Dharitri News
ଖେଳ |

ଏସିଆ ଚାମ୍ପିୟନଶିପ୍‌: ଭାରତକୁ ଜିତାଇଲେ ସିନ୍ଧୁ

ଏସିଆ ଚାମ୍ପିୟନଶିପ୍‌: ଭାରତକୁ ଜିତାଇଲେ ସିନ୍ଧୁ ଅଲୋର ସେଟର (ମାଲେସିଆ), ୬।୨(ପି.ଟି.)- ଏସିଆ ବ୍ୟାଡ୍‌ମିଣ୍ଟନ ଟିମ୍‌ ଚାମ୍ପିୟନଶିପ୍‌ରେ ଭାରତ ମହିଳା ଦଳ ୩-୨ରେ ହଂକଂକୁ ପରାସ୍ତ କରି ଦମ୍‌ଦାର ଅଭିଯାନ ଆରମ୍ଭ କରିଛି। ଅଲିମ୍ପିକ ରୌପ୍ୟ ପଦକ ବିଜୟିନୀ ପି.ଭି. ସିନ୍ଧୁ ଭାରତୀୟ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଆହତ କାରଣରୁ ଷ୍ଟାର ଖେଳାଳି ସାଇନା ନେହ୍ବାଲ ଏହି ସମ୍ମାନଜନକ ପ୍ରତିଯୋଗିତାରୁ ଓହରିଯାଇଛନ୍ତି। ତେବେ ସିନ୍ଧୁ ପ୍ରଥମ ସିଙ୍ଗଲ୍ସ ଓ ପରେ ଡବଲ୍ସରେ ବିଜୟ ହାସଲ କରିଥିଲେ। ପ୍ରଥମ ଅନୁଷ୍ଠିତ ସିଙ୍ଗଲ୍ସ ମ୍ୟାଚ୍‌ରେ ସିନ୍ଧୁ ୨୧-୧୨, ୨୧-୧୮ ସିଧାସଳଖ ଗେମ୍‌ରେ ହଂକଂର ୟିପ୍‌ ପୁଇ ୟିନ୍‌ଙ୍କୁ ପରାସ୍ତ କରି ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଏହାପରେ ଅଶ୍ୱିନୀ ପୋନାପ୍ପା ଓ ପ୍ରଜକ୍ତା ସାଓ୍ବନ୍ତ ଯୋଡ଼ି ୨୨-୨୦, ୨୦-୨୨, ୧୦-୨୧ ଗେମ୍‌ରେ ଏନ୍‌ ଓ୍ବିଙ୍ଗ୍‌ ୟଙ୍ଗ୍‌ ଓ ୟେଉଙ୍ଗ୍‌ ନଗ୍‌ ତିଙ୍ଗ୍‌ ଯୋଡ଼ିଙ୍କଠାରୁ ପରାସ୍ତ ହୋଇଥିଲେ। ଫଳରେ ମ୍ୟାଚ୍‌ ୧-୧ର ବରାବର୍‌ସ୍ତରକୁ ଆସିଥିଲା। ଏହାପରେ ଶ୍ରୀ କ୍ରିଷ୍ଣା ପ୍ରିୟା କୁଦରଭାଲ୍ଲି ମଧ୍ୟ ସିଙ୍ଗଲ୍ସରେ ପରାସ୍ତ ହେବାରୁ ଭାରତ ୧-୨ରେ ପଛରେ ପଡ଼ିଯାଇଥିଲା। ପରେ ଅନୁଷ୍ଠିତ ଡବଲ୍ସରେ ସିନ୍ଧୁ ଓ ଏନ୍‌. ସିକ୍କି ରେଡ୍ଡୀ ଯୋଡ଼ି ୨୧-୧୫, ୧୫-୨୧, ୨୧-୧୪ରେ ଏନ୍‌ ସାଜ୍‌ ୟାଉ ଓ ୟୁଏନ୍‌ ସିନ୍‌ ୟିଙ୍ଗ୍‌ ଯୋଡ଼ିଙ୍କୁ ହରାଇଥିଲେ। ଫଳରେ ମ୍ୟାଚ୍‌ ୨-୨ ସ୍ତରକୁ ଆସିଯାଇଥିଲା। ଫଳାଫଳ ପାଇଁ ଅନ୍ତିମ ତଥା ସିଙ୍ଗଲ୍ସ ମ୍ୟାଚ୍‌ ଉପରେ ଉଭୟ ଦଳକୁ ନିର୍ଭର କରିବାକୁ ପଡ଼ିଥିଲା। ଏଥିରେ ଋତଭିକା ଶିବାନୀ ଗାଡେ ୧୬-୨୧, ୨୧-୧୬, ୨୧-୧୩ରେ ବିଜୟ ହାସଲ କରି ଭାରତକୁ ବହୁ ପ୍ରତୀକ୍ଷିତ ବିଜୟ ଭେଟି ଦେଇଥିଲେ। ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ଗୁରୁବାର ଜାପାନକୁ ଭେଟିବ। ଏହି ପ୍ରତିଯୋଗିତାରେ ଉନ୍ନତ ପ୍ରଦର୍ଶନ କଲେ ଭାରତ ଉବେର କପ୍‌ ଫାଇନାଲକୁ ପବେଶ କରିବାର ସୁଯୋଗ ରହିଛି।

