ଖେଳ |

ଆହତ ମାଥ୍ୟୁସ୍‌ ବାଂଲାଦେଶ ଟୁର୍‌ରୁ ବାଦ୍‌

ଆହତ ମାଥ୍ୟୁସ୍‌ ବାଂଲାଦେଶ ଟୁର୍‌ରୁ ବାଦ୍‌

କଲମ୍ବୋ, ୬।୨(ଏଏଫ୍‌ପି)- ଶ୍ରୀଲଙ୍କା ସୀମତି ଓଭର ଦଳର ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ ଆହତ କାରଣରୁ ବାଂଲାଦେଶ ଗସ୍ତର ବଳକା ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ବାଂଲାଦେଶରେ ହୋଇଥିବା ତ୍ରି-ରାଷ୍ଟ୍ରୀୟ ଟୁର୍ନାମେଣ୍ଟ ସମୟରେ ମାଥ୍ୟୁସ ଆହତ ହୋଇଥିଲେ। ଏହାସତ୍ତ୍ୱେ ଶ୍ରୀଲଙ୍କା ଏହି ଟୁର୍ନାମେଣ୍ଟରେ ବିଜୟୀ ହେବାରେ ସଫଳ ହୋଇଥିଲା। ମାଥ୍ୟୁସ ଏବେ ବାଂଲାଦେଶ ବିପକ୍ଷ ୨ୟ ଟେଷ୍ଟ ଏବଂ ୨ଟି ଟି୨୦ ମ୍ୟାଚ୍‌ରେ ଅଂଶଗ୍ରହଣ କରିପାରିବେ ନାହିଁ। ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ୨ୟ ଟେଷ୍ଟ ଆସନ୍ତା ୮ରୁ ଢାକାରେ ଆରମ୍ଭ ହେବ। ସେହିଭଳି ଫେବୃୟାରୀ ୧୫ ଓ ୧୮ରେ ଦୁଇଟି ଯାକ ଟି୨୦ ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଥିସାରା ପେରେରା ବାଂଲାଦେଶ ବିପକ୍ଷ ଟି୨୦ ମ୍ୟାଚ୍‌ରେ ଅଧିନାୟକ ଦାୟିତ୍ୱ ତୁଲାଇବା ସ୍ପଷ୍ଟ ହୋଇଛି। ଅପରପକ୍ଷରେ ମାର୍ଚ୍ଚ ୮ରୁ ଶ୍ରୀଲଙ୍କା ମାଟିରେ ହେବାକୁ ଥିବା ତ୍ରି-ରାଷ୍ଟ୍ରୀୟ ନିଧାସ ଟ୍ରଫି ଟି୨୦ ପ୍ରତିଯୋଗିତାରେ ମାଥ୍ୟୁସ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି। ଏଥିରେ ଆୟୋଜକ ଶ୍ରୀଲଙ୍କା ସମେତ ଭାରତ ଓ ବାଂଲାଦେଶ ଦଳ ଅଂଶଗ୍ରହଣ କରିବେ।

