Dharitri News
ଖେଳ |

ସିନିୟର ଦଳରେ ସ୍ଥାନ ପାଇବା ଏତେ ସହଜ ନୁହେଁ: ଡ୍ରାଭିଡ

ସିନିୟର ଦଳରେ ସ୍ଥାନ ପାଇବା ଏତେ ସହଜ ନୁହେଁ: ଡ୍ରାଭିଡ ବମ୍ବେ, ୬।୨- ବିଶ୍ୱକପ୍‌ ବିଜୟୀ ଭାରତୀୟ ୧୯ ବର୍ଷରୁ କମ୍‌ ଦଳର ଖେଳାଳିମାନେ ଯଦି ଆଗାମୀ ଦିନରେ ପ୍ରଦର୍ଶନରେ ସ୍ଥିରତା ନ ଦିଅନ୍ତି ତେବେ ସେମାନଙ୍କ ଲାଗି ସିନିୟର ଦଳରେ ସ୍ଥାନ ପାଇବା ଏତେ ସହଜ ହେବନାହିଁ ବୋଲି କୋଚ୍‌ ରାହୁଲ ଡ୍ରାଭିଡ୍‌ କହିଛନ୍ତି। ଖେଳାଳିଙ୍କ ସହ ଆମମାନଙ୍କ ପାଇଁ ଚ୍ୟାଲେଞ୍ଜ ଏବଂ କଠିନ ପରିଶ୍ରମ ଏହିଠାରୁ ଆରମ୍ଭ ହୋଇଛି। ଆଗାମୀ ବର୍ଷମାନଙ୍କରେ ଆମେ ଏହି ଖେଳାଳିମାନଙ୍କୁ କେଉଁଭଳି ପ୍ରସ୍ତୁତ କରୁଛୁ ତାହା ମଧ୍ୟ ଦେଖିବାର କଥା ବୋଲି ବମ୍ବେଠାରେ ୧୯ବର୍ଷରୁ କମ୍‌ ବିଶ୍ୱକପ୍‌ ବିଜୟୀ ଭାରତୀୟ ଦଳକୁ ସମ୍ବର୍ଦ୍ଧିତ କରାଯିବା ଅବସରରେ ଡ୍ରାଭିଡ୍‌ ଏହା କହିଛନ୍ତି। ଏହି ଦଳରେ ଅନେକ ଖେଳାଳି ଭଲ ଖେଳୁଛନ୍ତି। ଯଦି ସେମାନେ ପ୍ରଥମଶ୍ରେଣୀ କ୍ରିକେଟରେ ସଫଳ ହୁଅନ୍ତି ତେବେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ପାଇଁ ସେମାନଙ୍କ ଲାଗି ସହଜ ହେବ ବୋଲି ଭାରତୀୟ କ୍ରିକେଟରେ ଦି ଓ୍ବାଲ୍‌ ଭାବେ ପରିଚିତ ଡ୍ରାବିଡ୍‌ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ଶନିବାର ଅନୁଷ୍ଠିତ ଆଇସିସି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲରେ ଭାରତ ୮ ଉଇକେଟରେ ଅଷ୍ଟ୍ରେଲିଆକୁ ହରାଇ ଚାମ୍ପିୟନ ହୋଇଥିଲା।

ଖେଳ |

ଟି୨୦ ସିରିଜ୍‌ : ଶ୍ରୀଲଙ୍କାର କ୍ଲିନ୍‌ ସୁଇପ୍‌

ସିଲ୍‌ହେଟ୍‌, ୧୮।୨(ପି.ଟି.)- ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଶ୍ରୀଲଙ୍କା ୭୫ ରନରେ ବିଜୟ ହାସଲ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଶ୍ରୀଲଙ୍କା ୪ ଉଇକେଟ ହରାଇ ୨୧୦ ରନ ସଂଗ୍ରହ କରିଥିଲା। ଜବାବରେ ବାଂଲାଦେଶ ୧୮.୪ ଓଭରରେ ୧୩୫ ରନ କରି ଅଲଆଉଟ୍‌ ହେବା ସହ ପରାସ୍ତ ହୋଇଛି। ଫଳରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜକୁ ଶ୍ରୀଲଙ୍କା ୨-୦ରେ ବିଜୟୀ ହେବା ସହ କ୍ଲିନ୍‌ ସୁଇପ୍‌ କରିଛି।

