ଖେଳ |

ଚାଇନା ସହ ଶାନ୍ତି ଚାହାନ୍ତି ବିଜେନ୍ଦର, ଟାଇଟଲ ଫେରାଇବାକୁ ଦେଲେ ପ୍ରସ୍ତାବ

ଚାଇନା ସହ ଶାନ୍ତି ଚାହାନ୍ତି ବିଜେନ୍ଦର, ଟାଇଟଲ ଫେରାଇବାକୁ ଦେଲେ ପ୍ରସ୍ତାବ

ବମ୍ବେ, ୬ା୮(ପି.ଟି.)-ଭାରତୀୟ ତାରକା ବକ୍ସର ବିଜେନ୍ଦର ସିଂ ରିଙ୍ଗରେ ନିଜର ଯାଦୁ ବଜାୟ ରଖିଥିବା ବେଳେ ଏବେ ଶାନ୍ତିର ଦୂତ ସାଜିବାକୁ ଆଗକୁ ବାହରିଛନ୍ତି। ଶନିବାର ଡବ୍ଲ୍ୟୁବିଓ ଏସିଆ ପାସିଫିକ୍‌ ସୁପର ମିଡଲେଓ୍ବଟ୍‌  ଓ ଡବ୍ଲ୍ୟୁବିଓ ଓରିଏଣ୍ଟାଲ ସୁପର ମିଡଲେଓ୍ବଟ ଟାଇଟଲ ଲଢ଼େଇରେ ଚାଇନାର ଅଭିଜ୍ଞ ବକ୍ସର ଜୁଲପିକର ମାଇମାଇତିଆଲିଙ୍କୁ ପରାସ୍ତ କରି ଦୈତ ସଫଳତା ହାସଲ କରିଛନ୍ତି। ତେବେ ଚାଇନା ସହ ଶାନ୍ତି ପ୍ରତିଷ୍ଠ ପାଇଁ ସେ ଜୁଲପିକରଙ୍କୁ ତାଙ୍କ ଡବ୍ଲ୍ୟୁବିଓ ଓରିଏଣ୍ଟାଲ ସୁପର ମିଡିଲେଓ୍ବଟ ଟାଇଟଲ ଫେରାଇବାକୁ ପ୍ରସ୍ତାବ ଦେଇଛନ୍ତି। ପ୍ରକାଶ ଯେ, ଭାରତ, ଚାଇନା ଓ ଭୁଟାନର ସଂଯୋଗ ସ୍ଥଳିରେ ଥିବା ଟ୍ରାଇଜଙ୍କସନ ଡୋକଲାହମକୁ ନେଇ ଦୁଇଦେଶ ମଧ୍ୟରେ ଏବେ ମୁକାବିଲାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

All Right Reserved By

ଖେଳ |

ମଙ୍ଗୋଲିଆ ବକ୍ସିଂ: ସୋନିଆ, ମନ୍‌ଦୀପ୍‌ ଫାଇନାଲରେ

ମଙ୍ଗୋଲିଆ ବକ୍ସିଂ: ସୋନିଆ, ମନ୍‌ଦୀପ୍‌ ଫାଇନାଲରେ

ନୂଆଦିଲ୍ଲୀ, ୨୩।୬(ପି.ଟି.)- ବିଶ୍ୱ ରୌପ୍ୟ ପଦକ ବିଜୟିନୀ ସୋନିଆ ଲାଥର (୫୭ କିଗ୍ରା) ଓ ମନଦୀପ୍‌ ଜାଙ୍ଗ୍ରା (୬୦ କିଗ୍ରା) ମଙ୍ଗୋଲିଆରେ ଚାଲିଥିବା ଉଲନବାତର କପ୍‌ ବକ୍ସିଂ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି।

ପାକିସ୍ତାନ ଦଳକୁ ହାଫିଜଙ୍କ ପ୍ରତ୍ୟାବର୍ତ୍ତନ

ପାକିସ୍ତାନ ଦଳକୁ ହାଫିଜଙ୍କ ପ୍ରତ୍ୟାବର୍ତ୍ତନ

କରାଚି, ୨୩।୬- ଅଲ୍‌ରାଉଣ୍ଡର ମହମ୍ମଦ ହାଫିଜ ପାକିସ୍ତାନ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଘରୋଇ ଜିମ୍ବାଓ୍ବେ ବିପକ୍ଷରେ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଦିନିକିଆ ଓ ଟି୨୦ତ୍ରି-ରାଷ୍ଟ୍ରୀୟ ସିରିଜ ଲାଗି ଏହି ଭେଟେରାନ ଖେଳାଳିଙ୍କୁ ଦଳରେ ସାମିଲ କରାଯାଇଛି।

