଯାଇଛି। 

ଜାନୁୟାରୀ ୪ରୁ ଶିଶିର ସରସ ମେଳା

ଜାନୁୟାରୀ ୪ରୁ ଶିଶିର ସରସ ମେଳା

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ଗ୍ରାମୀଣ ଉତ୍ପାଦକ, ସ୍ବୟଂ ସହାୟକ ଗୋଷ୍ଠୀ, କାରିଗର ଏବଂ ଜନଜାତିମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଦ୍ରବ୍ୟ ଓ ହସ୍ତଶିଳ୍ପ ସାମଗ୍ରୀକୁ ନେଇ ଦୀର୍ଘ ୨୧ ବର୍ଷ ଧରି ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ ଓର୍‌ମାସ୍‌ (ଓଡ଼ିଶା ରୁରାଲ ଡେଭେଲପମେଣ୍ଟ ଆଣ୍ଡ ମାର୍କେଟିଂ ସୋସାଇଟି) ଦ୍ୱାରା ଶିଶିର ସରସ ମେଳା ଆୟୋଜିତ  ହୋଇଆସୁଛି । 

ଏମ୍‌ଏସ୍‌ପି ୧୭୫୦, ଚାଷୀ ପାଉଛନ୍ତି ୧୧୦୦

ଏମ୍‌ଏସ୍‌ପି ୧୭୫୦, ଚାଷୀ ପାଉଛନ୍ତି ୧୧୦୦

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ): କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ୧୭୫୦ ଟଙ୍କା ହିସାବରେ ଯୋଗାଇ ଦେଉଛନ୍ତି। ମାତ୍ର ରାଜ୍ୟ ସରକାର ଓ ବ୍ୟବସାୟୀଙ୍କ ମଧ୍ୟରେ ରହିଥିବା ଅସାଧୁ ମେଣ୍ଟ କାରଣରୁ ଚାଷୀମାନେ ୧୧୦୦-୧୨୦୦ ଟଙ୍କାରେ ନିଜର କଷ୍ଟ ଅର୍ଜିତ ଧାନକୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।

ପେଥାଇ: ଭାସିଲା ପାଚିଲା ଧାନ, ୧୦୦ ବ୍ଲକ ପ୍ରଭାବିତ

ପେଥାଇ: ଭାସିଲା ପାଚିଲା ଧାନ, ୧୦୦ ବ୍ଲକ ପ୍ରଭାବିତ

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ବାତ୍ୟା ‘ପେଥାଇ’ ବର୍ଷା ଯୋଗୁ ରାଜ୍ୟର ୧୭ଟି ଜିଲାରେ ଧାନ, ପନିପରିବା ଓ କପା ଚାଷ କ୍ଷତିଗ୍ରସ୍ତ ହୋଇଛି। ପାଚିଲା ଧାନ ପାଣିରେ ଭାସୁଛି। ବର୍ଷକର ପରିଶ୍ରମ ପେଥାଇ ମାଡ଼ରେ ଛାର୍‌ଖାର ହୋଇଯାଇଛି। ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। କେଉଁ ଜିଲାରେ କେତେ କ୍ଷୟକ୍ଷତି ହୋଇଛି ତାହାର ଆକଳନ କରି କ୍ଷୟକ୍ଷତି ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଆଇଆଇଟିରେ ଏସ୍‌କେବିଇଟିର ଗବେଷଣାଗାର ଉଦ୍‌ଘାଟିତ

ଆଇଆଇଟିରେ ଏସ୍‌କେବିଇଟିର ଗବେଷଣାଗାର ଉଦ୍‌ଘାଟିତ

ଜଟଣୀ, ୧୯|୧୨(ଡି.ଏନ.ଏ.):ଜଟଣୀସ୍ଥିତ ଆଇଆଇଟି ପରିସରରେ ଏସ୍‌.କେ. ଦାସ ବାୟୋସାଇନ୍‌ସ ଇଞ୍ଜିନିୟରିଂ ଓ ଟେକ୍‌ନୋଲୋଜି (ଏସ୍‌କେବିଇଟି) ପକ୍ଷରୁ ଗବେଷଣାଗାର ମଙ୍ଗଳବାର ଉଦ୍‌ଘାଟିତ ହୋଇଛି। ଏହାକୁ ଭୁବନେଶ୍ୱର ଏମ୍‌ସର ନିର୍ଦ୍ଦେଶିକା ଗୀତାଞ୍ଜଳି ବତମନ୍‌ବାନେ ଉଦ୍‌ଘାଟନ କରିଥିଲେ।

ବେଆଇନ କରତ କଳ ଉପରେ ଚଢ଼ାଉ, ଯନ୍ତ୍ରାଂଶ ଜବତ

ବେଆଇନ କରତ କଳ ଉପରେ ଚଢ଼ାଉ, ଯନ୍ତ୍ରାଂଶ ଜବତ

ପୁରୀ ଅଫିସ/ସାକ୍ଷୀଗୋପାଳ (ଡି.ଏନ.ଏ.)୧୯ା୧୨: ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବିଲିପଡ଼ା ଗ୍ରାମରେ ଚାଲୁଥିବା ଏକ ବେଆଇନ କରତ କଳ ଉପରେ ମଙ୍ଗଳବାର ପୁରୀ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ସମସ୍ତ ଯନ୍ତ୍ରାଂଶ ଜବତ ହୋଇଛି। 

