ଜାତୀୟ |

ଉତ୍ତରାଖଣ୍ଡ ମିଥ୍ୟା ଏନକାଉଣ୍ଟର ମାମଲା: ୭ ଦୋଷୀ ସାବ୍ୟସ୍ତ

ଉତ୍ତରାଖଣ୍ଡ ମିଥ୍ୟା ଏନକାଉଣ୍ଟର ମାମଲା: ୭ ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ, ୬।୨: ଉତ୍ତରାଖଣ୍ଡ ଡେରାଡୁନ୍‌ରେ ୨୦୦୯ରେ ହୋଇଥିବା ମିଥ୍ୟା ଏନକାଉଣ୍ଟର ମାମଲାରେ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ୭ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୧୦ ଜଣଙ୍କୁ ପ୍ରମାଣ ଅଭାବରୁ ମୁକ୍ତ କରିଛନ୍ତି। ଏମ୍‌ବିଏ ଶିକ୍ଷାର୍ଥୀ ରଣବୀର ସିଂଙ୍କୁ ୨୦୦୯ ଜୁଲାଇ ୩ରେ ମିଥ୍ୟା ଏନକାଉଣ୍ଟର କରାଯାଇଥିବା ଅଭିଯୋଗର ବିଚାର କରି ବିଚାରପତି ଏସ୍‌. ମୂରଲୀଧର ଓ ଆଇ.ଏସ୍‌.ମେହେଟ୍ଟାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।
All Right Reserved By

ଜାତୀୟ |

ଅପରାଧୀଙ୍କ ଡ଼ରାଇବା ପାଇଁ ମୁହଁରୁ ଗୁଳି ଶବ୍ଦ ବାହାର କରିଥିବା ପୋଲିସ ବାବୁଙ୍କୁ ମିଳିବ ବୀରତା ପୁରସ୍କାର

ଅପରାଧୀଙ୍କ ଡ଼ରାଇବା ପାଇଁ ମୁହଁରୁ ଗୁଳି ଶବ୍ଦ ବାହାର କରିଥିବା ପୋଲିସ ବାବୁଙ୍କୁ ମିଳିବ ବୀରତା ପୁରସ୍କାର

ଲକ୍ଷ୍ନୌ,୧୭।୧୦: ଉତ୍ତରପ୍ରଦେଶ ସମ୍ଭଲରେ ଅପରାଧୀଙ୍କ ପିଛା କରୁଥିବା ସମୟରେ ପୋଲିସ ବାବୁଙ୍କ ପିସ୍ତଲ କାମ କରି ନ ଥିଲା। ମାତ୍ର କନେଷ୍ଟବଳ ମନୋଜ କୁମାର ମୁହଁରୁ ଠୋ ଠୋ ଶବ୍ଦ ବାହାର କରି ଅପରାଧୀଙ୍କ ସାମନା କରିଥିଲେ। 

ଆନ୍ନା ବର୍ନସ୍‌ଙ୍କୁ ବୁକର ପୁରସ୍କାର

ଆନ୍ନା ବର୍ନସ୍‌ଙ୍କୁ ବୁକର ପୁରସ୍କାର

ନୂଆଦିଲ୍ଲୀ/ଡବଲିନ୍‌,୧୭।୧୦: ଉତ୍ତର ଅୟାରଲାଣ୍ଡ ଲେଖିକା ଆନ୍ନା ବର୍ନସ୍‌ଙ୍କୁ ୨୦୧୮ ପାଇଁ ମିଳିଛି ବୁକର ପୁରସ୍କାର। ତାଙ୍କ ରଚିତ ପୁସ୍ତକ ‘ମିଲ୍କମ୍ୟାନ୍‌’ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। 

ମିଳିତ ସୁରକ୍ଷାବଳଙ୍କ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ

ମିଳିତ ସୁରକ୍ଷାବଳଙ୍କ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ

ଶ୍ରୀନଗର, ୧୭।୧୦: ଜମ୍ମୁ-କଶ୍ମୀର ଶ୍ରୀନଗରର ଫତେହ କଦାଲରେ ବୁଧବାର ମିଳିତ ସୁରକ୍ଷା ବଳ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। 