ଖେଳ |

ଚେନ୍ନାଇ ଓପନ୍‌ ଟେନିସ୍‌: ଭାମ୍ବ୍ରି ରନର୍ସଅପ୍‌

ଚେନ୍ନାଇ ଓପନ୍‌ ଟେନିସ୍‌: ଭାମ୍ବ୍ରି ରନର୍ସଅପ୍‌

ମାଡ୍ରାସ୍‌, ୧୭।୨(ପି.ଟି.)- ଏଠାରେ ଚାଲିଥିବା ଚେନ୍ନାଇ ଓପନ ଟେନିସ୍‌ ଟୁର୍ନାମେଣ୍ଟରେ ଭାରତର ୟୁକି ଭାମ୍ବ୍ରି ସିଙ୍ଗଲ୍ସ ଇଭେଣ୍ଟରେ ରନର୍ସଅପ୍‌ ବିବେଚିତ ହୋଇଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ସେ ସଂଘର୍ଷ କରି ଟପ୍‌ ସିଡ ଅଷ୍ଟ୍ରେଲିଆର ଜୋର୍ଡାନ ଥମ୍ପସନ୍‌ଙ୍କଠାରୁ ୫-୭, ୬-୩,୫-୭ ସେଟରେ ପରାସ୍ତ ହୋଇ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଛନ୍ତି।

 ରେସ୍‌ ଓ୍ବାକିଙ୍ଗ: ପ୍ରିୟଙ୍କାଙ୍କ ନୂଆ ଜାତୀୟ ରେକର୍ଡ

ରେସ୍‌ ଓ୍ବାକିଙ୍ଗ: ପ୍ରିୟଙ୍କାଙ୍କ ନୂଆ ଜାତୀୟ ରେକର୍ଡ

ନୂଆଦିଲ୍ଲୀ, ୧୭ା୨- ଶନିବାର ଅନୁଷ୍ଠିତ ୫ମ ଜାତୀୟ ରେସ୍‌ ଓ୍ବାକିଙ୍ଗ ଚାମ୍ପିୟନଶିପ୍‌ରେ ୧୦ କିମି ୨୦ବର୍ଷରୁ କମ୍‌ ମହିଳା ବିଭାଗରେ ଉତ୍ତର ପ୍ରଦେଶର ପ୍ରିୟଙ୍କା ପଟେଲ ୧୪ ବର୍ଷରୁ ପୁରୁଣା ରେକର୍ଡକୁ ଭଙ୍ଗ କରିଦେଇଛନ୍ତି।