All Right Reserved By
Karnatak Exit Poll

Model This Week

ସଂଗୀତ

ଖେଳ |

ଦିଲ୍ଲୀଠାରୁ ହାରି ମୁମ୍ବାଇ ବିଦା

ଦିଲ୍ଲୀଠାରୁ ହାରି ମୁମ୍ବାଇ ବିଦା

ନୂଆଦିଲ୍ଲୀ, ୨୦।୫- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶେଷ ପର୍ଯ୍ୟାୟରେ ବିପର୍ଯ୍ୟୟ ସୃଷ୍ଟି କରିଛି ଦିଲ୍ଲୀ ଡେୟାରଡେଭିଲ୍ସ। ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗ୍ସକୁ ୩୪ ରନ୍‌ରେ ହରାଇଥିବା ଏହି ଦଳ ରବିବାର ମୁମ୍ବାଇ ଇଣ୍ଡିଆନ୍ସକୁ ୧୧ ରନ୍‌ରେ ପରାସ୍ତ କରିଛି। ଦିଲ୍ଲୀ ପକ୍ଷରୁ ଧାର୍ଯ୍ୟ ୧୭୫ ରନ୍‌ ବିଜୟ ଲକ୍ଷ୍ୟର ପିଛା କରିଥିବା ମୁମ୍ବାଇ ୧୯.୩ ଓଭରରେ ୧୬୩ ରନ୍‌ରେ ଅଲଆଉଟ ସହ ନକ୍‌ଆଉଟ ହୋଇଛି।

ଜୁଭେଣ୍ଟସ୍‌ର ବିଜୟଉତ୍ସବବେଳେ ୬ ଆହତ

ଜୁଭେଣ୍ଟସ୍‌ର ବିଜୟଉତ୍ସବବେଳେ ୬ ଆହତ

ତୁରିନ୍‌, ୨୦।୫(ଏଏଫ୍‌ପି)- ଇଟାଲିଆନ ଫୁଟ୍‌ବଲ ଚାମ୍ପିୟନଶିପ୍‌ ଜିତିଥିବା ଜୁଭେଣ୍ଟସ୍‌ ଦଳର ଖେଳାଳି ଓ ପ୍ରଶଂସକମାନେ ବିଜୟ ଉତ୍ସବ ପାଳନ କରୁଥିବାବେଳେ ଇଲେକ୍ଟ୍ରି କେବୁଲ ବାଜି ୬ଜଣ ପ୍ରଶଂସକ ଆହତ ହୋଇଛନ୍ତି।

ଟ୍ରେନିଂ ପାଇଁ ଭୁଟାନ ଗଲେ ଭାରତୀୟ ଆଥ୍‌ଲେଟ୍‌

ଟ୍ରେନିଂ ପାଇଁ ଭୁଟାନ ଗଲେ ଭାରତୀୟ ଆଥ୍‌ଲେଟ୍‌

ନୂଆଦିଲ୍ଲୀ, ୨୦।୫(ପି.ଟି.)- ଆସନ୍ତା ଅଗଷ୍ଟ ୧୮ରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଏସିଆନ ଗେମ୍ସର ଅଷ୍ଟାଦଶ ସଂସ୍କରଣ ଅନୁଷ୍ଠିତ ହେବ। ଏହାକୁ ନଜରରେ ରଖି ୧୭ ଜଣିଆ ଭାରତୀୟ ଆଥ୍‌ଲେଟିକ୍‌ ଟିମ୍‌ ଟ୍ରେନିଂ ଲାଗି ରବିବାର ପଶ୍ଚିମବଙ୍ଗରୁ ଭୁଟାନ ଅଭିମୁଖେ ଗସ୍ତ କରିଛନ୍ତି।