ତୃତୀୟ ଟେଷ୍ଟ ଖେଳିବେନି ଚାଣ୍ଡିମଲ

ତୃତୀୟ ଟେଷ୍ଟ ଖେଳିବେନି ଚାଣ୍ଡିମଲ

ଦୁବାଇ, ୨୩।୬(ପି.ଟି.)- ଘରୋଇ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଶନିବାରଠାରୁ ଆରମ୍ଭ ହେବାକୁ ଥିବା ଅନ୍ତିମ ତଥା ୩ୟ ଟେଷ୍ଟରେ ଶ୍ରୀଲଙ୍କା ଅଧିନାୟକ ଦୀନେଶ ଚାଣ୍ଡିମଲ ଖେଳିବେନି। ବଲ୍‌-ଟ୍ୟାମ୍ପରିଂ ଘଟଣାରେ ଆଇସିସି ତାଙ୍କୁ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ କରିଥିଲା। ଏହା ବିରୋଧରେ ଚାଣ୍ଡିମଲ କରିଥିବା ଅପିଲ୍‌ ଖାରଜ ହୋଇଯିବାରୁ ବାର୍ବାଡୋସରେ ହେବାକୁ ଥିବା ୩ୟ ଟେଷ୍ଟରେ ସେ ଅଂଶଗ୍ରହଣ କରିବେ ନାହିଁ।

ଇଂଲଣ୍ଡ ଲାୟନ୍ସଠାରୁ ହାରିଲା ଭାରତ-ଏ

ଇଂଲଣ୍ଡ ଲାୟନ୍ସଠାରୁ ହାରିଲା ଭାରତ-ଏ

ଡର୍ବି, ୨୩।୬(ପି.ଟି.)- ଏଠାରେ ଆରମ୍ଭ ହୋଇଥିବା ତ୍ରି-ରାଷ୍ଟ୍ରୀୟ ‘ଏ’ ସିରିଜ କ୍ରିକେଟ ପ୍ରତିଯୋଗିତାରେ ଭାରତୀୟ ‘ଏ’ ଦଳ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଘରୋଇ ଇଂଲଣ୍ଡ ଲାୟନ୍ସ ଦଳ ୭ ଉଇକେଟ୍‌ରେ ଭାରତୀୟ ‘ଏ’ ଦଳକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ‘ଏ’ ଦଳ ୪୬.୩ ଓଭରରେ ୨୩୨ ରନ କରି ଅଲ୍‌ଆଉଟ୍‌ ହୋଇଥିଲା।

ସୁଇଜରଲାଣ୍ଡ ବିଜୟୀ

ସୁଇଜରଲାଣ୍ଡ ବିଜୟୀ

କଲିନିନ୍‌ଗ୍ରାଡ୍‌, ୨୩।୬- ଫିଫା ବିଶ୍ୱକପର ଶୁକ୍ରବାର ଅନୁଷ୍ଠିତ ଗ୍ରୁପ‘ଇ’ ମ୍ୟାଚରେ ସୁଇଜରଲାଣ୍ଡ ୨-୧ ଗୋଲରେ ସର୍ବିଆକୁ ପରାସ୍ତ କରିଛି।

ମୁସାଙ୍କ ଡବଲ ଗୋଲରେ ନାଇଜେରିଆ ବିଜୟୀ

ମୁସାଙ୍କ ଡବଲ ଗୋଲରେ ନାଇଜେରିଆ ବିଜୟୀ

ଭୋଲଗୋଗ୍ରାଡ୍‌, ୨୨।୬- ଅହମଦ ମୁସାଙ୍କ ଡବଲ ଗୋଲ ବଳରେ ନାଇଜେରିଆ ଚଳିତ ଫିଫା ବିଶ୍ୱକପରେ ପ୍ରଥମ ବିଜୟ ହାସଲ କରିଛି। ଶୁକ୍ରବାର ଅନୁଷ୍ଠିତ ଗ୍ରୁପ ‘ଡି’ ମ୍ୟାଚରେ ନାଇଜେରିଆ ୨-୦ ଗୋଲରେ ଆଇସଲାଣ୍ଡକୁ ପରାସ୍ତ କରିଛି।

ଇଞ୍ଜୁରି ଟାଇମ୍‌ରେ ଜିତିଲା ବ୍ରାଜିଲ

ଇଞ୍ଜୁରି ଟାଇମ୍‌ରେ ଜିତିଲା ବ୍ରାଜିଲ

ସେଣ୍ଟ ପିଟର୍ସବର୍ଗ, ୨୨।୬(ଏଏଫପି)- ପୁରା ୯୦ ମିନିଟ ଲଢ଼ିଲା କୋଷ୍ଟାରିକା। କେବଳ ଯେ ଲଢ଼ିଲା ତା ନୁହେଁ ନେମାରଙ୍କ ବ୍ରାଜିଲକୁ ରୋକିବାରେ ମଧ୍ୟ ସକ୍ଷମ ହୋଇଥିଲା।