ସିନିୟର ଜାତୀୟ ଭଲିବଲ:ସିରାଜ, ସଙ୍ଗୀତାଙ୍କୁ ଓଡ଼ିଶା ଦଳର ନେତୃତ୍ୱ

ସିନିୟର ଜାତୀୟ ଭଲିବଲ:ସିରାଜ, ସଙ୍ଗୀତାଙ୍କୁ ଓଡ଼ିଶା ଦଳର ନେତୃତ୍ୱ

କଟକ ଅଫିସ,୧୭ା୨- ଫେବୃୟାରୀ ୨୧ରୁ ୨୮ ତାରିଖ ପର୍ଯ୍ୟନ୍ତ କେରଳରେ ୬୬ତମ ସିନିୟର ଜାତୀୟ ଭଲିବଲ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏଥିନିମନ୍ତେ ଓଡ଼ିଶା ଭଲିବଲ ଆସୋସିଏଶନ ପକ୍ଷରୁ ଶନିବାର ୧୨ଜଣିଆ ଉଭୟ ପୁରୁଷ ଓ ମହିଳା ଦଳ ଘୋଷଣା କରାଯାଇଛି।

୩୪ ବର୍ଷରେ ଏବି ଡି ଭିଲର୍ସ

୩୪ ବର୍ଷରେ ଏବି ଡି ଭିଲର୍ସ

ନୂଆଦିଲ୍ଲୀ, ୧୭।୨- ଆବ୍ରାହମ ବେଞ୍ଜାମିନ୍‌ ଡି ଭିଲର୍ସ। ବିଶ୍ୱ କ୍ରିକେଟରେ ଏବି ଡି ଭିଲର୍ସ ଭାବେ ପରିଚିତ। ଦକ୍ଷିଣ ଆଫ୍ରିକାର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ ଶନିବାର ୩୪ ବର୍ଷରେ ପଦାର୍ପଣ କରିଛନ୍ତି।

ରୋଟ୍ଟେରଡାମ ଓପନ୍‌: କ୍ୱାର୍ଟରରେ ଫେଡେରର

ରୋଟ୍ଟେରଡାମ ଓପନ୍‌: କ୍ୱାର୍ଟରରେ ଫେଡେରର

ରୋଟ୍ଟେରଡାମ, ୧୭।୨- ଏଠାରେ ଚାଲିଥିବା ରୋଟ୍ଟେରଡାମ ଓପନ୍‌ର ପୁରୁଷ ସିଙ୍ଗଲ୍ସ ବର୍ଗରେ କିମ୍ବଦନ୍ତୀ ଖେଳାଳି ରୋଜର ଫେଡେରର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେ ୪-୬, ୬-୧, ୬-୧ ସେଟ୍‌ରେ ନେଦରଲାଣ୍ଡର ରବିନ ହାସେଙ୍କୁ ହରାଇଛନ୍ତି। ଏହି ବିଜୟ ସହ ସେ ଚିରପ୍ରତିଦ୍ୱନ୍ଦ୍ୱୀ ଖେଳାଳି ରାଫାଲ ନାଡାଲଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି।

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତ ପକ୍ଷରୁ ଖେଳିବେ ୨୨୫ ଆଥ୍‌ଲେଟ୍‌

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତ ପକ୍ଷରୁ ଖେଳିବେ ୨୨୫ ଆଥ୍‌ଲେଟ୍‌

ନୂଆଦିଲ୍ଲୀ,୧୭।୨- ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟଠାରେ ଆସନ୍ତା ଏପ୍ରିଲ ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇଭେଣ୍ଟରେ ଭାରତ ପକ୍ଷରୁ ୨୨୫ ଆଥ୍‌ଲେଟ୍‌ ଅଂଶଗ୍ରହଣ କରିବେ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘ (ସିଡବ୍ଲ୍ୟୁଏଫ୍‌) ପକ୍ଷରୁ ଏ ନେଇ ଶନିବାର ପ୍ରକାଶ ପାଇଛି।

ଝୁଲନ ବାଦ୍‌, ଦଳରେ ରୁମେଲି

ଝୁଲନ ବାଦ୍‌, ଦଳରେ ରୁମେଲି

ନୂଆଦିଲ୍ଲୀ, ୧୭।୨(ପି.ଟି.)- ଦକ୍ଷିଣ ଆଫ୍ରିକା ଓ ଭାରତୀୟ ଦଳ ମଧ୍ୟରେ ଚାଲିଥିବା ମହିଳା ଟି୨୦ ସିରିଜ୍‌ର ବଳକା ମ୍ୟାଚ୍‌ଗୁଡ଼ିକରୁ ଝୁଲନ ଗୋସ୍ବାମୀ ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଭେଟେରାନ ଅଲରାଉଣ୍ଡର ରୁମେଲି ଧରଙ୍କୁ ଦଳରେ ସ୍ଥାନ ମିଳିଛି।

