ଅନ୍ତର୍ଜାତୀୟ |

ଜାପାନରେ ପ୍ରବଳ ତୁଷାରପାତ

ଜାପାନରେ ପ୍ରବଳ ତୁଷାରପାତ

ଟୋକିଓ, ୬।୨: ଜାପାନରେ ପ୍ରବଳ ତୁଷାରପାତ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୧.୩୬ ମିଟର ବହଳର ତୁଷାରପାତ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚିତ କରାଯାଇଛି। ପ୍ରବଳ ତୁଷାରପାତ ଯୋଗୁ ଏକ ହଜାରରୁ ଅଧିକ କାର ବରଫ ତଳେ ରହିଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ମଙ୍ଗଳବାର ଟୋକିଓର ୩୨୦ କିଲୋମିଟର ପଞ୍ଚିମକୁ ଥିବା ଅଞ୍ଚଳରେ ତୁଷାରପାତ ଯୋଗୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି।

All Right Reserved By

ଅନ୍ତର୍ଜାତୀୟ |

ମେଲାନିଆଙ୍କ ଜ୍ୟାକେଟକୁ ନେଇ ବିବାଦ

ମେଲାନିଆଙ୍କ ଜ୍ୟାକେଟକୁ ନେଇ ବିବାଦ

ଓ୍ବାଶିଂଟନ,୨୨।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ୍‌ଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ୍‌ଙ୍କ ଜ୍ୟାକେଟକୁ ନେଇ ଏବେ ସବୁଠି ଚର୍ଚ୍ଚା। ନିକଟରେ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଆମେରିକା-ମେକ୍ସିକୋ ସୀମାରେ ପ୍ରବାସୀଙ୍କ ସହ ଭେଟି ସମସ୍ତଙ୍କ ମନ କିଣିଥିଲେ।

ବାହାରୁ ୬୮ ଲକ୍ଷ ଟଙ୍କାର ଖାଦ୍ୟ ମଗାଇ ଅଡୁଆରେ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ

ବାହାରୁ ୬୮ ଲକ୍ଷ ଟଙ୍କାର ଖାଦ୍ୟ ମଗାଇ ଅଡୁଆରେ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ

ଜେରୁଜେଲମ,୨୨।୬: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍‌ନ୍ୟାହୁଙ୍କ ପତ୍ନୀ ସାରାଙ୍କ ଉପରେ ଧୋକାଦେବା ଓ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ବାସ ଭବନକୁ କ୍ୟାଟରିଂ ଯୋଗେ ବାହରୁ ଅତ୍ୟଧିକ ପରିମାଣର ଖାଦ୍ୟ ମଗାଇ ସରକାରୀ ଅର୍ଥର ଦୁରୁପଯୋଗ କରିଥିବା ଅଭିଯୋଗ ହୋଇଛି।

ମା’ହୋଇ ଇତିହାସ ରଚିଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

ମା’ହୋଇ ଇତିହାସ ରଚିଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

ଓ୍ବେଲିଂଟନ,୨୨।୬: ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇ ଇତିହାସ ରଚିଛନ୍ତି। ପ୍ରଧାନପନ୍ତ୍ରୀ ପଦରେ ଥାଇ ବିଶ୍ୱର ଦ୍ୱିତୀୟ ମହିଳା ଭାବେ ସେ ମା’ ହୋଇଛନ୍ତି।

ଭାରତରେ ରହିବାକୁ ଚାହାଁନ୍ତି ନାହିଁ ୭ହଜାର ଶରଣାର୍ଥୀ

ଭାରତରେ ରହିବାକୁ ଚାହାଁନ୍ତି ନାହିଁ ୭ହଜାର ଶରଣାର୍ଥୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୬: ଗତବର୍ଷ ୭ହଜାରରୁ ଅଧିକ ଲୋକ ଆମେରିକାରେ ଶରଣ ନେବା ପାଇଁ ଆବେଦନ କରିଥିବା ସଂଯୁକ୍ତ ରାଷ୍ଟ୍ର ଶରଣାର୍ଥୀ ଏଜେନ୍ସି (ୟୁଏନ୍‌ଏଚ୍‌ସିଆର୍‌) ଏକ ରିପୋର୍ଟ ପ୍ରକାଶ କରିଛି।

ଇଭାଙ୍କା ମୋ ଝିଅ ନ ହୋଇଥିଲେ ଡେଟ୍‌ କରିଥାଆନ୍ତି: ଟ୍ରମ୍ପ୍‌

ଇଭାଙ୍କା ମୋ ଝିଅ ନ ହୋଇଥିଲେ ଡେଟ୍‌ କରିଥାଆନ୍ତି: ଟ୍ରମ୍ପ୍‌

ଓ୍ବାଶିଂଟନ,୨୧।୬: ଓ୍ବେନିଟି ଫେୟାରର ସିନିୟର ରିପୋର୍ଟର ଏମିଲି ଜେନ୍‌ ଫକ୍ସ ତାଙ୍କ ପୁସ୍ତକ ‘Born Trump: Inside America’s First Family’ରେ କିଛି ଗୁମର ତଥ୍ୟ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରିଛନ୍ତି। ଉକ୍ତ ପୁସ୍ତକରେ ଏମିଲି କହିଛନ୍ତି, ଇଭାଙ୍କା ଯଦି ଟ୍ରମ୍ପଙ୍କ ଝିଅ ହୋଇ ନ ଥାଆନ୍ତେ ତେବେ ସେ ତାଙ୍କୁ ଡେଟ୍‌ କରିଥାଆନ୍ତେ।

୩ମିନିଟ୍‌ ଆଗରୁ ଲଞ୍ଜ ବ୍ରେକ୍‌ ନେଇ ହରାଇଲେ ବେତନ

୩ମିନିଟ୍‌ ଆଗରୁ ଲଞ୍ଜ ବ୍ରେକ୍‌ ନେଇ ହରାଇଲେ ବେତନ

ଟୋକିଓ,୨୧।୬: କାର୍ଯ୍ୟାଳୟରେ ଥିବା ସମୟରେ ବାରମ୍ବାର ସିଟ୍‌ ଛାଡିବା ଓ ୩ ମିନିଟ୍‌ ଆଗରୁ ଲଞ୍ଚ ବ୍ରେକ୍‌ ନେବା ଏବେ ମହଙ୍ଗା ପଡିଛି ଜାପାନର କର୍ମଚାରୀଙ୍କୁ। ପଶ୍ଚିମ ଜାପାନର କୋବୋରେ ଥିବା ଓ୍ବାଟରଓ୍ବାର୍କସ୍‌ ବ୍ୟୁରୋରେ କାର୍ଯ୍ୟରତ ଜଣେ କର୍ମଚାରୀ ୭ ମାସ ଭିତରେ ୨୬ଥର ଲଞ୍ଚ ବ୍ରେକ୍‌ ପୂର୍ବରୁ ସିଟ୍‌ ଛାଡିଥିବା ଅଭିଯୋଗ ହୋଇଥିଲା।

ଆଲଜେରିଆରେ ହାଇସ୍କୁଲ ଡିପ୍ଲୋମା ପରୀକ୍ଷା ଆରମ୍ଭ: ଇଣ୍ଟରନେଟ୍‌ ସେବା ଠପ୍‌

ଆଲଜେରିଆରେ ହାଇସ୍କୁଲ ଡିପ୍ଲୋମା ପରୀକ୍ଷା ଆରମ୍ଭ: ଇଣ୍ଟରନେଟ୍‌ ସେବା ଠପ୍‌

ଆଲଜିଅର୍ସ,୨୧।୬: ଆଲଜେରିଆରେ ଆରମ୍ଭ ହୋଇଛି ହାଇସ୍କୁଲ ଡିପ୍ଲୋମା ପରୀକ୍ଷା। ଏହାକୁ ଦୃଷ୍ଟିରେ ରଖି କପି ରୋକିବା ଲାଗି ସରକାରଙ୍କ ପକ୍ଷରୁ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରାଯାଇଛି। ପରୀକ୍ଷା ଶେଷ ହେବା ପରେ ପୁଣି ସେବା ଆରମ୍ଭ ହେବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ବିମାନରେ ଭିକ୍ଷା ମାଗିଲେ ଭିକାରୀ: ଭିଡ଼ିଓ ଭାଇରାଲ

ବିମାନରେ ଭିକ୍ଷା ମାଗିଲେ ଭିକାରୀ: ଭିଡ଼ିଓ ଭାଇରାଲ

ଇସଲାମାବାଦ୍‌,୨୧।୬: ସାଧାରଣତଃ ବସ କିମ୍ବା ରେଳଗାଡ଼ିରେ ଭିକାରୀଙ୍କୁ ଭିକ୍ଷାବୃତ୍ତି କରୁଥିବାର ଦେଖିବାକୁ ମିଳିଥାଏ। ତେବେ କରାଚିରୁ ବ୍ୟାଙ୍କକ୍‌ ଯାଉଥିବା ବିମାନରେ ଜଣେ ଭିକାରୀଙ୍କୁ ଭିକ୍ଷାବୃତ୍ତି କରୁଥିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ହୋଇଛି ଭାଇରାଲ।

ଆମେରିକାରେ ସାତଫେରା: ଭାରତରେ ମନ୍ତ୍ର ପାଠକଲେ ପଣ୍ଡିତ

ଆମେରିକାରେ ସାତଫେରା: ଭାରତରେ ମନ୍ତ୍ର ପାଠକଲେ ପଣ୍ଡିତ

ଟରୋଣ୍ଟୋ/ଲକ୍ଷ୍ନୌ,୨୧।୬: ସୂଚନା ପ୍ରଯୁକ୍ତି ଜ୍ଞାନକୌଶଳ ଯୋଗୁ ସମ୍ପ୍ରତି ଘଟିଛି ଏକ ରୋଚକ ଘଟଣା। ଟରୋଣ୍ଟାରେ ବରକନ୍ୟା ଅଗ୍ନିକୁ ସାକ୍ଷୀ ରଖି ସାତଫେରା ନେଇଥିବାବେଳେ ଭାରତରେ ଥିବା ପଣ୍ଡିତ ଭିଡ଼ିଓ କଲିଂରେ ମନ୍ତ୍ର ପାଠକରି ବିବାହକୁ ସମ୍ପନ୍ନ କରିଛନ୍ତି।

ତାଲିବାନ ଆକ୍ରମଣରେ ୩୦ ଆଫଗାନ ସୈନିକ ମୃତ

ତାଲିବାନ ଆକ୍ରମଣରେ ୩୦ ଆଫଗାନ ସୈନିକ ମୃତ

କାବୁଲ, ୨୦।୬: କାବୁଲରେ ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ୩୦ ଆଫଗାନ ସୈନିକଙ୍କ ମୃତ୍ୟୁ ଘଟିଛି। ବାଦଗିସ୍‌ ଅଞ୍ଚଳରେ ଏକ ସେନା ଶିବିର ଉପରେ ବୁଧବାର ଆତଙ୍କବାଦୀ ଆକ୍ରମଣ କରିଥିଲେ।

ଆମେରିକାରେ ୫୨ ଭାରତୀୟ ଅଟକ

ଆମେରିକାରେ ୫୨ ଭାରତୀୟ ଅଟକ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୨୦।୬: ଅବୈଧ ଅପ୍ରବାସ ନେଇ ଆମେରିକାରେ ୫୨ ଭାରତୀୟ ଅଟକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିଖ୍‌ ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ଡେମୋକ୍ରାଟିକ୍‌ ଲ’ମେକର୍‌ଙ୍କ ଏକ ଦଳ ନିକଟରେ ଆମେରିକାର ଓରେଗନ୍‌ସ୍ଥିତ ହାଜତକୁ ପରିଦର୍ଶନରେ ଯାଇଥିଲେ। ସେଠାରେ ମୋଟ ୧୨୩ ଜଣଙ୍କୁ ଅଟକ ରଖାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ୫୨ ଜଣ ଭାରତୀୟ ରହିଥିବା ଜଣାପଡ଼ିଥିଲା।

ରେଲଓ୍ବେ ଶୌଚାଳୟରେ ପ୍ରସବ କଲେ ମହିଳା

ରେଲଓ୍ବେ ଶୌଚାଳୟରେ ପ୍ରସବ କଲେ ମହିଳା

ନୂଆଦିଲ୍ଲୀ/ଢ଼ାକା, ୨୦।୬: ଜଣେ ଭାରତୀୟ ମହିଳା ବାଂଲାଦେଶ ଢ଼ାକା ନିକଟସ୍ଥ କମାଲପୁର ରେଳଓ୍ବେ ଷ୍ଟେଶନ ଶୌଚାଳୟରେ ପ୍ରସବ କରିଛନ୍ତି।

Model This Week

ପ୍ରଭାତ