ଶ୍ରୀକ୍ଷେତ୍ର ମହୋତ୍ସବର ତୃତୀୟ ସନ୍ଧ୍ୟା: ଆକର୍ଷଣ ସାଜିଲା କେରଳ ସମରକଳା

ଶ୍ରୀକ୍ଷେତ୍ର ମହୋତ୍ସବର ତୃତୀୟ ସନ୍ଧ୍ୟା: ଆକର୍ଷଣ ସାଜିଲା କେରଳ ସମରକଳା

ପୁରୀ ଅଫିସ,୧୯ା୧୨: ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଛି ଶୋଡ଼ଷ ଶ୍ରୀକ୍ଷେତ୍ର ମହୋତ୍ସବ। ମଙ୍ଗଳବାର ଥିଲା ଏହି ମହୋତ୍ସବର ତୃତୀୟ ସନ୍ଧ୍ୟା। ଜାଗା ଆଖଡା ସଙ୍ଗୀତରୁ ଆରମ୍ଭ ହୋଇଥିଲା ଏହାର  ପାରମ୍ପରିକ କାର୍ଯ୍ୟକ୍ରମ।

ମହାପ୍ରସାଦ ପ୍ରତି ଅସମ୍ମାନ: ଜୋତା ପିନ୍ଧି କାର ବନେଟ୍‌ ଉପରେ ଖାଇଲେ

ମହାପ୍ରସାଦ ପ୍ରତି ଅସମ୍ମାନ: ଜୋତା ପିନ୍ଧି କାର ବନେଟ୍‌ ଉପରେ ଖାଇଲେ

ପୁରୀଅଫିସ,୧୯ା୧୨: ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ମହାପ୍ରସାଦ ପାଇବାକୁ ଇଚ୍ଛା କରିଥାନ୍ତି। ଅବଢା ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରନ୍ତି। ଆନନ୍ଦ ବଜାରରେ ବସି ମହାପ୍ରସାଦ ସେବନ ଭାଗ୍ୟରେ ଥିଲେ ମିଳେ।

ଆତଙ୍କ ଖେଳାଇଲେ ଜେଲ୍‌ ଫେରନ୍ତା ଅଭିଯୁକ୍ତ: ପଥରବନ୍ଧ ବସ୍ତିରେ ସିରିଜ ବୋମାମାଡ଼

ଆତଙ୍କ ଖେଳାଇଲେ ଜେଲ୍‌ ଫେରନ୍ତା ଅଭିଯୁକ୍ତ: ପଥରବନ୍ଧ ବସ୍ତିରେ ସିରିଜ ବୋମାମାଡ଼

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ)- ଶହୀଦନଗର ଥାନା ଅଧୀନ ପଥରବନ୍ଧ ବସ୍ତିରେ ମଙ୍ଗଳବାର ସିରିଜ ବୋମାମାଡ଼ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୪ ଯୁବକ ମନୁ ବେହେରା(୨୩)ଙ୍କ ଘରକୁ ୩ଟି ବୋମାମାଡ଼ କରିଛନ୍ତି। ବୋମାମାଡରେ କେହି ମୃତାହତ ହୋଇ ନ ଥିବାବେଳେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ପରେ ଏହି ଘଟଣାକୁ ନେଇ ବସ୍ତିରେ ଉତ୍ତେଜନା ପ୍ରକାଶ ପାଇଥିଲା।

ବେଆଇନ ଚିଙ୍ଗୁଡି ଘେରି ମାମଲା: କମିଟି ଗଠନ କରିଛନ୍ତି ରାଜ୍ୟ ସରକାର

କଟକ ଅଫିସ,୧୯|୧୨- ଚିଲିକା ସମେତ ଆର୍ଦ୍ରଭୂମି ଅଞ୍ଚଳରେ ବେଆଇନ ଚିଙ୍ଗୁଡ଼ି ଘେରି ମାମଲା ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ରିପୋର୍ଟ ମଙ୍ଗଳବାର ଦାଖଲ କରାଯାଇଛି। 

କେବଳ କୃଷ୍ଣପ୍ରସାଦ ବ୍ଲକ୍‌ର ୬ ଗ୍ରାମରେ ବାର୍ଡ ଫ୍ଲୁ

କେବଳ କୃଷ୍ଣପ୍ରସାଦ ବ୍ଲକ୍‌ର ୬ ଗ୍ରାମରେ ବାର୍ଡ ଫ୍ଲୁ

କଟକ ଅଫିସ,୧୯।୧୨- ରାଜ୍ୟର ୬ଟି ଗ୍ରାମରେ ବାର୍ଡ ଫ୍ଲୁ ବ୍ୟାପିଛି। ଏହି ୬ଟି ଗ୍ରାମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଧୀନରେ ରହିଛି। 

ସଙ୍କଟରେ ଗାନ୍ଧୀ ବିଚାର: ଗାନ୍ଧିବାଦୀ ଗୁଣନିଧି ମହାନ୍ତିଙ୍କ ସ୍ମୃତିସଭାରେ ଉଦ୍‌ବେଗ

କଟକ ଅଫିସ, ୧୯।୧୨- ସଙ୍କଟରେ ଏବେ ଗାନ୍ଧୀ ବିଚାର। ଗତ ସୋମବାର ଉତ୍କଳ ଖଦିମଣ୍ଡଳ ପକ୍ଷରୁ ଥୋରିଆସାହିସ୍ଥିତ ଗୁଣନିଧି ଭବନରେ ସ୍ବାଧୀନତା ସଂଗ୍ରାମୀ ଗାନ୍ଧିବାଦୀ ଗୁଣନିଧି ମହାନ୍ତିଙ୍କ ୫୭ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ବକ୍ତାମାନେ ଏ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।