Dharitri News
ରାଜ୍ୟ |

ରାଜ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ: ହାଇକୋର୍ଟରେ ମାମଲା

ରାଜ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ: ହାଇକୋର୍ଟରେ ମାମଲା କଟକ ଅଫିସ,୬।୨: ନବ ନିଯୁକ୍ତ ରାଜ୍ୟ ନିର୍ବାଚନ କମିଶନର ନବ କିଶୋର ନାୟକଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରାଯାଇ ମଙ୍ଗଳବାର ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ଭାଜପା ନେତା ସମୀର ମହାନ୍ତିଙ୍କ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି। ମାମଲାରେ ଆବେଦନକାରୀ ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ସଚିବ, ରାଜ୍ୟପାଳଙ୍କ ସଚିବ, ନଗର ଉନ୍ନୟନ ବିଭାଗ ସଚିବ, ପୌର ପ୍ରଶାସନ ନିର୍ଦ୍ଦେଶକ ଏବଂ ନବ କିଶୋର ନାୟକଙ୍କୁ ପକ୍ଷଭୁକ୍ତ କରିଛନ୍ତି। ନବ ନିଯୁକ୍ତ ନିର୍ବାଚନ କମିଶନରଙ୍କ ନିଯୁକ୍ତିକୁ ରଦ୍ଦ କରାଯିବା ସହ ଏକ ଗାଇଡ଼ଲାଇନ୍‌ ପ୍ରଦାନ କରିବାକୁ ଆବେଦନକାରୀ କୋର୍ଟଙ୍କୁ ନିବେଦନ କରିଛନ୍ତି।

ରାଜ୍ୟ |

ପରଲୋକରେ ପୂର୍ବତନ ବିଧାୟକ ନିତ୍ୟାନନ୍ଦ ସାମନ୍ତରାୟ

ପରଲୋକରେ ପୂର୍ବତନ ବିଧାୟକ ନିତ୍ୟାନନ୍ଦ ସାମନ୍ତରାୟ

କଟକ ଅଫିସ, ୨୩ା୨: ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲର ପୂର୍ବତନ ବିଧାୟକ ତଥା ଶିଳ୍ପପତି ନିତ୍ୟାନନ୍ଦ ସାମନ୍ତରାୟଙ୍କ ଶୁକ୍ରବାର ହୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କୁ ୮୫ ବର୍ଷ ହୋଇଥିଲା। ଅପରାହ୍ନ ସାଢେ ଗୋଟାଏ ସମୟରେ ସାମନ୍ତରାୟ କଟକ ରାଜାବଗିଚାସ୍ଥିତ ନିଜ ବାସଭବନ ପରିସରସ୍ଥ ବଗିଚାରୁ ଫେରୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହିତ ଗୁରୁତର ହୋଇପଡ଼ିଥିଲେ।

ନୀରବ ମୋଦିଙ୍କ ବ୍ରାଣ୍ଡରୁ ଓହରିଲେ ପ୍ରିୟଙ୍କା

ନୀରବ ମୋଦିଙ୍କ ବ୍ରାଣ୍ଡରୁ ଓହରିଲେ ପ୍ରିୟଙ୍କା

ବମ୍ବେ,୨୩ା୨(ପି.ଟି.): ବିଲିୟନେୟାର ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଗହଣା ବ୍ରାଣ୍ଡ୍‌ର ବିଜ୍ଞାପନରେ ଅଭିନୟ କରି ଆସିଥିବା ବଲିଉଡ୍‌ ତଥା ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କମ୍ପାନୀ ସହ କରିଥିବା ଚୁକ୍ତିରୁ ଓହରି ଯାଇଛନ୍ତି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ସହ ନୀରବ କରିଥିବା ଜାଲିଆତି ଘଟଣା ସାମ୍ନାକୁ ଆସିବା ପରେ ପ୍ରିୟଙ୍କା ଏହା ଉପରେ ବିଚାର କରୁଥିଲେ।

ବିମାନବନ୍ଦର କର୍ମଚାରୀଙ୍କ ପାଇଁ ଏସ୍‌ମା ଲାଗୁ

ବିମାନବନ୍ଦର କର୍ମଚାରୀଙ୍କ ପାଇଁ ଏସ୍‌ମା ଲାଗୁ

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ରାଜ୍ୟର ବିମାନ ବନ୍ଦର କର୍ମଚାରୀମାନଙ୍କ ପାଇଁ ଜରୁରୀକାଳୀନ ସେବା ଆଇନ (ଏସ୍‌ମା) ଲାଗୁ କରାଯାଇଛି। ଏନେଇ ଗୁରୁବାର ଗୃହ ବିଭାଗ(ସ୍ବତନ୍ତ୍ର) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିମାନ ବନ୍ଦର ଗ୍ରାଉଣ୍ଡ ହ୍ୟାଣ୍ଡେଲିଙ୍ଗ୍‌ , ଖାଦ୍ୟପେୟ ଯୋଗାଉଥିବା କର୍ମଚାରୀ ଏବଂ ଏୟାରକ୍ରାପ୍ଟରେ ଇନ୍ଧନ ଭରୁ ଥିବା କର୍ମଚାରୀଙ୍କ ପାଇଁ ଏହା ଲାଗୁ କରାଯାଇଛି। ଏହି ନିୟମକୁ ଖିଲାଫ କଲେ ସଂପୃକ୍ତ କର୍ମଚାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡିଛି।

