Dharitri News
ଜାତୀୟ |

୧୧୧ଜଣଙ୍କ ଜୀବନ ନେଇଛି ୮୨୨ଟି ଜାତିଆଣ ହିଂସା

୧୧୧ଜଣଙ୍କ ଜୀବନ ନେଇଛି ୮୨୨ଟି ଜାତିଆଣ ହିଂସା ନୂଆଦିଲ୍ଲୀ, ୬।୨: ଗତ ୨୦୧୭ ବର୍ଷରେ ୮୨୨ ଜାତିଆଣ ହିଂସାରେ ୧୧୧ ଜଣ ଲୋକଙ୍କର ଜୀବନ ଯାଇଛି। ଏହି ଘଟଣାଗୁଡିକରେ ୨.୩୮୪ ଲୋକ ଆହତ ହୋଇଛନ୍ତି। ମଙ୍ଗଳବାର ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ହଂସରାଜ ଅହୀର ଏନେଇ ସୂଚନା ଦେଇଛନ୍ତି। ଉତ୍ତରପ୍ରଦେଶରେ ୧୯୫ଟି ଜାତିଆଣ ହିଂସାରେ ୪୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୪୨ ଜଣ ଆହତ ହୋଇଛନ୍ତି। କର୍ନାଟକରେ ୧୦୦ଟି ଜାତିଆଣ ହିଂସାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୨୯ଜଣ ଆହତ ହୋଇଛନ୍ତି। ରାଜସ୍ତାନରେ ୯୧ଟି ଜାତିଆଣ ହିଂସାରେ ୧୨ ଜଣଙ୍କ ମୃତ୍ୟୁ ଓ ୧୭୫ ଜଣ ଆହତ ହୋଇଛନ୍ତି। ସେହିପରି ୨୦୧୭ରେ ବିହାରରେ ୮୫ ଥର ଜାତିଆଣ ହିଂସା ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୨୧ ଆହତ ହୋଇଥିବା ଅହୀର ସୂଚିତ କରିଛନ୍ତି। ମଧ୍ୟପ୍ରଦେଶରେ ଏହି ସମୟରେ ୬୦ଟି ଜାତିଆଣ ହିଂସାରେ ୯ଜଣଙ୍କ ମୃତ୍ୟୁ ହୋଇଛି ଓ ୧୯୧ ଆହତ ହୋଇଛନ୍ତି। ପଶ୍ଚିମବଙ୍ଗରେ ୫୮ଟି ଜାତିଆଣ ହଂସାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୩୦ ଆହତ ହୋଇଛନ୍ତି। ଗୁଜରାଟରେ ୫୦ଟି ଜାତିଆଣ ହିଂସା ସଂଗଠିତ ହୋଇଥିବାବେଳେ ଏଥିରେ ୮ ଜଣଙ୍କ ମୃତ୍ୟୁ ଓ ୧୨୫ ଜଣ ଆହତ ହୋଇଛନ୍ତି। ୨୦୧୬ରେ ୭୦୩ ଜାତିଆଣ ସଂଘର୍ଷରେ ୮୬ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୨.୩୨୧ ଆହତ ହୋଇଥିଲେ। ସେହିପରି ୨୦୧୫ରେ ୭୫୧ ଜାତିଆଣ ହିଂସାରେ ୯୭ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ୨,୨୬୪ ଜଣ ଆହତ ହୋଇଥିଲେ ବୋଲି ଅହୀର କହିଛନ୍ତି।

ଜାତୀୟ |

ବିକ୍ରମ କୋଠାରୀ ଗିରଫ

ବିକ୍ରମ କୋଠାରୀ ଗିରଫ

ନୂଆଦିଲ୍ଲୀ,୨୨।୨(ପି.ଟି.): ୩,୬୯୫ କୋଟି ଟଙ୍କାର ଋଣ ଖିଲାପି ମାମଲାରେ ରୋଟୋମାକ୍‌ ପେନ୍‌ କମ୍ପାନୀର ମାଲିକ ବିକ୍ରମ କୋଠାରୀ ଏବଂ ତାଙ୍କ ପୁଅ ରାହୁଲ କୋଠାରୀଙ୍କୁ ଗୁରୁବାର ସିବିଆଇ ଗିରଫ କରିଛି। ଉଭୟ ରୋଟୋମାକ୍‌ କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି। ଜେରା ନିମନ୍ତେ ଉଭୟଙ୍କୁ ଏଜେନ୍ସିର ମୁଖ୍ୟ କାର୍ଯ୍ୟାଳୟକୁ ଡକାଯାଇଥିଲା। ତଦନ୍ତ ପ୍ରକ୍ରିୟାରେ ସେମାନଙ୍କର ଅସହଯୋଗ ଯୋଗୁ ସିବିଆଇ ସେମାନଙ୍କୁ ଗିରଫ କରିଥିବା ସରକାରୀ ସୂତ୍ରରୁ ପ୍ରକାଶ।