ଏସିଆନ ଚାମ୍ପିୟନ୍ସ ଟ୍ରଫି ମହିଳା ହକି: ଭାରତ ରନର୍ସଅପ

ଏସିଆନ ଚାମ୍ପିୟନ୍ସ ଟ୍ରଫି ମହିଳା ହକି: ଭାରତ ରନର୍ସଅପ

ନୂଆଦିଲ୍ଲୀ, ୨୦।୫ (ପି.ଟି.)- ପଞ୍ଚମ ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ମହିଳା ହକି ଟୁର୍ନାମେଣ୍ଟରେ ଓଡ଼ିଆ ତାରକା ଖେଳାଳି ସୁନୀତା ଲାକ୍ରାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ରନର୍ସଅପ୍‌ ବିବେଚିତ ହୋଇଛି। ରବିବାର ଅନୁଷ୍ଠିତ କଡ଼ା ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ ଗତଥରର ଚାମ୍ପିୟନ ଭାରତ ଆୟୋଜକ ଦକ୍ଷିଣ କୋରିଆଠାରୁ ୧-୦ ପରାସ୍ତ ହୋଇ ଟାଇଟଲ ହାସଲରୁ ବଞ୍ଚିତ ହୋଇଛି। ଫଳରେ ତୃତୀୟଥର ପାଇଁ ଭାରତର ଟାଇଟଲ ଜିତିବା ଆଶା ପୂରଣ ହୋଇପାରି ନାହିଁ। ଅନ୍ୟପଟେ ବିଜୟୀ ହୋଇ ଦକ୍ଷିଣ କୋରିଆ ତୃତୀୟ ଥର ପାଇଁ ଚାମ୍ପିୟନ ଟ୍ରଫି ହାସଲ କରିବାକୁ ସକ୍ଷମ ହୋଇଛି। ପୂର୍ବରୁ ଦକ୍ଷିଣ କୋରିଆର ୨୦୧୦, ୨୦୧୧ରେ ମଧ୍ୟ ଟାଇଟଲ ହାସଲ କରିଥିଲା। ଫାଇନାଲ ମ୍ୟାଚରେ ଉଭୟ ଦଳ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା।

ଉବର କପ୍‌ ବ୍ୟାଡମିଣ୍ଟନ: କାନାଡ଼ାଠାରୁ ହାରିଲା ଭାରତ

ଉବର କପ୍‌ ବ୍ୟାଡମିଣ୍ଟନ: କାନାଡ଼ାଠାରୁ ହାରିଲା ଭାରତ

ବ୍ୟାଙ୍କକ୍‌, ୨୦।୫ (ପି.ଟି.)-ଥୋମାସ କପ୍‌ରେ ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଦଳ ଫ୍ରାନ୍ସଠାରୁ ପରାସ୍ତ ହେବା ପରେ ଉବର କପ୍‌ରେ ମଧ୍ୟ ମହିଳା ଦଳ ଅନୁରୂପ ଭାବେ ହାରିଛି। ଭାରତୀୟ ମହିଳା ଦଳ କାନାଡ଼ାଠାରୁ ୪-୧ରେ ପରାସ୍ତ ହୋଇ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଗ୍ରୁପ୍‌ ଏ’ର ପ୍ରାରମ୍ଭିକା ମୁକାବଲାରେ ଭାରତୀୟ ଖେଳାଳିମାନେ ମାମୁଲି ପ୍ରଦର୍ଶନ କରିଛନ୍ତି। ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ପି.ଭି. ସିନ୍ଧୁ ଓ ଡବଲ୍ସ ଯୋଡି ଅଶ୍ୱିନୀ ପୋନାପ୍ପା ଓ ଏନ୍‌. ସିକ୍କୀ ରେଡ୍ଡୀଙ୍କ ଅନୁପସ୍ଥିତି ମହଙ୍ଗା ପଡିଥିଲା। ଅଭିଜ୍ଞ ସାଇନା ସେହ୍ବାଲଙ୍କ ଉପରେ ଦଳର ପ୍ରଦର୍ଶନ ନିର୍ଭର କରୁଥିଲେ ମଧ୍ୟ ସେ ପ୍ରଥମ ସିଙ୍ଗଲ୍ସ ମ୍ୟାଚରେ କାନାଡ଼ାର ମିଚେଲେ ଲିଙ୍କଠାରୁ ୨୧-୧୫, ୧୬-୨୧,୧୬-୨୧ ସେଟରେ ପରାସ୍ତ ହୋଇଥିଲେ ଓ ଭାରତ ୧-୦ରେ ପଛରେ ପଡିଥିଲା।

