ମେଟ୍ରୋ |

ବହିରେ ଶ୍ରୀମନ୍ଦିର ଭିତର ଫଟୋ ପ୍ରସଙ୍ଗ: ଥାନାରେ ଏତଲା

ବହିରେ ଶ୍ରୀମନ୍ଦିର ଭିତର ଫଟୋ ପ୍ରସଙ୍ଗ: ଥାନାରେ ଏତଲା

ପୁରୀ ଅଫିସ,୬।୨: ଜଗନ୍ନାଥ ଇନ୍‌ ହିଷ୍ଟୋରିକାଲ୍‌ ପ୍ରସ୍‌ପେକ୍ଟିଭ୍‌ସ ପୁସ୍ତକରେ ଶ୍ରୀମନ୍ଦିର ଭିତର ଫଟୋ ଛପାଯାଇଥିବା ଘଟଣାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ନେଇ ମଙ୍ଗଳବାର ସଚେତନ ନାଗରିକ ମଞ୍ଚ ଏବଂ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ଲାଗି ଦୁଇ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି। ପୂର୍ବାହ୍ନରେ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ, ମଞ୍ଚ ପକ୍ଷରୁ ପ୍ରସନ୍ନ କୁମାର ଦାଶ ପ୍ରମୁଖ ଥାନାରେ ପହଞ୍ଚି ଏତଲା ଦେଇଛନ୍ତି। ଶ୍ରୀମନ୍ଦିରକୁ ମୋବାଇଲ ଫୋନ ନେବା ଉପରେ ପ୍ରଶାସନ କଟକଣା ଜାରି କରିଥିଲେ ମଧ୍ୟ କିଭଳି ଫଟୋ ଉଠାଯାଇ ପୁସ୍ତକରେ ଛପାଯାଇଛି ବୋଲି ଏତଲାରେ ଦର୍ଶାଯାଇଛି। ତେଣୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

All Right Reserved By
I&PR

Model This Week

ସନ୍ତୋଷ

ମେଟ୍ରୋ |

ରେଳ ଷ୍ଟେଶନର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ରେଳ ଷ୍ଟେଶନର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର, ୨୨।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରସ୍ଥିତ ମୁଖ୍ୟ ରେଳ ଷ୍ଟେଶନର ବିକାଶ ପାଇଁ ବୁଝାମଣା ପାଇଁ କେନ୍ଦ୍ର ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବୋଲଗଡ଼ରେ ଗୋଷ୍ଠୀ ସଂଘର୍ଷ, ୩ ଆହତ: ମାମଲା ରୁଜୁ ପାଇଁ ଥାନା ସମ୍ମୁଖରେ ଧାରଣା

ବୋଲଗଡ଼ରେ ଗୋଷ୍ଠୀ ସଂଘର୍ଷ, ୩ ଆହତ: ମାମଲା ରୁଜୁ ପାଇଁ ଥାନା ସମ୍ମୁଖରେ ଧାରଣା

ଖୋର୍ଦ୍ଧା ଅଫିସ,୨୨।୫: ଖୋର୍ଦ୍ଧା ଜିଲା ବୋଲଗଡ଼ ଥାନା ଅନ୍ତର୍ଗତ ବୋଲଗଡ ଗଁାରେ ସୋମବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଉଭୟ ପକ୍ଷର ୩ ଜଣ ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ଜମିଜମା ବିବାଦକୁ ନେଇ ବୋଲଗଡ଼ର ପ୍ରଭାତ ପରିଡା ଓ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ରହିଥିଲା ।

ଭିଜିଲାନ୍ସ ଜାଲରେ ବେଗୁନିଆ ବ୍ଲକ ଜେଇ

ଭିଜିଲାନ୍ସ ଜାଲରେ ବେଗୁନିଆ ବ୍ଲକ ଜେଇ

ଖୋର୍ଦ୍ଧା ଅଫିସ,୨୨।୫: ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଜେଇ ସୁରେଶ ଚନ୍ଦ୍ର ଆଚାର୍ଯ୍ୟ ନିଜ କାର୍ଯ୍ୟାଳୟରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ବ୍ରହ୍ମଗିରିରେ ପହଞ୍ଚିଲା ମହାନଦୀ ମହାସଂଗ୍ରାମ ଶୋଭାଯାତ୍ରା