ଦୁର୍ନୀତି ସୂଚକାଙ୍କ: ୮୧ ସ୍ଥାନରେ ଭାରତ

ଦୁର୍ନୀତି ସୂଚକାଙ୍କ: ୮୧ ସ୍ଥାନରେ ଭାରତ

ନୂଆଦିଲ୍ଲୀ, ୨୨।୨: ଭାରତ ଦୁର୍ନୀତି ସୂଚକାଙ୍କରେ ୨୦୧୭ରେ ୮୧ତମ ସ୍ଥାନରେ ରହିଛି। ଟ୍ରାନ୍ସପାରେନ୍ସି ଇଣ୍ଟରନ୍ୟାସନାଲ୍‌ ଦ୍ୱାରା ପ୍ରକାଶିତ ସର୍ଭେ ରିପୋର୍ଟରେ ଏହା ଦର୍ଶାଯାଇଛି। ୨୦୧୬ରେ ଏହି ତାଲିକାରେ ୧୭୬ ରାଷ୍ଟ୍ର ମଧ୍ୟରେ ଭାରତ ୭୯ସ୍ଥାନରେ ଥିଲା। ନୂଆ ସର୍ଭେରେ ୧୮୦ଟି ଦେଶକୁ ସାମିଲ୍‌ କରାଯାଇଥିବାବେଳେ ଫିଲିପାଇନ୍ସ ଓ ମାଳଦ୍ୱୀପରେ ଅଧିକ ଦୁର୍ନୀତିଗ୍ରସ୍ତ ବୋଲି ରିପୋର୍ଟରେ ସୂଚିତ କରାଯାଇଛି।

ବିଧାନସଭାରେ ପହଞ୍ଚିଲେ ପାରିକର

ବିଧାନସଭାରେ ପହଞ୍ଚିଲେ ପାରିକର

ପଣଜି,୨୨।୨: କିଛିଦିନର ଅସୁସ୍ଥତା ପରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଲିଳାବତି ହସ୍ପିଟାଲ ଛାଡିଛନ୍ତି। ଗୁରୁବାର ବଜେଟ୍‌ ଅଧିବେଶନରେ ଯୋଗଦେବା ପାଇଁ ପାରିକର ରାଜ୍ୟ ବିଧାନସଭାରେ ପହଞ୍ଚିଥିବା ସୂଚନା ମିଳିଛି।

ଆର୍ଥିକ ଦୃଷ୍ଟିକୋଣକୁ ଲକ୍ଷ୍ୟ କରି ସଂରକ୍ଷଣ ଦିଆଯାଉ: ଶରଦ ପାଓ୍ବାର

ଆର୍ଥିକ ଦୃଷ୍ଟିକୋଣକୁ ଲକ୍ଷ୍ୟ କରି ସଂରକ୍ଷଣ ଦିଆଯାଉ: ଶରଦ ପାଓ୍ବାର

ପୁଣେ,୨୨।୨: ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାଓ୍ବାର ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ ଠାକରେଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ସଂରକ୍ଷଣକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି।

ଭାରତୀୟ ସେନା ଉପରେ ଆକ୍ରମଣ: ୧ ଗିରଫ

ଭାରତୀୟ ସେନା ଉପରେ ଆକ୍ରମଣ: ୧ ଗିରଫ

ଗୁଆହାଟୀ,୨୨।୨: ଭାରତୀୟ ସେନାର ୬ ଡୋଗ୍ରା ବାଟାଲିୟନ୍‌ ଉପରେ ହୋଇଥିବା ଆକ୍ରମଣରେ ସଂପୃକ୍ତ ଥିବା କାଙ୍ଗଲେଇପାକ୍‌ କମ୍ୟୁନିଷ୍ଟ ପାର୍ଟିର ଜଣଙ୍କୁ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍‌ଆଇଏ) ଗିରଫ କରିଛି।

