ମେଟ୍ରୋ |

ସ୍ବର୍ଗଦ୍ୱାର ଜମି ଦୁର୍ନୀତି:୬ ତାରିଖରେ ସମୀକ୍ଷା କରିବେ ଆରଡିସି

ସ୍ବର୍ଗଦ୍ୱାର ଜମି ଦୁର୍ନୀତି:୬ ତାରିଖରେ ସମୀକ୍ଷା କରିବେ ଆରଡିସି
ପୁରୀ ଅଫିସ: ସ୍ବର୍ଗଦ୍ୱାର ଜମି ଦୁର୍ନୀତିର ସମୀକ୍ଷା କରିବେ କେନ୍ଦ୍ରାଞ୍ଚଳ ଆରଡିସି। ଆସନ୍ତା ୬ ତାରିଖରେ ପୁରୀ ଜିଲା ଗସ୍ତରେ ଆସି ସମୀକ୍ଷା କରିବେ ବୋଲି ଜଣାପଡିଛି। ପ୍ରକାଶଥାଉ କି, ପୁରୀ ତହସିଲର ବାଲିସାହି ମୌଜା ଖାତା ନଂ. ୩୩ ଏବଂ ପ୍ଲଟ ନଂ. ୮୩୫ରେ ରହିଛି ସ୍ବର୍ଗଦ୍ୱାର ଶ୍ମଶାନ। ସ୍ବର୍ଗଦ୍ୱାର ଶ୍ମଶାନର ସ୍ଥିତି ବିକାଶ ପରିବର୍ତ୍ତେ ବିଗିଡିଛି। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଜମି ଅଧିଗ୍ରହଣ କରି ସ୍ବର୍ଗଦ୍ୱାର ସମ୍ପ୍ରସାରଣ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ତେବେ ଏହି ସମ୍ପ୍ରସାରଣକୁ ବିରୋଧ କରିଥିଲା ପୌରସଂସ୍ଥା। ସ୍ବର୍ଗଦ୍ୱାର ଶ୍ମଶାନର ବିକାଶ ହେଉ ବରଂ ସମ୍ପ୍ରସାରଣ ନ ହେଉ ମତ ରଖି ବିବାଦ ପରିସରକୁ ଆସିଥିଲେ ପୁରୀ ନଗରପାଳ। ବଳିଆପଣ୍ଡାରେ ଏକ ଅତ୍ୟାଧୁନିକ ଶ୍ମଶାନ ନିର୍ମାଣର ପ୍ରସ୍ତାବ ରଖି ସେ ଆହୁରି ଅଧିକ ବିବାଦୀୟ ହୋଇଥିଲେ। ସ୍ବର୍ଗଦ୍ୱାରକୁ ନେଇ ଜିଲା ପ୍ରଶାସନ ଏବଂ ପୌରସଂସ୍ଥା ମୁହାଁମୁହିଁ ହୋଇଥିଲେ। ଶେଷରେ ସ୍ବର୍ଗଦ୍ୱାର ଜମି ଦୁର୍ନୀତିର ତଦନ୍ତ ହୋଇଥିଲା। ନଗରପାଳଙ୍କ ପରିବାର ସଦସ୍ୟ ସ୍ବର୍ଗଦ୍ୱାର ଜମି ଦୁର୍ନୀତିରେ ସମ୍ପୃକ୍ତ ଥିବା ଜଣାପଡିଥିଲା। ଆରଡିସି ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇଥିଲେ। ରିପୋର୍ଟକୁ ଚାପି ରଖିଛି ରାଜସ୍ବ ବିଭାଗ। ସ୍ବର୍ଗଦ୍ୱାର ଜମିକୁ ହଡ଼ପ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଅନ୍ୟପକ୍ଷରେ ସ୍ବର୍ଗଦ୍ୱାର ଜମି ଅଧିଗ୍ରହଣକୁ ସବୁଜ ସଙ୍କେତ ଦେଇଥିବା ନଗର ଉନ୍ନୟନ ବିଭାଗ ସମ୍ପ୍ରସାରଣ ଫାଇଲକୁ ଚାପି ରଖିଛି। ବିଭିନ୍ନ ଆଳ ଦେଖାଇ ଜମି ଅଧିଗ୍ରହଣ ପ୍ରକ୍ରିୟା ଅନୁମୋଦନ କରାଯାଉନାହିଁ। ରାଜନେତା ଓ ପ୍ରଶାସକଙ୍କ ଚକ୍ରବୂ୍ୟହ ମଧ୍ୟରେ ଛନ୍ଦି ହୋଇ ରହିଛି ସ୍ବର୍ଗଦ୍ୱାର ଜମି ଦୁର୍ନୀତି। କିନ୍ତୁ ସ୍ବର୍ଗଦ୍ୱାର ଜମିର ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ କରିଛି ଜିଲା ପ୍ରଶାସନ। ଶ୍ରୀଜଗନ୍ନାଥ ଅମୃତମଣୋହି ଜମି ତଥା ବିବାଦୀୟ ସ୍ବର୍ଗଦ୍ୱାର ଜମିର ପରିମାଣ ୩୦.୧୧୦ଏକର। ଶ୍ରୀଜଗନ୍ନାଥଙ୍କ ଅମୃତମଣୋହି ଜମି ତଥା ବିବାଦୀୟ ସ୍ବର୍ଗଦ୍ୱାର ଜମିକୁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ନାମରେ ରେକର୍ଡ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ୧୯୯୦ ମସିହାରେ ଓଇଏ କଲେକ୍ଟର ତଥା ପୁରୀ ତହସିଲଦାରଙ୍କଠାରେ ଏକ ଓଇଏ କେସ୍‌ (ନଂ. ୩୪/୧୯୯୦) ରୁଜୁ କରିଥିଲା। ଜମି ଦୁର୍ନୀତିର ଖୋଳତାଡରେ ଏହି ଫାଇଲ ଖୋଲିଛି। ସମୁଦାୟ ଜମିରୁ ବର୍ତ୍ତମାନ ସୁଦ୍ଧା ୧୫ ଏକର ୪୮୪ ଡେସିମିଲ ଶ୍ରୀଜଗନ୍ନାଥ ଏବଂ ସରକାରୀ ଖାତାକୁ ଆସିଛି। ବାକି ବେନିୟମ ଭାବେ ସ୍ଥିତିବାନ ରେକର୍ଡ ହୋଇଥିବା ଜମିର ପରିମାଣ ୧୪ଏକର ୬୨୬ ଡେସିମିଲ। ଏହି ଜମି ମଧ୍ୟରୁ ପ୍ରାୟ ୧୨ଏକର ଜମିର ବିଚାର ତହସିଲଦାରଙ୍କ କୋର୍ଟରେ ଜାରି ରହିଛି।
All Right Reserved By