ଶ୍ରୀକାନ୍ତଙ୍କୁ ଧୋନୀଙ୍କ ବ୍ୟାଟ୍‌ ଉପହାର

ଶ୍ରୀକାନ୍ତଙ୍କୁ ଧୋନୀଙ୍କ ବ୍ୟାଟ୍‌ ଉପହାର

ନୂଆଦିଲ୍ଲୀ, ୨୦।୫ (ପି.ଟି.)- ପୁରୁଷ ବ୍ୟାଡମିଣ୍ଟନ ତାରକା କିଡାମ୍ବୀ ଶ୍ରୀକାନ୍ତ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କର ଜଣେ ବଡ଼ ପ୍ରଶଂସକ ବୋଲି ସମସ୍ତଙ୍କୁ ଜଣା। ତେବେ ଶ୍ରୀକାନ୍ତଙ୍କୁ ଧୋନୀ ଏକ ଉପହାର ଦେଇ ଚକିତ କରାଇଛନ୍ତି। ଧୋନୀ ତାଙ୍କୁ ନିଜର ଦସ୍ତଖତ ସମ୍ବଳିତ ଏକ ବ୍ୟାଟ୍‌ ଉପହାର ପ୍ରଦାନ କରଛନ୍ତି। ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମୁଖ୍ୟ ଚୟନକର୍ତ୍ତା ଏମ୍‌.ଏସ.କେ ପ୍ରସାଦଙ୍କ ମାଧ୍ୟମରେ ଶ୍ରୀକାନ୍ତଙ୍କୁ ଧୋନୀ ଏହି ବ୍ୟାଟ୍‌ ପ୍ରଦାନ କରିଛନ୍ତି। ଗତକିଛି ଦିନ ତଳେ ଶ୍ରୀକାନ୍ତ ବିଶ୍ୱ ର଼୍ୟାଙ୍କିଙ୍ଗର ଏକ ନମ୍ବର ସ୍ଥାନ ଅଧିକାର କରିଥିଲେ। ଏବେ ସେ ୪ ନମ୍ବର ସ୍ଥାନରେ ରହିଛନ୍ତି। ଶ୍ରୀକାନ୍ତଙ୍କ ପିତା କେ.ଭି.ଏସ୍‌ କ୍ରିଷ୍ଣା ପ୍ରସାଦଙ୍କୁ କ୍ରିକେଟ ଖେଳାଇବା ଶିଖାଇଥିଲେ। ଶ୍ରୀକାନ୍ତ ମଧ୍ୟ ଧୋନୀଙ୍କର ଜଣେ ବଡ଼ ପ୍ରଶଂସକ। ଦିନେ ସେ ଧୋନୀଙ୍କଠାରୁ ଏକ ଉପହାର ନେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ବୋଲି ପ୍ରାସଦ କହିଛନ୍ତି

ଥୋମାସ୍‌ କପ୍‌ ଫାଇନାଲ: ପରାଜୟରୁ ଭାରତ ଅଭିଯାନ

ଥୋମାସ୍‌ କପ୍‌ ଫାଇନାଲ: ପରାଜୟରୁ ଭାରତ ଅଭିଯାନ

ବ୍ୟାଙ୍କକ୍‌, ୨୦।୫ (ପି.ଟି.)- ଥୋମାସ କପ୍‌ ବ୍ୟାଡିମଣ୍ଟନ ଟୁର୍ନାମେଣ୍ଟ ଫାଇନାଲରେ ଯୁବ ଖେଳାଳିଙ୍କୁ ନେଇ ଗଠିତ ଭାରତୀୟ ଦଳ ପରାଜୟରୁ ତା’ର ଅଭିଯାନ ଆରମ୍ଭ କରିଛି। ରବିବାର ଅନୁଷ୍ଠିତ ଗ୍ରୁପ୍‌ ଏ’ ପ୍ରଥମ ମ୍ୟାଚରେ ଭାରତ ୪-୧ରେ ଫ୍ରାନ୍ସଠାରୁ ପରାସ୍ତ ହୋଇଛି। ଏହି ପରାଜୟ ଫଳରେ ଭାରତର ନକ୍‌ ଆଉଟ ପର୍ଯ୍ୟାୟ ଆଶା ନେଇ ଆଶଙ୍କା ସୃଷ୍ଟି ହୋଇଛି। ବିଶ୍ୱର ୧୮ ନମ୍ବର ଖେଳାଳି ବି. ସାଇ ପ୍ରଣିତ ସିଙ୍ଗଲ୍ସରେ ଫ୍ରାନ୍ସର ବ୍ରାଇସ୍‌ ଲିଭରଡେଜଙ୍କୁ ୨୧- ୭, ୨୧-୧୮ରେ ହରାଇ ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ। ତେବେ ଏହା ପରେ ଅନ୍ୟ ଭାରତୀୟ ଖେଳାଳିମାନେ ବିଫଳ ହୋଇଥିଲେ। ଫଳରେ ଭାରତ ବୃହତ୍‌ ବ୍ୟବଧାନରେ ପରାସ୍ତ ହୋଇଥିଲା।