ବ୍ରହ୍ମଗିରିରେ ପହଞ୍ଚିଲା ମହାନଦୀ ମହାସଂଗ୍ରାମ ଶୋଭାଯାତ୍ରା

ବ୍ରହ୍ମଗିରି,୨୨।୫(ଡି.ଏନ୍‌.ଏ.): ମହାନଦୀ ପାଇଁ ମହାସଂଗ୍ରାମ ଶୋଭାଯାତ୍ରା ମଙ୍ଗଳବାର ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ପହଞ୍ଚିଛି। ବିଧାୟକ ସଞ୍ଜୟ ଦାସ ବର୍ମାଙ୍କ ସହ ନିର୍ବାଚିତ ସମସ୍ତ ଜନ ପ୍ରତିନିଧି ଏହାକୁ ସ୍ବାଗତ କରିଥିଲେ।

ଜୁଏଲଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ନିରଞ୍ଜନ, ସୌମ୍ୟ

ଜୁଏଲଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ନିରଞ୍ଜନ, ସୌମ୍ୟ

ଭୁବନେଶ୍ୱର, ୨୨।୫(ବ୍ୟୁରୋ): ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ଭିତିରିଆ ବୁଝାମଣା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବିବୃତିକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ଏ ନେଇ ଜୁଏଲଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଗ୍ରାମୀଣ ଡାକ ସେବକଙ୍କ ଧର୍ମଘଟ

ଗ୍ରାମୀଣ ଡାକ ସେବକଙ୍କ ଧର୍ମଘଟ

ସାକ୍ଷୀଗୋପାଳ, ୨୨।୫(ଡି.ଏନ୍‌.ଏ.): ସାକ୍ଷୀଗୋପାଳ ଉପଡାକଘର ଅଧୀନ ୧୫ଟି ଶାଖା ଡାକଘରେ କାମ କରୁଥିବା ଗ୍ରାମୀଣ ଡାକ ସେବକମାନେ ମଙ୍ଗଳବାର ଧର୍ମଘଟ କରିଛନ୍ତି। ସାକ୍ଷୀଗୋପାଳ ଡାକଘର ସମ୍ମୁଖରେ ସେମାନେ ଧାରଣା ଦେଇ ବସିରହିବା ଫଳରେ ଉପ ଡାକଘର ସମେତ ଗ୍ରାମାଞ୍ଚଳରେ ଡାକସେବା ବ୍ୟାହତ ହୋଇଛି।

କୋଇଲି ବୈକୁଣ୍ଠ ପରିଚାଳନା ଦାୟିତ୍ୱ ନେବ ଶ୍ରୀମନ୍ଦିର ପ୍ରଶାସନ

କୋଇଲି ବୈକୁଣ୍ଠ ପରିଚାଳନା ଦାୟିତ୍ୱ ନେବ ଶ୍ରୀମନ୍ଦିର ପ୍ରଶାସନ

ପୁରୀ ଅଫିସ,୨୨ା୫: କୋଇଲି ବୈକୁଣ୍ଠ ପରିଚାଳନା ଦାୟିତ୍ୱ ନିଜ ପାଖରେ ରଖିବ ଶ୍ରୀମନ୍ଦିର ପ୍ରାଶସନ । ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ନିଲାମ ମୂଲ୍ୟ ୪୪ ଲକ୍ଷ ଟଙ୍କା ରଖାଯାଇଥିଲା।

ଜଗମୋହନରେ ଲାଗିବ ସିସିଟିଭି

ଜଗମୋହନରେ ଲାଗିବ ସିସିଟିଭି

ପୁରୀ ଅଫିସ,୨୨ା୫: ଶ୍ରୀମନ୍ଦିର ଜଗମୋହନରେ ଲାଗିବ ସିସିଟିଭି । ଦୈନନ୍ଦିନ ଜଗମୋହନରେ ଘଟୁଥିବା ପ୍ରତି ମୁହୂର୍ତ୍ତର ଘଟଣାକୁ କଏଦ କରାଯିବ। ଶ୍ରୀମନ୍ଦିରରେ ଶୃଙ୍ଖଳା ଆଣିବା କ୍ଷେତ୍ରରେ ଏମିତି ଏକ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ରବିବାର ଜଗମୋହନ ଭିତରକାଠ ନିକଟରେ ଦକ୍ଷିଣା ପାଇଁ ଅଣଓଡ଼ିଆ ଦମ୍ପତିଙ୍କୁ ଦୁର୍ବ୍ୟବହାର ଏବଂ ମାଡ଼ ମାରିବା ଘଟଣା ପରେ ମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି।

କଂଗ୍ରେସ-ବିଜେଡି ମେଣ୍ଟ ହୋଇପାରେ: ଜୁଏଲ

କଂଗ୍ରେସ-ବିଜେଡି ମେଣ୍ଟ ହୋଇପାରେ: ଜୁଏଲ

ଭୁବନେଶ୍ୱର, ୨୨।୫(ବ୍ୟୁରୋ): ଭାଜପାକୁ ଅଟକାଇବା ପାଇଁ ରାଜ୍ୟରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଭିତିରିଆ ବୁଝାମଣା ହୋଇପାରେ। ତେବେ ଭାଜପା ଏଥିରେ ଭୟଭୀତ ନୁହେଁ, ଓଡ଼ିଶାରେ ଏକାକୀ ସରକାର ଗଠନ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ଜୁଏଲ ଓରାମ।

ପରଲୋକରେ ବଂଶୀଧର ପଣ୍ଡା: ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ପରଲୋକରେ ବଂଶୀଧର ପଣ୍ଡା: ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨।୫: ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କର ମଙ୍ଗଳବାର ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ ଶିଳ୍ପ ଜଗତରେ ଶୋକର ଛାୟା ଖେଳିଯାଇଛି।

ଗୁଜୁରାଟ କଂଗ୍ରେସର ଦାୟିତ୍ୱ ନେଲେ ବିଶ୍ୱରଞ୍ଜନ

ଗୁଜୁରାଟ କଂଗ୍ରେସର ଦାୟିତ୍ୱ ନେଲେ ବିଶ୍ୱରଞ୍ଜନ

ଭୁବନେଶ୍ୱର, ୨୨।୫(ବ୍ୟୁରୋ): କଂଗ୍ରେସର ଯୁବ ନେତା ବିଶ୍ୱରଞ୍ଜନ ମହାନ୍ତିଙ୍କୁ ଏଆଇସିସି ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି। ଏଆଇସିସି ସଭାପତି ରାହୁଲ ଗାନ୍ଧୀ ମଙ୍ଗଳବାର ବିଶ୍ୱରଞ୍ଜନ ଓ ଜିତେନ୍ଦ୍ର ବାଘେଲଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି।

ବାଇକ୍‌-ବାଇକ୍‌ ମୁହାଁମୁହି: ୨ ଗୁରୁତର

ବାଇକ୍‌-ବାଇକ୍‌ ମୁହାଁମୁହି: ୨ ଗୁରୁତର

ପୁରୀ ଅଫିସ, ୨୨।୫: ଚନ୍ଦନପୁର ଥାନା ଅଧୀନ ବୀର ବଳଭଦ୍ରପୁର ଛକରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୨ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ବୀର ବଳଭଦ୍ରପୁରର ପ୍ରକାଶ ମିଶ୍ର(୫୦) ଓ ସାକ୍ଷୀଗୋପାଳର ବିଶ୍ୱଜିତ୍‌ ଜେନା।