ମେଟ୍ରୋ |

ବାଇକ୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ଜଣେ ଗୁରୁତର

ବାଇକ୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ଜଣେ ଗୁରୁତର
ବ୍ରହ୍ମଗିରି,୬।୨(ଡି.ଏନ୍‌.ଏ.): ପୁରୀ ସାତପଡ଼ା ଜାତୀୟ ରାଜପଥର ବନ୍ଦାଳ ଛକ ନିକଟରେ ମଙ୍ଗଳବାର ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଧନେଶ୍ୱର ସାହୁ। ସୂଚନା ଅନୁଯାୟୀ, ଦ୍ରୁତ ବେଗରେ ଯାଉଥିବାରୁ ଭାରସାମ୍ୟ ହରାଇ ବାଇକ୍‌ଟି ଏକ ଗଛକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
All Right Reserved By

ମେଟ୍ରୋ |

ହାତୀ ଯିବା ସମୟରେ ବିଦ୍ୟୁତ୍‌ ସରବରାହ ବନ୍ଦ

ହାତୀ ଯିବା ସମୟରେ ବିଦ୍ୟୁତ୍‌ ସରବରାହ ବନ୍ଦ

ଭୁବନେଶ୍ୱର,୧୭ା୧୧(ବ୍ୟୁରୋ)- ରାଜ୍ୟର ବିଭିନ୍ନ ବନାଞ୍ଚଳରେ ହାତୀମାନେ ଯିବା ଆସିବା କରୁଥିବା  ସମୟରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ। ଉକ୍ତ ସ୍ଥାନଗୁଡିକ ଦେଇ ଯାଇଥିବା ସମସ୍ତ ବିଦ୍ୟୁତ୍‌ ସଂଯୋଗ ଲାଇନକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ। ହାତୀମାନେ ଯେପରି ବିନା ବାଧାରେ କୌଣସି ଦୁର୍ଘଟଣାଗ୍ରସ୍ତ ନ ହୋଇ ବିଚରଣ କରିବେ, ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଶକ୍ତି ବିଭାଗ ପକ୍ଷରୁ କୁହାଯାଇଛି।

କଂଗ୍ରେସ ରାଜନୀତି: ମୁଖ୍ୟମନ୍ତ୍ରୀ ଚେହେରା ନେଇ ନିରଞ୍ଜନ-ଶ୍ରୀକାନ୍ତ ମୁହାଁମୁହିଁ

କଂଗ୍ରେସ ରାଜନୀତି: ମୁଖ୍ୟମନ୍ତ୍ରୀ ଚେହେରା ନେଇ ନିରଞ୍ଜନ-ଶ୍ରୀକାନ୍ତ ମୁହାଁମୁହିଁ

ଭୁବନେଶ୍ୱର,୧୭ା୧୧(ବ୍ୟୁରୋ)- ଆଗକୁ ରାଜ୍ୟରେ ସାଧାରଣ ନିର୍ବାଚନ। ଓଡ଼ିଶାରେ ଲୋକ ସଭା ସାଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଦୀର୍ଘ ୧୮ ବର୍ଷ ଧରି ରାଜ୍ୟ କ୍ଷମତାରୁ ଦୂରରେ ଥିବା କଂଗ୍ରେସ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ, ତାହାକୁ ନେଇ ରାଜ୍ୟ ରାଜନୀତି ଜୋର୍‌ ଧରିଛି। 

ସୋମବାର ଶପଥ ନେବେ ଜଷ୍ଟିସ ପୂଜାହାରୀ

ସୋମବାର ଶପଥ ନେବେ ଜଷ୍ଟିସ ପୂଜାହାରୀ

କଟକ ଅଫିସ, ୧୭ା୧୧- ହାଇକୋର୍ଟ ବିଚାରପତି ଭାବେ ଶତ୍ରୁଘ୍ନ ପୂଜାହାରୀ ସୋମବାର ପୂର୍ବାହ୍ନ ୧୦ଟା ୧୫ରେ ଶପଥ ନେବେ। ହାଇକୋର୍ଟ ମୁଖ୍ୟ ବିଚାରପତି କେ.ଏସ୍‌. ଝାବେରୀ ଜଷ୍ଟିସ ପୂଜାହାରୀଙ୍କୁ ଶପଥ ପାଠ କରାଇବେ। 