ଜିଡାନଙ୍କ ପୁଅଙ୍କ ପଦାର୍ପଣ:  ରିୟଲ ମାଡ୍ରିଡ୍‌ ମ୍ୟାଚ୍‌ ଡ୍ର ରଖିଲା

ଜିଡାନଙ୍କ ପୁଅଙ୍କ ପଦାର୍ପଣ: ରିୟଲ ମାଡ୍ରିଡ୍‌ ମ୍ୟାଚ୍‌ ଡ୍ର ରଖିଲା

ମାଡ୍ରିଡ୍‌, ୨୦।୫ (ଏ.ଏଫ୍‌.ପି.)- ଚାମ୍ପିୟନ୍ସ ଲିଗ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ରିୟଲ ମାଡ୍ରିଡ୍‌ ପ୍ରତିପକ୍ଷ ଭିଲାରିୟଲ ବିପକ୍ଷ ମ୍ୟାଚକୁ ୨-୨ ଗୋଲରେ ଅମିମାଂସିତ ରଖିଛି। କଡ଼ା ସଂଘର୍ଷପୂଣ୍ଣ ଏହି ମ୍ୟାଚରେ ମାଡ୍ରିଡ ତରଫରୁ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଗାରେଥ ବେଲ ଗୋଲ ସ୍କୋର କରିଥିଲେ। ବେଲ ୧୧ ଓ ରୋନାଲ୍ଡୋ ୩୨ ତମ ମିନିଟରେ ଗୋଲ ଦେଇ ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ। ତେବେ ଭିଲାରିୟଲ ତରଫରୁ ରୋଜର ମାର୍ଟିନେଜ୍‌ ୭୦ ଓ ସାମୁ କାଷ୍ଟିଲେଜୋ ୮୫ ତମ ମିନିଟରେ ଗୋଲ ଦେଇ ମ୍ୟାଚକୁ ଅମିମାଂସିତ ରଖିବାକୁ ସକ୍ଷମ ହୋଇଥିଲେ। ଭିଲାରିୟଲ ଏହି ମୁକାବିଲରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଥିଲା।

ଗ୍ରୀଷ୍ମକାଳୀନ ବନ୍ଧୁକ ଚାଳନା ଶିବିର ଉଦ୍‌ଯାପିତ

ଗ୍ରୀଷ୍ମକାଳୀନ ବନ୍ଧୁକ ଚାଳନା ଶିବିର ଉଦ୍‌ଯାପିତ

ଭୁବନେଶ୍ୱର, ୨୦।୫(ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା ରାଇଫଲ ସଂଘ ଓ ଉତ୍କଳ କରାଟେ ସ୍କୁଲର ମିଳିତ ପ୍ରୟାସରେ ଏଠାରେ ଚାଲିଥିବା ୩ୟ ଗ୍ରୀଷ୍ମକାଳୀନ ବନ୍ଧୁକ ଚାଳନା ଶିବିର ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଶିବିରର ୪ର୍ଥ ସଂସ୍କରଣ ଜୁନ୍‌ ୫ରୁ ଆରମ୍ଭ ହେବାକୁ ଯାଉଛି।