‘ଧନୁଷ’ କ୍ଷେପଣାସ୍ତ୍ରର ପରୀକ୍ଷଣ

‘ଧନୁଷ’ କ୍ଷେପଣାସ୍ତ୍ରର ପରୀକ୍ଷଣ

ବାଲେଶ୍ୱର ଅଫିସ,୨୩।୨: ବାଲେଶ୍ୱର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଉନ୍ନୟନ ଗବେଷଣା ସଂସ୍ଥା(ଡିଆର୍‌ଡିଓ) ପକ୍ଷରୁ ଶୁକ୍ରବାର ସ୍ବଳ୍ପ ଦୂରଗାମୀ ବାଲାଷ୍ଟିକ୍‌ କ୍ଷେପଣାସ୍ତ୍ର ‘ଧନୁଷ’ର ପରୀକ୍ଷଣ କରାଯାଇଛି। ଚାନ୍ଦିପୁର ସ୍ଥିତ ବଙ୍ଗୋପସାଗର ମଧ୍ୟରେ ଏକ ଯୁଦ୍ଧ ଜାହାଜରୁ ପୂର୍ବାହ୍ନ ୧୦ଟା୫୨ ମିନିଟ୍‌ ସମୟରେ ଏହାକୁ ଉତ୍‌କ୍ଷେପଣ କରାଯାଇଥିଲା।

ଭୋଟ ପୂର୍ବରୁ ଫୁଟିଲା ଗୁଳି

ଭୋଟ ପୂର୍ବରୁ ଫୁଟିଲା ଗୁଳି

ବରଗଡ଼ ଅଫିସ୍‌/ସୋହେଲା/ବୁର୍ଲା,୨୩।୨: ଶନିବାର ବିଜେପୁର ଉପନିର୍ବାଚନ ପାଇଁ ମତଦାନ ହେବ। ଏହା ପୂର୍ବରୁ ଗୁରୁବାର ବିଳମ୍ବିତ ରାତିରେ ସୋହେଲା ବ୍ଲକ ଅନ୍ତର୍ଗତ ବନାବିରା ଗ୍ରାମର ହରିହରାନନ୍ଦ କ୍ରିୟାଯୋଗ ଧ୍ୟାନକେନ୍ଦ୍ର ନିକଟରେ ଗୁଳିମାଡ଼ ଓ ଗାଡ଼ି ଭଙ୍ଗାରୁଜା ଭଳି ଘଟଣା ଘଟିଛି। ଗୁଳିମାଡ଼ ଓ ଆକ୍ରମଣରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂ, ଚିଚିଣ୍ଡା ଗ୍ରାମର ମାଗି ଓରଫ୍‌ ଡିଲେଶ୍ୱର ସାହୁ, ଜାମପାଲି ଗ୍ରାମର ଖଗେଶ୍ୱର ମହାମଲ୍ଲିକ, ଟୁଙ୍ଗିବନ୍ଧଲି ଗ୍ରାମର ପ୍ରଭାସ କୁମାର ନାଗ ଓରଫ୍‌ କାର୍ତ୍ତିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସୋହେଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲ (ଭିମ୍‌ସାର୍‌)କୁ ସ୍ଥାନାନ୍ତର କରାଯାଇଛି।

ହ୍ବାଟ୍ସଆପ୍‌ରେ ପ୍ରଶ୍ନପତ୍ର

ହ୍ବାଟ୍ସଆପ୍‌ରେ ପ୍ରଶ୍ନପତ୍ର

କଟକ ଅଫିସ, ୨୩।୨: ଶୁକ୍ରବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ହେଲେ ପ୍ରଥମ ଦିନରୁ ପରିଚାଳନାଗତ ବିଭ୍ରାଟ ପଦାରେ ପଡ଼ିଛି। ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଶେଷ ନ ହେଉଣୁ ପ୍ରଶ୍ନପତ୍ରର ନକଲ ହ୍ବାଟ୍ସ ଆପ୍‌ ଜରିଆରେ ଭାଇରାଲ ହୋଇଥିଲା। ତେବେ ପରୀକ୍ଷାର୍ଥୀମାନେ ପୂର୍ବାହ୍ନ ସାଢ଼େ ୧୧ଟାରେ ପରୀକ୍ଷା କେନ୍ଦ୍ରରୁ ବାହାରିବା ପରେ ଘଟଣାର ସତ୍ୟତା ପ୍ରମାଣିତ ହୋଇଥିଲା। ପରୀକ୍ଷା କେନ୍ଦ୍ର ବାହାରେ ସବୁକିଛି ଠିକ୍‌ ଥିବା ବେଳେ ଭିତର ସୁରକ୍ଷା ଯେ ଢିଲା ତାହା ଏଥିରୁ ସ୍ପଷ୍ଟ ହୋଇଥିଲା। ଏଭଳି ଘଟଣାକୁ ନେଇ ପରୀକ୍ଷାର୍ଥୀ, ଅଭିଭାବକ, ଶିକ୍ଷୟିତ୍ରୀଶିକ୍ଷକମାନେ ଆଶଙ୍କିତ ହୋଇପଡ଼ିଛନ୍ତି।

ଆଜି ଭାଗ୍ୟ ପରୀକ୍ଷା

ଆଜି ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ବିଜେପୁର ଉପନିର୍ବାଚନ ଲାଗି ଶନିବାର ଭୋଟଗ୍ରହଣ ଅନୁଷ୍ଠିତ ହେବ। ଏହି ନିର୍ବାଚନମଣ୍ଡଳୀର ପ୍ରାୟ ୨ ଲକ୍ଷ ୨୧ ହଜାର ୧୪୪ ଜଣ ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ। ପ୍ରାକ୍‌ ନିର୍ବାଚନୀ ସମୟ ଘଟଣାବହୁଳ ହୋଇଥିବାରୁ ସୁରୁଖୁରୁରେ ନିର୍ବାଚନ ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ରାଜ୍ୟ ସଭା ନିର୍ବାଚନ ମାର୍ଚ୍ଚ ୨୩ : ଓଡ଼ିଶାର ୩ ସମେତ ୫୮ ଆସନ ଲାଗି ବିଜ୍ଞପ୍ତି ଜାରି

ରାଜ୍ୟ ସଭା ନିର୍ବାଚନ ମାର୍ଚ୍ଚ ୨୩ : ଓଡ଼ିଶାର ୩ ସମେତ ୫୮ ଆସନ ଲାଗି ବିଜ୍ଞପ୍ତି ଜାରି

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ବିଜେପୁର ଉପନିର୍ବାଚନ ନେଇ ରାଜନୈତିକ ଉଷ୍ମତା ଥମିନାହିଁ। ଅନ୍ୟପଟେ ନିର୍ବାଚନ କମିଶନ(ଇସି)ରାଜ୍ୟ ସଭା ନିର୍ବାଚନ ପାଇଁ ଶୁକ୍ରବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ମାର୍ଚ୍ଚ ୨୩ରେ ଓଡ଼ିଶାର ୩ଟି ଆସନ ସମେତ ଦେଶର ୫୮ଟି ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ସାମାଜିକ କର୍ମୀ ଏ.ଭି. ସ୍ବାମୀ, ହକି ତାରକାରୁ ରାଜନେତା ପାଲଟିଥିବା ଦିଲୀପ ତିର୍କୀ ଏବଂ ବିଜେଡି ନେତା ଏ.ୟୁ. ସିଂଦେଓଙ୍କ କାର୍ଯ୍ୟକାଳ ଏପ୍ରିଲ ୩ରେ ଶେଷ ହେଉଛି।

ବୋମା ଉପହାର

ବୋମା ଉପହାର

ବଲାଙ୍ଗୀର ଅଫିସ/ପାଟଣାଗଡ଼/ବୁର୍ଲା: ୨୩। ୨(ଡି.ଏନ୍‌.ଏ.): ଉପହାର ଭାବେ ଆସିଥିବା ଏକ ପ୍ୟାକେଟ ଖୋଲିବା ବେଳେ ଶକ୍ତିଶାଳୀ ବୋମା ବିସ୍ଫୋରଣ ହେବାରୁ ବଲାଙ୍ଗୀର ଜିଲା ପାଟଣାଗଡ଼ ସହରର ଏକ ପରିବାର ପାଇଁ ମାଡି ଆସିଛି ଦୁଃଖ। ନବବିବାହିତଙ୍କ ସହ ଜେଜେମା’ଙ୍କ ମୃତ୍ୟୁ ଘଟିଥିବା ବେଳେ ନବବିବାହିତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି। ଘଟଣାକୁ ନେଇ ଶୁକ୍ରବାର ପାଟଣାଗଡ଼ ସ୍ତବ୍ଧ ହୋଇଯାଇଛି।