ମେଟ୍ରୋ |

ଏସ୍‌ସିବି ଏବେ ତାଲିମ କେନ୍ଦ୍ର:ତାଲିମ ନେଉଛନ୍ତି ଦେଶର ୨୩ ମେଡିକାଲ କଲେଜର ଡାକ୍ତର, ବଦଳିବ ଏମ୍‌ବିବିଏସ ପାଠ୍ୟସୂଚୀ

ଏସ୍‌ସିବି ଏବେ ତାଲିମ କେନ୍ଦ୍ର:ତାଲିମ ନେଉଛନ୍ତି ଦେଶର ୨୩ ମେଡିକାଲ କଲେଜର ଡାକ୍ତର, ବଦଳିବ ଏମ୍‌ବିବିଏସ ପାଠ୍ୟସୂଚୀ

କଟକ ଅଫିସ,୨୩।୩- ୨୦ ବର୍ଷ ପରେ ଏମ୍‌ବିବିଏସ ପାଠ୍ୟସୂଚୀରେ ପରିବର୍ତ୍ତନ ଅଣାଯିବ। ୧୯୯୭ ମସିହାରୁ ପ୍ରଚଳିତ ପାଠ୍ୟସୂଚୀ ଅନୁଯାୟୀ ଡାକ୍ତରୀ ଛାତ୍ରୀଛାତ୍ରମାନେ ପାଠ ପଢୁଥିଲେ।

ମହିଳାଙ୍କୁ ଅସଦାଚରଣ, ମାଡ଼:ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

ମହିଳାଙ୍କୁ ଅସଦାଚରଣ, ମାଡ଼:ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

ଜଟଣୀ,୨୩ା୩(ଡି.ଏନ.ଏ): ଜଟଣୀ ନିକଟବର୍ତ୍ତୀ ହରିରାଜପୁର ଛକରେ ଦୁଇ ମହିଳାଙ୍କ ଉପରେ ଶୁକ୍ରବାର ତଥା ହୋଲିରେ କେତେଜଣ ଯୁବକ ମାରଧର କରିବା ସହ ଅସଦାଚରଣ କରିବା ଘଟଣାକୁ ନେଇ ଏଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର:ନିହତ ବ୍ୟକ୍ତିଙ୍କର ପରିଚୟ ମିଳିଲା

ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର:ନିହତ ବ୍ୟକ୍ତିଙ୍କର ପରିଚୟ ମିଳିଲା

ଖୋର୍ଦ୍ଧା ଅଫିସ,୨୩।୩:ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ କଲିକତା-ମାଡ୍ରାସ ୧୬ ନଂ. ଜାତୀୟ ରାଜପଥର ଦଳେଇପୁଟ ଛକରୁ ଶନିବାର ପୂର୍ବାହ୍ନରେ ମିଳିଥିବା ଅଜଣା ଯୁବକଙ୍କ ମୃତଦେହର ପରିଚୟ ମିଳିଛି। 

ଟ୍ରେନ ଧକ୍କାରେ ହରିଣ ମୃତ

ଟ୍ରେନ ଧକ୍କାରେ ହରିଣ ମୃତ

ରଘୁନାଥପୁର, ୨୩। ୩( ଡି.ଏନ.ଏ.)-  ରଘୁନାଥପୁର ବ୍ଲକ ଧଳତଙ୍ଗଗଡ ସଂରକ୍ଷିତ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଆସି ଟ୍ରେନ୍‌ ଧକ୍କାରେ ଏକ ଅଣ୍ଡିରା ହରିଣର ମୃତ୍ୟୁ ଘଟିଛି। 

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ, ମେ’ ୬ରୁ ଗ୍ରୀଷ୍ମ ଛୁଟି

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ, ମେ’ ୬ରୁ ଗ୍ରୀଷ୍ମ ଛୁଟି

ଭୁବନେଶ୍ୱର, ୨୩ା୩(ବ୍ୟୁରୋ)- ଆସନ୍ତା ୨ ତାରିଖରୁ ସକାଳୁଆ ସ୍କୁଲ ହେବ। ସକାଳ ସାଢ଼େ ୬ଟାରୁ ସ୍କୁଲ ଆରମ୍ଭ ହୋଇ ପୂର୍ବାହ୍ନ ସାଢ଼େ ୧୦ଟାରେ ଶେଷ ହେବ। 

ବିଦ୍ୟୁତ୍‌ ଆଘାତରେ ଜଣେ ମୃତ, ୨ ଆହତ

ବିଦ୍ୟୁତ୍‌ ଆଘାତରେ ଜଣେ ମୃତ, ୨ ଆହତ

ବଳଙ୍ଗା,୨୩।୩ (ଡି.ଏନ୍‌.ଏ.)- ବଳଙ୍ଗା ଥାନା ଅନ୍ତର୍ଗତ ବାୟାବର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି।

ରାଜଧାନୀରୁ ରନ୍ଧାମଦ ଜବତ, ୯ ଗିରଫ

ରାଜଧାନୀରୁ ରନ୍ଧାମଦ ଜବତ, ୯ ଗିରଫ

କଟକରୋଡ, ୨୩।୩(ଡି.ଏନ୍‌.ଏ.): ଭୁବନେଶ୍ୱର ଅବକାରୀ ରେଞ୍ଜ, କଟକ ଫ୍ଲାଇଂ ସ୍କ୍ବାଡ୍‌ ଓ କମିଶନରେଟ୍‌ ପୋଲିସ ମିଳିତ ଭାବେ ରାଜଧାନୀର ନୟାପଲ୍ଲୀ ଥାନା ଅଧୀନ ସାଲିଆ ସାହି ଅଞ୍ଚଳରେ ଶନିବାର ସକାଳେ ଚଢ଼ାଉ କରି ୯ ମଦ ବ୍ୟବସାୟୀଙ୍କୁ ଗିରଫ କରିଛି। 

ଦୁର୍ଘଟଣାକୁ ନେଇ ଗୋଷ୍ଠୀ ସଂଘର୍ଷ: ପୋଲିସ ଫୋର୍ସ ମୁତୟନ

ଦୁର୍ଘଟଣାକୁ ନେଇ ଗୋଷ୍ଠୀ ସଂଘର୍ଷ: ପୋଲିସ ଫୋର୍ସ ମୁତୟନ

କଣ୍ଟାପଡ଼ା, ୨୩।୩(ଡି.ଏନ୍‌.ଏ.): କଟକ ଜିଲା ଓଲଟପୁର ଥାନା ଅନ୍ତର୍ଗତ ମଉଜପୁର ଗ୍ରାମର ଜଣେ ଯୁବକଙ୍କ ବାଇକ୍‌କୁ ଅଡ଼ଶପୁର ବେଢ଼ାସାହିର ୩ ଯୁବକଙ୍କ ଅନ୍ୟ ଏକ ବାଇକ୍‌ ଶୁକ୍ରବାର ଧକ୍କା ଦେଇଥିଲା। ଏହି ଘଟଣାକୁ ନେଇ ଉଭୟ ଗ୍ରାମ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।