ଜୋକୋଭିଚ୍‌ଙ୍କୁ ହରାଇ ଫାଇନାଲରେ ନାଡାଲ

ଜୋକୋଭିଚ୍‌ଙ୍କୁ ହରାଇ ଫାଇନାଲରେ ନାଡାଲ

ରୋମ, ୨୦।୫(ଏଏଫ୍‌ପି)- ସ୍ପାନିଶ ତାରକା ରାଫେଲ ନାଡାଲ ଏଠାରେ ଚାଲିଥିବା ରୋମ ମାଷ୍ଟର୍ସ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ ଏକ ହାଇଭୋଲଟେଜ ସେମିଫାଇନାଲ ମ୍ୟାଚ୍‌ରେ ନାଡାଲ ପ୍ରାକ୍ତନ ଏକ ନମ୍ବର ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍‌ଙ୍କୁ ପରାସ୍ତ କରି ରେକର୍ଡ ୧୦ମଥର ଲାଗି ଏହି ସମ୍ମାନଜନକ ପ୍ରତିଯୋଗିତାର ଫାଇନାଲରେ ସ୍ଥାନ ହାସଲ କରିଛନ୍ତି।

ବଫନଙ୍କୁ ଅଶ୍ରୁଳ ବିଦାୟ

ବଫନଙ୍କୁ ଅଶ୍ରୁଳ ବିଦାୟ

ତୁରିନ୍‌, ୨୦ା୫ (ଏଏଫ୍‌ପି)-ଇଟାଲୀର ମହାନ ଫୁଟ୍‌ବଲର ଜିଆନିଲୁଇଗି ବଫନ ଶନିବାର ତାଙ୍କ ଜୁଭେଣ୍ଟସ ଟିମ୍‌ ତରଫରୁ ଅନ୍ତିମ ମ୍ୟାଚ ଖେଳିଛନ୍ତି। ଜୁଭେଣ୍ଟସ ଏହି ମ୍ୟାଚରେ ଭୋରାନାକୁ ୨-୧ଗୋଲରେ ପରାସ୍ତ କରିଛି। ଏଥିସହିତ କ୍ଲବ ସହିତ ତାଙ୍କ ୧୭ ବର୍ଷର କ୍ୟାରିୟରର ପରିସମାପ୍ତି ଘଟିଛି।

ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ କ୍ୱାର୍ଟରରେ ଶହୀଦ୍‌ ସ୍ପୋର୍ଟିଂ

ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ କ୍ୱାର୍ଟରରେ ଶହୀଦ୍‌ ସ୍ପୋର୍ଟିଂ

ଭୁବନେଶ୍ୱର, ୨୦।୫(ସ୍ପୋଟର୍‌ସ ବ୍ୟୁରୋ)- ପୁରୁଣା ଭୁବନେଶ୍ୱରସ୍ଥିତ ବିଏମ୍‌ ହାଇସ୍କୁଲ ପଡ଼ିଆରେ ଚାଲିଥିବା ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟ (୧୯ ବର୍ଷରୁ କମ୍‌) ଗ୍ରୁପ୍‌-ବି’ର ଏକ ପ୍ରି-କ୍ୱାର୍ଟର ଫାଇନାଲରେ ଶହୀଦ୍‌ ସ୍ପୋର୍ଟିଂ ବିଜୟ ହାସଲ କରିଛି। ଶନିବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଶହୀଦ୍‌ ସ୍ପୋର୍ଟିଂ ୫ ଉଇକେଟ୍‌ରେ ପ୍ରଗତୀ ସ୍ପୋର୍ଟିଂକୁ ପରାସ୍ତ କରି ଅନ୍ତିମ-୮ରେ ସ୍ଥାନ ସୁରକ୍ଷିତ କରିନେଇଛି।