କୋହଲିଙ୍କ ଶତକ: ଭାରତ ୫-୧ରେ ସିରିଜ ଜିତିଲା

କୋହଲିଙ୍କ ଶତକ: ଭାରତ ୫-୧ରେ ସିରିଜ ଜିତିଲା

ସେଞ୍ଚୁରିଅନ,୧୬।୨ (ପି.ଟି.) ଘରୋଇ ମାଟିରେ ପାରମ୍ପରିକ ଭାବେ ବେଶ୍‌ ଶକ୍ତିଶାଳୀ ମନେହେଉଥିବା ଦକ୍ଷିଣ ଆଫ୍ରିକା କିନ୍ତୁ ଭାରତ ବିପକ୍ଷ ଦିନିକିଆ ସିରିଜରେ ନିହାତି ମାମୁଲି ସାବ୍ୟସ୍ତ ହୋଇଛି। ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂରେ ଦମ୍‌ଦାର ପ୍ରଦର୍ଶନ କରି ଆଧିପତ୍ୟ ବିସ୍ତାର କରିବା ସହ ଭ୍ରମଣକାରୀ ଭାରତ ୬ ମ୍ୟାଚ ବିଶିଷ୍ଟ ଏହି ସିରିଜକୁ ୫-୧ ବ୍ୟବଧାନରେ ହାତେଇ ବା ସହ ଇତିହାସ ସୃଷ୍ଟି କରିଛି। ଅଧିନାୟକ ବିରାଟ କୋହଲି ସରିଜର ତୃତୀୟ ଓ କ୍ୟାରିୟର ୩୫ତମ ଶତକ ହାସଲ କରି କୌଣସି ଦ୍ୱିପାକ୍ଷିକ ସିରିଜରେ ୫୦୦ରୁ ଉର୍ଦ୍ଧ୍ୱ ରନ ସଂଗ୍ରହ କରି ବିଶ୍ୱରେକର୍ଡ କରିବା ସହ ଭାରତକୁ ଜିତାଇଛନ୍ତି।

ବିଜୟ ସହ ଓଡ଼ିଶାର ଅଭିଯାନ ଶେଷ

ବିଜୟ ସହ ଓଡ଼ିଶାର ଅଭିଯାନ ଶେଷ

କଟକ ଅଫିସ,୧୬ା୨- ବାଙ୍ଗାଲୋରଠାରେ ଓଡ଼ିଶା ଓ ହରିୟାଣା ମଧ୍ୟରେ ବିଜୟ ହଜାରେ ଟ୍ରଫି ଗ୍ରୁପ୍‌-ଏ’ ମ୍ୟାଚ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ୯ଉଇକେଟରେ ବିଜୟ ହାସଲ କରିଥିଲେ ହେଁ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହି ପ୍ରତିଯୋଗିତାରେ ଅଭିଯାନ ଶେଷ କରିଛି। ହରିୟାଣା ବିପକ୍ଷ ମ୍ୟାଚ୍‌ରେ ଓଡ଼ିଶା ପେସ୍‌ ବୋଲର ଦୀପକ ବେହେରା ତାଙ୍କ ଲିଷ୍ଟ-ଏ’ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଦୀପକ ୨୨ରନ୍‌ରେ ୬ଟି ଉଇକେଟ ଦଖଲ କରିଥିଲେ। ବିସିସିଆଇ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୨୦୧୭-୧୮ କ୍ରିକେଟ ସିଜିନରେ ଓଡ଼ିଶାର ଏହା ଅନ୍ତିମ ମ୍ୟାଚ୍‌ ରହିଥିଲା।