ଭାରତର ଅଭିବୃଦ୍ଧି ହାର ହ୍ରାସ ପାଇଁ ବିମୁଦ୍ରୀକରଣ ଓ ଜିଏସ୍‌ଟି ଦାୟୀ: ଟ୍ରମ୍ପ୍‌ ପ୍ରଶାସନ

ଭାରତର ଅଭିବୃଦ୍ଧି ହାର ହ୍ରାସ ପାଇଁ ବିମୁଦ୍ରୀକରଣ ଓ ଜିଏସ୍‌ଟି ଦାୟୀ: ଟ୍ରମ୍ପ୍‌ ପ୍ରଶାସନ

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୨।୨: ଭାରତର ଅଭିବୃଦ୍ଧି ହ୍ରାସ ପାଇଁ ବିମୁଦ୍ରୀକରଣ ଓ ନୂତନ ଟିକସ ପ୍ରଣାଳୀ ଜିଏସ୍‌ଟି ଦାୟୀ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନ ସୂଚିତ କରିଛି। ୨୦୧୭ର ପ୍ରଥମ ତ୍ରୟମାସରେ ଭାରତ ସମେତ ୪ଟି ରାଷ୍ଟ୍ର ସହିତ ଆମେରିକାର ଦ୍ୱିପାକ୍ଷିକ କାରବାର ହ୍ରାସ ପାଇବା ସହିତ ବିର୍ତ୍ତୀୟ ନିଅଣ୍ଟ ୨୦୧୬ ତୁଳନାରେ ବୃଦ୍ଧି ପାଇଥିଲା।

 ନାଗାଲାଣ୍ଡ ବିଧାନସଭା ନିର୍ବାଚନ: ୫୯ ପ୍ରତିଶତ ପ୍ରାର୍ଥୀ କୋଟିପତି

ନାଗାଲାଣ୍ଡ ବିଧାନସଭା ନିର୍ବାଚନ: ୫୯ ପ୍ରତିଶତ ପ୍ରାର୍ଥୀ କୋଟିପତି

କୋହିମା, ୨୨।୨: ଆସନ୍ତା ଫେବୃୟାରୀ ୨୭ରେ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ହେବ। ନିର୍ବାଚନରେ ଛିଡା ହୋଇଥିବା ୧୯୬ ପ୍ରାର୍ଥୀଙ୍କ ମଧ୍ୟରୁ ୧୯୩ ଜଣ ସେମାନଙ୍କ ପାଖରେ ଥିବା ସମ୍ପତ୍ତି ସମ୍ପର୍କରେ ସତ୍ୟପାଠ ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରୁ ୫୯ ପ୍ରତିଶତ ପ୍ରାର୍ଥୀ ଅର୍ଥାତ୍‌ ୧୧୪ ଜଣ କୋଟିପତି ବୋଲି ଦାଖଲ ହୋଇଥିବା ସତ୍ୟପାଠରୁ ଜଣାପଡିଛି। ଆସୋସିଏସନ୍‌ ଅଫ୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌(ଏଡିଆର୍‌) ସଂଗଠନ ପକ୍ଷରୁ ଏନେଇ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ୩ ଜଣ ପ୍ରାର୍ଥୀଙ୍କ ସତ୍ୟପାଠରେ କିଛି ଭୁଲ୍‌ ଥିବାରୁ ଏହାକୁ ଗ୍ରହଣ କରାଯାଇ ନାହିଁ।

 ନୌସେନାର ଶକ୍ତି ବୃଦ୍ଧି: ବ୍ରିଟେନ୍‌ରୁ ଆସିବ ସବ୍‌ମେରାଇନ୍‌ ରେସ୍‌କ୍ୟୁ ସିଷ୍ଟମ

ନୌସେନାର ଶକ୍ତି ବୃଦ୍ଧି: ବ୍ରିଟେନ୍‌ରୁ ଆସିବ ସବ୍‌ମେରାଇନ୍‌ ରେସ୍‌କ୍ୟୁ ସିଷ୍ଟମ

ଲଣ୍ଡନ/ନୂଆଦିଲ୍ଲୀ, ୨୨।୨: ଭାରତୀୟ ନୌସେନାର ଶକ୍ତି ବୃଦ୍ଧି କରିବାକୁ ଯୋଜନା କରାଯାଇଛି। ଏଥିପାଇଁ ନୌସେନାକୁ ବ୍ରିଟେନ୍‌ ସବ୍‌ମେରାଇନ୍‌ ରେସକ୍‌ୟୁ ସିଷ୍ଟମ୍‌ ଯୋଗାଇଦେବ। ଆସନ୍ତା ମାସରେ ଏହା ନୌସେନାକୁ ମିଳିବାର ସମ୍ଭାବନା ରହିଛି। ସ୍କଟଲ୍ୟାଣ୍ଡ କମ୍ପାନୀ ଜେଏଫ୍‌ଡି ଭାରତକୁ ଏହା ଯୋଗାଇଦେବ। ଭାରତୀୟ ନୌସେନା ସହିତ ଏନେଇ ଜେଏଫ୍‌ଡି ୧୯୩ ନିୟୁତ ପାଉଣ୍ଡର ଚୁକ୍ତି ସ୍ବାକ୍ଷରିତ କରିଥିଲା।