ରେବସା ମଠରୁ ଠାକୁର ଗାଏବ ପ୍ରସଙ୍ଗ: ଉଦ୍‌ବେଗ ପ୍ରକାଶ କଲେ ମଠାଧୀଶ, ଗବେଷକ

ରେବସା ମଠରୁ ଠାକୁର ଗାଏବ ପ୍ରସଙ୍ଗ: ଉଦ୍‌ବେଗ ପ୍ରକାଶ କଲେ ମଠାଧୀଶ, ଗବେଷକ

ପୁରୀ ଅଫିସ,୧୭ା୧୧: ପୁରୀର ଗୋଟିଏ ପରେ ଗୋଟିଏ ମଠ ଅସାମାଜିକଙ୍କ କବ୍‌ଜାକୁ ଚାଲିଯାଉଛି। ମଠ ମହନ୍ତଙ୍କୁ ଭୟଭୀତ କରି ତଡ଼ିଦେବା ପରେ ସେଠାରେ ଆଡ୍ଡା ଜମାଉଛନ୍ତି। ସଞ୍ଜ ନଇଁଲେ ଜମୁଛି ନିଶାର ଆସର। 

ବନ୍ଧୁକ ଦେଖାଇ ଔଷଧ ଦୋକାନୀଙ୍କୁ ଲୁଟ୍‌ ଉଦ୍ୟମ: ବାଇକ୍‌, କଟୁରି ଛାଡି ପଳାଇଲେ ଦୁର୍ବୃତ୍ତ

ବନ୍ଧୁକ ଦେଖାଇ ଔଷଧ ଦୋକାନୀଙ୍କୁ ଲୁଟ୍‌ ଉଦ୍ୟମ: ବାଇକ୍‌, କଟୁରି ଛାଡି ପଳାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର, ୧୭ା୧୧(ବ୍ୟୁରୋ)- ଖଣ୍ଡଗିରି ବାରି ଅଞ୍ଚଳରେ ଥିବା ରାଧାକୃଷ୍ଣ ମେଡିସିନ୍‌ ଷ୍ଟୋର ମାଲିକଙ୍କୁ ବନ୍ଧୁକ ଓ କଟୁରି ଦେଖାଇ ଲୁଟ ଉଦ୍ୟମ ହୋଇଛି। ଦୋକାନୀଙ୍କ ଉପସ୍ଥିତ ବୃଦ୍ଧିଯୋଗୁ ଲୁଟେରାମାନେ ଲୁଟ କରିବାରେ ବିଫଳ ହୋଇଛନ୍ତି। ଶେଷରେ ଧରାପଡିଯିବା ଭୟରେ ସେମାନେ ବାଇକ୍‌ ଏବଂ ମାରଣାସ୍ତ୍ର ଛାଡ଼ି ଫେରାର ହୋଇଯାଇଛନ୍ତି। 

ଖାକିବାବୁଙ୍କ ବାସ୍ତୁ ଚିନ୍ତା: ଉଦ୍‌ଘାଟନ ପରଠାରୁ ତାଲା ପଡ଼ିଛି, ଭୟରେ କାର୍ଯ୍ୟାଳୟରେ ପଶୁନାହାନ୍ତି

ଖାକିବାବୁଙ୍କ ବାସ୍ତୁ ଚିନ୍ତା: ଉଦ୍‌ଘାଟନ ପରଠାରୁ ତାଲା ପଡ଼ିଛି, ଭୟରେ କାର୍ଯ୍ୟାଳୟରେ ପଶୁନାହାନ୍ତି