ୟୁଟ୍ୟୁବ୍‌ ସର୍ଭର ଡାଉନ୍‌

ୟୁଟ୍ୟୁବ୍‌ ସର୍ଭର ଡାଉନ୍‌

ନୂଆଦିଲ୍ଲୀ/ ଓ୍ବାଶିଂଟନ,୧୭।୧୦: ସାରା ପୃଥିବୀରେ ବୁଧବାର ସକାଳ ୬ଟା ୩୦ରୁ ସୋସିଆଲ୍‌ ମିଡ଼ିଆ ୟୁଟ୍ୟୁବ୍‌ର ସର୍ଭର ଡାଉନ୍‌ ରହିଛି। ଏହାକୁ ଠିକ୍‌ କରାଯାଇଥିବା ନେଇ ୟୁଟ୍ୟୁବ୍‌ ପକ୍ଷରୁ  କୁହାଯାଇଥିଲେ ମଧ୍ୟ ଏହା ସ୍ବାଭାବିକ ଭାବେ କାମ କରୁ ନ ଥିବା କୁହାଯାଉଛି। 

‘ଓ୍ବାନ୍‌ ର଼୍ୟାଙ୍କ ଓ୍ବାନ୍‌ ପେ’ ଦାବି କଲେ ପାଇଲଟ

‘ଓ୍ବାନ୍‌ ର଼୍ୟାଙ୍କ ଓ୍ବାନ୍‌ ପେ’ ଦାବି କଲେ ପାଇଲଟ

ନୂଆଦିଲ୍ଲୀ,୧୬।୧୦: ଭାରତୀୟ କମର୍ସିଆଲ ପାଇଲଟ ଆସୋସିଏଶନ ମଙ୍ଗଳବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଏକ ପତ୍ର ଲେଖିଛନ୍ତି। ପାଇଲଟମାନଙ୍କ ପାଇଁ ‘ଓ୍ବାନ୍‌ ର଼୍ୟାଙ୍କ ଓ୍ବାନ୍‌ ପେ’ ପାଇଁ ସେମାନେ ଉକ୍ତ ପତ୍ରରେ ଦାବି କରିଛନ୍ତି।

ଦାଦାଗିରି ଦେଖାଇଲେ ବିଏସ୍‌ପି ନେତାଙ୍କ ପୁଅ

ଦାଦାଗିରି ଦେଖାଇଲେ ବିଏସ୍‌ପି ନେତାଙ୍କ ପୁଅ

ନୂଆଦିଲ୍ଲୀ,୧୬।୧୦: ରାଜଧାନୀ ଦିଲ୍ଲୀରେ ଘଟିଥିବା ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହା ଦିଲ୍ଲୀର ଆଇନ ବ୍ୟବସ୍ଥା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଏକ ପଞ୍ଚ ତାରକା ହୋଟେଲ ବାହାରେ ପୂର୍ବତନ ବିଏସ୍‌ପି ନେତା ରାକେଶ ପାଣ୍ଡେଙ୍କ ପୁଅ ଆଶିଷ ପାଣ୍ଡେଙ୍କ ପୁଅଙ୍କ ଦାଦାଗିରି ଦେଖିବାକୁ ମିଳିଛି। 

ଭାରତ-ତାଞ୍ଜାନିଆ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ଭାରତ-ତାଞ୍ଜାନିଆ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ନୂଆଦିଲ୍ଲୀ/ଡୋଡୋମା,୧୬।୧୦: ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଓ ତାଞ୍ଜାନିଆର ବୈଦେଶିକ ମନ୍ତ୍ରୀ ଡ. ଅଗଷ୍ଟାଇନ୍‌ ପି ମହିଗାଙ୍କ ଉପସ୍ଥିତିରେ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି।