ଟି୨୦ ସିରିଜ୍‌ରୁ ଡି’ଭିଲର୍ସ ଆଉଟ୍‌

ଟି୨୦ ସିରିଜ୍‌ରୁ ଡି’ଭିଲର୍ସ ଆଉଟ୍‌

ଜୋହାନ୍ସବର୍ଗ,୧୮।୨ (ପି.ଟି.)- ଘରୋଇ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ଆଘାତ ଜନିତ ସମସ୍ୟା ଚାଲୁ ରହିଛି। ଦିନିକିଆ ସିରିଜର ପ୍ରଥମ ୩ଟି ମ୍ୟାଚରୁ ବାଦ ପଡିଥିବା ଅଭିଜ୍ଞ ତଥା ତାରକା ବ୍ୟାଟ୍ସମ୍ୟାନ ଏବି ଡି’ଭିଲର୍ସ ଏବେ ଚଳିତ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରୁ ମଧ୍ୟ ବାଦ ପଡିଛନ୍ତି।

ଡୋପିଂ ମାମଲାରେ ରୁଷୀୟ ଆଥ୍‌ଲେଟ୍‌

ପ୍ୟୋଙ୍ଗଚାଙ୍ଗ, ୧୮ା୨(ଏଏଫ୍‌ପି)-ଏଠାରେ ଚାଲିଥିବା ଶୀତକାଳୀନ ଅଲିମ୍ପିକ୍ସରେ ରୁଷିଆର ଜଣେ ଆଥଲେଟ୍‌ ନିଷିଦ୍ଧ ମେଲଡୋନିଅମ୍‌ ସେବନ କରି ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି।

ବିବାହ ବନ୍ଧନରେ ରଶ୍ମିତା

ବିବାହ ବନ୍ଧନରେ ରଶ୍ମିତା

ଭୁବନେଶ୍ୱର, ୧୮।୨(କ୍ରୀଡ଼ା ପ୍ରତିନିଧି)- ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ ମହିଳା କବାଡ଼ି ଖେଳାଳି ରଶ୍ମିତା ସାହୁ ରବିବାର ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି। ସେ ଜାତୀୟ ସ୍ତରୀୟ କବାଡ଼ି ଖେଳାଳି ପ୍ରଦୀପ ଜେନାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ହରି ବେହେରା ଷ୍ଟ୍ରଙ୍ଗ୍‌ମ୍ୟାନ

ହରି ବେହେରା ଷ୍ଟ୍ରଙ୍ଗ୍‌ମ୍ୟାନ

ସମ୍ବଲପୁର, ୧୮ା୨ (ବ୍ୟୁରୋ) ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପଡିଆରେ ରବିବାର ଷ୍ଟ୍ରଙ୍ଗମ୍ୟାନ ଓଡିଶା- ୨୦୧୮ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ଉତ୍କଳ କରାଟେ ସ୍କୁଲର ହରି ବେହେରା ପ୍ରଥମ ଷ୍ଟ୍ରଙ୍ଗମ୍ୟାନ ଓଡିଶା ଟ୍ରଫି ହାସଲ କରିଛନ୍ତି ।

ତୃତୀୟ ଟି୨୦: ଭାରତୀୟ ମହିଳା ହାରିଲେ

ତୃତୀୟ ଟି୨୦: ଭାରତୀୟ ମହିଳା ହାରିଲେ

ଜୋହାନ୍ସବର୍ଗ, ୧୮।୨(ପି.ଟି.)- ପ୍ରଥମ ଦୁଇଟି ଟି୨୦ ମ୍ୟାଚ ଜିତିବା ପରେ ଭାରତୀୟ ମହିଳା କ୍ରିକେଟ ଦଳ ତୃତୀୟ ମୁକାବିଲାରେ ଝୁଣ୍ଟିଛି। ଘରୋଇ ଦକ୍ଷିଣ ଆଫ୍ରିକା ଗୋଟିଏ ଓଭର ବାକି ରଖି ଭାରତକୁ ୫ ଉଇକେଟରେ ଅତି ସହଜରେ ପରାସ୍ତ କରିଛି।