ଭୁବନେଶ୍ୱର, ୧୭ା୧୧(ବ୍ୟୁରୋ)- କମିଶନରେଟ ପୋଲିସରେ କାର୍ଯ୍ୟରତ ପୋଲିସ ଅଫିସରଙ୍କୁ ଏବେ ବାସ୍ତୁଚିନ୍ତା ଘାରିଛି। ଅଫିସରେ କାର୍ଯ୍ୟ ସମୟରେ ମଧ୍ୟ ବାସ୍ତୁ ଉପରେ ଧ୍ୟାନ ଦେଉଛନ୍ତି। ଅଫିସରେ କେଉଁ ଜାଗାରେ ବସିଲେ ଭଲ ହେବ, କେଉଁଠି ବସିଲେ ଖରାପ ହେବ ତାହାକୁ ବି ଗୁରୁତ୍ୱ ଦେଉଛନ୍ତି।

୮ମ ଓଡ଼ିଶା ଲିଭିଙ୍ଗ୍‌ ଲିଜେଣ୍ଡ ଆଓ୍ବାର୍ଡ: ଜେ.କେ. ମହାନ୍ତିଙ୍କୁ ଓଡ଼ିଶା ଲିଭିଙ୍ଗ୍‌ ଲିଜେଣ୍ଡ ପୁରସ୍କାର

୮ମ ଓଡ଼ିଶା ଲିଭିଙ୍ଗ୍‌ ଲିଜେଣ୍ଡ ଆଓ୍ବାର୍ଡ: ଜେ.କେ. ମହାନ୍ତିଙ୍କୁ ଓଡ଼ିଶା ଲିଭିଙ୍ଗ୍‌ ଲିଜେଣ୍ଡ ପୁରସ୍କାର

ଭୁବନେଶ୍ୱର,୧୭।୧୧(ବ୍ୟୁରୋ)- ଓଡ଼ିଶା ଡାଏରୀ ପକ୍ଷରୁ ୮ମ ଓଡ଼ିଶା ଲିଭିଙ୍ଗ୍‌ ଲିଜେଣ୍ଡ ଏବଂ ଯୁବ ପ୍ରେରଣା ପୁରସ୍କାର ବିତରଣ ଉତ୍ସବ ଶୁକ୍ରବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ହୋଇଯାଇଛି। ଚଳିତବର୍ଷ ପ୍ରଥମଥର ପାଇଁ ଓଡ଼ିଶା ଡାଏରୀ ଜାତୀୟ ଲିଭିଙ୍ଗ୍‌ ଲିଜେଣ୍ଡ ପୁରସ୍କାର ଆରମ୍ଭ କରିଛି। ଅକ୍ଷୟପାତ୍ର ଫାଉଣ୍ଡେଶନ ଅଧ୍ୟକ୍ଷ ମଧୁପଣ୍ଡିତ ଦାସଙ୍କୁ ଏଥର ପ୍ରଥମ ଜାତୀୟ ଲିଭିଙ୍ଗ୍‌ ଲିଜେଣ୍ଡ ପୁରସ୍କାର ୨୦୧୮ ପ୍ରଦାନ କରାଯାଇଛି।

୭ ମହାଦେଶର ୭ ଉଚ୍ଚତମ ପର୍ବତ ଶିଖର ଛୁଇଁବା ଲକ୍ଷ୍ୟ: ଅର୍ଥ ସାଜିଛି ବାଧକ

୭ ମହାଦେଶର ୭ ଉଚ୍ଚତମ ପର୍ବତ ଶିଖର ଛୁଇଁବା ଲକ୍ଷ୍ୟ: ଅର୍ଥ ସାଜିଛି ବାଧକ

ଭୁବନେଶ୍ୱର,୧୭।୧୧(ସସ୍ମିତା ପାଇକରାୟ)- ଏକ ସାଧାରଣ ପରିବାରର ହୋଇ ବି ଶିଖରରେ ପହଞ୍ଚିବା ତାଙ୍କ ସ୍ବପ୍ନ। କିଛି ଅସାଧାରଣ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ଏବଂ ପ୍ରତିକୂଳ ପରିସ୍ଥିତିରେ ଆଗକୁ ବଢ଼ି ରାଜ୍ୟ ଓ ଦେଶର ନାମକୁ ଗୌରବାନ୍ବିତ କରିବା ପାଇଁ ତାଙ୍କର ରହିଛି ଉଚ୍ଚ ଆଶା। 