ଶିଶୁ ଉତ୍ପୀଡ଼ନ ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା

ଶିଶୁ ଉତ୍ପୀଡ଼ନ ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା

ଜୟପୁର,୨୨।୨: ଜଣେ ୩ ବର୍ଷୀୟା ବାଳିକାଙ୍କୁ ଉତ୍ପୀଡ଼ନ କରାଯାଇଥିବା ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଫେବୃୟାରୀ ୩ରେ ଘଟିଥିବା ଏହି ଘଟଣାରେ ଅଭିଯୁକ୍ତଙ୍କର ବୁଧବାର ମୃତ୍ୟୁ ଘଟିଥିବା ଜଣାପଡିଛି।

 ଆତଙ୍କବାଦୀ ଆକ୍ରମଣ: ସେନା କମାଣ୍ଡୋ ଗୁରୁତର

ଆତଙ୍କବାଦୀ ଆକ୍ରମଣ: ସେନା କମାଣ୍ଡୋ ଗୁରୁତର

ଶ୍ରୀନଗର, ୨୨।୨: ଜମ୍ମୁ-କଶ୍ମୀର ବନ୍ଦିପୁରା ଜିଲା ହାଜିନ୍‌ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣରେ ୩୧ ରାଷ୍ଟ୍ରୀୟ ରାଇଫଲର ଜଣେ କମାଣ୍ଡୋ ଗୁରୁତର ଆହତ ହୋଇଛନ୍ତି। ଏଠାରେ ୨-୩ଜଣ ଆତଙ୍କବାଦୀ ଲୁଚିଥିବା ଖବର ପାଇ ସେନା ପକ୍ଷରୁ ଏହି ଅଞ୍ଚଳରେ ଗୁରୁବାର ସର୍ଚ୍ଚ ଅପରେଶନ ହେଉଥିବାବେଳେ ଏହା ଘଟିଛି।

 ମସ୍ତିଷ୍କରୁ ବାହାରିଲା ୧.୮୭୩ କିଗ୍ରା ଟ୍ୟୁମର

ମସ୍ତିଷ୍କରୁ ବାହାରିଲା ୧.୮୭୩ କିଗ୍ରା ଟ୍ୟୁମର

ନୂଆଦିଲ୍ଲୀ, ୨୨।୨: ବମ୍ବେ ସ୍ଥିତ ନାୟାର ହସ୍ପିଟାଲରେ ଜଣେ ରୋଗୀଙ୍କ ମସ୍ତିଷ୍କରୁ ସଫଳତାର ସହିତ ୧.୮୭୩ କିଗ୍ରା ଓଜନର ବୃହତ୍‌ ଟ୍ୟୁମର ଅପରେଶନ୍‌ କରାଯାଇଛି। ନ୍ୟୁରୋ ସର୍ଜନ ଡାକ୍ତର ତିରୁମତି ନାଦକର୍ନିଙ୍କ ନେତୃତ୍ୱରେ ଏକ ଡାକ୍ତର ଦଳ ୩୧ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କ ଅପରେଶନ କରି ଏହି ସଫଳତା ହାସଲ କରିଛନ୍ତି।

ପାକିସ୍ତାନ ସୀମାରେ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁ ନାହିଁ: ବିଏସ୍‌ଏଫ୍‌

ପାକିସ୍ତାନ ସୀମାରେ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁ ନାହିଁ: ବିଏସ୍‌ଏଫ୍‌

ଶ୍ରୀନଗର, ୨୨।୨: ପାକିସ୍ତାନ ସୀମାର ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖାଠାରେ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁ ନାହିଁ ବୋଲି କମ୍ମୁ-କଶ୍ମୀର ସୀମା ସୁରକ୍ଷାବଳ (ବିଏସ୍‌ଏଫ୍‌) ପକ୍ଷରୁ ସୂଚିତ କରାଯାଇଛି। ଏନେଇ ଗୁରୁବାର ବିଏସ୍‌ଏଫ୍‌ ଆରକ୍ଷୀ ମହାନିର୍ଦ୍ଦେଶକ ସୋନାଲୀ ମିଶ୍ର କହିଛନ୍ତି। ଫଳରେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି।