ମେଟ୍ରୋ |

ନିର୍ଣ୍ଣାୟକ ଲଢ଼େଇ ପାଇଁ କୃଷକ ସଙ୍ଗଠନର ପ୍ରସ୍ତୁତି

ନିର୍ଣ୍ଣାୟକ ଲଢ଼େଇ ପାଇଁ କୃଷକ ସଙ୍ଗଠନର ପ୍ରସ୍ତୁତି
ସାକ୍ଷୀଗୋପାଳ,୬।୨(ଡି.ଏନ୍‌.ଏ): କୃଷକମାନଙ୍କର ନ୍ୟାଯ୍ୟ ଦାବି ପ୍ରାଇସ, ପ୍ରେଷ୍ଟିଜ ଓ ପେନ୍‌ସନ ହାସଲ କରିବା ନିମନ୍ତେ ଆଗାମୀ ମାର୍ଚ୍ଚରେ ହେବାକୁଥିବା ନିର୍ଣ୍ଣାୟକ ଲଢ଼େଇ ପାଇଁ ମଙ୍ଗଳବାର ପ୍ରସ୍ତୁତି ବୈଠକ ବସିଛି। ନବ ନିର୍ମାଣ କୃଷକ ସଙ୍ଗଠନର ପୁରୀ ଜିଲା କର୍ମକର୍ତ୍ତାମାନେ ସାକ୍ଷୀଗୋପାଳ ପାନ୍ଥଶାଳାରେ ସମ୍ମିଳିତ ହୋଇଛନ୍ତି। କୃଷକ ସଙ୍ଗଠନର ଜିଲା ସଂଯୋଜକ ପ୍ରଫୁଲ୍ଲ କୁମାର ଜେନା ବୈଠକରେ ସଭାପତିତ୍ୱ କରିଥିଲେ। ସହସଂଯୋଜକ ଗୋବିନ୍ଦ ମହାପାତ୍ର, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ରାଜ୍ୟ କମିଟି ସଭ୍ୟ ଉମାକାନ୍ତ ଭାରତୀ ପ୍ରମୁଖ ଏଥିରେ ଯୋଗଦେଇଥିଲେ। ଏହି ଅବସରରେ ଚାଷୀମାନେ ଜଳସେଚନ, ଜଳ ନିଷ୍କାସନ, ଫସଲ କ୍ଷତିପୂରଣ ପ୍ରଦାନରେ ଅବ୍ୟବସ୍ଥା ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜିଲାର ୧୧ ବ୍ଲକର କୃଷକ କର୍ମକର୍ତ୍ତା ଏଥିରେ ଯୋଗଦେଇଥିଲେ।
All Right Reserved By

ମେଟ୍ରୋ |

ବାଜପେୟୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି

ବାଜପେୟୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,୧୬।୮(ବ୍ୟୁରୋ)-ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଗଭୀର ଶ୍ରଦ୍ଧାଞ୍ଜଳି ବ୍ୟକ୍ତ କରିଛନ୍ତି। ପୁଣ୍ୟଶ୍ଳୋକ ବାଜପେୟୀଙ୍କ ଉଦ୍ଦେଶ୍ୟରେ ନବୀନ  କହିଛନ୍ତି  ଯେ, ତାଙ୍କ ମୃତ୍ୟୁରେ ସେ ଗଭୀର ମର୍ମାହତ। ଭାରତବର୍ଷ ତା’ର ଗୋଟିଏ ମହାନ୍‌ ନେତାଙ୍କୁ ହରାଇଛି।

ଶୁକ୍ରବାର ସରକାରୀ ଛୁଟି: ବନ୍ଦ ରହିବ ସ୍କୁଲ,କଲେଜ, ବ୍ୟାଙ୍କ

ଶୁକ୍ରବାର ସରକାରୀ ଛୁଟି: ବନ୍ଦ ରହିବ ସ୍କୁଲ,କଲେଜ, ବ୍ୟାଙ୍କ

ଭୁବନେଶ୍ୱର,୧୬।୮(ବ୍ୟୁରୋ)-ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ  ବିୟୋଗରେ ରାଜ୍ୟ ସରକାର ଶୁକ୍ରବାର ସରକାରୀ ଛୁଟି ଘୋଷଣା କରିଛନ୍ତି। ଏଥିସହିତ ଗୁରୁବାରଠାରୁ ରାଜ୍ୟରେ ୭ ଦିନ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। 

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଉ ନାହାନ୍ତି

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଉ ନାହାନ୍ତି

ନୂଆଦିଲୀ, ୧୬।୮:  ନୂଆଦିଲ୍ଲୀସ୍ଥିତ ଏମ୍‌ସ୍‌ରେ ସନ୍ଧ୍ୟା ୫ଟା ୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗ ହୋଇଛି। ବାଜପେୟୀଙ୍କ ବିୟୋଗରେ ଦେଶର ସମସ୍ତ ରାଜନେତା, ଜନସାଧାରଣ ଶୋକବ୍ୟକ୍ତ କରିଛନ୍ତି। ବାଜପେୟୀ ୩ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୦୨ ପଞ୍ଚାୟତ ପାଇଁ ୧୭.୫୮ କୋଟି ମଞ୍ଜୁରୀ

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୦୨ ପଞ୍ଚାୟତ ପାଇଁ ୧୭.୫୮ କୋଟି ମଞ୍ଜୁରୀ

ଭୁବନେଶ୍ୱର, ୧୬।୮(ବ୍ୟୁରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୬ଟି  ଜିଲା ୬ଟି ବ୍ଲକ ପାଇଁ ୧୭.୫୮ କୋଟି ଟଙ୍କାର ପ୍ରଳକ୍ପ ମଞ୍ଜୁର କରିଛନ୍ତି। 

ଗୋଳବାଇରେ ଡେଙ୍ଗୁ ରୋଗୀ ଚିହ୍ନଟ

ଗୋଳବାଇରେ ଡେଙ୍ଗୁ ରୋଗୀ ଚିହ୍ନଟ

ନିରାକାରପୁର,୧୬।୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଗୋଳବାଇ ପଞ୍ଚାୟତସ୍ଥିତ ଗୋଡ଼ି ସାହିରେ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛି। ସେ ହେଲେ ସୁଲଚନା ସ୍ବାଇଁ(୩୬)। ସେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଫେରାର ହେବାକୁ ଉଦ୍ୟମ ବେଳେ ଅଭିଯୁକ୍ତଙ୍କ ଆକ୍ରମଣ: ଫାଣ୍ଡି ଅଧିକାରୀ ଆହତ

ଫେରାର ହେବାକୁ ଉଦ୍ୟମ ବେଳେ ଅଭିଯୁକ୍ତଙ୍କ ଆକ୍ରମଣ: ଫାଣ୍ଡି ଅଧିକାରୀ ଆହତ

କଟକ ସଦର,୧୬।୮(ଡି.ଏନ୍‌.ଏ.): ସ୍ବାଧୀନତା ଦିବସରେ ଜଣେ ଫେରାର ଅଭିଯୁକ୍ତଙ୍କୁ କଳପଡ଼ା ବଜାରରୁ କାବୁ କଲାବେଳେ ୪୨ ମୌଜା ଫାଣ୍ଡି ଅଧିକାରୀ ନୃସିଂହ ଚରଣ ସ୍ବାଇଁ ଆକ୍ରମଣର ଶିକାର ହେବା ଘଟଣା କଟକ ସଦର ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଘୋଡ଼ାବଜାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନବିଜ୍ଞାନ ମେଳା

ଘୋଡ଼ାବଜାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନବିଜ୍ଞାନ ମେଳା

ପୁରୀ ଅଫିସ, ୧୬।୮: ପୁରୀ ଜିଲା ଘୋଡ଼ାବଜାରସ୍ଥିତି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁବାର ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। 

ଜଟଣୀ ଅଞ୍ଚଳର ଗହଣା ଦୋକାନରୁ ସୁଡଙ୍ଗ ଖୋଳି ଲୁଟ ଘଟଣା: ୨ ଡକାୟତଙ୍କ ସମେତ ୪ ଗିରଫ

ଜଟଣୀ ଅଞ୍ଚଳର ଗହଣା ଦୋକାନରୁ ସୁଡଙ୍ଗ ଖୋଳି ଲୁଟ ଘଟଣା: ୨ ଡକାୟତଙ୍କ ସମେତ ୪ ଗିରଫ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ଜଟଣୀ ଥାନା ଅଞ୍ଚଳରେ ଥିବା ଏକ ଜୁଏଲାରୀରୁ ସୁନାଗହଣା ଲୁଟ କରିବା ଘଟଣାରେ କମିଶନରେଟ ପୋଲିସକୁ ସଫଳତା ମିଳିଛି। ଏହି ଘଟଣାରେ ପୋଲିସ ୨ ଡକାୟତ, ୨ ସୁନା ଦୋକାନୀକୁ ଗିରଫ କରିଛି। 