ଆଇଏସ୍‌ଏଲ୍‌ ପାଇଁ କଳିଙ୍ଗ ପ୍ରସ୍ତୁତ

ଆଇଏସ୍‌ଏଲ୍‌ ପାଇଁ କଳିଙ୍ଗ ପ୍ରସ୍ତୁତ

ଭୁବନେଶ୍ୱର, ୧୬।୨(ସ୍ପୋଟର୍‌ସ ବ୍ୟୁରୋ)- ଏସିଆନ ଆଥ୍‌ଲେଟିକ ଚାମ୍ପିୟନଶିପ୍‌, ହକି ଓ୍ବାଲର୍‌ଡ ଲିଗ୍‌ ଫାଇନାଲ ପରେ ଏବେ କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ସମ୍ମାନଜନକ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି। ଚଳିତ ମାସ ୨୫ରେ ଏହି ଗ୍ରାଉଣ୍ଡରେ ହିରୋ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଜାମସେଦପୁର ଏଫ୍‌ସି ଓ ବେଙ୍ଗାଲୁରୁ ଏଫ୍‌ସି ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ଟାଟା ଷ୍ଟିଲ ମାଲିକାନାରେ ରହିଥିବା ଜାମସେଦପୁର ଏଫ୍‌ସି କଳିଙ୍ଗ ଷ୍ଟାଡିୟମକୁ ତା’ର ଘରୋଇ ଗ୍ରାଉଣ୍ଡ ଭାବେ ଚୟନ କରି ଏହି ମ୍ୟାଚ୍‌ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି।

ଭାରତୀୟ ମହିଳା ଦଳର ଲଗାତର ୨ୟ ବିଜୟ

ଭାରତୀୟ ମହିଳା ଦଳର ଲଗାତର ୨ୟ ବିଜୟ

ଇଷ୍ଟ ଲଣ୍ଡନ (ଦକ୍ଷିଣ ଆଫ୍ରିକା), ୧୬।୨ (ପି.ଟି.)- ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚରେ ଭ୍ରମଣକାରୀ ଭାରତୀୟ ମହିଳା ୫ଟି ବଲ ବାକି ରଖି ୯ ଉଇକେଟରେ ଅତି ସହଜରେ ବିଜୟ ହାସଲ କରିଛନ୍ତି। ଏଥିସହିତ ୫ ମ୍ୟାଚ ବିଶିଷ୍ଟ ଏହି ଟି୨୦ ସିରିଜରେ ଭାରତ ୨-୦ରେ ଅଗ୍ରଣୀ ହାସଲ କରିଛି।

ଅଷ୍ଟ୍ରେଲିଆର ରେକର୍ଡ ଟି୨୦ ବିଜୟ

ଅଷ୍ଟ୍ରେଲିଆର ରେକର୍ଡ ଟି୨୦ ବିଜୟ

ଅକ୍‌ଲାଣ୍ଡ,୧୬।୨- ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡି’ଆର୍ସି ଶର୍ଟଙ୍କ ଅର୍ଦ୍ଧଶକୀୟ ଇନିଂସ ବଳରେ ଅଷ୍ଟ୍ରେଲିଆ ଦଳ ଟି୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ ଇତିହାସରେ ରେକର୍ଡ ୨୪୪ ରନ୍‌ ପିଛା କରି ବିଜୟଲାଭ କରିଛି। ସ୍ଥାନୀୟ ଇଡେନ ପାର୍କଠାରେ ଖେଳାଯାଇଥିବା ଚଳିତ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ରେ ଏକ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦଳ ୫ ଉଇକେଟ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରଛି। ପୂର୍ବରୁ ଏହି ରେକର୍ଡ ଓ୍ବେଷ୍ଟଇଣ୍ଡିଜ୍‌ ନାମରେ ଥିଲା। ଦକ୍ଷିଣ ଆଫ୍ରିକା ଦ୍ୱାରା ଧାର୍ଯ୍ୟ ୨୩୬ ରନ୍‌ର ଟାର୍ଗେଟକୁ ପିଛା କରି ଓ୍ବେଷ୍ଟଇଣ୍ଡିଜ୍‌ ବିଜୟ ହାସଲ କରିଥିଲା।