ସିନିୟର ଆଥ୍‌ଲେଟିକ୍‌ ଚାମ୍ପିୟନଶିପ୍‌: ଓଡ଼ିଶାର ୧୦ ଭାଗନେବେ

କଟକ ଅଫିସ,୨୨ା୬- ଜୁନ୍‌ ୨୬ରୁ ୨୯ ତାରିଖ ପଯର୍‌ୟନ୍ତ ଗୌହାଟୀ ଠାରେ ୫୮ତମ ଜାତୀୟ ଆନ୍ତଃ ରାଜ୍ୟ ସିନିୟର ଆଥ୍‌ଲେଟିକ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏଥିନିମନ୍ତେ ରାଜ୍ୟ ଆଥ୍‌ଲେଟିକ ଆସୋସିଏଶନ ପକ୍ଷରୁ ଶୁକ୍ରବାର ୧୦ଜଣ ଆଥ୍‌ଲେଟଙ୍କ ନାମ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ୭ ଜଣ ମହିଳା ଓ ୩ଜଣ ପୁରୁଷ ଆଥ୍‌ଲେଟ ଅଛନ୍ତି।

୧୯ବର୍ଷରୁ କମ୍‌ କ୍ରିକେଟ ଟୁର୍ନାମେଣ୍ଟ ୨୫ରୁ

କଟକ ଅଫିସ,୨୨ା୬- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଆନୁକୂଲ୍ୟରେ ଜୁନ୍‌ ୨୫ରୁ ଆରମ୍ଭ ହେବାକୁ ଥିବା ୯ବର୍ଷରୁ କମ୍‌ ପୁରୁଷ ଆନ୍ତଃ ଜିଲା କ୍ରିକେଟ ଟୁର୍ନାମେଣ୍ଟର କାର୍ଯ୍ୟସୂଚୀ ଶୁକ୍ରବାର ଘୋଷଣା କରାଯାଇଛି। ୩୬ଟି ଦଳକୁ ନେଇ ହେବାକୁ ଥିବା ଏହି ପ୍ରତିଯୋଗିତାର ଲିଗ ପର୍ଯ୍ୟାୟ ମ୍ୟାଚ୍‌ ଜୁଲାଇ ୧ ପର୍ଯ୍ୟନ୍ତ ଖେଳାଯିବ। କଟକର ୬ଟି ଗ୍ରାଉଣ୍ଡରେ ପ୍ରତ୍ୟେକ ଦିନ ୬ଟି ମ୍ୟାଚ୍‌ ଅନୁଷ୍ଠିତ ହେବ।

କଟକ-ଏ ଜିତିଲା ସୁମିତ ବୋଷ ଟ୍ରଫି

କଟକ-ଏ ଜିତିଲା ସୁମିତ ବୋଷ ଟ୍ରଫି

କଟକ ଅଫିସ,୨୨ା୬-ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକରେ ଚାଲିଥିବା ୧୬ବର୍ଷରୁ କମ୍‌ ଆନ୍ତଃ ଜିଲା କ୍ରିକେଟ ଟୁର୍ନାମେଣ୍ଟ ତଥା ସୁମିତ ବୋଷ ଟ୍ରଫି କଟକ-ଏ ହାସଲ କରିଛି। ସନ୍‌ସାଇନ୍‌ ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ପ୍ରତିଯୋଗିତାର ଫାଇନାଲରେ କଟକ-ଏ ୭୩ ରନ୍‌ରେ ଭୁବନେଶ୍ୱର-ଏକୁ ପରାସ୍ତ କରି ଚାମ୍ପିୟନ ହୋଇଛି ।

ଉଲାବତାର କପ୍‌ ବକ୍ସିଂ: ପଦକ ନିଶ୍ଚିତ କଲେ ଭାନଲିମ୍‌ପୁଆ ଓ ଇତାଶ

ନୂଆଦିଲ୍ଲୀ,୨୨।୬(ପି.ଟି.)- ମଙ୍ଗୋଲିଆଠାରେ ଚାଲିଥିବା ଉଲାବତାର କପ୍‌ ବକ୍ସିଂ ଟୁର୍ନାମେଣ୍ଟରେ ଭାରତୀୟ ବକ୍ସର ଭାନଲିମ୍‌ପୁଆ (୭୫ କିଗ୍ରା) ଓ ଇତାଶ ଖାଁ (୫୬ କିଗ୍ରା) ନିଜ ନିଜ ବର୍ଗରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ଦୋଷ ସ୍ବୀକାର କଲା ଶ୍ରୀଲଙ୍କା

ଦୋଷ ସ୍ବୀକାର କଲା ଶ୍ରୀଲଙ୍କା

ଦୁବାଇ,୨୨।୬(ପି.ଟି.)- ଶ୍ରୀଲଙ୍କା ଦଳର କୋଚ୍‌ ଚନ୍ଦିକା ହାଥୁରୁସିଂଘା, ମ୍ୟାନେଜର ଆଶାଙ୍କା ଗୁରୁସିଂଘା ଓ ଅଧିନାୟକ ଦୀନେଶ ଚାଣ୍ଡିମାଲ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ୨ୟ କ୍ରିକେଟ ଟେଷ୍ଟର ୩ୟ ଦିନରେ ଫିଲ୍ଡକୁ ନ ଓହ୍ଲାଇ ଭୁଲ କରିଛନ୍ତି। ଶ୍ରୀଲଙ୍କା ମ୍ୟାନେଜମେଣ୍ଟ ଏ ନେଇ ଦୋଷ ସ୍ବୀକାର କରିଛି।

Model This Week

ପ୍ରଭାତ