ରେଭେନ୍‌ଶାରେ ର଼୍ୟାଗିଂ

ରେଭେନ୍‌ଶାରେ ର଼୍ୟାଗିଂ

କଟକ ଅଫିସ,୧୬।୮: ରେଭେନ୍‌ଶା କଲେଜରେ ର଼୍ୟାଗିଂ ହେଉଥିବା ନେଇ ଯୁକ୍ତ ୩ ଦ୍ବିତୀୟ ବର୍ଷ ସଂସ୍କୃତ ବିଭାଗର ଛାତ୍ର ସୂର୍ଯ୍ୟକାନ୍ତ ମହାପାତ୍ର ଗୁରୁବାର ଅଭିଯୋଗ କରିଛନ୍ତି। ସିନିଅର ଛାତ୍ର ତାଙ୍କୁ ମାଡ଼ ମାରିବା, ଧମକ ଦେବା, ଗାଳିଗୁଲଜ କରିଥିବା ନେଇ ସେ ମାଲଗୋଦାମ ଥାନାରେ ଅଭିଯୋଗ କରିଛନ୍ତି। 

ବାଜପେୟୀଙ୍କ ସ୍ବାସ୍ଥାବସ୍ଥା ଜଟିଳ: ଅପରାହ୍ନରେ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ

ବାଜପେୟୀଙ୍କ ସ୍ବାସ୍ଥାବସ୍ଥା ଜଟିଳ: ଅପରାହ୍ନରେ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦିଲ୍ଲୀ ଏମ୍ସରେ ତାଙ୍କ ଚିକିତ୍ସା କରାଯାଉଥିବା ବେଳେ ସେ ଏବେ ଲାଇଫ୍‌ ସପୋର୍ଟ ସିଷ୍ଟମରେ ଅଛନ୍ତି। ବାଜପେୟୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବାକୁ ହସ୍ପିଟାଲରେ ବହୁ ନେତା ତଥା ରାଜନେତାଙ୍କ ଭିଡ଼ ଲାଗିଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅପରାହ୍ନରେ ଦିଲ୍ଲୀ ଗସ୍ତ କରିବେ।

କେରଳରେ ବନ୍ୟା: ଓଡ଼ିଶା ତରଫରୁ ୫ କୋଟିର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେରଳରେ ବନ୍ୟା: ଓଡ଼ିଶା ତରଫରୁ ୫ କୋଟିର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

 ଭୁବନେଶ୍ୱର,୧୬।୮(ବ୍ୟୁରୋ): କେରଳରେ ବନ୍ୟା ପରିସ୍ଥିତି ଦିନକୁଦିନ ଜଟିଳ ହେବାରେ ଲାଗିଛି। ଏପରିସ୍ଥଳେ ସାରା ଦେଶ କେରଳକୁ ସହାୟତାର ହାତ ବଢ଼ାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୫ କୋଟିର ସହାୟତା ରାଶି ଘୋଷଣା କରିଛନ୍ତି। 

ଗାଁ ମଝିରେ ଫାଇନାନ୍ସ କର୍ମଚାରୀଙ୍କୁ ହାଣି ୫୦ ହଜାର ଲୁଟ୍‌, ଜଣଙ୍କୁ କାବୁ କଲେ ଗ୍ରାମବାସୀ

ଗାଁ ମଝିରେ ଫାଇନାନ୍ସ କର୍ମଚାରୀଙ୍କୁ ହାଣି ୫୦ ହଜାର ଲୁଟ୍‌, ଜଣଙ୍କୁ କାବୁ କଲେ ଗ୍ରାମବାସୀ

ପୁରୀ ଅଫିସ,୧୬ା୮: ପୁରୀ ଜିଲା ତାଳବଣିଆ ଥାନା ଅଧୀନ ଭାରତୀପୁର ଗ୍ରାମରେ ଜଣେ କଲେକ୍ସନ୍‌ ଏଜେଣ୍ଟଙ୍କଠାରୁ ୫୦ ହଜାର ଲୁଟ୍‌ ହୋଇଛି। ଗୁରୁବାର ଦୁଇଜଣ ଯୁବକ ଏଜେଣ୍ଟଙ୍କୁ କଟୁରିରେ ହାଣି ଏହି ଲୁଟ୍‌ କରିଛନ୍ତି।