ମହାନ ତବଲା ବାଦକ ଲଚ୍ଛୁ ମହାରାଜଙ୍କୁ ମନେ ପକାଇଲା ଗୁଗୁଲ୍‌ ଡୁଡୁଲ୍‌

ମହାନ ତବଲା ବାଦକ ଲଚ୍ଛୁ ମହାରାଜଙ୍କୁ ମନେ ପକାଇଲା ଗୁଗୁଲ୍‌ ଡୁଡୁଲ୍‌

ନୂଆଦିଲ୍ଲୀ, ୧୬।୧୦: ଆଜି ହେଉଛି ଭାରତର ମହାନ ତବଲା ବାଦକ ଲଚ୍ଛୁ ମହାରାଜଙ୍କ ୭୪ତମ ଜନ୍ମଦିବସ। ଏହି ଅବସରରେ ମହାନ ସାଧକଙ୍କୁ ମନେ ପକାଇଛି ଗୁଗୁଲ୍‌ ଡୁଡୁଲ। 

କର୍ନାଟକ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

କର୍ନାଟକ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

ବାଙ୍ଗାଲୋର୍‌,୧୬।୧୦: କର୍ନାଟକ ଉପ ନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିଛି। ଏଠାରେ ୩ଟି ଲୋକସଭା ଆସନ ଏବଂ ୨ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। 

ଶାରୀରିକ ସମ୍ପର୍କ ରଖିଲେ ମିଳିବ ଋଣ: ମହିଳା ଦେଲେ ଲାଠିରେ ଜବାବ, ଭିଡିଓ ଭାଇରାଲ

ଶାରୀରିକ ସମ୍ପର୍କ ରଖିଲେ ମିଳିବ ଋଣ: ମହିଳା ଦେଲେ ଲାଠିରେ ଜବାବ, ଭିଡିଓ ଭାଇରାଲ

ଦାଭନଗେରେ,୧୬।୧୦: କର୍ନାଟକର ଦାଭନଗେରେ ଜିଲାରେ ଦେଖିବାକୁ ମିଳିଛି #ମି ଟୂ ର ଏକ ଭିନ୍ନ ରୂପ। ଏଠାକାର ଏକ ବ୍ୟାଙ୍କ ମ୍ୟାନେଜରଙ୍କୁ  ଜଣେ ମହିଳା ଲାଠିରେ ପିଟୁ ଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ମାଣ୍ଡୁରୁ ମିଳିଲା ୧୮ ଶତାବ୍ଦୀର କୃଷ୍ଣ ମୂର୍ତ୍ତି

ମାଣ୍ଡୁରୁ ମିଳିଲା ୧୮ ଶତାବ୍ଦୀର କୃଷ୍ଣ ମୂର୍ତ୍ତି

ଭୋପାଳ,୧୬।୧୦: ମଧ୍ୟପ୍ରଦେଶ ଧାର ଜିଲାର ମାଣ୍ଡୁ ସହର ଉପକଣ୍ଠରୁ ମିଳିଛି ୧୮ ଶତାବ୍ଦୀର ପ୍ରାଚୀନ କୃଷ୍ଣ ମୂର୍ତ୍ତି। ସ୍ଥାନୀୟ ଦରିଆ ଖାଁ ମହଲରେ ଖନନ ସମୟରେ କଳାମୁଗୁନୀ ପଥରରେ ନିର୍ମିତ ଏହି ମୂର୍ତ୍ତି ମିଳିଛି।

ଆହ୍ଲାବାଦ୍‌ ହେଲା ପ୍ରୟାଗରାଜ: ମିଳିଲା ଯୋଗୀ ସରକାରଙ୍କ ମଞ୍ଜୁରୀ

ଆହ୍ଲାବାଦ୍‌ ହେଲା ପ୍ରୟାଗରାଜ: ମିଳିଲା ଯୋଗୀ ସରକାରଙ୍କ ମଞ୍ଜୁରୀ

ଲକ୍ଷ୍ନୌ, ୧୬।୧୦: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଆହ୍ଲାବାଦ୍‌ର ନାମ ପରିବର୍ତ୍ତନ କରି ପ୍ରୟାଗରାଜ କରିଛନ୍ତି। ମଙ୍ଗଳବାର କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।