‘ସାରା ଦେଶକୁ ବାର୍ତ୍ତା ଦେଇଛି ଓଡ଼ିଶା’

‘ସାରା ଦେଶକୁ ବାର୍ତ୍ତା ଦେଇଛି ଓଡ଼ିଶା’

ଭାରତୀୟ ହକି ଇତିହାସରେ ସୃଷ୍ଟି ହୋଇଛି ନୂଆ ଅଧ୍ୟାୟ। ଆଗାମୀ ୫ ବର୍ଷ ପାଇଁ ଭାରତୀୟ ହକି ଦଳର ପ୍ରାୟୋଜକ ହୋଇଛନ୍ତି ଓଡ଼ିଶା ସରକାର। ଏ ସମ୍ପର୍କରେ ଗତ ୧୫ ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ହକି ଜଗତ ବିସ୍ମିତ, ଚକିତ, ରୋମାଞ୍ଚତ୍ତ, ଉଲ୍ଲସିତ ଏବଂ ଉତ୍ସାହିତ। ଖେଳାଳିଙ୍କଠାରୁ ଆରମ୍ଭ କରି କୋଚ୍‌, କର୍ମକର୍ତ୍ତା ଏବଂ ହକିପ୍ରେମୀମାନେ ଓଡ଼ିଶା ସରକାରଙ୍କ ଏପରି ନିଷ୍ପତ୍ତିକୁ ପ୍ରଶଂସା ନ କରି ରହିପାରି ନାହାନ୍ତି। ନୂଆଦିଲ୍ଲୀର ହୋଟେଲ ଦି ଲଲିତରେ ଅନୁଷ୍ଠିତ ଏହି ସମାରୋହ ଅବସରରେ ମହିଳା ହକି କୋଚ୍‌ ହରେନ୍ଦ୍ର ସିଂଙ୍କ ସହ ସାକ୍ଷାତ୍‌କାରର କିୟଦଂଶ..

ଦକ୍ଷିଣ ଆଫ୍ରିକାକୁ ୨୮ ରନରେ ହରାଇଲା ଭାରତ

ଦକ୍ଷିଣ ଆଫ୍ରିକାକୁ ୨୮ ରନରେ ହରାଇଲା ଭାରତ

ଜୋହାନ୍ସବର୍ଗ, ୧୮।୨(ପି.ଟି.)- ଶିଖର ଧାଓ୍ବନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ଭୁବନେଶ୍ୱର କୁମାରଙ୍କ ୫ ଉଇକେଟ ସଫଳତା ବଳରେ ଭାରତ ରବିବାର ଏଠାରେ ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨୮ ରନରେ ହରାଇ ଦେଇଛି। ଏଥିସହ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀଲାଭ କରିଛି।

ସ୍ପେନର ପୂରାତନ ଫୁଟ୍‌ବଲ କ୍ଲବରେ ଦିଲ୍ଲୀ ବାଳକ

ସ୍ପେନର ପୂରାତନ ଫୁଟ୍‌ବଲ କ୍ଲବରେ ଦିଲ୍ଲୀ ବାଳକ

ନୂଆଦିଲ୍ଲୀ,୧୮।୨(ପି.ଟି.)- ଦିଲ୍ଲୀ ବାସିନ୍ଦା ଲବ କାପୁରଙ୍କୁ ସ୍ପେନର ୩ୟ ସର୍ବ ପୁରାତନ ଫୁଟ୍‌ବଲ କ୍ଲବ ପାଲାମୋସ ସିଏଫ୍‌ ଅନୁବନ୍ଧିତ କରିଛି। ପାଲାମୋସ ସିଏଫ୍‌ ୪ର୍ଥ ଶ୍ରେଣୀ ସ୍ପାନିଶ କ୍ଲବ। ସେ ପ୍ରଥମ ଭାରତୀୟ ଖେଳାଳି ଭାବେ ସ୍ପାନିଶ ଲିଗ୍‌ ୪ର୍ଥ ଶ୍ରେଣୀର କୌଣସି କ୍ଲବ ପାଇଁ ଖେଳିବାକୁ ସୁଯୋଗ ପାଇଛନ୍ତି।

ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌: ବିଜୟ ସତ୍ତ୍ୱେ ଫାଇନାଲରୁ ଇଂଲଣ୍ଡ ବାଦ୍‌

ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌: ବିଜୟ ସତ୍ତ୍ୱେ ଫାଇନାଲରୁ ଇଂଲଣ୍ଡ ବାଦ୍‌

ହାମିଲ୍‌ଟନ,୧୮।୨(ଏଏଫ୍‌ପି)- କଲିନ୍‌ ମୁନ୍‌ରୋଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ଚଳିତ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଇଂଲଣ୍ଡ ବିଜୟୀ ହେବା ସତ୍ତ୍ୱେ ଫାଇନାଲରୁ ବାଦ୍‌ ପଡ଼ିଛି। ରବିବାର ଖେଳାଯାଇଥିବା ମୁକାବିଲାରେ ଇଂଲଣ୍ଡ ୨ ରନ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ବିଜୟ ପରେ ମଧ୍ୟ ଫାଇନାଲକୁ ଉନ୍ନୀତ ହେବା ପାଇଁ ଆବଶ୍ୟକ ଥିବା ରନ୍‌ରେଟ୍‌ ହାସଲ କରିପାରି ନ ଥିଲା। ଫଳରେ ନ୍ୟୁଜିଲାଣ୍ଡ ଦଳ ଫାଇନାଲରେ ପ୍ରବେଶ କରିଛି।

 ବିଜୟ ହଜାରେ ଟ୍ରଫି ନକ୍‌ଆଉଟ୍‌: ନାୟାରଙ୍କୁ କର୍ନାଟକର ନେତୃତ୍ୱ

ବିଜୟ ହଜାରେ ଟ୍ରଫି ନକ୍‌ଆଉଟ୍‌: ନାୟାରଙ୍କୁ କର୍ନାଟକର ନେତୃତ୍ୱ

ବାଙ୍ଗାଲୋର,୧୮।୧- କର୍ନାଟକ ଦଳର ନିୟମିତ ଅଧିନାୟକ ଆର. ବିନୟ କୁମାର ଆସନ୍ତା ୨୧ ତାରିଖରେ ହେବାକୁ ଥିବା ବିଜୟ ହଜାରେ ଟ୍ରଫିର ନକ୍‌ଆଉଟ୍‌ ପର୍ଯ୍ୟାୟ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ହାତରେ ଆଘାତ ଲାଗିଛି। ଏଥିଯୋଗୁ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ଏଣୁ ତାଙ୍କ ଅନୁପସ୍ଥିତିରେ ଉପରକ୍ରମର ବ୍ୟାଟ୍ସମ୍ୟାନ କରୁଣ ନାୟାର ନେତୃତ୍ୱ ଭାର ସମ୍ଭାଳିବେ।

ରୋଟ୍ଟେରଡାମ ଓପନ୍‌: ଫାଇନାଲରେ ଫେଡେରର

ରୋଟ୍ଟେରଡାମ ଓପନ୍‌: ଫାଇନାଲରେ ଫେଡେରର

ରୋଟ୍ଟେରଡାମ, ୧୮।୨- ଏଠାରେ ଚାଲିଥିବା ରୋଟ୍ଟେରଡାମ ଓପନ୍‌ର ପୁରୁଷ ସିଙ୍ଗଲ୍ସ ବର୍ଗରେ ସୁଇଜରଲାଣ୍ଡର କିମ୍ବଦନ୍ତୀ ଟେନିସ୍‌ ଖେଳାଳି ରୋଜର ଫେଡେରର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଖେଳାଯାଇଥିବା ସେମିଫାଇନାଲରେ ସେ ୬-୩, ୭-୬(୭/୩) ସେଟ୍‌ରେ ଇଟାଲିର ଆଣ୍ଡ୍ରେଆସ ସେପ୍ପିଙ୍କୁ ହରାଇ ଦେଇଛନ୍ତି।