ଚିଲିକା: ରାତିରେ ଚାଲିଛି ବିଦେଶୀ ପକ୍ଷୀ ଶିକାର

ଚିଲିକା: ରାତିରେ ଚାଲିଛି ବିଦେଶୀ ପକ୍ଷୀ ଶିକାର

କଣାସ, ୧୬।୧୧(ସ୍ବ.ପ୍ର.)-ଉତ୍ତର ଗୋଲାର୍ଦ୍ଧରେ ଶୀତର ପ୍ରକୋପ ବୃଦ୍ଧିପାଇବାରୁ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ସୁଅଛୁଟିଛି। ବିଦେଶୀପକ୍ଷୀଙ୍କ କଳରବରେ ମୁଖରିତ ହୋଇଉଠିଛି ଚିଲିକା। ପ୍ରତ୍ୟେକ ବର୍ଷ ବିଭିନ୍ନ ଦେଶରୁ ୬ଲକ୍ଷରୁ ୮ଲକ୍ଷ ପର୍ଯ୍ୟନ୍ତ ବିଦେଶୀପକ୍ଷୀ ଆସି ଚିଲିକାରେ ପହଞ୍ଚୁଥିବା ଗଣନାରୁ ଜଣାପଡିଛି। 

କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ପାଇଲେ ପ୍ରାଣନାଥ ସଙ୍ଗୀତ ସମ୍ମାନ

କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ପାଇଲେ ପ୍ରାଣନାଥ ସଙ୍ଗୀତ ସମ୍ମାନ

ଖୋର୍ଦ୍ଧା ଅଫିସ,୧୬।୧୧: ଖୋର୍ଦ୍ଧା ପ୍ରାଣନାଥ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ମହାନ ସ୍ବାଧୀନତା ସଂଗ୍ରାମୀ, ବିପ୍ଳବୀ ଜନନେତା ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ଶୁକ୍ରବାର ୧୧୩ ତମ ଜୟନ୍ତୀ । ଏ ନେଇ  ପ୍ରାଣନାଥ ସଙ୍ଗୀତ ସମ୍ମାନ ପ୍ରଦାନ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ।

ଜବରଦଖଲ ଉଚ୍ଛେଦ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଜବରଦଖଲ ଉଚ୍ଛେଦ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଖୋର୍ଦ୍ଧା ଅଫିସ,୧୬।୧୧: ଖୋର୍ଦ୍ଧା ଜିଲା ଜଟଣୀ ବ୍ଲ୍ଳକ ପ୍ରଧାନସାହି ପଞ୍ଚାୟତର ପୋଖରୀ, ପରିନାଳ ଓ ଶ୍ମଶାନ ଘାଟ ବିଲ୍ଡରମାନଙ୍କ ପକ୍ଷରୁ ଜବରଦଖଲ କରାଯାଇଛି। ଏ ନେଇ ପଞ୍ଚାୟତବାସୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଖୋର୍ଦ୍ଧାରେ ପ୍ରାଣନାଥଙ୍କଖ ଜୟନ୍ତୀ

ଖୋର୍ଦ୍ଧାରେ ପ୍ରାଣନାଥଙ୍କଖ ଜୟନ୍ତୀ

ଖୋର୍ଦ୍ଧା ଅଫିସ,୧୬।୧୧:  ସ୍ବାଧୀନତା ସଂଗ୍ରାମୀ, ବ୍ୟବସ୍ଥାପକ, ପ୍ରଗତିଶୀଳ ସାହିତି୍ୟକ, ଶିକ୍ଷାବିତ୍‌ ତଥା ପ୍ରାଣନାଥ ମହାବିଦ୍ୟାଳୟର ପ୍ରତିଷ୍ଠାତା ପ୍ରାଣନାଥ ପଟ୍ଟନାୟକଙ୍କ ଜୟନ୍ତୀ ଶୁକ୍ରବାର ଖୋର୍ଦ୍ଧାରେ ପାଳିତ ହୋଇଛି ।