ଅଜଣା ଗାଡ଼ି ଧକ୍କାରେ ୧ ମୃତ, ୧ ଗୁରୁତର

ଅଜଣା ଗାଡ଼ି ଧକ୍କାରେ ୧ ମୃତ, ୧ ଗୁରୁତର

ଖୋର୍ଦ୍ଧା ଅଫିସ,୨୩।୩: ଖୋର୍ଦ୍ଧା ଜିଲା ସଦର ଥାନା ଅନ୍ତର୍ଗତ କଲିକତା-ମାଡ୍ରାସ ୧୬ ନଂ. ଜାତୀୟ ରାଜପଥର ଦଳେଇପୁଟ ଛକରେ ଶୁକ୍ରବାର ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।

ତେନ୍ତୁଳିମୂଳ ଗାଁରେ ରାଜନୈତିକ ସଂଘର୍ଷ: ଭାଜପା ସମର୍ଥକଙ୍କ ଗୁଳିମାଡ଼ରେ ବିଜେଡି ସମର୍ଥକ ଗୁରୁତର

ତେନ୍ତୁଳିମୂଳ ଗାଁରେ ରାଜନୈତିକ ସଂଘର୍ଷ: ଭାଜପା ସମର୍ଥକଙ୍କ ଗୁଳିମାଡ଼ରେ ବିଜେଡି ସମର୍ଥକ ଗୁରୁତର

ଖୋର୍ଦ୍ଧା ଅଫିସ,୨୩।୩: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ତେନ୍ତୁଳିମୂଳ (ମଶାଣିଆ ନୂଆସାହି) ଗାଁରେ ଶୁକ୍ରବାର ସନ୍ଧ୍ୟାରେ ଭାଜପା ସମର୍ଥକଙ୍କ ଗୁଳିମାଡ଼ରେ ବିଜେଡି ସମର୍ଥକ ଆହତ ହୋଇଛନ୍ତି। 

ବାଇକ୍‌-କାର ମୁହାଁମୁହିଁ ଧକ୍କା: ୧ ମୃତ, ୩ ଗୁରୁତର

ବାଇକ୍‌-କାର ମୁହାଁମୁହିଁ ଧକ୍କା: ୧ ମୃତ, ୩ ଗୁରୁତର

କୋଣାର୍କ,୨୩।୩ (ଡି.ଏନ୍‌.ଏ.): କୋଣାର୍କ-ପୁରୀ ବେଳାଭୂମି ମାର୍ଗ ରାସ୍ତାର ସାହୁ ଖଣତା ନିକଟରେ ଶନିବାର ପୂର୍ବାହ୍ନ ୧୦ଟାରେ ମାରୁତି କାର ସହ ୟାମାହା ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। 

ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣା: ସତ୍ୟାସତ୍ୟ ପାଇଁ ଚାଲିଛି ଟିକନିଖି ତଦନ୍ତ

ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣା: ସତ୍ୟାସତ୍ୟ ପାଇଁ ଚାଲିଛି ଟିକନିଖି ତଦନ୍ତ

ପୁରୀ ଅଫିସ,୨୩।୩: ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣାରେ ଷ୍ଟେସନ ଅଧୀକ୍ଷକଙ୍କ ଏତାଲା କ୍ରମେ ଶନିବାର  ଜିଆର୍‌ପି ଓ ଆର୍‌ପିଏଫ୍‌ରେ ଆପରାଧିକ ମାମଲା ରୁଜୁ ହୋଇଛି। ଅଧୀକ୍ଷକ ସୋରେନ କୁମାର ନସ୍କରଙ୍କ ଅଭିଯୋଗ ଅନୁଯାୟୀ ଅଗ୍ନିକାଣ୍ଡ ଫଛରେଥିବା କାରଣର ସତ୍ୟାସତ୍ୟ  ଉନ୍ମୋଚନ କରାଯାଉ ବୋଲି ଏତାଲାରେ ଦର୍ଶାଇଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା