ମେଟ୍ରୋ |

ରମାଦେବୀର ୨ୟ କ୍ୟାମ୍ପସ ପ୍ରସଙ୍ଗ: ସ୍ଥାନ ଚିହ୍ନଟ କରିବ ନୂଆ କମିଟି, ମାର୍ଚ୍ଚ ୧୫ ସୁଦ୍ଧା ରିପୋର୍ଟ ଦେବେ

ରମାଦେବୀର ୨ୟ କ୍ୟାମ୍ପସ ପ୍ରସଙ୍ଗ: ସ୍ଥାନ ଚିହ୍ନଟ କରିବ ନୂଆ କମିଟି, ମାର୍ଚ୍ଚ ୧୫ ସୁଦ୍ଧା ରିପୋର୍ଟ ଦେବେ
ଭୁବନେଶ୍ୱର, ୬।୨(ବ୍ୟୁରୋ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ୨ୟ କ୍ୟାମ୍ପସ ଲାଗି ଜାଗା ଦିଆଯିବା ସମ୍ଭବ ନୁହେଁ ବୋଲି ବାଣୀବିହାର(ଉତ୍କଳ ବିଶ୍ୱବିଦ୍ୟାଳୟ)ରେ ଏକ ବୈଠକରେ ସୋମବାର ନିଷ୍ପତ୍ତି ହୋଇଥିଲା। ଏହାପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ଥାନ ନିରୁପଣ ଲାଗି ଏକ ନୂଆ କମିଟି ଗଠନ କରାଯାଇଛି। ଏଥିପାଇଁ ମଙ୍ଗଳବାର ସଚିବାଳୟରେ ଏକ ବୈଠକ ବସିଥିଲା। ରମାଦେବୀ କୁଳପତି ପ୍ରଫେସର ପଦ୍ମଜା ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ନୂଆ କମିଟି ଗଠିତ ହୋଇଛି। କମିଟିରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ସୌମେନ୍ଦ୍ରମୋହନ ପଟ୍ଟନାୟକ, ଖୋର୍ଦ୍ଧା ଜିଲାପାଳ ନିର୍ମଳ ମିଶ୍ର, ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଧୀରେନ ପଟ୍ଟନାୟକ ଏବଂ ଡାଇରେକ୍ଟର ଇଷ୍ଟେଟ୍‌ ହେମନ୍ତ କୁମାର ପାଢ଼ୀ ସଦସ୍ୟ ରହିଛନ୍ତି। ଆସନ୍ତା ମାର୍ଚ୍ଚ ୧୫ ସୁଦ୍ଧା କମିଟି ରମାଦେବୀ ୨ୟ କ୍ୟାମ୍ପସ ପାଇଁ ସ୍ଥାନ ନିରୂପଣ କରି ରିପୋର୍ଟ ଦେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି। ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ବୈଠକରେ ବାଣୀବିହାର କୁଳପତି ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ପ୍ରାୟ ୪୫ ମିନିଟ୍‌ ଧରି ଆଲୋଚନା ହୋଇଥିଲା। ସୂଚନାଯୋଗ୍ୟ, ବାଣୀବିହାରରେ ରମାଦେବୀର ୨ୟ କ୍ୟାମ୍ପସ ପ୍ରତିଷ୍ଠା ହେବା ନେଇ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତିକୁ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରମାନେ ବିରୋଧ କରୁଛନ୍ତି। ଭବିଷ୍ୟତରେ ବାଣୀବିହାରର ଭିତ୍ତିଭୂମି ବିକାଶ ପାଇଁ ଜମିର ଆବଶ୍ୟକତା ରହିଛି। ତେଣୁ ଏହା ପରିସରରେ ଅନ୍ୟ ଶିକ୍ଷାନୁଷ୍ଠାନର କ୍ୟାମ୍ପସ ନିର୍ମାଣକୁ ଛାତ୍ରୀଛାତ୍ରମାନେ ବିରୋଧ କରୁଥିବା କୁଳପତି ବୈଠକରେ ଜଣାଇଛନ୍ତି।
All Right Reserved By

ମେଟ୍ରୋ |

ବିଦ୍ୟୁତ ତାର ଛିଣ୍ଡି ବୃଦ୍ଧ ମୃତ: ପୁରୀ-କୋଣାର୍କ ଅବରୋଧ

ବିଦ୍ୟୁତ ତାର ଛିଣ୍ଡି ବୃଦ୍ଧ ମୃତ: ପୁରୀ-କୋଣାର୍କ ଅବରୋଧ

ଗୋପ, ୧୭।୮(ଡି.ଏନ୍‌.ଏ.): ପୁରୀ ଜିଲା ରାମଚଣ୍ଡୀ ଥାନା ଅଧୀନ ଗଡ଼ବାଙ୍ଗର ଗାଁର ଜନୈକ ବୃଦ୍ଧଙ୍କର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି  ଶୁକ୍ରବାର ସକାଳେ ମୃତ୍ୟୁ ଘଟିଛି।  ସେ ହେଲେ ହୃଷିକେଶ ଛୋଟରାୟ (୫୮)। 

ରାମ ପ୍ରତିହାରୀଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ

ରାମ ପ୍ରତିହାରୀଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ

ପୁରୀ ଅଫିସ,୧୭ା୮: ବର୍ଷୀୟାନ କଳାକାର ତଥା ନାଟ୍ୟଗୁରୁ ରାମଚନ୍ଦ୍ର ପ୍ରତିହାରୀ ଗୁରୁତର ହୋଇ ଏବେ ହସ୍ପିଟାଲରେ। ପରିଣତ ବୟସରେ ପହଞ୍ଚତ୍ଥିବା ଅନ୍ନପୂର୍ଣ୍ଣା ଥିଏଟରର ଏହି ମହାନ ଅଭିନେତା ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଶ୍ରୀମନ୍ଦିର ପ୍ରଶାସନ ନିର୍ମାଣ କରିବ ଗୋଦାମ ଘର: ଖର୍ଚ୍ଚ ହେବ ୨ କୋଟି ୭ ଲକ୍ଷ

ଶ୍ରୀମନ୍ଦିର ପ୍ରଶାସନ ନିର୍ମାଣ କରିବ ଗୋଦାମ ଘର: ଖର୍ଚ୍ଚ ହେବ ୨ କୋଟି ୭ ଲକ୍ଷ

ପୁରୀ ଅଫିସ,୧୭।୮: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଗୋଦାମ ଘର ନିର୍ମାଣ କରାଯିବ। ଏଥିଲାଗି ମାଟିତୋଟା ମୌଜାରେ ଜମି ଚିହ୍ନଟ ହୋଇଛି। 

ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ୫ମ ଦିନରେ: ଫାଟକ ତାଲା ଭାଙ୍ଗି କୋର୍ଟ କାର୍ଯ୍ୟ ଆରମ୍ଭ କଲା ପୋଲିସ,  ଖୋର୍ଦ୍ଧା ମୁଖ୍ୟ ରାସ୍ତା ଅବରୋଧ

ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ୫ମ ଦିନରେ: ଫାଟକ ତାଲା ଭାଙ୍ଗି କୋର୍ଟ କାର୍ଯ୍ୟ ଆରମ୍ଭ କଲା ପୋଲିସ, ଖୋର୍ଦ୍ଧା ମୁଖ୍ୟ ରାସ୍ତା ଅବରୋଧ

ଖୋର୍ଦ୍ଧା ଅଫସ,୧୭।୮: ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଶୁକ୍ରବାର ୫ମ ଦିନରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧା  କୋର୍ଟ ଫାଟକରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ପକାଯାଇଥିବା ତାଲାକୁ ପୋଲିସ ଭାଙ୍ଗିଦେଇଛି।

ପୋଲିସ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ବବୁଲଙ୍କ ସମେତ ୩ ପୋଲିସ ଆହତ, ୨ ବୋମା, ବାଇକ ଜବତ

ପୋଲିସ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ବବୁଲଙ୍କ ସମେତ ୩ ପୋଲିସ ଆହତ, ୨ ବୋମା, ବାଇକ ଜବତ

ଖୋର୍ଦ୍ଧା ଅଫିସ/ନିରାକାରପୁର,୧୭।୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱରରେ ଗୁରୁବାର ରାତିରେ ଟାଙ୍ଗୀ ଓ ନିରାକାରପୁର ଥାନା ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତି ଅପରାଧୀ ଫିରୋଜ ଶାହ ଓରଫ ବବୁଲ(୨୫) ଆହତ ହୋଇଛନ୍ତି।  ୧୭।୮(ଡି.ଏନ୍‌.ଏ.):

ସରକାରୀ ହସ୍ପିଟାଲରୁ  ବନ୍ଦ ହେଲା ୟୁଜର୍ସ ଫି’

ସରକାରୀ ହସ୍ପିଟାଲରୁ ବନ୍ଦ ହେଲା ୟୁଜର୍ସ ଫି’

ଭୁବନେଶ୍ୱର, ୧୭ା୮(ବ୍ୟୁରୋ):ଜିଲା ମୁଖ୍ୟ ଚିକିତ୍ସାଳୟରୁ ଆରମ୍ଭ କରି ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ବାଧୀନତା ଦିବସରୁ ୟୁଜର୍ସ ଫି’ ବନ୍ଦ କରାଯାଇଛି। 

ଓଡ଼ିଶାକୁ ବାଜପେୟୀଙ୍କ ଅବଦାନ:ଏମ୍ସ, ତୈଳ ବିଶୋଧନାଗାର

ଓଡ଼ିଶାକୁ ବାଜପେୟୀଙ୍କ ଅବଦାନ:ଏମ୍ସ, ତୈଳ ବିଶୋଧନାଗାର

ଭୁବନେଶ୍ୱର,୧୭।୮(ବ୍ୟୁରୋ):ଓଡିଶା ପ୍ରତି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାର ବାଜପେୟୀଙ୍କର ଅନେକ ଅବଦାନ ରହିଛି। ବିଶେଷକରି ଭୁବନେଶ୍ୱର ସିଜୁଆଠାରେ ନିର୍ମିତ ଏମ୍ସ, ପାରାଦୀପଠାରେ ଥିବା ଭାରତୀୟ ତୈଳ ନିଗମ(ଆଇଓସିଏଲ)ର ବିଶୋଧନାଗାର ଏବଂ ଭୁବନେଶ୍ୱରଠାରେ ପୂର୍ବତଟ ରେଳର ମୁଖ୍ୟ କାର୍ଯ୍ୟାଳୟ ଆଦି ଥିଲା ବାଜପେୟୀଙ୍କର  ଓଡିଶା ପ୍ରତି ଅମୂଲ୍ୟ ଅବଦାନ। 

ପୁରୀରେ ପହଞ୍ଚତ୍ଲା ଇଭିଏମ୍‌

ପୁରୀରେ ପହଞ୍ଚତ୍ଲା ଇଭିଏମ୍‌

ପୁରୀ ଅଫିସ, ୧୭ା୮: ଆଗାମୀ ସାଧାରଣ ନିର୍ବାଚନ ପାଇଁ ବୁଧବାର ପୁରୀରେ ଆସି ପହଞ୍ଚତ୍ଛି ଇଭିଏମ। ସେଗୁଡିକ ବାଲେଶ୍ୱରରୁ ଅଣାଯାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରସ୍ଥ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍‌ରେ ରଖାଯାଇଛି। ଷ୍ଟ୍ରଙ୍ଗ ରୁମ୍‌ ୨୪ଘଣ୍ଟିଆ ସଶସ୍ତ୍ର ପୋଲିସ ସୁରକ୍ଷା ବଳୟ ମଧ୍ୟରେ ରହିଛି।

ଚିଲିକାରେ ୱାଟର ଏରୋଡ୍ରମ ପ୍ରସଙ୍ଗ:ଚିଲିକା ପାରମ୍ପରିକ ମତ୍ସ୍ୟଜୀବୀ ମିଳିତ ମଞ୍ଚର ବିରୋଧ

ଚିଲିକାରେ ୱାଟର ଏରୋଡ୍ରମ ପ୍ରସଙ୍ଗ:ଚିଲିକା ପାରମ୍ପରିକ ମତ୍ସ୍ୟଜୀବୀ ମିଳିତ ମଞ୍ଚର ବିରୋଧ

ପୁରୀ ଅଫିସ, ୧୭ା୮: ଚିଲିକାରେ ୱାଟର ଏରୋଡ୍ରମ ସ୍ଥାପନ ଲାଗି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନୁମୋଦନ ଦେଇଛି। ଏହାକୁ ତୀବ୍ର ବିରୋଧ କରିଛି ଚିଲିକା ପାରମ୍ପରିକ ମତ୍ସ୍ୟଜୀବୀ ମିଳିତ ମଞ୍ଚ।

ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ଅଭିଯାନରେ ବସ୍ତି ବାସିନ୍ଦା

ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ଅଭିଯାନରେ ବସ୍ତି ବାସିନ୍ଦା

ପୁରୀ ଅଫିସ, ୧୭ା୮: ସ୍ବାଧୀନତା ଦିବସ ଲାଗି ସାରା ଭାରତବର୍ଷ ଉତ୍ସବମୁଖର ହୋଇପଡିଥିଲା। ସମସ୍ତେ ଏହି ପବିତ୍ର ଦିବସକୁ ଉତ୍ସାହ ସହିତ ପାଳନ କରୁଥିବା ବେଳେ ସାମାଜିକ ଅନୁଷ୍ଠାନ ‘ତପସ୍ୟା’ ନିଆରା ଢଙ୍ଗରେ ପାଳନ କରିଥିଲା ସ୍ବାଧୀନତା ଦିବସ। ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ପକ୍ଷରୁ ଚାଲିଥିବା ପ୍ଲାଷ୍ଟିକ ମୁକ୍ତ ଓଡ଼ିଶା ଅଭିଯାନରେ ସାମିଲ ହୋଇଥିବା ଏହି ଅନୁଷ୍ଠାନ ପେଣ୍ଠକଟା ସ୍ଥିତ ନୋଳିଆ ବସ୍ତିରେ ସାହି ବାସିନ୍ଦାଙ୍କୁ ବସ୍ତି ଅଞ୍ଚଳକୁ ପଲିଥିନ ମୁକ୍ତ ଲାଗି ନିବେଦନ କରିଥିଲେ।

ସିଂହଦ୍ୱାରରୁ-ନବୀନ ନିବାସ ପଦଯାତ୍ରା ଆରମ୍ଭ:ଶ୍ରୀମନ୍ଦିର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଦେବେ ସ୍ମାରକପତ୍ର

ସିଂହଦ୍ୱାରରୁ-ନବୀନ ନିବାସ ପଦଯାତ୍ରା ଆରମ୍ଭ:ଶ୍ରୀମନ୍ଦିର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଦେବେ ସ୍ମାରକପତ୍ର

ପୁରୀ ଅଫିସ, ୧୭ା୮: ଶ୍ରୀମନ୍ଦିରର ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ଲାଗି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ପରିଷଦ ପକ୍ଷରୁ ଗୁରୁବାର ପଦଯାତ୍ରା ଆରମ୍ଭ ହୋଇଛି। 

୨୦ହଜାର ଟଙ୍କା ଲାଞ୍ଚ ନେଇ ଜିଆର୍‌ଏସ୍‌ ଗିରଫ

୨୦ହଜାର ଟଙ୍କା ଲାଞ୍ଚ ନେଇ ଜିଆର୍‌ଏସ୍‌ ଗିରଫ

କଟକ ଅଫିସ/ ଗୋପ, ୧୭।୮(ଡି.ଏନ୍‌.ଏ.) - ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପୁରୀ ଜିଲା ଗୋପ ବ୍ଲକ ଅନ୍ତର୍ଗତ ଇସାନପୁର ଗ୍ରାମ ପଞ୍ଚାୟତର ଗ୍ରାମ ରୋଜଗାର ସେବକ (ଜିଆର୍‌ଏସ୍‌) ପ୍ରଭାସ କୁମାର ସାହୁ।