ଟେଣ୍ଟହାଉସ୍‌ ମାଲିକଙ୍କୁ ହତ୍ୟା: ଚନ୍ଦ୍ରଶେଖରପୁର ଅଶାନ୍ତ

ଟେଣ୍ଟହାଉସ୍‌ ମାଲିକଙ୍କୁ ହତ୍ୟା: ଚନ୍ଦ୍ରଶେଖରପୁର ଅଶାନ୍ତ

ଭୁବନେଶ୍ୱର(ବ୍ୟୁରୋ)/ଚନ୍ଦ୍ରଶେଖରପୁର(ଡି.ଏନ.ଏ.),୨୩।୨- ୟୁନିଟ୍‌-୪ରେ କାଠମିସ୍ତ୍ରି ଗୋପୀନାଥ ମହାରଣା ହତ୍ୟା ଘଟଣା ଉପରୁ ପୋଲିସ ପରଦା ଉଠାଇପାରି ନ ଥିବାବେଳେ ଚନ୍ଦ୍ରଶେଖରପୁର ଥାନା ହାଉସିଂବୋର୍ଡ କଲୋନୀରେ ଆଉ ଏକ ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କେତେଜଣ ଦୁର୍ବୃତ୍ତ ଏକ ଟେଣ୍ଟହାଉସ ମାଲିକ ଧନେଶ୍ୱର ଦାଶଙ୍କୁ ହତ୍ୟା କରିଛନ୍ତି।

କୃଷିର ଉନ୍ନତି ପାଇଁ ବ୍ରତୀ ହୁଅ: ରାଜ୍ୟପାଳ

କୃଷିର ଉନ୍ନତି ପାଇଁ ବ୍ରତୀ ହୁଅ: ରାଜ୍ୟପାଳ

ଭୁବନେଶ୍ୱର, ୨୩।୨(ବ୍ୟୁରୋ)- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ୩୭ତମ ସମାବର୍ତ୍ତନ ଉତ୍ସବ ଶୁକ୍ରବାର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ରାଜ୍ୟପାଳ ତଥା କୁଳାଧିପତି ଡ. ଏସ୍‌.ସି. ଜମିର ପୌରୋହିତ୍ୟ କରି ଓୟୁଏଟି ଜାତୀୟ ସ୍ତରରେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ହାସଲ କରିଥିବା ସଫଳତାକୁ ଦୋହରାଇଥିଲେ। ଛାତ୍ରୀଛାତ୍ର ଏହି ପ୍ରଗତିର ପଥରେ ନିଜକୁ ସାମିଲ କରାଇବା ସହିତ ରାଜ୍ୟ ତଥା ଦେଶରେ କୃଷିର ଉନ୍ନତି ପାଇଁ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ।

ସବୁ ବିଶ୍ୱବିଦ୍ୟାଳୟ ପାଇଁ ହେବ ଏକକ ସିବିସିଏସ୍‌ ସିଲାବସ୍‌

ସବୁ ବିଶ୍ୱବିଦ୍ୟାଳୟ ପାଇଁ ହେବ ଏକକ ସିବିସିଏସ୍‌ ସିଲାବସ୍‌

ଭୁବନେଶ୍ୱର, ୨୩।୨(ବ୍ୟୁରୋ)- ରାଜ୍ୟରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ପାଇଁ ସିବିସିଏସ୍‌(ଚଏସ୍‌ ବେସ୍‌ଡ କ୍ରେଡିଟ୍‌ ସିଷ୍ଟମ) ପାଠ୍ୟକ୍ରମର ନୂତନ ଏକକ ସିଲାବସ୍‌ ତିଆରି ହେବ। ଏହି ସିଲାବସ୍‌କୁ ଅନୁକରଣ କରି ବିଶ୍ୱବିଦ୍ୟାଳୟ, ସ୍ବୟଂଶାସିତ କଲେଜ ଏବଂ ଡିଗ୍ରୀ କଲେଜ ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କୁ ପାଠ ପଢାଇବେ। ସିବିସିଏସ୍‌ ସିଲାବସ୍‌ ପ୍ରସ୍ତୁତି ପୂର୍ବରୁ ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ବୋର୍ଡ ସଦସ୍ୟଙ୍କୁ ନେଇ ଏକ କର୍ମଶାଳା ଉତ୍କଳ ବିଶ୍ୱବିଦ୍ୟାଳୟ ସଭାକକ୍ଷରେ ଆୟୋଜିତ ହୋଇଥିଲା। ସିଲାବସ୍‌ ପ୍ରସ୍ତୁତି ଲାଗି ବ୍ୟାପକ ଆଲୋଚନା କରାଯାଇଥିବା ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଅଶୋକ ଦାଶ କହିଛନ୍ତି।